ପରୀ ପସଙ୍ଗରେ ଅକଳରେ ପଡ଼ିଥିବା ନୟାଗଡ଼ ପୋଲିସର ହଜିଲା ନିଦ । ୩ ବର୍ଷର ନିଖୋଜ ଶିଶୁ ସ୍ୱାତୀକୁ ଖୋଜିବା ପାଇଁ ୩ ଦିନି ଧରି କସରତ କରୁଛି ପୋଲିସ

କନକ ବ୍ୟୁରୋ : ପରୀ ମାମଲାରେ ବିରୋଧୀଙ୍କ ଚାପରେ ଚେପା ହୋଇଯାଇଥିବା ନୟାଗଡ ପୋଲିସ ୩ ବର୍ଷର ଶିଶୁ ସ୍ୱାତୀ ନିଖୋଜ ମାମଲାରେ ତତ୍ପର ହୋଇପଡିଛି । ଗାଁ ପୋଖରୀରେ ବୁଡମାରି ତନ୍ନତନ୍ନ କରି ଖୋଜୁଛନ୍ତି ଓଡ୍ରାଫ ଟିମ୍ । ୩ଦିନ ହେଲା କେଉଁଆଡେ ନିଖୋଜ ହୋଇଯାଇଛି ସ୍ୱାତୀ । ବାଡି ପଛପଟେ ଖେଳୁଥିବାବେଳେ ନିରୁଦ୍ଦିଷ୍ଟ ହୋଇଯାଇଛି । ଦମକଳ ବାହିନୀ ସହାୟତାରେ ସ୍ୱାତୀକୁ ଖୋଜୁଛି ନୟାଗଡ ପୋଲିସ । କାଳେ ପୋଖରୀ କିମ୍ବା କୂଅରେ ବୁଡିContinue reading “ପରୀ ପସଙ୍ଗରେ ଅକଳରେ ପଡ଼ିଥିବା ନୟାଗଡ଼ ପୋଲିସର ହଜିଲା ନିଦ । ୩ ବର୍ଷର ନିଖୋଜ ଶିଶୁ ସ୍ୱାତୀକୁ ଖୋଜିବା ପାଇଁ ୩ ଦିନି ଧରି କସରତ କରୁଛି ପୋଲିସ”

ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ । ୨୩ରେ ପୁରୀବାସୀ, ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଫିଟିବ ସିଂହଦ୍ୱାର

କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ପୁଣି ଥରେ ଭକ୍ତ ଓ ଭଗବାନଙ୍କର ମିଳନ ହେବ । ଛତିଶାନିଯୋଗ ବୈଠକରେ ପ୍ରଶାସନର ଏହି ନିଷ୍ପତି ପରେ ଜଗନ୍ନାଥ ପ୍ରେମିମାନେ ଖୁସୀ ଜାହିର କରିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି । ଏହାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯିବା ସମୟରେ ଶ୍ରଦ୍ଧାଳୁମାନେ ଯେପରିContinue reading “ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ । ୨୩ରେ ପୁରୀବାସୀ, ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଫିଟିବ ସିଂହଦ୍ୱାର”

ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଆସନ୍ତାକାଲି ଚାଷୀଙ୍କ ଉପବାସ ପ୍ରତିବାଦ, ଦେଶବ୍ୟାପୀ ବିକ୍ଷୋଭ ଡାକରା । ଦିଲ୍ଲୀ ସୀମାରେ ଚାଲିଛି ଜୋରଦାର ପ୍ରସ୍ତୁତି, ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ

କନକ ବ୍ୟୁରୋ : ନା ପଛକୁ ଘୁଂଚୁଛନ୍ତି ମୋଦୀ ସରକାର, ନା ଦାବିରୁ ଓହରୁଛନ୍ତି ଚାଷୀ ସଂଗଠନ । ୫ ପର୍ଯ୍ୟାୟ କୃଷିମନ୍ତ୍ରୀଙ୍କ ସହ ଆଲୋଚନା ଫେଲ ମାରିଥିବା ବେଳେ ଗୃହମନ୍ତ୍ରୀ ଅମିିତ ଶାହା ବି ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇନାହାନ୍ତି । ଏମଏସପି ହଟିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶ୍ରୁତି ବି ପ୍ରଭାବ ପକାଇ ପାରିନାହିଁ ଚାଷୀ ଆନ୍ଦୋଳନ ଉପରେ । ସେମାନଙ୍କ ଗୋଟିଏ ଜିଦ୍, ନୂଆ କୃଷି ଆଇନକୁ ପ୍ରତ୍ୟାହାର କରContinue reading “ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଆସନ୍ତାକାଲି ଚାଷୀଙ୍କ ଉପବାସ ପ୍ରତିବାଦ, ଦେଶବ୍ୟାପୀ ବିକ୍ଷୋଭ ଡାକରା । ଦିଲ୍ଲୀ ସୀମାରେ ଚାଲିଛି ଜୋରଦାର ପ୍ରସ୍ତୁତି, ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ”

