ଲୋକଶକ୍ତିର ହେଲା ବିଜୟ । ଗାଁକୁ ଫେରିଲା ଖୁସି । ସତ୍ୟାଗ୍ରହ କରି ନିଜ ଅଧିକାର ଛଡାଇ ଆଣିଲେ କାହ୍ନୁଗୁଡା ଗ୍ରାମବାସୀ 

କନକ ବ୍ୟୁରୋ: ଦୀର୍ଘ ବର୍ଷ ପରେ କାହ୍ନୁଗୁଡ଼ା ଗାଁକୁ ଫେରିଛି ଖୁସି । ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ଉତ୍ସବ ପାଳନ କରିଛନ୍ତି । ପରସ୍ପରକୁ ମିଠା ଖୁଆଇବା ସହ ବାଜା ବଜାଇ ପାରମ୍ପରିକ ନୃତ୍ୟ ପରିବେଷଣ କରିଛନ୍ତି । କାରଣ ହେଉଛି, ଯେଉଁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ସେମାନେ ପ୍ରଶାସନକୁ ବର୍ଷ ବର୍ଷ ଧରି ଗୁହାରି କରି ନିରାଶ ହେଉଥିଲେ ଆଜି ସେଥିରେ ସଫଳ ହୋଇଛନ୍ତି । ଗାଁର ଆବାଳ ବୃଦ୍ଧ ବନତା ସତ୍ୟାଗ୍ରହ କରି ନିଜ ଅଧିକାର ହାସଲ କରିଛନ୍ତି ।

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ବଣ, ପାହାଡ଼ ଓ ଝରଣା ଘେରରେ ରହିଛି କାହ୍ନୁଗୁଡ଼ା ଗାଁ । ଏହି ଜନବସତିରେ ରହିଛି ୧୮୦ରୁ ଅଧିକ ପରିବାର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଗାଁ କିନ୍ତୁ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଆସିଛି । ଅଙ୍ଗନବାଡ଼ି ଘର ଅଛି, ହେଲେ ଦିଦି ଆସନ୍ତିନି, ସ୍କୁଲ ଅଛି ହେଲେ ଶିକ୍ଷକଙ୍କ ଦେଖାମିଳେନି । ସ୍ୱାସ୍ଥ୍ୟକେନ୍ଦ୍ର ରହିଛି, କିନ୍ତୁ ଡାକ୍ତର ନାହାନ୍ତି । ଗାଁକୁ ଲାଗି ନଦୀ ବହିଯାଇଛି, ହେଲେ ବିଶୁଦ୍ଧ ପାଣି ପାଇଁ ବ୍ୟବସ୍ଥା ନାହିଁ । ଗାଁରୁ ବାହାରକୁ ଯିବା ପାଇଁ ନଦୀ ଭିତର ଦେଇ ଯିବାକୁ ପଡ଼େ । ଖରା ଦିନେ ସିନା ଆଣ୍ଠୁଏ ପାଣି, ବର୍ଷା ଦିନେ ପାଣି ଅକାତ କାତ । ସମସ୍ୟା ଘେରରେ ଥିବା ଏହି ଗାଁର ଲୋକ, ନଦୀରେ ପୋଲ ନିର୍ମାଣ ଠାରୁ ପିଇବା ପାଣି ପର୍ଯ୍ୟନ୍ତ ବ୍ୟବସ୍ଥା ପାଇଁ ନେହୁରା ହୁଅନ୍ତି ପ୍ରଶାସନ ଆଗରେ ହେଲେ, କେହି ସେମାନଙ୍କ ଦୁଃଖ ଶୁଣିନଥାନ୍ତି ।

ବାରମ୍ବାର ନିରାଶ ହେବା ପରେ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ । ମୌଳିକ ଅଧିକାର ହାସଲ ପାଇଁ ସେମାନଙ୍କ ନେତୃତ୍ୱ ନେଲେ ସ୍ୱେଚ୍ଛାସେବୀ ବଳରାମ ପଣ୍ଡା । ସତ୍ୟାଗ୍ରହ ମାଧ୍ୟମରେ ନିଜ ଅଧିକାର ଛଡ଼ାଇ ଆଣିବା ପାଇଁ ଆରମ୍ଭ ହେଲା ଅନ୍ତିମ ଲଢ଼େଇ । ଘନ କୁହୁଡ଼ି, ହାଡ଼ଭଙ୍ଗା ଶୀତକୁ ଖାତିର ନକରି ଛୋଟଠାରୁ ବୟସ୍କ ସମସ୍ତେ ପଦଯାତ୍ରା ଓ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତ ହେଲେ । ଆରମ୍ଭ ହେଲା ଗାଁରୁ କାଶିପୁର ବ୍ଲକ ୨୨ କିଲୋମିଟରର ପଦଯାତ୍ରା ଓ ଧାରଣା । ଆନ୍ଦୋଳନ ପାଇଁ ମୁଠି ଭିକ୍ଷା କଲେ ବଳରାମ ପଣ୍ଡା । ଖାଦ୍ୟଶସ୍ୟ ଠାରୁ ଟଙ୍କା ପଇସା ଦେଇ ସତ୍ୟାଗ୍ରହକୁ ସଫଳ କରିବା ପାଇଁ ଆଗେଇ ଆସିଲେ । ବର୍ଷା ଓ ହାଡ଼ଭଙ୍ଗା ଶୀତକୁ ଖାତିର ନକରି ଅହିଂସା ଆନ୍ଦୋଳନ, ଦିବାରାତ୍ର ଧାରଣା, ନିରବ ପ୍ରତିବାଦ ପ୍ରଶାସନର ଆଖି ଖୋଲି ଦେଇଥିଲା । ରାସ୍ତାରେ ବସି ପିଲାମାନେ ଯେଭଳି ରାମଧୁନ ଗାଉଥିଲେ, ତାହା ସମସ୍ତଙ୍କ ମନରେ ଶିହରଣ ଖେଳାଇ ଦେଇଥିଲା ।

