ବ୍ଲାକଲିଷ୍ଟ୍ ହୋଇଯିବ ଆପଣଙ୍କ ଫାଷ୍ଟଟ୍ୟାଗ୍! ତୁରନ୍ତ କରିନିଅନ୍ତୁ ଏହି କାମ

କନକ ବ୍ୟୁରୋ : ଯଦି ଆପଣଙ୍କର କାର୍ କିମ୍ବା ବଡ ଗାଡି ଅଛି ଆଉ ଆପଣ ଟୋଲ୍ ଟ୍ୟାକ୍ସ ଦେଉଛନ୍ତି ତେବେ ଆପଣଙ୍କ ପାଇଁ ବଡ ଖବର । ଆପଣଙ୍କ ଗାଡିରେ ଲାଗିଥିବା ଫାଷ୍ଟଟ୍ୟାଗ୍ ବ୍ଲାକ୍ ଲିଷ୍ଟ୍ ହେବାକୁ ଯାଉଛି । ନ୍ୟାସନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଏଆଇ) କିଛି ଫାଷ୍ଟଟ୍ୟାଗକୁ ବ୍ଲାକ୍ ଲିଷ୍ଟ୍ କରିବାକୁ ଯାଉଛନ୍ତି । ଯଦି ଆପଣଙ୍କର ବି ଫାଷ୍ଟଟ୍ୟାଗ୍ ବ୍ଲାକ୍ ଲିଷ୍ଟ୍ ହେଉଛି ଏବଂ ଆପଣ ଟୋଲ ପ୍ଲାଜା ଦେଇ ଗତି କରୁଛନ୍ତି ତେବେ ସେଠାରେ ଆପଣଙ୍କୁ ପେନାଲ୍ଟି ବା ଫାଇନ୍ ଦେବାରୁ ପଡିପାରେ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଫାଷ୍ଟଟ୍ୟାଗ୍ ସୁରକ୍ଷିତ ଅଛି କି ନାହିଁ । ଯଦି ସୁରକ୍ଷିତ ନଥିବ ତାହେଲେ କଣ କରିବାକୁ ପଡିବ ।
ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ କହୁଯାଇଛି କି, ଯେଉଁମାନଙ୍କ ଫାଷ୍ଟଟ୍ୟାଗ୍ ଆଧାର କାର୍ଡ ସହ ଲିଙ୍କ୍ ନାହିଁ ସେମାନଙ୍କ ଫାଷ୍ଟଟ୍ୟାଗକୁ ବ୍ଲାକ୍ ଲିଷ୍ଟ୍ କରିଦିଆଯିବ । କାରଣ ଆଧାର ସହ ଲିଙ୍କ୍ ନହେବା କାରଣରୁ ଫାଷ୍ଟଟ୍ୟାଗରୁ ଅପ ବ୍ୟବହାର ହେଉଛି । ତେଣୁ ଆଧାର ସହ ଲିଙ୍କ୍ ନଥିବା ଫାଷ୍ଟଟ୍ୟାଗ୍ ଗୁଡିକୁ ବ୍ଲାକ୍ ଲିଷ୍ଟ୍ କରିଦିଆଯିବ ।
ଏମିତି କରନ୍ତୁ କେୱାଇସି :
ଆପଣ https// fastag. ihmcl.com/  ୱେବସାଇଟ୍ ଯାଇ ରେଜିଷ୍ଟର କରିପାରିବେ । ଏହାକୁ ଲଗଇନ୍ କରିବା ପାଇଁ ମୋବାଇଲ୍ ନମ୍ବର ଦେଇ ଓଟିପି ମାଧ୍ୟମରେ ଲଗ୍ ଇନ୍ କରିପାରିବେ । ଏହା ପରେ ଡ୍ୟାସବୋର୍ଡ ମେନ୍ୟୁରେ ମାଇଁ ପ୍ରୋଫାଇଲ୍ ବିକଳ୍ପ ଆସିବ । ପରେ କେୱାଇସି ସବ୍-ସେକ୍ସନକୁ ଯାଆନ୍ତୁ । ଏଠାରେ ଆଇଡି ପ୍ରୁଫ୍, ଠିକଣା, ଫଟୋ ଅପଲୋଡ୍ କରି ସବମିଟ୍ କରିବାକୁ ପଡିବ ଏହା ପରେ କେୱାଇସି ହୋଇଯିବ । ଏହା ପରେ ଆପଣ ଯେଉଁ କମ୍ପାନୀର ଫାଷ୍ଟଟ୍ୟାଗ୍ ବ୍ୟବହାର କରୁଥିବେ । ସେହି କମ୍ପାନୀର ଆପ ଡାଉନଲୋଡ୍ କରି ଆପ୍ ସାହାଯ୍ୟରେ ମଧ୍ୟ କେୱାଇସି କରିପାରିବେ

