ଉପବାସରେ ଅନ୍ନଦାତା । ଭବିଷ୍ୟତକୁ ସଦୃଢ କରିବାକୁ ଉପବାସ ରହି ଅନଶନରେ ବସିଛନ୍ତି କୃଷକ । ଜିଦରେ ଅଟଳ ସରକାର

କନକ ବ୍ୟୁରୋ : ଜୀବନ ପାଇଁ ଖାଦ୍ୟର ଆବଶ୍ୟକତା କେତେ ଜରୁରୀ ତାହା ଏକା ଭୋକିଲା ପେଟ ହିଁ କହିପାରିବ । ହେଲେ ସେହି ଭୋକ ବେଳେ ଆମେ ଯାହା ବି ଖାଇଥାଉ ତାହାର ଉତ୍ପାଦନ କୃଷକ ମାନେ କରିଥା’ନ୍ତି । ସାରା ଦେଶର ଲୋକଙ୍କୁ ଖାଦ୍ୟ ଯୋଗାଉଥିବା କୃଷକ ଆଜି ନିଜେ ଉପବାସରେ ରହି ନିଜର ହକ୍ ଓ ଅଧିକାର ପାଇଁ ଗୁହାରୀ କରୁଛି । ଏକଥା ଏକ ଗଣତନ୍ତ୍ର ରାଷ୍ଟ୍ର ପାଇଁ ନିନ୍ଦନୀୟ ଘଟଣାContinue reading “ଉପବାସରେ ଅନ୍ନଦାତା । ଭବିଷ୍ୟତକୁ ସଦୃଢ କରିବାକୁ ଉପବାସ ରହି ଅନଶନରେ ବସିଛନ୍ତି କୃଷକ । ଜିଦରେ ଅଟଳ ସରକାର”

ବଲାଙ୍ଗୀରରେ ହ୍ୱାଟ୍ସଆପ୍ ଜରିଆରେ ବିକ୍ରି ହେଉଛି ବନ୍ଧୁକ: କୋଲକାତା ଓ ବିହାର ମୁଂଗେରରୁ ଆସୁଛି ବନ୍ଧୁକ; ଅର୍ଡଦେଲେ ହେଉଛି ହୋମ ଡେଲିଭରୀ

କନକ ବ୍ୟୁରୋ: ହ୍ୱାଟସ୍ ଆପରେ ହେଉଛି ବନ୍ଧୁକ କାରବାର । ଘରେ ବସି ବନ୍ଧୁକ କିଣୁଛନ୍ତି କିଛି ବ୍ୟକ୍ତି । ବଲାଙ୍ଗୀର ଜିଲ୍ଲାରେ ଏଭଳି କାରବାର ଚାଲିଛି । ହ୍ୱାଟ୍ସ ଆପ୍ ଜରିଆରେ ବନ୍ଧୁକ କିଣାବିକା ହେଉଥିବା ଖବର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । କୋଲକାତା ଓ ବିହାର ମୁଂଗେରରୁ ବଲାଙ୍ଗୀରକୁ ବନ୍ଧୁକ ଆସୁଥିଲା । ଅର୍ଡ ଦେଲେ ଲୋକଙ୍କ ଘରେ ପହଂଚୁଛି ବନ୍ଧୁକ । ତେବେ ବଲାଙ୍ଗୀରରେ ବନ୍ଧୁକ ବ୍ୟବହାର କିଛି ନୂଆ କଥାContinue reading “ବଲାଙ୍ଗୀରରେ ହ୍ୱାଟ୍ସଆପ୍ ଜରିଆରେ ବିକ୍ରି ହେଉଛି ବନ୍ଧୁକ: କୋଲକାତା ଓ ବିହାର ମୁଂଗେରରୁ ଆସୁଛି ବନ୍ଧୁକ; ଅର୍ଡଦେଲେ ହେଉଛି ହୋମ ଡେଲିଭରୀ”

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଗିରଫ: ଓଟିଭିର ୨ କର୍ମଚାରୀ ଓ ୨ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କଲା କ୍ରାଇମବ୍ରାଂଚ

