ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମହାଯଜ୍ଞ ଆରମ୍ଭ: ବେଦ ଉଚ୍ଚାରଣ ଓ ମନ୍ତ୍ରଧ୍ୱନିରେ ମୁଖରିତ ପରିବେଶ

କନକ ବ୍ୟୁରୋ: ମନ୍ତ୍ରପାଠରେ କମ୍ପୁଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହୋଇଛି ଯଜ୍ଞ । ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆସି ଯଜ୍ଞକୁଣ୍ଡରେ ସଂଯୋଗ ହେବା ପରେ ଯଜ୍ଞ ଆରମ୍ଭ ହୋଇଛି । ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରୁଛନ୍ତି । ବେଦପାଠ ସାଙ୍ଗକୁ ନାମ ସଂକୀର୍ତନରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ଦ୍ୱାର । ଯଜ୍ଞ ସାଙ୍ଗକୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୬୦ଜଣ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ବେଦପାଠ ବ୍ୟବସ୍ଥାContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମହାଯଜ୍ଞ ଆରମ୍ଭ: ବେଦ ଉଚ୍ଚାରଣ ଓ ମନ୍ତ୍ରଧ୍ୱନିରେ ମୁଖରିତ ପରିବେଶ”

ଜୀବନ ବଞ୍ଚାଇବା ପାଇଁ ଖାଇବାକୁ ପଡିଲା ମଣିଷ ମାଂସ । ବରଫ ପାହାଡରେ ୭୨ ଦିନ ।

ଯେତେବେଳେ ବରଫ ପର୍ବତ ସହିତ ବିମାନଟି ମୁହାଁମୁହିଁ ଧକ୍କା ହେଲା, ସେତେବେଳେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା ।  ମଣିଷର ମୃତଦେହ ଖାଇ ବଞ୍ଚିଥିବା ବ୍ୟକ୍ତି କହିଲା – ଅନୁଶୋଚନା ନାହିଁ! ଅକ୍ଟୋବର ୧୩ , ୧୯୭୨ ଏକ  ବିମାନ ଉରୁଗୁଏ ଜାତୀୟ ରଗବୀ ଦଳକୁ ନେଇ ଯାତ୍ରା ଆରମ୍ଭ କରିଥିଲା । ଖରାପ ପାଗ ଯୋଗୁଁ ଏହା ଆଣ୍ଡେସ୍ ପର୍ବତମାଳାରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବଞ୍ଚିଥିବା ଲୋକମାନେ ମୃତଯାତ୍ରୀଙ୍କ ମାଂସ ଖାଇ ନିଜକୁContinue reading “ଜୀବନ ବଞ୍ଚାଇବା ପାଇଁ ଖାଇବାକୁ ପଡିଲା ମଣିଷ ମାଂସ । ବରଫ ପାହାଡରେ ୭୨ ଦିନ ।”

ଦୁବାଇରେ ଚମକିଲେ ଓଡ଼ିଆ ତାରକା: ଆୟୋଜିତ ଓଡିଆ ଚଳଚ୍ଚିତ୍ର ସମ୍ମାନ କାର୍ଯ୍ୟକ୍ରମରେ ନାଚ, ଗୀତରେ ଝଲସିଲା ମଞ୍ଚ

କନକ ବ୍ୟୁରୋ: ଦୁବାଇରେ ଆୟୋଜିତ ହୋଇଯାଇଛି ଓଡିଆ ଚଳଚ୍ଚିତ୍ର ସମ୍ମାନ । ଆର ଆର ଇଭେଂଟ୍, ସିନେ ପ୍ରଡକ୍ସନ ଆସୋସିଏସନ୍ ଓ ୟୁଏଇ ଓଡିଆ ସମାଜ ପକ୍ଷରୁ ଆୟୋଜିତ ହୋଇଯାଇଛି ପ୍ରଥମ ମେଗା ଓଡିଆ ଫାଇବ୍ ଷ୍ଟାର ଫିଲ୍ମ ଆୱାର୍ଡସ୍ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବର୍ଷ ୨୦୨୩ରେ ବଛା ବଛା ଓଡିଆ ଫିଲ୍ମ ପାଇଁ ସମ୍ମାନିତ ହୋଇଛନ୍ତି କଳାକାର ଓ ଟେକ୍ନିସିଆନ୍ । ଏଥିରେ ଚଳଚ୍ଚିତ୍ର ପୁଷ୍କରା ପାଇଁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଶ୍ରେଷ୍ଠ ସମ୍ମାନରେContinue reading “ଦୁବାଇରେ ଚମକିଲେ ଓଡ଼ିଆ ତାରକା: ଆୟୋଜିତ ଓଡିଆ ଚଳଚ୍ଚିତ୍ର ସମ୍ମାନ କାର୍ଯ୍ୟକ୍ରମରେ ନାଚ, ଗୀତରେ ଝଲସିଲା ମଞ୍ଚ”

