ଡିସେମ୍ବର ୨୭ରୁ ଖୋଲିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପ୍ରଥମେ ସେବାୟତ, ପରେ ରାଜଧାନୀବାସୀଙ୍କୁ ମିଳିବ ଦର୍ଶନ ସୁଯୋଗ, ଜାନୁଆରୀ ୬ରୁ ସର୍ବସାଧାରଣ ଦର୍ଶନ ।

କନକ ବ୍ୟୁରୋ : ଆସନ୍ତା ୨୩ରେ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବାବେଳେ ଆଜି ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନେଇ ନିଷ୍ପତି ହୋଇଛି । ପାୟ ୯ମାସ ଧରି ବନ୍ଦ ରହିବା ପରେ ଆସନ୍ତା ୨୭ରେ ଖୋଲିବ ଲିଙ୍ଗରାଜ ମନ୍ଦିର । କଟକଣା ଭିତରେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ । ଏଠାରେ ବି କରୋନା ନେଗେଟିଭ ସାର୍ଟିଫିକେଟ ଦରକାର । ୪୮ ଘଂଟା ଆଗରୁ ଟେଷ୍ଟ କରାଇ ରିପୋର୍ଟ ଦେଖାଇବାକୁ ପଡିବ । ଭଗବାନଙ୍କୁ ମନ୍ଦିରContinue reading “ଡିସେମ୍ବର ୨୭ରୁ ଖୋଲିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପ୍ରଥମେ ସେବାୟତ, ପରେ ରାଜଧାନୀବାସୀଙ୍କୁ ମିଳିବ ଦର୍ଶନ ସୁଯୋଗ, ଜାନୁଆରୀ ୬ରୁ ସର୍ବସାଧାରଣ ଦର୍ଶନ ।”

ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ । କହିଲେ ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ, କୃଷି ଓ କୃଷକଙ୍କ ହିତ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ।

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଥିବା ବେଳେ ଆନ୍ଦୋଳନକାରୀଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ  । ଗୁଜୁରାଟ ଗସ୍ତ ସମୟରେ କୃଷି ଆଇନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ  । ସେ ଏଥିରେ ବିପକ୍ଷ ଦଳକୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଯେ, ସରକାର କୃଷି ଆଇନକୁ ନେଇ ସମସ୍ତଙ୍କ ସନ୍ଦେହ ଦୂର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବିରୋଧୀ କୃଷକଙ୍କ ମନରେ ଭୁଲ ଧାରଣା ସୃଷ୍ଟି କରିବାକୁContinue reading “ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ । କହିଲେ ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ, କୃଷି ଓ କୃଷକଙ୍କ ହିତ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ।”

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟ ଉପରେ ଲାଗିଲା ମୋହର,ଆନୁଷ୍ଠାନିକ ଘୋଷଣା କଲା ଇଲେକ୍ଟୋରାଲ କଲେଜ ।

କନକ ବ୍ୟୁରୋ : ଜୋ ବାଇଡେନଙ୍କ ବିଜୟ ଉପରେ ଲାଗିଲା ମୋହର  । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟୀ ହୋଇଥିବା ନେଇ ଆନୁଷ୍ଠାନିକ ଘୋଷଣା କଲା ଇଲେକଟୋରାଲ କଲେଜ  । ଏହାସହ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏକପ୍ରକାର ଅନ୍ତ ଘଟିଛି  । ଆମେରିକା ନିର୍ବାଚନ ପରେ ଫଳାଫଳ ଆସିଥିଲା  । ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନଙ୍କ ସପକ୍ଷରେ ଆସିଥିଲା ଜନମତ, ହେଲେ ଏହାକୁ ମାନିବାକୁ ନାରାଜ ଥିଲେ ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡContinue reading “ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟ ଉପରେ ଲାଗିଲା ମୋହର,ଆନୁଷ୍ଠାନିକ ଘୋଷଣା କଲା ଇଲେକ୍ଟୋରାଲ କଲେଜ ।”

୫ ଦିନ ପରେ ପୋଖରୀରୁ ମିଳିିଲା ୩ ବର୍ଷର ଶିଶୁକନ୍ୟା ସ୍ୱାତୀର ମୃତଦେହ । କେମିତି ହେଲା ମୃତ୍ୟୁ, ତଦନ୍ତ ପାଇଁ ଫୋରେନସିକ ବିଭାଗକୁ ପଠାଇଲା ପୋଲିସ ।

