ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ । ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଦେବେ ପରୀକ୍ଷା ପ୍ରସ୍ତୁତି ଟିପ୍ସ ।

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଗ ନେବେ । ଏହି କାର୍ଯ୍ୟକ୍ରମରେ ୨ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ପଞ୍ଜୀକରଣ କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସମସ୍ତଙ୍କୁ ସମ୍ବୋଧିତ କରି ପରୀକ୍ଷା ସମ୍ପର୍କରେ ଆଲୋଚନା କରିବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପେ ଚର୍ଚ୍ଚା ୨୦୨୪ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଟୁଇଟରରେ ସେୟାର କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ପିପିସି ୨୦୨୪ ପାଇଁ ୨ କୋଟି ୨୬ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ନୂଆଦିଲ୍ଲୀର ଭାରତ ମଣ୍ଡପମ୍, ଆଇଟିପିଓ, ପ୍ରଗତି ମଇଦାନରେ ପୂର୍ବାହ୍ନ ୧୧ଟାରୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚାର ଏହା ହେଉଛି ସପ୍ତମ ସଂସ୍କରଣ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ, ଶିକ୍ଷା ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିନ କରିବେ ।

The post ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ । ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଦେବେ ପରୀକ୍ଷା ପ୍ରସ୍ତୁତି ଟିପ୍ସ । first appeared on Kanak News.

from Kanak News
via <a href="https://ifttt.com/?

୯ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ. ବିହାରରେ ମହାମେଣ୍ଟ ସରକାର ଭାଙ୍ଗି ଏନଡିଏ ସହ ସରକାର ଗଢ଼ିଲେ ନୀତୀଶ କୁମାର । ନୀତିଶଙ୍କୁ ଶୁଭେଚ୍ଛା ଜଣାଇଲେ ନଡ୍ଡା ।

କନକ ବ୍ୟୁରୋ: ବିହାରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟିଛି । ନୀତିଶ କୁମାର ପୁଣି ଥରେ ଏନଡିଏରେ ସାମିଲ ହୋଇଛନ୍ତି । ବିଜେପି ଓ ସହଯୋଗୀ ଦଳ ସହ ମିଶି ସରକାର ଗଢ଼ିଛନ୍ତି । ମେଣ୍ଟ ପରିବର୍ତ୍ତନରେ ମାହିର ନୀତୀଶଙ୍କ ରାଜନୈତିକ ଗୋଟି ଚାଳନା ବିହାରରେ ଆରଜେଡିକୁ କ୍ଷମତାରୁ ଦୂରେଇ ଦେଇଛି । ଲୋକସଭା ନିର୍ବାଚନ ପୂର୍ବରୁ ନୀତିଶ ମହାମେଣ୍ଟ ଛାଡିବା ଇଣ୍ଡିଆ ମେଣ୍ଟ ପାଇଁ ଶକ୍ତ ଝଟକା ବୋଲି କୁହାଯାଉଛି । ଯାହାକି ସମଗ୍ର ଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।

ବିହାର ମୁଖ୍ୟମନ୍ତ୍ରୀ ଏନଡିଏକୁ ଫେରିବା ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଏନଡିଏ ମେଣ୍ଟ ପାଇଁ ଆନନ୍ଦର ବିଷୟ ବୋଲି କହିଛନ୍ତି । ନୀତିଶ କୁମାର ବିଜେପି ସହ ଯୋଡି ହେବା ସ୍ୱାଭାବିକ ମେଂଟ ବୋଲି ସେ କହିଛନ୍ତି । ବିରୋଧୀ ଇଣ୍ଡିଆ ମେଂଟକୁ ଟାର୍ଗେଟ କରି ସେ କହିଛନ୍ତି ଯେ ଏହା ଭ୍ରଷ୍ଟାଚାର ବଂଚାଓ, ପରିବାର ବଞ୍ଚାଅ ପାଇଁ ତିଆରି ହୋଇଛି । ନୀତିଶ କୁମାରଙ୍କ ନେତୃତ୍ୱାଧୀନ ନୂଆ ଏନଡିଏ ସରକାର ‘ଉଜ୍ଜ୍ୱଳ ବିହାର’ ଗଠନ କରିବ ବୋଲି ନଡ୍ଡା କହିଛନ୍ତି ।

