ମା’ଙ୍କ ମନ୍ଦିର ଲୁଟିନେଲେ ଦୁର୍ବୃତ୍ତ । କଟକ ଦରଖାପାଟଣା ପୂଜା ମଣ୍ଡପରୁ ମା’ଙ୍କ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ ।

କନକ ବ୍ୟୁରୋ: ମନ୍ଦିରରୁ ଲୁଟ୍ । ମା’ଙ୍କ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । କଟକ ଦରଘାପାଟଣା ପୂଜା ମଣ୍ଡପରୁ ମା’ଙ୍କ ଅଳଙ୍କାର ଚୋରି ହୋଇଛି । ବିଳମ୍ବିତ ରାତିରେ ଚୋରି କରି ନେଇଛନ୍ତି ଦୁର୍ବୃତ । ମନ୍ଦିରର ଦ୍ୱାର ଖୋଲାଯାଇଥିବା ସକାଳୁ ଦେଖିବାକୁ ପାଇଥିଲେ ପୂଜକ । ଏହା ପରେ ମା’ଙ୍କ ମୁକୁଟ ଚୋରି ହୋଇଥିବା ପୂଜକ ଦେଖିଥିଲେ । ଥାନାରେ ଚୋରି ନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

The post ମା’ଙ୍କ ମନ୍ଦିର ଲୁଟିନେଲେ ଦୁର୍ବୃତ୍ତ । କଟକ ଦରଖାପାଟଣା ପୂଜା ମଣ୍ଡପରୁ ମା’ଙ୍କ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । first appeared on Kanak News.

from Kanak News
via <a href="https://ifttt.com/?

ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଝାରସୁଗୁଡାରେ ମାରାଥନ୍ । ନବ ଦାସଙ୍କ ନାଁରେ ନାମିତ ହେବ ଏସପି ଅଫିସ ଛକ ।

କନକ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି ଅବସରରେ ଝାରସୁଗୁଡା ବିଭିନ୍ନ କାର୍ଯ୍ୟକ୍ରମର ଆୟାଜିତ ହୋଇଛି । ଏହି ଅବସରରେ ମନମୋହନ ସ୍କୁଲ ପଡ଼ିଆରୁ ମିନି ମାରାଥନ ବାହାରିଛି । ଏଥିରେ ଝାରସୁଗୁଡ଼ାର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଏହାସହ ଝାରସୁଗୁଡ଼ା ଏସପି ଅଫିସ ସମ୍ମୁଖରେ ନବ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କରାଯାଇ ସ୍ଥାନୀୟ ଛକକୁ ନବ ଦାସଙ୍କ ନାଁରେ ନାମିତ କରାଯିବ । ଏହାସହ ଆଜି ଏକ ସର୍ବଧର୍ମ ସ୍ମୃତି ସଭାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

The post ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଝାରସୁଗୁଡାରେ ମାରାଥନ୍ । ନବ ଦାସଙ୍କ ନାଁରେ ନାମିତ ହେବ ଏସପି ଅଫିସ ଛକ । first appeared on Kanak News.

from Kanak News
via <a href="https://ifttt.com/?

ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃ ତ୍ତ । ଆଖି ଆଗରେ ଜଳିଗଲା ବର୍ଷକର ଦାନା । ଡେଲାଙ୍ଗ ବରକେରାର ଘଟଣା ।

