ରାଜ୍ୟରେ ଜୋରଦାର ଚାଲିଛି ନକଲି ନୋଟ୍ କାରବାର : ଜବତ ହେଲା ୮୫ ହଜାର ଟଙ୍କାର ଜାଲ ନୋଟ୍, ୨ ଗିରଫ

କନକ ବ୍ୟୁରୋ : ବାରିପଦା ଟାଉନ ଥାନା ପୋଲିସ ବିପୁଳ ପରିମାଣର ନକଲି ନୋଟ ଜବତ କରିଛି । ଏହାସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୮୫ହଜାର ଟଙ୍କାର ନକଲି ନୋଟ ଜବତ କରିବା ସହ ୨ଟି ମୋବାଇଲ ଫୋନ ଓ ଗୋଟିଏ ବାଇକ ଜବତ କରାଯାଇଛି । ଗିରଫ ଦୁଇ ଜଣ ରାସବିହାରୀ ରଣା ଓ ରାଖହରୀ ରଣା, ଝାଡଖଣ୍ଡ ବହୋଡାଗୁଡା ଅଂଚଳର ବୋଲି ଜଣାପଡିଛି । ବାରିପଦା ଟାଉନContinue reading “ରାଜ୍ୟରେ ଜୋରଦାର ଚାଲିଛି ନକଲି ନୋଟ୍ କାରବାର : ଜବତ ହେଲା ୮୫ ହଜାର ଟଙ୍କାର ଜାଲ ନୋଟ୍, ୨ ଗିରଫ”

କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆନ୍ଦୋଳନ ଓ ପ୍ରତିବାଦ ନାଗରିକର ମୌଳିକ ଅଧିକାର । ହେଲେ କରିପାରିବେନି ରାସ୍ତା ବନ୍ଦ

କନକ ବ୍ୟୁରୋ : ୨୨ ଦିନରେ ପହଂଚଲା କୃଷକଙ୍କ ଆନ୍ଦୋଳନ । ୪ ଡିଗ୍ରୀ ତାପମାତ୍ରାରେ ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଆନ୍ଦୋଳନରେ ବସିଛନ୍ତି । ନା ସରକାର ତାଙ୍କ ଜିଦରୁ ଓହୁରୁଛନ୍ତି ନା କୃଷକ । ଏହା ମଧ୍ୟରେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଂଚିଛି । ଜଣେ ଆବେଦନକାରୀ ଆନ୍ଦୋଳନ ଫଳରେ ରାସ୍ତା ବନ୍ଦକୁ ନେଇ ସାଧାରଣ ଲୋକମାନେ ହଇରାଣ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମମଲା ଦାୟର କରିଥିଲେ । ଏହି ମାମଲାରContinue reading “କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆନ୍ଦୋଳନ ଓ ପ୍ରତିବାଦ ନାଗରିକର ମୌଳିକ ଅଧିକାର । ହେଲେ କରିପାରିବେନି ରାସ୍ତା ବନ୍ଦ”

ଦିଲ୍ଲୀରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି : ପ୍ରଧାନ ବିଚାରପତି କହିଲେ, ଆନ୍ଦୋଳନ କରିବା କୃଷକଙ୍କ ଅଧିକାର; କିନ୍ତୁ ବନ୍ଦ କରି ପାରିବେନି ରାସ୍ତା

କନକ ବ୍ୟୁରୋ : ଦିଲ୍ଲୀ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଛନ୍ତି, ଆନ୍ଦୋଳନ କରିବା କୃଷକଙ୍କ ଅଧିକାର । କିନ୍ତୁ ଆନ୍ଦୋଳନ ପାଇଁ ରାସ୍ତାରୋକ କରି ପାରିବେ ନାହିଁ ଆନ୍ଦୋଳନକାରୀ । କି ସହରକୁ ବନ୍ଦ କରି ପରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେପଟେ ଆଜି ୨୨ ଦିନରେ ପ୍ରବେଶ କରିଛି ଦିଲ୍ଲୀରେ ଚାଷୀ ଆନ୍ଦୋଳନ । ଚାଷୀମାନେ ଦିଲ୍ଲୀ ସୀମାରେ ଶୀତ କାକରେ ଡେରାContinue reading “ଦିଲ୍ଲୀରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି : ପ୍ରଧାନ ବିଚାରପତି କହିଲେ, ଆନ୍ଦୋଳନ କରିବା କୃଷକଙ୍କ ଅଧିକାର; କିନ୍ତୁ ବନ୍ଦ କରି ପାରିବେନି ରାସ୍ତା”

