ନେପାଳରେ ରାଜନୈତିକ ସଂକଟ ଗମ୍ଭୀର । ପ୍ରଧାନମନ୍ତ୍ରୀ ଓଲି ଭାଙ୍ଗିଦେଲେ ସଂସଦ । ଏପ୍ରିଲ ୩୦ ପରେ ହୋଇପାରେ ନିର୍ବାଚନ

କନକ ବ୍ୟୁରୋ : ନେପାଳ ରାଜନୀତି ଏବେ ସରଗରମ ହେଉଥିବା ଦେଖିବାକୁ ମିଳିଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ସରକାରରେ ପ୍ରଧାନମନ୍ତ୍ରୀ ଥିବା କେ.ପି ଶର୍ମା ଓଲି ସଂସଦ ଭଙ୍ଗ ନେଇ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ କରିଥିବା ସୁପାରିଶକୁ ସେ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି । ସଂସଦ ଭଙ୍ଗ ପରେ ଆସନ୍ତା ବର୍ଷ ଏପ୍ରିଲ ୩୦ ରୁ ମେ ମାସ ୧୦ ତାରିଖ ମଧ୍ୟରେ ନେପାଳରେ ପୁଣି ନିର୍ବାଚନ ହେବ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟContinue reading “ନେପାଳରେ ରାଜନୈତିକ ସଂକଟ ଗମ୍ଭୀର । ପ୍ରଧାନମନ୍ତ୍ରୀ ଓଲି ଭାଙ୍ଗିଦେଲେ ସଂସଦ । ଏପ୍ରିଲ ୩୦ ପରେ ହୋଇପାରେ ନିର୍ବାଚନ”

ରାଉରକେଲାରେ ଅଘଟଣ । ଗାଧୋଇବା ବେଳେ ବୁଡିଗଲେ ୩ ସାଙ୍ଗ । ୨ ମୃତ, ଜଣେ ନିଖୋଜ

କନକ ବ୍ୟୁରୋ : ଗାଧୋଇବା ବେଳେ ବୁଡିଗଲେ ୩ ସାଙ୍ଗ । ରାଉରକେଲା କୋଏଲ ନଦୀରେ ଜମସରା ଘାଟିରେ ଘଟିଛି ଏଭଳି ଅଘଟଣ । ବଣଭୋଜି କରିବାକୁ ଯାଇଥିବା ବେଳେ ୩ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ବୁଡିଯିବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଯାଏଁ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଯାଏ ଜଣଙ୍କର ପତ୍ତା ମିଳିନି । ୩Continue reading “ରାଉରକେଲାରେ ଅଘଟଣ । ଗାଧୋଇବା ବେଳେ ବୁଡିଗଲେ ୩ ସାଙ୍ଗ । ୨ ମୃତ, ଜଣେ ନିଖୋଜ”

ବଣଭୋଜି କରିବାକୁ ଆସି ନଦୀରେ ବୁଡିଗଲେ ୩ ସାଙ୍ଗ । ଜଣଙ୍କର ମୃତ ଦେହ ଉଦ୍ଧାର । ଅନ୍ୟ ୨ ଜଣଙ୍କୁ ଖୋଜୁଛି ଅଗ୍ନିଶମ ବିଭାଗ

କନକ ବ୍ୟୁରୋ : ରାଉରକେଲା ଜମସେରା ଅଞ୍ଚଳରେ ଭୋଜି କରିବାକୁ ଆସି ୩ ଜଣ ସାଙ୍ଗ ନଦୀରେ ଗାଧୋଉଥିବା ବେଳେ ବୁଡିଯାଇଥିଲେ। ଏହାକୁ ନେଇ ଅନ୍ୟ ସାଙ୍ଗମାନେ ଅଗ୍ନିସମ ବାହିନୀକୁ ସୂଚନା ଦେବା ପରେ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଂଚି ଅନେକ ଖୋଜା ଖୋଳି କରିବା ପରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ୨ ଜଣ ଏବେ ବି ନିଖୋଜ ଅଛନ୍ତି । ସୂଚନା ମୁତାବକ ରାଉରକେଲାର ଜମସେରା ଦେଇ ପ୍ରବାହିତ ହେଉଥିବାContinue reading “ବଣଭୋଜି କରିବାକୁ ଆସି ନଦୀରେ ବୁଡିଗଲେ ୩ ସାଙ୍ଗ । ଜଣଙ୍କର ମୃତ ଦେହ ଉଦ୍ଧାର । ଅନ୍ୟ ୨ ଜଣଙ୍କୁ ଖୋଜୁଛି ଅଗ୍ନିଶମ ବିଭାଗ”

ନିରବ ମୋଦିର ଭାଇ ନାମରେ ଆମେରିକାରେ ରୁଜୁ ହେଲା ମାମଲା । ହୀରା କମ୍ପାନୀରୁ ୧୯ କୋଟି ଟଙ୍କା ଚୋରୀ ଅଭିଯୋଗ