କନକ ବ୍ୟୁରୋ: ଜଳିଗଲା ଚାଷୀର ଅମଳ ହେବାକୁ ଥିବା ଧାନ । ଦୁର୍ବୃତ୍ତ ଲଗାଇଦେଲେ ଧାନଗଦାରେ ନିଆଁ । ଡେଲାଙ୍ଗ ବ୍ଲକ ବରକେରାରେ କଳେଇ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଆଖି ଆଗରେ ଜଳିଗଲା ଚାଷୀର ଅମଳ ହେବାକୁ ଥିବା ଧାନ । କଷ୍ଟ କରି ଧାନ ଚାଷ କରିଥିଲା ଚାଷୀ । ଧାନ ଅମଳ କରି ଦୁଇ ପଇସା ପାଇଥାନ୍ତେ । ହେଲେ ନିଆଁର ଆଁରେ ସବୁକିଛି ଜଳିଗଲା । ଏବେ ଚାଷୀ ନିଜ ପରିବାର କିପରି ଚଳାଇବ ତାକୁ ନେଇ ଚିନ୍ତାରେ । ସରକାରଙ୍କ ତରଫରୁ ସାହାଯ୍ୟ ଯୋଗାଇବା ପାଇଁ ଡେଲାଙ୍ଗ ବରକେରା ଗ୍ରାମବାସୀ ଦାବି କରିଛନ୍ତି ।

The post ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃ ତ୍ତ । ଆଖି ଆଗରେ ଜଳିଗଲା ବର୍ଷକର ଦାନା । ଡେଲାଙ୍ଗ ବରକେରାର ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ବାଲେଶ୍ୱରରେ ଆୟୋଜନ ହେବ ଖେଳ ମହାକୁମ୍ଭ । ଫେବୃଆରୀ ୧୬ରୁ ଫେବୃଆରୀ ୨୫ ଯାଏଁ ଚାଲିବ କ୍ରୀଡା ଆୟୋଜନ ।

କନକ ବ୍ୟୁରୋ: ବାଲେଶ୍ୱରରେ ଆୟୋଜନ ହେବ ଖେଳ ମହାକୁମ୍ଭ । ଆସନ୍ତା ଫେବୃଆରୀ ୧୬ ତାରିଖରୁ ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ ଏହି ଖେଳ ମହାକୁମ୍ଭର ଆୟୋଜନ ହେବ । ବାଲେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ବ୍ଲକ୍ ଓ ନଗରରେ ଏହି ଖେଳ ମହାକୁମ୍ଭ ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ ।

୧୬ ତାରିଖରେ ଉଦଘାଟନୀ ଓ ୨୫ ତାରିଖରେ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ବାଲେଶ୍ୱର ପରମିଟ ପଡ଼ିଆରେ ଆୟୋଜିତ ହେବ । କବାଡ଼ି, ଭଲିବଲ୍, ଫୁଟବଲ, ଖୋ-ଖୋ, କ୍ରିକେଟ, ଦଉଡ଼ି ଗଣା, ଆଥଲେଟିକ , ମିନି ମାରାଥନ ଏବଂ ଯୋଗାସନ ଆଦିର ପ୍ରତିଯୋଗିତା ଓ ପ୍ରଦର୍ଶନ ହେବ । ବ୍ଲକ୍ ଓ ନଗର ସ୍ତରୀୟ ସମସ୍ତ ପ୍ରକାରର ପ୍ରତିଯୋଗିତାର ବିଜେତାଙ୍କୁ ମାନପତ୍ର, ଟ୍ରଫି ଓ ନଗଦ ଆର୍ôଥକ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ । ଏଥିପାଇଁ ପ୍ରତିଯୋଗୀଙ୍କୁ ଉଭୟ ଅନଲାଇନ୍ ଓ ଅଫଲାଇନ ମାଧ୍ୟମରେ ପଞ୍ଜିକରଣ କରିବାକୁ ହେବ ।

The post ବାଲେଶ୍ୱରରେ ଆୟୋଜନ ହେବ ଖେଳ ମହାକୁମ୍ଭ । ଫେବୃଆରୀ ୧୬ରୁ ଫେବୃଆରୀ ୨୫ ଯାଏଁ ଚାଲିବ କ୍ରୀଡା ଆୟୋଜନ । first appeared on Kanak News.

from Kanak News
via <a href="https://ifttt.com/?