The post ୯ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ. ବିହାରରେ ମହାମେଣ୍ଟ ସରକାର ଭାଙ୍ଗି ଏନଡିଏ ସହ ସରକାର ଗଢ଼ିଲେ ନୀତୀଶ କୁମାର । ନୀତିଶଙ୍କୁ ଶୁଭେଚ୍ଛା ଜଣାଇଲେ ନଡ୍ଡା । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବୃଆରୀ ୮ ତାରିଖ ଯାଏଁ କରିହେବ ପଞ୍ଜିକରଣ ।

କନକ ବ୍ୟୁରୋ: ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ପୁଣି ବଢିଛି । ପୂର୍ବରୁ ବିଏସକେଓକ୍ୱାଇ ନବୀନ କାର୍ଡ ଆବେଦନର ଶେଷ ଦିନ ଜାନୁଆରୀ ୨୮ ତାରିଖ ରହିଥିଲା । ଏବେ ପଞ୍ଜିକରଣ ଆବେଦନ ଅବଧିକୁ ଫେବୃଆରୀ ୮ ତାରିଖ ଯାଏଁ ବଢାଇ ଦେଇଛନ୍ତି ରାଜ୍ୟ ସରକାର । ଗୋଟିଏ ବି ହିତାଧିକାରୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଏନେଇ ତ୍ୱରିତ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗ୍ରାମାଂଚଳ ଓ ପଂଚାୟତରରେ ସ୍ତରରେ ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

The post ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବୃଆରୀ ୮ ତାରିଖ ଯାଏଁ କରିହେବ ପଞ୍ଜିକରଣ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ରାଜଧାନୀରେ ‘ଓଡ଼ିଶା ବଞ୍ଚାଅ ସମାବେଶ’ରେ ଯୋଗ ଦେବେ ।

କନକ ବ୍ୟୁରୋ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଓଡିଶା ଗସ୍ତରେ ଆସୁଛନ୍ତି । ରାଜଧାନୀରେ ଏକ ସାଧାରଣ ସଭାକୁ ସମ୍ବୋଧିନ କରିବେ ଖଡଗେ । ଯାହାକୁ କଂଗ୍ରେସ ‘ଓଡ଼ିଶା ବଞ୍ଚାଅ ସମାବେଶ’ ନାମରେ ନାମିତ କରିଛି ।

୨୦୨୨ରେ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କର ଏହା ହେଉଛି ପ୍ରଥମ ଓଡ଼ିଶା ଗସ୍ତ । ଆଗକୁ ରାଜ୍ୟରେ ବିଧାନସଭା ସହିତ ଲୋକସଭା ନିର୍ବାଚନ । ଏହାପୂର୍ବରୁ ଖଡଗେଙ୍କ ଗସ୍ତ କଂଗ୍ରେସ ଶିବିରରେ ଉତ୍ସାହ ଭରିବ ବୋଲି ଆଶା କରାଯାଉଛି । ସମାବେଶକୁ ସଫଳ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫୦ହଜାର ନେତା, କର୍ମୀଙ୍କୁ ସାମିଲ କରିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଛି । ରାଜଧାନୀରେ ପୋଷ୍ଟର ବ୍ୟାନରରେ ଛାଇ ଯାଇଛି ।

ଲୋୟର ପିଏମଜିରେ ମଧ୍ୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ତାରା ବାହିନୀ ପତି ଓ ସନ୍ତୋଷ ସିଂ ସାଲୁଜା । ବିଜେଡି ସରକାରର ୨୪ ବର୍ଷ ପରେ ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟା, ଦାରିଦ୍ର୍ୟର ସମ୍ମୁଖୀନ ହେଉଥିବା ୫୦% ରୁ ଅଧିକ ଲୋକ ଏବଂ ରାଜ୍ୟର ଶାସନ ନେତୃତ୍ୱକୁ ନେଇ ଖଡଗେ ବର୍ଷିପାରନ୍ତି ବୋଲି ପିସିସି ସଭାପତି ଇସାରା ଦେଇଛନ୍ତି ।

The post ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ରାଜଧାନୀରେ ‘ଓଡ଼ିଶା ବଞ୍ଚାଅ ସମାବେଶ’ରେ ଯୋଗ ଦେବେ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ କରିହେବ ଆବେଦନ । 

କନକ ବ୍ୟୁରୋ : ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଡର ଆବେଦନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧିକୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ହେଲେ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏହାର ଅବଧିକୁ ପୁଣିଥରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଣିକି ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ ଲୋକମାନେ ଏହି କାର୍ଡ ପାଇଁ ଆବେଦନ କରିପାରିବେ ।କେମିତି କରିବେ ନବୀନ କାର୍ଡ ପାଇଁ ଆବେଦନ?

