ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ : ବହିରେ ଲେଖି ଯାଇଛନ୍ତି ମନର ଅକୁହା କଥା; ଆଗାମୀ ଜାନୁଆରୀରେ ହେବ ଉନ୍ମୋଚିତ

କନକ ବ୍ୟୁରୋ : ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ । ଆଗାମି ଜାନୁଆରୀ ମାସରେ ଉନ୍ମୋଚିତ ହେବାକୁ ଥିବା ପ୍ରଣବଙ୍କ ଆତ୍ମଜୀବନୀ କୋଆଲିସନ ଇୟର୍ସର ଚତୁର୍ଥ ପର୍ବରେ ଲେଖି ଯାଇଛନ୍ତି ମନର କିିଛି ଅକୁହା କଥା । ଏଥିରେ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ସୋନିଆ ଗାନ୍ଧୀଙ୍କ ଦୁର୍ବଳ ନେତୃତ୍ୱକୁ ଦାୟୀ କରିଛନ୍ତି ପ୍ରଣବ । ଏଥିସହ ଲେଖିଛନ୍ତି, ତକ୍ରାଳିନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେତେବେଳେ ୟୁପିଏ ମେଂଟକୁ ବଂଚାଇବାରେ ବ୍ୟସ୍ତContinue reading “ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ : ବହିରେ ଲେଖି ଯାଇଛନ୍ତି ମନର ଅକୁହା କଥା; ଆଗାମୀ ଜାନୁଆରୀରେ ହେବ ଉନ୍ମୋଚିତ”

୧୭ ଦିନରେ ଚାଷୀ ଆନ୍ଦୋଳନ: ଆଜି ଜୟପୁର-ଦିଲ୍ଲୀ ଜାତୀୟ ରାଜପଥ ଅବରୋଧ କରିବେ ଆନ୍ଦୋଳନକାରୀ

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ୧୭ ଦିନରେ ପହଁଚିଥିଲେ ମଧ୍ୟ ଥମିବାର ନା ଧରୁନି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଆନ୍ଦୋଳନକାରୀ ଚାଷୀ । ହେଲେ ସରକାର ଆଇନରେ କେତେକ ସଂଶୋଧନ କରିବାକୁ ରାଜି ଥିବାବେଳେ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ମନା କରିବା ପରେ ଆନ୍ଦୋଳନ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ସରକାରଙ୍କ ଉପରେ ଅଧିକ ଚାପ ପକାଇବା ପାଇଁ ଆନ୍ଦୋଳନକାରୀ ଚାଷୀ ଆଜି ଦିଲ୍ଲୀContinue reading “୧୭ ଦିନରେ ଚାଷୀ ଆନ୍ଦୋଳନ: ଆଜି ଜୟପୁର-ଦିଲ୍ଲୀ ଜାତୀୟ ରାଜପଥ ଅବରୋଧ କରିବେ ଆନ୍ଦୋଳନକାରୀ”

ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆଜିି ଛତିଶା ନିଯୋଗ ବୈଠକ: ଜଗା ଦର୍ଶନ ନେଇ ହେବ ଆଲୋଚନା

କନକ ବ୍ୟୁରୋ: କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ଏହାକୁ କୋଟି କୋଟି ଜଗନ୍ନାଥ ପ୍ରେମି ଚାହିଁ ରହିଛନ୍ତି । ଏଭଳି ସମୟରେ ଆଜି ଶ୍ରୀମନ୍ଦିର ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ଛତିଶାନିଯୋଗ ବୈଠକ ବସିବ । ମନ୍ଦିର ଖୋଲିବା ନେଇ ଏହି ବୈଠକରେ ଆଲୋଚନା କରାଯିବ । ଆଲୋଚନା ପୂର୍ବରୁ କନକ ନ୍ୟୁଜକୁ ସାକ୍ଷାତକାର ଦେଇ ପୁଷ୍ପାଳକ ନିଯୋଗ, ଦଇତାପତି ନିଯୋଗ ଓ ପାଣିଆ ନିଯୋଗର ସଂପାଦକମାନେ କହିଛନ୍ତି ମନ୍ଦିର ଖୋଲିବା ଆବଶ୍ୟକ ଏବଂContinue reading “ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆଜିି ଛତିଶା ନିଯୋଗ ବୈଠକ: ଜଗା ଦର୍ଶନ ନେଇ ହେବ ଆଲୋଚନା”