ବହୁ ଚର୍ଚ୍ଚିିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ । ହେଲେ ଏଯାଏଁ ସ୍ପଷ୍ଟ ହୋଇପାରିଲାନି ହତ୍ୟାକାଣ୍ଡର କାରଣ ।

କନକ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ବର୍ଷେ ପୁରିଛି । ଗତ ବର୍ଷ ଆଜିର ଦିନରେ ଝାରସୁଗୁଡ଼ାରେ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହାରି ଭିତରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ହେଲେ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କରିଛି ତାହା ଏବେବି ସ୍ପଷ୍ଟ ହୋଇନାହିଁ । ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ଷଡଯନ୍ତ୍ର ଦିଗ ନେଇ ବୟାନ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ମାମଲାରେ ଷଡଯନ୍ତ୍ର ଦିଗକୁ ସାମିଲ କରିନାହିଁ, କି ଏହା ପଛର ସତ ଖୋଜିବାକୁ ଚେଷ୍ଟା କରିନାହିଁ ।

ବର୍ଷକ ଭିତରେ କ୍ରାଇମବ୍ରାଞ୍ଚ ହାତରେ ସେମିତି କିଛି ପ୍ରମାଣ ବି ଲାଗିନାହିଁ । ଗୋପାଳ ଦାସ ପୂର୍ବ ଶତ୍ରୁତା ତଥା ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ନବ ଦାସଙ୍କୁ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଛି । କିନ୍ତୁ ନବ ଦାସଙ୍କ ପତ୍ନୀ ଓ ପୁଅ କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନ ଏବେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ।

ତଦନ୍ତ ବେଳେ ଅଭିଯୁକ୍ତ ଗୋପାଳଙ୍କ ପରିବାରବର୍ଗ ବାଇପୋଲାର ଡିଜଅର୍ଡର ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଥିଲେ । ଏହି ଦାବିର ସତ୍ୟତା ଯାଞ୍ଚ କରିବାକୁ ଯାଇ ଡିଏମଇଟି ଓଡ଼ିଶାଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିଲା । ପରୀକ୍ଷା ବେଳେ ଗୋପାଳର ମାନସିକ ରୋଗ ନେଇ କୌଣସି ସୂଚନା ପାଇନଥିଲା । ତଦନ୍ତ ବେଳେ ମଧ୍ୟ ଗୋପାଳ ସହଯୋଗ କରିବା ସହ ସବୁ ପ୍ରଶ୍ନର ଉତ୍ତର ବୁଝିବିଚାରି ଦେଉଥିଲା । ଯାହାକି ତାର ମାନସିକ ସ୍ଥିତି ସ୍ଥର ରହିଥିବା ଏବଂ ସେ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିବା କ୍ରାଇମବ୍ରାଞ୍ଚ ନିଜ ରିପୋର୍ଟର ଉଲ୍ଲେଖ କରିଛି ।

The post ବହୁ ଚର୍ଚ୍ଚିିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ । ହେଲେ ଏଯାଏଁ ସ୍ପଷ୍ଟ ହୋଇପାରିଲାନି ହତ୍ୟାକାଣ୍ଡର କାରଣ । first appeared on Kanak News.

from Kanak News
via <a href="https://ifttt.com/?

ଭକ୍ତ ପାଇବେ ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି । ବିଭିନ୍ନ ଜିଲ୍ଲାରୁ ବସରେ ଆସିବେ ଶ୍ରୀକ୍ଷେତ୍ର । ଆଜି ୫ ଜିଲ୍ଲାରୁ ଆସିବେ ୧୦ ହଜାର ଶ୍ରଦ୍ଧାଳୁ ।

