ଶ୍ରୀରାମ ଜନ୍ମଭୂମିରେ ପରେବେଷିତ ହେଲା ଓଡିଶୀ ନୃତ୍ୟ । ନୃତ୍ୟରେ ଶ୍ରୀରାମଲଲ୍ଲାଙ୍କ ପ୍ରତି ଭକ୍ତି ଅର୍ଘ୍ୟ ବାଢିଲେ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ।

କନକ ବ୍ୟୁରୋ: ଶ୍ରୀରାମ ଜନ୍ମଭୂମିରେ ପରିବେଷଣ ହେଲା ଓଡ଼ିଶୀ ନୃତ୍ୟ ।ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ତଥା କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସୁଜାତା ମହାପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି । ଚିତାକର୍ଷକ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପ୍ରଭୁ ରାମଲାଲାଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା ଜ୍ଞାପନ କରିଛନ୍ତି ସୁଜାତା ମହାପାତ୍ର ।

ଶ୍ରୀରାମ ଜନ୍ମ ଭୂମିରେ ୨୮ତାରିଖରୁ ଆରମ୍ଭ ହୋଇଥିବା ରାଗ ଉତ୍ସବର ପ୍ରଥମ ଦିନରେ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଆରମ୍ଭ ହୋଇଥିବା ଏହି ‘ରାଗ ସେବା ଉତ୍ସବ’ ୪୫ଦିନ ଧରି ଚାଲିବ ।

The post ଶ୍ରୀରାମ ଜନ୍ମଭୂମିରେ ପରେବେଷିତ ହେଲା ଓଡିଶୀ ନୃତ୍ୟ । ନୃତ୍ୟରେ ଶ୍ରୀରାମଲଲ୍ଲାଙ୍କ ପ୍ରତି ଭକ୍ତି ଅର୍ଘ୍ୟ ବାଢିଲେ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର । first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତା ସପ୍ତାହରେ ପୂରା ଦେଶରେ ଲାଗୁ ହେବ ସିଏଏ । ଜନସଭାରେ କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ ।

କନକ ବ୍ୟୁରୋ : ଆସନ୍ତା ସପ୍ତାହରେ ଦେଶର ଲାଗୁ ହେବ ସିଏଏ । କିଛି ଏଭଳି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର । ପଶ୍ଚିମବଙ୍ଗର ଏକ ଜନସଭାକୁ ସମ୍ବୋଧିତ କଲା ବେଳେ ଶାନ୍ତନୁ କହିଛନ୍ତି, ମୁଁ ଗ୍ୟାରେଣ୍ଟି ଦେଉଛି ଆସନ୍ତା ୭ ଦିନ ମଧ୍ୟରେ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ପୂରା ଭାରତରେ ସିଏଏ ଲାଗୁ ହେବ ।

ପୂର୍ବରୁ ସିଏଏକୁ ସଂସଦରେ ଅନୁମୋଦନ ମିଳି ସାରିଛି । ଶାନ୍ତନୁ କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବାରମ୍ବାର କହି ଆସିଛନ୍ତି, ଯଦି ଆପଣଙ୍କ ପାଖରେ ଭୋଟର କାର୍ଡ, ଆଧାର କାର୍ଡ ଅଛି ତେବେ ଆପଣ ଭାରତର ନାଗରିକ । ଆପଣ ମତଦାନ କରିପାରିବେ, କିନ୍ତୁ ଏବେ ବି ହଜାର ହଜାର ଲୋକ ଏଥିରୁ ବଞ୍ଚିତ ହୋଇ ଅଛନ୍ତି । ମୁଖ୍ୟମନ୍ତ୍ରୀ କାହିଁକି କହୁଛନ୍ତି, ଯେଉଁମାନେ ଭାରତକୁ ଆସି ସାରିଛନ୍ତି ସେମାନେ ନାଗରିକ ବୋଲି । ଏଭଳି କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରାଜନୀତି କରୁଛନ୍ତି ।

