ସମୁଦ୍ରରେ ଦଳଦସ୍ୟୁ ଆତଙ୍କ । ପୁଣି ଅପହରଣ କରିନେଲେ ଜାହାଜ । ଉଦ୍ଧାର କଲା ଭାରତୀୟ ନୌସେନା

ଆରବ ସାଗର, ଆଦନ ଉପସାଗର ଓ‌ ଲୋହିତ ସାଗରର କୁଖ୍ୟାତ ସେମାଲିଆ ଜଳଦସ୍ୟୁଙ୍କ କବଳରୁ ଭାରତୀୟ ନୌସେନା ଆଜି ଆଉ ଏକ ଜାହାଜକୁ ଉଦ୍ଧାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରାଯାଇଥିବା ଏହା ଦ୍ବିତୀୟ ଇରାନୀ ଜାହାଜ ଅଟେ। ଭାରତୀୟ ନୌସେନା ପକ୍ଷରୁ ଆଜି ଦିଆଯାଇଥିବା ସୂଚନାନୁସ‌ାରେ, ୧୯ଜଣ ପାକିସ୍ତାନୀ କର୍ମଚାରୀଙ୍କୁ ନେଇ ଇରାନର ମାଛଧରା ଜାହାଜ ଅଲ ନାଇମି ଫେରୁଥିବା ବେଳେ ସୋମାଲିଆ ଉପକୂଳର ପୂର୍ବ ତଟରେ ୧୧ ଜଣ ସୋମାଲି ଜଳ‌ଦସ୍ୟୁ ସେମାନଙ୍କୁ ଅପହରଣ କରିନେଇଥିଲେ। ଜାହାଜର ଚାଳକଙ୍କଠାରୁ ସହାୟତା ପାଇଁ ବାର୍ତ୍ତା ପାଇ ସେଠାରେ ମୁତୟନ ଥିବା ଭାରତୀୟ ନୌସେନା ପୋତ ଆଇଏନଏସ୍‌ ସୁମିତ୍ରା ତୁରନ୍ତ ପହଞ୍ଚିଥିଲା ଏବଂ ପ୍ରଭାବୀ ଅପରେସନ ଦ୍ବାରା ଜାହାଜ ଓ ସେଥିରେ ଥିବା ୧୯ କର୍ମଚାରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା।

ସୂଚନାଯୋଗ୍ୟ ଜାନୁଆରୀ ୨୮ ତାରିଖରେ ଇରାନର ଅନ୍ୟ ଏକ ମାଛଧରା ଜାହାଜ ଇମାନ୍‌ ଓ ଏହାର ୧୭ଜଣ କର୍ମଚାରୀଙ୍କୁ ଆଇଏନଏସ୍‌ ସୁମିତ୍ରା ଉଦ୍ଧାର କରିଥିଲା। ନୌସେନା ପକ୍ଷରୁ କୁହାଯାଇଛି ଯେ ୩୬ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ କେରଳର କୋଚି ଠାରୁ ୮୫୦ ନଟିକାଲ ମାଇଲ୍‌ (୧୫୭୪ କିଲୋମିଟର) ଦୂର ଆରବ ସାଗରରେ ଇରାନର ଦୁଇଟି ମାଛଧରା ଜାହାଜକୁ ଉଦ୍ଧାର କରାଯାଇଛି। ମାଛଧରା ଜାହାଜକୁ ଜଳଦସ୍ୟୁମାନେ ଅପହରଣ କରିନେଇ ଏହାକୁ ପଣ୍ୟବାହୀ ଜାହାଜ ଅପହରଣ କରିବା କାର୍ଯ୍ୟରେ ବ୍ୟବହାର କରିଥାନ୍ତି ବୋଲି ନୌସେନା ପକ୍ଷରୁ କୁହାଯାଇଛି।

The post ସମୁଦ୍ରରେ ଦଳଦସ୍ୟୁ ଆତଙ୍କ । ପୁଣି ଅପହରଣ କରିନେଲେ ଜାହାଜ । ଉଦ୍ଧାର କଲା ଭାରତୀୟ ନୌସେନା first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା । ସାଇଫର ମାମଲାରେ ୧୦ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ ।

କନକ ବ୍ୟୁରୋ: ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା । ପୂର୍ବତନ ପ୍ରଧାନମନ୍ତ୍ରୀ ସାଇଫର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୧୦ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିସହ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅଫିସିଆଲ ସିକ୍ରେଟ୍ ଅଫ ଆକ୍ଟ ଅନୁଯାୟୀ ଉଭୟଙ୍କୁ ଦଣ୍ଡିତ କରାଯାଇଛି । ସାଇଫର ହେଉଛି ପାକିସ୍ତାନର ଜାତୀୟ ସୁରକ୍ଷା ସହ ଜଡିତ ଏକ ମାମଲା । ଗୁପ୍ତ ତଥ୍ୟର ବ୍ୟକ୍ତିଗତ ବ୍ୟବହାର ନେଇ ଇମ୍ରାନଙ୍କ ନାଁରେ ଅଭିଯୋଗ ରହିଛି । କ୍ଷମତାଚ୍ୟୁତ ହେବା ପରେ ଆମେରିକା ଉପରେ ସେ ଅଭିଯୋଗ ଆଣିଥିଲେ । ଗାଦିଚ୍ୟୁତ ପଛରେ ଆମେରିକାର ହାତ ଥିବା ସେ କହିଥିଲେ । ୱାସିଂଟନରେ ଥିବା ପାକିସ୍ତାନ ଦୂତାବାସ ତାଙ୍କୁ ଏକ କେବୁଲ ପଠାଇଥିଲା । ରାଜନୈିତିକ ଫାଇଦା ପାଇଁ ଇମ୍ରାନ ଏକ ବିବାଦୀୟ କୁଟନୈତିଜ୍ଞ ବାର୍ତାଳାପକୁ ସାର୍ବଜନୀନ କରିଥିଲେ । ଯାହା ହେଉଛି ସିଫର ମାମଲା ।

The post ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା । ସାଇଫର ମାମଲାରେ ୧୦ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । first appeared on Kanak News.

from Kanak News
via <a href="https://ifttt.com/?

