ତେଜୁଛି କୃଷି ଆନ୍ଦୋଳନ । ଆନ୍ଦୋଳନରତ କୃଷକଙ୍କ ପାଇଁ ଦିଲ୍ଲୀ-ଜୟପୁର ରାସ୍ତା ଜାମ୍ । ଆଜି ସାମ୍ବାଦିକ ସମ୍ମିଳନୀ କରିବେ କୃଷକ ନେତା 

କନକ ବ୍ୟୁରୋ : ଆଜି କୃଷକ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି । ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ବୁଝାମଣା ହୋଇନପାରିବାରୁ ଆଜି ରାଜସ୍ଥାନର କୃଷକମାନେ ଆନ୍ଦୋଳନରେ ସାମିଲ ହେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ବିଭିନ୍ନ ରାଜ୍ୟରୁ ଚାଷୀମାନେ ଦିଲ୍ଲୀରେ ପହଞ୍ଚୁଥିବାରୁ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ହରିୟାଣା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହା ସହ ସିଙ୍ଗୁ ସୀମାରେ ଆଜି ସନ୍ଧ୍ୟା ୫ଟା ୧୫ରେ କୃଷକ ନେତାମାନେ ସାମ୍ବାଦିକ ସମ୍ମିଳନୀ କରିବେContinue reading “ତେଜୁଛି କୃଷି ଆନ୍ଦୋଳନ । ଆନ୍ଦୋଳନରତ କୃଷକଙ୍କ ପାଇଁ ଦିଲ୍ଲୀ-ଜୟପୁର ରାସ୍ତା ଜାମ୍ । ଆଜି ସାମ୍ବାଦିକ ସମ୍ମିଳନୀ କରିବେ କୃଷକ ନେତା “

ଗଞ୍ଜାମର ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ । ଦୁଷ୍କର୍ମ, ଠକେଇ ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ର ଜଣେ ମହିଳା

କନକ ବ୍ୟୁରୋ : ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ । ଧର୍ଷଣ ଓ ଠକେଇ ପରି ସଙ୍ଗୀନ ଅଭିଯୋଗରେ ଗଂଜାମ ଜିଲ୍ଲା ହିଂଜିଳି ବ୍ଲକ କୁଂଚୁଡୁ ପଂଚାୟତ ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ । ସମିତି ସଭ୍ୟ ଏ.ସୁଦାମଙ୍କ ନାଁରେ ମହାରାଷ୍ଟ୍ରର ଜଣେ ମହିଳା ଧର୍ଷଣ ଓ ଠକେଇ ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏ ସୁଦାମଙ୍କ ନାଁରେ ୩୭୬, ୪୨୦, ୪୦୬, ୫୦୪, ୫୦୬ ଓ ଆଇପିସି ଧାରା ୩୪ଅନୁଯାୟୀ ମାମଲାContinue reading “ଗଞ୍ଜାମର ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ । ଦୁଷ୍କର୍ମ, ଠକେଇ ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ର ଜଣେ ମହିଳା”

ମୁହାଁମୁହିଁ ହେଲେ କାର-ବାଇକ । ଦୁର୍ଘଟଣା ପରେ ଜଳିଗଲା କାର, ବାଇକ ଆରୋହୀଙ୍କ ମୃତ୍ୟୁ

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କଟକ-ପାରାଦୀପ ରାଜ୍ୟ ରାଜପଥର ରଘୁନାଥପୁର ବଜାର ନିକଟରେ ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏଣେ ଦୁର୍ଘଟଣା ପରେ କାରଟି ଜଳିଯାଇଥିବା ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। from Kanak News viaContinue reading “ମୁହାଁମୁହିଁ ହେଲେ କାର-ବାଇକ । ଦୁର୍ଘଟଣା ପରେ ଜଳିଗଲା କାର, ବାଇକ ଆରୋହୀଙ୍କ ମୃତ୍ୟୁ”

ମେଣ୍ଢାର ମୂଲ୍ୟ ଦେଢ କୋଟି । ୭୦ ଲକ୍ଷ ଦେବାକୁ ରାଜି ହେଲେଣି ଲୋକ । ହେଲେ ଏବେ ବି ୧.୫ କୋଟିରେ ଅଟକି ରହିଛନ୍ତି ମାଲିକ