ଏହାପୂର୍ବରୁ ଗତବର୍ଷ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ, ସିଏଏ ଲାଗୁ କରିବାକୁ କେହି ଅଟକାଇ ପାରିବେନି । କାରଣ ଏହା ଦେଶର ଆଇନ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସିଏଏକୁ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି । ସିଏଏର ଉଦ୍ଦେଶ୍ୟ ହେଉଛି ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ସମେତ ୩ ପଡୋଶୀ ଦେଶର ୬ ସମୁଦାୟର ଲୋକଙ୍କୁ ଫାଷ୍ଟଟ୍ରାକ ଯୋଗେ ନାଗରିକତା ପ୍ରଦାନ କରିବା । ପଶ୍ଚିମବଙ୍ଗରେ ବିଜେପି ସରକାର ଆସିଲେ ଅନୁପ୍ରବେଶକାରୀ, ଗୋ-ଚାଲାଣର ଅନ୍ତ ହେବ ଏବଂ ସିଏଏ ମାଧ୍ୟମରେ ଧାର୍ମିକ ଆଧାରରେ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ନାଗରିକତା ପ୍ରଦାନ କରାଯିବ । ସିଏଏ ଲାଗୁ କରିବା ବିଜେପିର ପ୍ରତିବଦ୍ଧତା ।

The post ଆସନ୍ତା ସପ୍ତାହରେ ପୂରା ଦେଶରେ ଲାଗୁ ହେବ ସିଏଏ । ଜନସଭାରେ କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ । first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶ ବୁରହାନପୁରରେ ସ୍ଥାପିତ ହେବ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ତତ୍ପର ମଧ୍ୟପ୍ରଦେଶ ସରକାର ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ବୁରହାନପୁର ଜିଲ୍ଲାର ଆସିରଗଡ଼ ଦୁର୍ଗରେ ବୀରସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା କରାଯିବ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ ଚିଠିର ଉତର ରଖି ଏହି ସୂଚନା ଦିଆଯାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ଓ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ପରେ ଯୋଜନା କରାଯିବ । ଜାନୁଆରୀ ୧୮ତାରିଖରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଏନେଇ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏବେ ଏହାର ଉତର ଦେଇ ଏନେଇ ଉଚିତ ପଦକ୍ଷପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।

The post ମଧ୍ୟପ୍ରଦେଶ ବୁରହାନପୁରରେ ସ୍ଥାପିତ ହେବ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ତତ୍ପର ମଧ୍ୟପ୍ରଦେଶ ସରକାର । first appeared on Kanak News.

from Kanak News
via <a href="https://ifttt.com/?

ଇଡି ଅଫିସରେ ଲାଲୁ ଯାଦବ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା ।

କନକ ବ୍ୟୁରୋ: ଇଡିରେ ହାଜର ହେଲେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ । ପାଟନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପଚରାଉଚରା କରୁଛି ଇଡି । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ପଚରାଉଚରା କରୁଛି ତଦନ୍ତକାରୀ ସଂସ୍ଥା । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଆରଜେଡି କର୍ମକର୍ତ୍ତାଙ୍କ ପ୍ରବଳ ଭିଡ଼ ଜମିଛି । ଲାଲୁଙ୍କୁ ସମନ ନେଇ ପ୍ରତିବାଦ କରିଛନ୍ତି ଆରଜେଡି କର୍ମକର୍ତ୍ତା ।

The post ଇଡି ଅଫିସରେ ଲାଲୁ ଯାଦବ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା । first appeared on Kanak News.

from Kanak News
via <a href="https://ifttt.com/?