ଆରବସାଗରରେ ଦମ ଦେଖାଇଲା ଭାରତୀୟ ସେନା । ଜଳଦସ୍ୟୁଙ୍କଠୁ ଉଦ୍ଧାର ପାଇଲେ ୧୯ ପାକିସ୍ତାନୀ ନାଗରିକ ।

କନକ ବ୍ୟୁରୋ: ଆରବସାଗରରେ ପୁଣି ଦମ ଦେଖାଇଛି ଭାରତୀୟ ସେନା । ୨୪ ଘଣ୍ଟା ମଧ୍ୟରେ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କଲା ଦୁଇଟି ଜାହାଜ । ଗଭୀର ସମୁଦ୍ର ରାଶିରେ ଶକ୍ତି ପ୍ରଦର୍ଶନ କରିଛି ଆଇଏନଏସ ସୁମିତ୍ରା । କେରଳ କୋଚି ଉପକୂଳର ୮୫୦ ମାଇଲ ଦୂର ଆରବ ସାଗରରେ ଘଟିଛି ଏହି ଘଟଣା । ଜଳଦସ୍ୟୁମାନେ ଇରାନ ପତାକା ଲାଗିଥିବା ଜାହାଜ ଓ ସେଥିରେ ଥିବା କ୍ର୍ୟୁ ମେମ୍ବରଙ୍କୁ ଅପହରଣ କରି ବନ୍ଦୀ କରି ରଖିଥିଲେ । ସୂଚନା ପାଇବା ମାତ୍ରକେ ଭାରତୀୟ ନୌସେନା ନିଜର ଯୁଦ୍ଧ ଜାହାଜ ଆଇଏନଏସ୍ ସୁମିତ୍ରାକୁ ପଠାଇ ସମସ୍ତଙ୍କୁ ସୁରକ୍ଷିତ ବାହାର କରିଥିଲେ ।

ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ, ୨୯ ଜାନୁଆରୀରେ ‘ଅଲ୍ ନଇମ’କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ସେହିପରି ଜାନୁଆରୀ ୨୮ ତାରିଖରେ ଆରବ ସାଗର ନିକଟରୁ ନିଖୋଜ ହୋଇଥିବା ଜାହାଜ ‘ଏଫ୍ବି ଇମାନ’କୁ ଉଦ୍ଧାର କରିଥିଲା ଆଇଏନଏସ୍ ସୁମିତ୍ରା । ପ୍ରଥମେ ଆଇଏନଏସ୍ ସୁମିତ୍ରା ଇରାନର ଜାହାଜ ‘ଏଫବି ଇମାନ’କୁ ଉଦ୍ଧାର କରିଥିଲା । ଏହା ପରେ ଆଉ ଏକ ଅଭିଯାନରେ ‘ଅଲ୍ ନଇମି’କୁ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ କରିଛି । ଏହି ଅଭଯାନରେ ଭାରତୀୟ ନୌସେନାର ମେରାଇନ କମାଣ୍ଡୋ ମଧ୍ୟ ସାମିଲ ହୋଇଥିଲେ ।

  • ମହାସାଗରରେ ମାତିଛନ୍ତି ଜଳଦସ୍ୟୁ
  • ସାବାଡ଼ କରୁଛି ଭାରତୀୟ ନୌସେନା
  • ଅଧିକ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା

ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଭାରତୀୟ ସେନା ସମୁଦ୍ର ସୀମାରେ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିଛି । ସୂଚନା ଅନୁସାରେ ଆରବ ସାଗରରେ ବର୍ତମାନ ୧୦ଟି ଯୁଦ୍ଧପୋତକୁ ମୁତୟନ କରିଛି ଭାରତ । ସମୁଦ୍ର ଉପରେ କଡ଼ାକଡ଼ି ନଜର ରଖୁଛନ୍ତି ଯୁଦ୍ଧ ବିମାନ ପି-ଏଇଟ ଆଇ, ସି-ଗାର୍ଡିୟନ, ଡୋନିୟର, ସଶକ୍ତ ହେଲିକପ୍ଟର ।

