ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରୀ । ଏକ କମିଟି ଉପରେ ନ୍ୟସ୍ତ ହେଲା ମନ୍ଦିର ପରିଚାଳନା ଦାୟିତ୍ୱ ।

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମିଳିଛି କ୍ୟାବିନେଟର ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ତେବେ ଏକ କମିଟି ଉପରେ ନ୍ୟସ୍ତ କରାଯାଇଛି ଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ୱ । ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତିର ପରିଚାଳନା ଏହି କମିଟି ବୁଝିବ । ମନ୍ଦିର କାର୍ଯ୍ୟର ଉତ୍ତମContinue reading “ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରୀ । ଏକ କମିଟି ଉପରେ ନ୍ୟସ୍ତ ହେଲା ମନ୍ଦିର ପରିଚାଳନା ଦାୟିତ୍ୱ ।”

ସାମ୍ନାକୁ ଆସିଲା କାର ଅପହରଣ ଘଟଣାର ପ୍ରକୃତ ସତ । ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି କରଥିଲେ କାର ଅପହରଣ, ବିଫଳ ହେବାରୁ ବ୍ୟାଙ୍କ ଲୁଟ୍ ପାଇଁ କରିଥିଲେ ଯୋଜନା ।

କନକ ବ୍ୟୁରୋ : ସାମ୍ନାକୁ ଆସିଲା କାର ଅପହରଣ ଘଟଣାର ପ୍ରକୃତ ସତ । ଗିରଫ ହୋଇଥିବା ୮ ଦୁବୃର୍ତଙ୍କ ମଧ୍ୟରୁ ୪ ଜଣଙ୍କ ଅପରାଧିକ ସଂପୃକ୍ତି ନେଇ ମିଳିଛି ତଥ୍ୟ । ଏନେଇ ପୁରୁଣା କଟକ ଆଇଆଇସି ସୂଚନା ଦେଇଛନ୍ତି । ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କୁ ଟାଗେଟ୍ କରି ଏମାନେ କାର ଅପହରଣ କରିଥିବା ଜଣାପଡିଛି । କିନ୍ତୁ ମିଶନ ବିଫଳ ହେବାରୁ ଆକ୍ସିସ ବ୍ୟାଙ୍କକୁ ଲୁଟ୍ କରିବା ପାଇଁ ଯୋଜନା କରିଥିଲେ । ୮Continue reading “ସାମ୍ନାକୁ ଆସିଲା କାର ଅପହରଣ ଘଟଣାର ପ୍ରକୃତ ସତ । ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି କରଥିଲେ କାର ଅପହରଣ, ବିଫଳ ହେବାରୁ ବ୍ୟାଙ୍କ ଲୁଟ୍ ପାଇଁ କରିଥିଲେ ଯୋଜନା ।”

ଜୋତା ପିନ୍ଧି ମହାପ୍ରଭୁଙ୍କ ମହାପ୍ରସାଦ ଖାଉଛନ୍ତି ୨ଜଣ ପୋଲିସ କର୍ମଚାରୀ । ଭାଇରାଲ ହେଲା ଭିଡିଓ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ।

କନକ ବ୍ୟୁରୋ : ମହାପ୍ରସାଦ ପ୍ରତି ଅବମାନନା ଅଭିଯୋଗ । ଦୁଇଜଣ ପୁଲିସ କର୍ମଚାରୀ ବେଂଚ ଉପରେ ବସି ଜୋତା ପିନ୍ଧି ମହାପ୍ରସାଦ ଖାଉଥିବାରୁ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଏହାକୁ ନିନ୍ଦା କରାଯାଇ ସିଂହଦ୍ୱାର ଥାନାରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏତଲା ଦିଆଯାଇଛି । ସୂଚନା ଅନୁସାରେ ଗତ ରଥଯାତ୍ରା ସମୟରେ ମଧ୍ୟ କିଛି ପୁଲିସ କର୍ମଚାରୀ ଗୁଣ୍ଡିଚା ମନ୍ଦିରରେ ଏଭଳି ମହାପ୍ରସାଦContinue reading “ଜୋତା ପିନ୍ଧି ମହାପ୍ରଭୁଙ୍କ ମହାପ୍ରସାଦ ଖାଉଛନ୍ତି ୨ଜଣ ପୋଲିସ କର୍ମଚାରୀ । ଭାଇରାଲ ହେଲା ଭିଡିଓ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ।”

