କଥାରେ ଅଛି ଅନ୍ତର୍ନିହିତ ଜ୍ଞାନ ଭଗବାନଙ୍କ ବରଦାନ: ଏଭଳି ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ ହେଲେ କଟକର ଶୁଭ୍ରାଂଶୁ ଦାସ; ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ବହି ଲେଖି ଚର୍ଚ୍ଚାରେ

କନକ ବ୍ୟୁରୋ: କୁହାଯାଏ ଅନ୍ତର୍ନିହିତ ଜ୍ଞାନ ଭଗବାନଙ୍କ ବରଦାନ । ଜନ୍ମରୁ ଶିଶୁର ଏହି ଶକ୍ତି ଜଣାପଡିଯାଏ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାଦିନୁ ହିଁ ଶିଶୁର ପ୍ରତିଭାର ପ୍ରମାଣ ମିଳିଥାଏ । ଏଭଳି ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ ହେଉଛନ୍ତି କଟକ ରାଜାବଗିଚା ଅଂଚଳର ଶୁଭ୍ରାଂଶୁ ଦାସ । ଯିଏ ମାତ୍ର ୧୭ ବର୍ଷ ବୟସରୁ ଅନ୍ତର୍ଜାତୀୟ ସ୍ତରର ଏକ ବହି ଲେଖି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଶୁଭ୍ରାଂଶୁ ଦାସ ।Continue reading “କଥାରେ ଅଛି ଅନ୍ତର୍ନିହିତ ଜ୍ଞାନ ଭଗବାନଙ୍କ ବରଦାନ: ଏଭଳି ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ ହେଲେ କଟକର ଶୁଭ୍ରାଂଶୁ ଦାସ; ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ବହି ଲେଖି ଚର୍ଚ୍ଚାରେ”

ଡିସେମ୍ୱର ୨୧ରୁ ଖୋଲିପାରେ ଶ୍ରୀମନ୍ଦିର: ଦିନକୁ ୪ ହଜାର ଶ୍ରଦ୍ଧାଳୁଙ୍କୁ ମିଳିପାରେ ଦର୍ଶନ ଅନୁମତି; ଆଜି ଛତିଶାନିଯୋଗ ବୈଠକରେ ହୋଇପାରେ ଚୂଡାନ୍ତ ନିଷ୍ପତି

କନକ ବ୍ୟୁରୋ: ୨୧ ଡିସେମ୍ୱରରୁ ଖୋଲିପାରେ ପୁରୀ ଶ୍ରୀମନ୍ଦିର । ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ମିଳିପାରେ ପ୍ରତ୍ୟକ ଦିନ ଦର୍ଶନ ଅନୁମତି । ଦୈନିକ ପ୍ରାୟ ୪ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବା ନେଇ ବିଚାର କରାଯାଉଥିବା କନକନ୍ୟୁଜକୁ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆଜି ବସିବାକୁ ଥିବା ଛତିଶାନିଯୋଗ ବୈଠକରେ ଏନେଇ ସବିଶେଷ ଆଲୋଚନା ହେବ । ଏହି ବୈଠକ ପରେ ଶ୍ରୀମନ୍ଦିର ଖୋଲିବା ନେଇ ଚୂଡାନ୍ତ ନିଷ୍ପତି ବାହାରିବ । କରୋନାContinue reading “ଡିସେମ୍ୱର ୨୧ରୁ ଖୋଲିପାରେ ଶ୍ରୀମନ୍ଦିର: ଦିନକୁ ୪ ହଜାର ଶ୍ରଦ୍ଧାଳୁଙ୍କୁ ମିଳିପାରେ ଦର୍ଶନ ଅନୁମତି; ଆଜି ଛତିଶାନିଯୋଗ ବୈଠକରେ ହୋଇପାରେ ଚୂଡାନ୍ତ ନିଷ୍ପତି”

ପୋକ ଖାଇଗଲା ଧାନଫସଲ: ଚାଷୀ ପାଇଁ କାଳ ପାଲଟିଛି କାଳମୁଣ୍ଡି ପୋକ; ପାଚିଲା ଧାନ କେଣ୍ଡା ସବୁ କାଟି ସଫା କରିଦେଉଛନ୍ତି ପୋକ