କିଛି ଦିନ ହେବ ଆରବସାଗରରେ ସୋମାଲିଆ ଓ ଲୋହିତ ସାଗରରେ ହୁତୀ ବିଦ୍ରୋହୀ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି । ସେମାନଙ୍କୁ ଦମନ କରିବା ପାଇଁ ବିଟ୍ରେନ ଓ ଆମେରିକା ନିଜ ନିଜର ଅପରେସନ ଜାରି ରଖିଛନ୍ତି । ସୂଚନା ଅନୁସାରେ ମହାସାଗରରେ ୨୦୦୮ରୁ ୨୦୧୩ ମଧ୍ୟରେ ଜଳଦସ୍ୟୁ ବେଶ ସକ୍ରିିୟ ଥିଲେ । ୫ବର୍ଷରେ ୭୦୦ ଆକ୍ରମଣ କରିଥିଲେ । ୨୦୧୪ରୁ ୨୦୧୯ରେ ଏହାର ସଂଖ୍ୟା କେବଳ ୧୪ ଥିଲା । ୩ବର୍ଷ ପରେ ପୁଣି ଥରେ ୨୦୨୩ରୁ ମହାସାଗରରେ ଜଳଦସ୍ୟୁ ସକ୍ରିୟ ହୋଇଉଠିଛନ୍ତି । ବିଭିନ୍ନ ରାଷ୍ଟ୍ରମାନଙ୍କ ଲଗାତାର ଅପରେସନରେ ଦୁର୍ବଳ ପଡିଥିଲେ ସୋମାଲିଆ ଓ ଅନ୍ୟ ସଂଗଠନର ଜଳଦସ୍ୟୁ ।

ଗଭୀର ସମୁଦ୍ର ଜଳରାଶିରେ ପ୍ରହରୀ ସାଜିଥିବା ଭାରତୀୟ ସେନା ୨୪ ଘଂଟା ମଧ୍ୟରେ ୨ଟି ଜାହାଜକୁ ଲୁଟେରାଙ୍କ କବଳରୁ ମୁକ୍ତ କରି କରି ଭାରତୀୟ ସେନା ଏକଥା ପୁଣି ପ୍ରମାଣ କରିଛି ଯେ ମହାସାଗରର ସୁରକ୍ଷା ପ୍ରତି ଭାରତ ସବୁବେଳେ ପ୍ରତିଶ୍ରୁତିବଦ୍ଧ ।

The post ଆରବସାଗରରେ ଦମ ଦେଖାଇଲା ଭାରତୀୟ ସେନା । ଜଳଦସ୍ୟୁଙ୍କଠୁ ଉଦ୍ଧାର ପାଇଲେ ୧୯ ପାକିସ୍ତାନୀ ନାଗରିକ । first appeared on Kanak News.

from Kanak News
via <a href="https://ifttt.com/?

ବିହାରରେ ବଦଳିଳା ମେଣ୍ଟ, ଯାଦବ ପରିବାର ଉପରେ ପଡ଼ିଲା ଚଡ଼କ । ଚାକିରି ପାଇଁ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କୁ ଜେରା

କନକ ବ୍ୟୁରୋ: ବିହାରରେ ପୁରୁଣା ମେଣ୍ଟ ପତନ ହୋଇଛି । ନୀତୀଶଙ୍କ ନୂଆ ମେଣ୍ଟର ନୂଆ ସରକାରକୁ ଦିନେ ନପୁରୁଣୁ ଆକ୍ସନ ମୋଡକୁ ଆସିଛି ଇଡି । ଦୁର୍ନୀତି ଅଭିଯୋଗ ଥିବା ନେତାଙ୍କ ବିରୋଧରେ ଇଡିର କରିଛି କାର୍ଯ୍ୟାନୁଷ୍ଠାନ । ତଦନ୍ତକାରୀ ସଂସ୍ଥାର ରାଡାରରେ ରହିଛି ଯାଦବ ପରିବାର । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ପ୍ରଥମେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ପରେ ଏବେ ତେଜସ୍ୱୀ ଯାଦବଙ୍କ ପାଳି ପଡିଛି ।

ସମନ ପରେ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ସେପଟେ ପଟନା ଇଡି କାର୍ଯ୍ୟାଳୟ ବାହାରେ ଦେଖିବାକୁ ମିଳିଛି ଆରଜେଡି କର୍ମୀଙ୍କ ପ୍ରବଳ ବିରୋଧ ପ୍ରଦର୍ଶନ । କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ହୋହାଲ୍ଲା ଭିତରେ ହାଜର ହୋଇଛନ୍ତି ତେଜସ୍ୱୀ ।

  • ବିଜେପି ଉପରେ ଆରଜେଡିର ଅଭିଯୋଗ
  • ‘ଇଡି’ ସାଜିଛି ବିଜେପି ହାତର କଣ୍ଢେଇ

ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା । ସୋମବାର ଏହି ମାମଲାରେ ଇଡିରେ ହାଜର ହୋଇଥିଲେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ । ପାଟନା ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ମାରାଥନ ଜେରା କରାଯାଇଥିଲା । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲା ତଦନ୍ତକାରୀ ସଂସ୍ଥା । ୧୦ଘଂଟା ଧରି ଲାଲୁଙ୍କୁ ପ୍ରାୟ ୭୦ଟି ପ୍ରଶ୍ନ ପଚରାଯାଇଛି । ସମ୍ପୂର୍ଣ୍ଣ ଘଟଣା ପାଇଁ ବିଜେପି ଉପରେ ଅଭିଯୋଗ ଆଣିଛି ଆରଜେଡି । ସେପଟେ ସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି ।

ଆସନ୍ତୁ ଜାଣିବା କ’ଣ ଏହି ଚାକିରୀ ପାଇଁ ଜମି ଦୁର୍ନୀତି ମାମଲା । ଯେଉଁଥିରେ ଛନ୍ଦି ହୋଇପଡିଛି ପୂରା ଯାଦବ ପରିବାର ।