  • bskynabin.odisha.gov.in ଜରିଆରେ କରିବେ ଆବେଦନ
  • ପାଖରେ ରାସନକାର୍ଡ ନଥିଲେ ବି ବିଏସକେୱାଇ-ନବୀନ କାର୍ଡ ପାଇଁ କରିପାରିବେ ଆବେଦନ
  • ମୋ ସେବା କେନ୍ଦ୍ରରେ ବିନା ଦେୟରେ କରିପାରିବେ ଆବେଦନ
  • ଅଫଲାଇନ୍ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା ନାହିଁ
  • ସରକାରୀ ଚାକିରିଆ, ପେନସନଭୋଗୀ  ଓ ଆୟକରଦାତା ଏ ସୁବିଧା ପାଇପାରିବେ ନାହିଁ

ପଞ୍ଜିକରଣ ପାଇଁ ଆବଶ୍ୟକୀୟ କାଗଜପତ୍ର:

  • ପରିବାର ମୁଖ୍ୟଙ୍କ ନାଁରେ ପଞ୍ଜିକରଣ ହେବା ଆବଶ୍ୟକ
  • ଦରଖାସ୍ତକାରୀଙ୍କ ପାଇଁ ଆଧାର ଭିତ୍ତିକ ଇ-କେ.ଓାଇ.ସି ବାଧ୍ୟତାମୂଳକ
  • ୧୮ ବର୍ଷରୁ ଉର୍ଦ୍ଧ୍ୱ ସଦସ୍ୟମାନଙ୍କର ଭୋଟ ପରିଚୟ ପତ୍ର ଥିବା ଆବଶ୍ୟକ
  • ଦରଖାସ୍ତକାରୀଙ୍କର ସକ୍ରିୟ ମୋବାଇଲ ନମ୍ବର ଆଧାର କାର୍ଡ ସହ ସଂଯୋଗ ହୋଇଥିବ

The post ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ କରିହେବ ଆବେଦନ ।  first appeared on Kanak News.

from Kanak News
via <a href="https://ifttt.com/?

ଯୁବ ଇଞ୍ଜିନିୟରଙ୍କ ପରିବା ଚାଷ । ୨୨ ଏକର ଜମି ଲିଜ ନେଇ କରିଛନ୍ତି ବହୁମୁଖୀ ଚାଷ । ଚାକିରି ଅପେକ୍ଷା ମିଳୁଛି ଭଲ ରୋଜଗାର

କନକ ବ୍ୟୁରୋ : ଦୀର୍ଘ ୧୧ ବର୍ଷର ସଫ୍ଟେଓର ଇଞ୍ଜିନିୟରିଂ ଚାକିରି ଛାଡି ଚାଷ ପ୍ରତି ମନ ବଳାଇଛନ୍ତି ସତ୍ୟ ପ୍ରବିଣ । ନିଜେ ସ୍ୱାବଲମ୍ବି ହେବା ସହ ପ୍ରତ୍ୟେକ ଦିନ ୪୦ ଜଣ ଯୁବକ ଯୁବତିଙ୍କୁ ଯୋଗାଉଛନ୍ତି ରୋଜଗାର । ଅନ୍ୟ ଅଧିନରେ କାମ କରିବା ବଦଳରେ ନିଜ ଉଦ୍ୟମରେ ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଯୋଗାଇବା ତାଙ୍କର ଲକ୍ଷ । ୨୨ ଏକର ଜମି ଲିଜ୍ ନେବା ସହ ନୂତନ ଜ୍ଞାନ ପ୍ରଣାଳିରେ ଚାଷ କରି ବେଶ ଖୁଶି ଅଛନ୍ତି ସଫ୍ଟେଓର ଇଞ୍ଜିନିୟର ସତ୍ୟ ପ୍ରବିଣ । ଆସନ୍ତୁ ଦେଖିବା ରାୟଗଡାରୁ ଏହି ରିପୋର୍ଟ ।

