ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ମାଡ୍ରାସ ଆଇଆଇଟିରେ କୋଭିଡ ସଂକ୍ରମଣ ଭୟ : ପ୍ରାୟ ୭୦ ଜଣ ଆକ୍ରାନ୍ତ ଚିହ୍ନଟ;ସବୁ ବିଭାଗ, ଲାବରୋଟୋରୀ ଓ ଲାଇବ୍ରେରୀ ବନ୍ଦ କଲେ କର୍ତ୍ତୃପକ୍ଷ

କନକ ବ୍ୟୁରୋ : ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ମାଡ୍ରାସ ଆଇଆଇଟି କ୍ୟାମ୍ପସରେ କରୋନା ସଂକ୍ରମଣ ଭୟ । ୭୦୦ ଛାତ୍ରଙ୍କ କରୋନା ପରୀକ୍ଷା ପରେ ପ୍ରାୟ ୭୦ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । କିଛି ସଂକ୍ରମିତ ଚିହ୍ନଟ ହେବା ପରେ କୋଭିଡ୍ ଟେଷ୍ଟକୁ ବ୍ୟାପକ କରାଯାଇଥିଲା । ଯେତିକି ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲା, ସେଥି ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଏହା ପରେContinue reading “ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ମାଡ୍ରାସ ଆଇଆଇଟିରେ କୋଭିଡ ସଂକ୍ରମଣ ଭୟ : ପ୍ରାୟ ୭୦ ଜଣ ଆକ୍ରାନ୍ତ ଚିହ୍ନଟ;ସବୁ ବିଭାଗ, ଲାବରୋଟୋରୀ ଓ ଲାଇବ୍ରେରୀ ବନ୍ଦ କଲେ କର୍ତ୍ତୃପକ୍ଷ”

୧୮ରୁ ପୁଣି ଶୀତ ବଢ଼ିବ…! ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୁଖିଲା ପାଗ: ୧୬ରେ କିଛି ସ୍ଥାନରେ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢ଼ିବାରୁ ଏବେ ଶୀତ କମିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ଏବେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ୧୬ ତାରିଖ ଆଡ଼କୁ ଉପାନ୍ତ ଉତ୍ତର-ପଶ୍ଚିମ ଜିଲ୍ଲାଗୁଡ଼ିକରେContinue reading “୧୮ରୁ ପୁଣି ଶୀତ ବଢ଼ିବ…! ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୁଖିଲା ପାଗ: ୧୬ରେ କିଛି ସ୍ଥାନରେ ବର୍ଷା ସମ୍ଭାବନା”

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ: ପ୍ରଶାସନର ସ୍ୱତନ୍ତ୍ର ନୀତି ନିର୍ଘଂଟ; ୧୪ ତାରିଖ ଯାଏଁ ଚାଲିବ ନୀତିକାନ୍ତି

କନକ ବ୍ୟୁରୋ: ଆଜି ହେଉଛି ଧନୁ ସଂକ୍ରାନ୍ତି । ଆଉ ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆଜିଠୁ ଏକମାସ ଯାଏଁ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ପ୍ରତ୍ୟୁଷରୁ ଠାକୁରଙ୍କ ପହିଲି ଭୋଗ ନୀତି ହେବ । ଧନୁ ସଂକ୍ରାନ୍ତିଠାରୁ ଆସନ୍ତା ୧୪ ମକର ସଂକ୍ରାନ୍ତି ଯାଏଁ ପହିଲି ଭୋଗ ନୀତି ପାଳନ କରାଯିବ । କିମ୍ବଦନ୍ତୀ ଅନୁସାରେ, ମା ଲକ୍ଷ୍୍ମୀ ଏହି ସମୟରେ ବାପଘରକୁContinue reading “ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ: ପ୍ରଶାସନର ସ୍ୱତନ୍ତ୍ର ନୀତି ନିର୍ଘଂଟ; ୧୪ ତାରିଖ ଯାଏଁ ଚାଲିବ ନୀତିକାନ୍ତି”

ନୂଆ ଆଶା ଦେଖାଇଲା ଋଷିଆ ଟିକା ସ୍ପୁଟନିକ୍-ଭି । ପ୍ରଥମ ଡୋଜର ୨୧ ଦିନ ପରେ ୯୧.୪% ଫଳପ୍ରଦ ହୋଇଥିବା ଦାବି

