କନକ ବ୍ୟୁରୋ : ରାଜ୍ୟରେ ଏବେ କମି କମି ଚାଲିଛି କରୋନା ସଂକ୍ରମଣ । ସେପଟେମ୍ବର ୨୫ ତାରିଖରୁ ସଂକ୍ରମଣ କମିବାରେ ଲାଗିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ପୂର୍ବରୁ ଯେମିତି ୪୦ରୁ ୫୦ ହଜାର ଟେଷ୍ଟିଂ ହେଉଥିବା ଏବେ ବି ସମାନ ସଂଖ୍ୟକ ଟେଷ୍ଟ କରଯାଉଛି । ଜାନୁଆରୀ ୧୫ ଯାଏ ଟେଷ୍ଟିଂ ସଂଖ୍ୟା କମାଯିବ ନାହିଁ । ସଂକ୍ରମଣ କମିଛି ନା ବଢିଛି ସେ ନେଇ ଆଇଏଲଏସ ପକ୍ଷରୁ ଏକContinue reading “ରାଜ୍ୟରେ କମୁଛି କରୋନା ସଂକ୍ରମଣ । ସଂକ୍ରମଣ ହାର କମୁଛି ନି ନାହିଁ ଜାଣିବାକୁ ଆଇଏଲଏସ ପକ୍ଷରୁ ଆରମ୍ଭ ହୋଇଛି ଅଧ୍ୟୟନ । ୬ଟି ଜିଲ୍ଲାରୁ ନିଆଯାଇଛି ନମୁନା”
Author Archives: Raghaba
ସ୍ୱାଭିମାନ ଅଞ୍ଚଳର ଅବହେଳିତ ଗାଁ । ଜଙ୍ଗଲ ମଝିରେ ଘର, ନାହିଁ ସ୍କୁଲ । ଶିକ୍ଷା-ସ୍ୱାସ୍ଥ୍ୟଠାରୁ ବହୁ ଦୂରରେ ବୁଡାକୁଣ୍ଡ ଗାଁ
କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ଏବେ ଗାଁକୁ ଗାଁ ପହଂଚିଛି ସରକାରୀ ଯୋଜନା । ଦ୍ରୁତଗତିରେ ଆଗେଇ ଚାଲିଛି ବିକାଶର କାମ । କିନ୍ତୁ ଏବେ ବି ସ୍ୱାଭିମାନ ଅଂଚଳରେ ଏମିତି ଗାଁ ରହିଛି, ଯେଉଁଠି ଲୋକେ ଜଙ୍ଗଲୀ ଜୀବନ ଜିଉଁଛନ୍ତି । ପାହାଡ ଆଉ ଜଙ୍ଗଲ ମଝିରେ ଗାଁ । ଏଠି ନାଁ ଅଛି ରାସ୍ତା ନା ସ୍କୁଲ । ଶିକ୍ଷା-ସ୍ୱାସ୍ଥ୍ୟଠାରୁ ଅନେକ ଦୂରରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବୁଡାକୁଣ୍ଡ ଗାଁ ।Continue reading “ସ୍ୱାଭିମାନ ଅଞ୍ଚଳର ଅବହେଳିତ ଗାଁ । ଜଙ୍ଗଲ ମଝିରେ ଘର, ନାହିଁ ସ୍କୁଲ । ଶିକ୍ଷା-ସ୍ୱାସ୍ଥ୍ୟଠାରୁ ବହୁ ଦୂରରେ ବୁଡାକୁଣ୍ଡ ଗାଁ “
ସୋନପୁରରେ ହାଡଭଙ୍ଗା ଶୀତ । ୯ ଡିଗ୍ରୀ ସେଲିସିୟସ ତଳକୁ ଖସିଲା ପାରଦ । ଦିନରେ ବି ହ୍ରାସ ପାଉଛି ତାପମାତ୍ରା ।
କନକ ବ୍ୟୁରୋ : ସୋନପୁରରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ସେଲସିୟସ ତଳକୁ ଖସିଲା ପାରଦ । ଗତ କିଛି ଦିନ ହେଲେ ସୋନପୁର ଜିଲ୍ଲାରେ ଦିନରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଜିଲ୍ଲାରେ ଏହାର ପ୍ରଭାବରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଏଠାରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲିସିୟସ ଥିବାବେଳେ ସବୁବେଳ ତାପମାତ୍ର ୯ ଡିଗ୍ରୀ ତଳେ ରହିଛି । ଶୀତର ମାତ୍ରା ଦିନବେଳା ପର୍ୟ୍ୟନ୍ତ ମଧ୍ୟ ଏତେ ଅଧିକ ଯେ,Continue reading “ସୋନପୁରରେ ହାଡଭଙ୍ଗା ଶୀତ । ୯ ଡିଗ୍ରୀ ସେଲିସିୟସ ତଳକୁ ଖସିଲା ପାରଦ । ଦିନରେ ବି ହ୍ରାସ ପାଉଛି ତାପମାତ୍ରା ।”