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ! ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ: ଆସନ୍ତା ୩ ଦିନ ପର୍ଯ୍ୟନ୍ତ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ବଙ୍ଗୋପସାଗର ଆଖପାଖ ଅଞ୍ଚଳ ତଥା ଓଡ଼ିଶା ଉପରେ ବର୍ତ୍ତମାନ ଏକ ଗୁରୁଚାପ ବଳୟ ରହିଛି। ଏହା ପ୍ରଭାବରେ ବାୟୁମଣ୍ଡଳ ଏବେ ଶାନ୍ତ ରହିଥିବା ବେଳେ ଆକାଶ ନିର୍ମଳ ରହିଛି। ଏଣେ ବାୟୁମଣ୍ଡଳରେ ପ୍ରଚୁର ପରିମାଣର ଜଳୀୟ ବାଷ୍ପ ଥିବାରୁ ରାଜ୍ୟରେ ଘନ କୁହୁଡ଼ି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଏହି ଗୁରୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲ୍କାରୁContinue reading “ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ! ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି”

କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ ? ପାୱାର କରିଡରରେ ଆରମ୍ଭ ହେଲା ଚର୍ଚ୍ଚା, ଡିସେମ୍ବର ୩୧ରେ ସରିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ।

କନକ ବ୍ୟୁରୋ : ନୂଆବର୍ଷରେ ନୂଆ ଶାସନ ମୁଖ୍ୟ । କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ, ଏହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅସିତ ତ୍ରିପାଠୀଙ୍କ ଜାଗା କିଏ ନେବେ ତାକୁ ନେଇ ଜୋରଦାର ଲବି ହେଲାଣି । ବିଶେଷ କରି ଦୁଇଟି ନାଁ ଚର୍ଚ୍ଚାର ଆଗରେ ରହିଛି । ଜଣେ ହେଉଛନ୍ତି ବର୍ତମାନର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର । ଏବଂ ଅନ୍ୟଜଣେ ଅତିରିକ୍ତ ଶାସନ ସଚିବContinue reading “କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ ? ପାୱାର କରିଡରରେ ଆରମ୍ଭ ହେଲା ଚର୍ଚ୍ଚା, ଡିସେମ୍ବର ୩୧ରେ ସରିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ।”

୧୬ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ବାହାରୁନି ସମାଧାନର ବାଟ । ସୁପ୍ରିମକୋର୍ଟକୁ ଗଲେ ଭାରତୀୟ କିଷାନ୍ ୟୁନିୟନ୍, କୃଷି ଆଇନକୁ ରଦ୍ଦ କରିବାକୁ ଆବେଦନ ।

କନକ ବ୍ୟୁରୋ : ୧୬ଦିନରେ ପହଞ୍ଚିଛି ଚାଷୀଙ୍କ ଆନ୍ଦୋଳନ । ସରକାରଙ୍କ ସହ ତୁହାକୁ ତୁହା ଆଲୋଚନା ପରେ ବି ସମାଧାନର ବାଟ ବାହାରୁନାହିିଁ । ଏହାରି ଭିତରେ ଆଜି କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଭାରତୀୟ କିଷାନ ୟୁନିଅନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସରକାରଙ୍କ ଦ୍ୱାରା ପ୍ରଣିତ ତିନୋଟି କୃଷି ଆଇନକୁ ବେଆଇନ ଦର୍ଶାଇ ସେଗୁଡିକୁ ରଦ୍ଦ କରିବାକୁ ୟୁନିଅନ ନିଜ ଆବେଦନରେ ଦର୍ଶାଇଛନ୍ତି । ଭାରତୀୟ କିଷାନ ୟୁନିଅନର ସଭାପତି ଭାନୁContinue reading “୧୬ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ବାହାରୁନି ସମାଧାନର ବାଟ । ସୁପ୍ରିମକୋର୍ଟକୁ ଗଲେ ଭାରତୀୟ କିଷାନ୍ ୟୁନିୟନ୍, କୃଷି ଆଇନକୁ ରଦ୍ଦ କରିବାକୁ ଆବେଦନ ।”

ନାସାର ଚନ୍ଦ୍ର ଅଭିଯାନରେ ସାମିଲ ହେଲେ ଭାରତୀୟ ଆମେରିକୀୟ ଆଷ୍ଟ୍ରୋନଟ ରାଜା ଚାରି । ରାଜାଙ୍କ ସମେତ ୧୮ଜଣଙ୍କ ନାଁ ଘୋଷଣା କଲା ନାସା

କନକ ବ୍ୟୁରୋ : ନାସାର ଆର୍ଟେମିଜ ଚନ୍ଦ୍ର ଅଭିଯାନରେ ସାମିଲ ହେଲେ ଭାରତୀୟ ଆମେରିକୀୟ ମହାକାଶଚାରୀ ରାଜା ଚାରି । ଆମେରିକା ବାୟୁସେନାରେ କର୍ଣ୍ଣେଲ ଭାବେ କାର୍ଯ୍ୟରତ ରାଜା ଚାରିଙ୍କ ସମେତ ୧୮ଜଣଙ୍କ ନାଁ ଘୋଷଣା କରିଛି ନାସା । ଏହି ଟିମରେ ଅଧାରୁ ଅଧିକ ମହିଳା ମହାକାଶଚାରୀ ରହିଛନ୍ତି । ଏହି ମାନଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ଜଣେ ମହିଳା ମହାକାଶଚାରୀ ୨୦୨୪ରେ ଚନ୍ଦ୍ରରେ ଅବତରଣ କରିବେ । ଏବଂ ଜଣେ ପୁରୁଷ ମହାକାଶଚାରୀContinue reading “ନାସାର ଚନ୍ଦ୍ର ଅଭିଯାନରେ ସାମିଲ ହେଲେ ଭାରତୀୟ ଆମେରିକୀୟ ଆଷ୍ଟ୍ରୋନଟ ରାଜା ଚାରି । ରାଜାଙ୍କ ସମେତ ୧୮ଜଣଙ୍କ ନାଁ ଘୋଷଣା କଲା ନାସା”

ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବର । ଦଳକୁ ଫେରିବେ ରୋହିତ ଶର୍ମା, ସେପଟେ ଅନୁଷ୍କାଙ୍କ ଡେଲିଭେରି ପାଇଁ ଭାରତ ଫେରିବେ ବିରାଟ ।

କନକ ବ୍ୟୁରୋ : ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଫିଟନେସ୍ ଟେଷ୍ଟ ପାସ୍ କଲେ ରୋହିତ ଶର୍ମା । ଆଇପିଏଲରେ ଆହତ ହେବା ପରେ ଦିନିକିଆ ଓ ଟି-ଟ୍ୱେଂଟିରୁ ବାଦ୍ ପଡିଥିଲେ ରୋହିତ । ଏବେ ପୁଣି ସେ ଟିମକୁ ଫେରିବେ । ନିଜର ଫିଟନେସ୍ ପାଇବା ପାଇଁ ବାଙ୍ଗାଲୋରର ଜାତୀୟ କ୍ରିକେଟ ଏକାଡେମୀରେ ଖୁବ ପରିଶ୍ରମ କରିଥିଲେ ହିଟ୍ ମ୍ୟାନ ରୋହିତ ଶର୍ମା । ରୋହିତଙ୍କୁ ଆଜି ଫିଟ୍Continue reading “ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବର । ଦଳକୁ ଫେରିବେ ରୋହିତ ଶର୍ମା, ସେପଟେ ଅନୁଷ୍କାଙ୍କ ଡେଲିଭେରି ପାଇଁ ଭାରତ ଫେରିବେ ବିରାଟ ।”

କରୋନା ମୃତ୍ୟୁରେ ଆମେରିକାର ଅଲୋଡା ରେକର୍ଡ । ଗୋଟିଏ ଦିନରେ ୩ହଜାରରୁ ଅଧିକ ମୃତ, ୨ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ।

କନକ ବ୍ୟୁରୋ : କରୋନା ଭୂତାଣୁ ସାମ୍ନାରେ ଅସହାୟ ହୋଇପଡିଛି ସୁପରପାୱାର ଆମେରିକା । ଦେଶରେ କରୋନା ସ୍ଥିତି ବିଗୁଡୁଥିବା ବେଳେ ଆମେରିକା କରିଛି ଅଲୋଡା ରେକର୍ଡ । ଲଗାତର ଭାବେ ଦୁଇ ଦିନ ହେଲା ଭୂତାଣୁ ସଂକ୍ରମଣରେ ୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଗୋଟିଏ ଦିନରେ ୨ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆମେରିକାରେ ବିଗୁଡ଼ୁଛି କରୋନା ସ୍ଥିତି । ଗୋଟିଏ ଦିନରେ ୩ହଜାରରୁ ଅଧିକ କରୋନା ମୃତ୍ୟୁ । ୯/୧୧Continue reading “କରୋନା ମୃତ୍ୟୁରେ ଆମେରିକାର ଅଲୋଡା ରେକର୍ଡ । ଗୋଟିଏ ଦିନରେ ୩ହଜାରରୁ ଅଧିକ ମୃତ, ୨ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ।”

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣାରେ ମୁହାଁମୁହିଁ ବିଜେପି-ଟିଏମସି । ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ସମନ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣକୁ ନେଇ ଦୁଇ ଦିନ ହେଲା ଦୋହଲୁଛି ଜାତୀୟ ରାଜନୀତି । ଆକ୍ରମଣ ଘଟଣାରେ ଟିଏମସି ସମ୍ପୃକ୍ତି ଅଭିଯୋଗ କରିବା ପରେ ଜୋରଦାର ହୋଇଛି ଆରୋପ ପ୍ରତ୍ୟାରୋପ । ସେପଟେ ଆକ୍ରମଣ ଘଟଣାରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ୭ଜଣଙ୍କୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗ ଡାଇମଣ୍ଡ ହାର୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରା ଉପରେ ଏହି ଆକ୍ରମଣ ଏବେContinue reading “ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣାରେ ମୁହାଁମୁହିଁ ବିଜେପି-ଟିଏମସି । ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ସମନ”

Design a site like this with WordPress.com
Get started