  • ଚାକିରି ପାଇଁ ଜମି ଦୁର୍ନୀତି ମାମଲା ୧୫ ବର୍ଷ ପୁରଣା
  • ୨୦୦୪ରୁ ୨୦୦୯ ଯାଏଁ ରେଳମନ୍ତ୍ରୀ ଥିଲେ ଲାଲୁ ପ୍ରସାଦ ଯାଦବ
  • ଜମି ଦେବା ବଦଳରେ ଲୋକଙ୍କୁ ଚାକିରି କରାଇବା ପାଇଁ ଦେଇଥିଲେ ଅଫର
  • ସିବିଆଇ ଏହି ମାମଲାରେ ମେ’ ୧୮ ତାରିଖରେ ମାମଲା ରୁଜୁ କରିଥିଲା
  • ଲୋକଙ୍କୁ ପ୍ରଥମେ ଗ୍ରୁପ୍-ଡି’ରେ ପଦରେ ସବଷ୍ଟିଚ୍ୟୁଟ୍ ଭାବେ ଭର୍ତ୍ତି କରାଯାଇଥିଲା
  • ପରେ ପରିବାରଲୋକେ ଜମି ଡିଲ୍ କରିଥିଲେ
  • ଯାହା ପରେ ସେମାନଙ୍କ ଚାକିରି ନିୟମିତ କରାଯାଇଥିଲା

୨୦୨୨ରେ ସିବିଆଇର ଏଟ୍ରିଂ ହେବା ପରେ ଜଣଙ୍କ ପରେ ଜଣେ ଆରଜେଡି ନେତା ଓ ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ନାଁ ମାମଲା ଭିତରୁ ଟାଣି ହୋଇଥିଲା । ଲାଲୁ ପ୍ରସାଦ ଯାଦବ, ରାବ୍ରୀ ଦେବୀ, ତେଜସ୍ୱୀ ଯାଦବ, ତେଜପ୍ରତାପ ଯାଦବ, ମିଶା ଭାରତୀ, ରୋହୀଣି ଆଚାର୍ଯ୍ୟଙ୍କୁ ବାରମ୍ବାର ସମନ ପଠାଯାଇ ଜେରା କରୁଛି ଇଡି ।

The post ବିହାରରେ ବଦଳିଳା ମେଣ୍ଟ, ଯାଦବ ପରିବାର ଉପରେ ପଡ଼ିଲା ଚଡ଼କ । ଚାକିରି ପାଇଁ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କୁ ଜେରା first appeared on Kanak News.

from Kanak News
via <a href="https://ifttt.com/?

୪୦ ଘଣ୍ଟା ଲୁଚକାଳି ପରେ ରାଞ୍ଚି ଫେରିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଠିକଣାରୁ ନଗଦ ଟଙ୍କା,ଦାମୀ କାର ଜବତ କଲା ଇଡି

କନକ ବ୍ୟୁରୋ: ୪୦ ଘଣ୍ଟାର ଲୁଚକାଳି ପରେ ରାଞ୍ଚି ଫେରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଫେରିବା ପରେ ଆକ୍ଟିଭ ମୋଡକୁ ଆସିଛନ୍ତି ହେମନ୍ତ ସୋରେନ୍ । ନିଜ ବାସଭବନରେ ସବୁ ବିଧାୟକ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଏହି ବୈଠକରେ ଜେଏମଏମ୍, କଂଗ୍ରେସ ସମେତ ମେଣ୍ଟର ବିଧାୟକ ସାମିଲ ହୋଇଛନ୍ତି ।

ବଡ଼ କଥା ହେଉଛି, ବୈଠକରେ ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ୍ ମଧ୍ୟ ସାମିଲ ହୋଇଛନ୍ତି । ବୈଠକରେ ପତ୍ନୀ କଳ୍ପନା ଯୋଗଦେବା ପରେ ରାଜନୀତି ମହଲରେ ମଧ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ହେଉଛି, ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି କଳ୍ପନା । ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ୧୦ଥର ସମନ ଜାରି କରାଯାଇଥିଲା ।

ସୋମବାର ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲେ ଇଡି ଅଧିକାରୀ । ହେଲେ ତାଙ୍କୁ ନପାଇ ନିରାଶ ହୋଇ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲୁ କାରକୁ ଜବତ କରି ସାଙ୍ଗରେ ନେଇଥିଲେ । ଏହାପରେ ଇଡିର ଆଉ ଏକ ଟିମ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ସେପଟେ ହେମନ୍ତ ସୋରେନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖିଛନ୍ତି । ଜମି ଦୁର୍ନୀତି ସଂପର୍କିତ ଟଙ୍କା ହେରଫେର ମାମଲାରେ ତାଙ୍କୁ ପଚରାଉଚରା କରିବାକୁ ଇଡି ଖୋଜୁଥିବା ବେଳେ ଚିଠି ଲେଖିଛନ୍ତି ସୋରେନ ।

ଇଡି ଚଢାଉକୁ ନେଇ ଉତ୍ତେଜନା ବଢୁଥିବାରୁ ଝାଡଖଣ୍ଡ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ଓ ରାଜଭବନର ୧୦୦ ମିଟର ପରିଧି ଭିତରେ ୧୪୪ ଧାରା ଜାରି କରାଯାଇଛି । ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରୁ ନଗଦ ୩୬ ଲକ୍ଷ ଟଙ୍କା ଜବତ କରିଛି ଇଡି ।

ଇଡି ଜାଲରେ ଛନ୍ଦି ହେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଛାଡି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ । ଯଦି ସୋରେନ୍ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ, ତାହେଲେ ତାଙ୍କ ସ୍ଥାନରେ ପତ୍ନୀ କଳ୍ପନା ସୋରେନଙ୍କ ନାଁ ସବୁଠୁ ଆଗରେ ରହିଛି । ଏନେଇ ବଢ଼ିଛି କଳ୍ପନାଜଳ୍ପନା ।

The post ୪୦ ଘଣ୍ଟା ଲୁଚକାଳି ପରେ ରାଞ୍ଚି ଫେରିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଠିକଣାରୁ ନଗଦ ଟଙ୍କା,ଦାମୀ କାର ଜବତ କଲା ଇଡି first appeared on Kanak News.

from Kanak News
via <a href="https://ifttt.com/?

