ମହାନଦୀ ଭିତରେ ଫସିଗଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡ଼ା ବାହାକୁଦରୁ ପାରାଦୀପ ଯିବା ବେଳେ ଇଞ୍ଜିନ୍ ଖରାପ ଯୋଗୁଁ ଫସି ରହିଲା ୨ ଡ଼ଙ୍ଗା ।

କନକ ବ୍ୟୁରୋ: ମହାନଦୀରେ ଫସିଗଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବାହାକୂଦ ମୂଷାଡ଼ିଆ ଫେରିଘାଟର ୨ଟି ଡଙ୍ଗା ଆଜି ଭୋରରୁ ମହାନଦୀରେ ଫସିରହିଥିଲା । ଶହେରୁ ଅଧିକ ଯାତ୍ରୀଙ୍କୁ ନେଇ ବାହାକୂଦ ପଟୁ ପାରାଦୀପ ଅଭିମୁଖେ ଯାଉଥିବା ୨ଟି ଡଙ୍ଗାର ଇଞ୍ଜିନରେ ତ୍ରୁଟି ଯୋଗୁଁ ଅଚଳ ହୋଇଯାଇଥିଲା । ମହାନଦୀ ମଝିରେ ପ୍ରାୟ ୩ଘଣ୍ଟା ଧରି ଡଙ୍ଗା ଦୁଇଟି ଅଟକି ରହିଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।

The post ମହାନଦୀ ଭିତରେ ଫସିଗଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡ଼ା ବାହାକୁଦରୁ ପାରାଦୀପ ଯିବା ବେଳେ ଇଞ୍ଜିନ୍ ଖରାପ ଯୋଗୁଁ ଫସି ରହିଲା ୨ ଡ଼ଙ୍ଗା । first appeared on Kanak News.

from Kanak News
via <a href="https://ifttt.com/?

ଏସଡିଏମ୍ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ । ଅନ୍ୟ ଝିଅଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ଥିବା ଜାଣି ବ୍ୟାଙ୍କ ଓ ଚାକିରୀରେ ରଖିନଥିଲେ ନୋମିନି । ସାମ୍ନାକୁ ଆସିଲା ହତ୍ୟାର କାରଣ ।

କନକ ବ୍ୟୁରୋ: ବ୍ୟାଙ୍କରେ ଥିବା ଜମା ରାଶିରେ ନୋମିନି ନକରିବାରୁ ଜଣେ ମହିଳା ଉପଖଣ୍ଡ ମାଜିଷ୍ଟ୍ରେଟ୍‌ (ଏସଡିଏମ୍‌)ଙ୍କୁ ତାଙ୍କର ସ୍ୱାମୀ କରିଥିବ ଜଣାପଡିଛି । ସାମାଜିକ ଗଣମାଧ୍ୟମରେ ମନୀଷ ଶର୍ମା(୪୫)ଙ୍କ ସହ ମଧ୍ୟପ୍ରଦେଶ ଦିଣ୍ଡୋରି ଜିଲ୍ଲାର ସାହାପୁରାର ଉପଖଣ୍ଡ ମାଜିଷ୍ଟ୍ରେଟ୍‌ ନିଶା ଶର୍ମାଙ୍କର ପରିଚୟ ହୋଇଥିଲା। କ୍ରମେ ଉଭୟଙ୍କ ମଧ୍ୟ‌ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ‌ଶେଷରେ ୨୦୨୦ରେ ସେମାନେ ବିବାହ ବନ୍ଧନ‌ରେ ବାନ୍ଧି ହୋଇଥିଲେ। ତେବେ ନିଜର ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗରେ ମନୀଷଙ୍କୁ ପୁଲିସ ଗିରଫ କରିଛି।

