କନକ ବ୍ୟୁରୋ: ମହାନଦୀ ଜଳ ବିବାଦକୁ ନେଇ ଓଡିଶାରେ ବେଶ ହୋହଲ୍ଲା । ବ୍ୟାରେଜ କରି ମହାନଦୀ ପାଣିକୁ ଅଟକାଇ ଦେଇଛି ଛତିଶଗଡ । ଏହାକୁ ନେଇ ଓଡିଶାରୁ ଦିଲ୍ଲୀ ସବୁଠି ତମ୍ବି ତୋଫାନ ହେବା ପରେ ବି ଏଥିରେ ବିଶେଷ କିଛି ପରିବର୍ତ୍ତନ ଆସିନାହିଁ । ଏଯାଏଁ କୌଣସି ସମାଧାନ ହୋଇ ପାରୁନାହିଁ । ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିରୋଧୀ କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି,Continue reading “ଛତିଶଗଡ କୋଲାବ ଡ୍ୟାମରେ ଅଟକିଛି ମହାନଦୀ ପାଣି: ଉପରମୁଣ୍ଡରେ ଉଛୁଳୁଛି ପାଣି, ଶୁଖିଲା ପଡିଛି ଓଡିଶା ପଟ”
Author Archives: Raghaba
ବାଣୀବିହାରରେ ଶାନ୍ତି ଫେରାଇ ଆଣିବା ପାଇଁ ଛାତ୍ରଙ୍କ ସହ ଆଲୋଚନା କଲେ କୁଳପତି: କହିଲେ, ଦିଆଯିବ ଉତ୍ତମ ମାନର ଖାଦ୍ୟ, କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିବ ରୋକ
କନକ ବ୍ୟୁରୋ: ବାଣୀବିହାରରେ ଦୁଇ ଛାତ୍ରଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପୁଲିସ କମିସନରଙ୍କୁ ଭେଟିଛନ୍ତି କୁଳପତି । ପ୍ରଫେସର ସବିତା ଆଚାର୍ଯ୍ୟ ପୁଲିସ କମିସନରଙ୍କୁ ଭେଟି ବାଣୀବିହାରରେ ଅଶାନ୍ତ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଏହାସହ କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବା ପାଇଁ ଆନ୍ଦୋଳନରତ ଛାତ୍ରଙ୍କ ସହ ମଧ୍ୟ ଭିସି ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଛାତ୍ରମାନେ କୁଳପତିଙ୍କୁ ବିଭିନ୍ନ ଦାବି ସଂପର୍କରେ ଅବଗତ କରାଇଛନ୍ତି । ଏହାସହ ଏକ ଦାବି ପତ୍ର ମଧ୍ୟContinue reading “ବାଣୀବିହାରରେ ଶାନ୍ତି ଫେରାଇ ଆଣିବା ପାଇଁ ଛାତ୍ରଙ୍କ ସହ ଆଲୋଚନା କଲେ କୁଳପତି: କହିଲେ, ଦିଆଯିବ ଉତ୍ତମ ମାନର ଖାଦ୍ୟ, କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିବ ରୋକ”
ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକାଠି ହେଲେ ହଜାର ହଜାର ଆଦିବାସୀ: ମାଲକାନଗିରି ମାଥିଲି ସୀମାରେ ପ୍ରଜାମେଳି
କନକ ବ୍ୟୁରୋ: ଛତିଶଗଡ଼ର କୋକ୍ରାଲ ଡ଼୍ୟାମ ଓ କୌସ୍ତବ ମାଇନ୍ସକୁ ବିରୋଧ କରି ମାଲକାନଗିରି ମାଥିଲି ସୀମାରେ ପ୍ରଜାମେଳି । ହଜାର ହଜାର ଆଦିବାସୀ ଏକାଠି ହୋଇ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଓଡିଶା ସୀମାରେ ହେବାକୁ ଥିବା ଡ୍ୟାମ ଓ କୌସ୍ତବ ମାଇନ୍ସକୁ ବିରୋଧ କରିଛନ୍ତି । କମାରପାଲି ପଂଚାୟତ ଠାରୁ ବିରାଟ ବଡ଼ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଏମାନେ । ୪ ଗୋଟି ପଂଚାୟତର ଆଦିବାସୀ ମହିଳା, ପୁରୁଷ ଏକାଠି ହୋଇ ଡ୍ୟାମ ଓ ମାଇନ୍ସକୁContinue reading “ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକାଠି ହେଲେ ହଜାର ହଜାର ଆଦିବାସୀ: ମାଲକାନଗିରି ମାଥିଲି ସୀମାରେ ପ୍ରଜାମେଳି”
ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ନବୀନ । ଟୁଇଟ୍ କରି ଯୁବ ଖେଳାଳିଙ୍କୁ କଲେ ପ୍ରଶଂସା