କନକ ବ୍ୟୁରୋ : ମହାରାଷ୍ଟ୍ରର ସଂଗଲି ଜିଲ୍ଲାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ ଯାହା ଆପଣ ଜାଣିଲେ ଚକିତ ହୋଇଯିବେ । ଆପଣ କହନ୍ତୁ ଗୋଟିଏ ମେଣ୍ଢାର ମୂଲ୍ୟ କେତେ ହେବ । ଅତିବେଶିରେ ଗୋଟିଏ ମେଣ୍ଢାର ମୂଲ୍ୟ ୧୦ ରୁ ୧୫ ହଜାର ଟଙ୍କା ହୋଇପାରେ । ହେଲେ ଆମେ ଯେଉଁ ମେଣ୍ଢା କଥା କହୁଛୁ ସେହି ମେଣ୍ଢାକୁ କିଣିବାକୁ ବେପାରୀ ମାନେ ୭୦ ଲକ୍ଷ ଟଙ୍କା ଦର କରିଥିଲେ ବି ମେଣ୍ଢା ପାଳିଥିବାContinue reading “ମେଣ୍ଢାର ମୂଲ୍ୟ ଦେଢ କୋଟି । ୭୦ ଲକ୍ଷ ଦେବାକୁ ରାଜି ହେଲେଣି ଲୋକ । ହେଲେ ଏବେ ବି ୧.୫ କୋଟିରେ ଅଟକି ରହିଛନ୍ତି ମାଲିକ”

ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ । ଡିସେମ୍ବର ୨୩ରୁ ଖୋଲିବ ସିଂହଦ୍ୱାର । ପ୍ରଥମେ ପୁରୀବାସୀଙ୍କୁ ମିଳିବ ଦର୍ଶନ ସୁଯୋଗ । କରୋନା ରିପୋର୍ଟ ସହ ଜାନୁଆରୀ ୩ରୁ ଅନ୍ୟମାନେ କରିପାରିବେ ଦର୍ଶନ

କନକ ବ୍ୟୁରୋ : ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ । ଡିସେମ୍ବର ୨୩ରୁ ଖୋଲିବ ସିଂହଦ୍ୱାର । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମେ ପୁରୀବାସୀଙ୍କୁ ମିଳିବ ଦର୍ଶନ ସୁଯୋଗ । ଡିସେମ୍ବର ୨୩ରୁ ୩୧ତାରିଖ ପର୍ଯ୍ୟନ୍ତ ପୁରୀବାସୀ ଦର୍ଶନ କରିପାରିବେ । ତେବେ କରୋନା ମହାମାରୀ ଭିତରେ ଭିଡକୁ ନଜରରେ ରଖି ଜାନୁୟାରୀ ୧ ଓ ୨ ତାରିଖରେ ବନ୍ଦ ରହିବ ଶ୍ରୀମନ୍ଦିର । ଜାନୁୟାରୀ ୩ତାରିଖରୁ ସମସ୍ତେ ଜଗା ଦର୍ଶନ କରିପାରିବେContinue reading “ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ । ଡିସେମ୍ବର ୨୩ରୁ ଖୋଲିବ ସିଂହଦ୍ୱାର । ପ୍ରଥମେ ପୁରୀବାସୀଙ୍କୁ ମିଳିବ ଦର୍ଶନ ସୁଯୋଗ । କରୋନା ରିପୋର୍ଟ ସହ ଜାନୁଆରୀ ୩ରୁ ଅନ୍ୟମାନେ କରିପାରିବେ ଦର୍ଶନ”

ଚୀନ ସୀମାରେ ଉତେଜନା ଭିତରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳିନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ସେନାକୁ କେନ୍ଦ୍ରର ଅନୁମତି

କନକ ବ୍ୟୁରୋ : ଲଦାଖ ସୀମାରେ ଚୀନ୍ ସହ ଉତେଜନା ଜାରି ରହିଥିବା ବେଳେ ଏକ ବଡ଼ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ୧୫ ଦିନର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ସେନାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ସରକାର । ପୂର୍ବରୁ ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରହୁଥିଲା । ହେଲେ ଚୀନ୍ ସହ ଉତେଜନା, ଏପଟେ ପାକିସ୍ତାନର ଶତ୍ରୁ ମନୋଭାବକୁ ଦେଖି ଏହି ନିଷ୍ପତି ନିଆଯାଇଛି । ଏବେ ଯୁଦ୍ଧ ପରିସ୍ଥିତିରେContinue reading “ଚୀନ ସୀମାରେ ଉତେଜନା ଭିତରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳିନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ସେନାକୁ କେନ୍ଦ୍ରର ଅନୁମତି”

ସଂସଦ ଭବନ ଆକ୍ରମଣକୁ ପୂରିଲା ୧୯ ବର୍ଷ । ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଆତଙ୍କୀ ରଚିଥିଲେ ବଡ ଷଡଯନ୍ତ୍ର ।