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି ସାଉଁଟିବେ ସାରା ରାଜ୍ୟର ଭକ୍ତ । ଆଜିଠୁ ବିଭିନ୍ନ ଜିଲ୍ଲାରୁ ଭକ୍ତମାନଙ୍କୁ ବସରେ ପୁରୀ ଅଣାଯିବ । ସମସ୍ତ ବସ୍ ଆସି ସଙ୍ଗମ ପାର୍କିଂରେ ଲାଗିବ । ସେଠାରୁ ଭକ୍ତମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର୍ ବସ୍ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ପର୍ଯ୍ୟନ୍ତ ନିଆଯିବ । ସେଠାରୁ ଶ୍ରୀଦାଣ୍ଡ ଦେଇ ଭକ୍ତମାନେ ଶ୍ରୀମନ୍ଦିର ଯିବେ । ଏହା ସହ ପରିକ୍ରମା ପ୍ରକଳ୍ପରେ ପ୍ରଦକ୍ଷିଣ କରିବେ । ଶ୍ରଦ୍ଧାଳୁଙ୍କ ରହଣୀ, ଖାଦ୍ୟ, ପାନୀୟ ଆଦି ପାଇଁ ବ୍ୟବସ୍ଥା କରାଯାଇଛି ।

ଆଜି ୫ ଜିଲ୍ଲାରୁ ୧୦ ହଜାର ଭକ୍ତ ଆସିବେ । ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, କଟକ ଓ କେନ୍ଦ୍ରାପଡ଼ାରୁ ଭକ୍ତ ପୁରୀ ଆସିବେ । ଆସନ୍ତା ଫେବ୍ରୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଶ୍ରଦ୍ଧାଳୁଙ୍କୁ ପୁରୀ ଅଣାଯିବ । ଆଜି ପ୍ରଥମ ଦିନରେ ୫୦୦ଟି ବସ୍ରେ ଭକ୍ତ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ ।

The post ଭକ୍ତ ପାଇବେ ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି । ବିଭିନ୍ନ ଜିଲ୍ଲାରୁ ବସରେ ଆସିବେ ଶ୍ରୀକ୍ଷେତ୍ର । ଆଜି ୫ ଜିଲ୍ଲାରୁ ଆସିବେ ୧୦ ହଜାର ଶ୍ରଦ୍ଧାଳୁ । first appeared on Kanak News.

from Kanak News
via <a href="https://ifttt.com/?

ଘରେ ପଡ଼ିଲା ଲକ୍ଷ୍ମୀଙ୍କ ପାଦ, ପୂରଣ ହେଲା ବାପାଙ୍କ ଆଶା । ଝିଅ ଜନ୍ମ ହେବା ଖୁସିରେ ଅଶ୍ୱିନୀ କୁମାର ତୋଳିଲେ ଗଣେଶ ମନ୍ଦିର ।

କନକ ବ୍ୟୁରୋ: ଝିଅକୁ ଅଲୋଡ଼ା ଭାବି ଜନ୍ମରୁ କିଏ ମାରି ଦେଉଛି ତ କିଏ ଫୋପାଡ଼ି ଦେଉଛି । କିନ୍ତୁ କିଛି ଲୋକ ଅଛନ୍ତି, ଯିଏ ଝିଅର ମହତ୍ୱକୁ ଭଲଭାବେ ଜାଣନ୍ତି । ଆଉ ଝିଅ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଠିକ୍ ସେତିକି ଜଣେ ବ୍ୟକ୍ତି ହେଉଛନ୍ତି ବସ୍ତା ବ୍ଲକ ନାଇକୁଡି ପଂଚାୟତ ରାଜୁଆପଡା ଗ୍ରାମର ଅଶ୍ୱିନୀ କୁମାର ପଣ୍ଡା । ଯିଏ ଝିଅ ଜନ୍ମ ହେଲେ ମନ୍ଦିର ତୋଳିବାକୁ ମାନସିକ କରିଥିଲେ । ଆଉ ମାନସିକ ପୂରଣ ହେବା ପରେ ଗଣେଶ ମନ୍ଦିର ତିଆରି କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନାଇକୁଡି ପଂଚାୟତ ରାଜୁଆପଡା ଗ୍ରାମର ଅଶ୍ୱିନୀ କୁମାର ପଣ୍ଡା । ଅଶ୍ୱିନୀ ପେସାରେ ଜଣେ ଇଞ୍ଜିନିୟର । ଅଶ୍ୱିନୀ ଏବଂ ତାଙ୍କ ସ୍ତ୍ରୀ ଅଞ୍ଜନା ପଣ୍ଡାଙ୍କ ପ୍ରଥମେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଦ୍ୱିତୀୟ ସନ୍ତାନ ଝିଅ ପାଇଁ ଏହି ଦମ୍ପତ୍ତିି ଗଣେଶଙ୍କ ନିକଟରେ ମାନସିକ କରିଥିଲେ । ଝିଅ ହେଲେ ଗଣେଶ ମନ୍ଦିର ନିର୍ମାଣ କରିବେ ବୋଲି ମାନସିକ ରଖିଥିଲେ । ଆଉ ଝିଅ ଜନ୍ମହେବା ପରେ ଗ୍ରାମରେ ଗଣେଶଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି ଏହି ଦମ୍ପତ୍ତିି ।

