ଆଜି ରାଷ୍ଟ୍ରପତି ଭବନ ଅଭିମୁଖେ କଂଗ୍ରେସର ଶୋଭାଯାତ୍ରା : କୃଷିଆଇନକୁ ସମର୍ଥନ କରି ଶୋଭାଯାତ୍ରା କରିବ କଂଗ୍ରେସ 

କନକ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନ ଅଭିମୁଖେ କୃଷି ଆଇନକୁ ବିରୋଧ କରି ଶୋଭାଯାତ୍ରା କରିବ କଂଗ୍ରେସ । କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ସାମିଲ ହେବେ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କାର୍ଯ୍ୟକ୍ରମର ନେତୃତ୍ବ ନେବେ । କୃଷି ଆଇନ ବିରୋଧରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେବେ ରାହୁଲ । ଏଥିରେ ଦୁଇ କୋଟି ଚାଷୀଙ୍କ ଦସ୍ତଖତ ରହିବ ବୋଲି କଂଗ୍ରେସ କହିଛି । କେନ୍ଦ୍ର କୃଷି ଆଇନକୁ ପ୍ରତ୍ୟାହାର ଦାବିରେContinue reading “ଆଜି ରାଷ୍ଟ୍ରପତି ଭବନ ଅଭିମୁଖେ କଂଗ୍ରେସର ଶୋଭାଯାତ୍ରା : କୃଷିଆଇନକୁ ସମର୍ଥନ କରି ଶୋଭାଯାତ୍ରା କରିବ କଂଗ୍ରେସ “

ସାରା ବିଶ୍ବକୁ ଡରାଇଲା ନୂଆ କରୋନା ଭୂତାଣୁ: ବ୍ରିଟେନକୁ ୪୦ ରାଷ୍ଟ୍ରର ବିମାନ ଚଳାଚଳ ବନ୍ଦ; ବ୍ରିଟେନ୍ ସମେତ ୮ ରାଷ୍ଟ୍ରରେ ନୂଆ ଭାଇରସର ଉପସ୍ଥିତି

କନକ ବ୍ୟୁରୋ: ବ୍ରିଟେନରେ ବ୍ୟାପିଥିବା ନୂଆ କରୋନା ଭୂତାଣୁ ବିଶ୍ବବ୍ୟାପୀ ଭୟ ସୃଷ୍ଟି କରିଛି। ପୂର୍ବ କରୋନାଭୂତାଣୁ ତୁଳନାରେ ନୂଆ ଭୂତାଣୁ ୭୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଅତି ସହଜରେ ସଂକ୍ରମିତ କରିପାରୁଛି। ବିଭିନ୍ନ ରାଷ୍ଟ୍ରରେ ନୂଆ ଭୂତାଣୁର ମୁକାବିଲା ପାଇଁ କଟକଣା ଆରମ୍ଭ ହୋଇଯାଇଛି । ଆଜି ସୁଦ୍ଧା ୪୦ରୁ୍ ଅଧିକ ରାଷ୍ଟ୍ର ବ୍ରିଟେନ୍କୁ ବିମାନ ସେବା ବାତିଲ କରିଥିବା ଜଣାପଡ଼ିଛି। ୬ଟି ୟୁରୋପୀୟ ରାଷ୍ଟ୍ର ଇଟାଲି, ବେଲଜିୟମ, ଆଇସଲାଣ୍ଡ୍ ,Continue reading “ସାରା ବିଶ୍ବକୁ ଡରାଇଲା ନୂଆ କରୋନା ଭୂତାଣୁ: ବ୍ରିଟେନକୁ ୪୦ ରାଷ୍ଟ୍ରର ବିମାନ ଚଳାଚଳ ବନ୍ଦ; ବ୍ରିଟେନ୍ ସମେତ ୮ ରାଷ୍ଟ୍ରରେ ନୂଆ ଭାଇରସର ଉପସ୍ଥିତି”