ଆଇଏଫଏସ ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । ଅବସର ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଏଫଏସ ଅଫିସରଙ୍କ ଦୁର୍ନୀତି ନେଇ କ୍ଦ୍ରେକୁ ଅବଗତ କଲେ ମୁଖ୍ୟମନ୍ତ୍ରୀ । ଅତ୍ୟଧିକ ଦୁର୍ନୀତି ହୋଇଥିବାରୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ ହୋଇଛି । ତେବେ ଓଡିଶା ଇତିହାସରେ ଏଭଳି କାର୍ଯ୍ୟାନୁଷ୍ଠାନ ସୁପାରିଶ ପ୍ରଥମ ଥର ପାଇଇଁ ହୋଇଛି । ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକଙ୍କଠାରୁ ବେଆଇନContinue reading “ଆଇଏଫଏସ ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । ଅବସର ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ”

ପରୀ ପାଇଁ ବିଜେପିର ପଦଯାତ୍ରା : ଆସନ୍ତା ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଜେପିର ମହାପଦଯାତ୍ରା

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଏସାଇଟି ତଦନ୍ତ ଏକ କୁହେଳିକା । ପରୀକୁ ନ୍ୟାୟ ନମିଳିବା ଯାଏଁ ବିଜେପିର ଲଢେଇ ଜାରି ରହିବ । ପରୀ ପାଇଁ ମହାପଦଯାତ୍ରା କରିବ ବୋଲି ଭାରତୀୟ ଜନତା ପାର୍ଟି । ଆସନ୍ତା ୨୦ରୁ ୨୪ ତାରିଖ ଯାଏଁ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁରକୁ ପଦଯାତ୍ରା ଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ଜାତୀୟContinue reading “ପରୀ ପାଇଁ ବିଜେପିର ପଦଯାତ୍ରା : ଆସନ୍ତା ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଜେପିର ମହାପଦଯାତ୍ରା”

ଜାତିସଂଘର ରିପୋର୍ଟ ମୁତାବକ ବିଗତ ବର୍ଷ ତୁଳନାରେ କମୁଛି ଭାରତୀୟଙ୍କ ଆୟୁଷ ହାର । ହ୍ରାସ ପାଇଛି କ୍ରୟ ଶକ୍ତି  ଓ ପରିବାର ଦ୍ୱାରା ଅବହେଳିତ ହେଉଛନ୍ତି କନ୍ୟା ସନ୍ତାନ

କନକ ବ୍ୟୁରୋ : ପୁଣି ମାନବ ବିକାଶ ସୂଚକାଙ୍କରେ ଗୋଟିଏ ପଏଣ୍ଟ ତଳକୁ ଖସିଲା ଭାରତ । ଜାତିସଂଘ ଦ୍ୱାରା ୧୮୯ ଦେଶକୁ ନେଇ କରାଯାଇଥିବା ଏହି ସୂଚକାଙ୍କ ପ୍ରସ୍ତୁତିରେ ଭାରତର ସ୍ଥାନ ୧୩୧ ରହିଛି । ହେଲେ ୨୦୧୮ ମସିହାରେ ଭାରତର ସ୍ଥାନ ୧୩୦ ରେ ଥିଲା । ଦେଶର ସ୍ୱାସ୍ଥ୍ୟ, ଜୀବନ ଧାରଣମାନ ଓ  ଶିକ୍ଷାର ମାନକୁ ନେଇ ଜାତସଂଘ ମାନବ ବିକାଶ ସୂଚକାଙ୍କ ପ୍ରସ୍ତୁତ କରିଥାଏ । ୟୁଏନଡିପି ବା ( ଜାତିସଂଘContinue reading “ଜାତିସଂଘର ରିପୋର୍ଟ ମୁତାବକ ବିଗତ ବର୍ଷ ତୁଳନାରେ କମୁଛି ଭାରତୀୟଙ୍କ ଆୟୁଷ ହାର । ହ୍ରାସ ପାଇଛି କ୍ରୟ ଶକ୍ତି  ଓ ପରିବାର ଦ୍ୱାରା ଅବହେଳିତ ହେଉଛନ୍ତି କନ୍ୟା ସନ୍ତାନ”

ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ : ଠିକାଦାରଙ୍କୁ ନିମର୍ମ ହତ୍ୟା ପରେ ପୋଡିଦେଲେ ବୋଲେରୋ

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଠିକାଦାରଙ୍କୁ ନିମର୍ମ ଭାବେ ହତ୍ୟା କରି ଠିକାଦାରଙ୍କ ବୋଲେରୋ ଗାଡି ଜାଳିଦେଲେ ମାଓବାଦୀ । ମାଲକାନଗିରି ମାଥିଲି ଥାନା ଜନ୍ଦ୍ରାଗୁଡା ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣକୁ ବିରୋଧ କରି ଠିକାଦାର ସୁକୁମାର ମଣ୍ଡଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଏହାସହ ତାଙ୍କ ବୋଲେରୋ ଗାଡିକୁ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ଲାଲବାହିନୀ । ଗୋଲିଆଗୁଡା ଠାରୁ ଜନ୍ଦ୍ରାଗୁଡା ପିଏମଜିଏସୱାଇରାସ୍ତା ନିର୍ମାଣContinue reading “ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ : ଠିକାଦାରଙ୍କୁ ନିମର୍ମ ହତ୍ୟା ପରେ ପୋଡିଦେଲେ ବୋଲେରୋ”