ୟୁକ୍ରେନରେ ଅସ୍ତ୍ର କିଣାରେ ବ୍ୟାପକ ଘୋଟାଲା… : ଯୁଦ୍ଧ ସମୟରେ ସେନା ଅଧିକାରୀ ଖାଇଗଲେ ଦେଶର ଟଙ୍କା

ୟୁକ୍ରେନରେ ସେନା ପାଇଁ ଅସ୍ତ୍ରଶସ୍ତ୍ର କିଣିବାରେ ପ୍ରାୟ ୪୦  ନିୟୁତ ଡଲାରର ଦୁର୍ନୀତିର ପର୍ଦାଫାସ ହେଇଛି । ଏହି ସ୍କାମରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସେନାର ବହୁ ବରିଷ୍ଠ ଅଧିକାରୀ ଜଡିତ ଅଛନ୍ତି । ସନ୍ଦେହ ଆଧାରରେ ୫ ଜଣଙ୍କୁ ନୋଟିସ ଜାରି କରାଯାଇଥିବାବେଳେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଫେବୃଆରୀରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତିନି ବର୍ଷ ପୂରଣ ହେବ । ଆଜି ବି ଏହି ଯୁଦ୍ଧ ନିରନ୍ତର ଜାରି ରହିଛି । ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି ଯେଉଁଥିପାଇଁ ଉଭୟ ଦେଶ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ଯୁଦ୍ଧରେ ରୁଷର ପଲା ଭାରି ରହିଛି । ଆମେରିକା ସମେତ ଅନେକ ଦେଶରୁ ୟୁକ୍ରେନ ସମର୍ଥନ ଦେଇ ଥିବାବେଳେ ରୁଷ ଏକାକୀ ଯୁଦ୍ଧ କରୁଛି। ତେବେ ଏହି ସଂଗ୍ରାମରେ ୟୁକ୍ରେନ ବହୁ ଜନଜୀବନ ଏବଂ ସମ୍ପତ୍ତି ହରାଇଛି ।

ଏହି ସମୟ ମଧ୍ୟରେ ୟୁକ୍ରେନରେ ଏକ ପ୍ରମୁଖ ସାମରିକ ଘୋଟାଲା ପ୍ରକାଶ ପାଇଛି । ୟୁକ୍ରେନ ସିକ୍ୟୁରିଟି ସର୍ଭିସ (ଏସବିୟୁ) ଅନୁଯାୟୀ ଏହା ଦେଶର ସେନା ପାଇଁ ଅସ୍ତ୍ରଶସ୍ତ୍ର କିଣିବାରେ ପ୍ରାୟ ୪୦ ନିୟୁତ ଡଲାର ଅର୍ଥାତ ପ୍ରାୟ ୩୩ ବିଲିୟନ ଟଙ୍କା ଦୁର୍ନୀତିର ଖୁଲାସା କରିଛି । ଏହି ସ୍କାମରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସେନାର ବହୁ ବରିଷ୍ଠ ଅଧିକାରୀ ଜଡିତ ଅଛନ୍ତି । ଖବର ମୁତାବକ, ଏହି ଲୋକମାନେ ଅସ୍ତ୍ରଶସ୍ତ୍ର କିଣିବା ନାମରେ ୪୦ ମିଲିୟନ ଡଲାର ଚଳୁ କରି ଦେଇଛନ୍ତି ।

ପଇସା ଦେଲାପରେ ମଧ୍ୟ ଅସ୍ତ୍ର ମିଳିନାହିଁ

ସୁରକ୍ଷା ସେବା (SBU) ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବାର ୬ ମାସ ମଧ୍ୟରେ ୨୦୨୨ ମସିହାରେ ମୋର୍ଟାର ସେଲ କିଣିବା ପାଇଁ ଲଭିଭ ଆର୍ସେନାଲ୍ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଲଭିଭ ଆର୍ସେନାଲକୁ ସଶସ୍ତ୍ର ବାହିନୀ ପାଇଁ ୧୦୦,୦୦୦ ମୋର୍ଟାର ସେଲ କିଣିବା ପାଇଁ ପ୍ରାୟ ସମସ୍ତ ଟଙ୍କା ଦେଇଥିଲା । ଏହା ସତ୍ତ୍ୱେ ୟୁକ୍ରେନ ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇନଥିଲା । SBU କହିଛି ଯେ ଦିଆଯାଇଥିବା କିଛି ଅର୍ଥ ବାଲକାନ ସମେତ ବିଦେଶୀ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି । ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ଏହି ଠକେଇର ଖୁଲାସା ହୋଇଥିଲା ।

