ଋତୁସ୍ରାବ ସମୟରେ କେମିତି ସୁସ୍ଥ ଓ ସ୍ୱଚ୍ଛ ରହିବେ ଛାତ୍ରୀ । ପିଲାଙ୍କୁ ସଚେତନ କରୁଛନ୍ତି ବିଦ୍ୟାଳୟ କର୍ତୃପକ୍ଷ

କନକ ବ୍ୟୁରୋ: ରୁତୁସ୍ରାବ ସମୟରେ କୋମଳମତି ଛାତ୍ରୀମାନେ ବିଦ୍ୟାଳୟରେ କେମିତି ସାନିଟାରି ପ୍ୟାଡ ବ୍ୟବହାର କରିବେ । କେମିତି ଏହାକୁ ନଷ୍ଟ କରିବା ସହ ନିଜକୁ ସ୍ୱଚ୍ଛ ରଖିବେ, ସେନେଇ ଛାତ୍ରୀଙ୍କୁ ସଚେତନ କରୁଛନ୍ତି ବିଦ୍ୟାଳୟ କର୍ତୃପକ୍ଷ । ବିଦ୍ୟାଳୟ ଓ ଛାତ୍ରୀନିବାସରେ ସାନିଟାରି ପ୍ୟାଡ ଉପଲବ୍ଧ ହେବା ସହ ପ୍ୟାଡ୍ ଭେଣ୍ଡିଙ୍ଗ ମେସିନ୍ ସାଙ୍ଗକୁ ବ୍ୟବହୃତ ପ୍ୟାଡକୁ ନଷ୍ଟ କରିବା ପାଇଁ ମେସିନ ମଧ୍ୟ ପ୍ରଦାନ କରାଯାଇଛି । ତେବେ ଏହାକୁ କେମିତି ବ୍ୟବହାର କରିବେ ଏବଂ କେମିତି ନିଜକୁ ସୁସ୍ଥ ଏବଂ ସ୍ୱଚ୍ଛ ରଖିବେ, ଏଥିପାଇଁ ବିଦ୍ୟାଳୟକୁ ବିଦ୍ୟାଳୟ ବୁଲି ଛାତ୍ରୀଙ୍କୁ ସଚେତନ କରୁଛନ୍ତି ଆସିଷ୍ଟାଂଟ ପ୍ରଫେସର ସିଲି ରାଉତ । ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ସାନିଟରି ପ୍ୟାଡ ବ୍ୟବହାରକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

 

The post ଋତୁସ୍ରାବ ସମୟରେ କେମିତି ସୁସ୍ଥ ଓ ସ୍ୱଚ୍ଛ ରହିବେ ଛାତ୍ରୀ । ପିଲାଙ୍କୁ ସଚେତନ କରୁଛନ୍ତି ବିଦ୍ୟାଳୟ କର୍ତୃପକ୍ଷ first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ତାରିଖ ଘୋଷଣା ହୋଇନି । ତଥାପି ରାୟଗଡାରେ ଘର ଘର ବୁଲି ପ୍ରଚାର କରୁଛନ୍ତି କଂଗ୍ରେସ ନେତା

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ତାରିଖ ଆସିନି କି ପ୍ରାର୍ଥୀ ତାଲିକା ଘୋଷଣା ହୋଇନି । କିନ୍ତୁ ଜମିଲାଣି ପ୍ରଚାର । କଂଗ୍ରେସର ଆଶାୟୀ ପ୍ରାର୍ଥୀ ନିଜ ନିଜ ଅଞ୍ଚଳରେ ପ୍ରଚାର କରି ବୁଥ୍ ସଜାଡିବା ଆରମ୍ଭ କଲେଣି । ରାୟଗଡା ବିଧାନସଭା ଆଶାୟୀ ବିଧାୟକ ପ୍ରାର୍ଥୀ ଆପଲାସ୍ୱାମି କାଡ୍ରାକା ଓ କୋରାପୁଟ ଲୋକସଭା ସାସଂଦ ଆଶାୟୀ ପ୍ରାର୍ଥୀ ସପ୍ତଗିରି ଉଲାକା ମିଶି ପ୍ରଚାର ଚଳାଇଛନ୍ତି । ଏଆଇସିସିର ନିର୍ଦ୍ଧେଶରେ ପ୍ରଚାର କରାଯାଉଥିବା କହିଛନ୍ତି ସାସଂଦ ଆଶାୟୀ ପ୍ରାର୍ଥୀ ସପ୍ତଗିରି ଉଲାକା । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଲୋକଙ୍କର ବହୁ ସମସ୍ୟା ରହିଛି, ସମସ୍ତ ସମସ୍ୟାକୁ ନିର୍ବାଚନୀ ଇସ୍ତାହାରରେ ରଖି ସମାଧାନ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି କଂଗ୍ରେସର ଆଶାୟୀ ପ୍ରାର୍ଥୀ ।