ଯେଉଁ ପ୍ରଶାସନ ଗାଁ ଲୋକଙ୍କ ଗୁହାରିକୁ ହେୟ ଜ୍ଞାନ କରୁଥିଲା, ରାତିରାତି ଦାବି ପୂରଣ ପାଇଁ ଆଗେଇ ଆସିଲା । ପିଇବା ପାଣି ପାଇଁ ୩ଟି ଗଭୀର ନଳକୂପ, ସ୍କୁଲ ପାଇଁ ଶିକ୍ଷକ ବ୍ୟବସ୍ଥା ହେଲା । ସବୁଠୁ ବଡ଼ ଦାବି ବ୍ରିଜ୍ ନିର୍ମାଣ ପାଇଁ ବି ପ୍ରତିଶ୍ରୁତି ମିଳିଲା । ଧାରଣାର ୩୬ ଘଣ୍ଟା ପରେ ରାୟଗଡ଼ା ଉପଜିଲ୍ଲାପାଳ ଗ୍ରାମବାସୀଙ୍କୁ ଭେଟିବାକୁ ବାଧ୍ୟ ହୋଇଥିଲେ । ଫେବ୍ରୁଆରୀ ୧ ତାରିଖ ପୂର୍ବରୁ ସବୁ ସମସ୍ୟାର ସମାଧନ ସହ ୧୫ ଦିନ ମଧ୍ୟରେ ନଦୀରେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।

The post ଲୋକଶକ୍ତିର ହେଲା ବିଜୟ । ଗାଁକୁ ଫେରିଲା ଖୁସି । ସତ୍ୟାଗ୍ରହ କରି ନିଜ ଅଧିକାର ଛଡାଇ ଆଣିଲେ କାହ୍ନୁଗୁଡା ଗ୍ରାମବାସୀ  first appeared on Kanak News.

from Kanak News
via <a href="https://ifttt.com/?

ବାଙ୍କୀରେ ଫଳିଛି ବିଦେଶୀ ଫଳ । ନିଜେ ରୋଜଗାର କରିବା ସହ ୧୦ ଜଣଙ୍କୁ ଦୈନିକ କାମ ଯୋଗାଉଛନ୍ତି ବାଙ୍କୀ ଡମପଡ଼ା ଅଞ୍ଚଳର ଶଶାଙ୍କ

କନକ ବ୍ୟୁରୋ : ୟୁଟ୍ୟୁବ୍ ଦେଖାଇଲା ସଫଳ ଚାଷୀ ହେବାର ରାସ୍ତା । ବାଙ୍କୀ ମାଟିରେ ଫଳିଛି ବେଦେଶୀ ଫଳ । ୟୁଟୁବ୍ ଦେଖି ବାଙ୍କୀ ମାଟିରେ ବିଦେଶୀ ଡ୍ରାଗନ ଫୁଡ଼ ଫଳ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ୧୦ ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି ଭୁବନେଶ୍ୱର ଅଞ୍ଚଳର ଶଶାଙ୍କ ଶେଖର ପରିଡ଼ା ।

ବାଙ୍କୀରେ ଫଳିଛି ବିଦେଶୀ ଫଳ । ଯୁବ ଚାଷୀଙ୍କ ଦ୍ୱାରା ସଫଳ ହୋଇଛି ଡ୍ରାଗନ୍ ଫ୍ରୁଟ୍ ଚାଷ । ଡମପଡ଼ା ଅଂଚଳର ଶଶାଙ୍କ ପରିଡ଼ା ନିଜର ଦୃଢ଼ ଇଛାଶକ୍ତି ଓ ପରିଶ୍ରମ ବଳରେ କରିଛନ୍ତି ଡ୍ରାଗନ୍ ଫ୍ରୁଟ୍ ଚାଷ । ପ୍ରଥମେ ଶଶାଙ୍କ ୟୁଟ୍ୟୁବ ଦେଖି ୬ଟି ଡ୍ରାଗନ ଫ୍ରୁଟ୍ ଗଛ ଲଗାଇଥିଲେ । ସେଥିରେ ଫଳିଥିବା ନାଲି ଡ୍ରାଗନ ଫ୍ରୁଟ୍ ବେଶ ମିଠା ଓ ଉନ୍ନତ ମାନର ଫଳ ହୋଇଥିବାରୁ ଶଶାଙ୍କ ତାଙ୍କର ୫ ରୁ ୭ ଏକର ଜମିରେ ୩ ହଜାର ଡ୍ରାଗନ ଫ୍ରୁଟ୍ ଚାରା ଲଗାଇଛନ୍ତି । ମାତ୍ର ୮ ରୁ ୯ ମାସ ଭିତରେ ଏହି ଡ୍ରାଗନ ଫ୍ରୁଟ୍ ଫଳିବା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଶଶାଙ୍କ ୩୦ ରୁ ୪୦ କିଲୋ ଡ୍ରାଗନ ଫ୍ରୁଟ୍ ଅମଳ କରିଥିବା ବେଳେ ବର୍ତମାନ ୩ କ୍ୱିଂଟାଲରୁ ଅଧିକ ଡ୍ରାଗନ ଫ୍ରୁଟ଼ ଅମଳ ହୋଇଥିବା କହିଛନ୍ତି ଶଶାଙ୍କ ।

ଶଶାଙ୍କ ପରିଡ଼ାଙ୍କ ଏହି ଡ୍ରାଗନ ଫ୍ରୁଟ୍ ଚାଷ ପଛରେ ରହିଛି ତାଙ୍କର ପିଲା ବେଳର ବନ୍ଧୁ ସୌମେନ୍ଦ୍ର ମିଶ୍ରଙ୍କ ହାତ । ଶଶାଙ୍କ ଓ ସୌମେନ୍ଦ୍ର ଦୁଇ ବନ୍ଧୁ ମିଶି ବାଙ୍କୀ ମାଟିରେ ଏହି ବିଦେଶୀ ଫଳ ଚାଷ କରିଛନ୍ତିି । ଡ୍ରାଗନ ଫ୍ରୁଟ୍ ଚାଷରେ ଜଳ ସେଚନ, ଫଳ ପନିପରିବା ଶ୍ରେଣୀ କରଣ ଏବଂ ପ୍ୟାକିଂ ଗୃହ ଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ସମସ୍ତ ପ୍ରକାର ସୁବିଧା ସୁଯୋଗ । ଶଶାଙ୍କ ପରିଡ଼ା ନିଜର ବାଡ଼ିରେ ଏହି ବିଦେଶୀ ଫଳ ଚାଷ କରି ସେଥିରୁ ଉତ୍ପାଦନ ହେଉଥିବା ଡ୍ରାଗନ ଫ୍ରୁଟ୍ ଚାରା ଓ ଫଳ ଭୁବନେଶ୍ୱର ବଜାରରେ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି । ୮ ରୁ ୧୦ ଜଣ ଶ୍ରମିକଙ୍କୁ ଏହି ଡ୍ରାଗନ ଫ୍ରୁଟ୍ ଚାଷରେ ନିୟୋଜିତ କରି ରୋଜଗାରକ୍ଷମ କରାଇଛନ୍ତି ।

ବଜାରରେ ଏହି ଫଳର ଚାହିଦା ରହିଥିବା ବେଳେ ବିକ୍ରି କରିବାରେ ମଧ୍ୟ ଅସୁବିଧା ହେଉନାହିଁ । ଏହି ଚାଷ କରି ସେ ଭଲ ରୋଜଗାର ମଧ୍ୟ କରୁଛନ୍ତି । ଯାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

The post ବାଙ୍କୀରେ ଫଳିଛି ବିଦେଶୀ ଫଳ । ନିଜେ ରୋଜଗାର କରିବା ସହ ୧୦ ଜଣଙ୍କୁ ଦୈନିକ କାମ ଯୋଗାଉଛନ୍ତି ବାଙ୍କୀ ଡମପଡ଼ା ଅଞ୍ଚଳର ଶଶାଙ୍କ first appeared on Kanak News.

from Kanak News
via <a href="https://ifttt.com/?

