କନକ ବ୍ୟୁରୋ : ଯୁଦ୍ଧଜାହାଜ ବୁଲିଦେଖିଲେ ଲୋକପ୍ରତିନିଧି । ରାଜ୍ୟର ଶହେରୁ ଅଧିକ ବିଧାୟକ ମଙ୍ଗଳବାର ପାରାଦୀପ ଗସ୍ତ କରି ଭାରତୀୟ ନୌସେନାର ଶକ୍ତି ଓ ଯୁଦ୍ଧ କୌଶଳକୁ ଅତି ନିକଟରୁ ଦେଖିଛନ୍ତି । ଭୁବନେଶ୍ୱରରୁ ବସ୍ ଯୋଗେ ପାରାଦୀପ ଅଠରବାଙ୍କୀରେ ପହଂଚି ବିଜୁ ବାବୁଙ୍କ ପ୍ରତିମୂର୍ତିିରେ ମାଲ୍ୟାପଣ କରିଥିଲେ ବାଚସ୍ପତି ଓ ଅନ୍ୟ ସବୁ ବିଧାୟକ । ପରେ ବନ୍ଦରର ୫ ନମ୍ବର ଗେଟ୍ ଦେଇ ନୌସେନାର ଯୁଦ୍ଧଜାହାଜ ଆଇଏନଏସ୍ ଜଳସାରେ ପହଂଚିଥିଲେ । ପାଖାପାଖିContinue reading “ପାରାଦୀପ ଗସ୍ତ କରି ଯୁଦ୍ଧଜାହାଜ ବୁଲି ଦେଖିଲେ ବିଧାୟକ । ଅତି ନିକଟରୁ ଦେଖିଲେ ନୌସେନାର ଶକ୍ତି ଓ ଯୁଦ୍ଧ କୌଶଳ ।”
Author Archives: Raghaba
ରେଡିଓ ଚକଲେଟର’ ବାୟୋଫ୍ଲକ୍ ଫିସ୍ ଫାର୍ମିଂ’ ପ୍ରଦର୍ଶନୀ ଆଜି: ସମ୍ବାଦ ଭବନ ପରିସରରେ ୨ ଦିନ ଧରି ଚାଲିବ; ପ୍ରଦର୍ଶନୀ ବୁଲି ଦେଖିବାକୁ ଚାହୁଁଥିଲେ ଏହି ନମ୍ବରରେ କରିପାରିବେ ପଂଜିକରଣ
କନକ ବ୍ୟୁରୋ: ରେଡିଓ ଚକଲେଟ ପକ୍ଷରୁ କୃଷି ଦିବସରେ ‘କିସାନଫ୍ଲେକ୍ସ ବାୟୋଫ୍ଲକ୍ ଫିସ୍ ଫାର୍ମିଂ’ ଶୀର୍ଷକ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ରସୁଲଗଡ଼ସ୍ଥିତ ସମ୍ବାଦ ଭବନ ପରିସରରେ ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଏହା ଚାଲିବ। ପୂର୍ବାହ୍ନ ସାଢ଼େ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ। ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, କିଷାନଫ୍ଲେକ୍ସର ନିର୍ଦ୍ଦେଶକ ଅନୀଲ କେ. ଝୱର,Continue reading “ରେଡିଓ ଚକଲେଟର’ ବାୟୋଫ୍ଲକ୍ ଫିସ୍ ଫାର୍ମିଂ’ ପ୍ରଦର୍ଶନୀ ଆଜି: ସମ୍ବାଦ ଭବନ ପରିସରରେ ୨ ଦିନ ଧରି ଚାଲିବ; ପ୍ରଦର୍ଶନୀ ବୁଲି ଦେଖିବାକୁ ଚାହୁଁଥିଲେ ଏହି ନମ୍ବରରେ କରିପାରିବେ ପଂଜିକରଣ”
ଦୀର୍ଘ ୯ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ; ପ୍ରଥମେ ସେବାୟତ କରୁଛନ୍ତି ଦର୍ଶନ
କନକ ବ୍ୟୁରୋ: ଦୀର୍ଘ ମାସ ପରେ ମିଳିଲା ମହାପ୍ରଭୁଙ୍କ ଦର୍ଶନ । ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ସବିଶେଷ ସୂଚନା । ପ୍ରଥମେ ପର୍ଯ୍ୟାୟରେ ସେବାୟତମାନେ ମନ୍ଦିରରେ ଦିଅଁଙ୍କ ଦର୍ଶନ କରୁଛନ୍ତି । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିରContinue reading “ଦୀର୍ଘ ୯ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ; ପ୍ରଥମେ ସେବାୟତ କରୁଛନ୍ତି ଦର୍ଶନ”
ଡରାଉଛି ଭୁତାଣୁର ନୂଆ ରୂପ : ବ୍ରିଟେନରୁ ଫେରିଥିବା ୧୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍
କନକ ବ୍ୟୁରୋ : ବ୍ରିଟେନରେ ଦେଖା ଦେଇଥିବା ମହାମାରୀ କୋଭିଡର ନୂଆ ଷ୍ଟ୍ରେନ । ବ୍ରିଟେନରୁ ଫେରିଥିବା ୧୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଗାଇଡଲାଇନ୍ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗାଇଡଲାଇନରେ କୁହାଯାଇଛି ବ୍ରିଟେନରୁ ଓଡିଶାକୁ ଫେରିଥିଲେ ୧୪ ଦିନ ସଂଗରୋଧରେ ବାଧ୍ୟତାମୂଳକ ଭାବେ ରହିବାକୁ ପଡିବ । ସେହିପରି ୧୪ ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିଲେ ଦେବାକୁ ପଡିବ ତଥ୍ୟContinue reading “ଡରାଉଛି ଭୁତାଣୁର ନୂଆ ରୂପ : ବ୍ରିଟେନରୁ ଫେରିଥିବା ୧୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍”
ରାଜଧାନୀରେ ବୁଲୁଛନ୍ତି ନକଲି ପୁଲିସ : ଟାର୍ଗେଟ୍ରେ ବରିଷ୍ଠ ନାଗରିକ;ସୁରକ୍ଷା ଆଳ ଦେଖାଇ ଲୁଟ୍
କନକ ବ୍ୟୁରୋ : ଦେହରେ ଅସଲି ପୋଷାକ, ହାତରେ ବାଡ଼ି, ଅଣ୍ଟାରେ ବନ୍ଧୁକ ସାଙ୍ଗରେ ପରିଚୟପତ୍ର। ରାଜଧାନୀ ରାସ୍ତାଘାଟରେ ଏମିତି ଅସଲି ପୁଲିସ ବେଶରେ ବୁଲୁଛନ୍ତି ନକଲି ପୁଲିସ। ଟାର୍ଗେଟରେ ରହିଛନ୍ତି ବରିଷ୍ଠ ନାଗରିକ। ବିଶ୍ବାସ ଜନ୍ମାଇ ଲୁଟପାଟ୍ କରୁଛନ୍ତି। ତେବେ ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ଏଭଳି ରୢାକେଟ୍ କାମ କରୁଥିବା ବେଳେ ଗତ କିଛିଦିନ ହେଲା ସକ୍ରିୟ ହୋଇ ଉଠିଛନ୍ତି। ଥାନାକୁ ଏପରି ଅଭିଯୋଗ ଆସିବା ପରେ ଏହି ନକଲି ରୢାକେଟ୍ ସମ୍ପର୍କରେContinue reading “ରାଜଧାନୀରେ ବୁଲୁଛନ୍ତି ନକଲି ପୁଲିସ : ଟାର୍ଗେଟ୍ରେ ବରିଷ୍ଠ ନାଗରିକ;ସୁରକ୍ଷା ଆଳ ଦେଖାଇ ଲୁଟ୍”
ବାଲିପାଟଣା ଥାନା ବନମାଳୀପୁର ଗାଁରେ ଚାଂଚଲ୍ୟ : ସ୍ୱାମୀକୁ ମାରି ପୋଡ଼ି ଦେଇଥିବା ଗାଁ ଲୋକଙ୍କୁ ଡାକି ନିଜେ ସ୍ୱୀକାର କଲା ସ୍ତ୍ରୀ
କନକ ବ୍ୟୁରୋ : କଥାରେ ଅଛି ମଣିଷ ମରା ପାପ କେବେ ଲୁଚେନି। ଦିନେ ନା ଦିନେ ସାତ ତାଳ ପଙ୍କ ତଳୁ ଫୁଟି ବାହାରେ। ଠିକ୍ ସେମିତି ଏକ ଚାଞ୍ଚଲ୍ୟକର ଘଟଣା ଆଜି ବାଲିପାଟଣା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ଦୀର୍ଘ ୩ ମାସ ପରେ ନିଜକୁ ନିଜେ ଧରାପଡ଼ିଯାଇଛି ପତି ହତ୍ୟାକାରୀ ପତ୍ନୀ। ସ୍ବାମୀକୁ ହତ୍ୟା କରିବା ପରେ ବାଡ଼ି ପଟ ବାଉଁଶବୁଦା ମୂଳରେ ପୋଡ଼ି ଦେଇ ମାମଲାକୁ ଏତେ ଦିନ ଲୁଚେଇ ରଖିବାContinue reading “ବାଲିପାଟଣା ଥାନା ବନମାଳୀପୁର ଗାଁରେ ଚାଂଚଲ୍ୟ : ସ୍ୱାମୀକୁ ମାରି ପୋଡ଼ି ଦେଇଥିବା ଗାଁ ଲୋକଙ୍କୁ ଡାକି ନିଜେ ସ୍ୱୀକାର କଲା ସ୍ତ୍ରୀ”
ଦୀର୍ଘ ୯ ମାସ ପରେ ଖୋଲିଲା ପୁରୀ ଶ୍ରୀମନ୍ଦିର । ଆଜିଠୁ ତିନିଦିନ ଧରି ସେବାୟତ ପରିବାର କରିବେ ଦର୍ଶନ ।
କନକ ବ୍ୟୁରୋ : ଆଜି ଠାରୁ ପୁରୀରେ ଆରମ୍ଭ ହେଉଛି କାଳିଆ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ସବିଶେଷ ସୂଚନା । ପ୍ରଥମେ ସେବାୟତ କରିବେ ମନ୍ଦିର ଦର୍ଶନ । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଜଗିବେ ଜଗନ୍ନାଥ ଟେମ୍ପୁଲ ପୋଲିସ ।Continue reading “ଦୀର୍ଘ ୯ ମାସ ପରେ ଖୋଲିଲା ପୁରୀ ଶ୍ରୀମନ୍ଦିର । ଆଜିଠୁ ତିନିଦିନ ଧରି ସେବାୟତ ପରିବାର କରିବେ ଦର୍ଶନ ।”
ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ କ୍ରିକେଟରର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ହେଲେ ହାତକୁ ଦି’ ହାତ
କନକ ବ୍ୟୁରୋ : ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ହାତକୁ ଦି ହାତ ହୋଇଛନ୍ତି ଏହି ବୋଲର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଚହଲ । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । 22.12.20 We started at “Once Upon A Time” and found “Our Happily Ever After,”Continue reading “ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ କ୍ରିକେଟରର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ହେଲେ ହାତକୁ ଦି’ ହାତ “
ପରୀ ହତ୍ୟା ମାମଲା: ପୋଖରୀରୁ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସ ପରୀର କି ନୁହେଁ ପରୀକ୍ଷା ପରେ ଜଣାପଡିବ ।
କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ପୋଖରୀରୁ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସ ପରୀର କି ନୁହେଁ ପରୀକ୍ଷା ପରେ ଜଣାପଡିବ । ଲେଗିଙ୍ଗସ ଖୋଜିବା ପାଇଁ ପୋଖରୀରୁ ପାଣି ଶୁଖାଯାଇଥିଲା । ଏକ ପଲିଥିନରେ ଗୁଡା ହୋଇ ପୋଖରୀରେ ପଡିଥିବା ବେଳେ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସକୁ ଜବତ କଲା ଏସଆଇଟି ଟିମ୍ । ପରୀ ହତ୍ୟା ମାମଲାରେ ଏସଆଇଟି ଯଦୁପୁର ଗାଁରୁ ଅଭିଯୁକ୍ତ ସରୋଜକୁ ଗିରଫ କରିଛି । ଏହାସହ ତାକୁ କୋର୍ଟContinue reading “ପରୀ ହତ୍ୟା ମାମଲା: ପୋଖରୀରୁ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସ ପରୀର କି ନୁହେଁ ପରୀକ୍ଷା ପରେ ଜଣାପଡିବ ।”
ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହେଲେ ମୋଦୀ । ଉଦବୋଧନ ଦେଇ କହିଲେ, ଏଏମୟୁରେ ନଜର ଆସେ ମିନି ଇଣ୍ଡିଆ
କନକ ବ୍ୟୁରୋ : ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଏକ ସ୍ୱତନ୍ତ୍ର ଡାକ ଟିକଟ ଜାରି କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି ମୋଦୀ । ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଯାହା ବି ଦେଶରେ ଅଛି ତାହା ଉପରେ ସମସ୍ତ ନାଗରିକଙ୍କ ଅଧିକାର ରହିଛି । ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ହେଉଛି ମିନି ଇଣ୍ଡିଆ । ଯେଉଁଠାରେ ଉର୍ଦ୍ଦୁ, ହିନ୍ଦୀ, ଆରବୀContinue reading “ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହେଲେ ମୋଦୀ । ଉଦବୋଧନ ଦେଇ କହିଲେ, ଏଏମୟୁରେ ନଜର ଆସେ ମିନି ଇଣ୍ଡିଆ”