ବଡ଼ଦିନ ପାଳନ ପାଇଁ କୋହଳ ହେଲା କଟକଣା : ବଡ ଚର୍ଚ୍ଚରେ ୫୦ ଏବଂ ସାନ ଚର୍ଚ୍ଚରେ ୨୦ ଜଣ ରହି ପାଳନ କରିପାରିବେ ବଡଦିନ ଉତ୍ସବ

କନକ ବ୍ୟୁରୋ : ବଡ଼ ଦିନ ପାଇଁ କଟକଣାକୁ କୋହଳ କରିଛି ପ୍ରଶାସନ । ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିତରେ କନ୍ଧମାଳରେ ପାଳିତ ହେବ ବଡ଼ ଦିନ ପୂର୍ବ । ବଡ ଚର୍ଚ୍ଚରେ ୫୦ଜଣ ଏବଂ ସାନ ଚର୍ଚ୍ଚରେ ୨୦ ଜଣ ରହି ବଡଦିନ ପାଳନ କରିପାରିବେ ବୋଲି କନ୍ଧମାଳ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି । ଏହା ସହ ଚର୍ଚ୍ଚ ସଜାସଜ୍ଜା ଓ ମାଇକ୍ ଲଗେଇବାକୁ ମଧ୍ୟ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ଗତContinue reading “ବଡ଼ଦିନ ପାଳନ ପାଇଁ କୋହଳ ହେଲା କଟକଣା : ବଡ ଚର୍ଚ୍ଚରେ ୫୦ ଏବଂ ସାନ ଚର୍ଚ୍ଚରେ ୨୦ ଜଣ ରହି ପାଳନ କରିପାରିବେ ବଡଦିନ ଉତ୍ସବ”

ହାଇକୋର୍ଟରେ ଶୀତ ଅବକାଶ: ଜାନୁଆରି ୪ରେ ଖୋଲିବ ଓଡିଶା ହାଇକୋର୍ଟ; ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ ଜଷ୍ଟିସ ଏସ.କେ.ମିଶ୍ର

କନକ ବ୍ୟୁରୋ: ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହେବାକୁ ଯାଉଛି। ଶୁକ୍ରବାର ଠାରୁ ଛୁଟି ରହୁଥିବା ବେଳେ ୨୦୨୧, ଜାନୁଆରି ୪ରେ ହାଇକୋର୍ଟ ଖୋଲିବ। ଶୀତ ଅବକାଶ ସମୟରେ ଜଷ୍ଟିସ ଏସ.କେ.ମିଶ୍ର ଡିସେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ। ସେହିଭଳି ଡିସେମ୍ବର ୩୧ରୁ ୨୦୨୧, ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ସଙ୍ଗମ କୁମାର ସାହୁ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁContinue reading “ହାଇକୋର୍ଟରେ ଶୀତ ଅବକାଶ: ଜାନୁଆରି ୪ରେ ଖୋଲିବ ଓଡିଶା ହାଇକୋର୍ଟ; ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ ଜଷ୍ଟିସ ଏସ.କେ.ମିଶ୍ର”

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା : ଆପୋଷ ବୁଝାମଣା ଭିତରେ ବାହାରିଲାନି ସମାଧାନ; ବର୍ଷାଙ୍କ ଓକିଲ କହିଲେ, ଏଣିକି କୋର୍ଟରେ ହିଁ କରିବେ ଆଲୋଚନା

କନକ ବ୍ୟୁରୋ : ଆପୋଷ ବୁଝାମଣା ଭିତରେ ବାହାରିଲାନି ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା । ୮ଥର ବର୍ଷା ଓ ଅନୁଭବ ପକ୍ଷ ମଧ୍ୟସ୍ଥତା କେନ୍ଦ୍ରରେ ଆମ୍ନା-ସାମ୍ନା ଆଲୋଚନା କରିବା ପରେ ବି କୌଣସି ସମାଧାନ ବାହାରିପାରିନାହିଁ । ଗତକାଲି ଶେଷ ଥର ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ତାଙ୍କ ଓକିଲ ଦର୍ଶାଇଥିଲେ ଯେ, ବର୍ଷା ଆଉ ମଧ୍ୟସ୍ଥତା କେନ୍ଦ୍ରରେ ଏହି ବିବାଦ ନେଇ ଆଲୋଚନା କରିବେ ନାହିଁ । ବରଂ ଯାହା ଆଲୋଚନା କରିବେ କୋର୍ଟରେContinue reading “ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା : ଆପୋଷ ବୁଝାମଣା ଭିତରେ ବାହାରିଲାନି ସମାଧାନ; ବର୍ଷାଙ୍କ ଓକିଲ କହିଲେ, ଏଣିକି କୋର୍ଟରେ ହିଁ କରିବେ ଆଲୋଚନା”