ବ୍ୟାଙ୍କ ଜମା, ସ୍ଥାୟୀ ଜମା, ଜୀବନ ବୀମା ଆଦିରେ ତାଙ୍କୁ ଭାଗିଦାର କରିବାକୁ ନେଇ ନିଶାଙ୍କ ଉପରେ ମନୀଷ ଚାପ ପକାଉଥିଲେ। ରବିବାର ସେ ନିଶାଙ୍କୁ ଏକ ତକିଆରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ରକ୍ତ ଲଗା ପୋଷାକ ଓ ତକିଆ ଆଦି ୱାସିଂ ମେସିନ୍‌ରେ ଧୋଇଦେଇଥିଲା। ଏହାପରେ ମୃତ ଶରୀର ନିକଟରେ ପ୍ରାୟ ୬ ଘଣ୍ଟା ବସି ରହିଥିଲା। ଏହାପରେ ସେ ନିକଟରେ ଥିବା ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ସେ କହିଥିଲା ତାଙ୍କ ପତ୍ନୀଙ୍କ ନାକ ଓ ପାଟିରୁ ରକ୍ତ ବାହାରୁଛି। କିନ୍ତୁ ସେହି ସମୟରେ ତାଙ୍କର ମୃତ୍ୟୁହୋଇ ଯାଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ପଚରାଉଚରା ସମୟରେ ମନୀଷ କହିଥିଲା ନିଶାଙ୍କର ଦେହ ଭଲ ନଥିଲା। ଚିକିତ୍ସାବେଳେ ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। କିନ୍ତୁ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର କହିଥିଲେ ମୃତ୍ୟୁ୪/୫ ଘଣ୍ଟା ପୂର୍ବରୁ ହୋଇଛି। ଏହା ଏକ ହାଇ ପ୍ରୋଫାଇଲ ମର୍ଡର ହୋଇଥିବାରୁ ପୁଲିସ ଏହାର ତଦନ୍ତ କରିବାକୁ ପୋଲିସ ଏକ ଟିମ୍‌ ଗଠନ କରିଛି।

The post ଏସଡିଏମ୍ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ । ଅନ୍ୟ ଝିଅଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ଥିବା ଜାଣି ବ୍ୟାଙ୍କ ଓ ଚାକିରୀରେ ରଖିନଥିଲେ ନୋମିନି । ସାମ୍ନାକୁ ଆସିଲା ହତ୍ୟାର କାରଣ । first appeared on Kanak News.

from Kanak News
via <a href="https://ifttt.com/?

କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ । ଚିଠିରେ ଲେଖିଲେ ଆତ୍ମହତ୍ୟାର କାରଣ । ଜାନୁଆରୀରେ ଦ୍ୱିତୀୟ ଆତ୍ମହତ୍ୟା ।

କନକ ବ୍ୟୁରୋ: ସୁଇସାଇଡ୍ ହବ୍ ପାଲଟିଥିବା ରାଜସ୍ଥାନ କୋଟାରେ ଆଉ ଜଣେ ମେଧାବୀ ଛାତ୍ରୀଙ୍କ ଆତ୍ମହତ୍ୟା । ସେ କାହିିଁ ଆତ୍ମହତ୍ୟା କଲେ ତା’ର କାରଣ ଲେଖିଥିବା ଚିଠିକୁ ଜବତ କରିଛି ପୋଲିସ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ମିଳିଥିବା ସୂଚନା ଅନୁଯାସୟୀ ଗତକାଲି ନିହାରିକା ସିଂହ ନାମକ ଛାତ୍ରୀ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାପା ଜଣେ ବ୍ୟାଙ୍କ କର୍ମଚାରୀ। ତାଙ୍କ ସହିତ ଘରେ ରହି ଜେଇଇ ପାଇଁ ପ୍ରସ୍ତୁତି ଚଳାଇଥିଲେ ନିହାରିକା। ଗତକାଲି ତାଙ୍କର ମୃତଦେହ ଘର ଭିତରେ‌ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସେଠାରୁ ଏହି ସୁଇସାଇଡ୍ ନୋଟ୍ ମିଳିଛି। ଯାହା ଜଣାପଡ଼ୁଛି ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ନିହାରିକା ଜେଇଇ ପାଇଁ ଭୀଷଣ ଚାପରେ ଥିଲେ। ପୁଲିସ ସୁଇସାଇଡ୍ ନୋଟ୍ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଏହାପରେ ହିଁ ମୃତ୍ୟୁର କାରଣ ଏବଂ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ନିହାରିକାଙ୍କ ଜଣେ ସଂପର୍କୀୟ କହିଛନ୍ତି, ସେ ଜଣେ ଭଲ ଛାତ୍ରୀ ଥିଲେ ଏବଂ ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ। ଜେଇଇ ସହିତ ଆଉ ଥରେ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେବାଲାଗି ନିହାରିକା ପ୍ରସ୍ତୁତି ଚଳାଇଥିଲେ। ଜଣେ ମେଧାବୀ ଛାତ୍ରୀ ଏଭଳି ଆତ୍ମହତ୍ୟା କରିବେ ବୋଲି ତାଙ୍କର ପରିବାର ଲୋକ ବିଶ୍ୱାସ କରିପାରୁନାହାଁନ୍ତି ।