ଛାଡୁଥିଲା ଟ୍ରେନ, ଚଢ଼ିବାକୁ ଉଦ୍ୟମ କରୁଥିଲେ ବୃଦ୍ଧା । ଭାରସାମ୍ୟ ହରାଇ ଟ୍ରାକକୁ ଖସିବାବେଳେ ଦେବଦୂତ ଭଳି ପହଞ୍ଚିଲେ ମହିଳା ସୁରକ୍ଷା କର୍ମୀ

କନକ ବ୍ୟୁରୋ: ଅତି ନିକଟରୁ ଛୁଇଁଦେଇ ଚାଲିଗଲା ମୃତ୍ୟୁ । ପୁରୀ ରେଳ ଷ୍ଟେସନରୁ ଆସିଛି ଛାତିକୁ ଥରାଇ ଦେଲା ଭଳି ଖବର । ଚଳନ୍ତା ଋଷିକେଶ-ପୁରୀ ଉକ୍ରଳ ଏକ୍ସପ୍ରେସରେ ଚଢିବାକୁ ଉଦ୍ୟମ କରି ବୃଦ୍ଧା ଜଣକ ତଳେ ପଡି ଘୋଷାଡି ହୋଇଯାଇଥିଲେ । ହେଲେ କନେଷ୍ଟବଳଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବୃଦ୍ଧା ଜଣକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି । ତେବେ ସେହି ସମୟର ଛାତି ଥରା ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ ।

  • ଅଳ୍ପକେ ବଞ୍ଚିଗଲେ ବୃଦ୍ଧା
  • ଟ୍ରେନ ଟ୍ରାକକୁ ଖସିବା ପୂର୍ବରେ ଟାଣି ଆଣିଲେ ସୁରକ୍ଷା କର୍ମୀ

ଖୋର୍ଦ୍ଧା ରୋଡ୍, ପ୍ଲାଟଫର୍ମ ନମ୍ବର ୪ । ସମୟ – ପ୍ରାୟ ଦିନ ୨ଟା । ପ୍ଲାଟଫର୍ମ ଛାଡୁଥିଲା ଋଷିକେଶ ପୁରୀ ଉକ୍ରଳ ଏକ୍ସପ୍ରେସ । ଧୀରେ ଧୀରେ ଆଗକୁ ଗଡ଼ିଲା ଟ୍ରେନ୍ । ହଠାତ ଏହି ସମୟରେ ଜଣେ ବୃଦ୍ଧା ଟ୍ରେନ ଭିତରକୁ ଯିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇନଥିଲେ, ଭାରସ୍ୟାମ ହରାଇ ଟ୍ରେନ ସହ ଘୋଷାଡ଼ି ହୋଇ ଯାଇଥିଲେ ।
ସେହି ସମୟରେ ପ୍ଲାଟଫର୍ମରେ କାର୍ଯ୍ୟ କରୁଥିଲେ ଆରପିଏଫ୍ ହେଡ୍ କନେଷ୍ଟବଳ ହେମବତୀ ବେହେରା । ତାଙ୍କ ନଜର ପଡିଯିବାରୁ ଦେବଦୂତ ଭଳି ସେଠାରେ ପହଞ୍ଚି ଯାଇଥିଲେ । ବିପଦକୁ ଖାତିର ନକରି ଉପସ୍ଥିତି ବୁଦ୍ଧି ଲଗାଇ ବୃଦ୍ଧାଙ୍କୁ ଟାଣି ଆଣିଥିଲେ । ଫଳରେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ବୃଦ୍ଧା । ତେବେ ହେମବତୀଙ୍କ ଏହି ସାହସିକତା ପାଇଁ ରେଳ ବିଭାଗ ସହ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

The post ଛାଡୁଥିଲା ଟ୍ରେନ, ଚଢ଼ିବାକୁ ଉଦ୍ୟମ କରୁଥିଲେ ବୃଦ୍ଧା । ଭାରସାମ୍ୟ ହରାଇ ଟ୍ରାକକୁ ଖସିବାବେଳେ ଦେବଦୂତ ଭଳି ପହଞ୍ଚିଲେ ମହିଳା ସୁରକ୍ଷା କର୍ମୀ first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ । ଓଡ଼ିଶା ବଞ୍ଚାଅ ସମାବେଶରେ ସାମିଲ୍ ହେବେ ମଲ୍ଲିକାର୍ଜୁନ ଖଡଗେ

କନକ ବ୍ୟୁରୋ: ଆସନ୍ତାକାଲି ରାଜଧାନୀରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ । ଏଥିରେ ସାମିଲ ହେବାକୁ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ । ଯାହାକୁ ନେଇ ନେଇ ଦଳୀୟ କର୍ମୀଙ୍କ ଭିତରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି । ସମାବେଶକୁ ସଫଳ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫୦ହଜାର ନେତା, କର୍ମୀଙ୍କୁ ସାମିଲ କରିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଛି । ସେପଟେ ଖଡଗେଙ୍କ ଗସ୍ତରୁ କଂଗ୍ରେସକୁ କୌଣସି ଲାଭ ମିଳିବ ନାହିଁ ବୋଲି ବିଜେଡି ଓ ବିଜେପି କହିଛନ୍ତି ।

  • ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ
  • କଂଗ୍ରେସର ‘ଓଡ଼ିଶା ବଞ୍ଚାଓ ସମାବେଶ’ରେ ହେବେ ସାମିଲ

ଏଆଇସିସି ଅଧ୍ୟକ୍ଷ ହେବା ପରେ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ବେଶ ଉତ୍ସାହିତ ହୋଇ ପଡିଛି ରାଜ୍ୟ କଂଗ୍ରେସ । ଆସନ୍ତାକାଲି ଶକ୍ତି ପ୍ରଦର୍ଶନ କରିବା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ପିସିସି ।

