ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିରେ ଉତ୍ସାହ । ସମ୍ବଲପୁରରେ ଓଡିଶା ପାଇଁ ୨୪ ନିର୍ବାଚନୀ ବିଗୁଲ ବଜାଇବେ ମୋଦୀ

କନକ ବ୍ୟୁରୋ: ନିର୍ବାଚନ ଋତୁ ପାଖେଇ ଆସିଲାଣି । ଆଉ କେନ୍ଦ୍ରୀୟ ନେତାଙ୍କ ରାଜ୍ୟ ଗସ୍ତ ବି ଆରମ୍ଭ ହେଲାଣି । ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡିଶା ଆସିଥିଲେ, ଆସନ୍ତା ଶନିବାର ଦିନ ଓଡିଶା ଆସିବେ ମୋଦି । କୁହାଯାଉଛି ଏଠାରେ ଓଡିଶା ପାଇଁ ବିଜେପିର ନିର୍ବାଚନୀ ବିଗୁଲ ଫୁଙ୍କିବେ ପ୍ରଧାନମନ୍ତ୍ରୀ ।

  • ଆସିବେ ମୋଦୀ, ବାଜିବ ବିଗୁଲ୍
  • ଗସ୍ତ ସମ୍ବଲପୁର, ଲକ୍ଷ୍ୟ ଓଡ଼ିଶା !
  • ଦୁଇ ଗୁଣିତ ବିଜେପିର ଉତ୍ସାହ

ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତ ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟକ୍ରମ, ତଥାପି ଜନସଭାରେ ମୋଦୀଙ୍କ ସାମିଲ ହେବା କାର୍ଯ୍ୟସୂଚୀ ବିଜେପି ଶିବିରକୁ ଆହୁରି ଉତ୍ସାହିତ କରି ଦେଇଛି । କୁହାଯାଉଛି, ଓଡ଼ିଶା ପାଇଁ ୨୪ ନିର୍ବାଚନୀର ବିଗୁଲ ସମ୍ବଲପୁରରୁ ବାଜିବ!

୩ ତାରିଖରେ ସମ୍ବଲପୁର କାର୍ଯ୍ୟକ୍ରମ

  • ପ୍ରଧାନମନ୍ତ୍ରୀ ‘ସମ୍ବଲପୁର ଆଇଆଇଏମ୍’ ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବେ
  • ୨୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ
  • ରେମେଡ୍ ଛକରେ ଆୟୋଜିତ ଜନସଭାରେ ଜନତାଙ୍କୁ ଉଦବୋଧନ ଦେବେ
  • ଏଥିରେ ପ୍ରାୟ ଦେଢ଼ ଲକ୍ଷ ଦଳୀୟ କର୍ମୀ, ନେତା ଓ ଜନତା ସାମିଲ ହେବେ !
  • ଏହି ଅବସରରେ ବିଜେପି ଓଡ଼ିଶା ଶାଖାର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ

ଯଦିଓ ଗସ୍ତ ସମ୍ବଲପୁର ପାଇଁ ରହିଛି, ତଥାପି ଆଗକୁ ନିର୍ବାଚନ ଥିବାରୁ ସାରା ଓଡ଼ିଶାର ନିର୍ବାଚନ ରାଜନୀତିକୁ ପ୍ରଭାବିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ଓଡ଼ିଶା ବିଜେପି ।
ଅନ୍ୟପଟେ ସମ୍ବଲପୁର ଗସ୍ତର ଠିକ୍ ଗୋଟିଏ ସପ୍ତାହ ପରେ ୧୦ ତାରିଖରେ ଭୁବନେଶ୍ୱର ଗସ୍ତରେ ପୁଣି ଥରେ ଆସିବେ ପ୍ରଧାନମନ୍ତ୍ରୀ । ଏହି ଗସ୍ତରେ ଦେଶର ମହିଳା ଭୋଟର ଲକ୍ଷ୍ୟରେ ବିଜେପି କରୁଥିବା ମହିଳା ସମାବେଶରେ ସାମିଲ ହେବେ ମୋଦୀ । ଦେଶରେ ଦୁଇଟି ବିଶାଳ ମହିଳା ସମାବେଶ କରୁଛି ବିଜେପି । ଗୋଟିଏ ଓଡ଼ିଶାରେ ଏବଂ ଦ୍ୱିତୀୟଟି ମଧ୍ୟପ୍ରଦେଶରେ ।

ଭୁବନେଶ୍ୱର କାର୍ଯ୍ୟକ୍ରମ

  • ଭୁବନେଶ୍ୱର ମହିଳା ସମାବେଶରେ ସାମିଲ ହେବେ ପ୍ରଧାନମନ୍ତ୍ରୀ
  • ୨୦ ରାଜ୍ୟର ୫୦ ହଜାରରୁ ଅଧିକ ମହିଳାଙ୍କୁ ଉଦବୋଧନ ଦେବେ
  • ଓଡ଼ିଶା ଶାଖାର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ବିଜେପି ଉତ୍ସାହିତ ଥିବା ବେଳେ ନିର୍ବାଚନ ଆସିଲେ ଓଡ଼ିଶା କଥା ମନେପଡ଼େ ବୋଲି ସମାଲୋଚନା କରିଛି ବିଜେଡି । ହେଲେ ଏସବୁ ଭିତରେ ସମ୍ବଲପୁର ଗସ୍ତ ସମୟରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ପାଇଁ ବିଜେପି ନେତା ଓ କର୍ମୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି । ସେହିପରି ଭୁବନେଶ୍ୱର ଗସ୍ତ ସମୟରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିପାରନ୍ତି ନରେନ୍ଦ୍ର ମୋଦୀ ।

The post ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିରେ ଉତ୍ସାହ । ସମ୍ବଲପୁରରେ ଓଡିଶା ପାଇଁ ୨୪ ନିର୍ବାଚନୀ ବିଗୁଲ ବଜାଇବେ ମୋଦୀ first appeared on Kanak News.

from Kanak News
via <a href="https://ifttt.com/?

