୬ଟି ପ୍ରୋକଲିନ୍ ମେସିନକୁ ଜାଳିଦେଲେ ଦୁର୍ବୃତ୍ତ । ବିସ୍ଥାପିତଙ୍କ ପାଇଁ ତିଆରି ହେଉଥିବା ଟାଉନସିପ୍ ସ୍ଥଳରେ ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ।

କନକ ବ୍ୟୁରୋ : କାମାକ୍ଷନଗର ଅଁଳାବେରେଣୀଠାରେ ଓଟିପିସିଏଲ୍ ବିସ୍ଥାପିତଙ୍କ ପାଇଁ ତିଆରି ହେଉଥିବା ଟାଉନ୍ସିପ୍ ଆବାସ ସ୍ଥଳରେ ବଡ଼ଧରଣର ଅଗ୍ନିକାଣ୍ଡ । ଦୁର୍ବୃତ୍ତମାନେ ଜାଳି ଦେଇଥିବା ମାଟି ଖୋଳାରେ ବ୍ୟବହାର ହେଉଥିବା ଏକ୍ଜାଭେଟର ମେସନ୍ । ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଘଟଣା ଘଟିଛି । କାମରେ ଲାଗିଥିବାରେ ୧୧ଟି ମେସିନ୍ରୁ ୬ଟି ସଂପୂର୍ଣ୍ଣ ପୋଡିଯାଇଛି । ପ୍ରାୟ ୪ଟା କୌଣସି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରୁଛନ୍ତି ସେଠି କାମ କରୁଥିବା କର୍ମଚାରୀContinue reading “୬ଟି ପ୍ରୋକଲିନ୍ ମେସିନକୁ ଜାଳିଦେଲେ ଦୁର୍ବୃତ୍ତ । ବିସ୍ଥାପିତଙ୍କ ପାଇଁ ତିଆରି ହେଉଥିବା ଟାଉନସିପ୍ ସ୍ଥଳରେ ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ।”

ଝିଅକୁ ଅପହରଣ କରି ଜେଲ ଗଲା ବାପା: ଅନ୍ୟ ଜଣେ ଅଭିଯୁକ୍ତ ଗିରଫ…ବାଇକ୍ ଜବତ

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରୁ ଶିଶୁ ନିଖୋଜ କିମ୍ବା ଅପହରଣ ଘଟଣା ସାମ୍ନାକୁ ଆସୁଛି । ଏପରିସ୍ଥଳରେ ପୋଲିସର ଭୂମିକାକୁ ନେଇ ସନ୍ଦେହ କରାଯାଉଛି । ହେଲେ ନିଜ ଝିଅର ଅପହରଣ ନାଟକ କରି, ବାପା ଜେଲ ଯିବା ଘଟଣା ଏବେ ରାୟଗଡାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ୩ ବର୍ଷ ଝିଅର ଅପହରଣ ନାଟକ କରିବା ଅଭିଯୋଗରେ ଏହି ବ୍ୟକ୍ତି ଦୋରା କଣ୍ଡାଗରୀକୁ ଗିରଫ କରିଛି ରାୟଗଡା ଟାଉନ ଥାନା ପୋଲିସ ।Continue reading “ଝିଅକୁ ଅପହରଣ କରି ଜେଲ ଗଲା ବାପା: ଅନ୍ୟ ଜଣେ ଅଭିଯୁକ୍ତ ଗିରଫ…ବାଇକ୍ ଜବତ”

ପୁଣି ଥରାଇବ ଥଣ୍ଡା ! ଜାନୁଆରୀରୁ ବଢିବ ଶୀତର ପ୍ରକୋପ: ୪୮ ଘଂଟା ଭିତରେ ସାରା ରାଜ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

କନକ ବ୍ୟୁରୋ: ବଢ଼ିବ ଶୀତ । ଜାନୁଆରୀ ପହିଲାରୁ ରାଜ୍ୟରେ ଶୀତ ଅନୁଭବ ହେବ । ସ୍ୱାଭାବିକ ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟକୁ ଉତର ଓ ଉତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବା ଆରମ୍ଭ ହୋଇଛି । ଫଳରେ ଉତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ପ୍ରକୋପ ବଢ଼ିଛି । ଅପରପକ୍ଷେContinue reading “ପୁଣି ଥରାଇବ ଥଣ୍ଡା ! ଜାନୁଆରୀରୁ ବଢିବ ଶୀତର ପ୍ରକୋପ: ୪୮ ଘଂଟା ଭିତରେ ସାରା ରାଜ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା”