କନକ ବ୍ୟୁରୋ: ନୂଆ ଆଶା ଦେଖାଇଲା ଋଷିଆ ଟିକା ସ୍ପୁଟନିକ୍- ଭି । ପ୍ରଥମ ଡୋଜର ୨୧ ଦିନ ପରେ ୯୧ ଦଶମିକ ୪ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରିଛନ୍ତି ନିର୍ମାତା ।  ଏନେଇ  ସ୍ଫୁଟନିକ- ଭି ଟିକା ପ୍ରସ୍ତୁତ କରୁଥିବା ଋଷିଆର ଗାମେଲିଆ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏକ ପ୍ରେସ ରିଲିଜ୍ କରି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି, ସ୍ଫୁଟନିକ- ଭି ଟିକାର ପ୍ରଥମ ଡୋଜ୍ ନେଇଥିବା ୨୨ ହଜାର ୭୧୪ ଜଣ ସ୍ୱେସ୍ଥାସେବୀଙ୍କContinue reading “ନୂଆ ଆଶା ଦେଖାଇଲା ଋଷିଆ ଟିକା ସ୍ପୁଟନିକ୍-ଭି । ପ୍ରଥମ ଡୋଜର ୨୧ ଦିନ ପରେ ୯୧.୪% ଫଳପ୍ରଦ ହୋଇଥିବା ଦାବି”

ଆମେରିକାରେ ଆରମ୍ଭ ହେଲା ବଡ ଟିକାକରଣ କାର୍ଯ୍ୟକ୍ରମ: ନର୍ସଙ୍କୁ ଦିଆଗଲା ପ୍ରଥମ ଟିକା

କନକ ବ୍ୟୁରୋ: ଆମେରିକାର ଆରମ୍ଭ ହୋଇଛି କରୋନା ଟିକାକରଣ ଅଭିଯାନ । ଗତକାଲି ଦେଶରେ କରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି । ଏହି ପ୍ରଥମ ଡୋଜ ନ୍ୟୁୟର୍କର ଜଣେ ନର୍ସଙ୍କୁ ଦିଆଯାଇଛି । କରୋନା ଟିକାକରଣ ଏହି କାର୍ଯ୍ୟକ୍ରମ ଟିଭିରେ ବି ପ୍ରସାରିତ ହୋଇଥିଲା । ଆମେରିକାରେ ପ୍ରଥମ କରୋନା ଟିକା ଦିଆଯିବା ପରେ ଟ୍ୱିଟ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁସି ଜାହିର କରିଛନ୍ତି । ଆମେରିକାରେ ଫାଇଜରକୁ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ମିଳିଛିContinue reading “ଆମେରିକାରେ ଆରମ୍ଭ ହେଲା ବଡ ଟିକାକରଣ କାର୍ଯ୍ୟକ୍ରମ: ନର୍ସଙ୍କୁ ଦିଆଗଲା ପ୍ରଥମ ଟିକା”

ସୀମାରେ ସଜାଗ ସେନା, ଏଲଏସିରେ ବଡ ଧରଣର ପ୍ରସ୍ତୁତି ।

କନକ ବ୍ୟୁରୋ : ଏଲଏସିରେ ଭାରତ ଓ ଚୀନ୍ ଉତ୍ତେଜନା ଭିତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ସନ୍ଦେଶ । ଲଦାଖରେ ସେନା ବଡ ଧରଣର ପ୍ରସ୍ତୁତି କରିଥିବା କହିଛନ୍ତି ରାଜନାଥ ସିଂ । ଭାରତୀୟ ସେନା ପିଏଲଏ ସହ ଦୃଢତାର ଲଢି ତାଙ୍କୁ ପଛଘୁଂଚା ଦେବାକୁ ବାଧ୍ୟ କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ତେବେ ହିମାଳୟ ସୀମାନ୍ତରେ ପ୍ରତିପକ୍ଷର ଏକପାଖିଆ ଆକ୍ମମଣାତ୍ମକ ଭଙ୍ଗୀ ହେଉଛି ପରିବର୍ତନଶୀଳ ବିଶ୍ୱ ଓ ରାଜିନାମା ଗୁଡିକୁ କିପରି ଚ୍ୟାଲେଂଜContinue reading “ସୀମାରେ ସଜାଗ ସେନା, ଏଲଏସିରେ ବଡ ଧରଣର ପ୍ରସ୍ତୁତି ।”

ଚୀନ ସୀମାରେ ଉତ୍ତେଜନା ଭିତରେ ସମ୍ଭାବ୍ୟ ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳୀନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ସେନାକୁ କେନ୍ଦ୍ରର ଅନୁମତି ।

କନକ ବ୍ୟୁରୋ : ଚୀନ ସୀମାରେ ଉତ୍ତେଜନା ଭିତରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳୀନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ସେନାକୁ କେନ୍ଦ୍ରର ଅନୁମତି । ପୂର୍ବରୁ ୧୦ଦିନ ପାଇଁ ମହଜୁଦ ରଖାଯାଉଥିଲା ଅସ୍ତ୍ରଶସ୍ତ୍ର । ଅଧିକ ଅସ୍ତ୍ର ଗଚ୍ଛିତ ରଖିବାକୁ ତିନି ସେନାକୁ ପ୍ରାୟ ଅଧିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁୁ ହେବ । ଲଦାଖ ସୀମାରେ ଚୀନ୍ ସହ ଦୀର୍ଘ ମାସର ଉତ୍ତେଜନାContinue reading “ଚୀନ ସୀମାରେ ଉତ୍ତେଜନା ଭିତରେ ସମ୍ଭାବ୍ୟ ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳୀନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ସେନାକୁ କେନ୍ଦ୍ରର ଅନୁମତି ।”

