ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସିପିଆଇର ବିରୋଧ : ତୈଳ ଦରରେ ୫୩ଟଙ୍କା ଟିକସକୁ ନେଇ ରାଜମହଲ ଛକରେ ବିକ୍ଷୋଭ

କନକ ବ୍ୟୁରୋ : ରାଜଧାନୀରେ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ । ଆଜି ସିପିଆଇ ପକ୍ଷରୁ ଏନେଇ ଭୁବନେଶ୍ୱରରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ବର୍ତମାନ ପେଟ୍ରୋଲ ଓ ଡିଜେଲ ଦରରେ ୫୩ ଟଙ୍କା ଟିକସ ନିଆଯିବା ପରେ ପେଟ୍ରୋଲ ଦର ୯୦ ଟଙ୍କା ଡେଇଁଲାଣି । ରାଜମହଲ ଛକରେ ବିରୋଧ ପ୍ରଦର୍ଶନ କରି ସିପିଆଇ ପକ୍ଷରୁ ଏପରି ଦରବୃଦ୍ଧି ଉପରେ ଲଗାମ ଲଗାଇବାକୁ ଦାବି କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତContinue reading “ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସିପିଆଇର ବିରୋଧ : ତୈଳ ଦରରେ ୫୩ଟଙ୍କା ଟିକସକୁ ନେଇ ରାଜମହଲ ଛକରେ ବିକ୍ଷୋଭ”

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ସମସ୍ତ ଜିଲ୍ଳା ସଭାପତିଙ୍କ ସହ ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଆଲୋଚନା

କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଗୁରୁତ୍ୱୂପୂର୍ଣ୍ଣ ବୈଠକ । ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ୪ଟି ପର୍ଯ୍ୟାୟରେ ବୈଠକ ହେବ । ସମସ୍ତ ଜିଲ୍ଲା ସଭାପତି, ପ୍ରଭାରୀ, ପଦାଧିକାରୀ, ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହ ବୈଠକ ହେଉଛି । ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ରଣନୀତି ପ୍ରସ୍ତତ ହେଉଛି । ୩୬ ସାଂଗଠାନିକ ଜିଲ୍ଲାର ସଭାପତିଙ୍କ ସହ ବୁଥ ସ୍ତରରେ ଦଳକୁ ମଜବୁତ କରିବା ପାଇଁContinue reading “ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ସମସ୍ତ ଜିଲ୍ଳା ସଭାପତିଙ୍କ ସହ ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଆଲୋଚନା”

ନୂଆ କୃଷିବିଲ୍ କୁ ନେଇ ସାମ୍ନାକୁ ଆସିଲା ବିଜେପି । ବିଲ୍ ର ଉପକାରିତା ବୁଝାଇବାକୁ ୭ ଶହ ସାମ୍ବାଦିକ ସମ୍ମିଳନୀ କରିବାକୁ ଘୋଷଣା ।

କନକ ବ୍ୟୁରୋ : ନୂତନ କୃଷିବିଲ୍ କୁ ବିରୋଧ କରି ଆଜିକୁ ୧୬ ଦିନ ହେବ ଦିଲ୍ଲୀ ସୀମାରେ କୃଷକ ମାନେ ଆନ୍ଦୋଳନ ଚଳାଇଛନ୍ତି । ବାରମ୍ବାର ସରକାର ଓ କୃଷକ ନେତା ମାନଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି । ଏହାକୁ ନେଇ ସରକାର ଦୋଛକିରେ ଥିବା ବେଳେ କୃଷକ ମାନଙ୍କ ପ୍ରତି ଦେଶସାରା ସମର୍ଥନ ବଢିବାରେ ଲାଗିଛି । ଫଳରେ ଏନଡିଏ ସରକାରର ମୁଖ୍ୟ ଅଂଶିଦାର ଥିବା ବିଜେପିର ଛବି ଜନମାନସରେ ମଳିନ ପଡିବାରେContinue reading “ନୂଆ କୃଷିବିଲ୍ କୁ ନେଇ ସାମ୍ନାକୁ ଆସିଲା ବିଜେପି । ବିଲ୍ ର ଉପକାରିତା ବୁଝାଇବାକୁ ୭ ଶହ ସାମ୍ବାଦିକ ସମ୍ମିଳନୀ କରିବାକୁ ଘୋଷଣା ।”

