କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ମାଲକାନଗିରି ଭଡ଼ାଘର ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳିନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ ।ଏହାସହ ଗୋଟିଏ କାର ଓ ବାଇକ ବି ଜବତ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୭ଟି ସ୍ଥାନରେ ଚଢ଼ାଉ କରୁଛି । ମାଲକାନଗିରିର ଭଡ଼ାଘର ଓ କାର୍ଯ୍ୟାଳୟ ସମେତ ବାଲେଶ୍ୱର, ଜଳେଶ୍ୱର ଓ ଭୁବନେଶ୍ୱରରେ ଚଢ଼ାଉ ଚାଲିଛି ।

The post କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ମାଲକାନଗିରି ଭଡ଼ାଘର ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ । first appeared on Kanak News.

from Kanak News
via <a href="https://ifttt.com/?

ବିଜୁଳି ଆଲୁଅ ଦେଖିନି ସ୍ମାର୍ଟ ସିଟି ରାଉରକେଲା ନିକଟ ଇଲାକା । ଡିବରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ପିଲା । ପକ୍କା ରାସ୍ତା, ପିଇବା ପାଣି କିଛି ସୁବିଧା ନାହିଁ ।

କନକ ବ୍ୟୁରୋ: ଡିଜିଟାଲ ଯୁଗରେ ବିଜୁଳି ଆଲୁଅ ଦେଖି ନାହିଁ ଗାଁ । ଡିବିରି ଆଲୁଅରେ ପାଠ ପଢି ଭବିଷ୍ୟତ ଗଢୁଛନ୍ତି କୁନି କୁନି ପିଲା । ସ୍ମାର୍ଟ ସିଟି ରାଉରକେଲା ନିକଟ ଝାରମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯେଉଁଠି ଜୀବନ କହିଲେ ଯନ୍ତ୍ରଣା । ନାଁ ଗାଁକୁ ଯିବା ପାଇଁ ଭଲ ରାସ୍ତା ଅଛି, ନା ପିଇବାକୁ ବିଶୁଦ୍ଧ ପାଣି ମିଳୁଛି । ଏନେଇ ବାରମ୍ବାର ପ୍ରାଶସନିକ ଅଧିକାରୀଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନାହିଁ ।

ଅନେକ ନେତା ମନ୍ତ୍ରୀ ଭୋଟ ବେଳେ ଗାଁକୁ ଆସି ସବୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ନିର୍ବାଚନ ସରିଗଲେ ଝାରମୁଣ୍ଡା ଗାଁ କଥାକୁ ସମସ୍ତେ ଭୁଲିଯାଇଛନ୍ତି । ତେଣୁ ଏଥର ଗାଁକୁ ବିଜୁଳି ସଂଯୋଗ ନହେଲେ, ରାସ୍ତା ଓ ପିଇବା ପାଣି ସୁବିଧା ନମିଳିଲେ ଭୋଟ ଦେବେ ନାହିଁ ବୋଲି ଗାଁ ଲୋକ ଜିଦିରେ ଅଛନ୍ତି ।