ଯୁବ ଇଞ୍ଜିନିୟରଙ୍କ ପରିବା ଚାଷ । ନୂତନ ଜ୍ଞାନ କୌଶଳ ଉପଯୋଗ କରି ଟମାଟୋ, କୋବି, ତରଭୁଜ, ଲେମନଗ୍ରାସ ଚାଷ କରିଛନ୍ତି ରାୟଗଡ଼ା ଆମଲାଭଟା ଗାଁର ସତ୍ୟ ପ୍ରବିଣ । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ସେ ଏହି ଚାଷ କରିଛନ୍ତି । ନିଜେ ରୋଜଗାର କରିବା ସହ ତାଙ୍କ ଜମିରେ କାମ କରି ସ୍ଥାନୀୟ ଅଞ୍ଚଳର କିଛି ଲୋକ ରୋଜଗାରକ୍ଷମ ହୋଇପାରୁଛନ୍ତି । ୨୨ ଏକର ଜମି ଲିଜ୍ ନେଇ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି ସଫ୍ଟେଓର ଇଞ୍ଜିନିୟର ସତ୍ୟ ପ୍ରବିଣ ।
ଦୀର୍ଘ ୧୧ ବର୍ଷ ଧରି ମାଲେସିଆରେ ଏକ ସଫ୍ଟେଓର କମ୍ପାନିରେ ମାସିକ ଦୁଇ ଲକ୍ଷ ଟଙ୍କା ବେତନରେ କାମ କରୁଥିଲେ ଯୁବ ଇଞ୍ଜିନିୟର ସତ୍ୟ ପ୍ରବିଣ । ନିଜସ୍ୱ ଉଦ୍ୟମରେ କିଛି କରିବାକୁ ଚିନ୍ତା କରି ଚାକିରି ଛାଡ଼ିବାକୁ ମନସ୍ତ କରିଥିଲେ । ରାୟଗଡା ସଦର ବ୍ଳକ ଜିଞ୍ଜିଲିବାଡି ଗାଁ ନିକଟରେ ୨୨ ଏକର ଜମି ଲିଜ୍ ନେଇ ସେ ଚାଷ କାମ କରୁଛନ୍ତି । ଏବେ ଏହି ଚାଷରୁ ତାଙ୍କୁ ଚାକିରି ଅପେକ୍ଷା ଅଧିକ ରୋଜଗାର ମିଳୁଥିବା ସେ କହିଛନ୍ତି ।

ସତ୍ୟ ପ୍ରବିଣଙ୍କ ବାପା ମଧ୍ୟ ଚାଷ କାମ କରି ପରିବାର ପ୍ରତିପୋଷଣ କରନ୍ତି । ନିଜର ଜମି ନଥିବାରୁ ଅନ୍ୟ ଲୋକଙ୍କ ଜମି ଲିଜ୍ ନେଇ ଚାଷ କରୁଥିଲେ ସତ୍ୟଙ୍କ ବାପା । ଏବେ ୟୁଟ୍ୟୁବରୁ ଚାଷ ପ୍ରଣାଳି ଜାଣିବା ସହ ବାହାର ରାଜ୍ୟରୁ ଚାରା ମଗାଇ ୨୨ ଏକର ଚାଷ ଜମିରେ ବିଭିନ୍ନ ପ୍ରକାରର ଚାଷ କରିଛନ୍ତି ଯୁବ ଇଞ୍ଜିନିୟର ।

The post ଯୁବ ଇଞ୍ଜିନିୟରଙ୍କ ପରିବା ଚାଷ । ୨୨ ଏକର ଜମି ଲିଜ ନେଇ କରିଛନ୍ତି ବହୁମୁଖୀ ଚାଷ । ଚାକିରି ଅପେକ୍ଷା ମିଳୁଛି ଭଲ ରୋଜଗାର first appeared on Kanak News.

from Kanak News
via <a href="https://ifttt.com/?

