ମାଲାକନଗିରି କାଲିମେଳାରେ ୯୦ ଟଙ୍କା ଟପିଲା ପେଟ୍ରୋଲ ଦର । ହୁ ହୁ ହୋଇ ବଢୁଛି ତେଲ ଦର, ଚିନ୍ତାରେ ଖାଉଟି । ପରିବହନ ମନ୍ତ୍ରୀ କହିଲେ ତେଲ ଦର ବଢିଲେ ବଢିବ ଯାତ୍ରୀ ଭଡା 

କନକ ବ୍ୟୁରୋ : ମାଲକାନଗିରିରେ ପେଟ୍ରୋଲ ଟପିଲା ୯୦ ଟଙ୍କା । ଜିଲ୍ଲାର କାଲିମେଳା ପରି ଏକ ଉପାନ୍ତ ତଥା ପଛୁଆ ଅଂଚଳରେ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି  । ଆଜି କାଲିମେଳାରେ ପେଟ୍ରୋଲ ଲିଟର ୯୦ ଟଙ୍କା ୯୪ ପଇସାରେ ପହଁଚି ଯାଇଥିବାବେଳେ ଡ଼ିଜେଲ ଦର ଲିଟର ପ୍ରତି ୮୬ ଟଙ୍କା ୮୧ ପଇସା ରହିଛି । କାଲିମେଳା ବ୍ଲକରେ ଥିବା ଏହି ଏକମାତ୍ର ଭାରତ ପେଟ୍ରୋଲିୟମ ଟାଙ୍କିରେ ଏହି ତେଲ ଦର ଏବେContinue reading “ମାଲାକନଗିରି କାଲିମେଳାରେ ୯୦ ଟଙ୍କା ଟପିଲା ପେଟ୍ରୋଲ ଦର । ହୁ ହୁ ହୋଇ ବଢୁଛି ତେଲ ଦର, ଚିନ୍ତାରେ ଖାଉଟି । ପରିବହନ ମନ୍ତ୍ରୀ କହିଲେ ତେଲ ଦର ବଢିଲେ ବଢିବ ଯାତ୍ରୀ ଭଡା “

ଅପେକ୍ଷାର ଘଟିଲା ଅନ୍ତ, ସରକାରଙ୍କ ଲିଖିତ ପ୍ରସ୍ତାବକୁ କୃଷକ କଲେ ଖାରିଜ୍ । ଏବେ ଦିଲ୍ଲୀରେ ହେବ ଘମାଘୋଟ ଲଢେଇ

କନକ ବ୍ୟୁରୋ : ପ୍ରଥମେ ସରକାରଙ୍କ ତରଫରୁ କୃଷକ ମାନଙ୍କ ସହ ହେବାକୁ ଥିବା ବୈଠକ ବାତିଲ କଲେ । ଓ ପରେ ସରକାର ଆଇନରେ କ’ଣ କ’ଣ ସଂଶୋଧନ କରିପାରିବେ ସେନେଇ ପ୍ରସ୍ତାବ ଦେଲେ । ହେଲେ ସରକାରଙ୍କ ପ୍ରସ୍ତାବକୁ ସିଧା ସଳଖ କୃଷକ ସଂଗଠନ ମାନେ ଖାରିଜ୍ କରିଦେଇଛନ୍ତି । କୃଷକ ମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି । ନୂତନ କୃଷି ଆଇନ ସଂପର୍କରେ ଆଜି କେନ୍ଦ୍ରସରକାରଙ୍କ ପକ୍ଷରୁ କୃଷକ ନେତା ମାନଙ୍କContinue reading “ଅପେକ୍ଷାର ଘଟିଲା ଅନ୍ତ, ସରକାରଙ୍କ ଲିଖିତ ପ୍ରସ୍ତାବକୁ କୃଷକ କଲେ ଖାରିଜ୍ । ଏବେ ଦିଲ୍ଲୀରେ ହେବ ଘମାଘୋଟ ଲଢେଇ”

କୋଣାର୍କ ଭଳି ଭିତରକନିକା, ସାତକୋଶିଆରେ ହେଉଛି ଇକୋ-ରିଟ୍ରିଟ୍ । ଫେବ୍ରୁଆରୀ ୨୮ ଯାଏଁ ମିଳିବ ସେବା । ହୀରାକୁଦ ଓ ଦାରିଙ୍ଗବାଡିରେ ବି ମଜା ନେବେ ପର୍ଯ୍ୟଟକ