ଜାନୁଆରି ମାସରେ ଏହା ହେଉଛି କୋଟାରେ ଦ୍ୱିତୀୟ ଆତ୍ମହତ୍ୟା। ଏହାପୂର୍ବରୁ ଗତ ୨୩ ତାରିଖରେ ଉତ୍ତର ପ୍ରଦେଶ ମୋରାଦାବାଦର ଛାତ୍ର ମହମ୍ମଦ ଜୈଦ୍ (୧୯) ଆତ୍ମହତ୍ୟା କରିଥିଲେ। ନିଟ୍ ପରୀକ୍ଷା ଲାଗି ‌ସେ କୋଟାରେ କୋଚିଂ ନେଉଥିଲେ। ହଷ୍ଟେଲରେ ରହି ସେ ପ୍ରସ୍ତୁତି ଚଳାଇଥିଲେ। ସେ ମଧ୍ୟ ଅତ୍ୟଧିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ଜଣାପଡିଛି ।

The post କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ । ଚିଠିରେ ଲେଖିଲେ ଆତ୍ମହତ୍ୟାର କାରଣ । ଜାନୁଆରୀରେ ଦ୍ୱିତୀୟ ଆତ୍ମହତ୍ୟା । first appeared on Kanak News.

from Kanak News
via <a href="https://ifttt.com/?

ଆରବ ସାଗରରେ ପରାକ୍ରମ ଦେଖାଇଲା ଆଇଏନଏସ୍ ସୁମିତ୍ରା । ୧୯ ପାକିସ୍ତାନୀ ନାବିକଙ୍କ ସହ ଇରାନ୍ ଜାହାଜକୁ କଲା ଉଦ୍ଧାର ।

କନକ ବ୍ୟୁରୋ: ବିଶ୍ୱ ଦେଖିଲା ଆଇଏନଏସ୍ ସୁମିତ୍ରାର ଶକ୍ତି । ୨୪ ଘଣ୍ଟା ମଧ୍ୟରେ ୨ଟି ଜାହାଜକୁ ଲୁଟେରାଙ୍କ କବଳରୁ ମୁକ୍ତ କଲା ଭାରତୀୟ ନୌସେନା । ଆଇଏନଏସ୍ ସୁମିତ୍ରା ଯୁଦ୍ଧ ଜାହାଜ ପଠାଇ ଭାରତୀୟ ନୌସେନା ଦେଖାଇଲା ଦମ୍ । ପ୍ରଥମେ ଆଇଏନଏସ୍ ସୁମିତ୍ରା ଇରାନର ଜାହାଜ ‘ଏଫବି ଇମାନ୍’କୁ ଉଦ୍ଧାର କରିଥିଲା । ଏହା ପରେ ଆଉ ଏକ ଅଭିଯାନରେ ‘ଅଲ୍ ନଇମି’କୁ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ କରିଛି ।

ଏହି ଅଭଯାନରେ ଭାରତୀୟ ନୌସେନାର ମେରାଇନ କମାଣ୍ଡୋ ମଧ୍ୟ ସାମିଲ ହୋଇଥିଲେ । ଏହି ଘଟଣା କେରଳ କୋଚି ଉପକୂଳର ୮୫୦ ମାଇଲ ଦୂର ଆରବ ସାଗରରେ ଘଟିଛି । ଲୁଟେରାମାନେ ଏଠାରେ ଇରାନ ପତାକା ଲାଗିଥିବା ଜାହାଜ ଓ ସେଥିରେ ଥିବା କ୍ର୍ୟୁ ମେମ୍ବରଙ୍କୁ ବନ୍ଦୀ କରି ରଖିଥିଲେ । ଏହା ପରେ ଭାରତୀୟ ନୌସେନା ନିଜର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ସୁମିତ୍ରାକୁ ପଠାଇ ସମସ୍ତଙ୍କୁ ସୁରକ୍ଷିତ ବାହାର କରିଥିଲେ ।

ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ, ୨୯ ଜାନୁଆରୀରେ ‘ଅଲ୍ ନଇମ’କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ଏଥିରେ ଥିବା କ୍ର୍ୟୁ ମେମ୍ବର ସମେତ ସମସ୍ତ ୧୯ ସଦସ୍ୟ ପାକିସ୍ତାନୀ ନାଗରିକ । ସେହିପରି ଜାନୁଆରୀ ୨୮ ତାରିଖରେ ଆରବ ସାଗର ନିକଟରୁ ନିଖୋଜ ହୋଇଥିବା ଜାହାଜ ‘ଏଫ୍ବି ଇମାନ’କୁ ଉଦ୍ଧାର କରିଥିଲା ଆଇଏନ୍ଏସ୍ ସୁମିତ୍ରା । ଏହା ଏକ ମତ୍ସ୍ୟଜୀବୀଙ୍କ ଜାହାଜ ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

The post ଆରବ ସାଗରରେ ପରାକ୍ରମ ଦେଖାଇଲା ଆଇଏନଏସ୍ ସୁମିତ୍ରା । ୧୯ ପାକିସ୍ତାନୀ ନାବିକଙ୍କ ସହ ଇରାନ୍ ଜାହାଜକୁ କଲା ଉଦ୍ଧାର । first appeared on Kanak News.

from Kanak News
via <a href="https://ifttt.com/?

ରାତି ଅଧରେ ପିଡିଏସ୍ ଚାଉଳ ଲୁଟ୍ । ଚାଉଳ ଟ୍ରକ୍ ଅଟକାଉ ଗାଁ ଲୋକ ବୋହିନେଲେ ବସ୍ତା ବସ୍ତା ଚାଉଳ । ବାଲେଶ୍ୱର ଖଇରା ବ୍ଲକ ଘଟଣା ।

କନକ ବ୍ୟୁରୋ: ରାତି ଅଧରେ ପିଡିଏସ ଚାଉଳ ଲୁଟ୍ । ବାଲେଶ୍ୱର ଖଇରା ବ୍ଲକ ଝିଙ୍କିରିଆ ଗାଁରେ ପିଡିଏସ ଚାଉଳ ଲୁଟିନେଲେ ଗାଁଲୋକ । ଚାଉଳ ଦେବାକୁ ଆସିଥିବା ଗାଡ଼ି ଅଟକାଇ ନେଇଗଲେ ଚାଉଳ । ଘଟଣାକୁ ଡ୍ରାଇଭର ପ୍ରତିବାଦ କରିବାରୁ ଗାଡ଼ି ଜାଳିଦେବାକୁ ଦେଲେ ଧମକ । ଗତକାଲି ସଂଧ୍ୟା ୫ଟା ସମୟରେ ଗାଁକୁ ଗାଡ଼ି ଆସିବା ବେଳେ ସରପଞ୍ଚ ପ୍ରତିନିଧି କୈଳାଶ ମାଝୀ କିଛି ଲୋକଙ୍କୁ ଏକାଠି କରି ଡ୍ରାଇଭରକୁ ଡରାଇ ଧମକାଇ ଗାଡ଼ି ଚାବି ନେଇଯାଇଥିଲେ । ପରେ ରାତିରେ ଅଧିକ ଲୋକ ଠୁଳ ହୋଇ ପିଡିଏସ ଚାଉଳ ନେଇଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଘଟଣା ସ୍ଥଳରେ ବିବାଦୀୟ ପରିସ୍ଥିତି ଉପୁଜି ଥିବାବେଳେ ଚାଉଳ ଯୋଗାଣକାରୀ ପୋଲିସର ସହାୟତା ଲୋଡ଼ିଛନ୍ତ