ଆଦିବାସୀ ଭୋଟ୍ ଉପରେ ବିଜେଡି ଆଖି । ନିର୍ବାଚନ ପୂର୍ବରୁ ଆସିଲା ଲାଭ ଯୋଜନା । ଆଦିବାସୀଙ୍କ ଭାଷା ସଂରକ୍ଷଣ ଓ ପ୍ରଚାର ପାଇଁ ଗଠନ ହେବ କମିଶନ ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଫୋକସରେ ଆଦିବାସୀ । ରାଜ୍ୟରେ ରହୁଛନ୍ତି ୨୨ ପ୍ରତିଶତରୁ ଅଧିକ ଆଦିବାସୀ । ଆଉ ଆସନ୍ତା ନିର୍ବାଚନରେ ଏହି ଭୋଟ୍ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ତେଣୁ ଆଦିବାସୀଙ୍କୁ ଖୁସି କରିବାକୁ କସରତ ଆରମ୍ଭ କରିଛି ବିଜେଡି । କ୍ୟାବିନେଟ ବୈଠକରେ ଲୋଭନୀୟ ସ୍କିମ ଅଣାଯାଇଛି । ଏହାଛଡା ଆଦିବାସୀଙ୍କ ଜମି କିଣାବିକା ନିଷ୍ପତିକୁ ବି ପ୍ରତ୍ୟାହାର କରାଯାଇଛି ।

  • ଆଦିବାସୀ ଭୋଟ୍ ଉପରେ ବିଜେଡି ଆଖି!
  • ନିର୍ବାଚନ ପୂର୍ବରୁ ଆସିଲା ‘ଲାଭ’ ଯୋଜନା

ରାଜ୍ୟର ପ୍ରାୟ ୨୨ ପ୍ରତିଶତରୁ ଅଧିକ ଆଦିବାସୀଙ୍କ ପାଇଁ ରାଜ୍ୟ କ୍ୟାବିନେଟରେ ବଡ ଘୋଷଣା ହୋଇଛି । ବିଶେଷ କରି ସରକାରୀ ଦରରେ ଲଘୁଜାତ ଦ୍ରବ୍ୟ ବିକିବାକୁ ଅଣାଯାଇଛି ଲାଭ ସ୍କିମ । ସେହିପରି ଆଦିବାସୀଙ୍କ ଭାଷା ସଂରକ୍ଷଣ ଓ ପ୍ରଚାର ପାଇଁ ଗଠନ ହେବ କମିଶନ । ୧୬୯ଟି ସଂପ୍ରଦାୟଙ୍କୁ ଅନୁସୂଚିତ ଜନଜାତିରେ ସାମିଲ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବ ରାଜ୍ୟ ।

  • ଆଦିବାସୀ ଭୋଟ୍ କାହାର?
  • ୨୨% ଭୋଟ୍ ହୋଇପାରେ ନିର୍ଣ୍ଣାୟକ!

ଯେବେଠାରୁ ଆଦିବାସୀ ଚେହେରା ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିଛନ୍ତି , ସେବେଠାରୁ ଓଡିଶାରେ ଆଦିବାସୀଙ୍କୁ ନେଇ ଶ୍ରେୟ ରାଜନୀତି ଆରମ୍ଭ ହୋଇଯାଇଛି । ରାଜ୍ୟ ଜନସଂଖ୍ୟାର ଏହି ବଡବର୍ଗ ସେମାନଙ୍କ ସହ ରହିଥିବା ଦାବି କରିଆସୁଛନ୍ତି ବିଜେଡି ଓ ବିଜେପି ।

ରାଜ୍ୟରେ ୧୪୭ ବିଧାନସଭା ଆସନରୁ ୩୩ଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ୫ଟି ଲୋକସଭା ଆସନ ମଧ୍ୟ ଏହି ବର୍ଗଙ୍କ ପାଇଁ ରହିଛି । ୨୦୧୯ ନିର୍ବାଚନରେ ୫ ଲୋକସଭାରୁ ୨ଟି ବିଜେପି, ୨ଟି ବିଜେଡି ଓ ଗୋଟିଏ କଂଗ୍ରେସ ଦଖଲ କରିଥିଲା । ୩୩ ବିଧାନସଭାରୁ ବିଜେଡି ୧୮, ବିଜେପି ୧୧ ଓ କଂଗ୍ରେସ ୨ଟି ଆସନ ଅକ୍ତିଆର କରିଥିଲେ । ତେଣୁ ଆଦିବାସୀଙ୍କୁ ନେଇ ଏବେଠୁ କସରତ ଆରମ୍ଭ କରିସାରିଛନ୍ତି ସମସ୍ତ ପ୍ରମୁଖ ରାଜନୈତିକ ଦଳ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଦିବାସୀଙ୍କ ଜମି କିଣାବିକା ନିଷ୍ପତିକୁ କ୍ୟାବିନେଟରେ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି । ଚର୍ଚ୍ଚା ହେଉଛି ନିର୍ବାଚନ ପୂର୍ବରୁ ଆଦିବାସୀଙ୍କୁ ପ୍ରଭାବିତ କଲାଭଳି କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି ସରକାର ।