କନକ ବ୍ୟୁରୋ : ଆଜିଠାରୁ ଭିତରକନିକାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଇକୋ ରିଟ୍ରେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ଆଜି ଠାରୁ ୩ ମାସ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥାନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଇକୋ-ରିଟ୍ରିକ୍ କରାଯାଇଛି । କୋଣାର୍କ ପରେ ଭିତରକନିକା, ସାତକୋଶିଆ ଗଣ୍ଡ, ହୀରାକୁଦ ଓ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ଏହିContinue reading “କୋଣାର୍କ ଭଳି ଭିତରକନିକା, ସାତକୋଶିଆରେ ହେଉଛି ଇକୋ-ରିଟ୍ରିଟ୍ । ଫେବ୍ରୁଆରୀ ୨୮ ଯାଏଁ ମିଳିବ ସେବା । ହୀରାକୁଦ ଓ ଦାରିଙ୍ଗବାଡିରେ ବି ମଜା ନେବେ ପର୍ଯ୍ୟଟକ”

ସନ୍ତାନ ଭଳି ଗଛର ନେଉଛନ୍ତି ଯତ୍ନ । ପ୍ରତିବର୍ଷ ଗଛ ଲଗାଇବା ସହ ପ୍ରଥମାଷ୍ଟମୀରେ କରୁଛନ୍ତି ପଢୁଆଁ 

କନକ ବ୍ୟୁରୋ : ଗଛ ଯାହାଙ୍କ ପାଇଁ ସନ୍ତାନ ଠାରୁ ଅଧିକ । ୪୬ବର୍ଷ ଧରି ସେ ଅସଂଖ୍ୟ ଗଛ ଲଗାଇବା ସହ ଗଛର ଯତ୍ନ ନେଉଛନ୍ତି ।ପ୍ରତିବର୍ଷ ପ୍ରଥମାଷ୍ଟମୀରେ ସଗଛମାନଙ୍କୁ ନୂଆକନା ବାନ୍ଧି ପଢୁଆଁ କରିଥାନ୍ତି  । ଆସନ୍ତୁ ଜାଣିବା ଅଳତୀର ଗଛ ମଣିଷ ଘନଶ୍ୟାମ ସାହୁଙ୍କ ସମ୍ପର୍କରେ । ପଢୁଆଁ ହେବ ଗଛ । ପ୍ରଥମାଷ୍ଟମୀରେ ଘରେ ପୂଜା କରିବା ପରେ ଥାଳିରେ ଫୁଲ, ଚନ୍ଦନ, ସିନ୍ଦୁର, ନୂଆ ବସ୍ତ୍ର ଧରି ଗଛ ପୂଜାContinue reading “ସନ୍ତାନ ଭଳି ଗଛର ନେଉଛନ୍ତି ଯତ୍ନ । ପ୍ରତିବର୍ଷ ଗଛ ଲଗାଇବା ସହ ପ୍ରଥମାଷ୍ଟମୀରେ କରୁଛନ୍ତି ପଢୁଆଁ “

କରୋନା ରୋଗୀଙ୍କ ଘର ଆଗରେ ଲାଗିପାରିବନି କୋଭିଡ୍ ପୋଷ୍ଟର । ସାମାଜିକ କଳଙ୍କର କାରଣ ସାଜୁଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନଥିଲେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାର କୋଭିଡ୍‌-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ ବୋଲି ଦେଶର ଶୀର୍ଷ ଅଦାଲତ ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଆର ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍‌ ଏମଆର ଶାହାଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଆଜି (ବୁଧବାର) ଏ ସଂକ୍ରାନ୍ତରେ ଆଗତContinue reading “କରୋନା ରୋଗୀଙ୍କ ଘର ଆଗରେ ଲାଗିପାରିବନି କୋଭିଡ୍ ପୋଷ୍ଟର । ସାମାଜିକ କଳଙ୍କର କାରଣ ସାଜୁଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।”

ଗାଁ କମିଟିର ଅଜବ ନିଷ୍ପତି । ସରକାରୀ ଜମିରୁ ଦୋକାନ ଘର ନଭାଙ୍ଗିବାରୁ ସାମାଜିକ ବାସନ୍ଦ ନିଷ୍ପତି ନେଇଛି ଗାଁ କମିଟିର କଙ୍ଗାରୁ କୋର୍ଟ । 