୨ବର୍ଷ ସରକାରୀ ଚାକିରି, ନହେଲେ ୨ଗୁଣ ଜରିମାନା । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି ହେଲା ବଣ୍ଡ୍ ନିୟମ

କନକ ବ୍ୟୁରୋ: ସରକାରୀ ମେଡିକାଲ କଲେଜରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଣ୍ଡ ନିୟମ କଡ଼ାକଡ଼ି ହୋଇଛି । ପାଠପଢା ସରିବା ପରେ ଡାକ୍ତରମାନଙ୍କୁ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ପଡ଼ିବ । ନହେଲେ ପାଠପଢା ସମୟରେ ପାଇଥିବା ଷ୍ଟାଇପେଣ୍ଡ ବା ଦରମାର ଦୁଇ ଗୁଣ ଟଙ୍କା ଦେବାକୁ ପଡ଼ିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ ରାଜ୍ୟର ସରକାରୀ ମେଡିକାଲ କଲେଜ ବା ସର୍ବଭାରତୀୟ ସ୍ତରରେ କୋଟାରେ…

  • ଏମବିବିଏସ୍ ବା ବିଡିଏସ୍ ପଢ଼ିବାକୁ ହେଲେ ନୂଆ ବଣ୍ଡ୍ ଦାଖଲ କରିବାକୁ ପଡ଼ିବ
  • ବଣ୍ଡ୍ ଅନୁସାରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରିବାକୁ ହେବ
  • ବଣ୍ଡ ଦାଖଲ ନକଲେ ନାଁ ଲେଖାଯାଇପାରିବ ନାହିଁ

ତେବେ ପାଠ ସରିବା ପରେ ଯଦି ସରକାର ନିଯୁକ୍ତି ନ ଦିଅନ୍ତି, ତେବେ କ’ଣ ହେବ ବୋଲି ପ୍ରଶ୍ନ କରିଛି ଡାକ୍ତରୀ ଛାତ୍ର? ତେବେ ନିୟମକୁ କଡ଼ାକଡ଼ି କରିବା ପୂର୍ବର ଡାକ୍ତରୀ ଛାତ୍ରସଂଘ ସହ ଆଲୋଚନା କରିବାର ଥିଲା ବୋଲି କହିଛନ୍ତି ଡାକ୍ତରୀ ଛାତ୍ର । ସେହିପରି ବଣ୍ଡ୍ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସ୍ୱାଧୀନତା ପ୍ରତି କୁଠାରଘାତ କରାଯାଉଛି ବୋଲି ଅଭିଯୋଗ ଉଠିଛି ।

ଡିଏମଇଟିଙ୍କ ଠାରୁ ବଣ୍ଡ ସମ୍ପର୍କରେ କୌଣସି ସୂଚନା ନପାଇବା ପର୍ଯ୍ୟନ୍ତ ରାଜ୍ୟ ମେଡିକାଲ ପରିଷଦ ଏନଓସି ଦେଇପାରିବ ନାହିଁ । ଯଦି ପାଠପଢାର ୬ ମାସ ଭିତରେ ସରକାର ଚାକିରି ଦେବାରେ ବିଫଳ ହେବେ ତେବେ ବଣ୍ଡ ସର୍ତାବଳୀ ରଦ୍ଦ ହେବ ବୋଲି ସୂଚନା ଦିଆଯାଇଛି ।

The post ୨ବର୍ଷ ସରକାରୀ ଚାକିରି, ନହେଲେ ୨ଗୁଣ ଜରିମାନା । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି ହେଲା ବଣ୍ଡ୍ ନିୟମ first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ । ୩ ଯବାନ ସହିଦ, ୧୪ ଜଣ ଆହତ

କନକ ବ୍ୟୁରୋ: ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ । ସୁକମା-ବିଜାପୁର ଜିଲ୍ଲା ସୀମାରେ ଥିବା ଟେକଲଗୁଡେମ୍ ଗାଁ ନିକଟରେ ଗୁଳିବିନିମୟ ଘଟିଛି । ଏହି ଘଟଣାରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି । ଯବାନମାନେ ନୂଆ କ୍ୟାମ୍ପ ନିର୍ମାଣ କରି ମାଓ ଗତିବିଧି ଅନୁଧ୍ୟାନ କରୁଥିବା ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଉପସ୍ଥିତ ଥିବା କୋବ୍ରା, ଏସଟିଏଫ ଏବଂ ଡିଆରଜି ଫୋର୍ସର ମିଳିତ ଟିମ୍ ଆକ୍ରମଣର ଜବାବ୍ ଦେଇଥିଲେ । ଦୁଇ ପକ୍ଷର ଏହି ଗୁଳିବିନିମୟରେ ୩ଜଣ ଯବାନ ସହିଦ ହୋଇଛନ୍ତି । ତେବେ ସୁରକ୍ଷାବଳର ପ୍ରତି ଆକ୍ରମଣରେ ମାଓବାଦୀମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ । ଜୋନାଗଡ଼-ଆଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ଅପରେସନ୍ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ୨୦୨୧ ମସିହାରେ ଏହି ଟେକଲଗୁଡେମ୍ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ ହୋଇଥିଲା ।

The post ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ । ୩ ଯବାନ ସହିଦ, ୧୪ ଜଣ ଆହତ first appeared on Kanak News.

from Kanak News
via <a href="https://ifttt.com/?