  • ଭୁଲ ସୁଧାରିବାକୁ କଂଗ୍ରେସର ପ୍ରୟାସ
  • ବୁଥ୍ ସଜାଡିବାକୁ ରାଜ୍ୟ ନେତାଙ୍କ ଉଦ୍ୟମ

୨୦୧୯ରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଯୋଗୁଁ ପ୍ରଚାର ପାଇଁ ସମୟ ମିଳିନଥିଲା । ତେଣୁ ଏଥର ଆଗରୁ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଦେଶ କଂଗ୍ରେସ ନେତା । ଅବିଭକ୍ତ କୋରାପୁଟ ଜିଲ୍ଲା ଏକ ବହୁତ ବଡ ଜିଲ୍ଲା । ୩୭୧ଟି ପଂଚାୟତ ନିର୍ବାଚନ ବେଳେ ବୁଲିବା ସମ୍ଭବ ନୁହେଁ, ତେଣୁ ଏଆଇସିସିର ନିର୍ଦ୍ଦେଶ କ୍ରମେ କେଉଁଦିନ କେଉଁ ଅଂଚଳ ବୁଲିବେ, ତାର ପ୍ରସ୍ତୁତି କରି ନିଜ ନିଜ ସମର୍ଥକଙ୍କ ସହ ପ୍ରଚାର କରୁଛନ୍ତି । ବଡ଼ବଡ଼ ସଭା ନକରି ଗାଁ ଗାଁ, ପଂଚାୟତ ପଂଚାୟତ ଓ ଘର ଘର ବୁଲି ଲୋକଙ୍କୁ ଭେଟୁଛନ୍ତି ନେତା । କଂଗ୍ରେସ ପ୍ରତି ଲୋକଙ୍କ ଭଲ ପାଇବା ବଢିଛି, ଆଗାମୀ ନିର୍ବାଚନରେ ରାୟଗଡାରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଟକ୍ଟର ହେବ । ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରି ସବୁ ଆଶନରେ ବିଜୟୀ ହେବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ରାୟଗଡା ବିଧାନସଭା ଆଶାୟୀ ଆପଲାସ୍ୱାମୀ କାଡ୍ରାକା ।

ନିକଟରେ ରାୟଗଡା ବିଧାନସଭାର ରାୟଗଡା ଓ କାଶୀପୁର ବ୍ଳକର କିଛି ପଚାଂୟତ ସମେତ କୋରାପୁଟ ପଟାଙ୍ଗି ଅଞ୍ଚଳରେ ପ୍ରଚାର କରିଛନ୍ତି କଂଗ୍ରେସର ଦୁଇ ଆଶାୟୀ ପ୍ରାର୍ଥୀ । ସାଥିରେ ଥିଲେ ଓପିସିସି ରାଜ୍ୟ ସାଧାରଣ ସଂପାଦକ ଦୂର୍ଗା ପ୍ରସାଦ ପଣ୍ଡା ଓ ସାସଂଦଙ୍କ ପତ୍ନୀ ର୍ପୂଜା ଉଲ୍ଲାକା ।

The post ନିର୍ବାଚନ ତାରିଖ ଘୋଷଣା ହୋଇନି । ତଥାପି ରାୟଗଡାରେ ଘର ଘର ବୁଲି ପ୍ରଚାର କରୁଛନ୍ତି କଂଗ୍ରେସ ନେତା first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀରର ପ୍ଲାନିଂ ସହରରେ ବଡ ସମସ୍ୟା ଖରାପ ରାସ୍ତା । ମରାମତି ଅଭାବରୁ ରାସ୍ତାରୁ ଉଠିଗଲାଣି ସିମେଣ୍ଟ କଂକ୍ରିଟ୍

କନକ ବ୍ୟୁରୋ: ବଲାଙ୍ଗିର ସହର ହେଉଛି ପ୍ଲାନିଙ୍ଗ ସହର । କାରଣ ଓଡିଶାର ଏହା ହେଉଛି ପ୍ରଥମ ସହର । ଯେଉଁଠି ସହରର ରାସ୍ତା ଓ ଘର ଗୁଡିକ ସବୁ ପ୍ଳାନିଙ୍ଗ ଅନୁସାରେ ସିଧାସିଧା ଓ ଚଉଡା ହେବା ସହ ଡ୍ରେନେଜ ବ୍ୟବସ୍ଥା ରହିଥିଲା । ହେଲେ ଏବେ ଡ୍ରେନ ଗୁୁଡିକ ଅବସ୍ଥା ଯାହା ଥାଉ ରାସ୍ତା ଗୁଡିକ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି । ସହରର ସବୁ ରାସ୍ତା ଭାଙ୍ଗି ଶୋଚନୀୟ ହୋଇପଡିଛି ।

ବଲାଙ୍ଗୀର ସହର ପାଇଁ ଏବେ ଦୁଃଖ ପାଲଟିଛି ଏହି ରାସ୍ତା । କେଉଁଠି କଂକ୍ରିଟ୍ ଉଠିଗଲାଣି ତ ଆଉ କେଉଁଠି ଖାଲଖମା । ରାସ୍ତାର ଅବସ୍ଥା ଏମିତି ସବୁବେଳେ ଧୁଳି ଉଡୁଥିବା ବେଳେ ଆବଡାଖାବଡା ରାସ୍ତାରେ ଗଲା ବେଳେ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ବୟସ୍କ ଲୋକ କହୁଛନ୍ତି, ରାସ୍ତାରେ ଚାଲିବାକୁ ଭୟ ଲାଗୁଛି ।

ଆଗରୁ ଏ ରାସ୍ତାର ଦୃଶ୍ୟ ଅଲଗା ଥିଲା । ବଲାଙ୍ଗିର ସହରର ରାସ୍ତା ଗୁଡିକ ସଫା ସୁତୁରା ରହିବା ସହ ଭଲ ଥିଲା । ହେଲେ ଦୀର୍ଘ ଦିନରୁ ମରାମତି ଅଭାବରୁ ରାସ୍ତାର ଏ ଦୁଃରାବସ୍ଥା ଦେଖିବାକୁ ମିଳିଛି । ଯଥାଶୀଘ୍ର ମରାମତି ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଅନ୍ୟପଟେ ପୌରପରିଷଦ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ସହରର ପ୍ରାୟ ୫୦୦ଟି ରାସ୍ତା ପାଇଁ ଟେଣ୍ଡର ସରିଛି, ଖୁବ୍ଶୀଘ୍ର ରାସ୍ତା ଗୁଡିକ ମରାମତି ହେବ । ଲୋକଙ୍କ ଟିକସ ପଇସାରେ ବିଭିନ୍ନ ଉନ୍ନତିମୂଳକ କାମ ହେଉଛି । ବଲାଙ୍ଗୀରରେ ମଧ୍ୟ ଉନ୍ନତିମୂଳକ କାମ କରିବା ଜରୁରୀ ହୋଇପଡିଛି ।

The post ବଲାଙ୍ଗୀରର ପ୍ଲାନିଂ ସହରରେ ବଡ ସମସ୍ୟା ଖରାପ ରାସ୍ତା । ମରାମତି ଅଭାବରୁ ରାସ୍ତାରୁ ଉଠିଗଲାଣି ସିମେଣ୍ଟ କଂକ୍ରିଟ୍ first appeared on Kanak News.

from Kanak News
via <a href="https://ifttt.com/?

