ଓଡିଶା ପ୍ରଜ୍ଞାପନ ମେଢ ହେଲା ପ୍ରଥମ । ଓଡିଶା ସରକାରଙ୍କ ପ୍ରତିନିଧି ଗ୍ରହଣ କଲେ ଟ୍ରଫି ଏବଂ ପ୍ରମାଣପତ୍ର ।

କନକ ବ୍ୟୁରୋ: ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅଧିକାର କରିଛି । ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପ୍ରତିନିଧି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟଙ୍କଠାରୁ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଓ ଲୋକସମ୍ପର୍କ ବିଭାଗର ସହକାରୀ ସୂଚନା ଅଧିକାରୀ ହରପ୍ରସାଦ ମହାପାତ୍ର ଓ ପ୍ରଜ୍ଞାପନ ମେଢର ଶିଳ୍ପୀ କିର୍ତୀ କିଶୋର ମହାରଣା ଏହାକୁ ଗ୍ରହଣ କରିଛନ୍ତି ।

ଓଡିଶା ପ୍ରଜ୍ଞାପନ ମେଢରେ ରାଜ୍ୟର କଳା, ସଂସ୍କୃତି ଓ ନାରୀ ସଶକ୍ତିକରଣକୁ ସ୍ଥାନିତ କରାଯାଇଥିଲା । ଏହି ପ୍ରଜ୍ଞାପନ ମେଢ ଅନ୍ୟ ପ୍ରଜ୍ଞାପନ ମେଢଠାରୁ ଅଲଗା ଥିଲା । କର୍ତ୍ତବ୍ୟପଥରେ ଗଡିବାବେଳେ କରତାଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ରଘୁରାଜପୁର ଐତିହ୍ୟ ଗ୍ରାମର ପଟ୍ଟଚିତ୍ରକୁ ନେଇ ମହିଳା ଶିଳ୍ପୀମାନେ କିଭଳି ନିଜକୁ ସ୍ୱାବଲମ୍ବୀ ଓ ସଶକ୍ତ କରିପାରିଛନ୍ତି, ତାହା ଥିଲା ପ୍ରଜ୍ଞାପନ ମେଢ଼ର ବାର୍ତ୍ତା । ଏହାସହ ସମ୍ବଲପୁରୀ ଗୀତର ତାଳେ ତାଳେ ପାରମ୍ପରିକ ନୃତ୍ୟ ସମସ୍ତଙ୍କ ମନ ମୋହି ନେଇଥିଲା । ଜାତୀୟ ପରେଡ ଉତ୍ସବର ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମନକୁ ମଧ୍ୟ ଛୁଇଁ ଯାଇଥିଲା । ମେଢ଼ର ସମ୍ମୁଖ ଭାଗରେ ସୁସଜ୍ଜିତ କନ୍ଦର୍ପ ହାତୀ, ହାତୀ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ କଳାକୃତି ଏହାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଥିଲା । ହାତୀର ଦୁଇ ପାଶ୍ୱର୍ରେ ଲାଗିଥିବା ଚକ୍ର ବୁଲୁଥିବା ବେଳେ ମଝିରେ ଲାଗିଥିବା ଛତ୍ର ମଧ୍ୟ ବୁଲୁଥିବାର ଦୃଶ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।

The post ଓଡିଶା ପ୍ରଜ୍ଞାପନ ମେଢ ହେଲା ପ୍ରଥମ । ଓଡିଶା ସରକାରଙ୍କ ପ୍ରତିନିଧି ଗ୍ରହଣ କଲେ ଟ୍ରଫି ଏବଂ ପ୍ରମାଣପତ୍ର । first appeared on Kanak News.

from Kanak News
via <a href="https://ifttt.com/?

ସାଧାରଣ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା :  ସାଇଫର ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ

ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଲାଗିଛି । ସାଇଫର ମାମଲାରେ ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ ପିଟିଆଇ ମୁଖ୍ୟଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଇମ୍ରାନ ଖାନଙ୍କ ବ୍ୟତୀତ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ମଧ୍ୟ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।

ପାକିସ୍ତାନରୁ ଏକ ବଡ ଖବର ସାମନାକୁ ଆସିଛି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସାଇଫର ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟଙ୍କୁ ୧୦ ର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଇମ୍ରାନ ଖାନଙ୍କ ବ୍ୟତୀତ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ମଧ୍ୟ ଏହି ମାମଲାରେ ୧୦ ବର୍ଷ ଦଣ୍ଡିତ କରାଯାଇଛି ।

ARY ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ସାଇଫର୍ ମାମଲାର ଶୁଣାଣି କରୁଥିବା ଏକ ସ୍ୱତନ୍ତ୍ର କୋର୍ଟ ଉଭୟ ପିଟିଆଇ ନେତାଙ୍କୁ ପ୍ରତ୍ୟେକଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଧାରା ୩୪୨ ଅନୁଯାୟୀ ଦୁଇ ଅଭିଯୁକ୍ତଙ୍କ ବିବୃତ୍ତି ରେକର୍ଡ କରିବା ପରେ ସ୍ୱତନ୍ତ୍ର କୋର୍ଟର ଜଜ୍ ଅବୁଲ ହସନାଟ୍ ଜୁଲକର୍ନେନ୍ ତୁରନ୍ତ ଏହି ଦଣ୍ଡ ଘୋଷଣା କରିଛନ୍ତି ।