ମାଆଙ୍କ ଶେଷ ଇଚ୍ଛା ପୂରଣ କଲେ ତିନି ଝିଅ : ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ୧କୋଟି ଟଙ୍କା ମୂଲ୍ୟର ୩ମହଲା କୋଠା କଲେ ଦାନ

କନକ ବ୍ୟୁରୋ : ମାଆଙ୍କ ଶେଷ ଇଚ୍ଛା ପୂରଣ କରି ୧କୋଟିର ଦାନ କଲେ ତିନି ଝିଅ । ନବରଙ୍ଗପୁର ଭଗବତୀ ସାହିରେ ରହୁଥିବା ବୈଜନ୍ତିମାଳା ସାହୁଙ୍କ ତିନି ଝିଅ ମାଆଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ୧କୋଟି ମୂଲ୍ୟର ୩ମହଲା ବିଶିଷ୍ଟ କୋଠା ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି । ମାଆଙ୍କ ଶେଷ ଇଚ୍ଛା ପାଇଁ ୧କୋଟିର ଦାନ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ୨୫ବଖରା ବିଶିଷ୍ଟ ୩ମହଲା କୋଠା ଯାହାରContinue reading “ମାଆଙ୍କ ଶେଷ ଇଚ୍ଛା ପୂରଣ କଲେ ତିନି ଝିଅ : ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ୧କୋଟି ଟଙ୍କା ମୂଲ୍ୟର ୩ମହଲା କୋଠା କଲେ ଦାନ”

ଶାରୀରିକ ସଂପର୍କକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ ବଳତ୍କାର ନୁହେଁ

କନକ ବ୍ୟୁରୋ : ମିଛ ଧର୍ଷଣ ମାମଲାକୁ ରୋକିବାକୁ ଧିରେ ଧିରେ ମହିଳା ମାନଙ୍କୁ କୋର୍ଟ ପକ୍ଷରୁ ବିଭିନ୍ନ ସମୟରେ ଛାଟ ମରାଚାଲିଛି । ଏବେ ଏଭଳି ଏକ ଛାଟ ମାରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତିି କି ବିବାହାର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବାକୁ ବଳତ୍କାର ଶ୍ରେଣୀଭୂକ୍ତ କରାଯାଇ ପାରିବ ନାହିଁ । କାରଣ ଏହା ଦୀର୍ଘଦିନ ଧରି ମହିଳା ମାନଙ୍କ ସହମତିରେ ହୋଇଥାଏ । ତେଣୁ ଏହା କେବେବି ବଳତ୍କାର ନୁହେଁContinue reading “ଶାରୀରିକ ସଂପର୍କକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ ବଳତ୍କାର ନୁହେଁ”

ପରୀ ମୃତ୍ୟୁ ମାମଲାରେ ଡିଏନଏ ପରୀକ୍ଷା ଆରମ୍ଭ : ପୋଷାକରେ ମିଳିଥିବା ସିମେନ ଓ ରକ୍ତ ନମୁନାର ହେଉଛି ଯାଂଚ

କନକ ବ୍ୟୁରୋ : ନୟାଗଡ ପରୀ ମୃତ୍ୟୁ ମାମଲାରେ ଡିଏନଏ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ପରୀ ପୋଷାକରୁ ମିଳିଥିବା ସିମେନ ଓ ରକ୍ତନମୁନାର ହେଉଛି ଡିଏନଏ ପରୀକ୍ଷା । ଏହାକୁ ଚିହ୍ନଟ ଅଭିଯୁକ୍ତର ଡିଏନଏ ସହ ମ୍ୟାଚ କରାଯିବ । ଗତକାଲି ପରୀକୁ ଯୌନ ନିର୍ଯାତନା ଦିଆଯାଇଥିବା କଥା କ୍ରାଇମବ୍ରାଂଚ ଏସଆଇଟି ହାଇକୋର୍ଟରେ ତଥ୍ୟ ଦେଇଥିଲା । ପରୀ ଗାଁରୁ ହିଁ ଏ ନେଇ ଜଣେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା । ପରୀର ମୃତଦେହContinue reading “ପରୀ ମୃତ୍ୟୁ ମାମଲାରେ ଡିଏନଏ ପରୀକ୍ଷା ଆରମ୍ଭ : ପୋଷାକରେ ମିଳିଥିବା ସିମେନ ଓ ରକ୍ତ ନମୁନାର ହେଉଛି ଯାଂଚ”

Design a site like this with WordPress.com
Get started