କନିଷ୍ଠ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ । ୧୨ ପ୍ଲଟ ସମେତ କାର, ବାଇକ୍ ଓ ନଗଦ ଟଙ୍କା ଜବତ

କନକ ବ୍ୟୁରୋ: ବାବୁଙ୍କ ଉଭା ଯେତେ, ପୋତା ସେତେ । ରାଜ୍ୟ ଜଳ ସଂପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ମହାନ୍ତିଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ମାଲକାନଗିରି ଭଳି ପଛୁଆ ଜିଲ୍ଲାର ଏହି କୋଟିପତି ଅଫିସର ବେଆଇନ ଭାବେ କୋଟି କୋଟି ସଂପତି ଠୁଳ କରିଥିବା ଅଭିଯୋଗ ହୋଇଛି । ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

  • ମାଲକାନଗିରିର କୋଟିପତି କନିଷ୍ଠ ଯନ୍ତ୍ରୀ !
  • ଖୋଳ କରିଦେଇଛନ୍ତି ‘କାଡା’ ବିଭାଗ!

ସଞ୍ଜୟ କୁମାର ମହାନ୍ତି, ରାଜ୍ୟ ଜଳ ସଂପଦ ବିଭାଗର କନିଷ୍ଠ ଯନ୍ତ୍ରୀ । ବାବୁଙ୍କ ଉଭା ଯେତେ, ପୋତା ସେତେ । ମାଲକାନାଗିରି ଭଳି ପଛୁଆ ରାଜ୍ୟର ଏହି କୋଟିପତି ଅଫିସରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ । ପତ୍ନୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରି ସମ୍ପତ୍ତି ଖୋଳି ବାହାର କରିବାକୁ ଚେଷ୍ଟା ଚଳାଇଛନ୍ତି ଭିଜିଲାନ୍ସ ଅଧିକାରୀ । ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ତଦନ୍ତ ବେଳେ ଭିଜିଲାନ୍ସକୁ ମିଳିଥିବା କୋଟିପତି ସଂଜୟଙ୍କ ସମ୍ପତ୍ତି କେତେ ଜାଣିରଖନ୍ତୁ…

  • ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଟାଉନରେ ରହିଛି ୧୧ଟି ପ୍ଲଟ
  • ଜଳେଶ୍ୱରର ଦେଉଳିପଞ୍ଚୁଘାଣ୍ଟରେ ରହିଛି ୧୦ ହଜାର ବର୍ଗଫୁଟର ତିନି ମହଲା ଘର
  • ଭୁବନେଶ୍ୱର ରଘୁନାଥପୁର ଛକ ଉପରେ ଏକ ଟୁ-ବିଏଚକେ ଫ୍ଲାଟ୍

ଏହାସହିତ ହୋଣ୍ଡାସିଟି କାର, ନଗଦ ୧ ଲକ୍ଷ ୪୩ ହଜାର ଟଙ୍କା, ସୁନା ଗହଣା । ତେବେ ବ୍ୟାଙ୍କ, ପୋଷ୍ଟାଲ, ବୀମା ଇତ୍ୟାଦିର ଜମା ରାଶିକୁ ନେଇ ଖୁବଶୀଘ୍ର ଖୋଳତାଡ କରାଯିବ । ସଂପର୍କୀୟ ଘର ଏବଂ ପୈତୃକ ବାସଭବନର ଖୋଳତାଡ ଏବେ ବି ଜାରି ରହିଛି । ତେବେ ଏହି କୋଟିପତି ବାବୁଙ୍କ ଘରର ଚଟାଣ ଟାଇଲଠାରୁ ଆରମ୍ଭ କରି ସିଲିଂର ଝୁମର । କାନ୍ଥର ୱାଲ ପେପର ଠାରୁ ଆରମ୍ଭ କରି ଘରେ ଚକ ଚକ କରୁଥିବା ଆଂଟିକ ପିସ ପର୍ଯ୍ୟନ୍ତ ସବୁର ଟିକିନିଖି ହିସାବ କରୁଛି ଭିଜିଲାନ୍ସ । ଭିଜିଲାନ୍ସ ଅଧିକାରୀ ମାନେ ଏବେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ,

  • କମ ଦିନରେ କେମିତି କୋଟିପତି ହେଲେ କନିଷ୍ଠ ଯନ୍ତ୍ରୀ?
  • ଆୟ ତୁଳନାରେ କେତେ ପ୍ରତିଶତ ବ୍ୟୟ କରିଛନ୍ତି ସଂଜୟ?
  • ପିସି କାରବାର ବନାଇ ଦେଇଛି କି କୋଟିପତି?
  • ସଂପର୍କୀୟଙ୍କ ନାଁରେ ରଖିଛନ୍ତି କି ସଂପତ୍ତି?

 

The post କନିଷ୍ଠ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ । ୧୨ ପ୍ଲଟ ସମେତ କାର, ବାଇକ୍ ଓ ନଗଦ ଟଙ୍କା ଜବତ first appeared on Kanak News.

from Kanak News
via <a href="https://ifttt.com/?