ଗଞ୍ଜାମରେ ବଢୁଛି ବିରଳ କୃଷ୍ଣସାର ମୃଗଙ୍କ ସଂଖ୍ୟା । ହେଲେ ଫସଲ ସୁରକ୍ଷା ପାଇଁ ଚାଷୀ ଘେରାଇଥିବା ତାର ଜାଲ ମୃଗଙ୍କ ପାଇଁ ହେଉଛି କାଳ 

କନକ ବ୍ୟୁରୋ: ବିରଳ କୃଷ୍ଣସାର ମୃଗ । ବର୍ଷ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ମୁକ୍ତ ଆଉ ଅବାଧରେ ବିଚରଣ କରୁଥିବା ଏହି ବନ୍ୟପ୍ରାଣୀଙ୍କ ସଂଖ୍ୟା ଏବେ ଆଶାତୀତ ଭାବେ ବୃଦ୍ଧି ପାଇଛି । ବନ ବିଭାଗର କର୍ତବ୍ୟନିଷ୍ଠା, ସଚେତନତା ଓ ଏମାନଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଯୋଗୁ ଏହା ସମ୍ଭବ ହୋଇପାରିଛି । ହେଲେ ଫସଲକୁ ମୃଗଙ୍କ କବଳରୁ ରକ୍ଷା କରିବା ପାଇଁ ଚାଷୀମାନେ ଘେରାଇଥିବା ତାର ଜାଲ କିନ୍ତୁ ଏମାନଙ୍କ ପାଇଁ କାଳ ସାଜିଛି ।

ଦଳ ଦଳ ହୋଇ ମୁକ୍ତ ଏବଂ ଅବାଧରେ ବିଚରଣ କରୁଛନ୍ତି କୃଷ୍ଣସାର ମୃଗ ।  ପଡିଆ, ଗାଁ, ରାସ୍ତାକଡ ସବୁଠି ଘୁରିବୁଳୁଛନ୍ତି ଏହି ବିରଳ ପ୍ରଜାତିର ବନ୍ୟ ପ୍ରାଣୀ । ଖାଦ୍ୟର ଅଭାବ ନାହିିଁ, ନିର୍ଭୟରେ ବୁଲୁଛନ୍ତି ଏମାନେ । ପାଖକୁ ଗଲେ ବି ଡରୁନାହାଁନ୍ତି । କାରଣ ସ୍ଥାନୀୟ ଅଞ୍ଚଳର ଲୋକେ ଏମାନଙ୍କର ବନ୍ଧୁ ପାଲଟି ଯାଇଛନ୍ତି । ଗଞ୍ଜାମ ଜିଲ୍ଲା ଦକ୍ଷିଣ ବନଖଣ୍ଡ ଆସିକା ରେଞ୍ଜ୍ ଭେଟନଇ ଓ ବାଲିପଦର ମୃଗବିହାର । ୧୯୭୨ରୁ ଏ ଅଞ୍ଚଳରେ ଧିରେ ଧିରେ ବଢିଚାଲିଛି ଏମାନଙ୍କ ସଂଖ୍ୟା । ବନ ବିଭାଗର ରିପୋର୍ଟ କହୁଛି, ୨୦୨୩ ଗଣନା ଅନୁସାରେ ସଂଖ୍ୟା ୧୯୭୯ରେ ପହଞ୍ଚିଛି । ବିରଳ କୃଷ୍ଣସାର ମୃଗ ଦେଖିବା ପାଇଁ ରାଜ୍ୟବାହାରୁ ମଧ୍ୟ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି ।

କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ବନ ବିଭାଗ ମଧ୍ୟ ବହୁ ପଦକ୍ଷେପ ନେଇଛି । ସ୍ଥାନୀୟ ଲୋକଙ୍କୁ ସଚେତନ କରିବା, ଖାଦ୍ୟ ପାଇଁ ଘାସ ବଗିଚା, ପାଣି ପାଇଁ ପୋଖରୀ ,ଦୁର୍ଘଟଣାରୁ ରକ୍ଷା ପାଇଁ ରାସ୍ତାରେ ସ୍ପିଡ ବ୍ରେକର ମଧ୍ୟ ଲଗାଇଛି । ଏପରିକି କୃଷ୍ଣସାର ମୃଗଙ୍କ ଦ୍ୱାରା ଫସଲ ନଷ୍ଟ ହେଲେ ସହାୟତା ରାଶି ମଧ୍ୟ ଦିଆଯାଉଛି । ତେଣୁ ଏମାନଙ୍କ ସଖ୍ୟା ବଢୁଛି । ହେଲେ ଚିନ୍ତା ବଢାଉଛି ଏମାନଙ୍କ ଚାରଣ ଭୁମି ଉପରେ ଜମି ମାଫିଆଙ୍କ ନଜର । ତାସହ ଫସଲକୁ ମୃଗଙ୍କ କବଳରୁ ରକ୍ଷା କରିବା ପାଇଁ ଚାଷୀମାନେ ଘେରାଇଥିବା ତାର ଜାଲ ବି ଏମାନଙ୍କ ପାଇଁ କାଳ ସାଜିଛି । ଏହାସହ ଗାଁ ଭିତରକୁ ଚାଲି ଆସୁଥିବା କିଛି ମୃଗ କୁକୁର ଆକ୍ରମଣର ଶିକାର ହେଉଛନ୍ତି । ଏ ସବୁ ଦିଗରେ ଆଉ ଟିକେ ଧ୍ୟାନ ଦିଆଗଲେ, କୃଷ୍ଣସାର ମୃଗଙ୍କ ପାଇଁ ଗଞ୍ଜାମ ଆହୁରି ସୁରକ୍ଷିତ ସ୍ଥାନ ହୋଇପାରିବ ।