The post ବ୍ଲାକଲିଷ୍ଟ୍ ହୋଇଯିବ ଆପଣଙ୍କ ଫାଷ୍ଟଟ୍ୟାଗ୍! ତୁରନ୍ତ କରିନିଅନ୍ତୁ ଏହି କାମ first appeared on Kanak News.

from Kanak News
via <a href="https://ifttt.com/?

ମାଲଦ୍ୱୀପରେ ‘ଖେଲା ସୁରୁ’ । ଭାରତ ବିରୁଦ୍ଧରେ ବିଷ ଓଗାଳୁଥିବା ରାଷ୍ଟ୍ରପତି ମୁଇଜୁଙ୍କ ଚେୟାର ବିପଦରେ ।

ଭାରତ ବିରୋଧୀ ଆଭିମୁଖ୍ୟ ରଖୁଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ରାଜନୈତିକ ସ୍ଥିତି ଧୀରେ ଧୀରେ ବିପଦ ଆଡକୁ ଯାଉଛି । ବିରୋଧୀ ଦଳ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ।

ସର୍ବଦା ଭାରତକୁ  ବିରୋଧ କରି ଆସୁଥିବା ମାଲଦ୍ୱୀପ ରାଷ୍ଟ୍ରପତି ମୁଇଜୁ ନିଜ ଚେୟାରକୁ ବିପଦରେ ପକାଇ ଦେଇଛନ୍ତି । ଭାରତ ବିରୋଧୀ ଆଭିମୁଖ୍ୟ ରଖୁଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ରାଜନୈତିକ ଅବସ୍ଥା ଏବେ ଖୁବ ଦୁର୍ବଳ ହୋଇଯାଇଛି । ବିରୋଧୀ ଦଳ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । କୌତୁହଳର ବିଷୟ ଯେ ମାଲଦ୍ୱୀପ ସଂସଦରେ ମୋଇଜୁଙ୍କ ପାର୍ଟି ନ୍ୟାସନାଲ ଡେମୋକ୍ରାଟିକ୍ କଂଗ୍ରେସର ସଂଖ୍ୟାଗରିଷ୍ଠତା ନାହିଁ। ଏଭଳି ପରିସ୍ଥିତିରେ ଯଦି ବିରୋଧୀ ଦଳ ନିଜ ଆଭିମୁଖ୍ୟରେ ଅଡି ବସନ୍ତି ତେବେ ଆଗାମୀ ଦିନରେ ମୁଇଜୁଙ୍କୁ ତାଙ୍କ ଚେୟାର ହରାଇବାକୁ ପଡିପାରେ।

ମାଲଦ୍ୱୀପ ରାଷ୍ଟ୍ରପତି ମୁଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି । ତାଙ୍କ କ୍ୟାବିନେଟର ଦୁଇ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଏହା ପରେ ମୁଇଜୁ ସରକାର ମାଲଦ୍ୱୀପରୁ ସେନା ପ୍ରତ୍ୟାହାର କରିବାକୁ ଭାରତକୁ ଏକ ସମୟସୀମା ଦେଇଥିଲେ । ମୁଇଜୁଙ୍କ ଏହି ଭାରତ ବିରୋଧୀ ଆଭିମୁଖ୍ୟକୁ ମାଲଦ୍ୱୀପରେ ବିରୋଧ କରାଯାଉଛି ।