  • ଦିନ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଖଡଗେ
  • ବିରାଟ ଶୋଭାଯାତ୍ରାରେ ଭୁବନେଶ୍ୱର ଲୋୟର ପିଏମଜିକୁ ଆସିବେ
  • ଓଡ଼ିଶା ବଞ୍ଚାଓ ସମାବେଶରେ ଦେବେ ଉଦବୋଧନ
  • ସମାବେଶରେ ସାମିଲ ହେବେ ଦଳର ଜିଲ୍ଳା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି
  • ପ୍ରାୟ ୫୦ ହଜାର ନେତା ଓ କର୍ମୀ ଯୋଗ ଦେବା ନେଇ ଆକଳନ କରିଛି ପିସିସି

ସମାବେଶ ସରିବା ପରେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ମଲ୍ଲିକାର୍ଜୁନ ଖଡଗେ । ସେହିପରି ଇଣ୍ଡିଆ ମେଣ୍ଟର କିଛି ନେତାଙ୍କ ସହ ଆଲୋଚନା କରିବା ନେଇ ସୂଚନା ରହିଛି ।
କଂଗ୍ରେସ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଓ ବିଜେଡି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ଯେତେ ସମାବେଶ କରନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ସେହିପରି ବିଜେଡିି ବିଧାୟକ ସୁଧୀର ସାମଲ ମଧ୍ୟ ସମାନ କଥା ଦୋହରାଇଛନ୍ତି । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାର ୪ଟି ଜିଲ୍ଲା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ । ଏହାପୂର୍ବରୁ ଓଡ଼ିଶା ଆସି ଦଳୀୟ ନେତା ଓ କର୍ମୀଙ୍କ ମନରେ ଜୋସ୍ ଭରିବେ ଖଡଗେ ।

The post ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ । ଓଡ଼ିଶା ବଞ୍ଚାଅ ସମାବେଶରେ ସାମିଲ୍ ହେବେ ମଲ୍ଲିକାର୍ଜୁନ ଖଡଗେ first appeared on Kanak News.

from Kanak News
via <a href="https://ifttt.com/?

ମୋଦୀଙ୍କ ଫୋକସରେ ଓଡିଶା । ସପ୍ତାହକ ଭିତରେ ଦୁଇ ଥର ଆସିବେ ପ୍ରଧାନମନ୍ତ୍ରୀ । ମହିଳା ସମାବେଶରେ ଯୋଗ ଦେବା ନେଇ ସୂଚନା

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ଓଡିଶା । ଫେବ୍ରୁଆରୀରେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୩ ତାରିଖରେ ସମ୍ବଲପୁର କାର୍ଯ୍ୟକ୍ରମ ଥିବାବେଳେ ୧୦ ତାରିଖରେ ଭୁବନେଶ୍ୱର ଆସି ମହିଳା ସମାବେଶରେ ଯୋଗ ଦେଇପାରନ୍ତି ନରେନ୍ଦ୍ର ମୋଦୀ । ତେବେ ଦଳର ସର୍ବୋଚ୍ଚ ନେତାଙ୍କ ଗସ୍ତ ଖବର ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।

  • ବିଜେପି ଫୋକସରେ ଓଡ଼ିଶା
  • ଗୋଟିଏ ସପ୍ତାହରେ ଦୁଇ ଥର ଓଡ଼ିଶା ଆସିବେ ମୋଦୀ!
  • ଫେବ୍ରୁଆରୀ ୩ରେ ସମ୍ବଲପୁର, ୧୦ରେ ଭୁବନେଶ୍ୱର!

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଓଡ଼ିଶାଗସ୍ତ କାର୍ଯ୍ୟକ୍ରମଙ୍କୁ ନେଇ ରାଜ୍ୟ ବିଜେପିରେ ଉତ୍ସାହ ଭରିଯାଇଛି । ଫେବ୍ରୁଆରୀ ୩ ତାରିଖରେ ସମ୍ବଲପୁର ଆସିବା ନେଇ ସ୍ଥିର ହୋଇଥିବା ବେଳେ ପୁଣି ୧୦ ତାରିଖରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଫେବ୍ରୁଆରୀ ୩ ତାରିଖ

  • ‘ସମ୍ବଲପୁର ଆଇଆଇଏମ୍’ ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
  • ସରକାରୀ କାର୍ଯ୍ୟକ୍ରମ ପରେ ଜନସଭାରେ ବି ସାମିଲ ହେବେ ମୋଦୀ

ଅନ୍ୟପଟେ ମହିଳା ଭୋଟରଙ୍କୁ ଆଖି ଆଗରେ ରଖି ଦେଶରେ ଦୁଇଟି ବିଶାଳ ମହିଳା ସମାବେଶ ଆୟୋଜନ କରିବାକୁ ଯାଉଛି ବିଜେପି । ଗୋଟିଏ ଓଡ଼ିଶାର ଭୁବନେଶ୍ୱରରେ ମହିଳା ସମାବେଶ ହେବାକୁ ଥିବା ବେଳେ ଅନ୍ୟ ସମାବେଶଟି ମଧ୍ୟପ୍ରଦେଶରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି ।

ଫେବ୍ରୁଆରୀ ୧୦ ତାରିଖ

  • ଭୁବନେଶ୍ୱରରେ ବିଜେପି କରିବ ବିଶାଳ ମହିଳା ସମାବେଶ
  • ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳା ହେବେ ସାମିଲ
  • ଅନ୍ୟ କେନ୍ଦ୍ରୀୟ ନେତାଙ୍କ ସହ ଯୋଗ ଦେଇପାରନ୍ତି ମୋଦୀ

ତେବେ ବିଜେଡିର ମହିଳା ବ୍ୟାଙ୍କଙ୍କୁ ଭାଙ୍ଗିବା ପାଇଁ ବିଜେପିର ଏହା ରଣନୀତି ବୋଲି କୁହାଯାଉଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ଓଡ଼ିଶାରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ । ମହିଳାମାନେ ସବୁବେଳେ ବିଜେଡି ସହ ଅଛନ୍ତି । ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ।

ନିର୍ବାଚନ ଯେତିକି ପାଖେଇ ଆସୁଛି, ମହିଳା ଓ ଯୁବ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ରାଜନୈତିକ ଦଳ । ତେବେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାଗସ୍ତ କାର୍ଯ୍ୟକ୍ରମ ରାଜନୀତି ଦୃଷ୍ଟିରୁ ବେଶ ଗୁରୁତ୍ୱ ରଖୁଛି । ବିଜେପିର କିଛି ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ ଫେବ୍ରୁଆରୀ ଓ ମାର୍ଚ୍ଚ ମାସରେ ଅନେକ ଥର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ।