The post ରାତି ଅଧରେ ପିଡିଏସ୍ ଚାଉଳ ଲୁଟ୍ । ଚାଉଳ ଟ୍ରକ୍ ଅଟକାଉ ଗାଁ ଲୋକ ବୋହିନେଲେ ବସ୍ତା ବସ୍ତା ଚାଉଳ । ବାଲେଶ୍ୱର ଖଇରା ବ୍ଲକ ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ଫେବ୍ରୁଆରୀରେ ହେବ ବରମୁଣ୍ଡା ବସ୍ ଟର୍ମିନାଲ ଲୋକାର୍ପଣ । ଭୋରରୁ ନୂଆ ଟର୍ମିନାଲ କାମର ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ । ଶୀଘ୍ର ବାକି କାମ ସାରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଫେବ୍ରୁଆରୀରେ ଲୋକାର୍ପିତ ହେବ ବରମୁଣ୍ଡା ନୂଆ ବସ୍ ଟର୍ମିନାଲ । ଆଜି ଭୋରରୁ ନୂଆ ଟର୍ମିନାଲ କାମର ସମୀକ୍ଷା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପ୍ରତିକ୍ଷାଳୟ, ପରିମଳ ବ୍ୟବସ୍ଥା, ଆଲୋକୀକରଣ ସୁବିଧା ଆଦି କାମର ସମୀକ୍ଷା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ । ମଧ୍ୟ ଫେବ୍ରୁଆରୀ ସୁଦ୍ଧା ବରମୁଣ୍ଡା ନୂଆ ବସ୍ ଟର୍ମିନାଲ ଲୋକାର୍ପଣ କରାଯିବ । ତେଣୁ ତୁରନ୍ତ ବାକି ଥିବା କାମ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ଯାତ୍ରୀମାନେ ବିଶ୍ୱସ୍ତରୀୟ ଯାତ୍ରା ଅନୁଭୂତି ପାଇବେ । ନୂଆ ବସ୍ ଟର୍ମିନାଲରେ ପ୍ରିପେଡ୍ ଅଟୋ ଓ ଟ୍ୟାକ୍ସି ସୁବିଧା ମିଳିବ । ଏହା ସହ ବିମାନବନ୍ଦର ପରି ସୁବିଧା ପାଇବେ ଯାତ୍ରୀ । ବିମାନ ବନ୍ଦର ପରି ବସ୍ ଟର୍ମିନାଲରେ ପାର୍କିଂ ସୁବିଧା ସହିତ ଫୁଡ୍କୋର୍ଟ, ରେଷ୍ଟୁରାଣ୍ଟ ମଧ୍ୟ ରହିବ । ଆହାର କେନ୍ଦ୍ର ସହିତ କାର ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଦିବ୍ୟାଙ୍ଗଙ୍କ ପାଇଁ ର୍ୟାମ୍ପ ସୁବିଧା ସହ ମା’ ଓ ଶିଶୁଙ୍କୁ ପାଇଁ ସ୍ୱତନ୍ତ୍ର ରୁମ୍ ମଧ୍ୟ ନିର୍ମାଣ ହେଉଛି । ଏହି ନୂଆ ବସ୍ ଟର୍ମିନାଲ ଦ୍ୱାରା କେବଳ ଓଡ଼ିଶା ନୁହେଁ, ପଡୋଶୀ ରାଜ୍ୟର ଯାତ୍ରୀମାନେ ମଧ୍ୟ ଅନେକ ସୁବିଧା ପାଇପାରିବେ । ୧୫ ଦଶମିକ ୫ ଏକର ଜାଗାରେ ବରମୁଣ୍ଡା ବସ୍ ଟର୍ମିନାଲ ନିର୍ମାଣ କରାଯାଉଛି ।

The post ଫେବ୍ରୁଆରୀରେ ହେବ ବରମୁଣ୍ଡା ବସ୍ ଟର୍ମିନାଲ ଲୋକାର୍ପଣ । ଭୋରରୁ ନୂଆ ଟର୍ମିନାଲ କାମର ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ । ଶୀଘ୍ର ବାକି କାମ ସାରିବାକୁ ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ବସ୍ ଚଳାଇବା ବେଳେ ଡ୍ରାଇଭରଙ୍କୁ ହୃଦଘାତ । ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ୭୦ ପର୍ଯ୍ୟଟକ । ପଶ୍ଚିମବଙ୍ଗରୁ ପଞ୍ଚଲିଙ୍ଗେଶ୍ୱର ଆସିଥୁଲା ବସ୍ ।