କନକ ବ୍ୟୁରୋ : ଗ୍ରାମବାସୀଙ୍କ ନିଷ୍ପତି କୁ ଗ୍ରହଣ ନ କରିବାରୁ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି ଚାରି ପରିବାର, ଏହି ଚାରି ପରିବାର ମଧ୍ୟରେ ନିର୍ବାଚିତ ୱାର୍ଡ ସଭ୍ୟ ମଧ୍ୟ ଅଛନ୍ତି, ପରିବାରର କୌଣସି ସଦସ୍ୟ ଏପରିକି ସାନ ସାନ ଛୁଆଙ୍କ ସହ ଗ୍ରାମର କୌଣସି ବ୍ୟକ୍ତି କଥା ହେବେ ନାହି, କୌଣସି ଦୋକାନୀ ସଉଦା ଦେବେ ନାହି, ସେଲୁନରେ ଚୁଟି କାଟି ପାରିବେ ନାହି ଏହିପରି ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଯାଇଛି, ଯଦି ଗ୍ରାମରContinue reading “ଗାଁ କମିଟିର ଅଜବ ନିଷ୍ପତି । ସରକାରୀ ଜମିରୁ ଦୋକାନ ଘର ନଭାଙ୍ଗିବାରୁ ସାମାଜିକ ବାସନ୍ଦ ନିଷ୍ପତି ନେଇଛି ଗାଁ କମିଟିର କଙ୍ଗାରୁ କୋର୍ଟ । “

ସକାଳର ସବାରୀରେ ଶୀତ ଆସିଛି ସୋନପୁର… ଶୀତ ଏଠି ଚା’ ପିଉଛି, କୁହୁଡି ଏଠି କବିତା ଲେଖୁଛି… ସୁବର୍ଣ୍ଣପୁରର ଶୀତଳ ସ୍ପର୍ଶ ଭାରି ରୋମାଣ୍ଟିକ ରୋମାଣ୍ଟିକ ଲାଗୁଛି…

କନକ ବ୍ୟୁରୋ: ଶୀତ କଥା ଶୁଣିଲେ ଦେହ ଖୋଜେ ସ୍ୱେଟର, ଓଠ ଖୋଜେ ଉଷୁମା ଚା । ଆଖି ସାମ୍ନାରେ ନାଚି ଯାଏ ଗୋଟେ କୁହୁଡିଆ ଆକାଶ, ଆଉ କାକର ଭିଜା ଶୀତୁଆ ସକାଳ । ଶୀତକୁ ନେଇ କେତେ କେତେ କଥା, କେତେ କେତେ ସାଇତା ସ୍ମୃତି । ଶୀତ ସିନା ସମାନ ହେଲେ ସ୍ମୃତି କିନ୍ତୁ ଅଲଗା ଅଲଗା । ଏଇ ଯେମିତି ସୋନପୁରରେ ଶୀତ ଭାରି ରୋମାଣ୍ଟିକ, ଭାରି ସୁନ୍ଦର… ଏଠି ଚାContinue reading “ସକାଳର ସବାରୀରେ ଶୀତ ଆସିଛି ସୋନପୁର… ଶୀତ ଏଠି ଚା’ ପିଉଛି, କୁହୁଡି ଏଠି କବିତା ଲେଖୁଛି… ସୁବର୍ଣ୍ଣପୁରର ଶୀତଳ ସ୍ପର୍ଶ ଭାରି ରୋମାଣ୍ଟିକ ରୋମାଣ୍ଟିକ ଲାଗୁଛି…”

ଧାନ ବିକ୍ରି ପାଇଁ ସଂପର୍କୀୟ ଭରସା । ଓଡିଶାରେ ଧାନ ଏମଏସପି ଅପେକ୍ଷା ଛତିଶଗଡରେ ଅଧିକ । ତେଣୁ ସଂପର୍କୀୟଙ୍କ ସହଯୋଗରେ ପଡୋଶୀ ରାଜ୍ୟରେ ଧାନ ବିକୁଛନ୍ତି ଝାରସୁଗୁଡା ଲଖନପୁର ଅଞ୍ଚଳର ଚାଷୀ