The post ବିଜୁଳି ଆଲୁଅ ଦେଖିନି ସ୍ମାର୍ଟ ସିଟି ରାଉରକେଲା ନିକଟ ଇଲାକା । ଡିବରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ପିଲା । ପକ୍କା ରାସ୍ତା, ପିଇବା ପାଣି କିଛି ସୁବିଧା ନାହିଁ । first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା ଜଙ୍ଗଲରେ ପ୍ରଥମ ଥର ଲାଗି ରାତ୍ରିଭ୍ରମଣ । ଆରମ୍ଭ ହେଲା ଚନ୍ଦକା ଅଭୟାରଣ୍ୟରେ ନାଇଟ୍ ସଫାରୀ । ପ୍ରଥମ ସନ୍ଧ୍ୟାରେ ଜଙ୍ଗଲ ବୁଲିଲେ ସ୍କୁଲ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ଜଙ୍ଗଲ ଓ ପଶୁ ପକ୍ଷୀଙ୍କୁ ଭଲ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆରମ୍ଭ ହେଲା ଚନ୍ଦକା ନାଇଟ ସଫାରୀ । ଏଣିକି ରାତିରେ ଲୋକମାନେ ଜଙ୍ଗଲ ସଫାରୀର ମଜା ନେଇପାରିବେ । ରାତିରେ ବୁଲିପାରିବେ ଚନ୍ଦକା ଡମପଡା ଅଭୟାରଣ୍ୟ । ସେଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ଦୁଇଟି ସିଫ୍ଟରେ ଅଭୟାରଣ୍ୟ ଭିତରକୁ ଯାଇ ଜଙ୍ଗଲୀ ଜୀବ, ଜନ୍ତୁଙ୍କୁ ଦେଖିବା ସହ ଘଂଚ ଜଙ୍ଗଲରେ ସମୟ କାଟିପାରିବେ ।

ସୋମବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ କାଟି ଲୋକମାନେ ଏହି ନାଇଟ ସଫାରୀର ମଜା ନେଇପାରିବେ । ରାଜଧାନୀର ବିଭିନ୍ନ ସ୍କୁଲ ପିଲାଙ୍କୁ ସ୍ୱତନ୍ତ୍ର ଗାଡି ଯୋଗେ ଘଂଚ ଜଙ୍ଗଲ ବୁଲାଯାଇଛି । ପିଲାମାନେ ମଧ୍ୟ ଜଙ୍ଗଲ ସଫାରୀ ବୁଲି ବେଶି ଖୁସି ହୋଇଛନ୍ତି । ଚନ୍ଦକା ଡମପଡା ଅଭୟାରଣ୍ୟ ମଧ୍ୟରେ ବୁଲି ଜଙ୍ଗଲି ହାତୀ, ହରିଣ, ଠେକୁଆ, କୋକିଶିଆଳି, ଶିଆଳ, ବାରହା, କୁଟ୍ରା ଆଦି ଜନ୍ତୁଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ରହିଛି । ତାକୁ ଆଖି ଆଗରେ ରଖି ଏଭଳି ବ୍ୟବସ୍ଥା କରାଯାଇଥିବା ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ।

The post ଓଡିଶା ଜଙ୍ଗଲରେ ପ୍ରଥମ ଥର ଲାଗି ରାତ୍ରିଭ୍ରମଣ । ଆରମ୍ଭ ହେଲା ଚନ୍ଦକା ଅଭୟାରଣ୍ୟରେ ନାଇଟ୍ ସଫାରୀ । ପ୍ରଥମ ସନ୍ଧ୍ୟାରେ ଜଙ୍ଗଲ ବୁଲିଲେ ସ୍କୁଲ ଛାତ୍ରଛାତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଜେଲରୁ ମୁକୁଳିବା ପରେ ସସାଜ ସେବା କରୁଛନ୍ତି ଅର୍ଚ୍ଚନା ନାଗ୍ । ବସ୍ତିବାସିନ୍ଦାଙ୍କୁ ବାଣ୍ଟିଲେ ବସ୍ତ୍ର ଓ ଖାଦ୍ୟ ।