The post ଗଞ୍ଜାମରେ ବଢୁଛି ବିରଳ କୃଷ୍ଣସାର ମୃଗଙ୍କ ସଂଖ୍ୟା । ହେଲେ ଫସଲ ସୁରକ୍ଷା ପାଇଁ ଚାଷୀ ଘେରାଇଥିବା ତାର ଜାଲ ମୃଗଙ୍କ ପାଇଁ ହେଉଛି କାଳ  first appeared on Kanak News.

from Kanak News
via <a href="https://ifttt.com/?

ଦାଦନ ଖଟିବାକୁ ଯାଉଥିବା ବେଳେ ଟ୍ରେନରୁ ପଡି ଆରପାରିକୁ ଚାଲିଗଲେ ସ୍ୱାମୀ । ବେସାହାରା ହୋଇଗଲେ ପିଲା । ପରିବାର ମୁହଁରେ ଦାନା ଦେବା ପାଇଁ ରେଖାଙ୍କ ସଂଘର୍ଷ

କନକ ବ୍ୟୁରୋ: ସଂସାର ଯଦି ଗୋଟିଏ ମୁଦ୍ରା ହୁଏ, ତେବେ ସ୍ୱାମୀ-ସ୍ତ୍ରୀ ଦୁହେଁ ସେହି ମୁଦ୍ରାର ଦୁଇଟି ପାଶ୍ୱର୍ । ଯଦି ଜଣିଏ ଅବେଳରେ ଅଫେରା ରାଇଜର ଅତିଥି ପାଲଟିଯାଆନ୍ତି ତେବେ ସଂସାର ରଥକୁ ଆଗେଇ ନେବା କେତେ କଷ୍ଟ ଯିଏ ଅଙ୍ଗେ ନିଭେଇଛି ସିଏ ହିଁ ଜାଣିଛି । ସେ ଦୁଃଖକୁ ଅତି ନିକଟରୁ ଦେଖିଛନ୍ତି, ମୋହନା ବ୍ଲକ ବୋରିଗୁଡା ଗାଁର ରେଖା ମଲ୍ଲିକ । ସ୍ୱାମୀ ଦାଦନ ଖଟିବାକୁ ଯାଉଥିବା ବେଳେ ଟ୍ରେନରୁ ପଡି ପ୍ରାଣ ହରାଇବା ପରେ ରେଖାଙ୍କ ଜୀବନରେ ଘୋଟି ଆସିଛି ଦୁଃଖ ଓ ଯନ୍ତ୍ରଣାର ଘନ ଅନ୍ଧାର ।

ରେଖାଙ୍କ ସ୍ୱାମୀ ନାଜୁ ମଲ୍ଲିକ । ଗୋଆରେ ଦାଦନ ଶ୍ରମିକ ଭାବେ କାମ କରି ସ୍ତ୍ରୀ ଓ ତିନି ପିଲାଙ୍କ ପେଟକୁ ଦାନା ଯୋଗାଉଥିଲେ । ହେଲେ ହଠାତ୍ ବଦଳିଗଲା ସବୁ କିଛି । ଦୁର୍ଭାଗ୍ୟ ବଶତଃ ନାଜୁ ଟ୍ରେନରୁ ପଡି ପ୍ରାଣ ହରାଇବା ପରେ ବସାହାରା ହୋଇପଡିଛି ପୁରା ପରିବାର । ଆହା ପଦେ କହିବାକୁ କେହି ନାହିଁ । ପିଲାଙ୍କ ମୁହଁରେ ଦାନା ଦେବାକୁ ଅହରହ ସଂଘର୍ଷ କରୁଛନ୍ତି ରେଖା । କୁଲି କାମ କରିବା ସହ ଜଙ୍ଗଲରୁ କାଠ ହାଣି ପରିବାର ପୋଶୁଛନ୍ତି ରେଖା ।

ସରକାରଙ୍କ ପକ୍ଷରୁ ବଡ ପୁଅକୁ ଦିବ୍ୟାଙ୍ଗ ଭତ୍ତା ଓ ଆବାସ ଟିଏ ମିଳିଛି । ସେତିକିରେ ପିଲାଙ୍କ ପାଠପଢା, ଖିଆପିଆ ସମ୍ଭବ ହେଉନାହିଁ । ୩ଟି ଛୁଆଙ୍କୁ ନେଇ ବହୁ କଷ୍ଟରେ ଚଳୁଥିବା ରେଖାଙ୍କୁ ଅଧିକ ସହାୟତା ଜରୁରୀ ।

The post ଦାଦନ ଖଟିବାକୁ ଯାଉଥିବା ବେଳେ ଟ୍ରେନରୁ ପଡି ଆରପାରିକୁ ଚାଲିଗଲେ ସ୍ୱାମୀ । ବେସାହାରା ହୋଇଗଲେ ପିଲା । ପରିବାର ମୁହଁରେ ଦାନା ଦେବା ପାଇଁ ରେଖାଙ୍କ ସଂଘର୍ଷ first appeared on Kanak News.

from Kanak News
via <a href="https://ifttt.com/?