The post ମୋଦୀଙ୍କ ଫୋକସରେ ଓଡିଶା । ସପ୍ତାହକ ଭିତରେ ଦୁଇ ଥର ଆସିବେ ପ୍ରଧାନମନ୍ତ୍ରୀ । ମହିଳା ସମାବେଶରେ ଯୋଗ ଦେବା ନେଇ ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ସକାଳେ ଇସ୍ତଫା, ସନ୍ଧ୍ୟାରେ ଶପଥ । ପୁଣି ପଲଟିଲା ବିହାର ରାଜନୀତି । ମହାମେଣ୍ଟ ସରକାର ଭାଙ୍ଗି ଏନଡିଏ ସହ ସରକାର ଗଢ଼ିଲେ ନୀତୀଶ

କନକ ବ୍ୟୁରୋ: ପୁଣିଥରେ ପଟ୍ଟ ପରିବର୍ତ୍ତନ କରିଛନ୍ତି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର । ଏନଡିଏ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ନବମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର ।

  • ନୂଆ ସାଥୀ, ନୂଆ ସରକାର
  • ନବମ ଥର ଶପଥ ନେଲେ ନୀତୀଶ
  • ପୁଣି ଏନଡିଏକୁ ଫେରିଲା ଜେଡିୟୁ

ନୂଆ ସରକାରକୁ ବିଜେପିର-୭୮,ଜେଡିୟରୁ-୪୫ ,ହାମର-୪ ଓ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ ଦେଇଛନ୍ତି । ନୀତୀଶ କୁମାରଙ୍କ ସହ ଅନ୍ୟ ୮ଜଣ ମନ୍ତ୍ରୀ ଭାବେ ଶପଥ ନେଇଛି । ବିଜେପିର ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେହିପରି ବିଜେପିରୁ ୩ଜଣ, ଜେଡିୟୁରୁ ୩ ଜଣ, ହାମରୁ ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ନୀତୀଶଙ୍କ ପଟ୍ଟ ପରିବର୍ତ୍ତନ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

୨୦୨୨ରେ ବିଜେପିକୁ ଛାଡି ଆରଜେଡି-କଂଗ୍ରେସ ସହ ହାତ ମିଳାଇଥିଲେ ନୀତୀଶ । କିନ୍ତୁ ସମ୍ପର୍କ ଖରାପ ହେବା ପରେ ବିହାରରେ ମେଣ୍ଟ ଭାଙ୍ଗିବ ବୋଲି ଆଲୋଚନା ଚାଲିଥିଲା । ଆଉ ରବିବାର ସକାଳେ ରାଜନୈତିକ ଘଟଣାକ୍ରମ ବଦଳିବା ଆରମ୍ଭ ହୋଇଥିଲା । ରାଜ୍ୟ ରାଜନୀତିରେ ପୁଣି ପଲଟୁ ମାରିଥିଲେ ଜେଡିୟୁ ମୁଖ୍ୟ ନୀତୀଶ କୁମାର । ଆରଜେଡି ଓ କଂଗ୍ରେସ ସହ ମେଣ୍ଟ ଭାଙ୍ଗି ପୁଣି ଏନଡିଏକୁ ଫେରି ସମସ୍ତଙ୍କୁ ଚମକାଇ ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ । ନୀତୀଶ କୁମାର ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଥିଲେ । ଇସ୍ତଫା ଦେବା ପରେ ନୀତୀଶ କହିଥିଲେ, ସରକାରରେ କିଛି ଠିକଠାକ ଚାଲିନଥିଲା । ଲୋକ ଓ ଦଳର ରାୟ ଶୁଣିବା ପରେ ଇସ୍ତଫା ଦେଇଛି ।

ତେବେ କୁହାଯାଉଛି, ଏବେ ବିଜେପି ସହ ସରକାର ଗଢିବା ପରେ ପୁରୁଣା ଫର୍ମୁଲାରେ ଚାଲିବ ବିହାର ସରକାର । ଏହାଛଡା ୩ ମାସ ମଧ୍ୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବି ବିଜେପି-ଜେଡିୟୁ ଆସନ ଭାଗବଣ୍ଟାକୁ ଅନ୍ତିମ ରୂପ ଦେଇସାରିଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ବିଜେପି ସହ କେତେଦିନ ରହିବେ ପଲଟୁରାମ ନୀତୀଶ ।

The post ସକାଳେ ଇସ୍ତଫା, ସନ୍ଧ୍ୟାରେ ଶପଥ । ପୁଣି ପଲଟିଲା ବିହାର ରାଜନୀତି । ମହାମେଣ୍ଟ ସରକାର ଭାଙ୍ଗି ଏନଡିଏ ସହ ସରକାର ଗଢ଼ିଲେ ନୀତୀଶ first appeared on Kanak News.

from Kanak News
via <a href="https://ifttt.com/?

ସନ୍ଦେହରେ ଇଣ୍ଡିଆ ମେଣ୍ଟର ଭବିଷ୍ୟତ । ନୀତୀଶ କୁମାର ମେଣ୍ଟରୁ ଓହରିଯିବା ପରେ, ରାଜନୀତି ସମୀକ୍ଷକଙ୍କ ଭିନ୍ନ ଭିନ୍ନ ଆକଳନ

କନକ ବ୍ୟୁରୋ: ବିହାରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତଘଟିଛି । ନୀତୀଶ କୁମାର ପୁଣି ଥରେ ଏନଡିଏରେ ସାମିଲ ହୋଇଛନ୍ତି । ବିଜେପି ଓ ସହଯୋଗୀ ଦଳ ସହ ମିଶି ସରକାର ଗଢ଼ିଛନ୍ତି । ଆଉ ନୀତୀଶ କୁମାରଙ୍କ ଏହି ପଦକ୍ଷେପ ଇଣ୍ଡିଆ ମେଣ୍ଟ ପାଇଁ ସବୁଠାରୁ ବଡ ଝଟକା ବୋଲି କୁହାଯାଉଛି । ଯାହାକି ସମଗ୍ର ଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।