ମାଲଦ୍ୱୀପ ସଂସଦରେ ବହୁମତ ଥିବା ମୁଖ୍ୟ ବିରୋଧୀ ଦଳ MDP ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ମହାଭିଯୋଗ ପ୍ରସ୍ତାବ ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥି ସହ ସୋମବାର ଦିନ ସଂସଦରେ ତିନିଜଣ ସଦସ୍ୟଙ୍କୁ ତାଙ୍କ କ୍ୟାବିନେଟରେ ଆଣିବାକୁ ଭୋଟ୍ ବିଭାଗରେ ଅନୁମୋଦନ ଦିଆଯାଇ ନାହିଁ । ଏହାପୂର୍ବରୁ ରବିବାର ଦିନ ଚାଇନା ସମର୍ଥକ ରାଷ୍ଟ୍ରପତି କ୍ୟାବିନେଟର ଚାରିଜଣ ସଦସ୍ୟଙ୍କ ଅନୁମୋଦନକୁ ନେଇ ସରକାର ସମର୍ଥକ ସାଂସଦ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ସଂସଦରେ ନମ୍ବର ଗେମ

ମାଲଦ୍ୱୀପର ସଂସଦ ପିପୁଲ୍ସ ମଜଲିସ୍ ଭାବରେ ଜଣାଶୁଣା । ଏଥିରେ ସମୁଦାୟ ୮୦ ଜଣ ସଦସ୍ୟ ଅଛନ୍ତି । ମୁଖ୍ୟ ବିରୋଧୀ ଦଳ ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟିର ୪୨ ଜଣ ସଦସ୍ୟ ଅଛନ୍ତି । ଅନ୍ୟ ଏକ ଦଳ, ଡେମୋକ୍ରାଟ୍ସଙ୍କର ମୋଟ ୧୩ ଜଣ  ସଦସ୍ୟ ଅଛନ୍ତି । ଏହି ଦୁଇ ଦଳ ରାଷ୍ଟ୍ରପତି ମୁଇଜୁଙ୍କ ବିରୋଧରେ ହାତ ମିଳାଇଛନ୍ତି । ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାସ୍ କରିବାକୁ ୫୪  ସାଂସଦ (ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା) ଆବଶ୍ୟକ ହେବ । ଯଦି ଆମେ ବିରୋଧୀ ଦଳ ମଧ୍ୟରେ ମେଣ୍ଟକୁ ଦେଖିବା, ତେବେ ସେମାନଙ୍କ ପାଖରେ ଏହି ମ୍ୟାଜିକ ନମ୍ବର ଅଛି । ଯଦି ଆଉ କୌଣସି ଘୋଡା ବେପାର ନହୁଏ ତେବେ ରାଷ୍ଟ୍ରପତି ମୁଇଜୁଙ୍କ ପଦବୀ ନିଶ୍ଚିତ ବିପଦରେ ପଡିପାରେ ।