୫ ଜଣଙ୍କୁ ନୋଟିସ ଜାରି, ଜଣେ ଗିରଫ

ସୁରକ୍ଷା ସେବା (ଏସବିୟୁ) ଦ୍ଵାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ଏହି ମାମଲାରେ ସନ୍ଦେହ ଆଧାରରେ ୫ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି । ଏଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଅନ୍ତର୍ଭୁକ୍ତ । ଜଣେ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଛି । ଲଭିଭ ଆର୍ସେନାଲର ସିଇଓ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଗୁଳି ଚୁକ୍ତି ପାଇଁ ଦାୟୀ ବ୍ୟକ୍ତିଙ୍କୁ ବରଖାସ୍ତ କରାଯାଇଛି ଏବଂ କମ୍ପାନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ୟୁକ୍ରେନକୁ ଟଙ୍କା ଫେରସ୍ତ ପାଇଁ କାର୍ଯ୍ୟ କରୁଛି ।ଜେଲେନସ୍କି ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବ୍ୟକ୍ତ କରିଥିଲେଏଠାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଜାନୁଆରୀ ୨୮, ରବିବାର ଦିନ ଜର୍ମାନ ରାଜ୍ୟ ପ୍ରସାରଣକାରୀ ARD କୁ ଦେଇଥିବା ଏକ ସାକ୍ଷାତକାରରେ ସେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ପ୍ରକାଶ କରିଥିଲେ । ସାକ୍ଷାତକାରରେ ଜେଲେନସ୍କି କହିଛନ୍ତି ଯେ ଯଦି ରୁଷ ଏକ ନାଟୋ ଦେଶ ଉପରେ ଆକ୍ରମଣ କରେ ତେବେ ଏହା ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ହେବ । ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ ଜର୍ମାନ କୁଳପତି (ଓଲାଫ ସ୍କୋଲଜ) ଏହି ବିପଦ ବିଷୟରେ ଜାଣିଛନ୍ତି ।

The post ୟୁକ୍ରେନରେ ଅସ୍ତ୍ର କିଣାରେ ବ୍ୟାପକ ଘୋଟାଲା… : ଯୁଦ୍ଧ ସମୟରେ ସେନା ଅଧିକାରୀ ଖାଇଗଲେ ଦେଶର ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ ବୁଲି ଦେଖିଲେ ।

କନକ ବ୍ୟୁରୋ: ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଟିପ୍ସ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କାର୍ଯ୍ୟକ୍ରମରେ ୨ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ପଞ୍ଜୀକରଣ କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସମସ୍ତଙ୍କୁ ସମ୍ବୋଧନ କରି ପରୀକ୍ଷା ସମ୍ପର୍କରେ ଆଲୋଚନା କରୁଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପେ ଚର୍ଚ୍ଚା ୨୦୨୪ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଟୁଇଟରରେ ସେୟାର କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ପିପିସି ୨୦୨୪ ପାଇଁ ୨ କୋଟି ୨୬ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ନୂଆଦିଲ୍ଲୀର ଭାରତ ମଣ୍ଡପମ୍, ଆଇଟିପିଓ, ପ୍ରଗତି ମଇଦାନରେ ପୂର୍ବାହ୍ନ ୧୧ଟାରୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚାର ଏହା ହେଉଛି ସପ୍ତମ ସଂସ୍କରଣ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ, ଶିକ୍ଷା ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି ।

The post ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ ବୁଲି ଦେଖିଲେ । first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା ଗସ୍ତରେ ଖଡଗେ; ନେତା, କର୍ମୀ ଉତ୍ସାହିତ । ଓଡିଶା ବଞ୍ଚାଅ ସମାବେଶରେ ଦଳ ଦେଖାଇବ ଶକ୍ତି ।