ଖଡଗେଙ୍କ ଗସ୍ତ ପରେ ଉତ୍ସାହିତ କଂଗ୍ରେସ ଶିବିର । ଜୋସରେ ଦଳୀୟ ନେତା । ପଞ୍ଚସୂତ୍ରୀ ଫର୍ମୁଲା ଅନୁସାରେ ଆଗକୁ ବଢ଼ିବ ଦଳ

କନକ ବ୍ୟୁରୋ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜ୍ୟ ନେତା ଓ କର୍ମୀଙ୍କୁ ୫ସୁତ୍ରୀ ବିଜୟ ଫର୍ମୁଲା ଦେବା ପରେ ଜୋସରେ କଂଗ୍ରେସ କର୍ମୀ । ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା ସହ ନୂଆ ମୁହଁକୁ ସୁଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି ଖଡଗେ । କୁହାଯାଉଛି, ୫୦କୁ ୬୦ ବିଧାନସଭା ଆସନରେ ପୁରା ଦମରେ ଲଢିବ କଂଗ୍ରେସ ।

  • ଉତ୍ସାହ ବଢାଇଲେ ଖଡଗେ
  • ଲୋକଙ୍କ ମନ ଜିଣିବ କି କଂଗ୍ରେସ?

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଭୁବନେଶ୍ୱର ଆସି କେନ୍ଦ୍ର-ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବା ପରେ ଜୋସରେ ରାଜ୍ୟ କଂଗ୍ରେସ । ଆଗକୁ ରାହୁଲ ଗାନ୍ଧୀ ବି ଆସିବେ । ତେଣୁ ନିର୍ବାଚନ ପୂର୍ବରୁ ଉତ୍ସାହିତ ଅଛନ୍ତି କଂଗ୍ରେସ ନେତା ଓ କର୍ମୀ ।

ଖଡଗେଙ୍କ ମନ୍ତ୍ର

  • ସଙ୍ଗଠନକୁ ମଜବୁତ କରିବାକୁ ଖଡଗେଙ୍କ ପରାମର୍ଶ
  • କମିଟି ସଦସ୍ୟ ସହ ଖଡଗେ କରିଛନ୍ତି ଆଲୋଚନା
  • ଲୋକଙ୍କ କାମ କରୁଥିବା, ଲୋକଙ୍କ ସହ ଥିବା ନେତାଙ୍କୁ ମିଳିବ ଟିକେଟ
  • ଘରେ ଘରେ ପ୍ରତି ପରିବାରରେ କଂଗ୍ରେସକୁ ପହଞ୍ଚାଇବାକୁ ପରାମର୍ଶ

ଖଡଗେ ନିର୍ବାଚନ ବୈତରଣୀ ପାର ହେବାକୁ ମନ୍ତ୍ର ଦେଇଛନ୍ତି । ଆଗାମୀ ନିର୍ବାଚନରେ କଂଗ୍ରେସ ୯ରୁ ୯୦ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତା ।

  • ପରାଜିତ ପ୍ରାର୍ଥୀଙ୍କ କଟିବ ଟିକେଟ
  • ନୂଆମୁହଁ ଉପରେ କଂଗ୍ରେସର ଭରସା

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପ୍ରଭାରୀ ଅଜୟ କୁମାର ରାଜ୍ୟ କଂଗ୍ରେସ ନେତାଙ୍କୁ ନିର୍ବାଚନର ବିଜୟ ମନ୍ତ୍ର ଦେଇଛନ୍ତି ।

  • ଯେଉଁମାନେ ଦୁଇ-ତିନି ଥର ହାରିଛନ୍ତି ସେମାନଙ୍କୁ ମିଳିବନି ଟିକେଟ
  • ନୂଆ ଚେହେରା ଉପରେ ଫୋକସ କରିବ ଦଳ
  • ଯୁବ ଚେହେରାଙ୍କୁ ଦିଆଯିବ ଗୁରୁତ୍ୱ

ନୂଆ ଚେହେରାଙ୍କୁ ସୁଯୋଗ ଦେଇ କଂଗ୍ରେସ ନୂଆ କରି ଜିତିବ ବୋଲି ଦଳର ନେତା ଦୃଢୋକ୍ତି କରିଛି । ସେପଟେ ରାଜ୍ୟରେ କଂଗ୍ରେସର ଅସ୍ତିତ୍ୱ ନାହିଁ କହି କଟାକ୍ଷ କରିଛି ବିଜେପି । ତେବେ ମଲ୍ଲିକାର୍ଜୁନ ଖଡଗେ ରାଜ୍ୟ ନେତାଙ୍କୁ ବିଜୟ ମନ୍ତ୍ର ଦେଇ ଯାଇଛନ୍ତି । ଆସନ୍ତା ୧୪ରେ ରାହୁଲ ଭାରତ ଯୋଡ ନ୍ୟାୟ ଯାତ୍ରା ସହ ଓଡିଶାରେ ପହଞ୍ଚିବେ । ଆଉ ଏହା ଆଗାମୀ ନିର୍ବାଚନ ପାଇଁ କଂଗ୍ରେସକୁ ଆହୁରି ବଳ ଯୋଗାଇବ ବୋଲି କୁହାଯାଉଛି ।

The post ଖଡଗେଙ୍କ ଗସ୍ତ ପରେ ଉତ୍ସାହିତ କଂଗ୍ରେସ ଶିବିର । ଜୋସରେ ଦଳୀୟ ନେତା । ପଞ୍ଚସୂତ୍ରୀ ଫର୍ମୁଲା ଅନୁସାରେ ଆଗକୁ ବଢ଼ିବ ଦଳ first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ ଯିବା ପାଇଁ ରେସରେ କିଏ? ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା । ନବୀନ ଦେବେ କି ସରପ୍ରାଇଜ୍?