ଗତ ବର୍ଷ ଶାସନର ଡୋରି ଧରିଥିଲେ ମୁଇଜୁ

ଗତ ବର୍ଷ ସେପ୍ଟେମ୍ବରରେ ହେଇଥିବା ରାଷ୍ଟ୍ରପତି ନିର୍ବାଚନରେ ​​ମୁଇଜୁ ଭାରତ ସହ ଭଲ ସମ୍ପର୍କ ରଖିଥିବା ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କୁ ପରାସ୍ତ କରିଥିଲେ । ‘ସନ୍ ଡଟ୍ କମ୍’ ଜଣେ MDP ସାଂସଦଙ୍କ ସୂତ୍ରରୁ କହିଛି ଯେ ଡେମୋକ୍ରାଟ୍ସଙ୍କ ସହଭାଗିତାରେ MDP ମହାଭିଯୋଗ ପ୍ରସ୍ତାବ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଦସ୍ତଖତ ସଂଗ୍ରହ କରିଛନ୍ତି । ତେବେ ସେ ଏପର୍ଯ୍ୟନ୍ତ ଏହାକୁ ଦାଖଲ କରିନାହାଁନ୍ତି । ‘ଦି ଏଡିସନ୍, ଏମ୍.ଭି’ ଖବର ଅନୁଯାୟୀ ସୋମବାର ଅନୁଷ୍ଠିତ ଏମଡିପି ସଂସଦୀୟ ଦଳର ବୈଠକରେ ମହାଭିଯୋଗ ପ୍ରସ୍ତାବ ଦାଖଲ କରିବାର ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି ।

 

The post ମାଲଦ୍ୱୀପରେ ‘ଖେଲା ସୁରୁ’ । ଭାରତ ବିରୁଦ୍ଧରେ ବିଷ ଓଗାଳୁଥିବା ରାଷ୍ଟ୍ରପତି ମୁଇଜୁଙ୍କ ଚେୟାର ବିପଦରେ । first appeared on Kanak News.

from Kanak News
via <a href="https://ifttt.com/?

ପାଣି ପାଇଁ ଉତ୍ତେଜନା । ପଞ୍ଚାୟତ ଅଫିସରେ ସରପଞ୍ଚ, ସ୍ଥାନୀୟ ଲୋକ ମୁହାଁମୁହିଁ । କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଘଟଣା ।

କନକ ବ୍ୟୁରୋ: ପାଣି ପାଇଁ ଉତ୍ତେଜନା । ପଞ୍ଚାୟତ ଅଫିସରେ ସରପଞ୍ଚ , ସ୍ଥାନୀୟ ଲୋକ ମୁହାଁମୁହିଁ । କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦରପୁର ପଞ୍ଚାୟତର ୧୨ ନମ୍ବର ୱାର୍ଡରେ ପିଇବା ପାଣିର ଅଭାବ । ସୀମା ଲଂଘୁଛି ଗାଁ ଲୋକଙ୍କ ଅସୁବିଧା । ପାଣି ପାଇଁ ନାନା ସମସ୍ୟା ଭୋଗୁଛନ୍ତି ଲୋକ । ସରପଞ୍ଚଙ୍କୁ ଅଭିଯୋଗ ଜଣାଇବାକୁ ଏକାଠି ହୋଇ ପଞ୍ଚାୟତ ଅଫିସ ଯାଇଥିଲେ । ସରପଞ୍ଚଙ୍କୁ ଭେଟି ଅଭିଯୋଗ କରିବା ସମୟରେ ମୁହାଁମୁହିଁ ହୋଇଥିଲେ ଗାଁଲୋକ- ସରପଞ୍ଚ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

The post ପାଣି ପାଇଁ ଉତ୍ତେଜନା । ପଞ୍ଚାୟତ ଅଫିସରେ ସରପଞ୍ଚ, ସ୍ଥାନୀୟ ଲୋକ ମୁହାଁମୁହିଁ । କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ଗାଁ ସାଥୀଙ୍କ ନିଆରା ପ୍ରତିବାଦ । ଭଜନ କୀର୍ତ୍ତନ କରି ସରକାରଙ୍କୁ ସମାଲୋଚନା । ୩ ଦଫା ଦାବି ନେଇ ଆନ୍ଦୋଳନ ।