ଟିଏସଜିି ଗୁରୁକୁଳ ସହିତ ବାଜିରାଓ ଆଇଏଏସ୍ ଏକାଡେମୀ ଏବଂ ଫିଜିକ୍ସ ୱାଲାର ଅନୁବନ୍ଧନ

କନକ ବ୍ୟୁରୋ: ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ଟିଏସଜି ଗୁରୁକୁଳ ସହିତ ବାଜିରାଓ ଆଇଏଏସ୍ ଏକାଡେମୀ ଏବଂ ଫିଜିକ୍ସ ୱାଲା ଦୁଇଟି ଅନୁଷ୍ଠାନ ଅନୁବନ୍ଧିତ ହୋଇଛି । ଏହି ସମ୍ମିଳନୀରେ ବାଜିରାଓ ଆଇଏଏସ୍ ଏକାଡେମୀର ସିଇଓ ଶୁଭ୍ରାଂଶୁ ଶେଖର ଓଝା ଏବଂ ଫିଜିକ୍ସ ୱାଲାର ସେଣ୍ଟର ହେଡ-ସୁଝା ଅହମ୍ମଦ ଯୋଗ ଦେଇଥିଲେ । ଟିଏସଜି ସବୁବେଳେ ପାରମ୍ପରିକ ଶିକ୍ଷାପଦ୍ଧତି ସହ ଆଧୁନିକ ଶିକ୍ଷାକୁ ଗୁରୁତ୍ୱ ଦେଇଥାଏ ବୋଲି ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ସ୍ମୃତି ସାରିକା କହିଥିଲେ । ଏହି ଅନୁବନ୍ଧନ ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଦେବ ବୋଲି ଟିଏସଜିର ପ୍ରିନ୍ସିପାଲ ରଞ୍ଜିତା ମହାପାତ୍ର ପ୍ରକାଶ କରିଥିଲେ ।

ଟିଏସଜି ଗୁରୁକୁଳ ହେଉଛି ଏପରି ଏକ ସ୍କୁଲ ଯେଉଁଠାରେ ଏଲକେଜି ଠାରୁ ଆରମ୍ଭ କରି +୨, +୩ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ଉଚ୍ଚ କୋଟୀର ଶିକ୍ଷା ସହିତ ଉତ୍ତମ ବାତାବରଣ ଓ ସୁସ୍ଥ ପରିବେଶ ପ୍ରଦାନ କରାଯାଏ । ଏଠାରେ ଛୋଟପିଲାଙ୍କୁ ସଠିକ ଶିକ୍ଷା ପ୍ରଦାନ ସହିତ ସେମାନଙ୍କର ଶାରୀରିକ ବିକାଶ ପାଇଁ ମଧ୍ୟ ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି କରାଯାଇଛି । ଟିଏସଜି ଟାଇମ୍ସ ସ୍କଲାର୍ସ ଗୁରୁକୁଳ ସହ ଆଇଏଏସ୍ ଓ ଓଏଏସ୍ ପାଇଁ ଶିକ୍ଷାଯୋଗାଇ ଦେଉଥିବା ଆଗଧାଡିର ସୁନାମଧନ୍ୟ ଜାତୀୟ ଶିକ୍ଷାନୁଷ୍ଠାନ ଏବଂ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁଥିବା ଦେଶର ଆଗଧାଡିର କୋଚିଙ୍ଗ ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର କରାଯାଇଛି ।

ସରକାରୀ ନିୟମ ଅନୁସାରେ ୧୬ ବର୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନଙ୍କୁ +୨ ଏବଂ +୩ ଅଧ୍ୟୟନ କରିବା ସମୟରେ ଆଇଏଏସ୍ ଓ ଓଏଏସ୍ ଓ ନିଟ୍/ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ସୁଲଭ ମୂଲ୍ୟରେ ଶିକ୍ଷା ପ୍ରଦାନ କରାଯିବ । ଏହାଦ୍ୱାରା ଟିଏସଜି ଗୁରୁକୁଳରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନେ ଏକତ୍ର ଏହି ସୁବିଧାର ଉପଯୋଗ କରିପାରିବେ ଏବଂ ଭବିଷ୍ୟତରେ ଶିକ୍ଷାକ୍ଷେତ୍ରରେ ଆସୁଥିବା ପ୍ରତିବନ୍ଧକକୁ ସହଜରେ ସାମ୍ନା କରିପାରିବେ । ଏହା ସହିତ ୧୦ ପ୍ରତିଶତ ଆର୍ଥିକ ଆନଗ୍ରସର ମେଧବୀ ଛାତ୍ରଛାତ୍ରୀମାନଙ୍କୁ ବିନା ମୂଲ୍ୟରେ ରହିବା, ଖାଇବା ଏବଂ ପଢିବା ଭଳି ସୁବିଧା ଗୁରୁକୁଳରେ ଯୋଗାଇ ଦିଆଯିବ । ତେଣୁ ସମସ୍ତ ଅଭିଭାବକମାନଙ୍କୁ ଅନୁରୋଧ ପିଲାମନଙ୍କ ଉଜ୍ଜଳମୟ ଭବିଷ୍ୟତ ପାଇଁ ଓ ଏହି ସୁବିଧାର ଉପଯୋଗ ପାଇଁ ଟିଏସ୍ଜି ଗୁରୁକୁଳ ସହ ଯୋଗାଯୋଗ କରିବାପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ପରିପ୍ରକାଶ କରାଯାଇଥିଲା ।

The post ଟିଏସଜିି ଗୁରୁକୁଳ ସହିତ ବାଜିରାଓ ଆଇଏଏସ୍ ଏକାଡେମୀ ଏବଂ ଫିଜିକ୍ସ ୱାଲାର ଅନୁବନ୍ଧନ first appeared on Kanak News.

from Kanak News
via <a href="https://ifttt.com/?