୪ ବର୍ଷ ହେଲା ଫଳକରେ ଅଟକିଛି ଗଜପତି ଜିଲ୍ଲା ଗୁମ୍ମା ବସଷ୍ଟାଣ୍ଡ କାମ । କେବଳ କଲଭର୍ଟ କରି ୧୦ ଲକ୍ଷ ଟଙ୍କା ଚଳୁ କରି ନେଇଛି ଠିକା ସଂସ୍ଥା ।
କନକ ବ୍ୟୁରୋ : ଫଳକରେ ଅଟକି ରହିଛି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ, ବସଷ୍ଟାଣ୍ଡ ନିମାର୍ଣ ପାଇଁ ଅନୁଦାନ ଆସିଛି, ଜାଗା ବି ଚହ୍ନଟ ହୋଇଛି, କିନ୍ତୁ ୪ବର୍ଷ ପରେ ବି ନିର୍ମାଣ ହୋଇ ପା ରିନାହିଁ । ଫଳରେ ଅନ୍ୟମାନଙ୍କ ଦଖଲରେ ନିର୍ମାଣ ସ୍ଥଳ, ଆଉ ରାସ୍ତାକଡ ପାଲଟିଛି ବସଷ୍ଟାଣ୍ଡ । ଗଜପତି ଜିଲ୍ଲାରୁ ଦେଖନ୍ତୁ ଏହି ରିପୋର୍ଟ । ବସଷ୍ଟାଣ୍ଡ କରିବା ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି ।Continue reading “୪ ବର୍ଷ ହେଲା ଫଳକରେ ଅଟକିଛି ଗଜପତି ଜିଲ୍ଲା ଗୁମ୍ମା ବସଷ୍ଟାଣ୍ଡ କାମ । କେବଳ କଲଭର୍ଟ କରି ୧୦ ଲକ୍ଷ ଟଙ୍କା ଚଳୁ କରି ନେଇଛି ଠିକା ସଂସ୍ଥା ।”
ବନ୍ୟାର ୩ ମାସ ପରେ ନଦୀ ବନ୍ଧରେ ଜୀବନ । ଆଜି ବି ଯାଜପୁର ଦତପୁରର ବିପନ୍ନଙ୍କୁ ମିଳି ପାରିନାହିଁ ବନ୍ୟା ସହାୟତା । ଜିଲ୍ଲାପାଳ କହିଲେ, ଖୁବଶୀଘ୍ର ହେବ ସମସ୍ୟାର ସମାଧାନ
କନକ ବ୍ୟୁରୋ : ଏବେ ବି ବନ୍ୟା କ୍ଷତିଗ୍ରସ୍ତ ନଦୀବନ୍ଧରେ ପାଲ ତଳେ ଜୀବନ କାଟୁଛନ୍ତି । ଶୀତ ରାତିରେ ଜୀବନକୁ ବାଜି ଲଗାଇ ରାତି କାଟୁଥିବା ଏହି ବନ୍ୟା ବିପନ୍ନଙ୍କ ପାଇଁ ନା ଅଛି ବିଜୁଳି, ନା ଅଛି ଯୋଗାଯୋଗ । ପାନୀୟ ଜଳ ପାଇଁ ନଦୀ ଉପରେ ନିର୍ଭର କରୁଛନ୍ତି ୩୦ରୁ ଉର୍ଦ୍ଧ ପରିବାର । ପଲିଥିନରେ କୁଡିଆ କରି ଏକାଠି ରହୁଛନ୍ତି ମଣିଷ ଓ ଗାଇଗୋରୁ । ବନ୍ୟା ଘାଇରେ ରାସ୍ତା ପୋଖରୀରContinue reading “ବନ୍ୟାର ୩ ମାସ ପରେ ନଦୀ ବନ୍ଧରେ ଜୀବନ । ଆଜି ବି ଯାଜପୁର ଦତପୁରର ବିପନ୍ନଙ୍କୁ ମିଳି ପାରିନାହିଁ ବନ୍ୟା ସହାୟତା । ଜିଲ୍ଲାପାଳ କହିଲେ, ଖୁବଶୀଘ୍ର ହେବ ସମସ୍ୟାର ସମାଧାନ”
ଆଇଫୋନ ଅଫିସ ପୋଡିଲେ କର୍ମଚାରୀ । ଦରମା ନମିଳିବାରୁ ଅଫିସରେ ପଶି ଭଙ୍ଗାରୁଜା
