୧୯ ଦିନରେ ପହଂଚିଲା ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା । ଛଟେଇ ପ୍ରତିବାଦରେ ଭୁବନେଶ୍ୱର ଲୋୟର ପିଏମଜିରେ ଏଏନଏମ କର୍ମୀଙ୍କ ଅନଶନ

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଥିବା ବେଳେ ଏଏନଏମ କର୍ମୀଙ୍କ ଆନ୍ଦୋଳନ ଆଜି ୧୯ ଦିନରେ ପହଂଚିଛି । ଗତକାଲି କିରୋସିନ ଢାଳି ନିଆଁ ଲଗାଇବାକୁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଜଣେ ଏଏନଏମ କର୍ମୀ ଉଦ୍ଧାର ହୋଇଥିଲେ । ଛଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି ଶତାଧିକ ସ୍ୱାସ୍ଥ୍ୟ କର୍ମୀ । ମହାମାରୀ କରୋନା ସହିତ ମହାଲଢେଇ ପାଇଁ ଏମାନଙ୍କୁ ଯୋଦ୍ଧା ସଜେଇ ଠିକା ନିଯୁକ୍ତି ଦିଆଯାଇଥିଲା । କୋଭିଡ କେୟାର ସେଂଟରରେ କରୋନାContinue reading “୧୯ ଦିନରେ ପହଂଚିଲା ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା । ଛଟେଇ ପ୍ରତିବାଦରେ ଭୁବନେଶ୍ୱର ଲୋୟର ପିଏମଜିରେ ଏଏନଏମ କର୍ମୀଙ୍କ ଅନଶନ”

ଭାରତରେ କରୋନା ଆରୋଗ୍ୟ ହାର ବିଶ୍ୱରେ ସର୍ବାଧିକ : ୯୫% ଟପିଲା ସୁସ୍ଥଙ୍କ ସଂଖ୍ୟା

କନକ ବ୍ୟୁରୋ : କରୋନାକୁ ନେଇ ଆସିଲା ଭଲ ଖବର । ଦେଶରେ କରୋନା ଆରୋଗ୍ୟ ହାର ୯୫ ପ୍ରତିଶତରୁ ଟପିଯାଇଛି । ଏହା ହେଉଛି ବିଶ୍ୱରେ ସର୍ବାଧିକ । ଦେଶରେ ଦୈନିକ ସଂକ୍ରମଣ ମାମଲା ଗତ ୨୪ ଘଂଟା ମଧ୍ୟରେ ୨୨ ହଜାରରୁ ସାମାନ୍ୟ ଅଧିକ ରହିଥିଲା । ଗତ ୫ ମାସ ମଧ୍ୟରେ ଏହା ହେଉଛି ସବୁଠାରୁ କମ ମାମଲା । ଦେଶରେ ଏବେ ଆରୋଗ୍ୟଙ୍କ ସଂଖ୍ୟା ୯୪ ଲକ୍ଷରୁ ଅଧିକ ରହିଛି ।Continue reading “ଭାରତରେ କରୋନା ଆରୋଗ୍ୟ ହାର ବିଶ୍ୱରେ ସର୍ବାଧିକ : ୯୫% ଟପିଲା ସୁସ୍ଥଙ୍କ ସଂଖ୍ୟା”

ଚାଷୀ ଆନ୍ଦୋଳନ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି : ଚାଷୀ ସୀମା ବନ୍ଦ କରିବା ଉଚିତ୍ କି ଅନୁଚିତ୍ ହେବ ଶୁଣାଣି

କନକ ବ୍ୟୁରୋ : କୃଷକ ଆଇନକୁ ନେଇ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି । କୃଷକ ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଥିବାବେଳେ ସରକାର ଏହା ହେବ ନାହିଁ ବୋଲି ଜିଦରେ ଅଟଳ ରହିଛିନ୍ତି । ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଆଜି ଘେରିବେ ଦିଲ୍ଲୀ-ନୋଏଡା ସୀମା । ଦିଲ୍ଲୀ ନୋଏଡା ମଧ୍ୟରେ ଥିବା ଚିଲା ବର୍ଡରକୁ ଆଜି ପୁରା ବନ୍ଦ କରିବେ ଚାଷୀ ସଂଗଠନ । ଏନେଇ ଆଗୁଆ ଚେତାବନୀ ଦେଇଛନ୍ତିContinue reading “ଚାଷୀ ଆନ୍ଦୋଳନ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି : ଚାଷୀ ସୀମା ବନ୍ଦ କରିବା ଉଚିତ୍ କି ଅନୁଚିତ୍ ହେବ ଶୁଣାଣି”