The post ଘରେ ପଡ଼ିଲା ଲକ୍ଷ୍ମୀଙ୍କ ପାଦ, ପୂରଣ ହେଲା ବାପାଙ୍କ ଆଶା । ଝିଅ ଜନ୍ମ ହେବା ଖୁସିରେ ଅଶ୍ୱିନୀ କୁମାର ତୋଳିଲେ ଗଣେଶ ମନ୍ଦିର । first appeared on Kanak News.

from Kanak News
via <a href="https://ifttt.com/?

ବିଗ ବସ୍ ସିଜିନ ୧୭ । ମୁନାୱର ଫାରୁକି ହେଲେ ଚଳିତ ସଂସ୍କରଣର ବିଜେତା । ଜିତିଲେ ୪୦ ଲକ୍ଷ ପୁରସ୍କାର ରାଶି ସହ କାର୍ ।ଅଭିଷେକ କୁମାର ରନର୍ସଅପ୍ ।

କନକ ବ୍ୟୁରୋ: ବିଗ୍ ବସ୍ ୧୭’କୁ ଶେଷରେ ଏହାର ବିଜେତା ମିଳିଛି । ମୁନାୱର ଫାରୁକି ୧୭ତମ ସିଜନର ବିଜେତା ଟ୍ରଫି ଜିତିଛନ୍ତି । ମୁନାୱର ଫାରୁକିଙ୍କୁ ସଲମାନ ଖାନ୍ ବିଜେତା ଘୋଷଣା କରିବା ସହ ବିଜେତାଙ୍କ ଗ୍ରାଣ୍ଡ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଅଭିଷେକ କୁମାରଙ୍କ ବିଜେତା ହେବାର ସ୍ୱପ୍ନ ଭାଙ୍ଗି ଯାଇଛି ଏବଂ ସେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ବିଗ୍ ବସ୍ ୧୭ର ବିଜେତାଙ୍କୁ ଗ୍ରାଣ୍ଡ ଟ୍ରଫି ସହ ମୁନାୱର ଫାରୁକିଙ୍କୁ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ହୁଣ୍ଡାଇର ଏକ କାର୍ ପ୍ରଦାନ କରାଯାଇଛି ।

ଶ୍ରେଷ୍ଠ ୫ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଅରୁଣ ମାସେଟି ବିଜେତା ଦୌଡ଼ରେ ପ୍ରଥମ ସ୍ଥାନରେ ରହିଥିଲେ । ଏହାପରେ ଅଙ୍କିତା ଲୋଖଣ୍ଡେ ବିଜେତା ଦୌଡ଼ରୁ ବାଦ୍ ପଡ଼ିଥିଲେ । ତେବେ ଅଙ୍କିତା ବାଦ ପଡିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ହୋଷ୍ଟ ସଲମାନ ଖାନ ନିଜେ କହିଛନ୍ତି ଯେ ଅଙ୍କିତା ଲୋଖଣ୍ଡେ ଶ୍ରେଷ୍ଠ ୩ରେ ଆସିବେ ବୋଲି ସେ ଆଶା ରଖିଥିଲେ କିନ୍ତୁ ତାଙ୍କୁ ବାଦ୍ ଦିଆଯିବା ଆଶ୍ଚର୍ଯ୍ୟଜନକ ଥିଲା ।