ଇଣ୍ଡିଆନ୍ ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

କନକ ବ୍ୟୁରୋ: ଶୁକ୍ରବାର ସମ୍ବଲପୁର ସହରର କ୍ଷେତରାଜପୁରସ୍ଥିତ ଇଣ୍ଡିଆନ୍ ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ କାର୍ୟ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମରେ ପରମାଣପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ମୂରଲୀ ପ୍ରସାଦ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ୟ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସଚିନ ପାଠକ ପୁଷ୍ପଗୁଚ୍ଛ ପ୍ରଦାନ କରି ମୁଖ୍ୟ ଅତିଥିଙ୍କୁ ସ୍ବାଗତ କରିବା ପରେ ଅଧ୍ୟକ୍ଷ ସଚିନ ପାଠକ, ପ୍ରଧାନ ଶିକ୍ଷୟିତ୍ରୀ ପୂଜା ସିଂ, କୋଡିନେଟର ରଶ୍ମିରେଖା ପଣ୍ଡା, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କ ଗହଣରେ, ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ, ଭାରତର ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଫଳରେ ଦେଶ ଆଜି ସ୍ଵାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ଉତ୍ସବମାନ ପାଳନ କରିବାର ସୌଭାଗ୍ୟ ଅର୍ଜନ କରିଛି । ତେଣୁ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧ୍ୟକ୍ଷ ସଚିନ ପାଠକ ମଧ୍ୟ ଦେଶର ସୁରକ୍ଷା ଓ ଅଖଣ୍ଡତା ବଜାୟ ରଖିବା ପାଇଁ କର୍ମ ଓ କର୍ତ୍ତବ୍ୟରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ କଳା ଶିକ୍ଷକ ସୁବ୍ରତ କୁମାର ବେହେରା, ସଙ୍ଗୀତ ଶିକ୍ଷକ ଗିରିଜା ଶଙ୍କର ମିଶ୍ର ଓ ନୃତ୍ୟ ଶିକ୍ଷକ ଦଶରଥ ମେହେରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ତତ୍ ପଶ୍ଚାତ୍, ନିକଟ ଅତୀତରେ ବିଦ୍ୟାଳୟ ପରିସରରେ ସଂଘଟିତ ହୋଇଥିବା ବିଜ୍ଞାନ ମେଳା ପ୍ରଦର୍ଶନୀରେ ନିଜର ଶ୍ରେଷ୍ଠ ମଡେଲ ପ୍ରଦର୍ଶିତ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ପରିଶେଷରେ, ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ୟ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା ।

The post ଇଣ୍ଡିଆନ୍ ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ first appeared on Kanak News.

from Kanak News
via <a href="https://ifttt.com/?

ବାଜି ମାରିଲା ଓଡିଶାର ପ୍ରଜ୍ଞାପନ ମେଢ । ସାଧାରଣତନ୍ତ୍ର ଦିବସରେ ପ୍ରଥମ ସ୍ଥାନ ଅକ୍ତିଆର କଲା ଓଡିଶାର ପ୍ରଜ୍ଞାପନ ମେଢ ।

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ସ୍ଥାନ ଅଧିକାର କଲା ଓଡିଶାର ପ୍ରଜ୍ଞାପନ ମେଢ । ଏଥର ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଇଥିବା ଓଡିଶାର ପ୍ରଜ୍ଞାପନ ମେଢ ସମସ୍ତ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ବିଚାରକ ମଣ୍ଡଳୀ ଓଡିଶାର ପ୍ରଜ୍ଞାପନ ମେଢକୁ ସବୁଠୁ ଅଧିକ ପସନ୍ଦ କରିଛନ୍ତି । ତେବେ ଏହା ପଛକୁ ରହିଛି ଗୁଜରାଟ ରାଜ୍ୟର ପ୍ରଜ୍ଞାପନ ମେଢ ଏବଂ ତୃତୀୟ ସ୍ଥାନ ଅକ୍ତିଆର କରିଛି ତାମିଲାନାଡୁର ପ୍ରଜ୍ଞାପନ ମେଢ ।

ଅନ୍ୟପଟେ ଲୋକଙ୍କ ପସନ୍ଦ ଅନୁସାରେ ଗୁଜରାଟ ରାଜ୍ୟ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ଏହା ପଛକୁ ଉତ୍ତର ପ୍ରଦେଶ ଦ୍ୱିତୀୟ ଏବଂ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି । ତେବେ ଏଥର ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର କଳା କାରିଗରୀ ଦେଖିବାକୁ ମିଳିଥିଲା । ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା । ଯାହାକି ଏବେ ଦିଲ୍ଲୀ ଦରବାରରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ସେପଟେ ବିଭାଗମାନଙ୍କ ଭିତରେ ସଂସ୍କୃତି ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ଏବଂ ଶିଖ୍ ରେଜିମେଣ୍ଟର ମାର୍ଚିଂ କଣ୍ଟିଜେଣ୍ଟ୍ ପ୍ରଥମ ସ୍ଥାନ ଅକ୍ତିଆର କରିଛି ।

The post ବାଜି ମାରିଲା ଓଡିଶାର ପ୍ରଜ୍ଞାପନ ମେଢ । ସାଧାରଣତନ୍ତ୍ର ଦିବସରେ ପ୍ରଥମ ସ୍ଥାନ ଅକ୍ତିଆର କଲା ଓଡିଶାର ପ୍ରଜ୍ଞାପନ ମେଢ । first appeared on Kanak News.

from Kanak News
via <a href="https://ifttt.com/?