କନକ ବ୍ୟୁରୋ: ଜେଲରୁ ମକୁଳିବା ପରେ ସମାଜ ସେବାରେ ଲାଗିଛନ୍ତି ଅର୍ଚ୍ଚନା ନାଗ । ସତ୍ୟ ବିହାର ଅଂଚଳରେ ବସ୍ତିବାସିନ୍ଦାଙ୍କୁ ଖାଇବାକୁ ଦେବା ସହ ମହିଳାମାନଙ୍କୁ ଶାଢୀ ବଂଟନ କରିଛନ୍ତି । ନିଜେ ଖାଦ୍ୟ ବାଢିଦେବା ସହ ପିଲାମାନଙ୍କୁ ଖାଦ୍ୟ ଖୁଆଇ ଦେଉଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ସତ୍ୟ ବିହାର ଅଂଚଳରେ ପାଖାପାଖି ୧୫୦ ଜଣଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଥିଲେ ଅର୍ଚ୍ଚନା ନାଗ । ବ୍ଲାକମେଲିଂ ଅଭିଯୋଗରେ ଗିରଫ ହୋଇ ଜେଲ ଯିବା ପରେ ସେ ଏବେ ଜାମିନରେ ଆସିଛନ୍ତି । ଜେଲରୁ ମୁକୁଳିବା ପରେ ସମାଜସେବା ଆଡକୁ ଢଳିଛନ୍ତି ଅର୍ଚ୍ଚନା ନାଗ ।

The post ଜେଲରୁ ମୁକୁଳିବା ପରେ ସସାଜ ସେବା କରୁଛନ୍ତି ଅର୍ଚ୍ଚନା ନାଗ୍ । ବସ୍ତିବାସିନ୍ଦାଙ୍କୁ ବାଣ୍ଟିଲେ ବସ୍ତ୍ର ଓ ଖାଦ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ଆଦିବାସୀ ଜମି ବିକ୍ରି ନିଷ୍ପତ୍ତିି ପ୍ରତ୍ୟାହାର । ବିବାଦ ପରେ ସଂଶୋଧନ ପ୍ରସ୍ତାବକୁ ସ୍ଥଗିତ ରଖିଥିଲେ ରାଜ୍ୟ ସରକାର । ଗଠନ ହେବ ଆଦିବାସୀ ଭାଷା କମିଶନ ।

କନକ ବ୍ୟୁରୋ: ଆଦିବାସୀ ଜମି ବିକ୍ରି ନିଷ୍ପତ୍ତିି ପ୍ରତ୍ୟାହାର । ବିବାଦ ପରେ ସଂଶୋଧନ ପ୍ରସ୍ତାବକୁ ସ୍ଥଗିତ ରଖିଥିଲେ ରାଜ୍ୟ ସରକାର । କ୍ୟାବିନେଟ୍ ବୈଠକରେ ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇଛି । ଏହାସହ ଦୁଇଟି ବିଭାଗର ୫ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ଲାଗିଛି ।

ଲଘୁ, ବନଜାତ ଦ୍ରବ୍ୟ ଯୋଜନାରେ ଆଦିବାସୀଙ୍କ ଠାରୁ ଝୁଣା ଓ ମହୁ ଆଦି ଜଙ୍ଗଲ ଦ୍ରବ୍ୟ କିଣିବେ ସରକାର । ୧୧୯ଟି ଆଦିବାସୀ ବ୍ଲକରୁ ସଂଗୃହୀତ ହୋଇଥାଏ ଜଙ୍ଗଲଜାତ ଦ୍ରବ୍ୟ । ସେହିପରି ପ୍ରତି ବର୍ଷ ଏହାର ଏମଏସପି ନିର୍ଦ୍ଧାରଣ କରିବେ ରାଜ୍ୟ ସରକାର । ପି-ପାସ୍ ମାଧ୍ୟମରେ ଦିଆଯିବ ଅର୍ଥ । ବର୍ଷକୁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ସେହିପରି ୧୪ଟି ଜିଲ୍ଲାରେ ବହୁ ସଂଖ୍ୟାରେ ବସବାସ କରୁଥିବା ଆଦିବାସୀ ଭାଷାର ସଂରକ୍ଷଣ ପାଇଁ କମିଶନ ଗଠନ ହେବ ।

୧୬୯ ଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ପକ୍ଷରୁ କେନ୍ଦ୍ରକୁ ସୁପାରିସ ମଧ୍ୟ କରାଯାଇଛି । ମୁଣ୍ଡାରୀ, କୁଇ, ସୌରା ଏବଂ ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ କେନ୍ଦ୍ରକୁ ସୁପାରିସ କରାଯାଇଛି । ଆଉ ଏହାରି ଭିତରେ ଆଦିବାସୀ ଜମି ବିକ୍ରି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର ।