କଳାହାଣ୍ଡିରେ ଓଲଟିଲା ବସ୍, ୩୦ ଜଣ ଆହତ । ଶ୍ରମିକଙ୍କୁ ନେଇ କଳାହାଣ୍ଡିରୁ ହାଇଦ୍ରାବାଦ ଯାଉଥିଲା ବସ୍ ।

କନକ ବ୍ୟୁରୋ: ଶ୍ରମିକମାନଙ୍କୁ ନେଇ ହାଇଦ୍ରାବାଦ୍‌ ଅଭିମୁଖେ ଯାଉଥିବା ବସ୍‌ କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ବସ୍‌ରେ ଥିବା ୩୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଂଚି ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଆହତ ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟContinue reading “କଳାହାଣ୍ଡିରେ ଓଲଟିଲା ବସ୍, ୩୦ ଜଣ ଆହତ । ଶ୍ରମିକଙ୍କୁ ନେଇ କଳାହାଣ୍ଡିରୁ ହାଇଦ୍ରାବାଦ ଯାଉଥିଲା ବସ୍ ।”

ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକରେ ଲେଖିଲେ ଜାଗୃତି । କହିଲେ, ବର୍ଷା-ଅନୁଭବଙ୍କ ମଧ୍ୟରେ ବିବାଦ ତାଙ୍କ ବ୍ୟକ୍ତିଗତ, ସେହି ବିବାଦକୁ ମୋ ନାଁ କାହିଁକି ଟଣାଯାଉଛି?

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଅନୁଭବ ଓ ଜାଗୃତିଙ୍କ ଫଟୋକୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା ପରେ ମୁହଁ ଖୋଲିଲେ ମହିଳା ସାମ୍ବାଦିକ ଜାଗୃତି ଶୁକ୍ଲା । ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକରେ ଲେଖିଛନ୍ତି ଜାଗୃତି । ନିଜକୁ ଅନୁଭବଙ୍କ ବନ୍ଧୁ ବୋଲି କହିଛନ୍ତି ଜାଗୃତି । ଏହା ବର୍ଷା-ଅନୁଭବଙ୍କ ବ୍ୟକ୍ତିଗତ ବିବାଦ ତା ଭିତରକୁ ତାଙ୍କ ନାଁ ଟଣାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛିଦିନContinue reading “ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକରେ ଲେଖିଲେ ଜାଗୃତି । କହିଲେ, ବର୍ଷା-ଅନୁଭବଙ୍କ ମଧ୍ୟରେ ବିବାଦ ତାଙ୍କ ବ୍ୟକ୍ତିଗତ, ସେହି ବିବାଦକୁ ମୋ ନାଁ କାହିଁକି ଟଣାଯାଉଛି?”

କାର ଅପହରଣର ଛାତିଥରା କାହାଣୀ । ଡ୍ରାଇଭର ମୁଣ୍ଡରେ ବନ୍ଧୁକ ରଖି ଇନୋଭା କାରକୁ ହାଇଜାକ୍ କରିନେଲେ ୮ ଡକାୟତ ।

କନକ ବ୍ୟୁରୋ : ଅତି ଆଶ୍ଚର୍ଯ୍ୟଜନକ ଭାବେ କାର ହାଇଜାକ କରିନେଲେ ଦୁର୍ବୃତ । ବଲାଙ୍ଗିରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ କହି ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ଇନୋଭା କାର ହାୟର କରିଥିଲେ ୮ଜଣ । ହେଲେ ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି କାରଟିକୁ ବୌଦ୍ଧ ଯାଏଁ ନେଇଯାଇଥିଲେ । କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ କେବଳ କାର ଠାବହେଲା ନାହିଁ, ବରଂ ଧରାପଡିଗଲେ ସମସ୍ତ ୮ଜଣ ଯାକ ଡକାୟତ । ଶନିବାର ଭୁବନେଶ୍ୱରରContinue reading “କାର ଅପହରଣର ଛାତିଥରା କାହାଣୀ । ଡ୍ରାଇଭର ମୁଣ୍ଡରେ ବନ୍ଧୁକ ରଖି ଇନୋଭା କାରକୁ ହାଇଜାକ୍ କରିନେଲେ ୮ ଡକାୟତ ।”

ବିଜେପି ସଭାପତି ଜେ.ପି ନଡ୍ଡାଙ୍କୁ କରୋନା । ସଂକ୍ରମିତ ନେଇ ସୂଚନା ଦେଲେ ନଡ୍ଡା । କହିଲେ ମୋ ସଂସ୍ପର୍ଶରେ ଆସିଥିଲେ ପରୀକ୍ଷା କରାନ୍ତୁ ।