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦିନିକିଆ ଓଡିଶା ଗସ୍ତକୁ ନେତା, ମନ୍ତ୍ରୀ ଓ କର୍ମୀ ସମସ୍ତେ ଉତ୍ସାହିତ । ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ । ଏହି ଗସ୍ତର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଉପରେ କିଭଳି ପଡିବ ସେନେଇ ପିସିସି ମଧ୍ୟ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛି ।

କଂଗ୍ରେସ ୨୦୨୪ ନିର୍ବାଚନକୁ ଗୁରୁତ୍ୱର ସହ ଗ୍ରହଣ କରିଛି । କାରଣ ୨୦୧୯ରେ କଂଗ୍ରେସ ଓଡିଶାରେ ନିରାଶଜନକ ପ୍ରଦର୍ଶନ କରିଥିଲା । ବିଧାନସଭାରେ କଂଗ୍ରେସ ମାତ୍ର ୧୬ ପ୍ରତିଶତ ଭୋଟ ପାଇଥିଲା । ୧୩୮ ବିଧାନସଭା କ୍ଷେତ୍ରରେ ଦଳ ପ୍ରାର୍ଥୀ ଦେଇଥିବାବେଳେ ୩୧ଟି ଅସନରେ ଦ୍ୱିତୀୟ ଓ ୯୧ଟି ଆସନରେ ତୃତୀୟ ସ୍ଥାନରେ ଥିଲା । ସେଥିରୁ ୫୯ ଆସନରେ ଦଳ ୧୦- ପ୍ରତିଶତରୁ ମଧ୍ୟ କମ୍ ଭୋଟ ପାଇଥିଲା । ବ୍ରହ୍ମଗିରି ଓ ଖଣ୍ଡପଡାରେ ଦଳୀୟ ପ୍ରାର୍ଥୀ ମାତ୍ର ୧% ଭୋଟ ପାଇଥିଲେ । ପୁରୀ , ଖୋର୍ଦ୍ଧା, ପୋଲସରା, ଚମ୍ପୁଆ ଆସନରେ ଦଳ ମାତ୍ର ୨% ଭୋଟ ପାଥିଲା । ବିଞ୍ଝାରପୁର , ଯାଜପୁର, ସାଲେପୁର ମଧ୍ୟ ଭୁବନେଶ୍ୱର, ଚିଲିକା, ନୟାଗଡ, ଚିକିଟି ଭଳି ଆସନରେ ପ୍ରାର୍ଥୀମାନେ ମାତ୍ର ୩% ଭୋଟ ପାଇଥିଲେ ।

କିନ୍ତୁ ଏକ ଜାତୀୟ ଦଳ ଭାବେ ଏଥର ରାଜ୍ୟ କଂଗ୍ରେସ ଲୋକସଭା ଆସନକୁ ମଧ୍ୟ ଗୁରୁତ୍ୱ ଦେଉଛି । ୨୦୧୯ରେ କଂଗ୍ରେସ ଲୋକସଭା ନିର୍ବାଚନରେ ୧୪% ଭୋଟ ହାସଲ କରିଥିଲା । ୨୧ଟି ଅସନ ମଧ୍ୟରୁ ଭୁବନେଶ୍ୱର ସିପିଏମ୍, ଆସିକାରେ ସିପିଆଇ, ଓ ମୟୂରଭଞ୍ଜରେ ଜେଏମଏମ ସହ ଆସନ ବୁଝାମଣା କରିଥିଲା । ହେଲେ ମେଣ୍ଟ ପ୍ରାର୍ଥୀ ପରାଜୟ ବରଣ କରିଥିଲେ । ଏହାକୁ ନେଇ ହାଇକମାଣ୍ଡ ଚିନ୍ତା ପ୍ରକାଶ କରିଥିଲେ ଏବଂ ରାଜ୍ୟ ନେତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଥିଲେ । ଓଡିଶା ଗସ୍ତ ସମୟରେ ଏନେଇ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରିବେ ଖଡଗେ ।
ଏହାସହ ଆସନ୍ତା ଫେବୃୟାରୀ ୧୪ ତାରିଖରୁ ରାହୁଲ ଗାନ୍ଧୀ ଓଡିଶାର ୪ ଜିଲ୍ଲାରେ ୪ ଦିନିଆ ଭାରତ ଯୋଡୋ ନ୍ୟାୟ ଯାତ୍ରା କରିବେ । ଏହା କିଭଳି ସଫଳ ହେବ ସେ ନେଇ ମଧ୍ୟ ଖଡଗେ ନେତାଙ୍କ ସହ ଆଲୋଚନା କରିବେ । ଓଡିଶା ଗସ୍ତ କାଳରେ ସେ ରାଜ୍ୟର ଇଣ୍ଡିଆ ମେଣ୍ଟ କର୍ମକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ସ୍ଥିର ହୋଇଛି ।