କନକ ବ୍ୟୁରୋ : ୧୯ ବର୍ଷ ତଳେ ଘଟିଥିଲା ଭୟଙ୍କର ଘଟଣା । ଯେତେବେଳେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଆତଙ୍କୀ ରଚିଥିଲେ ଷଡଯନ୍ତ୍ର । ଆଉ ସ୍ତବ୍ଧ ହୋଇଯାଇଥିଲା ପୂରା ଦେଶ । ୪୫ ମିନିଟ ମଧ୍ୟରେ ୫ ଜଣ ଆତଙ୍କବାଦୀ ଲୋକତନ୍ତ୍ରର ସବୁଠାରୁ ବଡ ମନ୍ଦିର ଅର୍ଥାତ ସଂସଦ ଭବନ ଉପରକୁ କରିଥିଲେ ଗୁଳିମାଡ । ଆଉ ଏହି ଆକ୍ରମଣରେ ଆଖି ବୁଜିଥିଲେ ୯ ନିରୀହ ଜୀବନ । ସଂସଦରେ ଭବନରେ ଚାଲିଥିଲାContinue reading “ସଂସଦ ଭବନ ଆକ୍ରମଣକୁ ପୂରିଲା ୧୯ ବର୍ଷ । ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଆତଙ୍କୀ ରଚିଥିଲେ ବଡ ଷଡଯନ୍ତ୍ର ।”

ଡିସେମ୍ବର ୧୮ ରେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୦ ଟାରେ ହେବ ଅନୁଷ୍ଠିତ

କନକ ବ୍ୟୁରୋ : ଚଳିତ ମାସ ୧୮ ତାରିଖରେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ରାଜ୍ୟ କାର୍ଯ୍ୟାଳୟରେ ସକାଳ ୧୦ ଟାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଆଶିଷ ରଞ୍ଜନ ମିଶ୍ର । ଏହି କାର୍ଯ୍ୟକାରିଣୀ ବୈଠକରେ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି , ସାଧାରଣ ସଂପାଦକ, ସଂପାଦକ,ଯୁଗ୍ମ ସଂପାଦକ, ୩୫Continue reading “ଡିସେମ୍ବର ୧୮ ରେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୦ ଟାରେ ହେବ ଅନୁଷ୍ଠିତ”

ଭୁବନେଶ୍ୱରରେ ସକ୍ରିୟ ଜମି ମାଫିଆ : ଓଏଲଏକ୍ସରେ ସରକାରୀ ଜମି ବିକ୍ରି ପାଇଁ ବିଜ୍ଞାପନ

କନକ ବ୍ୟୁରୋ : ଭୁବନେଶ୍ୱରରେ ସକ୍ରିୟ ହୋଇଛନ୍ତି ଜମି ଜବରଦଖଲକାରୀ । ଓଏଲଏକ୍ସରେ ସରକାରୀ ଜମି ବିକ୍ରି କରିବା ନେଇ ବାହାର କରିଛନ୍ତି ବିଜ୍ଞାପନ । ଭୁବନେଶ୍ୱରରେ ଏଭଳି ଘଟଣା ସାମ୍ନାକୁ ଆସିଛି । ସରକାରୀ ଜମି କିଣାବିକା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥାକୁ ଆପଣାଇଛନ୍ତି ଜମି ଦଲାଲ । ଜବରଦଖଲକାରୀମାନେ ଓଏଲଏକ୍ସ ମାଧ୍ୟମରେ ବିଜ୍ଞାପନ ଦେଇଛନ୍ତି । ଏହି ନୂଆ ତରିକା ଜରିଆରେ ପଇସାବାଲା ଗ୍ରାହକ ଖୋଜିବା ଲକ୍ଷ୍ୟରେ ଜବରଦଖଲକାରୀମାନେ ଏଭଳି କୌଶଳ ଆପଣାଇଛନ୍ତି । ବିଜ୍ଞାପନରେContinue reading “ଭୁବନେଶ୍ୱରରେ ସକ୍ରିୟ ଜମି ମାଫିଆ : ଓଏଲଏକ୍ସରେ ସରକାରୀ ଜମି ବିକ୍ରି ପାଇଁ ବିଜ୍ଞାପନ”

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ଅଭିଭାବକ ସଂଘର ଧାରଣା ପ୍ରସଙ୍ଗ : ମନ୍ତ୍ରୀ କହିଲେ, ମାମଲା ହାଇକୋର୍ଟରେ କିଛି କହି ହେବନି

କନକ ବ୍ୟୁରୋ : ଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ସ୍କୁଲର ଅଭିଭାବକଙ୍କ ଧାରଣା । ଘଂଟ ହୁଳାହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିବା ଅଭଭାବକ । ଘରୋଇ ସ୍କୁଲରେ ଫି’ ବିବାଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ହସ୍ତକ୍ଷପ କରିବା ପାଇଁ ଅଭିଭାବକ ସଂଘ ଦାବି କରିଛନ୍ତି । ମହାମାରୀ କରୋନା ଭୟରେ ପ୍ରାୟ ୯ ମାସ ହେବ ବିଦ୍ୟାଳୟ ବନ୍ଦ ରହିଛି । ଅନଲାଇନ୍ରେ ପାଠପଢା ହେଉଛିContinue reading “ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ଅଭିଭାବକ ସଂଘର ଧାରଣା ପ୍ରସଙ୍ଗ : ମନ୍ତ୍ରୀ କହିଲେ, ମାମଲା ହାଇକୋର୍ଟରେ କିଛି କହି ହେବନି”

Design a site like this with WordPress.com
Get started