ଆଉ ଏକ ବଡ ବ୍ୟାଙ୍କ ଠକେଇ: କନସୋର୍ଟିୟମ ବ୍ୟାଙ୍କରୁ ୭ ହଜାର ୯୨୬ କୋଟି ଟଙ୍କାର ଠକେଇ; ହାଇଦ୍ରାବାଦ୍ ଭିତ୍ତିକ ଟ୍ରାନ୍ସଷ୍ଟ୍ରଏ ଇଣ୍ଡିଆ ଲିଃ କଂପାନୀ ଠକେଇ କରିଥିବା ସାମ୍ନାକୁ ଆସିଲା ତଥ୍ୟ

କନକ ବ୍ୟୁରୋ: ବ୍ୟାଙ୍କ ଗୁଡିକରେ ଠକେଇ ବଢିବାରେ ଲାଗିଛି । ନୀରବ ମୋଦି ଓ ମେହୁଲ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଠକିନେବା ଭଳି ଆଉଏକ ବଡ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି । ହାଇଦ୍ରାବାଦ ଭିତିକ ଟ୍ରାନ୍ସଷ୍ଟ୍ରଏ ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନି କନସୋର୍ଟିୟମ ବ୍ୟାଙ୍କକୁ ୭ ହଜାର ୯୨୬ କୋଟି ଟଙ୍କା ଠକିଥିବା ଅଭିଯୋଗ ଆସିଛି । ତେଣୁ ଏହି କମ୍ପାନି ବିରୋଧରେ ଶୁକ୍ରବାର ମାମଲା ରୁଜୁ କରିଛିContinue reading “ଆଉ ଏକ ବଡ ବ୍ୟାଙ୍କ ଠକେଇ: କନସୋର୍ଟିୟମ ବ୍ୟାଙ୍କରୁ ୭ ହଜାର ୯୨୬ କୋଟି ଟଙ୍କାର ଠକେଇ; ହାଇଦ୍ରାବାଦ୍ ଭିତ୍ତିକ ଟ୍ରାନ୍ସଷ୍ଟ୍ରଏ ଇଣ୍ଡିଆ ଲିଃ କଂପାନୀ ଠକେଇ କରିଥିବା ସାମ୍ନାକୁ ଆସିଲା ତଥ୍ୟ”

ପୁରୀଘାଟ ଥାନାରେ ବର୍ଷାଙ୍କ ଏତଲା : ଭାଇରାଲ ଭିଡିଓ ପ୍ରସଙ୍ଗକୁ ନେଇ ଥାନାରେ ଦେଲେ ଏତଲା; ଭିଡିଓ ଯୋଗୁଁ ସମ୍ମାନରେ ଆଞ୍ଚ ଆସିଥିବା ଅଭିଯୋଗ

କନକ ବ୍ୟୁରୋ : ଥମିବାର ନା ନେଉନି ବର୍ଷା-ଅନୁଭବ ବିବାଦ । ଆଜି ପୁଣି କଟକ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଦେଇଥିବା ସାମ୍ନାକୁ ଆସିଛି । ଦୁଇ ଦିନ ତଳେ ଭାଇରାଲ ହୋଇଥିବା ଭିଡିଓ ପ୍ରସଙ୍ଗକୁ ନେଇ ଥାନାରେ ଏତଲା ଦେଇଛନ୍ତି । ଭିଡିଓ ଯୋଗୁଁ ସମ୍ମାନରେ ଆଞ୍ଚ ଆସିଥିବା ସେ ଅଭିଯୋଗ କରିଛନ୍ତି । ବିଳମ୍ବିତ ରାତିରେ ବର୍ଷା ଏତଲା ଦେଇଥିବା ସୂଚନା ମିଳିଛି । ବର୍ଷାଙ୍କ ବେଡ୍‌ରୁମ୍‌ ପାଖରେ ଉଭୟଙ୍କ ମଧ୍ୟରେContinue reading “ପୁରୀଘାଟ ଥାନାରେ ବର୍ଷାଙ୍କ ଏତଲା : ଭାଇରାଲ ଭିଡିଓ ପ୍ରସଙ୍ଗକୁ ନେଇ ଥାନାରେ ଦେଲେ ଏତଲା; ଭିଡିଓ ଯୋଗୁଁ ସମ୍ମାନରେ ଆଞ୍ଚ ଆସିଥିବା ଅଭିଯୋଗ”

ଭକ୍ତଙ୍କ ପାଇଁ ଖୋଲୁଛି ମନ୍ଦିର: ଡିସେମ୍ବର ୨୩ରେ ଖୋଲିବ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ, କାଳିଆ ଦର୍ଶନ ପାଇଁ ଦିଆଯିବ ଚିରିକୁଟି; ଏପଟେ ୩ରେ ସମଲେଶ୍ୱର ମନ୍ଦିର ସମେତ ଖୋଲିବ ରାଜଧାନୀର ସବୁ ମନ୍ଦିର