The post ଆଦିବାସୀ ଭୋଟ୍ ଉପରେ ବିଜେଡି ଆଖି । ନିର୍ବାଚନ ପୂର୍ବରୁ ଆସିଲା ଲାଭ ଯୋଜନା । ଆଦିବାସୀଙ୍କ ଭାଷା ସଂରକ୍ଷଣ ଓ ପ୍ରଚାର ପାଇଁ ଗଠନ ହେବ କମିଶନ । first appeared on Kanak News.

from Kanak News
via <a href="https://ifttt.com/?

କଳ୍ପନା ସୋରେନଙ୍କୁ ନେଇ ବଢିଲା କଳ୍ପନାଜଳ୍ପନା । ଓଡିଆ ଝିଅ ହୋଇପାରନ୍ତି ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ବାରମ୍ବାର ସମନ, ପଚରାଉଚୁରା ପାଇଁ ଡାକରା ଓ ନାଟକୀୟ ଭାବେ ଅର୍ନ୍ତଧ୍ୟାନ ପରେ ପୁଣି ଫେରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ବିଶେଷକରି ୪୦ ଘଣ୍ଟାର ଲୁଚକାଳି ପରେ ରାଞ୍ଚି ସ୍ଥିତ ନିଜ ବାସଭବନରେ ସବୁ ବିଧାୟକ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିବା ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଆଉ ବୈଠକରେ ପତ୍ନୀ କଳ୍ପନା ଯୋଗ ଦେବା ରାଜନୀତି ମହଲରେ ତାଙ୍କୁ ନେଇ କଳ୍ପନା ଜଳ୍ପନାକୁ ବଢ଼ାଇ ଦେଇଛି । କୁହାଯାଉଛି, ବିହାରର ଲାଲୁ- ରାବଡି ଦେବୀ ଫର୍ମୁଲାରେ, ସ୍ଥାନରେ ପତ୍ନୀ କଳ୍ପନା ସୋରେନଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରୁଛନ୍ତି ହେମନ୍ତ ସୋରେନ ।

ତେବେ ଜମି ଦୁନୀର୍ତି ମାମଲାରେ ହେମନ୍ତଙ୍କୁ ୧୦ଥର ସମନ ଜାରି କଲାଣି ଇଡି । ଏବଂ ସୋମବାର ପଚରାଉଚୁରା ପାଇଁ ହାଜର ହେବାକୁ କୁହାଯାଇଥିଲା । ହେଲେ, ତାଙ୍କର ପତ୍ତା ମିଳିନଥିଲା ବୋଲି ଇଡି ପକ୍ଷରୁ କୁହାଯାଇଥିଲା । କିନ୍ତୁ ୪୦ ଘଣ୍ଟା ପରେ ଫେରି ଆକ୍ସନ ମୁଡକୁ ଆସିଛନ୍ତି ହେମନ୍ତ ।

ଜାଣିରଖିବା ଉଚିତ୍ ଯେ, ଓଡ଼ିଶା ମୟୂରଭଞ୍ଜର ଝିଅ କଳ୍ପନା ସୋରେନ୍ । ୨୦୦୬ ଫେବ୍ରୁଆରୀ ୭ରେ ହେମନ୍ତ ସୋରେନଙ୍କ ବିବାହ କରିଥିଲେ । ସେ ଏକ ଘରୋଇ ସ୍କୁଲର ପରିଚାଳନା କରୁଛନ୍ତି । ତାଙ୍କ ବାପା-ମାଆ ରାଜନୈତିକ ପରିବାରର ନୁହନ୍ତି । ହେଲେ ହେମନ୍ତ ସୋରେନଙ୍କୁ ବିବାହ କରିବା ପରଠାରୁ ୧୮ ବର୍ଷ ହେବ ସେ ରାଜନୀତିକୁ ଅତି ନିକଟରୁ ଦେଖୁଛନ୍ତି । ସ୍ୱାମୀ ହେମନ୍ତ ସୋରେନଙ୍କ ରାଜନୀତିରେ ଲମ୍ବା ଅନୁଭବ ରହିଛି । ଶ୍ୱଶୁର ଶିବୁ ସୋରେନ୍ ମଧ୍ୟ ରାଜନୀତିରେ ବେଶ୍ ଅଭିଜ୍ଞ ଓ ଧୁରୀଣ ଖେଳାଳି । ଏସବୁ ଦିଗ କଳ୍ପନାଙ୍କ ସପକ୍ଷରେ ଯାଉଛି ।

କଳ୍ପନା ମୁଖ୍ୟମନ୍ତ୍ରୀ ପଦରେ ରହିଲେ ମଧ୍ୟ ପ୍ରଚ୍ଛଦ ପଟରେ ରହି ହେମନ୍ତ ସୋରେନ୍ ହିଁ ଶାସନ ପରିଚାଳନା କରିବେ, ଏଥିରେ ସନ୍ଦେହ ନାହିଁ । ତେବେ ଏନେଇ ଦଳ ପକ୍ଷରୁ ସିଧାସଳଖ କିଛି କୁହାଯାଇନଥିଲେ ବି ଇଡି ଜାଣିଶୁଣି ଏଭଳି ହଇରାଣ କରୁଥିବା ଅଭିଯୋଗ କରିଛି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା । ଏବଂ ଖୁବଶୀଘ୍ର ବିଜେପି ବିରୋଧରେ ମାନହାନି ମୋକଦମା କରିବାକୁ ଚେତାବନୀ ଦେଇଛି ଜେଏମଏମ ।