ପୁଣି ଲାଲୁଙ୍କୁ କୋର୍ଟର ଝଟକା  । କୋର୍ଟରେ କାଟ ଖାଇଲା ଜାମିନ ଆବେଦନ । ଦେଢ ମାସ ପରେ ଶୁଣାଣି ନେଇ ସ୍ପଷ୍ଟ କଲେ କୋର୍ଟ ।

କନକ ବ୍ୟୁରୋ : ଚାରା ଘୋଟାଲା ମାମଲାରେ ଜେଲରେ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି କୋର୍ଟ ଝଟକା ଦେଇଛି । ଝାଡଖଣ୍ଡ ହାଇକୋର୍ଟ ଚାରା ଘୋଟାଲା ମାମଲାରେ ଲାଲୁଙ୍କ ଜାମିନ ଆବେଦନକୁ ୬ ସପ୍ତାହ ଯାଏ ଘୁଂଚାଇ ଦେଇଛନ୍ତି । ଫଳରେ ଲାଲୁ ଜେଲରୁ ମୁକୁଳିବାକୁ ନେଇ ଥିବା ଆଶା ପୁଣି ଦେଢମାସ ଯାଏ ମଉଳି ଯାଇଛି । ସୂଚନା ଥାଉକି ଲାଲୁଙ୍କ ଓକିଲ ସପ୍ଲିମେଣ୍ଟାରୀContinue reading “ପୁଣି ଲାଲୁଙ୍କୁ କୋର୍ଟର ଝଟକା  । କୋର୍ଟରେ କାଟ ଖାଇଲା ଜାମିନ ଆବେଦନ । ଦେଢ ମାସ ପରେ ଶୁଣାଣି ନେଇ ସ୍ପଷ୍ଟ କଲେ କୋର୍ଟ ।”

ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ: ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ କରାଗଲା ଅବଗତ

କନକ ବ୍ୟୁରୋ: କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ । ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟରେ ହାଜର ହେଲେ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ । ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ ଅବଗତ କରାଯାଇଛି । ଏହା ସହ ୬୫ ଲକ୍ଷ ଠକେଇ ମାମଲାରେ ମଧ୍ୟ କୋର୍ଟଙ୍କୁ ଅବଗତ କରରଯାଇଛି । ଟଙ୍କା ଠକେଇ ନେଇ ଖାରବେଳ ଥାନାରେ ମାମଲା ରହିଛି । ଆକାଶଙ୍କ ବିରୋଧରେ ୪୧୯, ୪୨୦, ୪୬୮, ୪୭୧ ୫୦୬, ୩୪Continue reading “ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ: ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ କରାଗଲା ଅବଗତ”

ରାଜଧାନୀରେ ଫୁଟିଲା ଗୁଳି । ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିମାଡ । ୪ ରାଉଣ୍ଡ ଗୁଳି କରି ଦୁର୍ବୃତ୍ତ ଛୁ…