କନକ ବ୍ୟୁରୋ: ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଷ୍ଟ୍ରେଲିଆ ବିପକ୍ଷରେ ଦଳର ଏହି ଦମଦାର ବିଜୟ ପରେ ନବୀନ ଟୁଇଟ୍ କରି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଟୁଇଟ୍ କରି ନବୀନ ଲେଖିଛନ୍ତି ଯେ, ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଥିବାରୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା । ଦଳର ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତିContinue reading “ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ନବୀନ । ଟୁଇଟ୍ କରି ଯୁବ ଖେଳାଳିଙ୍କୁ କଲେ ପ୍ରଶଂସା”
ବ୍ରିସବେନ୍ ବିଜୟ ପରେ ଛୁଟିଲା ଶୁଭେଚ୍ଛାର ସୁଅ: ବିଦେଶ ମାଟିରେ ଭାରତର ଐତିହାସିକ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ବ୍ରିସବେନ୍ ବିଜୟକୁ ନେଇ ବେଶ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ନରେନ୍ଦ୍ର ମୋଦି । ସେପଟେ, ଆଜିର ଐତିହାସିକ ବିଜୟ ପରେ ଭାରତୀୟ ଦଳ ପାଇଁ ବୋନସ ଘୋଷଣା କରିଛି ବିସିସିଆଇ । ବ୍ରିସବେନର ସ୍ମରଣୀୟ ବିଜୟ ପରେ ୫ କୋଟିର ବୋନସ ଘୋଷଣା କରିଛି ବିସିସିଆଇ । ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ବଳରେContinue reading “ବ୍ରିସବେନ୍ ବିଜୟ ପରେ ଛୁଟିଲା ଶୁଭେଚ୍ଛାର ସୁଅ: ବିଦେଶ ମାଟିରେ ଭାରତର ଐତିହାସିକ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି”
ତେଜିଲା ଚାଉଳ ରାଜନୀତି: ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଉଠାଇଲା ଅରୁଆ ଚାଉଳ ପ୍ରସଙ୍ଗ; ଲେଖାଶ୍ରୀଙ୍କ ଅଭିଯୋଗ, ଚାଷୀଙ୍କ ଭ୍ରମିତ କରିବାକୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର
କନକ ବ୍ୟୁରୋ: ତେଜିଲା ଉଷୁନା-ଅରୁଆ ଚାଉଳ ରାଜନୀତି । ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଅରୁଆ ଚାଉଳ ପ୍ରସଙ୍ଗ ଉଠାଇଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି । ଓଡିଶାରେ ଚାଷୀମାନଙ୍କର ଅବସ୍ଥା ସମସ୍ତେ ଜାଣିଛନ୍ତି । ଲକ୍ଷ ଲକ୍ଷ ଚାଷୀ ମଣ୍ଡିରେ ଧାନ ଧରି ବସି ରହିଛନ୍ତି , କିନ୍ତୁ ସରକାର କଥା ହେଉନାହାନ୍ତି । ଓଡିଶାରେ ଚାଷୀଙ୍କୁ ଭ୍ରମିତContinue reading “ତେଜିଲା ଚାଉଳ ରାଜନୀତି: ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଉଠାଇଲା ଅରୁଆ ଚାଉଳ ପ୍ରସଙ୍ଗ; ଲେଖାଶ୍ରୀଙ୍କ ଅଭିଯୋଗ, ଚାଷୀଙ୍କ ଭ୍ରମିତ କରିବାକୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର”
ଅଷ୍ଟ୍ରେଲିଆରେ ସିରିଜ ଜିତିଲା ଭାରତ, ୫ କୋଟିର ବୋନସ ଦେଲା ବିସିସିଆଇ ।