କନକ ବ୍ୟୁରୋ: ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ । ଭଜନ ସଂକୀର୍ତନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଗାଁ ସାଥୀ । ଗୀତ ମାଧ୍ୟମରେ ସରକାରଙ୍କୁ ସେମାନଙ୍କ ଦାବି ଜଣାଇଛନ୍ତି । ଗାନ୍ଧୀମାର୍ଗରେ ହୋମଯଜ୍ଞ ମଧ୍ୟ କରିଛନ୍ତି । ମାସକୁ ୧୦ ହଜାରରୁ ଅଧିକ ପ୍ରୋତ୍ସାହନ ରାଶି ସହ ଅନ୍ୟ ତିନିଟି ଦାବି ପୂରଣ ପାଇଁ ଗାଁ ସାଥୀମାନେ ଦାବି କରିଛନ୍ତି । ପୂରଣ ନହେଲେ ଆସନ୍ତା ୫ ତାରିଖରେ ବିଶାଳ ସମାବେଶ କରିବାକୁ ଗାଁ ସାଥୀ ସଂଘ ନିଷ୍ପତ୍ତି ନେଇଛି । ଦାବି ପୂରଣ ନହେବା ଯାଏଁ ଲଢେଇ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

The post ରାଜଧାନୀରେ ଗାଁ ସାଥୀଙ୍କ ନିଆରା ପ୍ରତିବାଦ । ଭଜନ କୀର୍ତ୍ତନ କରି ସରକାରଙ୍କୁ ସମାଲୋଚନା । ୩ ଦଫା ଦାବି ନେଇ ଆନ୍ଦୋଳନ । first appeared on Kanak News.

from Kanak News
via <a href="https://ifttt.com/?

ଚାକିରୀ ପାଇଁ ଜମି ଦୁର୍ନୀତି ମାମଲା । ଲାଲୁ ଯାଦବଙ୍କ ପରେ ଇଡିରେ ହାଜର ହେଲେ ପୁଅ ତେଜସ୍ୱୀ ଯାଦବ ।

କନକ ବ୍ୟୁରୋ: ବିହାରରେ ଆରଜେଡି, ଜେଡିୟୁ ମେଣ୍ଟ ସରକାର ପତନ ପରେ ଦୁର୍ନୀତି ଅଭିଯୋଗ ଥିବା ନେତାଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ପ୍ରଥମେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ପରେ ଏବେ ତେଜସ୍ୱୀ ଯାଦବଙ୍କ ପାଳି । ସମନ ପରେ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ।

ପାଟନା ଇଡି କାର୍ଯ୍ୟାଳୟ ବାହାରେ ଆରଜେଡି କର୍ମୀ ହଙ୍ଗାମା କରିଛନ୍ତି । କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ହୋହାଲ୍ଲା ଭିତରେ ହାଜର ହୋଇଛନ୍ତି ତେଜସ୍ୱୀ । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା । ଗତକାଲି ଏହି ମାମଲାରେ ଇଡିରେ ହାଜର ହୋଇଥିଲେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ । ପାଟନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ମାରାଥନ ଜେରା କରାଯାଇଥିଲା । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲା ତଦନ୍ତକାରୀ ସଂସ୍ଥା । ୧୦ଘଣ୍ଟା ଧରି ଲାଲୁଙ୍କୁ ପ୍ରାୟ ୭୦ଟି ପ୍ରଶ୍ନ ପଚରାଯାଇଛି ।

The post ଚାକିରୀ ପାଇଁ ଜମି ଦୁର୍ନୀତି ମାମଲା । ଲାଲୁ ଯାଦବଙ୍କ ପରେ ଇଡିରେ ହାଜର ହେଲେ ପୁଅ ତେଜସ୍ୱୀ ଯାଦବ । first appeared on Kanak News.

from Kanak News
via <a href="https://ifttt.com/?