The post ଆଦିବାସୀ ଜମି ବିକ୍ରି ନିଷ୍ପତ୍ତିି ପ୍ରତ୍ୟାହାର । ବିବାଦ ପରେ ସଂଶୋଧନ ପ୍ରସ୍ତାବକୁ ସ୍ଥଗିତ ରଖିଥିଲେ ରାଜ୍ୟ ସରକାର । ଗଠନ ହେବ ଆଦିବାସୀ ଭାଷା କମିଶନ । first appeared on Kanak News.

from Kanak News
via <a href="https://ifttt.com/?

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ପାଉନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେମନ୍ତ ସୋରେନଙ୍କ ବିଏମଡବ୍ଲୁ କାର ଜବତ । ଏୟାରପୋର୍ଟକୁ ଅଲର୍ଟ କଲା ଇଡି ।

କନକ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତା ପାଉନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜମି ଦୁର୍ନୀତି ସଂପର୍କିତ ଟଙ୍କା ହେରଫେର ମାମଲାରେ ତାଙ୍କୁ ପଚରା ଉଚରା କରିବାକୁ ଇଡି ଖୋଜୁଛି । ସୋମବାର ଦିଲ୍ଲୀ ସ୍ଥିତ ହେମନ୍ତ ସୋରେନଙ୍କ ବାସଭବନକୁ ଯାଇଥିଲେ ଇଡି ଅଧିକାରୀ । ହେଲେ ତାଙ୍କୁ ନପାଇ ନିରାଶ ହୋଇ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲୁ କାରକୁ ଜବତ କରି ସାଙ୍ଗରେ ନେଇଛନ୍ତି । ଏହାପରେ ଇଡିର ଆଉ ଏକ ଟିମ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଇଡି ପକ୍ଷରୁ ହେମନ୍ତ ସୋରେନ ନିଖୋଜ ଥିବା କହିବା ସହ ଏୟାରପୋର୍ଟକୁ ଅଲର୍ଟ କରାଯାଇଛି ।

ଇଡି ଚଢାଉକୁ ନେଇ ଉତ୍ତେଜନା ବଢୁଥିବାରୁ ଝାଡଖଣ୍ଡ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜାନୁଆରୀ ୨୭ରେ ଇଡି ଦଶମ ଥର ପାଇଁ ସମନ ପଠାଇ ଜାନୁଆରୀ ୨୯ରୁ ୩୧ ତାରିଖରେ ହାଜର ହେବାକୁ କହିଥିଲା । ସେହିଦିନ ରାଞ୍ଚି ରୁ ରାଜଧାନୀ ଦିଲ୍ଲୀ ଆସିଥିଲେ ହେମନ୍ତ ସୋରେନ । ସୋରେନ ଇଡିକୁ ଚିଠି ଲେଖିଥିଲେ ମଧ୍ୟ ପଚରାଉଚରା ପାଇଁ ତାରିଖ ଓ ସମୟ ଠିକ୍ କରିନଥିଲେ । ଏବେ ସୋରେନ୍ ୩୧ ତାରିଖରେ ହାଜର ହୋଇ ଇଡି ଆଗରେ ପକ୍ଷ ରଖିବେ ବୋଲି ସୂଚନା ରହିଛି ।

The post ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ପାଉନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେମନ୍ତ ସୋରେନଙ୍କ ବିଏମଡବ୍ଲୁ କାର ଜବତ । ଏୟାରପୋର୍ଟକୁ ଅଲର୍ଟ କଲା ଇଡି । first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତକାଲିଠୁ ବଜେଟ ଅଧିବେଶନ । ଆଜି ସର୍ବଦଳୀୟ ବୈଠକ, ସୁରୁଖୁରୁରେ ଗୃହ କାର୍ଯ୍ୟ ଚଳାଇବା ନେଇ ହେବ ଆଲୋଚନା । ଫେବୃଆରି ୧ରେ ଅନ୍ତରୀଣ ବଜେଟ ।