କନକ ବ୍ୟୁରୋ: ଚାଷୀ ପାଇଁ କାଳ ପାଲଟିଛି କାଳମୁଣ୍ଡି ପୋକ । ପାଚିଲା ଧାନ ଫସଲରେ ପୋକ ଲାଗିବାରୁ ନଷ୍ଟ ହୋଇଗଲାଣି ଶହଶହ ହେକ୍ଟର ଜମିର ଅମଳକ୍ଷମ ଧାନ ଫସଲ । ଧାନ କେଣ୍ଡା ସବୁ କାଟି ସଫା କରିଦେଉଛନ୍ତି ଏହି କାଳମୁଣ୍ଡି । ଧାନ ଗଛ ସବୁ ଖେଂଟା ହୋଇଯାଉଥିବା ବେଳେ ଧାନ କେଣ୍ଡା ତଳେ ପଡି ନଷ୍ଟ ହୋଇଯାଉଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ପେଟଛେଲା ପଂଚାୟତର କୋଚିଳା , କେନ୍ତିଆ ,Continue reading “ପୋକ ଖାଇଗଲା ଧାନଫସଲ: ଚାଷୀ ପାଇଁ କାଳ ପାଲଟିଛି କାଳମୁଣ୍ଡି ପୋକ; ପାଚିଲା ଧାନ କେଣ୍ଡା ସବୁ କାଟି ସଫା କରିଦେଉଛନ୍ତି ପୋକ”

ସକାଳୁ ସକାଳୁ ରାଜଧାନୀରେ ଘନ କୁହୁଡିର ଆସ୍ତରଣ: ବହଳ କୁହୁଡି ଯୋଗୁଁ କମ୍ ଦୃଶ୍ୟମାନ ହେଉଛି ରାସ୍ତାଘାଟ

କନକ ବ୍ୟୁରୋ: ଆଜି ସକାଳୁ ସକାଳୁ ରାଜଧାନୀରେ ଦେଖିବାକୁ ମିଳିଛି ଘନ କୁହୁଡିର ଆସ୍ତରଣ । ଓଡିଶା ଉପରେ ଏକ ଗୁରୁଚାପ ବଳୟ ରହିଛି । ଏହି କାରଣରୁ ଆକାଶ ପରିଷ୍କାର ରହିଥିଲେ ମଧ୍ୟ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଭରି ରହିଥିବାରୁ ଏପରି କୁହୁଡିଆ ପରିବେଶ ସୃଷ୍ଟି ହେଉଥିବା ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ଆଜି ସକାଳେ ବିମାନବନ୍ଦର ଅଂଚଳରେ ଆଂଶିକ କୁହୁଡି ଏବଂ ପଟିଆ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିଛି ।Continue reading “ସକାଳୁ ସକାଳୁ ରାଜଧାନୀରେ ଘନ କୁହୁଡିର ଆସ୍ତରଣ: ବହଳ କୁହୁଡି ଯୋଗୁଁ କମ୍ ଦୃଶ୍ୟମାନ ହେଉଛି ରାସ୍ତାଘାଟ”

ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା: ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

କନକ ବ୍ୟୁରୋ: ମହିଳାଙ୍କ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତେଜନା । ପରିବାର ନିୟୋଜନ ଅସ୍ତ୍ର ପ୍ରଚାର ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ଜଗତସିଂହପୁର ଜିଲ୍ଲା ଏରସମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏହି ଘଟଣା । ବଳେଇପୁର ପଂଚାୟତ ନାଳକଣି ଗାଁର ତ୍ରିଲୋଚନ ରାଉତଙ୍କ ପତ୍ନୀ ବିନ୍ଦୁଲତା ରାଉତ ଗତକାଲି ଏରସମା ମେଡ଼ିକାଲରେ ହେଉଥିବା ପରିବାର ନିୟୋଜନ କ୍ୟାମ୍ପକୁ ଅସ୍ତ୍ର ପ୍ରଚାର ପାଇଁ ଯାଇଥିଲେ । ଅପରେସନ ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା । ଡ଼ାକ୍ତରଙ୍କ ଅବହେଳାContinue reading “ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା: ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ”

ପୁଣି ଜୟପୁରରୁ ଧରାପଡିଲା ବିପୁଳ ପରିମାଣର ଗଂଜେଇ: ଲମତାପୁଟ ଅଂଚଳରୁ ୩ ଗାଡିରୁ ଜବତ ଦେଲା ୭ କ୍ୱିଂଟାଲରୁ ଅଧିକ ଗଂଜା; ଗାଡି ଜବତ, ଗଂଜେଇ ମାଫିଆ ଫେରାର