ସୋମବାର ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲେ ଇଡି ଅଧିକାରୀ । ହେଲେ ତାଙ୍କୁ ନପାଇ ନିରାଶ ହୋଇ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲୁ କାରକୁ ଜବତ କରି ସାଙ୍ଗରେ ନେଇଥିଲେ । ଏଥିସହ ନଗଦ ୩୬ ଲକ୍ଷ ଟଙ୍କା ଜବତ କରିଛି ଇଡି । ଏହାପରେ ଇଡିର ଆଉ ଏକ ଟିମ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ତାଙ୍କୁ ପାଇନଥିଲେ ବୋଲି କୁହାଯାଇଥିଲା । ତେବେ ସୋରେନ୍ ବଜେଟ ପାଇଁ ବ୍ୟସ୍ତ ଥିଲେ ଓ ବୁଧବାର ହାଜର ହେବେ ବୋଲି କୁହାଯାଇଛି ।

ଇଡି ଚଢାଉକୁ ନେଇ ଉତ୍ତେଜନା ବଢୁଥିବାରୁ ଝାଡଖଣ୍ଡ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ଓ ରାଜଭବନର ୧୦୦ମିଟର ପରିଧି ଭିତରେ ୧୪୪ ଧାରା ଜାରି କରାଯାଇଛି ।

The post କଳ୍ପନା ସୋରେନଙ୍କୁ ନେଇ ବଢିଲା କଳ୍ପନାଜଳ୍ପନା । ଓଡିଆ ଝିଅ ହୋଇପାରନ୍ତି ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

୬ ମାସ ହେଲା ଅନୁଦାନ ଆସିଛି, କିନ୍ତୁ ଏଯାଏଁ ଆରମ୍ଭ ହୋଇନି କାମ । ହନୁମାନ ମନ୍ଦିରର ଉନ୍ନତିକରଣ କାମରେ ବିଳମ୍ବ ଯୋଗୁଁ ଅନୁଦାନ ଫେରିଯିବାର ଆଶଙ୍କା

କନକ ବ୍ୟୁରୋ: ସରକାର ବିଭିନ୍ନ ଯୋଜନାର ସଫଳ ରୂପାୟନ ଲାଗି ଅନୁଦାନ ଘୋଷଣା କରୁଛନ୍ତି । ଆଉ ଦେଉଛନ୍ତି ମଧ୍ୟ । ହେଲେ କାମରେ ନଆସି ପଡିରହିଛି ଅନୁଦାନ । ଫଳରେ ଉନ୍ନତିମୂଳକ କାମରେ ବାଧକ ସାଜିବା ସହ ସେହି ଅନୁଦାନ ଫେରିଯିବା ନେଇ ଭୟ ସୃଷ୍ଟି ହୋଇଛି ।

ବ୍ରହ୍ମପୁର ମହାନଗର ନିଗମର ୩୫ନମ୍ବର ଓାର୍ଡ କହିଲେ ଗଜପତି ନଗର, ଜୟପ୍ରକାଶ ନଗର ଓ ବାସୁଦେବ ନଗରକୁ ବୁଝାଏ । ବାସୁଦେବ ନଗରରେ ଥିବା ହନୁମାନ ମନ୍ଦିରର ଉନ୍ନତିକରଣ ଲାଗି ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୧୦ଲକ୍ଷ ଟଙ୍କାର ଅନୁଦାନ ଓ ବିଧାୟକ ପାଣ୍ଠିରୁ ୨୦ଲକ୍ଷ ଟଙ୍କାର ଅନୁଦାନ ରାଶି ମିଳିଛି । ମୋଟ ୩୦ ଲକ୍ଷ ଅନୁଦାନରେ ବିଏମସି ଦାୟିତ୍ୱରେ ମନ୍ଦିର କାମ କରିବାକୁ କୁହାଯାଇଛି । ଅନୁଦାନ ମିଳିବାର ପ୍ରାୟ ୬ମାସରେ ଇଟା ଟିଏ ବି ପଡିନାହିଁ । ତେବେ ମହାନଗର ନିଗମ ପ୍ରଶାସନ ଓ ମନ୍ଦିର କମିଟି ମଧ୍ୟରେ ସମନ୍ୱୟ ଅଭାବରୁ କାମ ଆରମ୍ଭ ହୋଇପାରୁନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଆଗକୁ ନିର୍ବାଚନ ଥିବାରୁ କାମରେ ଆଉ ବିଳମ୍ବ ହେଲେ ଅନୁଦାନ ଫେରିଯିବା ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ ।