ଆଜିର ଗ୍ରାହକଙ୍କ ପସନ୍ଦ ଜୀବନଶୈଳୀ ପାଇଁ ସୁବିଧା ସୁଯୋଗ ଥିବା ଘର: ତପନ କୁମାର ମହାନ୍ତି ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ

କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ରାଜ୍ୟ ରିଅଲ ଇଷ୍ଟେଟ୍‌ ଶିଳ୍ପରେ ସୁଧାର ହେଉଛି। ଶିଳ୍ପ ଉପରେ ମହାମାରୀର ପ୍ରଭାବ, ବର୍ତ୍ତମାନର ସ୍ଥିତି, ରାଜ୍ୟର ଅନ୍ୟ ସହରଗୁଡ଼ିକରେ ଥିବା ସମ୍ଭାବନା ଓ ଗ୍ରାହକଙ୍କ ପସନ୍ଦକୁ ନେଇ ଜେଡ୍‌ଇଷ୍ଟେଟସ୍‌ର ପରିଚାଳନା ନିର୍ଦେଶକ ତପନ କୁମାର ମହାନ୍ତିଙ୍କ ସହ ହୋଇଥିବା ଆଲୋଚନାକୁ ଏଠାରେ ଉପସ୍ଥାପନ କରାଯାଇଛି: ବିଗତ ବର୍ଷଗୁଡ଼ିକ‌େର ରାଜ୍ୟ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ କିଭଳି ପରିବର୍ତ୍ତନ ହୋଇଛି? କିଛି ବର୍ଷ ପୂର୍ବରୁ ରିଅଲ ଇଷ୍ଟେଟ୍‌ ବ୍ୟବସାୟରେContinue reading “ଆଜିର ଗ୍ରାହକଙ୍କ ପସନ୍ଦ ଜୀବନଶୈଳୀ ପାଇଁ ସୁବିଧା ସୁଯୋଗ ଥିବା ଘର: ତପନ କୁମାର ମହାନ୍ତି ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ”

ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ପୁରିବାକୁ ବସିଲାଣୀ ଗୋଟିଏ ମାସ, ହେଲେ ବାହାରିପାରୁନି ସମାଧାନ : ଆସନ୍ତାକାଲି ୬ ରାଜ୍ୟର ଚାଷୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ମାସେ ପୁରିବାକୁ ବସିଲାଣୀ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ପରେ ବି ସମାଧାନ ବାଟ ଫିଟୁନାହିଁ । ଏହାରି ଭିତରେ ପୁଣି ଚାଷୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ସେପଟେ ଡିସେମ୍ବର ୨୫ତାରିଖରେ ୬ଟି ରାଜ୍ୟର ଚାଷୀଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେContinue reading “ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ପୁରିବାକୁ ବସିଲାଣୀ ଗୋଟିଏ ମାସ, ହେଲେ ବାହାରିପାରୁନି ସମାଧାନ : ଆସନ୍ତାକାଲି ୬ ରାଜ୍ୟର ଚାଷୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ”

ଆଉ ୨ ଦିନ ଶୀତ ଲହରୀ: ଆସନ୍ତା ୨୪ ଘଣ୍ଟାରେ ୧୧ ଜିଲ୍ଲାକୁ ପ୍ରବଳ ଥଣ୍ଡା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଜାରି ରହିବ। ଏଣୁ ୨୪ ଓ ୨୫ ତାରିଖ ପାଇଁ ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଅଞ୍ଚାଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ଥିଲା। ଏହି ସମୟରେ ଫୁଲବାଣୀର ସର୍ବନିମ୍ନ ରାତି ତାପମାତ୍ରା ୪ ଡିଗ୍ରି ସେଲ୍ସିୟସ୍ ରହିଥିଲା। ଏହାଛଡ଼ା ଓଡ଼ିଶାର ୧୨ଟିContinue reading “ଆଉ ୨ ଦିନ ଶୀତ ଲହରୀ: ଆସନ୍ତା ୨୪ ଘଣ୍ଟାରେ ୧୧ ଜିଲ୍ଲାକୁ ପ୍ରବଳ ଥଣ୍ଡା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର”

ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଫେରିଲା ନାଇଟ କର୍ଫ୍ୟୁ : ଆଜି ଠାରୁ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ

କନକ ବ୍ୟୁରୋ : ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଫେରିଲା ନାଇଟ କର୍ଫ୍ୟୁ । କର୍ଣ୍ଣାଟକରେ ଆଜି ଠାରୁ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ । ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଦେଖାଦେଇଥିବା ବେଳେ ଏହାକୁ ନେଇ ସତର୍କତା ମୂଳକ ପଦକ୍ଷେପ ନେଇ ରାତ୍ରୀକାଳିନ କର୍ଫ୍ୟୁ ବଳବତର କରିବା ଲାଗି ନିଷ୍ପତି ନେଇଛନ୍ତି କର୍ଣ୍ଣାଟକ ସରକାର । ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତର ରହିବ । ବ୍ରିଟେନରେContinue reading “ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଫେରିଲା ନାଇଟ କର୍ଫ୍ୟୁ : ଆଜି ଠାରୁ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ”

କରୋନାର ବ୍ରିଟେନ୍ ଷ୍ଟ୍ରେନକୁ ନେଇ ଭୟ ବଢ଼ୁଥିବା ବେଳେ ସାମ୍ନାକୁ ଆସିଲା ପୁଣି ୨ଟି ନୂଆ ଷ୍ଟ୍ରେନ୍: ୟୁକେ ଚିହ୍ନଟ ହେଲା ଆଉ ଦୁଇଟି ପ୍ରକାରର କରୋନା ଭୂତାଣୁ, ଦକ୍ଷିଣ ଆଫ୍ରିକାରୁ ଆସିଛି ୨ ନୂଆ ଷ୍ଟ୍ରେନ୍

କନକ ବ୍ୟୁରୋ: କରୋନାର ବ୍ରିଟେନ୍ ଷ୍ଟ୍ରେନ୍କୁ ନେଇ ଆଶଙ୍କା ବଢୁଥିବା ବେଳେ ଇଂଲଣ୍ଡରେ ଆଉ ଦୁଇଟି ନୂଆ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି । କୁହାଯାଉଛି ଏହା ସବୁଠୁ ଅଧିକ ସଂକ୍ରାମକ । ଇଂଲଣ୍ଡର ସ୍ୱାସ୍ଥ୍ୟ ସଚିବ ଦେଇଥିବା ସୂଚନା ଅନୁସାରେ ଏହି ଦୁଇ ନୂଆ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦୁଇ ଜଣଙ୍କ ନିକଟରେ ଏହି ନୂଆ ଦୁଇ ଷ୍ଟ୍ରେନ୍ ଚିହ୍ନଟ୍ ହୋଇଛି । ଏହାକୁ ଦୃଷ୍ଟିରେ ରଖିContinue reading “କରୋନାର ବ୍ରିଟେନ୍ ଷ୍ଟ୍ରେନକୁ ନେଇ ଭୟ ବଢ଼ୁଥିବା ବେଳେ ସାମ୍ନାକୁ ଆସିଲା ପୁଣି ୨ଟି ନୂଆ ଷ୍ଟ୍ରେନ୍: ୟୁକେ ଚିହ୍ନଟ ହେଲା ଆଉ ଦୁଇଟି ପ୍ରକାରର କରୋନା ଭୂତାଣୁ, ଦକ୍ଷିଣ ଆଫ୍ରିକାରୁ ଆସିଛି ୨ ନୂଆ ଷ୍ଟ୍ରେନ୍”

Design a site like this with WordPress.com
Get started