କନକ ବ୍ୟୁରୋ: ଧର୍ମାନୁଷ୍ଠାନ ଖୋଲିବା ନେଇ ଏକ ବଡ ନିଷ୍ପତି ନେଇଛି ପ୍ରଶାସନ । ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ସ୍ଥାନୀୟ ଧର୍ମାନୁଷ୍ଠାନ ଖୋଲିବା ନେଇ ଏକ ବଡ ଘୋଷଣା କରିଛନ୍ତି । ଡିସେମ୍ବର ୨୩ରୁ ପୁରୀରେ ଖୋଲିବ ସମସ୍ତ ମନ୍ଦିର । ଶ୍ରୀମନ୍ଦିର ସମେତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । କୋଭିଡContinue reading “ଭକ୍ତଙ୍କ ପାଇଁ ଖୋଲୁଛି ମନ୍ଦିର: ଡିସେମ୍ବର ୨୩ରେ ଖୋଲିବ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ, କାଳିଆ ଦର୍ଶନ ପାଇଁ ଦିଆଯିବ ଚିରିକୁଟି; ଏପଟେ ୩ରେ ସମଲେଶ୍ୱର ମନ୍ଦିର ସମେତ ଖୋଲିବ ରାଜଧାନୀର ସବୁ ମନ୍ଦିର”

ଆଜି ସୋନିଆ ଡାକିଛନ୍ତି କଂଗ୍ରେସର ବୈଠକ: ୧୦ ଜନପଥରେ ସାମିଲ ହେବେ ଦଳର ୨୩ ତୁଙ୍ଗ ନେତା; ଆଗାମୀ ବିଧାନସଭା ନିର୍ବାଚନ ଓ ଦଳର ନେତୃତ୍ୱ ସମ୍ପର୍କରେ ହେବ ମାନସ ମନ୍ଥନ

କନକ ବ୍ୟୁରୋ: ଆଜି ବସିବ କଂଗ୍ରେସର ସାଂଗଠନିକ ବୈଠକ । ସୋନିଆଙ୍କ ନେତୃତ୍ୱରେ ହେଉଥିବା ବୈଠକକୁ ଦଳର ସମସ୍ତ ତୁଙ୍ଗ ନେତାଙ୍କୁ ଡାକରା ମିଳିଛି । କୁହାଯାଉଛି ଏହି ବୈଠକରେ ଦଳର ଆଗାମୀ ସଭାପତି କିଏ ହେବ ସେନେଇ ଚର୍ଚା ହେବ । ଏବେ ସୋନିଆଙ୍କ ହାତରେ ରହିଛି ଦଳର ନେତୃତ୍ୱ । ପୁଣି ଥରେ ରାହୁଲଙ୍କ ହାତକୁ କମାଣ ଦେବାକୁ ଦଳର ଅନେକ ନେତା ଯୁକ୍ତି ବାଢିଥିବାରୁ ଆଶା କରାଯାଉଛି ଆଜିର ବୈଠକରେ ଏହା ଉପରେContinue reading “ଆଜି ସୋନିଆ ଡାକିଛନ୍ତି କଂଗ୍ରେସର ବୈଠକ: ୧୦ ଜନପଥରେ ସାମିଲ ହେବେ ଦଳର ୨୩ ତୁଙ୍ଗ ନେତା; ଆଗାମୀ ବିଧାନସଭା ନିର୍ବାଚନ ଓ ଦଳର ନେତୃତ୍ୱ ସମ୍ପର୍କରେ ହେବ ମାନସ ମନ୍ଥନ”

ପହିଲାରୁ ରାଜ୍ୟରେ ବଢ଼ିବ ଶୀତ : ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ; ଆସନ୍ତା ୪୮ ଘଂଟା ଭିତରେ ସାରା ରାଜ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

କନକ ବ୍ୟୁରୋ : ଜାନୁଆରି ପହିଲାରୁ ରାଜ୍ୟ‌ରେ ପ୍ରବଳ ଶୀତ ଅନୁଭବ ହେବ । ସ୍ବାଭାବିକ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । କେନ୍ଦ୍ରର ସୂଚନାନୁଯାୟୀ, ଆଜିଠାରୁ ରାଜ୍ୟକୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବା ଆରମ୍ଭ ହୋଇଛି । ଫଳରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ପ୍ରକୋପ ବଢ଼ିଛି । ଅପରପକ୍ଷେ ଆସନ୍ତା ୪୮ଘଣ୍ଟାContinue reading “ପହିଲାରୁ ରାଜ୍ୟରେ ବଢ଼ିବ ଶୀତ : ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ; ଆସନ୍ତା ୪୮ ଘଂଟା ଭିତରେ ସାରା ରାଜ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା”