କନକ ବ୍ୟୁରୋ: ବଜେଟ ଅଧିବେଶନ ପୂର୍ବରୁ ଆଜି ସଂସଦରେ ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ସବୁ ରାଜନୈତିକ ଦଳର ସାଂସଦ ସାମିଲ ହେବେ । ବଜେଟ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ରାଜନୈତିକ ଦଳଙ୍କ ସହଯୋଗ ଲୋଡିବେ କେନ୍ଦ୍ର ସରକାର ।

ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଏହାପରେ ଫେବୃଆରୀ ୧ ତାରିଖରେ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତିମ ବଜେଟ ହେବ । ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ ।

The post ଆସନ୍ତକାଲିଠୁ ବଜେଟ ଅଧିବେଶନ । ଆଜି ସର୍ବଦଳୀୟ ବୈଠକ, ସୁରୁଖୁରୁରେ ଗୃହ କାର୍ଯ୍ୟ ଚଳାଇବା ନେଇ ହେବ ଆଲୋଚନା । ଫେବୃଆରି ୧ରେ ଅନ୍ତରୀଣ ବଜେଟ । first appeared on Kanak News.

from Kanak News
via <a href="https://ifttt.com/?

ଘନ କୁହୁଡି ସହ ଶୀତୁଆ ପବନରେ ଥରୁଛି ଓଡିଶା । ୮ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ । ଆସନ୍ତା ୧,୨ ତାରିଖରେ ଉତର ଓଡିଶାର କିଛି ସ୍ଥାନରେ ହାଲକା ବର୍ଷା ଆଶଙ୍କା ।

କନକ ବ୍ୟୁରୋ: ସକାଳୁ ସକାଳୁ ଘନ କୁହୁଡି ସାଙ୍କକୁ ଶୀତରେ ଥରୁଛି ଓଡିଶା । ବଙ୍ଗୋପସାଗର ପାଶ୍ୱର୍ବର୍ତି ଓଡିଶା ଉପକୂଳରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଘନ କୁହୁଡିର ସମ୍ଭାବନା ରହିଛି । ଏହାକୁ ଆଖିରେ ରଖି ୮ଟି ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ ଜିଲ୍ଲାରେ ଘନ କୁହୁଡି ଦେଖା ଦେବାର ସମ୍ଭାବନା ରହିଛି । ଏଥିସହ ପଶ୍ଚିମାଝଡ ଓ ଗୁରୁଚାପ ବଳୟର ପ୍ରଭାବରେ ଆସନ୍ତା ୧ ଓ ୨ ତାରିଖରେ ଉତର ଓଡିଶାର କେତେକ ଜିଲ୍ଲାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଫେବୃଆରି ୧ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିପରି ୨ ତାରିଖରେ ମୟୂରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

The post ଘନ କୁହୁଡି ସହ ଶୀତୁଆ ପବନରେ ଥରୁଛି ଓଡିଶା । ୮ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ । ଆସନ୍ତା ୧,୨ ତାରିଖରେ ଉତର ଓଡିଶାର କିଛି ସ୍ଥାନରେ ହାଲକା ବର୍ଷା ଆଶଙ୍କା । first appeared on Kanak News.

from Kanak News
via <a href="https://ifttt.com/?