କନକ ବ୍ୟୁରୋ : ଦୀର୍ଘ ଦିନର ଯାଂଚ ପରେ ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ୍ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଗିରଫ୍ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଓଡିଶା ଟେଲିଭିଜନ (ଓଟିଭି) ର ୨ ଜଣ କର୍ମଚାରୀ ଓ ୨ ଜଣ ସିକ୍ୟୁରିଟି ଗାର୍ଡ ଅଛନ୍ତି । ସେମାନଙ୍କୁ ଗିରଫ୍ ପରେ କ୍ରାଇମବ୍ରାଞ୍ଚ କୋର୍ଟରେ ହାଜର କରିପାରେ ବୋଲି ଜଣାପଡିଛି । ଅଭିଯୋଗ ମୁତାବକ ଓଟିଭିରେ କାମContinue reading “ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଗିରଫ: ଓଟିଭିର ୨ କର୍ମଚାରୀ ଓ ୨ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କଲା କ୍ରାଇମବ୍ରାଂଚ”

ବାଲେଶ୍ୱରର ନାବାଳିକା ମୃତ୍ୟୁ ଘଟଣାରେ ଚାଂଚଲ୍ୟକର ଖୁଲାସା: ପୁଲିସ କହିଲା, ଅନୈତିକ ସଂପର୍କ ଦେଖିଦେବାରୁ କରାଯାଇଛି ହତ୍ୟା

କନକ ବ୍ୟୁରୋ: ଅବୈଧ ସଂପର୍କ ଦେଖିଦେଲା ବୋଲି ନାବାଳିକାକୁ କରାଯାଇଛି ହତ୍ୟା । ବାଲେଶ୍ୱର ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାରେ ଏଭଳି ଚାଂଚଲ୍ୟକର ଖୁଲାସା କରିଛି ପୁଲିସ । ବସ୍ତା ଏସଡିପିଓଙ୍କ କହିବା ପଡିଶାଘର ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଅନୈତିକ ସଂପର୍କ ଦେଖି ଦେବାରୁ ନାବାଳିକାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୁଲିସ ସୂଚନା ଦେଇଛି । ଆଜି ସକାଳୁ ପୋଖରୀରୁ ଉଦ୍ଧାର ହୋଇଥିଲା ନିଖୋଜ ନାବାଳିକର ମୃତଦେହ । ମାମୁଁଘର ପଛପଟContinue reading “ବାଲେଶ୍ୱରର ନାବାଳିକା ମୃତ୍ୟୁ ଘଟଣାରେ ଚାଂଚଲ୍ୟକର ଖୁଲାସା: ପୁଲିସ କହିଲା, ଅନୈତିକ ସଂପର୍କ ଦେଖିଦେବାରୁ କରାଯାଇଛି ହତ୍ୟା”

କମିବ ବସ୍ତାନୀ ବୋଝ: ସ୍କୁଲ ବ୍ୟାଗ୍ ନୀତି ଜାରି କଲା କେନ୍ଦ୍ର, ପିଲାଙ୍କ ଓଜନଠାରୁ ବ୍ୟାଗର ଓଜନ ୧୦%ରୁ କମ୍; ପ୍ରି-ପ୍ରାଇମେରି ପିଲାଙ୍କୁ ବ୍ୟାଗ୍ ମନା

କନକ ବ୍ୟୁରୋ: ପିଲାଙ୍କ ଓଜନଠାରୁ ସ୍କୁଲ ବ୍ୟାଗର ଓଜନ ୧୦%ରୁ କମ୍ ରହିବ। ଅର୍ଥାତ୍ ଯଦି ଜଣେ ଛାତ୍ରଙ୍କ ଓଜନ ୨୦ କେଜି ହୋଇଥାଏ ତେବେ ସେ ଦୁଇ କେଜିର ବ୍ୟାଗ୍ ଆଣି ବିଦ୍ୟାଳୟକୁ ଆସିବେ। କାନ୍ଧରେ ଏହାଠାରୁ ଅଧିକ ଓଜନର ବ୍ୟାଗ୍ ପକାଇ ଛାତ୍ରଛାତ୍ରୀ ସ୍କୁଲ ଆସିବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ଆଣି ବିଦ୍ୟାଳୟକୁ ଆସିଥିବେ ତେବେ ଏନେଇ ସ୍କୁଲ କର୍ତୃପକ୍ଷ ଅଭିଭାବକଙ୍କୁ ଜଣାଇବେ। ପ୍ରତି ୩Continue reading “କମିବ ବସ୍ତାନୀ ବୋଝ: ସ୍କୁଲ ବ୍ୟାଗ୍ ନୀତି ଜାରି କଲା କେନ୍ଦ୍ର, ପିଲାଙ୍କ ଓଜନଠାରୁ ବ୍ୟାଗର ଓଜନ ୧୦%ରୁ କମ୍; ପ୍ରି-ପ୍ରାଇମେରି ପିଲାଙ୍କୁ ବ୍ୟାଗ୍ ମନା”

