କନକ ବ୍ୟୁରୋ : ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ ପୁଣି ଥରେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ବ୍ରିଟେନରେ ଦେଖାଯାଉଥିବା କରୋନା ଭୂତାଣୁ ୭୦ ପ୍ରତିଶତ ବେଗରେ ବଢ଼ୁଛି । ତେବେ ଏହି ନୂଆ ଷ୍ଟ୍ରେନ ଦେଖାଦେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି ଯେ, କରୋନା ଟିକା ଭୂତାଣୁର ଏହି ନୂଆ ରୂପ ଉପରେ କେତେ ପ୍ରଭାବୀ ହେବ । ସିଏସଆଇଆର ଡିଜିଙ୍କ ସୂଚନା ଅନୁଯାୟୀ ନୂଆ ଷ୍ଟ୍ରେନରେContinue reading “କରୋନାର ନୂଆ ଷ୍ଟ୍ରେନ ବିରୋଧରେ କାମ କରିବ କି ନାହିଁ ଭ୍ୟାକସିନ । ବିଶେଷଜ୍ଞ କହିଲେ, ଫଳପ୍ରଦ ହେବ କୋଭିଡ ଟିକା”
Author Archives: Raghaba
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକାର ସାମରିକ ସମ୍ମାନ । ‘ଲେଜିଅନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କଲା ଆମେରିକା ।
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ବଡ ସମ୍ମାନ । ଆମେରିକାର ସମ୍ମାନ ‘ଲେଜିଅନ ଅଫ୍ ମେରିଟ୍’ରେ ସମ୍ମାନୀତ ହୋଇଛନ୍ତି ନରେନ୍ଦ୍ର ମୋଦୀ । ଭାରତ ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ ବିଶ୍ୱ ଶକ୍ତି ଭାବେ ଉଭା ହେବା ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି । ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂ ସନ୍ଧୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ସେହିପରିContinue reading “ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକାର ସାମରିକ ସମ୍ମାନ । ‘ଲେଜିଅନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କଲା ଆମେରିକା । “
ସାବଧାନ୍ ଫେସବୁକ ୟୁଜର୍ସ । ଆପଣଙ୍କ ଆକାଉଣ୍ଟ ହ୍ୟାକ୍ କରି ଆପଣଙ୍କ ବନ୍ଧୁମାନଙ୍କୁ ଟଙ୍କା ମାଗୁଛନ୍ତି ହ୍ୟାକର । ରାଜଧାନୀରୁ ଆସିଲା ଠକେଇର ବଡ଼ ଅଭିଯୋଗ ।
କନକ ବ୍ୟୁରୋ : ରାଜଧାନୀରେ ପୁଣି ସାଇବର ଠକେଇ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରର ଅଧ୍ୟାପକ ଅଜୟ କୁମାର ତ୍ରିପାଠୀ । ଅଜୟଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ହ୍ୟାକର ୧୫୦ଜଣ ଲୋକଙ୍କୁ ଫେସବୁକ ମେସେଞ୍ଜରରେ ଟଙ୍କା ମାଗିଛି । ଗୋଟିଏ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବରରେ ଗୁଗୁଲ ପେ ଏବଂ ଫୋନ ପେ ରେ ଟଙ୍କା ପଠାଇବା ପାଇଁ କହୁଥିଲା ହ୍ୟାକର । ତେବେ ଅଜୟଙ୍କ କିଛି ବନ୍ଧୁ ଏ ସମ୍ପର୍କରେ ତାଙ୍କୁ ପଚାରିବାContinue reading “ସାବଧାନ୍ ଫେସବୁକ ୟୁଜର୍ସ । ଆପଣଙ୍କ ଆକାଉଣ୍ଟ ହ୍ୟାକ୍ କରି ଆପଣଙ୍କ ବନ୍ଧୁମାନଙ୍କୁ ଟଙ୍କା ମାଗୁଛନ୍ତି ହ୍ୟାକର । ରାଜଧାନୀରୁ ଆସିଲା ଠକେଇର ବଡ଼ ଅଭିଯୋଗ ।”
ଦିଲ୍ଲୀରେ ୨୭ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ସୀମା ସିଲ୍ କଲା ଦିଲ୍ଲୀ ପୋଲିସ । ଚିଲ୍ଲା ବର୍ଡର ସମେତ ନୋଏଡା ଓ ଗାଜିଆବାଦରୁ ଦିଲ୍ଲୀକୁ ପ୍ରବେଶ ବନ୍ଦ
କନକ ବ୍ୟୁରୋ : ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକ ଆନ୍ଦୋଳନ ଜାରି ରହିଛି । ରାଜଧାନୀର ପ୍ରବେଶ ପଥରେ ଜଗି ରହିଛନ୍ତି ଚାଷୀ । ଚିଲ୍ଲା ବୋର୍ଡରେ ପ୍ରତିବାଦ ଯୋଗୁଁ ସୀମାକୁ ସିଲ୍ କରିଦିଆଯାଇଛି । ନୋଏଡା ଓ ଗାଜିଆବାଦରୁ ଦିଲ୍ଲୀକୁ ଯାତାୟତ ଉପରେ ମଧ୍ୟ ରୋକ ଲାଗିଛି । ୨୭ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । ହାଡଭଙ୍ଗା ଶୀତରେ ଚାଷୀମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଖୋଲା ଆକାଶ ତଳେ,Continue reading “ଦିଲ୍ଲୀରେ ୨୭ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ସୀମା ସିଲ୍ କଲା ଦିଲ୍ଲୀ ପୋଲିସ । ଚିଲ୍ଲା ବର୍ଡର ସମେତ ନୋଏଡା ଓ ଗାଜିଆବାଦରୁ ଦିଲ୍ଲୀକୁ ପ୍ରବେଶ ବନ୍ଦ”
ବିଳମ୍ବିତ ରାତି ଯାଏଁ ପାର୍ଟି କରିବା ପଡିଲା ମହଙ୍ଗା । ମୁମ୍ୱାଇରେ ଗିରଫ ହେଲେ କ୍ରିକେଟର ସୁରେଶ ରାଇନା ।
କନକ ବ୍ୟୁରୋ : କ୍ରିକେଟରଙ୍କୁ ମହଙ୍ଗା ପଡିଲା ବଲିଉଡ୍ ପ୍ରେମ । ମୁମ୍ୱାଇରେ କୋଭିଡ ନିୟମ ଉଲଂଘନ କରି ବଲିଉଡ୍ ସେଲିବ୍ରିଟିଙ୍କ ପାର୍ଟିରେ ରାତିରେ ଯୋଗ ଦେଇ ଗିରଫ ହୋଇଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା । ରାଇନାଙ୍କ ସହିତ ମୋଟ୍ ୩୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ୱାଇ ପୋଲିସ । ତେବେ ଗିରଫ ପରେ ଜାମିନରେ ମୁକୁଳିଛନ୍ତି ରାଇନା । କ୍ରିକେଟ ପଡିଆରୁ ବଲିଉଡ୍ ସେଲିବ୍ରିଟିଙ୍କ ସହ ଦୋସ୍ତି ଏମିତି ମହଙ୍ଗା ପଡିଯିବContinue reading “ବିଳମ୍ବିତ ରାତି ଯାଏଁ ପାର୍ଟି କରିବା ପଡିଲା ମହଙ୍ଗା । ମୁମ୍ୱାଇରେ ଗିରଫ ହେଲେ କ୍ରିକେଟର ସୁରେଶ ରାଇନା ।”