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ଇଡିର ଚଢାଉ । ଏପଟେ ରେଲୱେରେ ଚାକିରି ପାଇଁ ଜମି ମାମଲାରେ ଲାଲୁ ଯାଦବଙ୍କୁ ପାଟନାରେ ଇଡିର ଜେରା

କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ସୋମବାର ଦିଲ୍ଲୀରେ ହେମନ୍ତ ସୋରେନଙ୍କ ବାସଭବନରେ ପ୍ରବେଶ କରିଥିଲା । କିନ୍ତୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଠାବ କରିପାରିନାହିଁ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଜାନୁଆରୀ ୨୭ ତାରିଖରେ ରାଞ୍ଚିରୁ ରାଜଧାନୀ ଦିଲ୍ଲୀ ଆସିଥିଲେ । ଗତ ସପ୍ତାହରେ ସୋରେନଙ୍କୁ ନୂଆ ସମନ୍ ଜାରି କରି ଜାନୁଆରୀ ୨୯ କିମ୍ବା ଜାନୁଆରୀ ୩୧ ରେ ପଚରାଉଚରା ପାଇଁ ତାଙ୍କୁ ହାଜର ହେବାକୁ କହିଥିଲା । ସୋରେନ ଇଡିକୁ ଚିଠି ଲେଖିଥିଲେ ମଧ୍ୟ ପଚରାଉଚରା ପାଇଁ ତାରିଖ ଓ ସମୟ ଠିକ୍ କରିନଥିଲେ । ଏବେ ସୋରେନ୍ ୩୧ ତାରିଖରେ ହାଜର ହୋଇ ଇଡି ଆଗରେ ପକ୍ଷ ରଖିବେ ବୋଲି ସୂଚନା ରହିଛି ।

କେନ୍ଦ୍ରୀୟ ତଦନ୍ତକାରୀ ଅଧିକାରୀମାନେ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ସହ ସକାଳ ପ୍ରାୟ ୯ଟା ବେଳେ ଦକ୍ଷିଣ ଦିଲ୍ଲୀର ଶାନ୍ତି ନିକେତନ ବିଲ୍ଡିଂରେ ପହଞ୍ଚିଥିଲେ । ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ଉପସ୍ଥିତ ନଥିଲେ । ରାଞ୍ଚି ସ୍ଥିତ ହେମନ୍ତ ସୋରେନଙ୍କ ସରକାରୀ ବାସଭବନରେ ଦୀର୍ଘ ୭ ଘଣ୍ଟାର ପଚରାଉଚରା ପରେ ଇଡି ଜାନୁଆରୀ ୨୦ ତାରିଖରେ ଏହି ମାମଲାରେ ପ୍ରଥମ ଥର ପାଇଁ ତାଙ୍କ ବୟାନ ରେକର୍ଡ କରିଥିଲା । ଝାଡ଼ଖଣ୍ଡରେ ମାଫିଆମାନେ ବେଆଇନ ଭାବେ ଜମିର ମାଲିକାନା ପରିବର୍ତ୍ତନ କରିବାର ଏକ ବିରାଟ ରାକେଟ୍ କୁ ନେଇ ଏହି ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଏବଂ ରାଞ୍ଚିର ଡେପୁଟି କମିଶନର ଭାବେ କାର୍ଯ୍ୟ କରିଥିବା ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଛବି ରଞ୍ଜନଙ୍କ ସମେତ ଇଡି ଏପର୍ଯ୍ୟନ୍ତ ଏହି ମାମଲାରେ ୧୪ ଜଣଙ୍କୁ ଗିରଫ କରିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ଗସ୍ତ କରିଥିବା ଖବର ଆସିବା ପରେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀ ଭବନ, ରାଜଭବନ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି ।