କନକ ବ୍ୟୁରୋ : ଆଇ ଫୋନ୍ ନିର୍ମାତା କମ୍ପାନୀ ଉଇଷ୍ଟ୍ରନ ର ବାଙ୍ଗାଲୋର କାର୍ଯ୍ୟାଳୟରେ କର୍ମଚାରୀ ମାନେ ଭଙ୍ଗାରୋଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । କିଛି ମାସ ହେବ ଦରମା ନମିଳିବାରୁ କର୍ମଚାରୀ ମାନେ ରାଗରେ ଏଭଳି କରିଥିବା ସୂଚନା ମିଳିଛି । ତାଇୱାନ କମ୍ପାନୀ ଉଇଷ୍ଟ୍ରନ ସେଂଟ୍ରାଲ ବାଙ୍ଗଲୋରରେ ଏକ କାରଖାନା ବସାଇ ଆଇଫୋନ ଓ ଅନ୍ୟ ମୋବାଇଲ କମ୍ପାନୀ ମାନଙ୍କ ପାଇଁ ମୋବାଇଲ ପ୍ରସ୍ତୁତ କରୁଥିଲା । ଏଭଳି ଘଟଣା ପରେContinue reading “ଆଇଫୋନ ଅଫିସ ପୋଡିଲେ କର୍ମଚାରୀ । ଦରମା ନମିଳିବାରୁ ଅଫିସରେ ପଶି ଭଙ୍ଗାରୁଜା”
ଡିସେମ୍ବର ଶେଷ ସପ୍ତାହରୁ ମନ୍ଦିର ଖୋଲିବାକୁ ରାଜ୍ୟସରକାରଙ୍କୁ ସୁପାରିଶ କରିବ ମନ୍ଦିର ପ୍ରଶାସନ । ମନ୍ଦିର ଖୋଲିଲେ ଦର୍ଶନ ପାଇଁ ପ୍ରଥମେ ପୁରୀବାସୀଙ୍କୁ ମିଳିବ ସୁଯୋଗ
କନକ ବ୍ୟୁରୋ : ବହୁପ୍ରତୀକ୍ଷାର ଅନ୍ତ ଘଟାଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ହେବ । ଡିସେମ୍ବର ଶେଷ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଏନେଇ ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଆଜି ଏନେଇ ଶ୍ରୀମନ୍ଦିର ଛତିଶାନିଯୋଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇContinue reading “ଡିସେମ୍ବର ଶେଷ ସପ୍ତାହରୁ ମନ୍ଦିର ଖୋଲିବାକୁ ରାଜ୍ୟସରକାରଙ୍କୁ ସୁପାରିଶ କରିବ ମନ୍ଦିର ପ୍ରଶାସନ । ମନ୍ଦିର ଖୋଲିଲେ ଦର୍ଶନ ପାଇଁ ପ୍ରଥମେ ପୁରୀବାସୀଙ୍କୁ ମିଳିବ ସୁଯୋଗ”
ଚେନ୍ନାଇରେ ଅଭାବନୀୟ ଘଟଣା । ସିବିଆଇ ହେପାଜତରୁ ୧୦୩ କିଲୋ ସୁନା ଗାଏବ । ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଘଟଣାର ପର୍ଦ୍ଦାଫାସ୍
କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଓ ବିଶ୍ୱସନୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ହେପାଜତରେ ଥିବା ୧୦୩ କିଲୋ ସୁନା ଗାଏବ ହୋଇଯାଇଛି । ଏଭଳି ଘଟଣା ଘଟିଛି ତାମିଲନାଡୁର ରାଜଧାନୀ ଚେନ୍ନାଇରେ । ଏଠାରେ ଥିବା ସିବିଆଇର ଏକ କାର୍ଯ୍ୟାଳୟରୁ ୧୦୩ କିଲୋ ସୁନା ଗାଏବ ହୋଇଯାଇଛି । ଗାଏବ ହୋଇଥିବା ସୁନାର ଆନୁମାନକ ମୂଲ୍ୟ ୪୫ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ଏନେଇ ମାଡ୍ରାସ ହାଇକୋର୍ଟ ସିବି-ସିଆଇଡିକୁ ଏହି ଘଟଣାରContinue reading “ଚେନ୍ନାଇରେ ଅଭାବନୀୟ ଘଟଣା । ସିବିଆଇ ହେପାଜତରୁ ୧୦୩ କିଲୋ ସୁନା ଗାଏବ । ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଘଟଣାର ପର୍ଦ୍ଦାଫାସ୍”