କାଗଜ ମୁଖା ଓ ଗୋବର କଣ୍ଢେଇ କାରିଗରଙ୍କ ଗାଁ କରଡ଼ଗାଡ଼ିଆ । ସୁନ୍ଦର ସୁନ୍ଦର ମୂର୍ତି ଗଢ଼ି ମେଳା ମହୋତ୍ସବରେ କରୁଛନ୍ତି ବିକ୍ରି

କନକ ବ୍ୟୁରୋ : କରଡ଼ଗାଡ଼ିଆର ଗୋବର କଣ୍ଢେଇ । ହାତୀ, ଘୋଡ଼ା, ହରିଣ, ବାଘ, ମିରିଗ ସହ ବିଭିନ୍ନ ପ୍ରକାରର ଦେବାଦେବୀଙ୍କ ପ୍ରତିମୁର୍ତି ତିଆରି କରନ୍ତି ଏହି ଗାଁର କାରିଗର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କରଡ଼ଗାଡ଼ିଆ ଗାଁ ଗୋବର କଣ୍ଢେଇ ତିଆରି ପାଇଁ ବେଶ ପ୍ରସିଦ୍ଧ । ଯାନି ଯାତ୍ରା ହେଉ ଅବା ମେଳା ମହୋତ୍ସବ ସବୁଠି ଦେଖିବାକୁ ମିଳେ ଏହି ଗାଁର କାରିଗରଙ୍କ ହାତ ତିଆରି କଣ୍ଢେଇ । ଏହା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଗ୍ରାହାକ ମାନେ ଏହାକୁ ଆଗ୍ରହର ସହ କିଣି ନିଅନ୍ତି ।

ଗାଁର ଅଧିକାଂଶ ଲୋକଙ୍କ କୌଳିକ ବୃତି ହେଉଛି ମୂର୍ତି ଗଢ଼ିବା । ଗୋବର କଣ୍ଢେଇ ସହ କାଗଜ ମୁଖା ତିଆରି କରନ୍ତି କାରିଗର । ସ୍ଥାନୀୟ ଅଂଚଳରେ ବିକ୍ରି କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରକୁ ବରାଦ ଅନୁସାରେ ବିକ୍ରି କରନ୍ତି । କାଳକ୍ରମେ ପ୍ରୋତ୍ସାହନ ଅଭାବରୁ ଏହି ବୃତିରୁ ମୁହଁ ଫେରାଇଲେଣି କାରିଗର ।

ଦିନ ଥିଲା ସ୍ୱତନ୍ତ୍ର ଉତ୍କଳିୟ କଳା ପାଇଁ ଖ୍ୟାତି ଲାଭ କରିଥିଲା ଏହି ଗାଁ । କିନ୍ତୁ ଏବେ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା ନଥିବାରୁ କିଛି ହାତଗଣତି କାରିଗର ଏହି ବୃତିକୁ ଆପଣାଇ ମୁର୍ତି ଗଢ଼ୁଛନ୍ତି । ବର୍ଷର କେଇଟି ହାତ ଗଣତି ମେଳା ମହୋତ୍ସବକୁ ଅପେକ୍ଷା କରିବାକୁ ପଡ଼ୁଥିବା କହିଛନ୍ତି । ସରକାର ଏହି କଳାକୁ ବଂଚାଇ ରଖିବା ପାଇଁ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି କାରିଗର ।

The post କାଗଜ ମୁଖା ଓ ଗୋବର କଣ୍ଢେଇ କାରିଗରଙ୍କ ଗାଁ କରଡ଼ଗାଡ଼ିଆ । ସୁନ୍ଦର ସୁନ୍ଦର ମୂର୍ତି ଗଢ଼ି ମେଳା ମହୋତ୍ସବରେ କରୁଛନ୍ତି ବିକ୍ରି first appeared on Kanak News.

from Kanak News
via <a href="https://ifttt.com/?

ବିରି ବଡ଼ିରୁ ଭଲ ରୋଜଗାର । ବିନା ତାଲିମରେ ଗାଁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ସ୍ୱାଦିଷ୍ଟ ବଡ଼ି