କନକ ବ୍ୟୁରୋ : ଓଡିଶା ସୀମାକୁ ଲାଗି ଛତିଶଗଡ ସୀମା । ଛତିଶଗଡରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫ଶହ ଟଙ୍କା ଥିବା ବେଳେ ଓଡିଶାରେ ୧୮୬୫ ଟଙ୍କା । ଫଳରେ ଛତିଶଗଡରେ ଧାନ ବିକ୍ରି କରିବା ପାଇଁ ଇଚ୍ଛା କରୁଛନ୍ତି ସୀମାନ୍ତବର୍ତୀ ଝାରସୁଗୁଡାର ଚାଷୀ । ଚାଷ କାମ ପାଇଁ ଉଭୟ ରାଜ୍ୟର ଚାଷୀ ସମାନ ଧରଣର ପରିଶ୍ରମ କରୁଥିବା ସହାୟକ ମୂଲ୍ୟର କମ୍-ବେଶୀକୁ ନେଇ ଛକାପଂଝା ଲାଗି ରହିଛି । ସୀମାନ୍ତବର୍ତୀ ଅଂଚଳର ଚାଷୀContinue reading “ଧାନ ବିକ୍ରି ପାଇଁ ସଂପର୍କୀୟ ଭରସା । ଓଡିଶାରେ ଧାନ ଏମଏସପି ଅପେକ୍ଷା ଛତିଶଗଡରେ ଅଧିକ । ତେଣୁ ସଂପର୍କୀୟଙ୍କ ସହଯୋଗରେ ପଡୋଶୀ ରାଜ୍ୟରେ ଧାନ ବିକୁଛନ୍ତି ଝାରସୁଗୁଡା ଲଖନପୁର ଅଞ୍ଚଳର ଚାଷୀ”

କେନ୍ଦ୍ରସରକାର ଆଣିଲେ ‘ପିଏମ-ବାଣୀ’ ଯୋଜନା । ଏଣିକି ସବୁ ଗାଁରେ ଖୋଲିବ ୱାଇଫାଇ କେନ୍ଦ୍ର । ଗ୍ରାମାଞ୍ଚଳରେ ସହଜରେ ଉପଲବ୍ଧ ହେବ ଇଣ୍ଟରନେଟ୍ ସେବା ।

କନକ ବ୍ୟୁରୋ : ଏଣିକି ପ୍ରତିଟି ଗ୍ରାମାଞ୍ଚଳରେ ରହିବ ୱାଇଫାଇ କେନ୍ଦ୍ର । ମାଗଣାରେ ଉପଲବ୍ଧ ହେବ ଇଣ୍ଟରନେଟ୍ ସେବା । ଏନେଇ କେନ୍ଦ୍ରସରକାର ‘ପିଏମ୍- ବାଣୀ’ ନାମରେ ଏକ ଯୋଜନା ଆଣିବାକୁ ଯାଉଛନ୍ତି । ଏହି ଯୋଜନା ମୁତାବକ ସମସ୍ତ ଗ୍ରାମାଞ୍ଚଳକୁ ମାଗଣାରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀContinue reading “କେନ୍ଦ୍ରସରକାର ଆଣିଲେ ‘ପିଏମ-ବାଣୀ’ ଯୋଜନା । ଏଣିକି ସବୁ ଗାଁରେ ଖୋଲିବ ୱାଇଫାଇ କେନ୍ଦ୍ର । ଗ୍ରାମାଞ୍ଚଳରେ ସହଜରେ ଉପଲବ୍ଧ ହେବ ଇଣ୍ଟରନେଟ୍ ସେବା ।”

ବିବାହରେ ଯୋଗ ଦେବାରୁ ଯାଉଥିବା ବେଳେ ଦୁର୍ଘଟଣା : କୂଅରେ ପଡ଼ି ଜୀବନ ହାରିଲେ ୬ ଜଣ

କନକ ବ୍ୟୁରୋ : ମଧ୍ୟପ୍ରଦେଶର ତ୍ରିପୁରାରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀକୁ ନେଇ ଯାଉଥିବା ଏକ ବୋଲେରୋଟି ଭାରସାମ୍ୟ ହରାଇ କୂଅ ଭିତରରେ ପଡିଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ଚାଳକ ସମେତ ୬ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ଚରଖାରି ଥାନା ଶ୍ୱାସା ଗାଁର ବାସିନ୍ଦା ଥିବା ବେଳେ ସେମାନଙ୍କ ନାମ ପରମଲାଲ,Continue reading “ବିବାହରେ ଯୋଗ ଦେବାରୁ ଯାଉଥିବା ବେଳେ ଦୁର୍ଘଟଣା : କୂଅରେ ପଡ଼ି ଜୀବନ ହାରିଲେ ୬ ଜଣ”

Design a site like this with WordPress.com
Get started