କନକ ବ୍ୟୁରୋ: ବିଜେପି ସଭାପତି ଜେପି ନଡ୍ଡା କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଟ୍ଵିଟ୍‌ କରି ସେ ସୂଚନା ଦେଇଛନ୍ତି । ଲେଖିଛନ୍ତି, “କରୋନା ଲକ୍ଷଣ ଦେଖାଯିବା ପରେ ମୁଁ ପରୀକ୍ଷା କରାଇଥିଲି ଓ ତାହା ପିଜିଟିଭ ବାହାରିଥିଲା । ମୁଁ ଏବେ ସୁସ୍ଥ ଅନୁଭବ କରୁଛି, କିନ୍ତୁ ଡାକ୍ତରଙ୍କ ଅନୁରୋଧକ୍ରମେ ମୁଁ ଏକାନ୍ତବାସରେ ରହୁଛି । ମୁଁ ମଧ୍ୟ ସବୁ କରୋନା ନିୟମ ପାଳନ କରୁଛି । ଯେଉଁମାନେ ମୋ ସଂସ୍ପର୍ଶରେContinue reading “ବିଜେପି ସଭାପତି ଜେ.ପି ନଡ୍ଡାଙ୍କୁ କରୋନା । ସଂକ୍ରମିତ ନେଇ ସୂଚନା ଦେଲେ ନଡ୍ଡା । କହିଲେ ମୋ ସଂସ୍ପର୍ଶରେ ଆସିଥିଲେ ପରୀକ୍ଷା କରାନ୍ତୁ ।”

ରୋଚକ ହେଉଛି ବିଜେପି ଓ ଟିଏମସି ଭିତରେ ଲଢେଇ । କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୩ ଆଇପିଏସଙ୍କୁ ଡେପୁଟେସନ୍ ରେ ଛାଡିବାକୁ ମନାକଲେ ମମତା ବାନାର୍ଜୀ

କନକ ବ୍ୟୁରୋ : ପଶ୍ଚିମବଙ୍ଗର ୩ ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଡେପୁଟେସନରେ ପଠାଇବାକୁ କେନ୍ଦ୍ରରୁ ନୋଟିସ୍ ହୋଇଥିଲେ ବି ସେମାନଙ୍କୁ ଡେପୁଟେସନରେ ପଠାଇବାକୁ ସିଧା ସିଧା ମନା କରିଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ପଶ୍ଚିମବଙ୍ଗ ସରକାର ଚିଠି ଲେଖିଛନ୍ତି ଓ ଏହି ଚିଠି କେନ୍ଦ୍ର ଗୃହମନ୍ତ୍ରଣାଳୟ ନିକଟରେ ପହଂଚିଥିବା ସୂଚନା ମିଳିଛି । କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ନୋଟିସ ହୋଇଥିବା ୩ ଜଣ ଆଇପିଏସ୍ ଅଫିସରContinue reading “ରୋଚକ ହେଉଛି ବିଜେପି ଓ ଟିଏମସି ଭିତରେ ଲଢେଇ । କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୩ ଆଇପିଏସଙ୍କୁ ଡେପୁଟେସନ୍ ରେ ଛାଡିବାକୁ ମନାକଲେ ମମତା ବାନାର୍ଜୀ”

କୃଷକ ଆନ୍ଦୋଳନକୁ ଖୋଲା ଖୋଲି ସମର୍ଥନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ ଆସନ୍ତା କାଲି କୃଷକ ମାନଙ୍କ ସହ ମିଶି କରିବେ ଆମରଣ ଅନଶନ ।

କନକ ବ୍ୟୁରୋ : କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଆଜିକୁ ୧୮ ଦିନ ହେବ କୃଷକ ମାନେ ଆନ୍ଦୋଳନ ଚଳାଇଛନ୍ତି  । ଏହି ଆନ୍ଦୋଳନକୁ ଖୋଲା ଖୋଲି ସମର୍ଥନ କରିଛନ୍ତି ଦିଲ୍ଲୀର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ରବିବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୃଷକ ଆନ୍ଦୋଳନକୁ ତାଙ୍କର ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି କି ଆସନ୍ତା କାଲି କୃଷକ ମାନେ ଦେଶର ପ୍ରତି ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟContinue reading “କୃଷକ ଆନ୍ଦୋଳନକୁ ଖୋଲା ଖୋଲି ସମର୍ଥନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ ଆସନ୍ତା କାଲି କୃଷକ ମାନଙ୍କ ସହ ମିଶି କରିବେ ଆମରଣ ଅନଶନ ।”

ଭୁବନେଶ୍ୱରରେ ୫୦ ତଳେ ଆକ୍ରାନ୍ତ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୪୧ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୨୬ ଜଣ

କନକ ବ୍ୟୁରୋ : ଆଜି ରାଜଧାନୀ ଭୁବନେଶ୍ୱରରେ ୫୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୧ ଜଣଙ୍କ ମଧ୍ୟରୁ ୭ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୩୪ ଜଣ ଲୋକାଲ କେସ ବୋଲି ଜଣାପଡିଛି । ସେହିପରି ୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁୁବନେଶ୍ୱରର ବରମୁଣ୍ଡା, ଭୀମଟାଙ୍ଗୀ, ଚନ୍ଦ୍ରଶେଖରପୁର, ଚିନ୍ତାମଣିଶ୍ୱର, ସିଆରପିଏଫ ଛକ, କଳ୍ପନା, ଖଣ୍ଡଗିରି, କଳିଙ୍ଗContinue reading “ଭୁବନେଶ୍ୱରରେ ୫୦ ତଳେ ଆକ୍ରାନ୍ତ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୪୧ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୨୬ ଜଣ”

Design a site like this with WordPress.com
Get started