ସେପଟେ କାମରେ ବିଳମ୍ବ ନେଇ ମାଟି ଉପରେ ଦୋଷ ଲଦି ଦେଇଛନ୍ତି ସ୍ଥାନୀୟ କର୍ପୋରେଟର । ମନ୍ଦିର ପାଶ୍ୱର୍ରେ ବାହାନା ନାଳ ରହିଥିବାରୁ ବ୍ରହ୍ମପୁର ସହରର ମାଟି ଅପେକ୍ଷା ଏହି ଅଂଚଳର ମାଟି ଦୁର୍ବଳ ଅଛି । ତେଣୁ ବ୍ୟୟ ଅଟକଳରେ ପରିବର୍ତନ ଅଣାଯାଇଛି । ଆଗାମୀ ଏକ ସପ୍ତାହ ମଧ୍ୟରେ କାମ ଆରମ୍ଭ ହୋଇ ୨ମାସ ମଧ୍ୟରେ ମନ୍ଦିର ଉନ୍ନତି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ୩୫ନମ୍ବର ଓାର୍ଡ କର୍ପୋରେଟର

ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଉପରେ ସହଯୋଗର ହାତ ବଢାଇ ଆସ୍ଥା ଭାଜନ ହେବାକୁ ସରକାର ଚେଷ୍ଟା କରୁଥିବା ବେଳେ ଉନ୍ନତି ମୁଳକ କାମରେ ଏପରି ମନ୍ଥରତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ।

The post ୬ ମାସ ହେଲା ଅନୁଦାନ ଆସିଛି, କିନ୍ତୁ ଏଯାଏଁ ଆରମ୍ଭ ହୋଇନି କାମ । ହନୁମାନ ମନ୍ଦିରର ଉନ୍ନତିକରଣ କାମରେ ବିଳମ୍ବ ଯୋଗୁଁ ଅନୁଦାନ ଫେରିଯିବାର ଆଶଙ୍କା first appeared on Kanak News.

from Kanak News
via <a href="https://ifttt.com/?

କୋରାପୁଟ ବାଇପାସ ନିର୍ମାଣରେ ଜମି ଅଧିଗ୍ରହଣ କେଁ । ଜିଲ୍ଲା ପ୍ରଶାସନ ଧାର୍ଯ୍ୟ କରିଥିବା ମୂଲ୍ୟକୁ ଗ୍ରହଣ କରୁନାହିଁ ଏନଏଚଏଆଇ । ଆଗେଇ ପାରୁନାହିଁ ୭୫ କୋଟିର ପ୍ରକଳ୍ପ

କନକ ବ୍ୟୁରୋ: କୋରାପୁଟ ସହର ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ପୂର୍ବାପେକ୍ଷା ବଢିଯାଇଛି । ଟ୍ରାଫିକ ସମସ୍ୟା ସାଙ୍ଗକୁ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ସହରରେ ଘଣ୍ଟାଘଣ୍ଟା ଧରି ଗାଡି ଗୁଡିକ ଅଟକି ରହୁଛି । ତେଣୁ କୋରାପୁଟରେ ବାଇପାସ ରାସ୍ତା ନେଇ ଦୀର୍ଘ ଦିନ ଦାବି ହୋଇ ଆସୁଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜମି ଅଧିଗ୍ରହଣ ଯୋଗୁଁ ନିର୍ମାଣ କାମ ଆଗେଇ ପାରୁନଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ଜାଗା ଚିହ୍ନଟ ଓ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ କାମ ବିଳମ୍ୱ ହେଉଥିଲା, ହେଲେ ଏବେ ଜମିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ପ୍ରକଳ୍ପର ଭାଗ୍ୟ ଅନଶ୍ଚିତତା ଭିତରକୁ ଠେଲି ହୋଇଯାଉଛି । କେନ୍ଦ୍ର ରେଳମନ୍ତ୍ରୀଙ୍କ ନିର୍ଦେଶ ପରେ ରାସ୍ତା ପାଇଁ ରେଳ ବିଭାଗ ଜାଗା ହସ୍ତାନ୍ତର କରି ସାରିଥିବା ବେଳେ ଏବେ ଘରୋଇ ଜାଗା ଅଧିଗ୍ରହଣକୁ ନେଇ କେଁ ପଶିଛି ।

କୋରାପୁଟ ବାଇପାସ୍ ପାଇଁ ପ୍ରାୟ ୭୫ କୋଟି ଆକଳନ କରାଯାଇଛି । କୋରାପୁଟ ସହର ଉପକଣ୍ଠ ପାଇନ୍ ରିସର୍ଟ ନିକଟରୁ ରେଳ ଷ୍ଟେସନ ଛକ ପର୍ଯ୍ୟନ୍ତ ରହିବ ବାଇପାସ୍ ରାସ୍ତା । ଏଥିପାଇଁ କୁମ୍ଭା, କହ୍ନେଇପୁଟ ଓ କୋରାପୁଟର କିଛି ଜମି ଅଧିଗ୍ରହଣ କରାଯିବ । ଏହି ଜମିର ମୂଲ୍ୟ ନିର୍ଦ୍ଦାରଣ କରି କୋରାପୁଟ ତହସିଲ ପକ୍ଷରୁ ଜାତୀୟ ରାଜପଥ ବିଭାଗକୁ ଅବଗତ କରାଯାଇଛି । ହେଲେ ମୂଲ୍ୟକୁ ନେଇ ଜାତୀୟ ରାଜପଥ ବିଭାଗ ଅସହମତି ପ୍ରକାଶ କରିଛି ଫଳରେ ପ୍ରକଳ୍ପ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ଅଭିଯୋଗ ହୋଇଛି ।