ଆନ୍ଧ୍ରର ଦୋମୁହାଁ ନୀତି: କୋରାପୁଟ ସୀମାରେ ବିବାଦର ସମାଧାନ ପାଇଁ ଏପଟେ ଚାଲିଛି ଆଲୋଚନା; ସେପଟେ ଏକପାଖିଆ ଭାବେ ସମ୍ବାଇ ନିକଟରେ ତିଆରି କରୁଛି ପିଚୁ ରାସ୍ତା

କନକ ବ୍ୟୁରୋ: ଲଦାଖ ସୀମାରେ ଚୀନର ଦୋମୁହାଁ ନୀତି ପରି, କୋରାପୁଟ ସୀମାରେ ଚାଲ ଖେଳୁଛି ଆନ୍ଧ୍ରପ୍ରଦେଶ । ସୀମା ବିବାଦର ସମାଧାନ ପାଇଁ ଏପଟେ ଆଲୋଚନା ଜାରି ରଖିଛି । ସେପଟେ ନିଜର ବିସ୍ତାରବାଦୀ ନୀତି ଛାଡୁନାହିଁ ଆନ୍ଧ୍ର । କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ସମ୍ବାଇ ନିକଟରେ ଏକ ପିଚୁ ରାସ୍ତା ନିର୍ମାଣ କରିଛନ୍ତି ଆନ୍ଧ୍ର ସରକାର । ଯାହାକୁ ନେଇ ଓଡିଶା ସୀମାନ୍ତବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ କୋରାପୁଟContinue reading “ଆନ୍ଧ୍ରର ଦୋମୁହାଁ ନୀତି: କୋରାପୁଟ ସୀମାରେ ବିବାଦର ସମାଧାନ ପାଇଁ ଏପଟେ ଚାଲିଛି ଆଲୋଚନା; ସେପଟେ ଏକପାଖିଆ ଭାବେ ସମ୍ବାଇ ନିକଟରେ ତିଆରି କରୁଛି ପିଚୁ ରାସ୍ତା”

ମହିଳାଙ୍କୁ ଅସଦାଚରଣ ନେଇ ଆସିଲା ସାଂଘାତିକ ତଥ୍ୟ: ଲକଡାଉନରେ ରାଜ୍ୟରେ ବଢିଛି ଦୁଷ୍କର୍ମ; ଜାନୁଆରୀରୁ ଜୁନ୍ ମଧ୍ୟରେ ୧୨ଶହ ୧୩ ଦୁଷ୍କର୍ମ ମାମଲା

କନକ ବ୍ୟୁରୋ: ଲକଡାଉନରେ ରାଜ୍ୟରେ ବଢିଛି ଦୁଷ୍କର୍ମ ମାମଲା । ଗତବର୍ଷ ତୁଳନାରେ ଚଳିତବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ଅଧିକ ଦୁଷ୍କର୍ମ ମାମଲା ହୋଇଛି । ଏହି ସମୟରେ ଚୋରି ଓ ସିନ୍ଧିଚୋରି ମଧ୍ୟ ବଢିଛି । ହେଲେ ହତ୍ୟା ଓ ଡକାୟତି ଭଳି ସଂଗୀନ ଅପରାଧ କମିଛି । ବିଶେଷଜ୍ଞଙ୍କ ମତରେ ଲକଡାଉନରେ ଲୋକେ ଏକାନ୍ତରେ ରହୁଥିବାରୁ ମହିଳାଙ୍କ ପ୍ରତି ଦୁଷ୍କର୍ମ ଭଳି ମାମଲା ଅଧିକ ବଢିଛି । ସେହିପରି ଲୋକଙ୍କ ଚଳପ୍ରଚଳ ଉପରେ ଶକ୍ତContinue reading “ମହିଳାଙ୍କୁ ଅସଦାଚରଣ ନେଇ ଆସିଲା ସାଂଘାତିକ ତଥ୍ୟ: ଲକଡାଉନରେ ରାଜ୍ୟରେ ବଢିଛି ଦୁଷ୍କର୍ମ; ଜାନୁଆରୀରୁ ଜୁନ୍ ମଧ୍ୟରେ ୧୨ଶହ ୧୩ ଦୁଷ୍କର୍ମ ମାମଲା”

Design a site like this with WordPress.com
Get started