ବିଜେଡିରେ ମିଶିଲେ ଯାତ୍ରା କଳାକାର । ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ସମେତ ବହୁ କଳାକାର ସାମିଲ

କନକ ବ୍ୟୁରୋ: ବିଜେଡିରେ ମିଶିଲେ ଯାତ୍ରା କଳାକାର । ଯାତ୍ରା କଳାକାର ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପଣ୍ଡାଙ୍କ ସମେତ ୨୯ଜଣ କଳାକାର ବିଜେଡିରେ ଯୋଗଦେଇଛନ୍ତି । ସେହିଭଳି ସାରା ଓଡିଶାରୁ ୩ଶହ କଳାକାର ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟରେ ସାମିଲ ହୋଇଛନ୍ତି ଏହି କଳାକାର । ବିଜେଡିରେ ସାମିଲ ହେବା ପରେ କଳାକାରମାନେ କହିଛନ୍ତି, ନବୀନଙ୍କ ନେୃତୃତ୍ୱ ପ୍ରତି ଆକୃଷ୍ଟ ହୋଇ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି । ଜଗନ୍ନାଥ ପ୍ରକଳ୍ପ, ସମଲେଇ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଦଳ ଆହୁରି ସୁଦୃଢ ହେବ ଓ ଏଥିସହ କଳା ଓ ସଂସ୍କୃତି ଆଗକୁ ଯିବ ବୋଲି କହିଛନ୍ତି କଳାକାର ।

The post ବିଜେଡିରେ ମିଶିଲେ ଯାତ୍ରା କଳାକାର । ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ସମେତ ବହୁ କଳାକାର ସାମିଲ first appeared on Kanak News.

from Kanak News
via <a href="https://ifttt.com/?

ବାଣ ମାରିଲେ ମଲ୍ଲିକାର୍ଜୁନ । କହିଲେ ପ୍ରେମ ବିବାହ କରିଛନ୍ତି ବିଜେପି-ବିଜେଡି, ମୋଦୀଙ୍କୁ ଏଥର ଶାସନରୁ ହଟାନ୍ତୁ ।

କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଆସି କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ପାଇଁ ଓଡ଼ିଶାର ଗୁରୁତ୍ୱ ଯଥେଷ୍ଟ ଅଧିକ ଥିଲା । ପଣ୍ଡିତ ନେହେରୁଙ୍କ ନଜରରେ ଓଡ଼ିଶାର ସ୍ୱତନ୍ତ୍ର ସ୍ଥାନ ଥିଲା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଭଲ ବନ୍ଧୁ ଥିଲେ । ସେତେବେଳେ ଓଡ଼ିଶାରେ ଅନେକ କାମ ହୋଇଛି । କିନ୍ତୁ ଏବେର ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଜେପି ନୀତି ଆଦର୍ଶର ହୋଇଗଲେଣି ।

ମଲ୍ଲିକାର୍ଜୁନ କହିଛନ୍ତି, ବିଜେଡି-ବିଜେପିର ବିବାହ କଂଗ୍ରେସ କରିନାହିଁ । ବିଜେଡି-ବିଜେପି ଏଠାରେ ଲଭ ମ୍ୟାରେଜ କରିଛନ୍ତି । ସେମାନଙ୍କୁ କେହି ମିଶାଇନାହାନ୍ତି । ସେମାନେ ଆପଣାଛାଏଁ ପରସ୍ପର ସହ ମିଶିଛନ୍ତି ଓଡ଼ିଶାକୁ ବରବାଦ କରିବାକୁ । ସେମାନଙ୍କର ଲଭ୍ ମ୍ୟାରେଜ ସ୍ଥାୟୀ ନୁହେଁ । କାରଣ କେବେ କେବେ ଡବଲ ଇଞ୍ଜିନ ଫେଲ ହୋଇଥାଏ ।କଂଗ୍ରେସ ଦଳ ପାରାଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ,
ଚିଲିକା ନୌସେନା ଏକାଡେମୀ, ମଞ୍ଚେଶ୍ୱର ରେଳ କୋଚ୍ ଓଡ଼ିଶାରେ କରିଛି । କିନ୍ତୁ ମୋଦୀ ଓ ପଟ୍ଟନାୟକ ମିଶିକି ଓଡ଼ିଶାକୁ କଣ ଦେଇଛନ୍ତି । ବଡ ବଡ ଶିଳ୍ପ କଂଗ୍ରେସ ଆଣିଛି । କିନ୍ତୁ ବିଜେପି ସହ ମିଶି ଓଡ଼ିଶାର ଖଣିଜ ସମ୍ପଦକୁ ଲୁଟିବାକୁ ଅନୁମତି ଦେଉଛନ୍ତି ଏବେର ସରକାର । ଏମ୍ସ, ଶିକ୍ଷାନୁଷ୍ଠାନ ଏ ସବୁ କଂଗ୍ରେସ ସମୟରେ ହୋଇଛି । ଓଡ଼ିଶାରେ ଯାହା ହୋଇଛି କଂଗ୍ରେସ କରିଛି , କିନ୍ତୁ ମୋଦୀ ସବୁବେଳେ କହୁଛନ୍ତି ୭୦ ବର୍ଷରେ କଣ କରିଛି କଂଗ୍ରେସ । ଯଦି ୭୦ ବର୍ଷରେ କଂଗ୍ରେସ କିଛି କରିନଥାନ୍ତା ତେବେ ମୋଦୀ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିନଥାନ୍ତେ । ଦେଶର ସମ୍ବିଧାନ, ଲୋକତନ୍ତ୍ରକୁ ବଞ୍ଚାଇଛି କଂଗ୍ରେସ, ଭାରତର ଲୋକତନ୍ତ୍ର, ସମ୍ବିଧାନକୁ ନଷ୍ଟ କରୁଛନ୍ତି ମୋଦୀ । ବଡ ବଡ ଧନୀ ଲୋକ ମୋଦୀ, ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି କିନ୍ତୁ ଗରିବଙ୍କ ପାଇଁ କେବଳ କଂଗ୍ରେସ ଛିଡା ହୋଇଛି ।