 ଆଜିଠାରୁ ଖୋଲିଲା ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜ । କଲେଜ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର

କନକ ବ୍ୟୁରୋ : କରୋନା କଟକଣା ଭିତରେ ପ୍ରଥମଥର ପାଇଁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟସରକାର ରାଜ୍ୟରେ ଥିବା ଆୟୁର୍ବେଦିକ ଓ ହୋମିଓପାଥିକ କଲେଜ ଖୋଲିବାକୁ ଅନୁମତି ଦେଇଛନ୍ତି । ସମସ୍ତ କୋଭିଡ କଟକଣା ଯେମିତି କି ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରି କଲେଜରେ ପାଠ ପଢା ଆରମ୍ଭ କରାଯିବ । ଦୀର୍ଘ ୮ ମାସ ପରେ ରାଜ୍ୟ ସରକାର ପ୍ରଥମଥର ଶିକ୍ଷାନନୁଷ୍ଠାନ ଖୋଲିବା ଉପରେ ଦୃଷ୍ଟିContinue reading ” ଆଜିଠାରୁ ଖୋଲିଲା ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜ । କଲେଜ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର”

ପୁରୀ ହାଜତ ମୃତ୍ୟୁ ମାମଲା । ହାଇକୋର୍ଟରେ ମାମଲାର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ ପୁରୀ ଏସପି । ୩୦୭ ଦଫାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ ପ୍ରକାଶ 

କନକ ବ୍ୟୁରୋ : ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଆଜି ଏସପିଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି । ମାମଲାର ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିଛନ୍ତି ପୁରୀ ଏସପି । ଜାନୁଆରୀ ୨୮ରେ ପରବର୍ତୀ ଶୁଣାଣୀ ଅଛି ।  ପୂର୍ବରୁ ହାଇକୋର୍ଟରେ ଗୋଟିଏ କ୍ରମିନାଲ କେସ ଓ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଯେହେତୁ ଦୁଇଟି  ମାମଲା ଜନସ୍ୱାର୍ଥ  ସମ୍ବଳିତ ଥିଲା ତେଣୁ ଦୁଇଟି ଯାକ ମାମଲାର ଏକାଠି ଶୁଣାଣି ହୋଇଛିContinue reading “ପୁରୀ ହାଜତ ମୃତ୍ୟୁ ମାମଲା । ହାଇକୋର୍ଟରେ ମାମଲାର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ ପୁରୀ ଏସପି । ୩୦୭ ଦଫାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ ପ୍ରକାଶ “

ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ନାବାଳକ । କୋରାପୁଟ ଜିଲ୍ଲା ସୁନାବେଢ଼ାରୁ ଆସିଲା ଦୁଃଖଦ ଘଟଣା । ପହଁରା ଜାଣିନଥିବା ବେଳେ ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ସୁନାବେଢ଼ାରୁ ଆସିଲା ଦୁଃଖଦ ଘଟଣା । ସୂଚନା ମୁତାବକ ନଦୀକୁ ୨ଜଣ ନାବାଳକ ଗାଧୋଇବାକୁ ଯାଇଥିବା ବେଳେ ଅଧିକ ପାଣିକୁ ପସିଯାଇଥିଲେ । ପହଂରା ଜାଣିନଥିବା ବେଳେ ନଦୀରେ ବୁଡ଼ି ଯାଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଂଚି ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ୨ ନାବାଳକଙ୍କୁContinue reading “ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ନାବାଳକ । କୋରାପୁଟ ଜିଲ୍ଲା ସୁନାବେଢ଼ାରୁ ଆସିଲା ଦୁଃଖଦ ଘଟଣା । ପହଁରା ଜାଣିନଥିବା ବେଳେ ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ।”