The post ଓଡିଶା ଗସ୍ତରେ ଖଡଗେ; ନେତା, କର୍ମୀ ଉତ୍ସାହିତ । ଓଡିଶା ବଞ୍ଚାଅ ସମାବେଶରେ ଦଳ ଦେଖାଇବ ଶକ୍ତି । first appeared on Kanak News.

from Kanak News
via <a href="https://ifttt.com/?

ଗିରଫ ହୋଇପାରନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଜେରା ପାଇଁ ଇଡି ସହ ପହଞ୍ଚିଲା ଦିଲ୍ଲୀ ପୋଲିସ ।

କନକ ବ୍ୟୁରୋ: ଜମି ଦୁର୍ନୀତି ସହ ଜଡିତ ମନି ଲ୍ଣ୍ଡ୍ରିଂ ମାମଲାରେ ପଚରାଉଚୁରା କରିବାକୁ ଦିଲ୍ଲୀ ସ୍ଥିତ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହ ପହଞ୍ଚିଲା ଦିଲ୍ଲୀ ପୋଲିସ । ସୂଚନା ମୁତାବକ, ଏହି ମାମଲାରେ ତାଙ୍କୁ ଗିରଫ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କ ବାସଭବନର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶନିବାର ରାତିରେ ହେମନ୍ତ ସୋରେନ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଥିବା ପରେ ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ ଇଡି ଟିମ୍ ସେଠାରେ ପହଞ୍ଚିଛି ।

ସୂଚନା ମୁତାବକ, ଜମି ଦୁର୍ନୀତି ମାମଲାରେ ଇଡି ଟିମ୍ ହେମନ୍ତ ସୋରେନଙ୍କୁ ଏପର୍ୟ୍ୟନ୍ତ ୧୦ ଥର ସମନ ପଠାଇଥିଲେ ମଧ୍ୟ ସୋରେନ ପଚରାଉଚରା ପାଇଁ ହାଜର ହୋଇନାହାନ୍ତି। ସେପଟେ ତାଙ୍କ ଦିଲ୍ଲୀ ଯିବାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା । ଏହି ମାମଲାରେ ହେମନ୍ତ ସୋରେନଙ୍କ ଉପରେ ମଧ୍ୟ ଗିରଫଦାରୀର ବିପଦ ଘନଉଛି ।

The post ଗିରଫ ହୋଇପାରନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଜେରା ପାଇଁ ଇଡି ସହ ପହଞ୍ଚିଲା ଦିଲ୍ଲୀ ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ଦରମା ବଢାଅ ନଚେତ୍ ମୂଲ୍ୟାୟନ କରିବୁ ନାହିଁ : ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକା ସଂଘର ଚେତାବନୀ ।

କନକ ବ୍ୟୁରୋ: ଦରମା ବଢାଅ ନଚେତ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ କରିବୁ ବର୍ଜନ । ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକା ସଂଘ ଏଭଳି ଚେତାବନୀ ଦେଇଛି । ଡିଗ୍ରୀ କଲେଜ ଅଧ୍ୟାପକଙ୍କ ହାରରେ ପ୍ରାଥମିକ ଗ୍ରେଡ ପେ’ କୁ ୪୬୦୦ରୁ ୫୪୦୦ କରିବାକୁ ଦାବି କରିଛି ସଂଘ । ଯଦି ସରକାର ସଂଘର ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକା ସଂଘ କାର୍ଯ୍ୟବନ୍ଦ କରିବା ସହ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ ବର୍ଜନ କରିବାକୁ ସଂଘ ଚେତାଇ ଦେଇଛି ।