କେଉଁଠି ଅଛନ୍ତି ହେମନ୍ତ ସୋରେନ? ଇଡିର ତନାଘନା । ରାଞ୍ଚିର ୩ଟି ସ୍ଥାନରେ ଲାଗିଲା ୧୪୪ ଧାରା ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ସେ କେବେ ଓ କେମିତି ଆସିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ସେ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ କାର୍ୟ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପଟେ ସୋରେନଙ୍କ ଫେରିବାକୁ ନେଇ ଏବେ ବି ସନ୍ଦେହ ଜାରି ରହିଛି । ତେବେ ଗତକାଲି ରାତିରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିବା ସୂଚନା ରହିଛି ।

ଅନ୍ୟପଟେ ଏହା ମଧ୍ୟ କୁହାଯାଉଛି ଯେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଞ୍ଜାବରେ ଅଛନ୍ତି। ତାଙ୍କ ଗିରଫଦାରୀର ଯଥେଷ୍ଟ ସମ୍ଭାବନା ଥିବାରୁ ଝାଡ଼ଖଣ୍ଡରେ ସମର୍ଥକଙ୍କ ଆନ୍ଦୋଳନ ଜୋରଦାର ହୋଇଥିବା ବେଳେ ରାଞ୍ଚିର ୩ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଇଡି କାର୍ୟ୍ୟାଳୟ ଓ ରାଜଭବନର ୧୦୦ ମିଟର ଭିତରେ ୧୪୪ ଧାରା ଜାରି କରାଯାଇଛି। ରାତି ୧୦ଟା ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜଣାପଡିଛି ।

The post କେଉଁଠି ଅଛନ୍ତି ହେମନ୍ତ ସୋରେନ? ଇଡିର ତନାଘନା । ରାଞ୍ଚିର ୩ଟି ସ୍ଥାନରେ ଲାଗିଲା ୧୪୪ ଧାରା । first appeared on Kanak News.

from Kanak News
via <a href="https://ifttt.com/?

ଆଜି ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଆସନ୍ତା ନିର୍ବାଚନରେ ଅହିଂସାକୁ ଆଧାର କରି କଂଗ୍ରେସ ନିର୍ବାଚନ ମୈଦାନକୁ ଓହ୍ଳାଇବ ବୋଲି କହିଲେ ପିସିସି ସଭାପତି ।

କନକ ବ୍ୟୁରୋ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ସତ୍ୟ ଓ ଅହିଂସାର ଜନକଙ୍କୁ ମନେ ପକାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମହାତ୍ମା ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ । ସେହିପରି କଂଗ୍ରେସ ଭବନ ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସମେତ ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଛନ୍ତି କଂଗ୍ରେସ ନେତା । କଂଗ୍ରେସ ଦଳ ଅହିଂସା ମାର୍ଗରେ ଚାଲିବାକୁ ବିଶ୍ୱାସ କରେ, ଆସନ୍ତା ସାଧାରଣ ନିର୍ବାଚନରେ ବି ଅହିଂସାକୁ ଆପଣେଇ ନିର୍ବାଚନ ମୈଦାନକୁ ଓହ୍ଳାଇବ ବୋଲି କହିଛନ୍ତି ପିସିସି ସଭାପତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ସୁର ରାଉତରାୟଙ୍କ ସମେତ ବହୁ ବରିଷ୍ଠ କର୍ମୀ ସାମିଲ ହୋଇଥିଲେ ।

The post ଆଜି ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଆସନ୍ତା ନିର୍ବାଚନରେ ଅହିଂସାକୁ ଆଧାର କରି କଂଗ୍ରେସ ନିର୍ବାଚନ ମୈଦାନକୁ ଓହ୍ଳାଇବ ବୋଲି କହିଲେ ପିସିସି ସଭାପତି । first appeared on Kanak News.

from Kanak News
via <a href="https://ifttt.com/?