ଜୟପୁରରେ ଆନ୍ତଃରାଜ୍ୟ ଠକେଇର ମାଷ୍ଟରମାଇଣ୍ଡ ଗିରଫ: ଓଡିଶାରୁ ଛତିଶଗଡ ଲମ୍ବିଛି ଚେର; ଅଧାଦାମରେ ଘରୋଇ ଉପକରଣ ଯୋଗାଇଦେବାକୁ କହି ଠକୁଥିଲା

କନକ ବ୍ୟୁରୋ: ଆନ୍ତରାଜ୍ୟ ଠକେଇ ରାକେଟର ମାଷ୍ଟର ମାଇଣ୍ଡକୁ ବାନ୍ଧିଲା ପୋଲିସ । ଓଡ଼ିଶାରୁ ଛତିସଗଡ଼ ଲମ୍ବିଥିଲା ଠକେଇର ଚେର । ଅଧା ଦାମ୍ ରେ ଘରୋଇ ଉପକରଣ ଯୋଗାଇ ଦେବା ନାଁରେ ଲୋକଙ୍କ ଠାରୁ ଠକି ନେଇଥିଲା ଲକ୍ଷ ଲକ୍ଷ ଟଙ୍କା । ପୋଲିସକୁ ଚକମା ଦେଇ ରତିଅଧିଆ ବଦଳାଉଥିଲା ବ୍ୟବସାୟ ସ୍ଥାନ । ଶେଷରେ ଠକାମିର ମାଷ୍ଟର ମାଇଣ୍ଡ ଅବଦୁଲ ତାଇଜଉଦିନ୍କୁ ଛତିସଗଡ଼ ପୋଲିସ ଧରିବାରେ ସଫଳ ହୋଇଛିି । ଟିଭି ଫ୍ରିଜଠାରୁ ଆରମ୍ଭContinue reading “ଜୟପୁରରେ ଆନ୍ତଃରାଜ୍ୟ ଠକେଇର ମାଷ୍ଟରମାଇଣ୍ଡ ଗିରଫ: ଓଡିଶାରୁ ଛତିଶଗଡ ଲମ୍ବିଛି ଚେର; ଅଧାଦାମରେ ଘରୋଇ ଉପକରଣ ଯୋଗାଇଦେବାକୁ କହି ଠକୁଥିଲା”

ବାଲେଶ୍ୱରର ନିଖୋଜ ନାବାଳିକାର ମୃତଦେହ ଠାବ: ଶୁକ୍ରବାର ଦିନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହୋଇଥିଲା ନିଖୋଜ; ମାମୁଁଘର ପଛପଟ ପୋଖରୀରୁ ମିଳିଲା ମୃତଦେହ

କନକ ବ୍ୟୁରୋ: ଉଦ୍ଧାର ହେଲା ନିଖୋଜ ନାବାଳିକର ମୃତଦେହ । ମାମୁଁଘର ପଛପଟ ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ଦିନକୁ ଦିନ ରାଜ୍ୟରେ ଶିଶୁ ନିଖୋଜ ଘଟଣା, ସାରା ରାଜ୍ୟରେ ହଇଚଇ ସଷ୍ଟି କରିଥିବା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସୁନ୍ଦୁରକୋଇଲି ଗାଁର ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରୀୟା ଗତ ଶକ୍ରବାର ଠାରୁ ନିଖୋଜ ଥିଲା । ଆଜି ସକାଳୁ ତାର ମୃତଦେହ ଉଦ୍ଧାର କରିଛି । ସୁଚନା ଅନୁଯାଇContinue reading “ବାଲେଶ୍ୱରର ନିଖୋଜ ନାବାଳିକାର ମୃତଦେହ ଠାବ: ଶୁକ୍ରବାର ଦିନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହୋଇଥିଲା ନିଖୋଜ; ମାମୁଁଘର ପଛପଟ ପୋଖରୀରୁ ମିଳିଲା ମୃତଦେହ”

କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଦୁର୍ଘଟଣା ପରେ ରାସ୍ତାରେ ଜଳିଗଲା କାର୍ 

କନକ ବ୍ୟୁରୋ: ଦୁର୍ଘଟଣା ପରେ ରାସ୍ତାରେ ଜଳିଗଲା କାର୍ । ଏହି ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି । ଜଗତସିଂହପୁର ରଘୁନାଥପୁର ବଜାର ନିକଟରେ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏବଂ ଧକ୍କା ପରେ କାର୍ରେ ନିଆଁ ଲାଗିଯାଇଥିଲା, ଆଉ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିବାରେ ଲାଗିଥିଲା । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ସେପଟେContinue reading “କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଦୁର୍ଘଟଣା ପରେ ରାସ୍ତାରେ ଜଳିଗଲା କାର୍ “

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ହେବ ଜୋରଦାର: ସବୁ ସୀମାରେ ଚାଷୀ କରିବେ ଆମରଣ ଅନଶନ; ସାମିଲ ହେବାକୁ ଆସୁଛନ୍ତି ଆଉ ୧୦ ହଜାର ଚାଷୀ, ଦିଲ୍ଲୀ ଟ୍ରାଫିକ ଜାରି କଲା ଆଡଭାଇଜରି

କନକ ବ୍ୟୁରୋ: ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ଆଜି ଆଉ ୧୦ ହଜାର ଚାଷୀ ଆନ୍ଦୋଳନରେ ସାମିଲ ହେବେ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଅନଶନ ଡାକରା । ଦିଲ୍ଲୀରେ ଚାଷୀମାନେ ଉପବାସ ପ୍ରତିବାଦ କରିବେ । ଦିନ ସାରା ନଖାଇ କୃଷି ଆଇନ ବିରୋଧରେ ଆନ୍ଦୋଳନ କରିବେ । ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ମୋଦୀ ସରକାରଙ୍କ ଉପରେ ଚାଷ ପକାଇବାକୁ ଦେଶବ୍ୟାପୀ ଜିଲ୍ଲାସ୍ତରୀୟ ପ୍ରତିବାଦ ଡାକରାContinue reading “ଦିଲ୍ଲୀରେ ଚାଷୀ ଆନ୍ଦୋଳନ ହେବ ଜୋରଦାର: ସବୁ ସୀମାରେ ଚାଷୀ କରିବେ ଆମରଣ ଅନଶନ; ସାମିଲ ହେବାକୁ ଆସୁଛନ୍ତି ଆଉ ୧୦ ହଜାର ଚାଷୀ, ଦିଲ୍ଲୀ ଟ୍ରାଫିକ ଜାରି କଲା ଆଡଭାଇଜରି”

କୁହୁଡ଼ି ଚାଦରରେ ଉପକୂଳ ଓଡ଼ିଶା: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦେଖାଯିବ ଘନ କୁହୁଡ଼ି; ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ: କୁହୁଡ଼ି ଚାଦର ତଳେ ଘୋଡ଼େଇ ହୋଇ ରହିଛି ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶା। ରାତି ପ୍ରାୟ ୧୦ଟାରୁ ସକାଳ ୮ଟା  ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଜଗତସିଂହପୁର, ଖୋର୍ଧା, କେନ୍ଦ୍ରାପଡ଼ା, କଟକ, ନୟାଗଡ଼ ଓ କନ୍ଧମାଳ ଆଦି ଜିଲ୍ଲାକୁ ଆଚ୍ଛାଦିତ କରି ରଖୁଛି। ଉପକୂଳ ଓଡ଼ିଶା ମଧ୍ୟ ଏଭଳି କୁହୁଡ଼ି ଆସ୍ତରଣରେ ଥିଲା । ଜଗତସିଂହପୁର ପାରଦୀପଠାରେ ଅତି ଘନ କୁହୁଡ଼ି ଦେଖାଯାଇଥିଲା। ଏଠାରେ ଦୃଶ୍ୟମାନ ଦୂରତା ୩୦ ମିଟର ରହିଥିଲା। ଏଥିସହContinue reading “କୁହୁଡ଼ି ଚାଦରରେ ଉପକୂଳ ଓଡ଼ିଶା: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦେଖାଯିବ ଘନ କୁହୁଡ଼ି; ୟେଲୋ ୱାର୍ଣ୍ଣିଂ ଜାରି”

Design a site like this with WordPress.com
Get started