କନକ ବ୍ୟୁରୋ: ପୁଣି ଚୋରାଚାଲାଣ ବେଳେ ଧରାପଡିଲା ବିପୁଳ ପରିମାଣର ଗଂଜେଇ । ଜୟପୁର ଲମତାପୁଟରେ ଚୋରାଚାଳାଣ ସମୟରେ ଧରାପଡିଛି ପ୍ରାୟ ୭୦ ଲକ୍ଷ ଟଙ୍କାର ଗଂଜେଇ । କୋରାପୁଟ ଜିଲ୍ଲା ଲମତାପୁଟରେ ପେଟ୍ରୋଲିଂ ବେଳେ ପାଡୁଆ ଓ ଲମତାପୁଟ ପୁଲିସ୍ ଏହି ଗଂଜେଇ ଜବତ କରିଛି । ୩ଟି ଗାଡ଼ିରେ ପ୍ରାୟ ୭୧୮ କେଜି ଗଂଜେଇ ଚାଲାଣ ହେଉଥିଳା । କୌଣସି ସୂତ୍ରରୁ ସୂଚନା ପାଇଁ ପୋଲିସ ଗାଡିକୁ ଯାଂଚ ବେଳେ ଏହାକୁ ଜବତ କରିଛିContinue reading “ପୁଣି ଜୟପୁରରୁ ଧରାପଡିଲା ବିପୁଳ ପରିମାଣର ଗଂଜେଇ: ଲମତାପୁଟ ଅଂଚଳରୁ ୩ ଗାଡିରୁ ଜବତ ଦେଲା ୭ କ୍ୱିଂଟାଲରୁ ଅଧିକ ଗଂଜା; ଗାଡି ଜବତ, ଗଂଜେଇ ମାଫିଆ ଫେରାର”

ଆନ୍ଦୋଳନରେ କରୋନା ଯୋଦ୍ଧା । ସ୍ଥାୟୀ ନିଯୁକ୍ତି ଦାବିରେ ବୁର୍ଲା ମେଡ଼ିକାଲର ଏଏନଏମ୍ କର୍ମୀଙ୍କ ଧାରଣା

କନକ ବ୍ୟୁରୋ: ସ୍ଥାୟୀ ନିଯୁକ୍ତି ଦାବିରେ ସମ୍ବଲପୁର ବୁର୍ଲାରେ କୋଭିଡ଼ ଯୋଦ୍ଧାଙ୍କ ଆନ୍ଦୋଳନ । ଧାରଣାରେ ବସିଛନ୍ତି ବୁର୍ଲା ମେଡ଼ିକାଲର ୫୦ ଅଧିକ ଏଏନଏମ୍ କର୍ମୀ । ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଡ୍ୟୁଟି କରିଥିବା ଏଏନଏମ କର୍ମୀମାନେ ନୂଆ ନିଯୁକ୍ତି ପାଇଁ ବାହାରିଥିବା ଚାକିରୀରେ ରଖାଯାଉ ବୋଲି ଦାବି କରିଛନ୍ତି । କୋଭିଡ ସମୟରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଓ ପ୍ରମାଣପତ୍ର ବଳରେ ଏମାନେ ଅସ୍ଥାୟୀ ଚାକିରୀ ପାଇଥିଲେ, ବର୍ତମାନ ଆଉଥରେ କାହିଁକି ନିୟୋଜନContinue reading “ଆନ୍ଦୋଳନରେ କରୋନା ଯୋଦ୍ଧା । ସ୍ଥାୟୀ ନିଯୁକ୍ତି ଦାବିରେ ବୁର୍ଲା ମେଡ଼ିକାଲର ଏଏନଏମ୍ କର୍ମୀଙ୍କ ଧାରଣା”

ସକାଳୁ ସକାଳୁ ଘନ କୁହୁଡି: ଜାଡରେ ଥରୁଛି ସୋନପୁର, ୧୦ ଡିଗ୍ରୀ ତଳେ ପାରଦ; ସକାଳେ ପ୍ରବଳ ଥଣ୍ଡା ଓ କୁହୁଡିକୁ ନେଇ ଲୋକେ ଅସ୍ତବ୍ୟସ୍ତ