କନକ ବ୍ୟୁରୋ : ବ୍ରିସବେନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବିସିସିଆଇ ବଡ ଘୋଷଣା କରିଛି । ଦଳ ପାଇଁ ବିସିସିଆଇ ୫ କୋଟି ଟଙ୍କାର ବୋନସ୍ ଘୋଷଣା କରିଛି । ବିସିସିଆଇ ସମ୍ପାଦକ ଜୟ ଶାହ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ମଙ୍ଗଳବାର ବ୍ରିସବେନ୍ ଟେଷ୍ଟରେ ଦଳ ବିଜୟ ହେବା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ସିରିଜ୍ କବଜା କରିଛି । ଦୀର୍ଘ ୩୨ ବର୍ଷ ପରେ ଅଷ୍ଟ୍ରେଲିଆ ବ୍ରିସବେନରେ ପରାଜୟContinue reading “ଅଷ୍ଟ୍ରେଲିଆରେ ସିରିଜ ଜିତିଲା ଭାରତ, ୫ କୋଟିର ବୋନସ ଦେଲା ବିସିସିଆଇ । “
ଓଡିଶାରେ ନୂଆ ସେନା ଉପମୁଖ୍ୟ: ଭୁବନେଶ୍ୱର ପହଞ୍ଚିଲେ ଚଣ୍ଡି ପ୍ରସାଦ ମହାନ୍ତି; ବିମାନବନ୍ଦରରେ ୧୨୦ ବାଟାଲିୟନ ପକ୍ଷରୁ କରାଗଲା ସ୍ୱାଗତ
କନକ ବ୍ୟୁରୋ: ଓଡିଶାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି । ଗତକାଲି ସେନା ଉପମୁଖ୍ୟ ଭାବେ ମନୋନୀତ ହେବା ପରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଚଣ୍ଡି ପ୍ରସାଦ ମହାନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଛି । ସେ ସିଧାସଳଖ ୧୨୦ ବାଟାଲିୟନକୁ ଯାଇ ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡି କଲେଜକୁ ଯାଇଥିଲେContinue reading “ଓଡିଶାରେ ନୂଆ ସେନା ଉପମୁଖ୍ୟ: ଭୁବନେଶ୍ୱର ପହଞ୍ଚିଲେ ଚଣ୍ଡି ପ୍ରସାଦ ମହାନ୍ତି; ବିମାନବନ୍ଦରରେ ୧୨୦ ବାଟାଲିୟନ ପକ୍ଷରୁ କରାଗଲା ସ୍ୱାଗତ”
ଟିମ୍ ଇଣ୍ଡିଆର କଙ୍ଗାରୁ ଶିକାର । ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଭାରତ, ୨-୧ରେ ହାତେଇଲା ସିରିଜ ।
କନକ ବ୍ୟୁରୋ : ଇତିହାସ ରଚିଲା ଭାରତ । ବିଦେଶ ମାଟିରେ ଭାରତର ବଡ ବିଜୟ । ବ୍ରିସବେନରେ ଟିମ୍ ଇଣ୍ଡିଆ ଉଡାଇଲା ବିଜୟ ବାନା । ଅଷ୍ଟ୍ରେଲିଆକୁ ତା ନିଜ ମାଟିରେ ମାତ୍ ଦେଇ ଐତିହାସିକ ବିଜୟ ହାସଲ କଲା ଭାରତ । ବ୍ରିସବେନ ବିଜୟ ସହ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ କବଜା କରିଛି ଟିମ ଇଣ୍ଡିଆ । ଆଉ ଏହାସହ ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜେୟ ରେକର୍ଡରେ ବ୍ରେକ୍ ଲଗାଇଛି ଭାରତ ।Continue reading “ଟିମ୍ ଇଣ୍ଡିଆର କଙ୍ଗାରୁ ଶିକାର । ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଭାରତ, ୨-୧ରେ ହାତେଇଲା ସିରିଜ ।”
କିଣା ହୋଇପାରୁନି ଧାନ: ଜୟପୁର ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ; ଶୀତ କାକରରେ ବର୍ଷକର ପରିଶ୍ରମକୁ ଜଗି ରହିଛି ଚାଷୀ
କନକ ବ୍ୟୁରୋ: ମଣ୍ଡି ଅବ୍ୟବସ୍ଥାର ଅଭାବନୀୟ ଚିତ୍ର । ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ । କେତେକ ବସ୍ତା କଣା ହୋଇ ଚାଷୀ କଷ୍ଟ ଉପାର୍ଜିତ ମୂଲ ସବୁ ତଳେ ଗଦା ହୋଇଛି । ଯାହାକୁ ଜାଣିଲେ ଆପଣମାନେ ବି ବିଚଳିତ ହୋଇଯିବେ । ଚାଷୀଙ୍କ ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ । କୋରାପୁଟ ଜିଲ୍ଲାର ପ୍ରତ୍ୟେକ ମଣ୍ଡିର ଏହି ଅବ୍ୟବସ୍ଥା ଲାଗି ରହିଛି । ଜୟପୁର ବ୍ଲକର ହାଡିଆContinue reading “କିଣା ହୋଇପାରୁନି ଧାନ: ଜୟପୁର ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ; ଶୀତ କାକରରେ ବର୍ଷକର ପରିଶ୍ରମକୁ ଜଗି ରହିଛି ଚାଷୀ”