ଏଣିକି ମାତ୍ର ଶହେ ଟଙ୍କାରେ କରିପାରିବେ କରୋନା ଟେଷ୍ଟ । ଜାରି ହେଲା ସରକାରୀ ନିର୍ଦ୍ଦେଶନାମା । ଅଧିକ ଦାମ ଦାବି କଲେ, ଡିଏମଇଟିଙ୍କ ପାଖରେ କରିପାରିବେ ଅଭିଯୋଗ ।
କନକ ବ୍ୟୁରୋ : ଯଦି ଆପଣ ରାଜଧାନୀର କୌଣସି ଘରୋଇ ଅନୁଷ୍ଠାନରେ କରୋନା ପରୀକ୍ଷା କରିବାକୁ ଯାଉଛନ୍ତି ତେବେ ସତର୍କ ରୁହନ୍ତୁ । ହୁଏତ ଆପଣଙ୍କ ଅଜାଣତରେ ଏହି ସଂସ୍ଥା ଆପଣଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରିପାରେ । ଆରଟିପିସିଆର ଏବଂ ଆଂଟିଜେନ ଟେଷ୍ଟ ପାଇଁ ସରକାର ଗୋଟିଏ ଦର ନିର୍ଦ୍ଧାରଣ କରିଥିବା ବେଳେ ଏହି ଅନୁଷ୍ଠାନ ଗୁଡିକ ଅଧିକ ଟଙ୍କା ନେଉଥିବା କନକ ନ୍ୟୁଜ ଇନଭେଷ୍ଟିଗେସନରୁ ଜଣାପଡିଛି । ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇContinue reading “ଏଣିକି ମାତ୍ର ଶହେ ଟଙ୍କାରେ କରିପାରିବେ କରୋନା ଟେଷ୍ଟ । ଜାରି ହେଲା ସରକାରୀ ନିର୍ଦ୍ଦେଶନାମା । ଅଧିକ ଦାମ ଦାବି କଲେ, ଡିଏମଇଟିଙ୍କ ପାଖରେ କରିପାରିବେ ଅଭିଯୋଗ । “
ରାସ୍ତା ଉପରେ ଜଳିଗଲା କାର । ଜିଅନ୍ତା ଜଳିଗଲେ ୫ ଜଣ ଯାତ୍ରୀ । ମୃତକଙ୍କ ମଧ୍ୟରେ ରହିଛି ଜଣେ କୁନି ଛୁଆ
କନକ ବ୍ୟୁରୋ : ରାସ୍ତା ଉପରେ ଜଳିଗଲା ଯାତ୍ରୀବାହୀ କାର । ଜଳିଗଲେ ୫ଜଣ ଯାତ୍ରୀ । ଉତରପ୍ରଦେଶ ଆଗ୍ରାରେ ଏଭଳି ଏକ ଦୁଃଖ ଦାୟକ ଘଟଣା ଘଟିଛି । କେହି କିଛି ବୁଝିବା ଆଗରୁ ଉତର ପ୍ରଦେଶ ଆଗ୍ରାର ଯମୁନା ଏକ୍ସପ୍ରେସ ୱେ ଉପରେ ହାଠାତ୍ ଜଳି ଉଠିଥିଲା କାର । କାରରେ ଥିବା ଯାତ୍ରୀ ମାନେ ଅତି ଦୟନୀୟ ଅବସ୍ଥାରେ ଜିଅନ୍ତା ଜଳିଯାଇଥିଲେ । ଦେଖୁ ଦେଖୁ କାରରେ ଥିବା ୫ଜଣଙ୍କ ଜୀବନ ଚାଲିଯାଇଥିଲାContinue reading “ରାସ୍ତା ଉପରେ ଜଳିଗଲା କାର । ଜିଅନ୍ତା ଜଳିଗଲେ ୫ ଜଣ ଯାତ୍ରୀ । ମୃତକଙ୍କ ମଧ୍ୟରେ ରହିଛି ଜଣେ କୁନି ଛୁଆ”
ଜମ୍ମୁ କଶ୍ମୀର ଡିଡିସି ନିର୍ବାଚନ ଫଳାଫଳ ଉପରେ ରହିଛି ନଜର । ବିଜେପିକୁ ପଛରେ ପକାଇ ଆଗରେ ଗୁପକାର ମେଣ୍ଟ । ବିଜେପି ୭୩ ଓ ଗୁପକାର ମେଂଟ ୯୭ଟି ଆସନରେ ଆଗୁଆ
କନକ ବ୍ୟୁରୋ : ଜାମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦର ନିର୍ବାଚନୀ ଫଳାଫଳ ଆଜି ପ୍ରକାଶ ପାଇବ । ଜାରି ରହିଛି ଭୋଟ ଗଣତି । ୨୮୦ ସିଟରେ ୮ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ୨ହଜାର ୧୭୮ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଘାଟିରୁ ଧାରା ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରରେ ଏହା ପ୍ରଥମ ନିର୍ବାଚନ । ଯାହାକୁ ନେଇ ସମସ୍ତଙ୍କର ନଜର ରହିଛି । ବିଜେପି ଉପରେ ସମସ୍ତଙ୍କ ନଜରContinue reading “ଜମ୍ମୁ କଶ୍ମୀର ଡିଡିସି ନିର୍ବାଚନ ଫଳାଫଳ ଉପରେ ରହିଛି ନଜର । ବିଜେପିକୁ ପଛରେ ପକାଇ ଆଗରେ ଗୁପକାର ମେଣ୍ଟ । ବିଜେପି ୭୩ ଓ ଗୁପକାର ମେଂଟ ୯୭ଟି ଆସନରେ ଆଗୁଆ”
ପରୀ ହତ୍ୟା ମାମଲାରେ କାହିଁକି ସନ୍ଦେହ ଘେରକୁ ଆସିଲା ସୈତାନ ସରୋଜ ? ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଥିଲା ଅଭିଯୁକ୍ତର ମିଛ, ସବୁ ପ୍ରଶ୍ନର ଦେଇଥିଲା ମିଛ ଉତ୍ତର ।
କନକ ବ୍ୟୁରୋ : କାହିଁକି, ପରୀ ଘର ପାଖରେ ଥିବା, ସରୋଜ ସେଠୀ ଉପରେ ସନ୍ଦେହ କଲା ତଦନ୍ତକାରୀ ଟିମ୍ । ସେହି ଘର ପାଖରେ ଥାଇ ପାଂଚ ମାସ ହେଲା ଯାହାକୁ କେହି ଧରି ପାରି ନଥିଲେ ତାଉପରେ କାହିଁକି ଏସଆଇଟିର ତଦନ୍ତ ଘୁରି ବୁଲିଲା । ପରୀ ଘର ପାଖରେ ରହୁଥିବା ଏହି କଲେଜ ପଢୁଆ ଯୁବକ ସରୋଜ ସେଠୀକୁ ଦେଖିଲେ ଆପଣ ହୁଏତ କେବେ କଳ୍ପନା କରିପାରିବେ ନାହିଁ ଏହି ଚେହେରା ପଛରେContinue reading “ପରୀ ହତ୍ୟା ମାମଲାରେ କାହିଁକି ସନ୍ଦେହ ଘେରକୁ ଆସିଲା ସୈତାନ ସରୋଜ ? ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଥିଲା ଅଭିଯୁକ୍ତର ମିଛ, ସବୁ ପ୍ରଶ୍ନର ଦେଇଥିଲା ମିଛ ଉତ୍ତର ।”
ଆଶଙ୍କା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ । ଭୂତାଣୁର ନୂଆ ସ୍ୱରୁପ ଭିତରେ ବ୍ରିଟେନରୁ ସ୍ୱଦେଶ ଫେରିଲେ ଭାରତୀୟ, ଏକାଧିକ ଯାତ୍ରୀ କରୋନା ପଜିଟିଭ୍ ।
କନକ ବ୍ୟୁରୋ : ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଦେଖା ଦେଇଥିବାବେଳେ ଭାରତକୁ ଲଣ୍ଡନରୁ ଫେରିଛନ୍ତି କିଛି ଯାତ୍ରୀ । ସେମାନଙ୍କ ମଧ୍ୟରୁ କେତେ ଜଣ କରୋନା ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଦେହରେ କରୋନାର କେଉଁ ଷ୍ଟ୍ରେନ ରହିଛି ତାହା ଜଣାପଡିନାହିଁ । ଏସବୁକୁ ଦୃଷ୍ଟିରେ ରଖି ସତର୍କ ହୋଇ ଯାଇଛନ୍ତି ଭାରତ ସରକାର । କରୋନାର ନୂଆ ଷ୍ଟ୍ରେନର ଭୟ ଭିତରେ ବ୍ରିଟେନରୁ ଭାରତ ଫେରିଛନ୍ତିContinue reading “ଆଶଙ୍କା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ । ଭୂତାଣୁର ନୂଆ ସ୍ୱରୁପ ଭିତରେ ବ୍ରିଟେନରୁ ସ୍ୱଦେଶ ଫେରିଲେ ଭାରତୀୟ, ଏକାଧିକ ଯାତ୍ରୀ କରୋନା ପଜିଟିଭ୍ ।”