ବିଜେପିକୁ ଟାର୍ଗେଟ କରି ମଲ୍ଲିକାର୍ଜୁନ କହିଛନ୍ତି, ବିଜେପି-ଆରଏସଏସ ଘୃଣାର ଦୋକାନ ଖୋଲିକି ବସିଛନ୍ତି । ସେଥିପାଇଁ ଏମାନଙ୍କ ଠାରୁ ସତର୍କ ରହିବା ଉଚିତ୍ । ବିଜେପି-ଆରଏସଏସ ବିଷ ଭଳି, ଏମାନଙ୍କ ସହ ମିଶିଲେ ଅନିଷ୍ଟ ହେବ । ମଣିପୁର ଜଳୁଛି, କିନ୍ତୁ ମୋଦୀ କୁଆଡେ ଗଲେ । ମୋଦୀ ନାଗାଲାଣ୍ଡ, ମଣିପୁର ଯାଇକି ଦେଖନ୍ତୁ ସେଠାରେ କଣ ସ୍ଥିତି ଅଛି । ଇନ୍ଦିରା ଓ ରାଜୀବ ଦେଶ ପାଇଁ ଜୀବନ ଦେଇଛନ୍ତି । କିନ୍ତୁ ଏବେ ମୋଦୀ ଏବେ ସମସ୍ତଙ୍କର ଜୀବନକୁ ଦୁଃର୍ବିସହ କରି ସାରିଲେଣି । ଇଡି, ଆଇଟି ରେଡ କରି ଶାସନ ଚଳାଇଛନ୍ତି ମୋଦୀ । ଯଦି ମୋଦୀ ଏହିଥର ନିର୍ବାଚନ ଜିତିବେ ତେବେ ଆଉ ନିର୍ବାଚନ ହେବନି । ଏକଛତ୍ରବାଦ ଶାସନ ଚଳାଇବେ, ନିର୍ବାଚନ କରାଇଦେବେନି । ତେଣୁ ଏହି ନିର୍ବାଚନକୁ ତାଙ୍କର ଶେଷ ନିର୍ବାଚନ କରନ୍ତୁ । ସମସ୍ତଙ୍କୁ ଧମକାଇ, ଭୟଭୀତ କରି ରାଜନୀତି କରୁଛି ବିଜେପି । ଏହା ସମସ୍ତଙ୍କର ଶେଷ ଭୋଟ ହେବ, ଯଦି ମୋଦୀଙ୍କୁ ଶାସନ କ୍ଷମତାରୁ ନ ହଟାଇବା । ଯଦି ସାଧାରଣ ଲୋକ ଚାହିିଁବେ ତେବେ ଗଣତନ୍ତ୍ର ବଞ୍ଚିକି ରହିବ, ନଚେତ ଗଣତନ୍ତ୍ର ସବୁଦିନ ପାଇଁ ଶେଷ ହୋଇଯିବ ।

ଦେଶରେ ଆଜି ମଧ୍ୟ ୩୦ ଲକ୍ଷ ପଦବୀ ଫାଙ୍କା ପଡିଛି । କିନ୍ତୁ ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯାଉନି । ମୋଦୀଙ୍କର ପୁରୁଣା ଅଭ୍ୟାସ ହେଉଛି ମିଛ କହିବା । ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି କିଏ ଦେଇଥିଲା । ଏବେ ସୁଦ୍ଧା ୧୦ କୋଟି ଚାକିରି ମିଳିବା କଥା, କିନ୍ତୁ ଚାକିରି ମିଳିଛି କି? କଳାଧନ ଆସିବ, ପ୍ରତ୍ୟେକଙ୍କ ପାଖକୁ ୧୫ ଲକ୍ଷ ଟଙ୍କା ଆସିବ । କିନ୍ତୁ ଏବେ ସୁଦ୍ଧା ୧୫ ଲକ୍ଷ ଟଙ୍କା ଆସିଲା କି? ଏବେ କିଏ ମିଛ କହୁଛି ତାହା ଆଉ କାହାକୁ ଅଛପା ନାହିଁ । ଚାଷୀଙ୍କ ଆୟ ଦୁଇଗଣା କରିବାକୁ କହିଥିଲେ କିନ୍ତୁ କରିଲେ କି? ମୋଦୀ ନିଜେ ମିଛ କହୁଛନ୍ତି କିନ୍ତୁ କଂଗ୍ରେସକୁ ଗାଳି ଦେଉଛନ୍ତି । କଂଗ୍ରେସ ଗରିବଙ୍କ ପାଇଁ ଯୋଜନା ଆଣିଛି, କାମ ଦେଇଛି, ଭୋକ ଦୂର କରିଛି ।

ନବୀନ ସରକାର ଓଡ଼ିଶାରେ ଜଳସେଚନ, ଶୀତଳ ଭଣ୍ଡାର କରିବାକୁ କହିଥିଲା କିନ୍ତୁ ହୋଇଛି କି? ଓଡ଼ିଶାବାସୀଙ୍କୁ ୨୪ ବର୍ଷ ହେବ ମିଛ କହୁଛି କିଏ? ଓଡ଼ିଶାରେ ୪୫ ଲକ୍ଷରୁ ଅଧିକ ଯୁବବର୍ଗ ବେକାରୀ ହୋଇଛନ୍ତି । ପ୍ରତି ବିଭାଗରେ ପଦବୀ ଫାଙ୍କା ପଡିଛି । କିନ୍ତୁ ଚାକିରୀ କାହିଁକି ମିଳୁନି? ତେଣୁ କଂଗ୍ରେସକୁ ଦୋଷ ଦେବା ବନ୍ଦ କରନ୍ତୁ ବିଜେଡି ସରକାର । ପାର୍ଟନରସିପରେ ସରକାର ଚାଲିଛି ବୋଲି କହି କଟାକ୍ଷ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ ।

The post ବାଣ ମାରିଲେ ମଲ୍ଲିକାର୍ଜୁନ । କହିଲେ ପ୍ରେମ ବିବାହ କରିଛନ୍ତି ବିଜେପି-ବିଜେଡି, ମୋଦୀଙ୍କୁ ଏଥର ଶାସନରୁ ହଟାନ୍ତୁ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started