ଭୁବନେଶ୍ୱର ପିଏନବି ବ୍ୟାଙ୍କ ଏଟିଏମ ଲୁଟ ଘଟଣାର ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ: କେମିତି ହୋଇଥିଲା ଲୁଟ ଡେମୋ ଦେଖାଇବେ ଲୁଟେରା
କନକ ବ୍ୟୁରୋ: ଭୁବନେଶ୍ୱର ମାଗ୍ନେଟିକ ଛକ ପିଏନବି ଏଟିଏମ ଲୁଟ ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି କମିସନରେଟ ପୁଲିସ । କେମିତି ହୋଇଥିଲା ଲୁଟ ତାର ଡେମୋ ଦେଖାଇବେ ଲୁଟେରା । ଭାଇଜାଗରୁ ଗିରଫ ହେବା ପରେ ତାଙ୍କୁ ଟ୍ରାଂଜିଟ ରିମାଣ୍ଡରେ ଅଣାଯାଇଥିଲା । ୨ ଅଭିଯୁକ୍ତ ସମରଜିତ ସିଂ ଓ ଜାଫର ସକିଦ ଦେଶର ବିିଭନ୍ନ ସ୍ଥାନରେ ଏଟିଏମ ଲୁଟ କରିଥିବାର ଅଭିଯୋଗ ରହିଛି । ଗତ ନଭେମ୍ବରContinue reading “ଭୁବନେଶ୍ୱର ପିଏନବି ବ୍ୟାଙ୍କ ଏଟିଏମ ଲୁଟ ଘଟଣାର ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ: କେମିତି ହୋଇଥିଲା ଲୁଟ ଡେମୋ ଦେଖାଇବେ ଲୁଟେରା”
ଗଣତନ୍ତ୍ର ଦିବସ ପ୍ୟାରେଡରେ ଶୋଭା ପାଇବ ଅଯୋଦ୍ଧା ରାମ ମନ୍ଦିରର ପ୍ରତୀକ । କେନ୍ଦ୍ରସରକାରଙ୍କ ପକ୍ଷରୁ ମେଢକୁ ମଞ୍ଜୁରୀ ।
କନକ ବ୍ୟୁରୋ : ଆଗାମୀ ଗଣତନ୍ତ୍ର ଦିବସର ପ୍ୟାରେଡରେ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଅଯୋଦ୍ଧାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ପ୍ରତୀକ ପ୍ରଦର୍ଶନ କରାଯିବ । ସରକାରଙ୍କ ତରଫରୁ ମିଳିଥିବା ସୂଚନା ମୁତାବକ ଗଣତନ୍ତ୍ର ଦିବସରେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ରାମମନ୍ଦିରର ପ୍ରତୀକ ମେଢ ପ୍ରଦର୍ଶନ କରାଯିବ । ଏହା ସହ ଅଯୋଦ୍ଧାର ସଂସ୍କୃତି, ପରମ୍ପରା ଓ କଳାକୁ ଏହି ମେଢରେ ସାମିଲ କରାଯିବ । ବିଜ୍ଞାପନ ଦ୍ୱାରା ପରିଚାଳିତ ପ୍ଲେଷ୍ଟ୍ରିମ ରିପୋର୍ଟ ମୁତାବକ ୨୦୨୧Continue reading “ଗଣତନ୍ତ୍ର ଦିବସ ପ୍ୟାରେଡରେ ଶୋଭା ପାଇବ ଅଯୋଦ୍ଧା ରାମ ମନ୍ଦିରର ପ୍ରତୀକ । କେନ୍ଦ୍ରସରକାରଙ୍କ ପକ୍ଷରୁ ମେଢକୁ ମଞ୍ଜୁରୀ ।”