କନକ ବ୍ୟୁରୋ: ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ । ଅଳ୍ପକେ ବର୍ତ୍ତିଲେ ୭୦ପର୍ଯ୍ୟଟକ । ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସିଥିବା ବେଳେ ଅଧାରାସ୍ତାରେ ଚାଲିଗଲା ବଙ୍ଗୀୟ ଡ୍ରାଇଭରଙ୍କ ଜୀବନ । ଅଳ୍ପକେ ବର୍ତ୍ତିିର୍ଲେ ବସରେ ଥିବା ଯାତ୍ରୀ । ନୀଳଗିରିର ପାଟପୁର ଛକରେ ଘଟିଛି ଏପରି ଘଟଣା ।

ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାୱଡା ଅଞ୍ଚଳର ଶେଖ୍ ଅଖତର ବୋଲି ଜଣାପଡ଼ିଛି । ହାୱଡାରୁ ୭୦ଜଣ ପର୍ଯ୍ୟଟକଙ୍କୁ ନେଇ ନସ୍କର ଟ୍ରାଭେଲ୍ସର ଏକ ଭଲଭୋ ବସ୍ ଓଡ଼ିଶା ଆସିଥିଲା । ପଞ୍ଚଲିଙ୍ଗେଶ୍ୱର ପୀଠକୁ ଆସୁଥିବା ସମୟରେ ପୀଟପୁର ଛକ ନିକଟରେ ହଠାତ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ି ଯାଇଥିଲା । ବସ୍ ଡ୍ରାଇଭର ଜଣକ ହୃଦଘାତର ଶିକାର ହୋଇଥିଲେ । ବସଟିକୁ ତୁରନ୍ତ ରାସ୍ତାକଡ଼ରେ ଠିଆ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଅଂଚଳର ଜଣେ ଡ୍ରାଇଭର ବସଟିକୁ ପଞ୍ଚଲିଙ୍ଗେଶ୍ୱର ପୀଠକୁ ନେଇଥିଲେ ।

The post ବସ୍ ଚଳାଇବା ବେଳେ ଡ୍ରାଇଭରଙ୍କୁ ହୃଦଘାତ । ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ୭୦ ପର୍ଯ୍ୟଟକ । ପଶ୍ଚିମବଙ୍ଗରୁ ପଞ୍ଚଲିଙ୍ଗେଶ୍ୱର ଆସିଥୁଲା ବସ୍ । first appeared on Kanak News.

from Kanak News
via <a href="https://ifttt.com/?

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ଼ । ଡାକ୍ତର ନିଶା ଖାଇ ଚିକିତ୍ସା କରିନଥିବା ଅଭିଯୋଗ ।

କନକ ବ୍ୟୁରୋ: ରୋଗୀ ମୃତ୍ୟୁକୁ ନେଇ ବଲାଙ୍ଗୀର ଭିମଭୋଇ ମେଡିକାଲ କଲେଜରେ ଉତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ମୃତକଙ୍କ ସମ୍ପର୍କୀୟ । ଅସୁସ୍ଥତା ଯୋଗୁଁ ଡୁଙ୍ଗୁରିପଡ଼ାର ନିକୁ ବାରିକଙ୍କୁ ଗତକାଲି ସନ୍ଧ୍ୟା ୫ଟାରେ ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ ୩ଘଂଟା ପର୍ଯ୍ୟନ୍ତ କୌଣସି ଡାକ୍ତର ତାଙ୍କର ଚିକିତ୍ସା କରିନଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ପରେ ଯନ୍ତ୍ରଣାରେ ଛଟପଟ ହୋଇ ରୋଗୀଙ୍କ ଜୀବନ ଚାଲିଯାଇଥିଲା । ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର ଆସିଥିଲେ । ତେବେ ଡାକ୍ତର ଜଣକ ମଦ ପିଇ ଆସିଥିବା ଓ ବିଳମ୍ବରେ ଆସିଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିବା ସହ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।

The post ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ଼ । ଡାକ୍ତର ନିଶା ଖାଇ ଚିକିତ୍ସା କରିନଥିବା ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ଚିଲିକା କୂଳରେ ଭୋଟର ତାଲିକା ଛାଡ଼ି ପଳାଇଲେ ସରକାରୀ ବାବୁ । ରାତି ଅଧରେ ଉଦ୍ଧାର କରି ଗାଁକୁ ଆଣିଲେ ଡ଼ଙ୍ଗା ଚାଳକ ।