ପୃଥିବୀ ଭଳି ବିଶ୍ୱରେ ରହିଛି ଆଉ ଏକ ଗ୍ରହ । ଜୀବନ ସତ୍ତା ପାଇଁ ଭରି ରହିଛି ପାଣି ଓ ବରଫ୍ । ଚାରିପଟେ ପରିକ୍ରମା କରୁଛନ୍ତି ଦୁଇଟି ଚନ୍ଦ୍ର । ୧୨ ଘଂଟା ଅନ୍ତରରେ ହେଉଛି ଦିନ ଓ ରାତି

କନକ ବ୍ୟୁରୋ : ଗ୍ରହ ନକ୍ଷତ୍ରକୁ ନେଇ କେତେ କେତେ ଜୌତିଷ ପୂର୍ବରୁ ଅନେକ ଅନେକ ପ୍ରକାରର ମତ ଦେଇଛନ୍ତି । ଏହା ସହ ଦୀର୍ଘଦିନ ହେବ ଗ୍ରହ ନକ୍ଷତ୍ର ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ମାନେ ବି ଗ୍ରହ ନକ୍ଷତ୍ର ମାନଙ୍କର ଚଳଣିକୁ ନେଇ ଅନେକ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି । ହେଲେ ଆମେ କାହା କଥା ବିଶ୍ୱାସ କରିବା । ଗ୍ରହ ନକ୍ଷତ୍ର ବାବଦରେ ବହିରୁ ପଢି ଆମକୁ ସୂଚନା ଦେଉଥିବା ଜୌତିଷContinue reading “ପୃଥିବୀ ଭଳି ବିଶ୍ୱରେ ରହିଛି ଆଉ ଏକ ଗ୍ରହ । ଜୀବନ ସତ୍ତା ପାଇଁ ଭରି ରହିଛି ପାଣି ଓ ବରଫ୍ । ଚାରିପଟେ ପରିକ୍ରମା କରୁଛନ୍ତି ଦୁଇଟି ଚନ୍ଦ୍ର । ୧୨ ଘଂଟା ଅନ୍ତରରେ ହେଉଛି ଦିନ ଓ ରାତି”

ଧୋନୀ, ରୋହିତ ପଛରେ ବିରାଟ ଆଗରେ । ଚଳିତବର୍ଷ ସବୁଠାରୁ ଅଧିକଥର ଟ୍ୱିଟ୍ ହୋଇଥିବା ପୁରୁଷ ଖେଳାଳି ହେଲେ ବିରାଟ ।

କନକ ବ୍ୟୁରୋ : ହୁଏତ ୨୦୨୦ର ବ୍ୟାଟିଂ ରେକର୍ଡରେ ବିରାଟ କୋହଲି ଶୀର୍ଷ ସ୍ଥାନ ଅଧିକାର କରିପାରି ନାହାନ୍ତି। ମାତ୍ର ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟରରେ ବାଜିମାତ୍‌ କରିଛନ୍ତି ଏହି ଲୋକପ୍ରିୟ କ୍ରକେଟ ତାରକା। ଚଳିତବର୍ଷ ଟ୍ବିଟ୍‌ରରେ ଅଧିକରୁ ଅଧିକ ଲୋକ ଏହି ତାରକାଙ୍କ ବିଷୟରେ କଥା ହୋଇଛନ୍ତି ବୋଲି ଜାଣିବାକୁ ମିଳିଛି। ସେ ଏହି କ୍ଷେତ୍ରରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ପରି ଉଦୀୟମାନ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ବିରାଟ ହେଉଛନ୍ତି ଟ୍ବିଟ୍‌ରରେ ଅଧିକContinue reading “ଧୋନୀ, ରୋହିତ ପଛରେ ବିରାଟ ଆଗରେ । ଚଳିତବର୍ଷ ସବୁଠାରୁ ଅଧିକଥର ଟ୍ୱିଟ୍ ହୋଇଥିବା ପୁରୁଷ ଖେଳାଳି ହେଲେ ବିରାଟ ।”