ପଣ୍ଡିତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ହୋମଯଜ୍ଞ ଓ ଚଣ୍ଡୀପାଠରେ କମ୍ପୁଛି ସମଲେଇ ପୀଠ । ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ମାଙ୍କ ପୀଠରେ ଚାଲିବ ଯଜ୍ଞ ।

କନକ ବ୍ୟୁରୋ: ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ପରେ ଜମୁଛି ଲୋକଙ୍କ ଭିଡ । ଭବ୍ୟ ପୀଠରେ ଚାଲିଛି ଦିବ୍ୟ ଉପାସନା । ସୁନ୍ଦର ଆଧ୍ୟାତ୍ମିକ ପରିବେଶ ମାଆଙ୍କ ଦର୍ଶନ କରି ଆତ୍ମତୃପ୍ତି ଅନୁଭବ କରୁଛନ୍ତି ଭକ୍ତ । ଆଉ ସମଲେଇ ପ୍ରକଳ୍ପକୁ ନେଇ ଅନୁଭୁତି ବଖାଣିଛନ୍ତି ଶ୍ରଦ୍ଧାଳୁ । ସେପଟେ ପ୍ରକଳ୍ପ ଉଦଘାଟନର ୩ ଦିନ ପରେ ବି ଚାଲିଛି ହୋମଯଜ୍ଞ । ସକାଳୁ ସକାଳୁ ସୂର୍ଯ୍ୟପୂଜା ପରେ ପୁରୋହିତଙ୍କ ଦ୍ୱାରା ମନ୍ତ୍ରୋଚାରଣ ଚାଲିଛି । ୫ଟି ଯଜ୍ଞ କୁଣ୍ଡରେ ମା’ଙ୍କ ଆବାହନ ଚାଲିଛି । ଆସନ୍ତା ୩୧ ତାରିଖରେ ଯଜ୍ଞର ପୂର୍ଣ୍ଣାହୂତି ଅନୁଷ୍ଠିତ ହେବ ।

The post ପଣ୍ଡିତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ହୋମଯଜ୍ଞ ଓ ଚଣ୍ଡୀପାଠରେ କମ୍ପୁଛି ସମଲେଇ ପୀଠ । ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ମାଙ୍କ ପୀଠରେ ଚାଲିବ ଯଜ୍ଞ । first appeared on Kanak News.

from Kanak News
via <a href="https://ifttt.com/?

୨୦୦ ଆସନରେ ବି ଜିତିପାରିବନି ବିଜେପି, ପ୍ରଭୁ ଶ୍ରୀରାମ ବି ବଞ୍ଚାଇବେନି । ବିଜେପି ଓ ନୀତିଶଙ୍କ ଉପରେ ବର୍ଷିଲେ ସଞ୍ଜୟ ରାଉତ ।

କନକ ବ୍ୟୁରୋ : ବିଜେପି ସହ ମିଶି ନୀତିଶ କୁମାର ବିହାରରେ ସରକାର ଗଠନ କରିବା ପରେ ବର୍ଷିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ । ବିଜେପିକୁ ଟାର୍ଗେଟ କରି ସଞ୍ଜୟ କହିଛନ୍ତି, ଶିବସେନାରେ ଫାଟ ସୃଷ୍ଟି କର, ହେମନ୍ତ ସୋରେନ ଓ କେଜ୍ରିୱାଲଙ୍କ ଉପରେ ଚଢାଉ କର, ବିଜେପି ଏଭଳି ନାଟକ କେତେଦିନ କରିବ । ଆଗାମୀ ନିର୍ବାଚନରେ ୪୦୦ ଆସନ ତ ଛାଡ ୨୦୦ ଆସନ ବି ହାସଲ କରିପାରିବନି ବିଜେପି । ପ୍ରଭୁ ଶ୍ରୀରାମ ବି ବିଜେପିକୁ ବଞ୍ଚାଇବେନି ।