ନୂଆ ବିବାଦର ସୂତ୍ରପାତ କଲା ଜାଗ୍ରତି ଶୁକ୍ଲାଙ୍କ ପୋଷ୍ଟ । ଫେସବୁକ ପୋଷ୍ଟ ପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ବର୍ଷା । 

କନକ ବ୍ୟୁରୋ : ଲୋକସଭା ଟିଭିର ଉପସ୍ଥାପିକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ଫେସବୁକ ପୋଷ୍ଟ ଏକ ନୂଆ ବିବାଦର ସୂତ୍ରପାତ କରିଛି । ଅନୁଭବଙ୍କ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକ୍ ପୋଷ୍ଟ ପରେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ବର୍ଷା । କିନ୍ତୁ ତାଙ୍କ ପକ୍ଷର ପ୍ରତିକ୍ରିୟା ଜାଣିବା ପାଇଁ ଆମେ କଥା ହୋଇଥିଲୁ ତାଙ୍କ ଓକିଲଙ୍କ ସହ । ଜାଗ୍ରତି ଶୁକ୍ଳା ହେଉଛନ୍ତି ଦିଲ୍ଳୀ ମିଡିଆ ଜଗତର ଜଣେContinue reading “ନୂଆ ବିବାଦର ସୂତ୍ରପାତ କଲା ଜାଗ୍ରତି ଶୁକ୍ଲାଙ୍କ ପୋଷ୍ଟ । ଫେସବୁକ ପୋଷ୍ଟ ପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ବର୍ଷା । “

ଉପବାସ ରହି କୃଷି ଆଇନର ପ୍ରତିବାଦ କଲେ ଚାଷୀ । ଦିଲ୍ଲୀରେ ଧାରଣା ଦେଲେ ଦେଶର ହଜାର ହଜାର କୃଷକ, ଚାଷୀଙ୍କୁ ସମର୍ଥନ ଜଣାଇ କେଜ୍ରିୱାଲ ରଖିଲେ ଉପବାସ ।

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଆଜି ଦିଲ୍ଲୀ-ହରିୟାଣା ସୀମାରେ ଚାଷୀଙ୍କ ବଡ ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସବୁ ସୀମାରେ ଚାଷୀମାନେ ଦିନିକିଆ ଅନଶନ କରିଛନ୍ତି । କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବି ଆଜି ଦିନକ ପାଇଁ ଉପବାସ ରଖିଥିଲେ । ତେବେ ଆଲୋଚନା ପାଇଁContinue reading “ଉପବାସ ରହି କୃଷି ଆଇନର ପ୍ରତିବାଦ କଲେ ଚାଷୀ । ଦିଲ୍ଲୀରେ ଧାରଣା ଦେଲେ ଦେଶର ହଜାର ହଜାର କୃଷକ, ଚାଷୀଙ୍କୁ ସମର୍ଥନ ଜଣାଇ କେଜ୍ରିୱାଲ ରଖିଲେ ଉପବାସ ।”

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ । ଓଟିଭିର ୨ କର୍ମଚାରୀ ଓ ୨ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସେପଟେ ଭିଡିଓ କନଫରେନସିଂରେ ହାଜର ହେଲେ ଓଟିଭି ଏମଡି

କନକ ବ୍ୟୁରୋ : ତଦନ୍ତ, କମିଶନ ଏବଂ ଓଟିଭି । ମୁଖ୍ୟତଃ ଏହି ତିନୋଟି ବିନ୍ଦୁ ଭିତରେ ଘୁରିବୁଲୁଥିବା ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଶେଷରେ ଏଭଳି ଏକ ଖବର ଆସିଛି, ଯାହା ହୁଏତ ପୂର୍ବରୁ ଆସିବାର ଥିଲା । ପୀଡ଼ିତାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିବାର ପ୍ରାୟ ୪ ମାସ ପରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭିର ଦୁଇ କର୍ମଚାରୀ ଓ ୨ ସୁରକ୍ଷା କର୍ମଚାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଉContinue reading “ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ । ଓଟିଭିର ୨ କର୍ମଚାରୀ ଓ ୨ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସେପଟେ ଭିଡିଓ କନଫରେନସିଂରେ ହାଜର ହେଲେ ଓଟିଭି ଏମଡି”

Design a site like this with WordPress.com
Get started