କନକ ବ୍ୟୁରୋ: ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱରରେ ଗୁଳିକାଣ୍ଡ । ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାରରେ ଗୁଳିମାଡ । ଜଣେ ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିକଲେ ଦୁର୍ବୃତ୍ତ । ଗୋଟିଏ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ୪ ରାଉଣ୍ଡ ଫାୟାରିଂ କଲେ । ତେବେ କଳିଙ୍ଗବିହାର ଲକ୍ଷ୍ମୀ ମଣ୍ଡପ ସାମ୍ନାରେ ଘଟିଛି ଘଟଣା । ଜାମିନରେ ଆସିଥିବା ଅଭିଯୁକ୍ତକୁ ଲକ୍ଷ୍ୟ କରି ଗୁଳିମାଡ । ସୌଭାଗ୍ୟବଶତ ଅଳ୍ପକେ ବର୍ତ୍ତିଲେ ଅଭିଯୁକ୍ତ । ତେବେ କାହିଁକିContinue reading “ରାଜଧାନୀରେ ଫୁଟିଲା ଗୁଳି । ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିମାଡ । ୪ ରାଉଣ୍ଡ ଗୁଳି କରି ଦୁର୍ବୃତ୍ତ ଛୁ…”

ଆରବିଆଇ ଗଭର୍ଣ୍ଣରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ଡିସେମ୍ବର ୧୪ରେ ହେବାକୁ ଯାଉଛି ବଡ ପରିବର୍ତ୍ତନ…ଜାଣନ୍ତୁ ସାଧାରଣ ଜନତାଙ୍କୁ କଣ ମିଳିବ ଫାଇଦା..

କନକ ବ୍ୟୁରୋ: ଦେଶରେ ଡିଜିଟାଲ ପେମେଂଟକୁ ପ୍ରାଥମିକତା ଦେବାକୁ ଆରବିଆଇର ନୂଆ ପଦକ୍ଷେପ  । ଡିସେମ୍ବର ୧୪ତାରିଖରେ ଡିଜିଟାଲ କାରବାରକୁ ନେଇ ହେବାକୁ ଯାଉଛି ବଡ ପରିବର୍ତ୍ତନ । ତେବେ ଆସନ୍ତା ୧୪ରୁ ଆରଟିଜିଏସ୍ ତଥା ରିୟଲ୍ ଟାଇମ୍ ଗ୍ରସ୍ ସେଟଲମେଂଟକୁ ୨୪ ଘଂଟିଆ ଉପଲବ୍ଧ କରିବାକୁ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପୂର୍ବରୁ ଏହି ବ୍ୟବସ୍ଥା ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡି ଦେଲା ପରେ ସପ୍ତାହର ବାକିସବୁ କାର୍ଯ୍ୟଦିବସରେContinue reading “ଆରବିଆଇ ଗଭର୍ଣ୍ଣରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ଡିସେମ୍ବର ୧୪ରେ ହେବାକୁ ଯାଉଛି ବଡ ପରିବର୍ତ୍ତନ…ଜାଣନ୍ତୁ ସାଧାରଣ ଜନତାଙ୍କୁ କଣ ମିଳିବ ଫାଇଦା..”

୫୫ ବର୍ଷ ପରେ ଗଡିବ ଟ୍ରେନ୍ । ୧୭ ଡିସେମ୍ବର ଦିନ ମୋଦି ଓ ହସିନା କରିବେ ଉଦଘାଟନ

କନକ ବ୍ୟୁରୋ : ଭାରତ ଓ ବାଂଗଲାଦେଶ ମଧ୍ୟରେ ୫୫ ବର୍ଷ ପରେ ଟ୍ରେନ ଚଳା ଚଳ ହେବ । ଡିସେମ୍ବର ୧୭ ତାରିଖ ଦିନ ପଶ୍ଚିମବଙ୍ଗର ହଲ୍ଦିବାଡି ରୁ ପଡୋଶୀ ବାଂଗଲାଦେଶର ଚିଲହାଟୀ ମଧ୍ୟରେ ରେଳ ଲାଇନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଗଲାଦେଶର ପ୍ରଧାନମନ୍ତ୍ରୀ ସେଖ୍ ହାସିନା । କୁଚବିହାରର ହଲଦୀବାଡିରୁ ବାଂଗଲାଦେଶର ଚିଲହାଟୀ ପର୍ଯ୍ୟନ୍ତ ଥିବା ରେଳ ଲାଇନ ଟି ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୫ ମସିହାରେ ସଂପର୍କContinue reading “୫୫ ବର୍ଷ ପରେ ଗଡିବ ଟ୍ରେନ୍ । ୧୭ ଡିସେମ୍ବର ଦିନ ମୋଦି ଓ ହସିନା କରିବେ ଉଦଘାଟନ”