ବାଲେଶ୍ୱର ପୋଲିସକୁ ବଡ ସଫଳତା: ସୋରୋ ଓ ଖଇରା ଏଟିଏମ୍ ଲୁଟେରାଙ୍କୁ ବାନ୍ଧିଲା

କନକ ବ୍ୟୁରୋ: ବାଲେଶ୍ୱର ପୋଲିସକୁ ବଡ ସଫଳତା । ନିକଟରେ ସୋରୋ ଓ ଖଇରାରେ ହୋଇଥିବା ଏଟିଏମ୍ ଲୁଟ୍ରେ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଜଣେ ଫେରାର ଅଛି । ୫ ଅଭିଯୁକ୍ତ ପାଖରୁ ୬ ଲକ୍ଷ ୧୩ ହଜାର ୭୦୦ ଟଙ୍କା ଜବଲ କରିଛି ପୋଲିସ । ଏଥିସହ ଲୁଟରେ ବ୍ୟବହୃତ ଗାଡି, ବନ୍ଧୁକ, ଗୁଳି, ୱାଆର କଟର, ତିନୋଟି ସ୍ମାର୍ଟ ଫୋନ୍, ସ୍ପ୍ରେ ପେଂଟ୍, ଏଟିଏମ୍ କ୍ୟାସ୍Continue reading “ବାଲେଶ୍ୱର ପୋଲିସକୁ ବଡ ସଫଳତା: ସୋରୋ ଓ ଖଇରା ଏଟିଏମ୍ ଲୁଟେରାଙ୍କୁ ବାନ୍ଧିଲା”

୨୨୯ ବର୍ଷ ପରେ ବି ବିଶ୍ୱରୁ ଶେଷ ହେଇନଥିବ ଗରିବୀ । ଦିନକୁ ଦିନ ବଢୁଛି ଧନୀଙ୍କ ଧନ, ଗରିବ ହେଉଛନ୍ତି ଆହୁରି ଗରିବ । ଚମକାଇଦେଲା ଏହି ରିପୋର୍ଟ…

କନକ ବ୍ୟୁରୋ: ୨୨୫୩ ମସିହା ପର୍ଯ୍ୟନ୍ତ ବି ବିଶ୍ୱରୁ ଶେଷ ହେଇନଥିବ ଗରିବୀ । ଅର୍ଥାତ ୨୨୯ ମସିହା ପରେ ବି ବିଶ୍ୱରୁ ସମ୍ପୂର୍ଣ୍ଣ ଭାବେ ଗରିବୀ ହଟିନଥିବ । ଅକ୍ସଫାମ୍ ରିପୋର୍ଟରେ ଆସିଥିବା ଏହି ତଥ୍ୟ ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ମିଳିଥିବା ସୂଚନା ମୁତାବକ, ଦିନକୁ ଦିନ ଧନୀ ଓ ଗରିବଙ୍କ ଭିତରେ ଆର୍ଥିକ ଅସମାନତା ବଢିଚାଲିଥିବାବେଳେ, ଗରିବଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶ୍ୱରୁ ଗରିବୀ ହଟାଇବା ପାଇଁ ତମାମ ଦେଶରContinue reading “୨୨୯ ବର୍ଷ ପରେ ବି ବିଶ୍ୱରୁ ଶେଷ ହେଇନଥିବ ଗରିବୀ । ଦିନକୁ ଦିନ ବଢୁଛି ଧନୀଙ୍କ ଧନ, ଗରିବ ହେଉଛନ୍ତି ଆହୁରି ଗରିବ । ଚମକାଇଦେଲା ଏହି ରିପୋର୍ଟ…”