କନକ ବ୍ୟୁରୋ: ଶୀତରେ ଥରୁଛି ଅଧା ଓଡିଶା । ଏହାରି ଭିତରେ ସୋନପୁରରେ ପାରଦ ଏବେ ୧୦ ଡିଗ୍ରୀ ତଳକୁ ଖସି ଆସିଲାଣି । ସୁବର୍ଣ୍ଣପୁର ଜିଲ୍ଲାରେ ଦିନରେ ତାପମାତ୍ରାରେ ହ୍ରାସ ପାଇବାରେ ଲାଗିଛି । କିଛି ସ୍ଥାନରେ ତାପମାତ୍ରା ଏତେ କମ୍ ରହିଛି , ଯେ ସକାଳ ୧୦ଟା ଯାଏଁ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି । ଅନେକ ସ୍ଥାନରେ ଲୋକେ ନିଆଁ ଜାଳି ଶୀତରୁ ରକ୍ଷା ପାଇବାକୁ ଉଦ୍ୟମ କରିଛନ୍ତି । ଗତContinue reading “ସକାଳୁ ସକାଳୁ ଘନ କୁହୁଡି: ଜାଡରେ ଥରୁଛି ସୋନପୁର, ୧୦ ଡିଗ୍ରୀ ତଳେ ପାରଦ; ସକାଳେ ପ୍ରବଳ ଥଣ୍ଡା ଓ କୁହୁଡିକୁ ନେଇ ଲୋକେ ଅସ୍ତବ୍ୟସ୍ତ”

ବିଦ୍ୟୁତ ଆଘାତରେ ଦମ୍ପତି ମୃତ: ଆସିକା ବୁରୁପଡାରେ ୧୧ କେଭି ତାର ଲାଗି ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ; ଜମିକୁ ଫୁଲକୋବି ତୋଳିବାକୁ ଯାଇଥିବା ବେଳେ ଅଘଟଣ

କନକ ବ୍ୟୁରୋ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଂଜାମ ଜିଲ୍ଲା ହିଂଜିଳିକାଟୁ ଥାନା ବୁରୁପଡ଼ା ଗାଁରେ । ଆଜି ଭୋର୍ ୪ଟା ବେଳେ ଘଟିଛି ଏହି ଘଟଣା । ଗାଁର ହୀନ ସାମଲ ଏବଂ ବିଷ୍ଣୁ ସାମଲଳ ଫୁଲ କୋବି ତୋଳିବା ପାଇଁ ମିଲକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ବିଲରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା, ଆଉ ଚାଷୀ ଦମ୍ପତି ଜାଣିପାରିନଥିଲେContinue reading “ବିଦ୍ୟୁତ ଆଘାତରେ ଦମ୍ପତି ମୃତ: ଆସିକା ବୁରୁପଡାରେ ୧୧ କେଭି ତାର ଲାଗି ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ; ଜମିକୁ ଫୁଲକୋବି ତୋଳିବାକୁ ଯାଇଥିବା ବେଳେ ଅଘଟଣ”

ଅମଳ ପରେ ବିକ୍ରି ହୋଇପାରୁନି କପା: ଚିନ୍ତାରେ କଳାହାଣ୍ଡି ଗୋଲମୁଣ୍ଡା ବ୍ଲକର ଚାଷୀ; ମଣ୍ଡିର ବ୍ୟବସ୍ଥା ନଥିବାର ଦଲାଲଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ

କନକ ବ୍ୟୁରୋ: ପାଣିପାଗ ସୁହାଇଛି, କପା ଭଲ ହୋଇଛି । କିନ୍ତୁ କପା ବିକ୍ରି କରିବାକୁ ନେଇ ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀ । ବ୍ଲକରେ ଆବଶ୍ୟକୀୟ ମଣ୍ଡିର ବ୍ୟବସ୍ଥା ନଥିବାରୁ କପା ଚାଷୀ, ଦଲାଲମାନଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ସଠିକ ପରିମାଣରେ ବର୍ଷ ହୋଇଥିବାରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରଚୁର ପରିମାଣରେ କପା ଫସଲ ହୋଇଛି । ଧଳା ସୁନା ଭାବେ ପରିଚିତContinue reading “ଅମଳ ପରେ ବିକ୍ରି ହୋଇପାରୁନି କପା: ଚିନ୍ତାରେ କଳାହାଣ୍ଡି ଗୋଲମୁଣ୍ଡା ବ୍ଲକର ଚାଷୀ; ମଣ୍ଡିର ବ୍ୟବସ୍ଥା ନଥିବାର ଦଲାଲଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ”

Design a site like this with WordPress.com
Get started