କୋରାପୁଟ ଜିଲ୍ଲାପାଳ ଅବଦୁଲ୍ ଏମ ଅଖତର କହିଛନ୍ତି ଆଗକୁ ଭାରତମାଳା ପ୍ରକଳ୍ପରେ ଛତିଶଗଡ଼ରୁ ଆନ୍ଧ୍ର ଏବଂ ବିଜୁ ଏକ୍ସପ୍ରେସ ଜୟପୁରରୁ ବ୍ରହ୍ମପୁର ରାସ୍ତା କାର୍ଯ୍ୟକ୍ଷମ ହେଲେ କୋରାପୁଟ ସହରରେ ଟ୍ରାଫିକ ଯନ୍ତ୍ରଣା କମିବ । ତେବେ ଜମି ଅଧିଗ୍ରହଣ ବାବଦରେ ଆଉଥରେ ରିପୋର୍ଟ ପ୍ରଦାନ କରାଯାଇଛି ।

The post କୋରାପୁଟ ବାଇପାସ ନିର୍ମାଣରେ ଜମି ଅଧିଗ୍ରହଣ କେଁ । ଜିଲ୍ଲା ପ୍ରଶାସନ ଧାର୍ଯ୍ୟ କରିଥିବା ମୂଲ୍ୟକୁ ଗ୍ରହଣ କରୁନାହିଁ ଏନଏଚଏଆଇ । ଆଗେଇ ପାରୁନାହିଁ ୭୫ କୋଟିର ପ୍ରକଳ୍ପ first appeared on Kanak News.

from Kanak News
via <a href="https://ifttt.com/?

ରୋଚକ ସ୍ଥିତିରେ ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ରାଜନୀତି ଗଣିତ । କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ । କାହାକୁ ଟିକେଟ ଦେବ ଦଳ, ଚାଲିଛି ଅଙ୍କକଷା

କନକ ବ୍ୟୁରୋ: ରୋଚକ ସ୍ଥିତିରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନିର୍ବାଚନମଣ୍ଡଳୀର ରାଜନୀତି ଗଣିତ । ଆଗାମୀ ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ? କାହାକୁ ଟିକେଟ ମିଳିବ ସେଥିପାଇଁ ଆରମ୍ଭ ହୋଇଗଲାଣି ଜୋରଦାର ଚର୍ଚ୍ଚା । ନେତାମାନେ ବି ଟିକେଟ ପାଇଁ ଗାଁ ଗାଁ ବୁଲିବା ଆରମ୍ଭ କଲେଣି । ତେବେ ବିଜେଡିର ଅଧିକ ଟିକେଟ ଆଶାୟୀ ଥିବାରୁ ଫାଇଦା ନେବା ଲକ୍ଷ୍ୟରେ ରହିଛି ଭାରତୀୟ ଜନତା ପାର୍ଟି ।

କଣ୍ଟାମାଳ ବିଧାନସଭା କ୍ଷେତ୍ର । ବୌଦ୍ଧ ଜିଲ୍ଳାର ଏହି ବିଧାନସଭା କ୍ଷେତ୍ରରୁ ଲଗାତାର ଭାବେ ବିଜୟୀ ହୋଇ ଆସୁଛନ୍ତି ବିଜେଡି ପ୍ରାର୍ଥୀ । ୨୦୦୯ରେ ଭଗବାନ କଂହର ବିଜୟୀ ହୋଇଥିବା ବେଳେ, ୨୦୧୪ ଓ ୨୦୧୯ରେ ଲଗାତାର ଭାବେ ଦୁଇ ଥର ମହିଧର ରଣା ବିଜେଡି ଟିକେଟରୁ ବିଜୟୀ ହୋଇଥିଲେ । ତେବେ ୨୦୨୪ ନିର୍ବାଚନରେ ବିଜେଡି ପୁଣି ମହିଧରଙ୍କ ଉପରେ ଭରସା କରିବ ନା ନୂଆ ଚେହେରାକୁ ମଇଦାନକୁ ଓହ୍ଲାଇବ ତାହା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ ହୋଇଛି ।

କାରଣ, ନିର୍ବାଚନମଣ୍ଡଳୀରେ ବିଧାୟକ ମହିଧର ରଣା ଗାଁ ଗାଁ ବୁଲି ସଂଗଠନକୁ ମଜବୁତ କରୁଥିବାବେଳେ, ସମାନ୍ତରାଳ ଭାବେ ସମାବେଶ ଓ କାର୍ଯ୍ୟକ୍ରମ ଚଳାଇଛନ୍ତି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ରଥ । ଆଉ ସେ ବି ଟିକେଟ ଆଶାୟୀ ଅଛନ୍ତି । ସେହିପରି ବୌଦ୍ଧ ଏକ ନମ୍ବର ଜୋନର ଜିଲ୍ଲା ପରିଷଦ ସୁମିତ୍ରା ସାହୁ ମଧ୍ୟ ଟିକେଟ ଦୌଡରେ ଥିବା ଚର୍ଚ୍ଚା ହେଉଛି । ତେବେ ବିଜେଡି ନେତାମାନେ ଏକାଠି ଅଛନ୍ତି ଓ ଲୋକେ ପୁଣି ଥରେ ଦଳକୁ ବିଜୟୀ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମହିଧର ।