ଅନ୍ୟପଟେ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ୪ ଘଣ୍ଟାରୁ ଅଧିକ ସମୟ ଧରି ପଚରା ଉଚରା କରିଛି । ପାଟନାସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଲାଲୁ ପ୍ରସାଦଙ୍କୁ ପଚରାଉଚରା କରାଯାଇଛି । ଏହି ସମୟରେ ଇଡି ଲାଲୁ ଯାଦବଙ୍କ ଠାରୁ ଅନେକ ପ୍ରଶ୍ନର ଉତ୍ତର ମାଗିଥିଲା । ମିଳିଥିବା ସୂଚନା ଅନୁସାରେ ଇଡି ଲାଲୁ ଯାଦବଙ୍କୁ ପଚାରିଛନ୍ତି, ଚାକିରି ଦୁର୍ନୀତି ପାଇଁ ଜମି କାହିଁକି? ସେହିପରି ହୃଦୟ ନାରାୟଣ ଚୌଧୁରୀଙ୍କ ସହ କିପରି ଯୋଗାଯୋଗ କଲେ? ଲାଲୁଙ୍କୁ ଦିଲ୍ଲୀ ଓ ପାଟନାରେ ଇଡି ଅଧିକାରୀମାନେ ପଚରାଉଚରା କରୁଛନ୍ତି । ସେମାନଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚରାଯାଇଛି । ଆରଜେଡି ସୁପ୍ରିମୋ ତାଙ୍କ ଝିଅ ମିସା ଭାରତୀଙ୍କ ସହ ସୋମବାର ପୂର୍ବାହ୍ନ ୧୧ଟା ୫ମିନିଟରେ ଇଡି କାର୍ଯ୍ୟାଳୟରେ ପହଂଚିଥିଲେ । ଇଡି କାର୍ଯ୍ୟାଳୟରେ ପ୍ରବେଶ କରିବା ପରେ ଭାରତୀ ଗଣମାଧ୍ୟମକୁ କହିଛନ୍ତି ଯେ ଯେତେବେଳେ ବି କୌଣସି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଆମ ପରିବାରର କୌଣସି ସଦସ୍ୟଙ୍କୁ ପଚରାଉଚରା ପାଇଁ ଡାକିଥାଏ, ଆମେ ସେଠାକୁ ଯାଇ ସେମାନଙ୍କୁ ସହଯୋଗ କରିଥାଉ ଏବଂ ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାଉ ।

The post ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ଇଡିର ଚଢାଉ । ଏପଟେ ରେଲୱେରେ ଚାକିରି ପାଇଁ ଜମି ମାମଲାରେ ଲାଲୁ ଯାଦବଙ୍କୁ ପାଟନାରେ ଇଡିର ଜେରା first appeared on Kanak News.

from Kanak News
via <a href="https://ifttt.com/?

ବିହାରରେ କ୍ଷମତା ପରିବର୍ତ୍ତନ ପରେ ଉତ୍ସାହିତ ବିଜେପି । ଆରଜେଡି ଓ କଂଗ୍ରେସ ଶିବିରରେ ନିରବତା । ଏପଟେ ବିହାରରେ ପହଞ୍ଚିଲା ରାହୁଲଙ୍କ ନ୍ୟାୟ ଯାତ୍ରା

କନକ ବ୍ୟୁରୋ: ୧୮ ମାସ ପରେ ପୁଣିଥରେ ପଟ୍ଟ ପରିବର୍ତନ ବିହାର ରାଜନୀତିରେ ମୋଡ ବଦଳାଇଛି । ଗୋଟିଏ ପଟେ ବିଜେପି ଜେଡିୟୁ ସହ କ୍ଷମତାରେ ଆସି ଉତ୍ସାହିତ ରହିଛି । ଅନ୍ୟପଟେ ଆରଜେଡି ଓ କଂଗ୍ରେସ କ୍ଷମତାରେ ଯିବା ପରେ ମୁହଁ ଶୁଖାଇଛି । କ୍ଷମତାରୁ ଯିବା ପରେ ଆରଜେଡି ଓ କଂଗ୍ରେସ ନିରବ ରହିଛି । କିନ୍ତୁ ରାଜନୀତିରେ ପଲଟୁରାମ ଭାବେ ପରିଚିତ ନୀତୀଶ କୁମାର ହଠାତ୍ ମୋହ ଭାଙ୍ଗି ବିଜେପି ସହ ଦୋସ୍ତି କରିବା ସମସ୍ତଙ୍କୁ ଚକମା ଦେଇଛି ।

  • ବିହାରରେ ଉତ୍ସାହିତ ବିଜେପି ଶିବିର
  • ମୁହଁ ଶୁଖାଇଛି ଆରଜେଡି ଓ କଂଗ୍ରେସ!