ଶତ୍ରୁ ପାଇଁ ଆତଙ୍କ ଆମ ପାଇଁ ହିରୋ: ଭାରତମାତାର ସାହସୀ ସେନାଙ୍କୁ ସଲାମ୍

କନକ ବ୍ୟୁରୋ: ବାହୁରେ ବାହୁବଳୀ ପରି ବଳ, ହାତରେ ଶତ୍ରୁ ସଂହାର ପାଇଁ ଶହ ଶହ ଶସ୍ତ୍ର । ଛପନ୍ ଇଂଚ୍ର ଛାତି ପତାଇ ଏଲଓସିରେ ଲକ୍ଷ୍ମଣରେଖା ଟାଣି ଛିଡ଼ା ହୋଇଛନ୍ତି ଭାରତର ବୀର ଯବାନ । ଖରାତରାକୁ ଖାତିର ନକରି ଶତ୍ରୁର ପ୍ରତିଟି ଷଡ଼ଯନ୍ତ୍ରକୁ ମାତ୍ ଦେବାପାଇଁ ସବୁବେଳେ ସଜାଗ ଥାନ୍ତି ଆମ ସାହସୀ ଯବାନ । ଆଜି ଆର୍ମି ଡେ’ରେ ସମସ୍ତ ଯବାନଙ୍କ ବୀରତ୍ୱକୁ ନେଇ ଏହି ରିପୋର୍ଟ… ସେମାନେ ଚେଇଁଥାନ୍ତି ବୋଲି ଆମେContinue reading “ଶତ୍ରୁ ପାଇଁ ଆତଙ୍କ ଆମ ପାଇଁ ହିରୋ: ଭାରତମାତାର ସାହସୀ ସେନାଙ୍କୁ ସଲାମ୍”

ସଚିନ ହେଲେ ‘ଡିପ୍ ଫେକ୍’ର ଶିକାର । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଭିଡିଓକୁ ରିପୋର୍ଟ କରିବାକୁ ତେନ୍ଦୁଲକରଙ୍କ ଅନୁରୋଧ ।

କନକ ବ୍ୟୁରୋ: ଭାଇରାଲ ହେଉଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଡିପ ଫେକ୍ ଭିଡିଓ । ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ସଚିନଙ୍କ ଏହି ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଖୋଦ୍ କ୍ରିକେଟର ଭଗବାନ । ଏଥିସହିତ ସେ ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରି ଏହା ମିଛ ଭିଡିଓ ବୋଲି ସୂଚନା ଦେଇଛନ୍ତି । ଗତ କିଛି ମାସ ଧରି ଏଆଇ ସାହାଯ୍ୟରେ ଲୋକପ୍ରିୟ ସେଲିବ୍ରିଟିଙ୍କ ଡିପ୍ ଫେକ୍ ଭିଡିଓContinue reading “ସଚିନ ହେଲେ ‘ଡିପ୍ ଫେକ୍’ର ଶିକାର । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଭିଡିଓକୁ ରିପୋର୍ଟ କରିବାକୁ ତେନ୍ଦୁଲକରଙ୍କ ଅନୁରୋଧ ।”

ମକର ସଂକ୍ରାନ୍ତି ଭିଡରେ ମାତିଲେ ଲୁଟେରା: ଆଠଗଡ ଧବଳେଶ୍ୱର ପୀଠରୁ ଦୁଇ ଲେଡି ଲୁଟେରା ଗିରଫ, ଖସିଗଲା ଆଉ ଜଣେ ଚୋର