ବିଜେଡିର ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବାଜି ମାରିନେବା ଆଶାରେ ରହିଛି ବିଜେପି । ୨୦୧୯ରେ ଭୋଟ ବ୍ୟବଧାନ କମ୍ ଥିବାରୁ ଏଥର ବିଜେପି ପ୍ରାର୍ଥୀ ବିଜୟୀ ହେବେ ବୋଲି ଦାବି କରିଛନ୍ତି ବିଜେପି ନେତା । ତେବେ କଣ୍ଟାମାଳ ଅଞ୍ଚଳରେ ଲଗାତାର ବିଜେଡି ପ୍ରାର୍ଥୀ ବିଜୟୀ ହେଉଥିଲେ, ବି ଅନେକ ସମସ୍ୟା ରହିଛି । ଆଦିବାସୀ ଅଧୁଷିତ ଗାଁ ଗୁଡିକରେ ଏବେ ବି ମୌଳିକ ସୁବିଧା ପହଁଚି ପାରିନି । ଆଉ ସେହି ସବୁ ସମସ୍ୟାକୁ ବିରୋଧୀ ନିର୍ବାଚନୀ ପ୍ରସଙ୍ଗ କରିପାରନ୍ତି ବୋଲି କୁହାଯାଉଛି ।

The post ରୋଚକ ସ୍ଥିତିରେ ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ରାଜନୀତି ଗଣିତ । କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ । କାହାକୁ ଟିକେଟ ଦେବ ଦଳ, ଚାଲିଛି ଅଙ୍କକଷା first appeared on Kanak News.

from Kanak News
via <a href="https://ifttt.com/?

ଷ୍ଟିଲ୍ ସିଟି ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ଅନ୍ଧାରୀ ଗାଁ । ଡିବି ଆଲୁଅରେ ଶିକ୍ଷାର ଅଲୋକ ଖୋଜୁଛନ୍ତି କୁନି କୁନି ପିଲା

କନକ ବ୍ୟୁରୋ: ରାଉରକେଲା ସ୍ମାର୍ଟ ସିଟି ଠାରୁ ମାତ୍ର ୧୦ କିଲୋମିଟର ଦୂର ଗଲେ ପଡେ ଝାରମୁଣ୍ଡା ଗାଁ । ଷ୍ଟିଲ୍ ସିିଟିର ଏତେ ପାଖରେ ଥାଇ ବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ରାସ୍ତା, ପିଇବା ପାଣି କି ବିଜୁଳି ଆଲୁଅ ନାହିଁ । ମୌଳିକ ସୁବିଧା ପାଇଁ ଅହରହ ସଂଘର୍ଷ କରୁଥିବା ଗ୍ରାମବାସୀଙ୍କ ପାଖରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍ । । ଦେଶର ବିକାଶରେ ସାମିଲ ହେବା ପାଇଁ କୁନି କୁନି ପିଲାଙ୍କ ସଂଘର୍ଷ । ଅନ୍ଧାରି ମୁଲକରେ ଡିବି ଆଲୁଅରେ ଏମାନଙ୍କ ଆଖି ଖୋଜୁଛି ଅ, ଆ, ଏବିସିଡି ।

ବିଜୁଳି, ଭଲ ରାସ୍ତା ଓ ପାଣି ପାଇଁ ନାହି ନଥିବା ସମସ୍ୟା ସହ ଜୁଝି ହେଉଥିବା ଲୋକଙ୍କ ଜୀବନ ଏଠି ଯେମିିତି ଅଭିଶାପ ପାଲଟି ଯାଇଛି । କାରଣ ଏ ଗାଁକୁ ମାଳମାଳ ନେତା ଆସିଛନ୍ତି, ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି, କିନ୍ତୁ ଗାଁର ଚିତ୍ର ବଦଳି ନାହିଁ କି, କେହି କେବେ ବଦଳାଇବା ପାଇଁ ଚିନ୍ତା କରିନାହାନ୍ତି । ତେଣୁ ଆଗକୁ ଆଉ ନେତାଙ୍କ କଥାରେ ଭଳିଯିବାର ନାହିଁ । ବିଜୁଳି, ରାସ୍ତା ଓ ପିଇବା ପାଣି ସୁବିଧା ନହେଲେ ଭୋଟ ଦେବେ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଛନ୍ତି ଗ୍ରାମବାସୀ ।

ହେଲେ କେବଳ ଝାରମୁଣ୍ଡା ଗାଁ ନୁହେଁ, ବିଜୁବନ୍ଧ, ରେଙ୍ଗାଡି ଓ କାଣ୍ଡେବସ୍ତି ଭଳି ଗାଁ ମଧ୍ୟ ଏମିତି ଅବସ୍ଥାରେ ରହିଛି ।

The post ଷ୍ଟିଲ୍ ସିଟି ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ଅନ୍ଧାରୀ ଗାଁ । ଡିବି ଆଲୁଅରେ ଶିକ୍ଷାର ଅଲୋକ ଖୋଜୁଛନ୍ତି କୁନି କୁନି ପିଲା first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପ ଦେଖିବାକୁ ଜମୁଛି ଭିଡ଼ । ପ୍ରତିଦିନ ପୁରୀ ଆସୁଛନ୍ତି ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ।