ହିଂସାକାଣ୍ଡ ସମୟରେ କମ୍ପାନୀରୁ ହଜାର ହଜାର ଆଇଫୋନ ଲୁଟ୍ । ୪୪୦ କୋଟି ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ କଲା କମ୍ପାନୀ

କନକ ବ୍ୟୁରୋ : କର୍ଣ୍ଣାଟକର କୋଲାରରେ ଥିବା ‘ଓ୍ଵିଷ୍ଟ୍ରୋନ୍‌’ର କାରଖାନାରେ ହିଂସାକାଣ୍ଡ ସମୟରେ ହଜାର ହଜାର ଆଇଫୋନ୍‌ ଲୁଟ୍‌ ହୋଇଥିବାରୁ କମ୍ପାନିର ୪୪୦ କୋଟି ଟଙ୍କା କ୍ଷତି ହୋଇଛି। ପୁଲିସ ଏବଂ ଶ୍ରମ ବିଭାଗକୁ କରିଥିବା ଅଭିଯୋଗରେ କମ୍ପାନି ଏ କଥା ଉଲ୍ଲେଖ କରିଛି। କୋଲାର ଜିଲ୍ଲାର ନରସପୁର ଶିଳ୍ପାଞ୍ଚଳରେ ଏହି କାରଖାନା ଅବସ୍ଥିତ। ଦରମା ଦିଆଯାଇ ନ ଥିବା କାରଣରୁ ଶନିବାର ଦିନ ଉକ୍ତ ଆଇଫୋନ୍‌ କାରଖାନାରେ କାର୍ୟ୍ୟ କରୁଥିବା କର୍ମଚାରୀମାନେ ଉତ୍ତ୍ୟକ୍ତ ହୋଇ ଢେଲାପଥରContinue reading “ହିଂସାକାଣ୍ଡ ସମୟରେ କମ୍ପାନୀରୁ ହଜାର ହଜାର ଆଇଫୋନ ଲୁଟ୍ । ୪୪୦ କୋଟି ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ କଲା କମ୍ପାନୀ”

ଡ୍ରାଇଭରଙ୍କ ମୁହଁରେ କାର ଅପହରଣର କାହାଣୀ : କହିଲେ, ବଲାଙ୍ଗୀର କହି ବୌଦ୍ଧ ନେଇଯାଇଥିଲେ ଅପହରଣକାରୀ; ଗାଡି ଭିତରେ ଥିଲା ଖଣ୍ଡା ଓ ହତିଆର

କନକ ବ୍ୟୁରୋ : ଡ୍ରାଇଭରଙ୍କ ମୁହଁରେ କାର ଅପହରଣ କାହାଣୀ । କନକ ନ୍ୟୁଜ ଆଗରେ ମୁହଁ ଖୋଲି ଅପହରଣର ପୁରା କାହାଣୀ କହିଛନ୍ତି । ବରମୁଣ୍ଡାରେ ରାତି ୪ଟା ଗାଡି ଲଗାଇଥିଲେ । ଅପହରଣକାରୀ ତାଙ୍କୁ ବଲାଙ୍ଗୀର କହି ବୌଦ୍ଧ ନେଇଥିଲେ । ନୟାଗଡରୁ ଆଉ ଏକ ପିକଅପ ଭ୍ୟାନଯାଇଥିଲା । ଗାଡି ଭିତରେ ଖଣ୍ଡା ଓ ହତିଆର ଥିଲା ।  ଅପହରଣକାରୀ ଗାଡି ଭିତରେ କୌଣସି ଆଲୋଚନା କରିନଥିବା ଡ୍ରାଇଭର କହିଛନ୍ତି । ସେପଟେContinue reading “ଡ୍ରାଇଭରଙ୍କ ମୁହଁରେ କାର ଅପହରଣର କାହାଣୀ : କହିଲେ, ବଲାଙ୍ଗୀର କହି ବୌଦ୍ଧ ନେଇଯାଇଥିଲେ ଅପହରଣକାରୀ; ଗାଡି ଭିତରେ ଥିଲା ଖଣ୍ଡା ଓ ହତିଆର”

Design a site like this with WordPress.com
Get started