ଊର୍ଦ୍ଦୁ ଶିକ୍ଷା ପ୍ରତି ବୈମାତୃକ ମନୋଭାବ କାହିଁକି ? ୨୦୦ ପିଲାଙ୍କୁ ଦୁଇ ଜଣ ଶିକ୍ଷକ, ପ୍ରଧାନଶିକ୍ଷକ ପଦ ଖାଲି

କନକ ବ୍ୟୁରୋ : କଟକ ଶେଖ୍‌ ବଜାରରେ ଥିବା ଊର୍ଦ୍ଦୁ ଶିକ୍ଷକ ତାଲିମ ଅନୁଷ୍ଠାନ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଏବେ ପଦାକୁ ଆସିଛି। ୧୦୮ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷାନୁଷ୍ଠାନରେ ପଢ଼ାଇବା ଲାଗି ଶିକ୍ଷକ ନାହାନ୍ତି। ପ୍ରତିବର୍ଷ ଶହେ ଲେଖାଏଁ ଛାତ୍ରଛାତ୍ରୀ ନାମ ଲେଖାଉଥିଲେ ମଧ୍ୟ ପଢ଼ାଇବାକୁ ମାତ୍ର ଦୁଇ ଜଣ ଶିକ୍ଷକ ରହିଛନ୍ତି। ଊର୍ଦ୍ଦୁ ଜାଣିଥିବା ଶିକ୍ଷକଙ୍କୁ ବି ନିଯୁକ୍ତି ଦିଆଯାଉ ନାହିଁ। ପରିଣାମ ସ୍ବରୂପ ଛାତ୍ରଛାତ୍ରୀ ପଢ଼ିବା ସମୟରେContinue reading “ଊର୍ଦ୍ଦୁ ଶିକ୍ଷା ପ୍ରତି ବୈମାତୃକ ମନୋଭାବ କାହିଁକି ? ୨୦୦ ପିଲାଙ୍କୁ ଦୁଇ ଜଣ ଶିକ୍ଷକ, ପ୍ରଧାନଶିକ୍ଷକ ପଦ ଖାଲି”

୨୭ରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର : ପ୍ରଥମେ ସେବାୟତ ପରିବାର, ପରେ ଭକ୍ତ; କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

କନକ ବ୍ୟୁରୋ : ଭକ୍ତଙ୍କ ପାଇଁ ଖୋଲିବ ଭଗବାନଙ୍କ ଦ୍ବାର। ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଯାଇ ଦିଅଁ ଦର୍ଶନ କରିପାରିବେ। ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବ। ଏହାର ଠିକ୍‌ ୪ ଦିନ ପରେ ଅର୍ଥାତ୍‌ ୨୭ ତାରିଖରୁ ଭୁବନେଶ୍ବରସ୍ଥିତ ଶ୍ରୀ‌ଲିଙ୍ଗରାଜ ମନ୍ଦିର ଭକ୍ତଙ୍କ ଲାଗି ଖୋଲାଯିବ। ଏଥିସହ ଜାନୁଆରି ୩ରୁ ଭୁବନେଶ୍ବରରେ ଥିବା ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବ ବୋଲି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିସନର ପ୍ରେମଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୨୭ରୁContinue reading “୨୭ରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର : ପ୍ରଥମେ ସେବାୟତ ପରିବାର, ପରେ ଭକ୍ତ; କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ”

ପ୍ରଣବଙ୍କ ଆତ୍ମଜୀବନୀ ନେଇ ପୁଅ-ଝିଅ ମୁହାଁମୁହିଁ : ପ୍ରକାଶନ ବନ୍ଦ କରିବାକୁ ଅଭିଜିତଙ୍କ ପ୍ରକାଶକଙ୍କୁ ଚିଠି, କହିଲେ ଛାପିବା ଆଗରୁ ମୋତେ ଦେଖାନ୍ତୁ ଲେଖା