କୋର୍ଟର ଏହି ନିଷ୍ପତ୍ତିକୁ ପିଟିଆଇ ହାଇକୋର୍ଟରେ  ଚ୍ୟାଲେଞ୍ଜ କରିବ

କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ପ୍ରମାଣ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ଯଥେଷ୍ଟ ପ୍ରମାଣ ରହିଛି । ସ୍ୱତନ୍ତ୍ର କୋର୍ଟ ଏହି ଦଣ୍ଡ ଘୋଷଣା କରିବା ପରେ ପିଟିଆଇ କହିଛନ୍ତି ଯେ ତାଙ୍କ ଆଇନ ବିଶେଷଜ୍ଞ ଦଳ ହାଇକୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିବେ ଏବଂ ଏହି ଦଣ୍ଡ ସ୍ଥଗିତ ରହିବ ବୋଲି ଆଶା କରାଯାଉଛି ।

ସମସ୍ତ ସଦସ୍ୟଙ୍କୁ ଶାନ୍ତି ରକ୍ଷା ପାଇଁ PTI ନିବେଦନ କରିଛି ।

ସୋସିଆଲ ମିଡିଆରେ ପାକିସ୍ତାନ ତେହେରିକ-ଇ-ଇନସାଫ ସେକ୍ରେଟେରୀ ଜେନେରାଲ ଓମାର ଆୟୁବ ଖାନ କହିଛନ୍ତି ଯେ ସେ କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ କରିଛନ୍ତି । ଆୟୁବ ଖାନ ତାଙ୍କର ସମସ୍ତ ସଦସ୍ୟଙ୍କୁ ଶାନ୍ତ ରହିବାକୁ ନିବେଦନ କରିଥିଲେ । ସେ କହିଛନ୍ତି ଯେ କୋର୍ଟର ଏହି ନିଷ୍ପତ୍ତି ଇମ୍ରାନ ଖାନ ସାହାବ ଏବଂ ଶାହ ମେହମୁଦ କୁରେଶି ସାହାବଙ୍କ ବିରୋଧରେ ଆସିଛି । ସମସ୍ତ ପିଟିଆଇ ସଦସ୍ୟ ଏବଂ ପାକିସ୍ତାନୀମାନେ ଏ ବିଷୟରେ ଶାନ୍ତ ଏବଂ ଶାନ୍ତିପୂର୍ଣ୍ଣ ରହିବା ଉଚିତ୍ । ସେ କହିଛନ୍ତି ଯେ ଫେବୃଆରୀ ୮ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ସମସ୍ତ ପିଟିଆଇ ସଦସ୍ୟ ଏବଂ ସଦସ୍ୟମାନେ ଧ୍ୟାନ ଦେବା ଉଚିତ୍ । PTI ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଦେବପାଇଁ ସେ ଅନୁରୋଧ କରିଥିଲେ ।

 

 

 

The post ସାଧାରଣ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା :  ସାଇଫର ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ first appeared on Kanak News.

from Kanak News
via <a href="https://ifttt.com/?

ମ୍ୟାଡାମ୍ ତୁସାଡଙ୍କ ମ୍ୟୁଜିଅମରେ ଲାଗିବାକୁ ଯାଉଛି ଯୋଗ ଗୁରୁ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି, ୬ ବର୍ଷ ଧରି ତିଆରି ଚାଲିଥିଲା

ବର୍ତ୍ତମାନ ଯୋଗ ଗୁରୁ ବାବା ରାମଦେବଙ୍କ ନାମରେ ଆଉ ଏକ ରେକର୍ଡ ପଞ୍ଜିକୃତ ହେବାକୁ ଯାଉଛି । ତାଙ୍କ ପ୍ରତିମୂର୍ତ୍ତି ନ୍ୟୁୟର୍କର ତୁସାଡ ମ୍ୟୁଜିଅମରେ ସ୍ଥାପନ ହେବାକୁ ଯାଉଛି । ଗତ ୬ ବର୍ଷ ଧରି ବାବା ରାମଦେବଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା । ଆଜିର ସମାରୋହ ପରେ ନ୍ୟୁୟର୍କକୁ ପଠାଯିବାକୁ ଥିବା ଏହି ପ୍ରତିମୂର୍ତ୍ତି ଦିଲ୍ଲୀରେ ଆସି ପହଞ୍ଚିଛି ।