  • ଲୋକସଭା ନିର୍ବାଚନ ପୂର୍ବରୁ ବଡ ଓଲଟପାଲଟ
  • ସନ୍ଦେହରେ ଇଣ୍ଡିଆ ମେଣ୍ଟର ଭବିଷ୍ୟତ

କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ଏନଡିଏ ସରକାରକୁ ଟକ୍କର ଦେବାକୁ, କଂଗ୍ରେସ ସମେତ ଦେଶର ୨୮ପ୍ରମୁଖ ରାଜନୈତିକ ମିଶି ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ । କିନ୍ତୁ ଏହି ଇଣ୍ଡିଆ ମେଣ୍ଟର ଅନ୍ୟତମ ସୂତ୍ରଧର ଥିଲେ ନୀତୀଶ କୁମାର । ବିଜେପ ସହ ସମ୍ପର୍କ ତୁଟିବା ପରେ ନୀତୀଶ ରାଜ୍ୟ ରାଜ୍ୟ ବୁଲି ଆଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ଭେଟିଥିଲେ । ବିରୋଧୀ ମେଣ୍ଟ ଗଠନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ । ଗତବର୍ଷ ଜୁଲାଇ ୨୩ ତାରିଖରେ ୨୮ ବିରୋଧୀ ରାଜନୈତିକ ଦଳ ମିଶି ‘ଇଣ୍ଡିଆ’ ନାଁରେ ମେଣ୍ଟ ଗଠନ କରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ସୂତ୍ରଧର ସାଜିଥିବା ନୀତୀଶ କୁମାର ନିଜେ ଇଣ୍ଡିଆ ମେଣ୍ଟ ଛାଡି ପୁଣି ବିଜେପି ସହ ମିଶିଛନ୍ତି ।

ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଛାଡି ଏନଡିଏରେ ସାମିଲ ହେବା ପରେ ବଦଳି ଯାଇଛି ରାଜନୈତିକ ସମୀକରଣ । ଇଣ୍ଡିଆ ମେଣ୍ଟର ଭବିଷ୍ୟତ କଣ ହେବ ସେ ନେଇ ରାଜନୈତିକ ସମୀକ୍ଷକ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ନୀତୀଶଙ୍କ ପଦକ୍ଷେପ ସିଧାସଳଖ ଲୋକସଭା ନିର୍ବାଚନ ଓ ଜାତୀୟ ରାଜନୀତିକୁ ପ୍ରଭାବିତ କରିବ ଆଶଙ୍କା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ନୀତୀଶଙ୍କ ପଦକ୍ଷେପକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । କଂଗ୍ରେସର ଦାୟିତ୍ୱହୀନତା ଯୋଗୁଁ ନୀତୀଶ ମେଣ୍ଟ ଛାଡିବାକୁ ବାଧ୍ୟ ହେଲେ ବୋଲି ଜେଡିୟୁ ନେତାମାନେ କହୁଥିବାବେଳେ କଡା ସମାଲୋଚନା କରିଛନ୍ତି କଂଗ୍ରେସ ଓ ଆରଜେଡି ନେତା । ତେବେ ଇଣ୍ଡିଆ ମେଣ୍ଟରୁ ନୀତୀଶ ଓହରିଯିବା ପରେ ସୁଯୋଗର ହାତ ଛଡା କରିନାହାନ୍ତି ବିଜେପି ନେତା । ଇଣ୍ଡିଆ ମେଣ୍ଟ ଏକ କ୍ଷଣସ୍ଥାୟୀ ମେଣ୍ଟ କହି ସମାଲୋଚନା କରିଛନ୍ତି । ଏସବୁ ଭିତରେ ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ଅନ୍ୟ ରାଜନୈତିକ ଦଳଙ୍କ ଆଗାମୀ ପଦକ୍ଷେପ କଣ ରହୁଛି ତା ଉପରେ ସାରାଦେଶର ନଜର ରହିଛି ।

The post ସନ୍ଦେହରେ ଇଣ୍ଡିଆ ମେଣ୍ଟର ଭବିଷ୍ୟତ । ନୀତୀଶ କୁମାର ମେଣ୍ଟରୁ ଓହରିଯିବା ପରେ, ରାଜନୀତି ସମୀକ୍ଷକଙ୍କ ଭିନ୍ନ ଭିନ୍ନ ଆକଳନ first appeared on Kanak News.

from Kanak News
via <a href="https://ifttt.com/?

ଫେରିଘାଟରେ ମହାସୁଲ ଆଦାୟକୁ ନେଇ ବଢ଼ୁଛି ଜନଅସନ୍ତୋଷ । ମହାସୁଲ ବନ୍ଦ କରିବା ସହିତ ସେତୁ ନିର୍ମାଣ କରିବା ପାଇଁ ଦାବି କଲା ଘାଟ ଆନ୍ଦୋଳନ କମିଟି

କନକ ବ୍ୟୁରୋ : ନଦୀ ନାଳ ଘେରା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ଆଜିପର୍ଯ୍ୟନ୍ତ ହୋଇପାରିନି ସଡକ ପଥରେ ସିଧା ଯୋଗାଯୋଗର ବ୍ୟବସ୍ଥା । ରାତି ପାହିଲେ ପଞ୍ଚାୟତବାସି ବିଭିନ୍ନ କାର୍ଯ୍ୟରେ ଘାଟ ପାରିହୋଇ ଯିବାକୁ ପଡୁଛି । ଡଙ୍ଗାରେ ଘାଟ ପାରିହେବାକୁ ହେଲେ ଦେବାକୁ ପଡୁଛି ଭଡା ବାବଦକୁ ଟଙ୍କା ଯାହାକୁ ନେଇ ଆରମ୍ଭ ହୋଇଛି ଘାଟ ଆନ୍ଦୋଳନ ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଏକ ନଦୀନାଳ ଘେରା ଅଞ୍ଚଳ । କିନ୍ତୁ ଆଜିବି କିଛି ଏପରି ଅଞ୍ଚଳ ଅଛି, ଯେଉଁଠିକି ସଡକ ପଥରେ ସିଧା ଯୋଗାଯୋଗର ବ୍ୟବସ୍ଥା ହୋଇପାରିନାହିଁ । ଏମିତି ଏକ ପଞ୍ଚାୟତ ହେଉଛି ଖରିନାସୀ ପଞ୍ଚାୟତ । ପ୍ରାୟ ୧୨ ହଜାର ଜନସାଧାରଣ ବସବାସ କରୁଥିବା ଏହି ପଞ୍ଚାୟତବାସି ମାନଙ୍କର ମୁଖ୍ୟ ସମସ୍ୟା ସାଜିଛି ନଦୀ । ଯେଉଁ ନଦୀରେ ଆଜି ପର୍ଯ୍ୟନ୍ତ ପଞ୍ଚାୟତବାସୀଙ୍କ ବାରମ୍ବାର ଦାବି ସତ୍ୱେ ମଧ୍ୟ ସେତୁଟିଏ ନିର୍ମାଣ ହୋଇପାରି ନାହିଁ । ଯେଉଁଥି ପାଇଁ ଯାତାୟତର ମୁଖ୍ୟ ମାଧ୍ୟମ ସାଜିଛି ଯାତ୍ରୀବାହୀ ଡଙ୍ଗା । ପଞ୍ଚାୟତକୁ ସଡ଼କ ପଥରେ ସିଧା ଯୋଗାଯୋଗର ବ୍ୟବସ୍ଥା ନଥିବାରୁ ଏପର୍ଯ୍ୟନ୍ତ ଯାତ୍ରୀବାହୀ ବସ ଦେଖିନାହାନ୍ତି ପଞ୍ଚାୟତବାସି ।