କନକ ବ୍ୟୁରୋ : ପରୀ ହତ୍ୟା ଘଟଣାକୁ ନେଇ ରାଜ୍ୟ ଉଠୁଥିବା ପଡୁଥିବାବେଳେ ଆଜି ସେହି ନୟାଗଡ ଜିଲ୍ଲାର ନିଖୋଜ ୩ ବର୍ଷର ଶିଶୁ ସ୍ୱାତୀର ମୃତଦେହ ମିଳିଛି । ରାଜସୁନାଖଳା ଥାନା ବଧିପାଟଣା ଗାଁ ନିକଟ ଏକ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ମୃତଦେହକୁ ନେଇ ଏଫଏମଟିକୁ ପଠାଇବ । ସ୍ୱାତୀ ଗତ ୧୧ ତାରିଖରେ ଘର ବାଡିପଟେ ଖେଳୁଥିବାବେଳେ କେଉଁଆଡେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ । ୫ଦିନ ହେଲାContinue reading “୫ ଦିନ ପରେ ପୋଖରୀରୁ ମିଳିିଲା ୩ ବର୍ଷର ଶିଶୁକନ୍ୟା ସ୍ୱାତୀର ମୃତଦେହ । କେମିତି ହେଲା ମୃତ୍ୟୁ, ତଦନ୍ତ ପାଇଁ ଫୋରେନସିକ ବିଭାଗକୁ ପଠାଇଲା ପୋଲିସ ।”

ବିହାରରୁ କଟକ ଆସୁଛି ଚୋରା ବନ୍ଧୁକ । ୭ ଦିନରେ ଜବତ ହେଲାଣି ୨୩ ବନ୍ଧୁକ ଓ ଶହେରୁ ଅଧିକ ଗୁଳି, ଡି ବ୍ରଦର୍ସ ଗ୍ୟାଙ୍ଗ୍ ସହ ଥାଇପାରେ ଲିଙ୍କ୍ ।

କନକ ବ୍ୟୁରୋ : ବିହାରରୁ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି ଚୋରା ବନ୍ଧୁକର ଚେର । କଟକରୁ ଲଗାତାର ଭାବେ ବନ୍ଧୁକ ଓ ଗୁଳି ଜବତ ପରେ ଏଭଳି ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ଆସିଥିବା କୁହାଯାଉଛି । ତେବେ ଏତେ ପରିମାଣର ବନ୍ଧୁକ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ବିହାରରୁ ଓଡିଶାକୁ ଆସୁଥିଲା ଏହାର କନେକସନ ଖୋଜିବ ପୁଲିସ୍ । ଏଥିସହ ଧଳ ସାମନ୍ତContinue reading “ବିହାରରୁ କଟକ ଆସୁଛି ଚୋରା ବନ୍ଧୁକ । ୭ ଦିନରେ ଜବତ ହେଲାଣି ୨୩ ବନ୍ଧୁକ ଓ ଶହେରୁ ଅଧିକ ଗୁଳି, ଡି ବ୍ରଦର୍ସ ଗ୍ୟାଙ୍ଗ୍ ସହ ଥାଇପାରେ ଲିଙ୍କ୍ ।”

କୋଭିଡ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରଦାର । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା, ନିର୍ବାଚନୀ ବୁଥ ମଡେଲରେ ହେବ ଟିକାକରଣ କେନ୍ଦ୍ର ।

କନକ ବ୍ୟୁରୋ : କରୋନାର ଅବଗଣନା ଆରମ୍ଭ ହୋଇ ଯାଇଛି । ବ୍ରିଟେନ ସହ ପାଞ୍ଚଟି ରାଷ୍ଟ୍ର ପରେ ଗତକାଲି ଆମେରିକାରେ ଆରମ୍ଭ ହୋଇଛି ଟିକାକରଣ । ଆମେରିକା ଇତିହାସରେ ଟିକାକରଣ ପାଇଁ ସବୁଠାରୁ ବଡ ଯୋଜନା କରାଯାଇଛି । ଏପଟେ ଆମ ଦେଶରେ ଏଯାଏଁ କୌଣସି ଟିକାକୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ଖୁବ୍ ଶୀଘ୍ର ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି । ଏଥିପାଇଁ ଭାରତ ସରକାର ଟିକାକରଣର ଗାଇଡଲାଇନ ମଧ୍ୟ ଜାରି କରିContinue reading “କୋଭିଡ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରଦାର । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା, ନିର୍ବାଚନୀ ବୁଥ ମଡେଲରେ ହେବ ଟିକାକରଣ କେନ୍ଦ୍ର ।”

କୋର୍ଟ ପରେ ମହିଳା କମିଶନରେ ପହଞ୍ଚିଲେ ବର୍ଷା । ନିର୍ଯାତନା ବିରୋଧରେ ନ୍ୟାୟ ପାଇଁ କଲେ ଦାବି । ବୈବାହିକ ଜୀବନରେ ବିବାଦକୁ ନେଇ ଫେରାଦ ସୂଚନା ।