The post ଦରମା ବଢାଅ ନଚେତ୍ ମୂଲ୍ୟାୟନ କରିବୁ ନାହିଁ : ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକା ସଂଘର ଚେତାବନୀ । first appeared on Kanak News.

from Kanak News
via <a href="https://ifttt.com/?

୩ ଚକିଆ ଭିତରୁ ବାହାରିବ ୨ ଚକିଆ । ଦୁଇ ଓ ତିନି ଚକିଆ ଗାଡ଼ି ବଜାରରେ ଆସିବ ବୈପ୍ଲବିକ ପରିବର୍ତ୍ତନ । ହିରୋ ମୋଟୋକର୍ପର ନୂଆ ଇଲେକ୍ଟି ଯାନ ।

କନକ ବ୍ୟୁରୋ: ଦୁଇ ଓ ତିନି ଚକିଆ ଗାଡ଼ି ବଜାରରେ ଆସିବ ବୈପ୍ଲବିକ ପରିବର୍ତନ । ୩ ଚକିଆ ଭିତରୁ ବାହାରିବ ୨ ଚକିଆ ଗାଡ଼ି । ହିରୋ ମୋଟୋକର୍ପର ଇଲେକ୍ଟି ଯାନ କରିବ ବଜାରରେ ଚମତ୍କାର । ଏହା ଏକ ତିନି ଚକିଆ ଯାନ ହୋଇଥିବା ବେଳେ ସେଥିରୁ ୩ ମିନିଟରେ ଏକ ଦୁଇ ଚକିଆ ଯାନ ବାହାର କରାଯାଇପାରିବ । ହିରୋ ପକ୍ଷରୁ ଏହି ଗାଡ଼ିର ନାମ ରଖାଯାଇଛି ସର୍ଜ ।

ରାଜସ୍ଥାନ ଜୟପୁରରେ କମ୍ପାନୀ ତରଫରୁ ମଡେଲର ଉପସ୍ଥାପନ କରାଯାଇଛି । ଏହା ୩ ଚକିଆ ଯାନ ସମେତ ଇଲେକ୍ଟ୍ରି ସ୍କୁଟର ଭଳି କାମ କରିବ । ତିନି ଚକିଆ ଯାନ ଭିତରେ ଇଲେକ୍ଟ୍ରି ସ୍କୁଟର ରହିଛି । ମାଲବାହୀ ଯାନ ଭାବେ ତିନି ଚକିଆକୁ ବିକାଶ କରାଯାଇଛି ଏବଂ ତା ‘ ଭିତରେ ୨ ଚକିଆକୁ ରଖାଯାଇଛି । ସର୍ଜ ଏସ ୩୨ ମଡେଲଟି ତିନି ଚକିଆ ଭାବେ କାମ କରିବ ଘଂଟା ପିଛା ସର୍ବାଧିକ ୪୫ କିମି ବେଗରେ ଆଗକୁ ବଢ଼ିବ । ଇଲେକ୍ଟ୍ରି ସ୍କୁଟରର ଗତି ଘଂଟା ପିଛା ୬୦ କିମି ବେଗରେ ଗଡ଼ିବ ।

The post ୩ ଚକିଆ ଭିତରୁ ବାହାରିବ ୨ ଚକିଆ । ଦୁଇ ଓ ତିନି ଚକିଆ ଗାଡ଼ି ବଜାରରେ ଆସିବ ବୈପ୍ଲବିକ ପରିବର୍ତ୍ତନ । ହିରୋ ମୋଟୋକର୍ପର ନୂଆ ଇଲେକ୍ଟି ଯାନ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started