ଯୋଗ ଗୁରୁ ବାବା ରାମଦେବ ନିଜେ ଜାନୁଆରୀ ୩୦ ରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଯାଉଛନ୍ତି । ଏହି ଉତ୍ସବରେ ବାବା ରାମଦେବଙ୍କ ସହ ଜଡିତ ପତଞ୍ଜଳି ଯୋଗପୀଠର ସହ-ପ୍ରତିଷ୍ଠାତା ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ପତଞ୍ଜଳି ଯୋଗପୀଠ (ୟୁକେ) ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ସୁନୀତା ପୋଦ୍ଦାର ମଧ୍ୟ ଉପସ୍ଥିତ ରହିବେ । ଏହା କେବଳ ଏକ ସମାରୋହ ନୁହେଁ ବରଂ ଭାରତୀୟ ସଂସ୍କୃତି, ସନ୍ୟାସ ଏବଂ ବିଶେଷକରି ସନାତନ ଧର୍ମ ଏବଂ ସନାତନ ଯୋଗ ପରମ୍ପରାର ବିଶ୍ୱବ୍ୟାପୀ ପ୍ରଭାବର ଏକ ପଦକ୍ଷେପ । ଏହି କାରଣରୁ ଯୋଗକୁ ଏକ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ପାଇବ ଏବଂ ଏହା ଆମ ଦେଶର ସମ୍ମାନ ବୃଦ୍ଧି କରିବାକୁ ଯାଉଛି ।

କୌଣସି ଭାରତୀୟ ସାଧୁଙ୍କ ପ୍ରତିମୂର୍ତ୍ତି ଏପର୍ଯ୍ୟନ୍ତ ମ୍ୟାଡାମ୍ ତୁସାଡ୍ ଙ୍କ ମ୍ୟୁଜିଅମରେ ସ୍ଥାପିତ ହୋଇନାହିଁ । ବାବା ରାମଦେବ ପ୍ରଥମ ଯୋଗ ଗୁରୁ ହେବେ ଯାହାଙ୍କ ପ୍ରତିମୂର୍ତ୍ତି ନ୍ୟୁୟର୍କରେ ମ୍ୟାଡାମ୍ ତୁସାଡ୍ ଙ୍କ ସଂଗ୍ରହାଳୟରେ ସ୍ଥାପନ କରାଯିବ। ଯୋଗଗୁରୁ ବାବା ରାମଦେବଙ୍କ ଏହି ପ୍ରତିମୂର୍ତ୍ତି ପାଇଁ ୨୦୧୮ ରୁ ପ୍ରସ୍ତୁତି ଚାଲିଥିଲା । ଏହାକୁ ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୬ ବର୍ଷ ସମୟ ଲାଗିଲା । ଶେଷରେ ଏହି ପ୍ରତିମୂର୍ତ୍ତି ବର୍ତ୍ତମାନ ପ୍ରସ୍ତୁତ ହେଇଛି । ବାବା ରାମଦେବଙ୍କ ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ରୁ ଅଧିକ ଭାରତୀୟଙ୍କ ପ୍ରତିମୂର୍ତ୍ତି ମ୍ୟାଡାମ ତୁସାଡ ତିଆରି କରିଛନ୍ତି  ଏବଂ ତାହା ନ୍ୟୁୟର୍କର ମ୍ୟାଡାମ୍ ତୁସାଉଡ୍ ଙ୍କ ସଂଗ୍ରହାଳୟର ଗୌରବ ବଢାଉଛି ।

ନ୍ୟୁୟର୍କର ମ୍ୟାଡାମ୍ ତୁସାଡ୍ ବାବା ରାମଦେବଙ୍କ ୭.୪ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ମୂର୍ତ୍ତି ମହମରେ ନିର୍ମିତ । ଆଜି ବାବା ରାମଦେବଙ୍କ ଦ୍ୱାରା ଉନ୍ମୋଚିତ ହେବା ପରେ ଏହି ପ୍ରତିମୂର୍ତ୍ତି ଫେବୃଆରୀରେ ନ୍ୟୁୟର୍କର ମ୍ୟାଡାମ୍ ତୁସାଡଙ୍କ ମ୍ୟୁଜିଅମର ଶୋଭା ବର୍ଦ୍ଧନ କରିବ ।

 

The post ମ୍ୟାଡାମ୍ ତୁସାଡଙ୍କ ମ୍ୟୁଜିଅମରେ ଲାଗିବାକୁ ଯାଉଛି ଯୋଗ ଗୁରୁ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି, ୬ ବର୍ଷ ଧରି ତିଆରି ଚାଲିଥିଲା first appeared on Kanak News.

from Kanak News
via <a href="https://ifttt.com/?

୪୦ ଘଣ୍ଟା ପରେ ରାଞ୍ଚି ଫେରିଲେ ହେମନ୍ତ ସୋରେନ୍ ।  ଆସନ୍ତା କାଲି ଇଡି କାର୍ଯ୍ୟାଳୟରେ ବୟାନ ରେକର୍ଡ ପାଇଁ ଲେଖିଲେ ଚିଠି  । ସେପଟେ ପତ୍ନୀ କଳ୍ପନାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରାଞ୍ଚି  ଫେରିଛନ୍ତି । ୪୦ ଘଂଟା ପରେ ସେ ରାଞ୍ଚି ଫେରିଛନ୍ତି । ହଠାତ୍ ସେ ଦିଲ୍ଲୀରୁ ଗାୟବ ହୋଇଯାଇଥିଲେ । ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ୧୦ଥର ସମନ ଜାରି କରାଯାଇଛି । ଗତକାଲି ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲେ ଇଡି ଅଧିକାରୀ । ହେଲେ ତାଙ୍କୁ ନପାଇ ନିରାଶ ହୋଇ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲୁ କାରକୁ ଜବତ କରି ସାଙ୍ଗରେ ନେଇଥିଲେ । ଏହାପରେ ଇଡିର ଆଉ ଏକ ଟିମ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ସେପଟେ ହେମନ୍ତ ସୋରେନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖିଛନ୍ତି ।