କନକ ବ୍ୟୁରୋ : ରୋଜଗାର କରିବା ପାଇଁ କିଏ କେତେ ପ୍ରକାରର ପନ୍ଥା ଅପଣାଉଛନ୍ତି । କିଏ ଚାକିରି କରୁଛନ୍ତି ତ ପୁଣି କିଏ ବ୍ୟବସାୟ କରୁଛନ୍ତି । ତେବେ ବାଲେଶ୍ୱର ଭୋଗରାଇ ବ୍ଲକ ଡୁମାଇପୁର ଗାଁର ମହିଳା ମାନେ ବିରିରୁ ବଡ଼ି ପ୍ରସ୍ତୁତ କରି ସେଥିରୁ କିଛି ରୋଜଗାର କରୁଛନ୍ତି । ବିନା ତାଲିମରେ ଗାଁର ମହିଳା ମାନେ କିପରି ରୋଜଗାର କରିପାରନ୍ତି ତାହା ଏହି ମହିଳାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ମହିଳା ମାନେ ମେସିନ୍ ସାହାଯ୍ୟରେ ଗୋଟା ବିରିକୁ ଫାଳ କରିବା ସହ ଚୋପା ଛଡ଼ାଇ ସେଥିରୁ ଡ଼ାଲି ଓ ବଡ଼ି ପ୍ରସ୍ତୁତ କରୁଛନ୍ତି । ଏହାକୁ ସ୍ଥାନୀୟ ବଜାରରେ ବିକ୍ରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।

ଏହି କାମ ପାଇଁ ମହିଳା ମାନେ ଘର କାମ ପରେ ଏକାଠି ହୁଅନ୍ତି । ସମସ୍ତେ ମିଶି ବିରି ବାଟି ଏହାକୁ ଫେଣାଇ ବଡ଼ି ପାରନ୍ତି । ବଡ଼ି ଶୁଖିଲା ପରେ ଏହାକୁ ପ୍ୟାକେଟିଂ କରି ସ୍ଥାନୀୟ ଦୋକାନ ଓ ବ୍ୟବସାୟୀଙ୍କୁ ବିକ୍ରି କରନ୍ତି । ୨୦୧୩ରେ ୧୧ ଜଣ ମହିଳା ମିଶି ରାଧାଶ୍ୱାମୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । କିଛି ରୋଜଗାର କରିବାର ଆଶା ନେଇ ଏହି ବ୍ୟବସାୟ ଆପଣାଇଛନ୍ତି । କୃଷି ବିଭାଗ ପକ୍ଷରୁ ମହିଳାଙ୍କୁ ଏକ ଡାଲି ପ୍ରସ୍ତୁତ ମେସିନ୍ ଯୋଗାଇଦିଆଯାଇଛି । ୮୦ ହଜାର ଟଙ୍କା ବିନିଯୋଗ କରି ୧୧ ଜଣ ମହିଳା ଏହି ବ୍ୟବସାୟରୁ କିଛି ଲାଭବାନ ହେଉଛନ୍ତି ।

ଭୋଗରାଇ ଅଞ୍ଚଳରେ ପ୍ରଚୁର ପରିମାଣର ବିରି ଓ ମୁଗ ଚାଷ ହେଉଥିବାରୁ ଚାଷୀଙ୍କ ଠାରୁ ବିରି ଓ ମୁଗ ସଂଗ୍ରହ କରି ଏଭଳି ଏକ ବ୍ୟବସାୟ କରୁଛନ୍ତି ମହିଳା । ଏଥିରୁ ତାଙ୍କୁ ମାସିକ ୨ରୁ ୩ ହଜାର ଟଙ୍କା ରୋଜଗାର ମିଳୁଛି । ବିକ୍ରି କରିବା ପାଇଁ ସରକାରଙ୍କ ପକ୍ଷରୁ ଷ୍ଟଲ ଯୋଗାଇଦିଆଗଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ।

The post ବିରି ବଡ଼ିରୁ ଭଲ ରୋଜଗାର । ବିନା ତାଲିମରେ ଗାଁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ସ୍ୱାଦିଷ୍ଟ ବଡ଼ି first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀରରୁ ଆସିଲା ରାଜନୀତିର ରୋଚକ ଚିତ୍ର । ବିଧାୟକ ନରସିଂହ ମିଶ୍ରଙ୍କ ଘରେ ପହଞ୍ଚି ଜଗନ୍ନାଥ ଭୋଗ ବାଣ୍ଟିଲେ କଳିକେଶ ନାରାୟଣ ସିଂଦେଓ