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଜି ରାଜ୍ୟ ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । କମିଶନଙ୍କ କାର୍ଯ୍ୟାଳୟକୁ ଯାଇ ସେ ତାଙ୍କର ବୈବାହିକ ବିବାଦ ନେଇ କମିଶନଙ୍କୁ ଅବଗତ କରିଥିବା କୁହାଯାଉଛି । ଦୁଇ ଦିନ ପୂର୍ବରୁ ଲୋକସଭା ଟିଭିର ଉପସ୍ଥାପିକା ତଥା ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ଫେସବୁକରେ ଏକ ପୋଷ୍ଟ ଅପଲୋଡ କରି ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ କରିଥିଲେ । ସେ ଏଥିରେ କହିଥିଲେ ବର୍ଷାଙ୍କ ପ୍ରଶଂସକମାନେContinue reading “କୋର୍ଟ ପରେ ମହିଳା କମିଶନରେ ପହଞ୍ଚିଲେ ବର୍ଷା । ନିର୍ଯାତନା ବିରୋଧରେ ନ୍ୟାୟ ପାଇଁ କଲେ ଦାବି । ବୈବାହିକ ଜୀବନରେ ବିବାଦକୁ ନେଇ ଫେରାଦ ସୂଚନା ।”

ବିହାରରୁ ରାଜ୍ୟକୁ ଆସୁଛି ଚୋରା ବନ୍ଧୁକ । କେବଳ କଟକରେ ୭ ଦିନରେ ୨୩ ବନ୍ଧୁକ ସହ ହଜାରୁ ଅଧିକ ଗୁଳି । ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ । ୧୨ ଅପରାଧୀ ଗିରଫ

କନକ ବ୍ୟୁରୋ : ବିହାରରୁ ରାଜ୍ୟକୁ ଆସୁଛି ଚୋରା ବନ୍ଧୁକ । କେବଳ କଟକରେ ୭ ଦିନରେ ୨୩ ବନ୍ଧୁକ ସହ ହଜାରୁ ଅଧିକ  ଗୁଳି ଜବତ ହୋଇଛି । ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ ହେବା ସହ ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ।  ଏମାନଙ୍କ ସଂପର୍କରେ ଧଳସାମନ୍ତ ବ୍ରଦର୍ସ ଗ୍ୟାଙ୍ଗ ସହ ଥିବା ଜଣାପଡିଛି । ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ମୁଖ୍ୟତଃContinue reading “ବିହାରରୁ ରାଜ୍ୟକୁ ଆସୁଛି ଚୋରା ବନ୍ଧୁକ । କେବଳ କଟକରେ ୭ ଦିନରେ ୨୩ ବନ୍ଧୁକ ସହ ହଜାରୁ ଅଧିକ ଗୁଳି । ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ । ୧୨ ଅପରାଧୀ ଗିରଫ”

କୋଭିଡ ରିପୋର୍ଟ ବିନା ଲିଙ୍ଗରାଜ ଦର୍ଶନ ମନା । ରିପୋର୍ଟ ନେଗେଟିଭ ଥିଲେ କରିପାରିବେ ଲିଙ୍ଗରାଜ ଦର୍ଶନ ।

କନକ ବ୍ୟୁରୋ : କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ହିଁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ । ଏହାସହ ଦର୍ଶନ ବେଳେ କୋଭିଡ ଗାଇଡଲାଇନକୁ ଗୁରୁତ୍ୱ ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆସନ୍ତା ଡିସେମ୍ବର ୨୭ରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ନେଇଛି ବିଏମସି । ଏହାସହ କୋଭିଡ କଟକଣାକୁ ମଧ୍ୟ କଡାକଡି କରାଯାଇଛି । ଆସନ୍ତା ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଥିବା ବେଳେ ୨୭ରୁ ୩୧Continue reading “କୋଭିଡ ରିପୋର୍ଟ ବିନା ଲିଙ୍ଗରାଜ ଦର୍ଶନ ମନା । ରିପୋର୍ଟ ନେଗେଟିଭ ଥିଲେ କରିପାରିବେ ଲିଙ୍ଗରାଜ ଦର୍ଶନ ।”

ଏଥର ଭୁବନେଶ୍ୱରରେ ହେବନି ଜିରୋ ଲାଇଟ ସେଲିବ୍ରେସନ । କୋଭିଡ ପାଇଁ କଟକଣା ଜାରି କଲେ ବିଏମସି କମିଶନର ।

କନକ ବ୍ୟୁରୋ : ଏଥର ରାଜଧାନୀ ଭୁବନେଶ୍ୱରରେ ହେବନି ଜିରୋ ନାଇଟ ସେଲିବ୍ରେସନ । ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛନ୍ତି ବିଏମସି କମିଶନର । ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଭୁବନେଶ୍ୱରରେ ଜିରୋ ନାଇଟ ସେଲିବ୍ରେସନ ହୋଇଥାଏ । କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁContinue reading “ଏଥର ଭୁବନେଶ୍ୱରରେ ହେବନି ଜିରୋ ଲାଇଟ ସେଲିବ୍ରେସନ । କୋଭିଡ ପାଇଁ କଟକଣା ଜାରି କଲେ ବିଏମସି କମିଶନର ।”

Design a site like this with WordPress.com
Get started