ଏହାପୂର୍ବରୁ ସୋମବାର ମଧ୍ୟ ନୀତିଶଙ୍କୁ ଟାର୍ଗେଟ କରି ସଞ୍ଜୟ କହିଥିଲେ, ଯଦି କେହି ଭାବୁଥାନ୍ତି ନୀତିଶ ଯିବା ଦ୍ୱାରା ଇଣ୍ଡିଆ ମେଣ୍ଟ ଦୁର୍ବଳ ହୋଇଯିବ ତେବେ ତାହା ଭୁଲ । ବାସ୍ତବରେ ଏଭଳି ଲୋକ ଯିବା ଦ୍ୱାରା ମେଣ୍ଟ ଆହୁରି ଦୃଢ ଓ ମଜବୁତ ହେବ । ନୀତିଶ କୁମାର ଏକାକୀ ବିହାରୀ ନୁହନ୍ତି । ନୀତିଶ କୁମାର ବିଜେପିର ଅସଲି ଚେହେରାକୁ ଚିହ୍ନି ନାହାନ୍ତି । ବିଜେପି ତାଙ୍କୁ ଶେଷ କରିବାକୁ ଯାଉଛି । ବିହାରର ପରିଚୟକୁ ନଷ୍ଟ କରିବାକୁ ବିଜେପି ଏଭଳି ଚାଲ ଚଳାଇଛି ।

ନୀତିଶ କୁମାରଙ୍କୁ ସର୍କସକୁ ଯିବା ଆବଶ୍ୟକ । କାରଣ ସର୍କସରେ ତାଙ୍କର ଅଚ୍ଛେଦିନ ଆସିବ । ନୀତିଶ ପଲଟୁରାମ ସର୍କସ କରିବା ଉଚିତ୍ ଏବଂ ତାହାର ରିଙ୍ଗମାଷ୍ଟରର ଦାୟିତ୍ୱ ବିଜେପି ହାତରେ ଦେବା ଆବଶ୍ୟକ ବୋଲି କହିଛନ୍ତି ସଞ୍ଜୟ ରାଉତ ।

The post ୨୦୦ ଆସନରେ ବି ଜିତିପାରିବନି ବିଜେପି, ପ୍ରଭୁ ଶ୍ରୀରାମ ବି ବଞ୍ଚାଇବେନି । ବିଜେପି ଓ ନୀତିଶଙ୍କ ଉପରେ ବର୍ଷିଲେ ସଞ୍ଜୟ ରାଉତ । first appeared on Kanak News.

from Kanak News
via <a href="https://ifttt.com/?

କ୍ଲିନିକରେ ଝୁଲି ପଡ଼ିଲେ ଯୁବତୀ । ‘ମୃତ୍ୟୁକୁ ଅପେକ୍ଷା’ ଲେଖି ହ୍ୱାଟସ ଆପରେ ରଖିଥିିଲେ ଷ୍ଟାଟସ୍ ।

କନକ ବ୍ୟୁରୋ: ମୋବାଇଲରେ ଷ୍ଟାଟସ୍ ଦେଇ ସୁଇସାଇଡ୍ । ବେକରେ ଓଢଣୀ ଲଗାଇ ଝୁଲିପଡ଼ିଲେ ଯୁବତୀ । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଏକ କ୍ଲିନିକରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣଙ୍କ ସେହି କ୍ଲିନିକରେ କାମ କରୁଥିଲେ । ଗତକାଲି ରାତିରେ ସେ ଆତ୍ମହତ୍ୟା କରିଛନ୍ତି । ଏହା ପୂର୍ବରୁ ସେ ହ୍ୱାଟ୍ସଆପରେ ଏକ ଷ୍ଟାଟସ୍ ଛାଡିଥିଲେ । ଯେଉଁଥିରେ ଲେଖାଥିଲା ‘ଆଇ ଆମ୍ ୱେଟିଂ ଫୋର୍ ମାଇଁ ଡେଥ୍’ । ଏହାର କିଛି ସମୟ ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ପ୍ରେମ ବ୍ୟାପାରକୁ ନେଇ ସେ ଆତ୍ମହତ୍ୟା କରୁଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । କ୍ଲିନିକ୍ର କିଛି କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରୁଛି ।

The post କ୍ଲିନିକରେ ଝୁଲି ପଡ଼ିଲେ ଯୁବତୀ । ‘ମୃତ୍ୟୁକୁ ଅପେକ୍ଷା’ ଲେଖି ହ୍ୱାଟସ ଆପରେ ରଖିଥିିଲେ ଷ୍ଟାଟସ୍ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started