ଖରିନାସି ଫେରିଘାଟ ସହିତ ବ୍ଲକର ବିଭିନ୍ନ ଅଂଚଳରେ ଥିବା ପ୍ରାୟ ୧୨ଟି ଫେରିଘାଟ ଦେଇ ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ଯିବାଆସିବା କରିବାକୁ ହେଲେ ଦେବାକୁ ପଡୁଛି ଭଡ଼ା । ଏହି ଭଡ଼ା ଆଦାୟକୁ ପ୍ରତିବାଦ କରଛିି ଘାଟ ଆନ୍ଦୋଳନ ସାମୁଖ୍ୟ । ଘାଟ ଆନ୍ଦୋଳନର ଆବାହକ ସଂଜୟ କୁମାର ରଥଙ୍କ ସହିତ ବହୁତ ସଂଖ୍ୟାରେ ସ୍ଥାନୀୟ ଅଂଚଳବାସୀ ଖରିନାସି ଘାଟରେ ଧାରଣାରେ ବସିବା ସହିତ ଯାତ୍ରୀମାନେ ଫେରିଘାଟ ପାରି ହେବାପାଇଁ ଆଦାୟ ହେଉଥିବା ଭଡା ବାବଦକୁ ଟଙ୍କା ଆଦାୟ ବନ୍ଦ କରିବା ସହିତ ସେତୁ ନିର୍ମାଣ ପରି ୪ ଦଫା ଦାବି କରିଛନ୍ତି । ସରକାର ତୁରନ୍ତ ଘାଟ ଭଡ଼ା ବା ମାହାସୁଲ ବନ୍ଦ କରିବା ସହିତ ସେତୁ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ଘାଟ ଆନ୍ଦଳନର ଆବାହକ ଓ ସ୍ଥାନିୟ ଅଂଚଳବାସୀ ।

The post ଫେରିଘାଟରେ ମହାସୁଲ ଆଦାୟକୁ ନେଇ ବଢ଼ୁଛି ଜନଅସନ୍ତୋଷ । ମହାସୁଲ ବନ୍ଦ କରିବା ସହିତ ସେତୁ ନିର୍ମାଣ କରିବା ପାଇଁ ଦାବି କଲା ଘାଟ ଆନ୍ଦୋଳନ କମିଟି first appeared on Kanak News.

from Kanak News
via <a href="https://ifttt.com/?

ଘରେ ପଡ଼ିଲା ଲକ୍ଷ୍ମୀଙ୍କ ପାଦ, ପୂରଣ ହେଲା ବାପାଙ୍କ ଆଶା । ଝିଅଟିଏ ହେଲେ ମନ୍ଦିର ତୋଳିବାକୁ କରିଥିଲେ ମାନସିକ

କନକ ବ୍ୟୁରୋ : ଝିଅ ବି ପୁଅ ମାନଙ୍କ ଠାରୁ କୌଣସି ଗୁଣରେ କମ ନିହେଁ, ସମାଜରେ ପୁଅ ମାନଙ୍କ ଜେତିକି ଅଧିକାର ଅଛି ଝିଅ ମାନଙ୍କର ମଧ୍ୟ ସେତିକି ଅଧିକାର ଅଛି । ଝିଅ ମାନଙ୍କୁ ଅନେକ ସମୟରେ ହତାଦର କରାଯାଉଥିବା ବେଳେ ଝିଅ ପାଇଁ ମନ୍ଦୀର ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ବ୍ରାହ୍ମୁଣ ଦମ୍ପତି । ଦେଖନ୍ତୁ ଏହି ରିପୋର୍ଟ ।

ଝିଅ ହେଲେ ମନ୍ଦିର ତିଆରି କରିବି । ଆଉ ଝିଅ ଜନ୍ମ ହେଲା ପରେ ନିଜର ଉପାର୍ଜିତ ଅର୍ଥରେ ଗଣେଷଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି । କିଛି ଏମିତି ମାନସିକ ରଖିଥିଲେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନାଇକୁଡି ପଂଚାୟତ ରାଜୁଆପଡା ଗ୍ରାମର ଅଶ୍ୱିନୀ କୁମାର ପଣ୍ଡା । ଅଶ୍ୱିନୀ ପେସାରେ ଜଣେ ଇଞ୍ଜିନିୟର । ଅଶ୍ୱିନୀ ଏବଂ ତାଙ୍କ ସ୍ତ୍ରୀ ଅଞ୍ଜନା ପଣ୍ଡାଙ୍କ ପ୍ରଥମେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଦ୍ୱିତୀୟ ସନ୍ତାନ ଝିଅ ପାଇଁ ଏହି ଦମ୍ପତି ଗଣେଶଙ୍କ ନିକଟରେ ମାନସିକ କରିଥିଲେ । ଝିଅ ହେଲେ ଗଣେଶ ମନ୍ଦିର ନିର୍ମାଣ କରିବେ ବୋଲି ମାନସିକ ରଖିଥିଲେ । ଆଉ ଝିଅ ଜନ୍ମହେବା ପରେ ଗ୍ରାମରେ ଗଣେଶଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି ଏହି ଦମ୍ପତି ।

ଅଶ୍ୱିନୀ କହିଛନ୍ତି ଯେ, ଝିଅମାନେ ବି କୌଣସି ଗୁଣରେ କମ୍ ନୁହଁନ୍ତି । ସେପଟେ ଅଶ୍ୱିନୀଙ୍କ ଏହି ମହତ କାମକୁ ଭୁରି ଭୁରି ପ୍ରଶଂସା କରାଯାଉଛି । ମନ୍ଦିର ନିର୍ମାଣ ପାଇଁ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଗତ କିଛିଦିନ ତଳେ ଏହି ମନ୍ଦିରର ପ୍ରତିଷ୍ଠା କରାଯାଇଛି ।
ଆଜିର ଦିନରେ କନ୍ୟା ଭୃଣ ହତ୍ୟା ଭଳି ଘଟଣା ସାମ୍ନାକୁ ଆସୁଛି । ଅର୍ଥାତ୍ ଝିଅକୁ ଅଲୋଡ଼ା ଭାବି ଏଣେ ତେଣେ ଫୋପାଡ଼ି ଦେଉଛନ୍ତି । କିନ୍ତୁ ଅଶ୍ୱିନୀ ଏପରି ମହତ କାମ କରି ସମାଜ ପାଇଁ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ।