କନକ ବ୍ୟୁରୋ: କଂଗ୍ରେସ ବିଧାୟକଙ୍କ ଘରେ ବିଜେଡି ନେତା । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଘରକୁ ଯାଇ, ଶ୍ରୀଜଗନ୍ନାଥଙ୍କ ପ୍ରସାଦ ଦେଇଛନ୍ତି ପୂର୍ବତନ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓ । ପରିକ୍ରମା ପ୍ରକଳ୍ପ ସମୟରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ-ଚାଉଳ ପଠାଇଥିଲେ ଶ୍ରଦ୍ଧାଳୁ । ଏହି ଭକ୍ତିଭାବକୁ ସମ୍ମାନ ଜଣାଇ, କଳିକେଶ ବଲାଙ୍ଗୀର ସହରରେ ବୁଲି ବୁଲି ପ୍ରସାଦ ବାଣ୍ଟିଛନ୍ତି । ଏହି ସମୟରେ ସାମ୍ନାକୁ ଆସିଛି ରାଜନୀତିର କିଛି ରୋଚକ ଦୃଶ୍ୟ ।

ପୂର୍ବତନ ବଲାଙ୍ଗୀର ସାଂସଦ ତଥା ବିଜେଡି ନେତା କଳିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପତ୍ନୀଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନେଇଛନ୍ତି । କେବଳ ସେତିକି ନୁହେଁ, ନରସିଂହଙ୍କ ପୁଅ ଆଇନଜୀବୀ ଅମରେନ୍ଦ୍ର ମିଶ୍ରଙ୍କ ଚାମ୍ବରକୁ ଯାଇ ତାଙ୍କୁ ପୁରୀ ପ୍ରସାଦ ଦେଇଛନ୍ତି କଳିକେଶ । ବଲାଙ୍ଗୀର ରାଜ ପରିବାର ଏବଂ ମିଶ୍ର ପରିବାର ଭିତରେ ଥିବା ରାଜନୈତିକ ପ୍ରତିନ୍ଦ୍ୱନ୍ଦିତା ସାରା ଓଡ଼ିଶା ଦେଖିଛି । କିନ୍ତୁ ଜଗନ୍ନାଥଙ୍କ ପ୍ରସାଦ ପହଞ୍ଚାଇବା ପାଇଁ ରାଜନୈତିକ ପ୍ରତିନ୍ଦ୍ୱନ୍ଦିତାକୁ ପଛରେ ପକାଇ ନରସିଂହ ମିଶ୍ରଙ୍କ ଘରେ ପହଞ୍ଚିଯାଇଛନ୍ତି ହାଉସିଂ ବୋର୍ଡ ଅଧ୍ୟକ୍ଷ ।

ସକାଳୁ ସକାଳୁ ପୁରୀ ପ୍ରସାଦ ଧରି ବାହାରିପଡ଼ିଥିଲେ କଳିକେଶ ସିଂଦେଓ । ଭଜନ କୀର୍ତ୍ତନ କରି ସହରର ବିଭିନ୍ନ ସାହିରେ ପ୍ରସାଦ ବାଣ୍ଟିଥିଲେ ବିଜେଡି ନେତା । ପରିକ୍ରମା ପ୍ରକଳ୍ପ ସମୟରେ ଗୁଆ-ଚାଉଳକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ପୁରୀ ପ୍ରସାଦ ଶ୍ରଦ୍ଧାଳୁଙ୍କ ପାଖରେ ପହଞ୍ଚାଇ, ଶ୍ରଦ୍ଧାଳୁଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ବଲାଙ୍ଗୀରର ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ।

The post ବଲାଙ୍ଗୀରରୁ ଆସିଲା ରାଜନୀତିର ରୋଚକ ଚିତ୍ର । ବିଧାୟକ ନରସିଂହ ମିଶ୍ରଙ୍କ ଘରେ ପହଞ୍ଚି ଜଗନ୍ନାଥ ଭୋଗ ବାଣ୍ଟିଲେ କଳିକେଶ ନାରାୟଣ ସିଂଦେଓ first appeared on Kanak News.

from Kanak News
via <a href="https://ifttt.com/?