The post ବିଗ ବସ୍ ସିଜିନ ୧୭ । ମୁନାୱର ଫାରୁକି ହେଲେ ଚଳିତ ସଂସ୍କରଣର ବିଜେତା । ଜିତିଲେ ୪୦ ଲକ୍ଷ ପୁରସ୍କାର ରାଶି ସହ କାର୍ ।ଅଭିଷେକ କୁମାର ରନର୍ସଅପ୍ । first appeared on Kanak News.

from Kanak News
via <a href="https://ifttt.com/?

ଉଦଘାଟନର ବର୍ଷେ ନପୁରୁଣ ପାର୍କରେ ଝୁଲିଲା ତାଲା । ପାର୍କରୁ ଚୋରି ହୋଇଗଲାଣି ସରଞ୍ଜାମ । କୋରାପୁଟ ବୋରିଗୁମ୍ମା ବ୍ଲକରୁ ଆସିଲା ଚିତ୍ର ।

କନକ ବ୍ୟୁରୋ: କେଉଁଠି ପାର୍କ ତ ଆଉ କେଉଁଠି ଉଦ୍ୟାନ । ତ ଆଉ କେଉଠି ଫୁଡ଼ ପାର୍କ ତ ଆଉ କେଉଁଠି ପର୍ଯ୍ୟଟନ ସ୍ଥଳ । ଖେଳ କସରତ ସାଙ୍ଗକୁ ସବୁ ପ୍ରକାର ଆଧୁନିକ ଉପକରଣ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା କଡ଼ରେ ନିର୍ମାଣ କଲା ପ୍ରଶାସନ । ଉ୍ଦଘାଟନର ବର୍ଷେ ନପୁରୁଣୁ କେଉଁଠି ତାଲା ଝୁଲୁଛି ତ ଆଉ କେଉଁଠି ପାର୍କର ସରଞାମ ଚୋରି ହୋଇଗଲାଣି । ସରକାର ଙ୍କର କୋଟି କୋଟି ଟଙ୍କାର ଯୋଜନା କାହା ସ୍ୱାର୍ଥରେ ବୋଲି ଏବେ ବୁଦ୍ଧିଜୀବି ପ୍ରଶ୍ନ ଉଠାଇଛନ୍ତି ।

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ପ୍ରତି ପଞ୍ଚାୟତରେ ଏହି ଗ୍ରାମୀଣ ପାର୍କ ନିର୍ମାଣ କରାଯାଇଥିଲା । ତା’ସହ ରାସ୍ତା କଡ଼ରେ ୩୪ ଲକ୍ଷ ଟଙ୍କା ବ୍ୟୟରେ ଫୁଡ୍ ପାର୍କ ଓ ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କାରେ ପୁରୁଣା ବୋରିଗୁମ୍ମାରେ ପର୍ଯ୍ୟଟନ ସ୍ଥଳ ନିର୍ମାଣ ହୋଇଥିଲା । ପାର୍କରେ ଏରୋପ୍ଲେନ୍, ଅଶୋକ ଚକ୍ର, ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି ତିଆରି କରାଯାଇଥିଲା । ରୋଜଗାର ବଢ଼଼ିବ, ଅଞ୍ଚଳର ବିକାଶ ହେବ । ଅନ୍ୟ ସହର ସହ ଯୋଡ଼ି ହେବ ବୋରିଗୁମ୍ମା । ହେଲେ ବାସ୍ତବ ଚିତ୍ର ଅଲଗା । ଫୁଡ୍ ପାର୍କ ଓ ଗ୍ରାମୀଣ ପାର୍କରେ ତାଲା ଝୁଲୁଥିବା ବେଳେ ପର୍ଯ୍ୟଟନ ସ୍ଥଳରୁ ସରଞ୍ଜାମ ସବୁ ଚୋରି ହୋଇଗଲାଣି । ବାକି ପରିବେଶର ବାର୍ତା ଦେଉଥିବା ବନ୍ୟ ଜନ୍ତୁ ସବୁ ଲୁଚି ଗଲାଣି ।