 ଜମି ଦୁର୍ନୀତି ସମ୍ପର୍କିତ ଟଙ୍କା ହେରଫେର ମାମଲାରେ ତାଙ୍କୁ ପଚରାଉଚରା କରିବାକୁ ଇଡି ଖୋଜୁଥିବା ବେଳେ ଚିଠି ଲେଖିଛନ୍ତି ସୋରେନ । ସମନ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ବାଧା ଦେଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ବଜେଟ ପାଇଁ ସେ ବ୍ୟସ୍ତ ଥିବା କହିଛନ୍ତି । ଏବଂ ବୁଧବାର ଦିନ ଇଡି କାର୍ଯ୍ୟାଳୟରେ ନିଜର ବୟାନ ରେକର୍ଡ କରିବେ ବୋଲି କହିଛନ୍ତି ହେମନ୍ତ ସୋରେନ । ଇଡି ଚଢାଉକୁ ନେଇ ଉତେଜନା ବଢୁଥିବାରୁ ଝାଡଖଣ୍ଡ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ଓ ରାଜଭବନର ୧୦୦ମିଟର ପରିଧି ଭିତରେ ୧୪୪ଧାରା ଜାରି କରାଯାଇଛି । ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରୁ ନଗଦ ୩୬ ଲକ୍ଷ ଟଙ୍କା ଜବତ କରିଛି ଇଡି ।

The post ୪୦ ଘଣ୍ଟା ପରେ ରାଞ୍ଚି ଫେରିଲେ ହେମନ୍ତ ସୋରେନ୍ ।  ଆସନ୍ତା କାଲି ଇଡି କାର୍ଯ୍ୟାଳୟରେ ବୟାନ ରେକର୍ଡ ପାଇଁ ଲେଖିଲେ ଚିଠି  । ସେପଟେ ପତ୍ନୀ କଳ୍ପନାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

‘ରାସ୍ତାରେ ବିଛେଇଦେଲେ ଲ୍ୟାଣ୍ଡମାଇନ୍ : ବୋଲାନକୁ କବଜା କରିଥିବାର ଦାବି କଲେ ବାଲୁଚ ବିଦ୍ରୋହୀ  । ପାକିସ୍ତାନୀ ସେନା ସହ ଘମାଘୋଟ ସଂଘର୍ଷ

ଗତ ରାତିରୁ ବୋଲାନ ଏବଂ ଏହାର ଆଖପାଖ ଅଞ୍ଚଳରେ ବାଲୁଚିସ୍ତାନ ଲିବରେସନ୍ ଆର୍ମି ଏବଂ ପାକିସ୍ତାନୀ ସେନା ମଧ୍ୟରେ କ୍ରମାଗତ ଭାବେ ଯୁଦ୍ଧ ଚାଲିଛି । ତେବେ ପାକିସ୍ତାନୀ ପ୍ରଶାସନ କହିଛି ଯେ ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏବଂ ବର୍ତ୍ତମାନ ମାମଲା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ।

ବାଲୁଚିସ୍ତାନ ଲିବରେସନ ଆର୍ମି ମୁଖପାତ୍ର ଜୟନ୍ତ ବାଲୋଚ ପାକିସ୍ତାନୀ ପ୍ରଶାସନର ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସେମାନେ ବୋଲାନ ଏବଂ ଏହାର ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ନିୟନ୍ତ୍ରଣରେ ଅଛି । ପାକିସ୍ତାନୀ  ସେନା ସହ ଲଢେଇ ପାଇଁ ସେମାନେ ରାସ୍ତାରେ ଅନେକ ବିପଜ୍ଜନକ ଲ୍ୟାଣ୍ଡ ମାଇନ ବିଛେଇ ଦେଇଛନ୍ତି ।

ବିଏଲ୍ଏ ପକ୍ଷରୁ ଜାରି ଚେତାବନୀରେ କୁହାଯାଇଛି ଯେ ବାଲୁଚ୍ ଲିବରେସନ୍ ଆର୍ମିର ଏକ ବିଶିଷ୍ଟ ୟୁନିଟ୍ ସ୍ପେଶାଲ୍ ଟେକ୍ନିକାଲ୍ ଅପରେସନ୍ ସ୍କାଡ୍ ଅପରେସନ୍ ଡାଏରା-ଇ-ବୋଲାନ୍ ଅନ୍ତର୍ଗତ ବୋଲାନ୍ ମ୍ୟାଚ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଆଭ୍ୟନ୍ତରୀଣ ତଥା ବାହ୍ୟ ରାସ୍ତାକୁ ନିଜ ନିୟନ୍ତ୍ରଣକୁ ଆଣିଛି । ରାସ୍ତାରେ ଲ୍ୟାଣ୍ଡ ମାଇନ ବିଛା ଯାଇଛି । BLA କହିଛି ‘ତେଣୁ ଏହି ରାସ୍ତାରେ କୌଣସି ପ୍ରକାର ଯାତାୟାତ ନକରିବାକୁ ଆମେ ବାଲୁଚି ଲୋକଙ୍କୁ ପରାମର୍ଶ ଦେଉଛୁ ।’