ବିଜେପିର ନେତା ଓ କର୍ମୀମାନେ ଜୟ ଶ୍ରୀରାମ ନାରା ଦେଇଛନ୍ତି । ରାଜଭବନ ନିକଟରେ ଗେରୁଆ ପୋଷାକ ପିନ୍ଧି ଥିବା ବିଜେପି କର୍ମୀମାନେ କହିଛନ୍ତି, “ବିହାରରେ ରାମ ରାଜ୍ୟ ଆସିଛି’ । ଅନ୍ୟପଟେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବଙ୍ଗଳା ବାହାରେ ନିରବତା ଦେଖିବାକୁ ମିଳିଛି । ସେପଟେ ସାଧାରଣ ନିର୍ବାଚନରେ ଏନଡିଏ ସମସ୍ତ ଆସନରେ ବିଜୟୀ ହେବ ବୋଲି ନେତା ବିଶ୍ୱାସ ରଖିଛନ୍ତି ।

  • ନିର୍ବାଚନ ପୂର୍ବରୁ ଆରଜେଡି-କଂଗ୍ରେସକୁ ଝଟକା
  • ବିହାରରେ ପ୍ରବେଶ କଲା ରାହୁଲଙ୍କ ‘ନ୍ୟାୟ ଯାତ୍ରା’

ମହାମେଣ୍ଟ ସରକାର କ୍ଷମତାରୁ ଯିବାର ଦିନକ ପରେ ବିହାରରେ ପ୍ରବେଶ କରିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ୨୦୨୦ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ରାହୁଲ ବିହାର ଆସିଛନ୍ତି । ଦୁଇ ଦିନ ପୂର୍ବରୁ ରାଜ୍ୟରେ କଂଗ୍ରେସ କ୍ଷମତାରେ ଥିବାରୁ ଉତ୍ସାହିତ ଥିଲେ ଦଳୀୟ କର୍ମୀ । କିନ୍ତୁ ଯେଉଁ ସମୟରେ ଭାରତ ଯୋଡ ନ୍ୟାୟ ଯାତ୍ରା ପ୍ରବେଶ କରିଛି ଏବେ ଦଳୀୟ କର୍ମୀଙ୍କ ନିକଟରେ ପୂର୍ବଭଳି ଆଉ ଜୋଶ ଦେଖିବାକୁ ମିଳିନାହିଁ । କିନ୍ତୁ ବିଜେପିକୁ ଟାର୍ଗେଟ କରି ରାହୁଲ ଗାନ୍ଧୀ ଘୃଣା ରାଜନୀତି କଥା ଉଠାଇଛନ୍ତି ।

ସାଧାରଣ ନିର୍ବାଚନକୁ ହାତରେ ଆଉ ଅଳ୍ପ ମାସ ରହିଛି । ଏପରି ସ୍ଥିତିରେ ବିହାରରେ ମହାମେଣ୍ଟ ଭଲ ପ୍ରଦର୍ଶନ କରିବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ଯେଉଁଭଳି ଭାବେ ନୀତୀଶ କୁମାର ପଟ ପରିବର୍ତନ କଲେ ତାହା ବିରୋଧୀ ଆରଜେଡି ଓ କଂଗ୍ରେସକୁ ବଡ ଝଟକା ଦେଇଛି ।

The post ବିହାରରେ କ୍ଷମତା ପରିବର୍ତ୍ତନ ପରେ ଉତ୍ସାହିତ ବିଜେପି । ଆରଜେଡି ଓ କଂଗ୍ରେସ ଶିବିରରେ ନିରବତା । ଏପଟେ ବିହାରରେ ପହଞ୍ଚିଲା ରାହୁଲଙ୍କ ନ୍ୟାୟ ଯାତ୍ରା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started