ପାର୍କ ଉଦଘାଟନର ବର୍ଷେ ନ ପୁରୁଣୁ ସବୁ ନଷ୍ଟ ହୋଇଗଲାଣି । କେବଳ ସରକାରୀ କାଗଜ କଲମରେ ମିଳିଛି ଦାୟିତ୍ୱ, କିନ୍ତୁ ବାସ୍ତବରେ କୋଟି କୋଟି ଟଙ୍କାରେ ନିର୍ମିତ ସରକାରୀ ଯୋଜନା ସବୁ ପାଣିରେ ବୁଡ଼ିଲା ଭଳି ଦେଖାଦେଇଛି । ଏଥିପାଇଁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

The post ଉଦଘାଟନର ବର୍ଷେ ନପୁରୁଣ ପାର୍କରେ ଝୁଲିଲା ତାଲା । ପାର୍କରୁ ଚୋରି ହୋଇଗଲାଣି ସରଞ୍ଜାମ । କୋରାପୁଟ ବୋରିଗୁମ୍ମା ବ୍ଲକରୁ ଆସିଲା ଚିତ୍ର । first appeared on Kanak News.

from Kanak News
via <a href="https://ifttt.com/?

ମାଳଦ୍ୱୀପ ସଂସଦରେ ଶାସକ ବିରୋଧୀ ମାରପିଟ୍ । କ୍ୟାବିନେଟରେ ୪ ସଦସ୍ୟଙ୍କ ଅନୁମତିକୁ ବିରୋଧ  । ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଡକାଇଥିଲେ ସ୍ୱତନ୍ତ୍ର ଅଧିବେଶନ । 

କନକ ବ୍ୟୁରୋ: ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦ୍ୱାରା ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନରେ ମାରପିଟ୍ । ଶାସକ ଓ ବିରୋଧୀ ସଦସ୍ୟ ପରସ୍ପରକୁ ଆକ୍ରମଣ କରିଛନ୍ତି । କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ରବିବାର ସଂସଦରେ ଶାସକ ମେଣ୍ଟ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଜଣେ ସାଂସଦ ତଳେ ପଡ଼ିଯାଇଥିବା ବେଳେ ଅନ୍ୟ ଜଣେ ସାଂସଦ ତାଙ୍କୁ ଟାଣି ନିଜ ଗୋଡ଼ରେ ବେକକୁ ଚାପି ଦେଉଥିବା ଦେଖିବାକୁ ମିଳିଛି । କିଛି ସାଂସଦ ମଧ୍ୟ ସେମାନଙ୍କୁ ଅଲଗା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶାସକ ଦଳ ପାଇଁ ଉଦ୍ଦିଷ୍ଟ ଚେମ୍ବରରେ ବିରୋଧୀ ସାଂସଦମାନଙ୍କୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା । ବିରୋଧୀ ଦଳ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମନ୍ତ୍ରିମଣ୍ଡଳରେ ୪ ଜଣ ସାଂସଦଙ୍କୁ ଅନୁମତି ଦେବାକୁ ମନା କରିବା ପରେ ସାଂସଦଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା । ସଂସଦରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

The post ମାଳଦ୍ୱୀପ ସଂସଦରେ ଶାସକ ବିରୋଧୀ ମାରପିଟ୍ । କ୍ୟାବିନେଟରେ ୪ ସଦସ୍ୟଙ୍କ ଅନୁମତିକୁ ବିରୋଧ  । ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଡକାଇଥିଲେ ସ୍ୱତନ୍ତ୍ର ଅଧିବେଶନ ।  first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started