ପାକିସ୍ତାନୀ ସେନା ଉପରେ ଆକ୍ରମଣରେ ୧୦ ଜଣଙ୍କୁ ମାରିଥିବାର ଦାବି

ଏହି ସଂଗଠନ ଏହା ମଧ୍ୟ ଦାବି କରିଛି ଯେ ସେମାନେ  ବୋଲାନରେ ଏକ ପାକିସ୍ତାନୀ ସେନା ଶିବିର ଉପରେ ଆକ୍ରମଣ କରିଛି । ସେହି ଆକ୍ରମଣରେ ୧୦ ରୁ ଅଧିକ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି । ଏହା ବ୍ୟତୀତ ମାଚ ସହର ବାଲୁଚ୍ ଲିବରେସନ୍ ଫାଇଟର୍ସଙ୍କ ଅଧୀନରେ ଅଛି । ବାଲୁଚି ଲିବରେସନ୍ ଆର୍ମିର ଏହି ଚେତାବନୀ ଚିଠି ବାଲୁଚିସ୍ତାନ ଏବଂ ଏହାର ଆଖପାଖ ପ୍ରଦେଶରେ ଆତଙ୍କ ସୃଷ୍ଟି କରିଛି କାରଣ ଏହି ସହର ଏବଂ ରାସ୍ତା ବାଲୁଚିସ୍ତାନକୁ ପାକିସ୍ତାନର ଅନ୍ୟ ସଡ଼କ ଏବଂ ସହର ସହିତ ଯୋଡିଥାଏ ।

The post ‘ରାସ୍ତାରେ ବିଛେଇଦେଲେ ଲ୍ୟାଣ୍ଡମାଇନ୍ : ବୋଲାନକୁ କବଜା କରିଥିବାର ଦାବି କଲେ ବାଲୁଚ ବିଦ୍ରୋହୀ  । ପାକିସ୍ତାନୀ ସେନା ସହ ଘମାଘୋଟ ସଂଘର୍ଷ first appeared on Kanak News.

from Kanak News
via <a href="https://ifttt.com/?

ସରକାରୀ ମେଡିକାଲ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି ହେଲା ବଣ୍ଡ୍ ନିୟମ । ପାଠ ପଢ଼ା ସରିବା ପରେ ୨ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ବାଧ୍ୟ ।

କନକ ବ୍ୟୁରୋ: ସରକାରୀ ମେଡିକାଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଣ୍ଡ୍ ନିୟମ କଡାକଡି କରାଯାଇଛି । ପାଠ ପଢା ସରିବା ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ବାଧ୍ୟ । ନହେଲେ ପାଠପଢା ସମୟରେ ପାଇଥିବା ଷ୍ଟାଇପେଣ୍ଡ ବା ଦରମାର ଦୁଇ ଗୁଣା ଟଙ୍କା ଦେବାକୁ ପଡ଼ିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ , ରାଜ୍ୟର ସରକାରୀ ମେଡିକାଲ କଲେଜ ବା ସର୍ବଭାରତୀୟ ସ୍ତରରେ କୋଟାରେ ଏମବିବିଏସ୍ ବା ବିଡିଏସ୍ ପଢିବାକୁ ହେଲେ ନୂଆ ବଣ୍ଡ ଦାଖଲ କରିବାକୁ ପଡ଼ିବ । ଏହି ବଣ୍ଡ ଅନୁସାରେ ପାଠ ପଢା ସରିବା ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ହେବ । ବଣ୍ଡ ଦାଖଲ ନକଲେ ନାଁ ଲେଖାଯାଇପାରିବ ନାହିଁ ବୋଲି ଡିଏମଇଡି ସ୍ପଷ୍ଟ କରିଛନ୍ତି । ଡିଏମ୍ଇଟିଙ୍କ ଠାରୁ ବଣ୍ଡ ସମ୍ପର୍କରେ କୌଣସି ସୂଚନା ନପାଇବା ପର୍ଯ୍ୟନ୍ତ ରାଜ୍ୟ ମେଡିକାଲ ପରିଷଦ ଏନ୍ଓସି ଦେଇପାରିବ ନାହିଁ । ଯଦି ପାଠପଢାର ୬ ମାସ ଭିତରେ ସରକାର ଚାକିରି ଦେବାରେ ବିଫଳ ହେବେ ତେବେ ବଣ୍ଡ ସର୍ତ୍ତାବଳୀ ରଦ୍ଦ ହେବ ।