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଦେଖିବାକୁ ଜମୁଛି ଭିଡ଼ । ପ୍ରକଳ୍ପକୁ ଦେଖିବାକୁ ପ୍ରତିଦିନ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି । ସୋମବାର ଠାରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯାଉଛି । ପ୍ରଥମ ଦିନରେ ଗଞ୍ଜାମ, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳର ଜନସାଧାରଣ ଆସିଥିଲେ । ଦ୍ୱିତୀୟ ଦିନରେ ଦେବଗଡ଼, କଟକ ସଦର, ସମ୍ବଲପୁର, ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାରୁ ଶ୍ରଦ୍ଧାଳୁ ଆସିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ବସ୍ ଗୁଡ଼ିକ ବୀରହରେକୃଷ୍ଣପୁର ଡାହାଣ ପାଶ୍ୱର୍ରେ ଯାଇ ସମଙ୍ଗ ପାର୍କିଂ ସ୍ଥଳରେ ପହଞ୍ଚିବା ପରେ ସେଠାରୁ ବସ୍ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ପିଲଗ୍ରିମ ସେଣ୍ଟରକୁ ନିଆଯାଇଥିଲା । ସେଠାରୁ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କୁ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯାଉଛି । ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।

 

The post ପରିକ୍ରମା ପ୍ରକଳ୍ପ ଦେଖିବାକୁ ଜମୁଛି ଭିଡ଼ । ପ୍ରତିଦିନ ପୁରୀ ଆସୁଛନ୍ତି ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ । first appeared on Kanak News.

from Kanak News
via <a href="https://ifttt.com/?

ସୌଦାମିନୀ ରଇତଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ଆକ୍ରମଣ କଲେ ସୌଦାମିନୀଙ୍କ ମାଆ ।

କନକ ବ୍ୟୁରୋ: ଜବାହାର ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି ନୂଆ ମୋଡ । ନ୍ୟାୟ ନପାଇବାରୁ ସୌଦାମିନୀଙ୍କ ମା’ ସୁଜ୍ଞାନୀ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସୌଦାମିନୀଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିଥିବା ଡାକ୍ତର ଆର.ଏନ ମିଶ୍ରଙ୍କୁ ଆକ୍ରମଣ କରିଛନ୍ତି । ସୌଦାମିନୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଭୁଲ ଦେଇଥିବା ଅଭିଯୋଗ ଆଣି ସୁଜ୍ଞାନୀ ଆକ୍ରମଣ କରିଥିବା ନେଇ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଛନ୍ତି । ଏ ସଂପର୍କରେ ଥାନାରେ ଏତଲା ଦିଆଯିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୋଦ କୁମାର ପଣ୍ଡା କହିଛନ୍ତି ।

ସୂଚନା ଅନୁସାରେ, ୨୦୨୩ ମସିହା ଫେବ୍ରୁଆରୀ ୨୨ ତାରିଖରେ ପାରଳାଖେମୁଣ୍ଡି ଜବାହାର ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ମୃତଦେହ ହଷ୍ଟେଲ ପରିସରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସ୍କୁଲ କର୍ତୃପକ୍ଷ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ପରିବାର ଲୋକେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ପାରଳାଖେମୁଣ୍ଡି ପୁଲିସ୍ କରିଥିଲା । କିନ୍ତୁ ତଦନ୍ତକୁ ନେଇ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିବା ପରେ ମାମଲାର ଦାୟିତ୍ୱ କ୍ରାଇମବ୍ରାଞ୍ଚ ନେଇଛି । ହେଲେ ଏଯାଏଁ କୌଣସି ନିସ୍କର୍ଷରେ ତଦନ୍ତକାରୀ ସଂସ୍ଥା ପହଞ୍ଚି ପାରିନାହିଁ । ସେପଟେ ସୌଦାମିନୀଙ୍କ ମା’ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମାନବାଧିକାର ଆୟୋଗଙ୍କ ଯାଏଁ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଅନୁରୋଧ କରୁଛନ୍ତି ।

The post ସୌଦାମିନୀ ରଇତଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ଆକ୍ରମଣ କଲେ ସୌଦାମିନୀଙ୍କ ମାଆ । first appeared on Kanak News.

from Kanak News
via <a href="https://ifttt.com/?

ହୋଟେଲ ରୁମରେ ସିଆରପିଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ହୋଟେଲ ରୁମରୁ ମିଳିଲା ଝୁଲନ୍ତା ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ହୋଟେଲ ଭିତରେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଅଶୋକନଗରରେ ଥିବା ଏକ ହୋଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଛି ସିଆରପିଏଫ ଯବାନଙ୍କ ମୃତଦେହ । ମୃତ ଯବାନ ରାଜସ୍ଥାନର ମିର ସିଂ ବୋଲି ଜଣାଯାଇଛି । ତାଙ୍କ ବୟସ ପାଖାପାଖି ୪୨ ହେବ । କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି । ମିର ସିଂ ଝାଡଖଣ୍ଡ ୨୧୪ ବାଟାଲିୟନର ସିଆରପିଏଫ ଯବାନ ଭାବେ କାମ କରୁଥିଲେ । କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ସେ ନେଇ ତଦନ୍ତ କରାଯାଉଛି । ଘର ଲୋକଙ୍କୁ ଖବର ଦିଆଯାଇଛି ସେମାନେ ପହଞ୍ଚିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଜଣାଯାଇଛି । ମିର ସିଂ ୨ ଦିନ ତଳେ ଭୁବନେଶ୍ୱର ଆସି ଏହି ହୋଟେଲରେ ରହୁଥିଲେ

The post ହୋଟେଲ ରୁମରେ ସିଆରପିଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ହୋଟେଲ ରୁମରୁ ମିଳିଲା ଝୁଲନ୍ତା ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started