ମାଛ ଚାଷୀଙ୍କ ସଫଳ କାହାଣୀ । ଜିଅନ୍ତା ମାଛ ବିକ୍ରି କରି ହେଉଛନ୍ତି ଲାଭବାନ

କନକ ବ୍ୟୁରୋ : ପାରମ୍ପରିକ ଚାଷ ପରିବର୍ତେ ନୂଆ ପ୍ରଣାଳିରେ ମାଛ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ରାୟଗଡ଼ାର ଯୁବ ଚାଷୀ ଶ୍ରୀନିବାସ ସାହୁ । ୨୦ ଏକର ଜମି ଲିଜ୍ ନେଇ ମାଛ ଚାଷ କରି ଭଲ ରୋଜଗାର କରୁଛନ୍ତି ଶ୍ରୀନିବାସ । ଏହି ଚାଷ ପାଇଁ ଆନ୍ଧ୍ର ପ୍ରଦେଶର ଆମଲାପୁରମ ଓ ରାଜମହେନ୍ଦ୍ରୀରୁୁ ଯାଁଆଳ ଆଣିବାକୁ ପଡ଼ୁଛି । ସେହିପରି କଲିକତାରୁ ମାଛ ମାନଙ୍କ ପାଇଁ ଖାଦ୍ୟ ଆଣୁଛନ୍ତି ଶ୍ରୀନିବାସ । ଏକର ପିଛା ମାଛ ଚାଷ ପାଇଁ ଚାଷୀ ଜଣକ ୨ ଲକ୍ଷ ଟଙ୍କା ବିନିଯୋଗ କରୁଥିବାବେଳେ ୬ ମାସରେ ଥରେ ପଖୋରୀରୁ ମାଛ ଉତ୍ପାଦନ ହେଉଛି । ଉତ୍ପାଦିତ ମାଛକୁ ଚାଷୀ ଜଣକ ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ଲାଇଭ ଫିସ ଆକାରରେ ପଶ୍ଚିମ ଓଡ଼ିଶାର ନୂଆପଡ଼ା, ବଲାଙ୍ଗୀର, ଭବାନିପାଟଣା, କଳାହାଣ୍ଡି, ବରଗଡ଼ ଓ ଖରିଆର ଭଳି ବିଭିନ୍ନ ସହରକୁ ରପ୍ତାନି କରି ବେଶ ଲାଭବାନ ହେଉଛନ୍ତି ।

ପୂର୍ବରୁ ବ୍ୟବସାୟୀ ମାନେ ଆନ୍ଧ୍ରର ମାଛ ଉପରେ ନିର୍ଭର କରୁଥିଲେ । ଆନ୍ଧ୍ରପ୍ରଦେଶରୁ ବରଫ ଦିଆ ମାଛ ଆଣି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ । ଏବେ ଶ୍ରୀନିବାସଙ୍କ ଠାରୁ ଲାଇଭ ଫିସ୍ କିଣି ବ୍ୟବସାୟ କରୁଛନ୍ତି ବ୍ୟବସାୟୀ । ଜିଅନ୍ତା ମାଛ କିଣିବାକୁ ମଧ୍ୟ ଲୋକଙ୍କ ଭିତରେ ଆଗ୍ରହ ବଢ଼ୁଛି । ଗ୍ରାହକଙ୍କ ଚାହିଦା ମୁତାବକ ମାଛ ଯୋଗାଇଦେଉଥିବାରୁ ଭଲ ବ୍ୟବସାୟ ହେଉଥିବା କହିଛନ୍ତି ବ୍ୟବସାୟୀ ।

ପ୍ରଥମେ ୨୦୨୦ ମସିହାରେ ୫ ଏକର ଜମିରେ ପରୀକ୍ଷା ମୂଳକ ଭାବେ ମାଛ ଚାଷ ଆରମ୍ଭ କରିଥିଲେ ଶ୍ରୀନିବାସ । ଏଥିରେ ସଫଳ ହେବା ପରେ ଗୁଣୁପୁର ତଥା ରାମାନାଗୁଡ଼ା ଅଂଚଳର ୨୦ ଏକରରୁ ଅଧିକ ଜମିରେ ସେ ମାଛ ଚାଷ କରିଛନ୍ତି । ରୋଜଗାର କରିବା ପାଇଁ ବାଟ ଖୋଜୁଥିବା ଅନେକ ଯୁବପିଢ଼ିଙ୍କ ପାଇଁ ଶ୍ରୀନିବାସ ପାଲଟିଛନ୍ତି ପ୍ରେରଣା ।

The post ମାଛ ଚାଷୀଙ୍କ ସଫଳ କାହାଣୀ । ଜିଅନ୍ତା ମାଛ ବିକ୍ରି କରି ହେଉଛନ୍ତି ଲାଭବାନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started