The post ସରକାରୀ ମେଡିକାଲ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି ହେଲା ବଣ୍ଡ୍ ନିୟମ । ପାଠ ପଢ଼ା ସରିବା ପରେ ୨ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ବାଧ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ଲାଗୁଥିଲା ମୋ ସମୟ ସରି ଆସୁଛି । କାର ଦୁର୍ଘଟଣାକୁ ମୁହଁ ଖୋଲିଲେ ଋଷଭ ପନ୍ତ ।

କନକ ବ୍ୟୁରୋ : କାର ଦୁର୍ଘଟଣାକୁ ନେଇ ପ୍ରଥମଥର ମୁହଁ ଖୋଲିଛନ୍ତି ଭାରତୀୟ ୱିକେଟକିପର ବ୍ୟାଟର ଋଷଭ ପନ୍ତ । ଋଷଭ କହିଛନ୍ତି, ଜୀବନରେ ପ୍ରଥମଥର ପାଇଁ ମୋତେ ଏମିତି ଲାଗିଲା ଯେ, ଏହି ଦୁନିଆରେ ମୋ ସମୟ ଶେଷ ହୋଇଗଲା । କିନ୍ତୁ ମୁଁ ଭାଗ୍ୟବାନ ଥିଲି, କାରଣ ଏହି ଦୁର୍ଘଟଣା ଆହୁରି ବଡ ଭୟଙ୍କର ହୋଇଥାନ୍ତା । ଦୁର୍ଘଟଣା ପରେ ମୁଁ ବଞ୍ଚିଥିଲି । କେହି ମୋତେ ବଞ୍ଚାଇଦେଲେ । ମୁଁ ହସ୍ପିଟାଲରେ ଡାକ୍ତରଙ୍କୁ ପଚାରିଥିଲି ମୋତେ ଭଲ ହେବାକୁ କେତେ ସମୟ ଲାଗିବ । ଡାକ୍ତର କହିଥିଲେ, ଭଲ ହେବାକୁ ୧୬ରୁ ୧୮ ମାସ ସମୟ ଲାଗିବ । ସେତେବେଳେ ସ୍ଥିର କରି ନେଇଥିଲି କଠିନ ପରିଶ୍ରମ ବଳରେ ଖୁବଶୀଘ୍ର ପୁଣିଥରେ ସୁସ୍ଥ ହେବି ଏବଂ ପଡିଆକୁ ଫେରିବି । ସମସ୍ତଙ୍କୁ ପୁର୍ନଜନ୍ମ ମିଳେନି । ମୁଁ ଭାଗ୍ୟବାନ ଯେ ମୋତେ ପୁଣିଥରେ ନୂଆ ଜୀବନ ମିଳିଛି ।

ପନ୍ତଙ୍କର ଏହି ଆତ୍ମବିଶ୍ୱାସ ହିଁ ତାଙ୍କୁ ପୁଣିଥରେ ମୈଦାନକୁ ଖୁବଶୀଘ୍ର ଫେରାଇ ଆଣିଛି । ଋଷଭ ଏବେ ପୁଣିଥରେ ଜାତୀୟ ଦଳକୁ ଫେରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଗତ ଆଇପିଏଲ ନିଲାମୀରେ ଋଷଭ ପନ୍ତଙ୍କୁ ନିଲାମୀ ଟେବୁଲରେ ଦେଖିବାକୁ ମିଳିଥିଲା । ଦିଲ୍ଲୀ ଟିମ ପକ୍ଷରୁ ନିଲାମୀ ଟେବୁଲରେ ବସିଥିଲେ ଋଷଭ । ଆଗକୁ ଆଇପିଏଲ ରହିଛି । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ପୁଣିଥରେ ଟି-୨୦ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ଫେରିବାକୁ ଆଶା ରଖିଛନ୍ତି ଋଷଭ ପନ୍ତ । ଏପରିକି ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ସୌରଭ ଗାଙ୍ଗୁଲି ମଧ୍ୟ ଅନେକ ସମୟରେ ଋଷଭଙ୍କ ଆତ୍ମବିଶ୍ୱାସ ବଢାଇଛନ୍ତି । ଆସନ୍ତା ଆଇପିଏଲରେ ଋଷଭ ଦିଲ୍ଲୀ ପକ୍ଷରୁ ସ୍ପେଶାଲିଷ୍ଟ ବ୍ୟାଟର ଭାବେ ମୈଦାନକୁ ଓହ୍ଲାଇପାରନ୍ତି । କିଛି ମାସ ପାଇଁ ୱିକେଟକିପିଂରୁ ଦୂରେଇ ରହିପାରନ୍ତି ପନ୍ତ । ଯେହେତୁ କାର ଦୁର୍ଘଟଣାରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ୱିକେଟକିପିଂରୁ ପନ୍ତଙ୍କୁ ଦୂରେଇ ରଖିପାରେ ।