The post ଘରେ ପଡ଼ିଲା ଲକ୍ଷ୍ମୀଙ୍କ ପାଦ, ପୂରଣ ହେଲା ବାପାଙ୍କ ଆଶା । ଝିଅଟିଏ ହେଲେ ମନ୍ଦିର ତୋଳିବାକୁ କରିଥିଲେ ମାନସିକ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଥମ ଟେଷ୍ଟ ହାରିଲା ଭାରତ । ୨୮ ରନରେ ହାଇଦ୍ରାବାଦ୍ ଟେଷ୍ଟ ଜିତିଲା ଇଂଲଣ୍ଡ । ସିରିଜରେ ୧-୦ରେ ଆଗୁଆ

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ହାରିଲା ଭାରତ । ରୋହିତ ବାହିନୀକୁ ପ୍ରଥମ ଟେଷ୍ଟରେ ୨୮ ରନରେ ହରାଇଛି ଷ୍ଟୋକ୍ସ ବାହିନୀ । ତେବେ ଶେଷ ଆଡକୁ ଭାରତ ମ୍ୟାଚ୍ ଜିତିବାକୁ ଜୋରଦାର ପ୍ରୟାସ କରିଥିଲେ ମଧ୍ୟ, ପ୍ରଥମ ଟେଷ୍ଟରେ ପରାଜୟ ବରଣ କରିଛି । ଏଥିସହିତ ସିରିଜରେ ଏବେ ଇଂଲଣ୍ଡ ୧-୦ରେ ଆଗୁଆ ହେଇଛି ।

ତେବେ ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚତୁର୍ଥ ଦିନରେ ରବିବାର ଭାରତର ଶେଷ କ୍ରମର ଖେଳାଳି ଶ୍ରୀକର ଭରତ, ରବିଚନ୍ଦ୍ରନ ଅଶ୍ବିନ , ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଲଢୁଆ ମନୋଭାବ ନେଇ ଖେଳିଥିଲେ ମଧ୍ୟ ନିଜ ଟିମକୁ ବିଜୟ ଦେଇ ପାରି ନାହାନ୍ତି । ଇଂଲଣ୍ଡ ଦୁଇଟି ପାଳିରେ ଯଥାକ୍ରମେ ୨୪୬ ଓ ୪୨୦ ରନ୍‌ ସଂଗ୍ରହ କରିଥିଲା। ଭାରତ ପ୍ରଥମ ପାଳିରେ ୪୩୬ ରନ୍‌ କରିଥିଲା। ଫଳରେ ଭାରତକୁ ଏହି ମୁକାବିଲା ଜିତିବା ପାଇଁ ୨୩୧ ରନ୍‌ର ଲକ୍ଷ୍ୟ ମିଳିଥିଲା। କିନ୍ତୁ ଭାରତ ଦ୍ବିତୀୟ ପାଳିରେ ୨୦୨ ରନରେ ଅଲଆଉଟ୍‌ ହୋଇଥିଲା।

https://platform.twitter.com/widgets.js

ଭାରତ ପ୍ରଥମ ପାଳିରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦ୍ବିତୀୟ ପାଳିରେ ଓଲଟା ପରିସ୍ଥିତି ଥିଲା। ପ୍ରାରମ୍ଭିକ ବ୍ୟାଟର ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଭଲ ଖେଳିଥିଲେ। ପ୍ରଥମ ୱିକେଟରେ ଭଲ ଭାଗିଦାରୀ କରିଥିଲେ। ସ୍କୋର ୪୨ ରନରେ ଯଶସ୍ବୀ ଆଉଟ୍‌ ହୋଇଥିଲେ। ସେ ୩୫ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ୧୫ ରନ୍‌ କରିଥିଲେ। ଇଂଲଣ୍ଡର ଦ୍ବିତୀୟ ଶିକାର ହୋଇଥିଲେ ଶୁବମନ ଗିଲ। ଯୁବ ବ୍ୟାଟର ଗିଲ୍‌ ୨ଟି ବଲ୍‌ ସାମ୍ନା କରି ଖାତା ଖୋଲିପାରି ନଥିଲେ। ଭାରତର ସ୍କୋର ୬୩ ରନ୍‌ ଥିଲା ବେଳେ ଇଂଲଣ୍ଡର ତୃତୀୟ ଶିକାର ହୋଇଥିଲେ ରୋହିତ ଶର୍ମା। ସେ ୫୮ଟି ବଲ୍‌ ଖେଳି ୭ଟି ଚୌକା ସହାୟତାରେ ୩୯ ରନ୍‌ କରିଥିଲେ। ଏହାପରେ କେଏଲ ରାହୁଲ ୨୨ରନ୍‌, ଅକ୍ଷର ପଟେଲ ୧୭ ରନ୍‌, ଶ୍ରେୟସ ଆୟର ୧୩ ରନ୍‌ ଓ ରବୀନ୍ଦ୍ର ଜାଦେଜା ୨ ରନ୍‌ କରିଥିଲେ।

ଇଂଲଣ୍ଡ ପକ୍ଷରୁ ଟମ୍‌ ହାର୍ଟଲି ସର୍ବାଧିକ ୭ଟି ୱିକେଟ୍‌ ନେଇଥିଲେ। ସେହିପରି ଜୋଏ ରୁଟ ଓ ଜ୍ୟାକ୍‌ ଲିଚ୍‌ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା। ଶୃଙ୍ଖଳାର ୨ୟ ମୁକାବିଲା ଆନ୍ଧ୍ରପ୍ରଦେଶର ବିଶାଖାପାଟନମସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ କ୍ରିକେଟ ଷ୍ଟାଡିୟମରେ ଆସନ୍ତା ଫେବ୍ରୁଆରି ୨ ତାରିଖରୁ ଖେଳାଯିବ।

The post ପ୍ରଥମ ଟେଷ୍ଟ ହାରିଲା ଭାରତ । ୨୮ ରନରେ ହାଇଦ୍ରାବାଦ୍ ଟେଷ୍ଟ ଜିତିଲା ଇଂଲଣ୍ଡ । ସିରିଜରେ ୧-୦ରେ ଆଗୁଆ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started