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ବହି ଦି ପ୍ରେସିଡେନସିଆଲ ମେମୋରିୟର୍ସ ବହିକୁ ନେଇ ଜୋରାଦର ଚର୍ଚା । କଂଗ୍ରେସର ପୂର୍ବତନ ସାଂସଦ ତଥା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜିଙ୍କ ଟୁଇଟକୁ ନେଇ ଏହି ଚର୍ଚ୍ଚାର ଆରମ୍ଭ ହୋଇଛି । ଆଉ ଏହାକୁ ନେଇ ପ୍ରଣବ ଦାଙ୍କ ପୁଅ-ଝିଅ ମୁହାଁମୁହିଁ ହୋଇଛନ୍ତି । ଅଭିଜିତ ଟୁଇଟ୍ କରି ଲେଖିଛନ୍ତି, ତାଙ୍କ ଲିଖିତ ଅନୁମତି ବିନା ପୁସ୍ତକକୁ ପ୍ରକାଶ କରାନଯାଉ । ବାପାଙ୍କ ଅନୁପସ୍ଥିତିରେContinue reading “ପ୍ରଣବଙ୍କ ଆତ୍ମଜୀବନୀ ନେଇ ପୁଅ-ଝିଅ ମୁହାଁମୁହିଁ : ପ୍ରକାଶନ ବନ୍ଦ କରିବାକୁ ଅଭିଜିତଙ୍କ ପ୍ରକାଶକଙ୍କୁ ଚିଠି, କହିଲେ ଛାପିବା ଆଗରୁ ମୋତେ ଦେଖାନ୍ତୁ ଲେଖା”

ନରେଗା ଓ ସହରାଂଚଳ ରୋଜଗାର ଯୋଜନାରେ ମଜୁରୀ ଦେବାରେ ବିଳମ୍ବ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ସମୀକ୍ଷା ପରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ

କନକ ବ୍ୟୁରୋ: ମହାତ୍ମା ଗାନ୍ଧୀ ନରେଗା କିମ୍ବା ରାଜ୍ୟ ସରକାରଙ୍କ ସହରାଂଚଳ ରୋଜଗାର ଯୋଜନାରେ ମଜୁରି ଦେବାରେ ବିଳମ୍ବ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଏନେଇ ସମୀକ୍ଷା କରି ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦୁଇଟି ଯୋଜନା ଜରିଆରେ ଚଳିତ ଆର୍ଥିକ ବର୍ଷରେ ୨୦ କୋଟି ମାନବ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତେଣୁ ହିତାଧିକାରୀମାନେ ଯେଭଳି ଠିକ ସମୟରେ ସେମାନଙ୍କ ମଜୁରୀContinue reading “ନରେଗା ଓ ସହରାଂଚଳ ରୋଜଗାର ଯୋଜନାରେ ମଜୁରୀ ଦେବାରେ ବିଳମ୍ବ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ସମୀକ୍ଷା ପରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ”

କୃଷି ଆଇନ ପ୍ରତ୍ୟାହାର ଦାବିରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି: କୃଷିମନ୍ତ୍ରୀଙ୍କୁ ଭେଟିଲା କିଷାନ ସଂଘ; ଆଇନ ସପକ୍ଷରେ ବାଢିଲା ଯୁକ୍ତି

କନକ ବ୍ୟୁରୋ: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ୁ ଭେଟି ଚାଷୀ ପ୍ରସଙ୍ଗରେ ଅଖିଳ ଭାରତୀୟ କିସାନ ସଂଘର ପ୍ରତିନିଧି ମଣ୍ଡଳି । ଏକ ଘଂଟାରୁ ଅଧିକ ସମୟ ଚାଲିଥିବା ବୈଠକରେ ଚାଷୀଙ୍କ ପ୍ରସଙ୍ଗ ଏବଂ କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍ ସମ୍ପର୍କରେ ଆଲୋଚନା ହୋଇଥିଲା । କିସାନ ସଂଘ ନୂଆ କୃଷି ଆଇନକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବିସ୍ତୃତContinue reading “କୃଷି ଆଇନ ପ୍ରତ୍ୟାହାର ଦାବିରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି: କୃଷିମନ୍ତ୍ରୀଙ୍କୁ ଭେଟିଲା କିଷାନ ସଂଘ; ଆଇନ ସପକ୍ଷରେ ବାଢିଲା ଯୁକ୍ତି”