କନକ ବ୍ୟୁରୋ : ପଳାତକ ହୀରା ବେପାରୀ ନିରବ ମୋଦିର ଭାଇ ନେହଲ ମୋଦିଙ୍କ ଆସିଛି ସାଂଘାତିକ ଅଭିଯୋଗ । ନେହଲ ମୋଦି ଦୁନିଆର ବଡ ହୀରା କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ କମ୍ପାନୀରୁ ବହୁମୁଖୀ ଯୋଜନା ନାମରେ ୧୯ କୋଟି ଟଙ୍କା ଚୋରୀ କରିଥିବା ଅଭିଯୋଗ ହୋଇଛି । ଅସଲରେ ନେହଲ ମୋଦି ଉପରେ ଆମେରିକାର ମେନହାଟନ ଠାରେ ଥିବା ଏକ ହୀରା ହୋଲସେଲିଂ କମ୍ପାନୀ ୨.୬ ମିଲିୟନ ଡଲାର (୧୯ କୋଟି ଟଙ୍କା) ରContinue reading “ନିରବ ମୋଦିର ଭାଇ ନାମରେ ଆମେରିକାରେ ରୁଜୁ ହେଲା ମାମଲା । ହୀରା କମ୍ପାନୀରୁ ୧୯ କୋଟି ଟଙ୍କା ଚୋରୀ ଅଭିଯୋଗ”

ସ୍କାଏ କିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ ଜେରା ବେଳେ ମିଳିଛି ତଥ୍ୟ: ଖୁବ୍ ଶୀଘ୍ର ତଦନ୍ତ ନିର୍ଣ୍ଣାୟକ ମୋଡରେ ପହଞ୍ଚିବ ବୋଲି ଡିସିପିଙ୍କ ସୂଚନା

କନକ ବ୍ୟୁରୋ: ସ୍କାଏ କିଙ୍ଗ ଟଙ୍କା ଜାଲିଆତି ଘଟଣାରେ ୪ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ପଚରାଉଚରା କରିଛି କମିନରେଟ ପୁଲିସ ଆଜି ରିମାଣ୍ଡର ଶେଷ ଦିନ । ରିମାଣ୍ଡ ସରିବା ପରେ ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ । ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା , ସେ ନେଇ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ଆକାଶଙ୍କୁ ରିମାଣ୍ଡରେ ନେଇଥିଲେ । ଯେଉଁ ଉଦେଶ୍ୟରେ ଆକାଶକୁ ନେଇଥିଲେ ତାହା ବହୁContinue reading “ସ୍କାଏ କିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ ଜେରା ବେଳେ ମିଳିଛି ତଥ୍ୟ: ଖୁବ୍ ଶୀଘ୍ର ତଦନ୍ତ ନିର୍ଣ୍ଣାୟକ ମୋଡରେ ପହଞ୍ଚିବ ବୋଲି ଡିସିପିଙ୍କ ସୂଚନା”

ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା: ଭୁବନେଶ୍ୱରରୁ ନୟାଗଡ ଯଦୁପୁରକୁ ପଦଯାତ୍ରା କରୁଛି ଦଳ; ମନ୍ତ୍ରୀ ଅରୁଣ ସାହୁଙ୍କୁ ବରଖାସ୍ତ ଓ ସିବିଆଇ ତଦନ୍ତ ଦାବି

କନକ ବ୍ୟୁରୋ: ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା । ଭୁବନେଶ୍ୱରରୁ ନୟାଗଡ ଯଦୁପୁୁରକୁ ବିଜେପିର ଏହି  ପଦଯାତ୍ରା ବାହାରିଛି । ବିଜେପି ପକ୍ଷରୁ ୫ ଦିନ ଧରି ଆଜିଠାରୁ ଆସନ୍ତା ୨୪ ତାରିଖ ଯାଏଁ ଏହି ପଦଯାତ୍ରା ଚାଲିବ । ଆଜି ଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ପଦଯାତ୍ରା ଯାଆଁଳା ପହଚିଂବ । ୨୧ରେ ଯାଆଁଳାରୁ ସାରୁଅ, ୨୨ରେ ସାରୁଅରୁ ପିଚୁକାଳି, ୨୩ରେ ପିଚୁକୁଳିରୁ ଇଟାମାଟି, ୨୪ରେ ଇଟାମାଟିରୁ ଯଦୁପୁର ପହଚିଂବ ପଦଯାତ୍ରା । ୨୪ ତାରିଖରେContinue reading “ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା: ଭୁବନେଶ୍ୱରରୁ ନୟାଗଡ ଯଦୁପୁରକୁ ପଦଯାତ୍ରା କରୁଛି ଦଳ; ମନ୍ତ୍ରୀ ଅରୁଣ ସାହୁଙ୍କୁ ବରଖାସ୍ତ ଓ ସିବିଆଇ ତଦନ୍ତ ଦାବି”

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବରେ କେନ୍ଦ୍ରକୁ ଟାର୍ଗେଟ: ଦଳ କହିଲା, କେନ୍ଦ୍ରର ଅବହେଳା..ରାଜ୍ୟର ବିକାଶ ଦିଗରେ ବାଧକ