ଦିନେ ରାସ୍ତାକଡରେ ମା ବିକୁଥିଲେ ଚିକେନ । ଆଉ ବାପା କରୁଥିଲେ କୁଲି କାମ । ହେଲେ ନିଜ ଦକ୍ଷତା ବଳରେ ଏବେ ପୁଅ ଖେଳୁଛି ଅନ୍ତର୍ଜାତୀୟ କ୍ରିକେଟ

କନକ ବ୍ୟୁରୋ : ଦିନେ ରାସ୍ତାକଡରେ ମା ବିକୁଥିଲେ ଚିକେନ । ଆଉ ବାପା କରୁଥିଲେ କୁଲି କାମ । ହେଲେ ନିଜ ଦକ୍ଷତା ବଳରେ ଏବେ ପୁଅ ଖେଳୁଛି ଅନ୍ତର୍ଜାତୀୟ କ୍ରିକେଟ । ସେ ହେଉଛନ୍ତି ୱାର୍କର ସେସ୍ପାଲିଷ୍ଟ କୁହାଯାଉଥିବା ଟି ନଟରାଜନ୍ । ଗରିବ ପରିବାରରୁ ଆସିଥିବା ଏହି କ୍ରିକେଟର ଏବେ ଟିମ ଇଣ୍ଡିଆରେ ସ୍ଥାନ ପାଇ ସାରିଛନ୍ତି । ଏହି ସଫଳତା ପାଇବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି ।Continue reading “ଦିନେ ରାସ୍ତାକଡରେ ମା ବିକୁଥିଲେ ଚିକେନ । ଆଉ ବାପା କରୁଥିଲେ କୁଲି କାମ । ହେଲେ ନିଜ ଦକ୍ଷତା ବଳରେ ଏବେ ପୁଅ ଖେଳୁଛି ଅନ୍ତର୍ଜାତୀୟ କ୍ରିକେଟ”

କୁଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ : ବାହାଘରରେ ବରଯାତ୍ରୀ ଆସି ୨ ଦିନ ହେଲା ନିଖୋଜ ଥିଲେ ଖୋର୍ଦ୍ଧା ଡିଆ ଗାଁର ଯୁବକ

କନକ ବ୍ୟୁରୋ : କୂଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ । ଖୋର୍ଦ୍ଧ ରମ୍ଭାବିଲିର ଏକ କୂଅରୁ ଯୁବକଙ୍କ ମୃତଦେହ ମିଳିଛି । ବାହାଘରରେ ବରଯାତ୍ରୀ ଆସି ୨ ଦିନ ହେଲା ନିଖୋଜ ଥିଲେ ଖୋର୍ଦ୍ଧା ଡିଆ ଗାଁର ଯୁବକ । ବହୁତ ଖୋଜାଖୋଜି ପରେ ନିମିଳିବାରୁ ଆଜି କୂଅ ଭିତରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ପରିବାର ପକ୍ଷରୁ ଏନେଇ ହତ୍ୟା ଅଭିଯୋଗ ଅଣାଯାଇଛି । କେହି ମାରିକୁ କୂଅରେ ଫୋପାଡିଦେଇଥିବା ଅଭିଯୋଗ ହୋଇଛିContinue reading “କୁଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ : ବାହାଘରରେ ବରଯାତ୍ରୀ ଆସି ୨ ଦିନ ହେଲା ନିଖୋଜ ଥିଲେ ଖୋର୍ଦ୍ଧା ଡିଆ ଗାଁର ଯୁବକ”

Design a site like this with WordPress.com
Get started