https://platform.twitter.com/widgets.jsଗତ ୨୦୨୨ ଡିସେମ୍ବର ୩୦ ତାରିଖ ଭୋର ସମୟରେ ପନ୍ତଙ୍କର ଗାଡି ହାଇୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡିଭାଇଡରରେ ପିଟିହେବା କାରଣରୁ ପନ୍ତଙ୍କ ଗାଡିରେ ନିଆଁ ଲାଗିବା ସହ ପୂରା ଜଳି ଯାଇଥିଲେ । ସୌଭାଗ୍ୟବସତଃ ପନ୍ତ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇ ଯାଇଥିଲେ । ତୁରନ୍ତ ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା । ପନ୍ତ କିଭଳି ଶୀଘ୍ର ସୁସ୍ଥ ହୋଇପାରିବେ ସେଥିପାଇଁ ବିସିସିଆଇ ପକ୍ଷରୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା । ପରେ ଏନସିଏରେ ରହି ଶାରୀରିକ ଅଭ୍ୟାସ ସହ ନିଜକୁ ଫିଟ୍ କରିଛନ୍ତି ପନ୍ତ । ଏବେ ଭାରତୀୟ କ୍ରିକେଟପ୍ରେମୀ ପନ୍ତଙ୍କ କମବ୍ୟାକକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।

The post ଲାଗୁଥିଲା ମୋ ସମୟ ସରି ଆସୁଛି । କାର ଦୁର୍ଘଟଣାକୁ ମୁହଁ ଖୋଲିଲେ ଋଷଭ ପନ୍ତ । first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ନେତାଙ୍କୁ ହତ୍ୟା ମାମଲା: ୧୫ ଜଣ ପିଏଫଆଇ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଳା କାଟି କରିଥିଲେ ନିର୍ମମ ହତ୍ୟା ।

କନକ ବ୍ୟୁରୋ: ବିଜେପି ନେତା ରଣଜିତ ଶ୍ରୀନିବାସଙ୍କୁ ହତ୍ୟା ମାମଲାରେ କେରଳ କୋର୍ଟଙ୍କ ବଡ ଘୋଷଣା । ଅଦାଲତ ପିଏଫଆଇର ୧୫ ଜଣ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୧ ଡିସେମ୍ବର ୧୯ରେ ବିଜେପି ନେତା ଶ୍ରୀନିବାସଙ୍କୁ ହତ୍ୟା କରାଯାଇଥିଲା। ଏବେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ୧୫ ଜଣ ସଦସ୍ୟଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବହୁଚର୍ଚ୍ଚିତ ଏହି ହତ୍ୟା ମାମଲାର ଶୁଣାଣି ପରେ ମାଭେଲିକରା ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ରାୟ ଶୁଣାଇଛନ୍ତି। ଏହି ହତ୍ୟାକାଣ୍ଡକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା। ସେପଟେ କେରଳ ରାଜନୀତି ମଧ୍ୟ ସରଗରମ ହୋଇଛି ।

ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଏହି ମାମଲାରେ ନାଇସମ, ଅଜମଲ, ଅନୁପ, ମହମ୍ମଦ ଅସଲମ, ଅବଦୁଲ କଲାମ ଓରଫ ସାଲେମ, ଜାଫରୁଦ୍ଦିନ, ମନଶାଦ, ଜସିବା ରାଜା, ନୱାସ, ସମୀର, ନାଜିର, ଜାକିର ହୁସେନ, ଶାଜି ପୁନାନ୍ଥୁଙ୍ଗଲ ଓ ଶେରନସ ଅଶରଫ ରହିଛନ୍ତି। ସେମାନେ ସମସ୍ତେ ଏବେ ନିଷିଦ୍ଧ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ଏବଂ ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (ଏସଡିପିଆଇ) ସହ ଜଡ଼ିତ ଥିଲେ। ଏବେ କେରଳ କୋର୍ଟ ଏହି ମାମଲାର ବିଚାର କରି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି।

The post ବିଜେପି ନେତାଙ୍କୁ ହତ୍ୟା ମାମଲା: ୧୫ ଜଣ ପିଏଫଆଇ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଳା କାଟି କରିଥିଲେ ନିର୍ମମ ହତ୍ୟା । first appeared on Kanak News.

from Kanak News
via <a href="https://ifttt.com/?

ବରିଷ୍ଠ କଂଗ୍ରେସ ନେତା ଲଢ଼ିବେନି ୨୦୨୪ ନିର୍ବାଚନ । ନରସିଂହ ମିଶ୍ର କହିଲେ, ତାଙ୍କ ବଦଳରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର ।

କନକ ବ୍ୟୁରୋ: ସୁର ରାଉତରାୟଙ୍କ ପରେ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ଲଢ଼ିବେନି ୨୦୨୪ ନିର୍ବାଚନ । ନରସିଂହ ମିଶ୍ର କହିଲେ, ତାଙ୍କ ବଦଳରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର । କହିଲେ ୫ଟି କର୍ମୀ ସମ୍ମିଳନୀ କରାଯାଇଥିଲା । ସମସ୍ତଙ୍କ ମତ ସାନ ପୁଅ ସମରେନ୍ଦ୍ର ବିଧାନସଭା ନିର୍ବାଚନ ଲଢୁ଼ । ଏଆଇସିସିକୁ ଏନେଇ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

The post ବରିଷ୍ଠ କଂଗ୍ରେସ ନେତା ଲଢ଼ିବେନି ୨୦୨୪ ନିର୍ବାଚନ । ନରସିଂହ ମିଶ୍ର କହିଲେ, ତାଙ୍କ ବଦଳରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର । first appeared on Kanak News.

from Kanak News
via <a href="https://ifttt.com/?