କନକ ବ୍ୟୁରୋ: କିଏ ଯିବ ରାଜ୍ୟସଭା? ରାଜ୍ୟରେ ଖାଲି ପଡୁଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଗୁଲ ବାଜିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀ ଲଡୁ କିଏ ପାଇବ ସେ ନେଇ ସମସ୍ତେ ଆଶା ଓ ଆଶଙ୍କାରେ ଥିବାବେଳେ କୁହାଯାଉଛି, ଏଥର ମୁଖ୍ୟମନ୍ତ୍ରୀ ସରପ୍ରାଇଜ ଦେବେ ।

  • ରାଜ୍ୟସଭା ଅଙ୍କକଷା ଆରମ୍ଭ
  • ଦିଲ୍ଲୀ ରେସରେ କିଏ ?

କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦଙ୍କ ପରେ କିଏ ଯିବେ ରାଜ୍ୟସଭା ସେନେଇ ଆରମ୍ଭ ହେଲାଣି କାଉଣ୍ଟଡାଉନ । ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ଆସନ ବିଜେଡି ହାତକୁ ଯିବା ନିଶ୍ଚିତ । ରାଜ୍ୟସଭା ନିର୍ବାଚନ ପରେ ସାଧାରଣ ନିର୍ବାଚନ ଥିବାରୁ ଅତି ସତର୍କତାର ସହିତ ଅଙ୍କ କଷୁଛନ୍ତି ବିଜେଡି ସୁପ୍ରିମୋ ଓ କ୍ଷମତା କେନ୍ଦ୍ର । ସେପଟେ ଦିଲ୍ଲୀ ଲଡୁକୁ ନେଅ ଆଶା ଓ ଆଶଙ୍କାରେ ବିଜେଡି ନେତା ।

  • ଏଥର କିଏ ଯିବେ ରାଜ୍ୟସଭା?
  • କାହା ଉପରେ ଭରସା କରିବେ ନବୀନ?

ପିନାକୀ ମିଶ୍ର, ପୁରୀ ସାଂସଦ

ପୁରୀ ସାଂସଦ ପିନାକୀ ମିଶ୍ର ୨୦୨୪ ନିର୍ବାଚନ ଲଢି ନପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେଣୁ ସମାନତା ରକ୍ଷା କରିବା ପାଇଁ ଉପକୂଳିଆ ନେତା ଭାବେ ପିନାକୀଙ୍କୁ ଦିଲ୍ଲୀ ପଠାଇ ପାରନ୍ତି ବିଜେଡି ସୁପ୍ରିମୋ ।

ପ୍ରସନ୍ନ ପାଟ୍ଟଶାଣି, ପୂର୍ବତନ ସାଂସଦ

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣି । ୨୦୧୯ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ ପସନ୍ନ ପାଟ୍ଟଶାଣିଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶୃତି ଦେଇଥିଲେ । ରାଜ୍ୟସଭା ଚର୍ଚ୍ଚା ଭିତରେ ପୁଣି ପ୍ରତିକ୍ରିୟା ରଖି ପୁରୁଣା ପ୍ରତିଶୃତି ମନେପକାଇଛନ୍ତି ପ୍ରସନ୍ନ । କହିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ ନିଶ୍ଚିତ ରାଜ୍ୟସଭା ପଠାଇବେ ।

ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ

ସାଂସଦ ଅମର ପଟ୍ଟନାୟକ । ରାଜ୍ୟସଭାରେ ଭଲ ପ୍ରଦର୍ଶନ କରିଥିବା ସାଂସଦ ଭିତରେ ଅଛନ୍ତି ଅମର ପଟ୍ଟନାୟକ । ତେଣୁ ତାଙ୍କୁ ରିପିଟ୍ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ଚର୍ଚ୍ଚା ହେଉଛି ଜଣେ ମହିଳା ଚେହେରାଙ୍କୁ ସାମ୍ନାକୁ ଆଣି ଜାତୀୟ ରାଜନୀତିରେ ୩୩ ପ୍ରତିଶତ ମହିଳା ସଂରକ୍ଷଣର ବଡ ବାର୍ତ୍ତା ଦେଇପାରନ୍ତି ନବୀନ । ସବୁବେଳେ ସସପେନ୍ସ ରଖି ସରପ୍ରାଇଜ ଦେଇଆସୁଥିବା ନବୀନ ଏଥର ବି ମାଷ୍ଟରଷ୍ଟ୍ରୋକ ମାରିପାରନ୍ତି ।

ତେବେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ମଧ୍ୟ ସୁରଛି । ଦୁଇ ନେତା ଏଥର ରାଜ୍ୟସଭା ଛାଡି ଲୋକସଭା ନିର୍ବାଚନ ଓଡିଶାରୁ ଲଢିବାକୁ ସଜବାଜ ହେଉଛନ୍ତି । ଯାହା ରାଜ୍ୟ ରାଜନୀତିରେ ଅନେକ ଗୁରୁତ୍ୱ ରଖୁଛି ।

The post ଦିଲ୍ଲୀ ଯିବା ପାଇଁ ରେସରେ କିଏ? ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା । ନବୀନ ଦେବେ କି ସରପ୍ରାଇଜ୍? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started