କନକ ବ୍ୟୁରୋ : ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଚାଲିଛି । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଛି । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବରେ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି । ଦଳ କହିଛି କେନ୍ଦ୍ରର ଅବହେଳା, ରାଜ୍ୟର ବିକାଶ ଦିଗରେ ବାଧକ । ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଜାରି ରହିବ ଲଢେଇ । ସେହିପରି କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେContinue reading “ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବରେ କେନ୍ଦ୍ରକୁ ଟାର୍ଗେଟ: ଦଳ କହିଲା, କେନ୍ଦ୍ରର ଅବହେଳା..ରାଜ୍ୟର ବିକାଶ ଦିଗରେ ବାଧକ”

କରୋନାର ନୂଆ ପ୍ରକାରକୁ ନେଇ ବ୍ରିଟେନରେ ବଢିଲା ଆଶଙ୍କା । ଡିସେମ୍ବର ୩୦ ଯାଏ ସରକାର ଜାରି କଲେ ଲକଡାଉନ୍ । ଖ୍ରୀଷ୍ଟମାସ ପାଳନରେ ଲାଗିଲା ପ୍ରତିବନ୍ଧକ

କନକ ବ୍ୟୁରୋ : କରୋନାର କେତେ ରୂପ ଓ କେତେ ପ୍ରକାର । ଆମେ ସାଧାରଣତ ଭାବେ କରୋନାକୁ ଏଭ ଭୂତାଣୁ ଜନିତ ବାୟୁ ବାହକ ରୋଗ । ହେଲେ ବିଶ୍ୱରେ କରୋନା ରୋଗ ଯେତେ ପୁରୁଣା ହେଉଛି ତ ସେତେବେଳେ କରୋନାର ବିଭିନ୍ନ ରୂପ ବା ପ୍ରକାର ଆବିସ୍କାର କରୁଛନ୍ତି ବୈଜ୍ଞାନିକ ମାନେ । ଏବେ ଏଣ୍ଡନ ଓ ଏହାର ଆଖ ପାଖ ଆଞ୍ଚଳରେ ଏକ ନୂଆ ପ୍ରକାର ଭେଦର କରୋନା ଦ୍ରୁତ ଗତିରେ ବ୍ୟାପୁContinue reading “କରୋନାର ନୂଆ ପ୍ରକାରକୁ ନେଇ ବ୍ରିଟେନରେ ବଢିଲା ଆଶଙ୍କା । ଡିସେମ୍ବର ୩୦ ଯାଏ ସରକାର ଜାରି କଲେ ଲକଡାଉନ୍ । ଖ୍ରୀଷ୍ଟମାସ ପାଳନରେ ଲାଗିଲା ପ୍ରତିବନ୍ଧକ”

ଆଜି କେନ୍ଦ୍ରମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ । ବୀରଭୂମରେ ରବୀନ୍ଦ୍ର ନାଥ ଟେଗୋରଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଶାନ୍ତି ନିକେତନରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ହେଲେ ସାମିଲ

କନକ ବ୍ୟୁରୋ : ବିହାର ପରେ ଏବେ ଶାହାଙ୍କ ମିଶନ ବଙ୍ଗଳା । ଦିଦିଙ୍କ ହାତରୁ ଛଡାଇ ନେବେ କ୍ଷମତା । ବଙ୍ଗଳାବାସୀଙ୍କୁ ଉପହାର ଦେବେ ସୁନାର ବାଙ୍ଗଲା । ଏମିତି କିଛି ସ୍ୱପ୍ନ ଦେଖାଇ ବିଜେପି ଆରମ୍ଭ କରିଛି ମିଶନ ବାଙ୍ଗଲା କାର୍ଯ୍ୟକ୍ରମ । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଏହି ଗସ୍ତର ଦ୍ୱିତୀୟ ଦିନରେ ସେ ଆଜି ବୀରଭୁମ୍Continue reading “ଆଜି କେନ୍ଦ୍ରମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ । ବୀରଭୂମରେ ରବୀନ୍ଦ୍ର ନାଥ ଟେଗୋରଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଶାନ୍ତି ନିକେତନରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ହେଲେ ସାମିଲ”

ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ: ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷାଙ୍କ ଏତଲା ଭିତରେ ନିଜଆଡୁ ମାମଲା ରୁଜୁ କଲା ପୁରୀଘାଟ ଥାନା ପୋଲିସ

କନକ ବ୍ୟୁରୋ : ଓଲିଉଡ ସୁପରଷ୍ଟାର ତଥା ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା । ପୁରୀ ଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ବର୍ଷା ପ୍ରିୟଦର୍ଶନୀଙ୍କ ଏତଲା ଆଧାରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୁଲିସ । ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଏତଲା କରିଥିଲେ । ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଅନୁଭବ ଓ ତାଙ୍କContinue reading “ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ: ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷାଙ୍କ ଏତଲା ଭିତରେ ନିଜଆଡୁ ମାମଲା ରୁଜୁ କଲା ପୁରୀଘାଟ ଥାନା ପୋଲିସ”

Design a site like this with WordPress.com
Get started