ଇଡି ଜାଲରେ ଛନ୍ଦି ହେବା ପରେ ହେମନ୍ତ ସୋରେନ୍ ଛାଡ଼ି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ । ପତ୍ନୀ କଳ୍ପନା ସୋରେନଙ୍କୁ ମିଳିପାରେ ଦାୟିତ୍ୱ ।

କନକ ବ୍ୟୁରୋ: ଇଡି ଜାଲରେ ଛନ୍ଦି ହେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଛାଡି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ । ଏହା ପରେ କିଏ ହେବେ ପରବର୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ହେମନ୍ତ ସୋରେନ୍ଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାଁ ସବୁଠୁ ଆଗରେ ରହିଛି । ଓଡ଼ିଶା ମୟୂରଭଞ୍ଜର ଝିଅ କଳ୍ପନା ସୋରେନ୍ ।

୨୦୦୬ ଫେବ୍ରୁଆରୀ ୭ରେ ହେମନ୍ତ ସୋରେନ୍ଙ୍କ ବିବାହ କରିଛନ୍ତି । ସେ ଏକ ଘରୋଇ ସ୍କୁଲର ପରିଚାଳନା କରୁଛନ୍ତି । ତାଙ୍କ ବାପା-ମାଆ ରାଜନୈତିକ ପରିବାରର ନୁହନ୍ତି । ହେଲେ ହେମନ୍ତ ସୋରେନ୍ଙ୍କୁ ବିବାହ କରିବା ପରଠାରୁ ୧୮ ବର୍ଷ ହେବ ସେ ରାଜନୀତିକୁ ଅତି ନିକଟରୁ ଦେଖୁଛନ୍ତି । ସ୍ୱାମୀ ହେମନ୍ତ ସୋରେନଙ୍କର ରାଜନୀତିରେ ଲମ୍ବା ଅନୁଭବ ରହିଛି । ଶ୍ୱଶୁର ଶିବୁ ସୋରେନ୍ ମଧ୍ୟ ରାଜନୀତିରେ ବେଶ୍ ଅଭିଜ୍ଞ ଓ ଧୁରୀଣ ଖେଳାଳି । ଏସବୁ ଦିଗ କଳ୍ପନାଙ୍କ ସପକ୍ଷରେ ଯାଉଛି । କଳ୍ପନା ମୁଖ୍ୟମନ୍ତ୍ରୀ ପଦରେ ରହିଲେ ମଧ୍ୟ ପ୍ରଚ୍ଛଦ ପଟରେ ରହି ହେମନ୍ତ ସୋରେନ୍ ହିଁ ଶାସନ ପରିଚାଳନା କରିବେ, ଏଥିରେ ସନ୍ଦେହ ନାହିଁ । ବିହାରରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ଲାଲୁ ପ୍ରସାଦ ଯାଦବ ବିବାଦୀୟ ହୋଇ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ପତ୍ନୀ ରାବଡି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ପ୍ରକୃତ କ୍ଷମତା ଉପଭୋଗ କରୁଥିଲେ ଲାଲୁ ପ୍ରସାଦ ଯାଦବ ।

ଓଡ଼ିଆ ଝିଅ ହେବେ ମୁଖ୍ୟମନ୍ତ୍ରୀ!
– କଳ୍ପନା ସୋରେନ୍ ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ସମ୍ଭାବନା ଅଧିକ
– ଓଡ଼ିଶା ମୟୂରଭଞ୍ଜର ଝିଅ କଳ୍ପନା ସୋରେନ୍
– ୨୦୦୬ ଫେବ୍ରୁଆରୀ ୭ରେ ହେମନ୍ତ ସୋରେନ୍ଙ୍କ ବିବାହ କରିଛନ୍ତି
– ଏକ ଘରୋଇ ସ୍କୁଲର ପରିଚାଳନା କରୁଛନ୍ତି କଳ୍ପନା ସୋରେନ୍
– ୧୮ ବର୍ଷ ହେବ ସେ ରାଜନୀତିକୁ ଅତି ନିକଟରୁ ଦେଖୁଛନ୍ତି
– ସ୍ୱାମୀ ହେମନ୍ତ ସୋରେନ୍ଙ୍କ ରାଜନୀତିରେ ଲମ୍ବା ଅନୁଭବ ରହିଛି
– ଶ୍ୱଶୁର ଶିବୁ ସୋରେନ୍ ମଧ୍ୟ ରାଜନୀତିରେ ବେଶ୍ ଅଭିଜ୍ଞ

The post ଇଡି ଜାଲରେ ଛନ୍ଦି ହେବା ପରେ ହେମନ୍ତ ସୋରେନ୍ ଛାଡ଼ି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ । ପତ୍ନୀ କଳ୍ପନା ସୋରେନଙ୍କୁ ମିଳିପାରେ ଦାୟିତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started