ଦିଲ୍ଲୀରେ ଥମୁନି ଚାଷୀ ଆନ୍ଦୋଳନ: ଆଜି ଦିଲ୍ଲୀ-ନୋଏଡା ସୀମା ପୁରା ବନ୍ଦ କରିବେ ଆନ୍ଦୋଳନକାରୀ; ଚିଲା ବର୍ଡରରେ ସୁରକ୍ଷା ପାଇଁ ଅଧିକ ଫୋର୍ସ ମୁତୟନ

କନକ ବ୍ୟୁରୋ: ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଆଜି ଘେରିବେ ଦିଲ୍ଲୀ-ନୋଏଡା ସୀମା । ଦିଲ୍ଲୀ ନୋଏଡା ମଧ୍ୟରେ ଥିବା ଚିଲା ବର୍ଡରକୁ ଆଜି ପୁରା ବନ୍ଦ କରିବେ ଚାଷୀ ସଂଗଠନ । ଏନେଇ ଆଗୁଆ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । କେନ୍ଦ୍ର ସରକାର ନୂଆ ଚାଷୀ ଆଇନରେ ଆଣିଥିବା ୩ ଆଇନକୁ ରଦ୍ଦ କରିବାକୁ ଚାପ ଅଧିକ ବଢାଇବାକୁ ଏପରି ବାଟ ଆପଣାଇଛନ୍ତି ଆନ୍ଦୋଳନକାରୀ । ଏହା ମଧ୍ୟରେ ଚାଷୀ ଆନ୍ଦୋଳନକୁ ନେଇ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀContinue reading “ଦିଲ୍ଲୀରେ ଥମୁନି ଚାଷୀ ଆନ୍ଦୋଳନ: ଆଜି ଦିଲ୍ଲୀ-ନୋଏଡା ସୀମା ପୁରା ବନ୍ଦ କରିବେ ଆନ୍ଦୋଳନକାରୀ; ଚିଲା ବର୍ଡରରେ ସୁରକ୍ଷା ପାଇଁ ଅଧିକ ଫୋର୍ସ ମୁତୟନ”

ନୂଆ କୃଷି ଆଇନକୁ ନେଇ ପଞ୍ଜାବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ  । କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କଲେ ଅମରିନ୍ଦର ସିଂ, କହିଲେ ରାଜନୀତି ପାଇଁ ନିଜ ଆତ୍ମା ବିକ୍ରି କରିବାକୁ ପଛାଇବେନି କେଜ୍ରିୱାଲ । 

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବା ବଳେ ଆଉ ଏକ ରୋଚକ ବିତର୍କ ଜାରି ରହିଛି  । ଅରବିନ୍ଦ କେଜ୍ରିୱାଲ ବନାମ ଅମରିନ୍ଦର ସିଂ  । କୃଷି ଆଇନକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟୁଇଟ ୱାର ଚାଲିଛି  । ପଂଜାବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଶୁଣିଲେ ଜାଣିପାରିବେ ଯେ, ଗତ କିଛି ସପ୍ତାହ ହେବ କିଭଳି ପରସ୍ପରକୁ ସମାଲୋଚନା କରୁଛନ୍ତି କ୍ୟାପଟେନ ଅମରିନ୍ଦର ସିଂ ଓContinue reading “ନୂଆ କୃଷି ଆଇନକୁ ନେଇ ପଞ୍ଜାବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ  । କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କଲେ ଅମରିନ୍ଦର ସିଂ, କହିଲେ ରାଜନୀତି ପାଇଁ ନିଜ ଆତ୍ମା ବିକ୍ରି କରିବାକୁ ପଛାଇବେନି କେଜ୍ରିୱାଲ । “

Design a site like this with WordPress.com
Get started