କନକ ବ୍ୟୁରୋ: ଚିଲିକା କୂଳରେ ଭୋଟର ତାଲିକା ଛାଡ଼ି ପଳାଇଲେ ସରକାରୀ ବାବୁ । ଚିଲିକା ଟାପୁରେ ଥିବା ୧୪ଟି ପଞ୍ଚାୟତର ୮୦ ହଜାରରୁ ଅଧିକ ଲୋକଙ୍କ ଭୋଟର ତାଲିକା ଥିବା ଏହି ବସ୍ତାକୁ ସରକାରୀ ବାବୁ ଛାଡ଼ି ପଳାଇଥିବା କୁହାଯାଉଛି । ରାତି ଅଧରେ ଚିଲିକା କୂଳରେ ଡଙ୍ଗା ଚାଳକ କାଳୁ ତରେଇ ଏହାକୁ ଉଦ୍ଧାର କରି ଡଙ୍ଗାରେ ଆଣି କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଗାଁରେ ରଖିଛନ୍ତି । ଏତେ ଗୁଡ଼ାଏ ଭୋଟର ଲିଷ୍ଟ କିପରି କୃଷ୍ଣପ୍ରସାଦ ବ୍ଲକର ଅଧିକାରୀ ଚିଲିକା କୂଳରେ ଛାଡ଼ି ଚାଲିଆସିଛନ୍ତି ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

The post ଚିଲିକା କୂଳରେ ଭୋଟର ତାଲିକା ଛାଡ଼ି ପଳାଇଲେ ସରକାରୀ ବାବୁ । ରାତି ଅଧରେ ଉଦ୍ଧାର କରି ଗାଁକୁ ଆଣିଲେ ଡ଼ଙ୍ଗା ଚାଳକ । first appeared on Kanak News.

from Kanak News
via <a href="https://ifttt.com/?

୬ ଦଫା ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ । ଶିକ୍ଷା, ନିଯୁକ୍ତି, ଜମି ଅଧିଗ୍ରହଣ ପ୍ରସଙ୍ଗ ଉଠାଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ରାସ୍ତା ଅବରୋଧ ।

କନକ ବ୍ୟୁରୋ: ଆଜି ୧୨ ଘଂଟିଆ ନବରଙ୍ଗପୁର ବନ୍ଦ । ୬ ଦଫା ଦାବି ନେଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଯୁବ ମୋର୍ଚ୍ଚା ସଭାପତିଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି । ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତା ଉଭୟ ପାଶ୍ୱର୍ରେ ଅନେକ ଗାଡି ଅଟକି ରହିଛି ।

ଜମି ଅଧିଗ୍ରହଣରେ ବିଳମ୍ବ, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାରେ ଜିଲ୍ଲା ଭିତିକ ନିଯୁକ୍ତି ଦାବି, ନବରଙ୍ଗପୁର ଓ ଉମରକୋଟ ପେଣ୍ଡରାଣି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି କରିଛି ଦଳବ । ଏହା ସହ ଉମରକୋଟରେ ପ୍ରସ୍ତାବିତ ୫୦୦ କୋଟି ଟଙ୍କା ବ୍ୟୟରେ ଇଥାନଲ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ, ମେଡିକାଲରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି ସହ ଉମରକୋଟକୁ ସବଡିଭିଜନ୍ ଦାବି ନେଇ ବନ୍ଦ ପାଳନ କରାଯାଉଛି । ତୁରନ୍ତ ଦାବି ପୂରଣ ନହେଲେ ଭବିଷ୍ୟତରେ ସଚିବାଳୟ ଆଗରେ ପ୍ରତିବାଦ ସହ ଧାରଣା ଦିଆଯିବ ବୋଲି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।

The post ୬ ଦଫା ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ । ଶିକ୍ଷା, ନିଯୁକ୍ତି, ଜମି ଅଧିଗ୍ରହଣ ପ୍ରସଙ୍ଗ ଉଠାଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ରାସ୍ତା ଅବରୋଧ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started