କନକ ବ୍ୟୁରୋ: ମକର ସଂକ୍ରାନ୍ତିର ଭିଡରେ ମାତିଛନ୍ତି ଲୁଟେରା । ବାବା ଧବଳେଶ୍ୱରଙ୍କ ପୀଠରୁ ଦୁଇ ଜଣ ଲେଡି ଲୁଟେରାଙ୍କୁ ପୋଲିସ ଧରି ପଚରା ଉଚରା କରୁଛି । ଅନ୍ୟପଟେ ପୋଲିସର ଧରପଗଡ ବେଳେ ଜଣେ ଲୁଟେରା ଖସିଯାଇଥିବା ସୂଚନା ମିଳିଛି । ମକର ସଂକ୍ରାନ୍ତି ଅବସରରେ ବାବା ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଛି । ଏହାର ସୁଯୋଗ ନେଇ ଭିଡ ଭିତରେ ପଶି ମହିଳା ଭକ୍ତଙ୍କୁ ଟାର୍ଗେଟ କରୁଥିଲେ ଲେଡି ଲୁଟେରା ।Continue reading “ମକର ସଂକ୍ରାନ୍ତି ଭିଡରେ ମାତିଲେ ଲୁଟେରା: ଆଠଗଡ ଧବଳେଶ୍ୱର ପୀଠରୁ ଦୁଇ ଲେଡି ଲୁଟେରା ଗିରଫ, ଖସିଗଲା ଆଉ ଜଣେ ଚୋର”

ମାଞ୍ଜା ସୂତା ନେଲା ଯବାନଙ୍କ ଜୀବନ । ଡ୍ୟୁଟିକୁ ଯିବାବେଳେ ଅଘଟଣ ।

କନକ ବ୍ୟୁରୋ: ଚାଇନିଜ୍ ମାଞ୍ଜାସୂତାରେ ବେକ କଟିବାରୁ ଚାଲିଗଲା ଯବାନଙ୍କ ଜୀବନ। ହାଇଦ୍ରାବାଦର ଲଙ୍ଗର ହାଉସ ଫ୍ଲାଏଓଭରରେ ଘଟିଛି ଏହି ଘଟଣା। ସେ ବାଇକରେ ଡ୍ୟୁଟିକୁ ଯାଉଥିବା ବେଳେ ହଠାତ୍ ଏକ ଚାଇନାର ମାଞ୍ଜାଦିଆ ସୂତା ଆସି ତାଙ୍କ ବେକରେ ଗୁଡ଼ାଇ ହୋଇଯାଇଥିଲା। ଏହା ପରେ ସେ ନିଜ ଗାଡ଼ିରୁ ତଳକୁ ଖସିପଡ଼ିଥିଲେ। ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଯବାନଙ୍କ ନାମ କୋଟେଶ୍ୱର ରେଡ୍ଡି ବୋଲି ଚିହ୍ନଟContinue reading “ମାଞ୍ଜା ସୂତା ନେଲା ଯବାନଙ୍କ ଜୀବନ । ଡ୍ୟୁଟିକୁ ଯିବାବେଳେ ଅଘଟଣ ।”

ବସରେ ଯାତ୍ରୀଙ୍କ ଅକସ୍ମାତ୍ ମୃତ୍ୟୁ । ଭୋଗରାଇରୁ ଜଳେଶ୍ୱର ଯାଉଥିଲେ ।

କନକ ବ୍ୟୁରୋ: ବସରେ ଯାତ୍ରୀଙ୍କ ମୃତ୍ୟୁ । ଭୋଗରାଇରୁ ବାଲେଶ୍ୱର ଯାଉଥିବା ମଧୁସୂଦନ ବସରେ ଘଟିଛି ଏହି ଅଘଟଣ । ମୃତକ ଭୋଗରାଇ ଗାଁର ଗୌରାଙ୍ଗ ପ୍ରଧାନ ବୋଲି ସୂଚନା ମିଳିଛି । କୌଣସି କାର୍ଯ୍ୟରେ ଭୋଗରାଇରୁ ମଧୁସୂଦନ ବସରେ ଚଢି ଗୌରାଙ୍ଗ ଜଳେଶ୍ୱର ଆସୁଥିଲେ । ଜଳେଶ୍ୱର ବସଷ୍ଟାଣ୍ଡରେ ବସ ଅଟକିବା ପରେ ମଧ୍ୟ ଗୌରାଙ୍ଗ ଗାଡିରୁ ଓହ୍ଲାଇନଥିଲେ । ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବସ କର୍ମଚାରୀ ଜଳେଶ୍ୱର ଜିକେ ଭଟ୍ଟ ମେଡିକାଲକୁContinue reading “ବସରେ ଯାତ୍ରୀଙ୍କ ଅକସ୍ମାତ୍ ମୃତ୍ୟୁ । ଭୋଗରାଇରୁ ଜଳେଶ୍ୱର ଯାଉଥିଲେ ।”

Design a site like this with WordPress.com
Get started