ଜାତୀୟ ରାଜପଥରେ ଜାତିର ପିତାଙ୍କୁ ଅସମ୍ମାନ । ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି ଗାନ୍ଧୀ ପ୍ରତିମୂର୍ତି

କନକ ବ୍ୟୁରୋ : ଦେଶକୁ ସ୍ୱାଧୀନ କରାଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ତାଙ୍କୁ ସମସ୍ତେ ନିଜର ଆଦର୍ଶ ମାନି ଚାଲନ୍ତି । କିନ୍ତୁ ଅଧିକାଂଶ ସମୟରେ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ କରାଯାଉଥିବାର ଚିତ୍ର ସାମ୍ନାକୁ ଆସିଥାଏ । ଠିକ୍ ସେହିପରି କିଛି ଦୃଶ୍ୟ ପାଲଲହଡ଼ାରୁ ଆସିଛି । ୬୦ ବର୍ଷ ତଳେ ପଣ୍ଡରାବସାର ଗାନ୍ଧିନଗରଠାରେ ଗାନ୍ଧୀ ମୁର୍ତି ସ୍ଥାପନ କରିଥିବା ବେଳେ ବର୍ତମାନ ତାହା ଅବହେଳିତ ଅବସ୍ଥାରେ ରହିଛି । ଯାହାକୁ ନେଇ ସ୍ଥାନୀୟ ଅଂଳଚରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ପାଳଲହଡା ଟାଉନ ଠାରୁ ୫ କିମି ଦୂରରେ ଥିବା ୧୪୯ ନମ୍ବର ଜାତୀୟ ରାଜପଥ ପାଖ ପେଣ୍ଡରାବସା ଠାରେ ରହିଛି ଗାନ୍ଧିନଗର ଛକ । । ୧୯୬୪ ମସିହାରେ ତତକାଳୀନ ଉପମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗଡଜାତ ଆନ୍ଦୋଳନର ସେନାପତି ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଏଠାରେ ଗାନ୍ଧୀ ମୂର୍ତି ସ୍ଥାପନ କରିଥିଲେ । କିନ୍ତୁ ବର୍ତମାନ ତାହା ଜରାଜୀର୍ଣ୍ଣ ଅବସ୍ଥାରେ । ଏବେ ଏହି ଭଙ୍ଗା ମନ୍ଦିରର ପଥର ମୁକସାକ୍ଷୀ ହୋଇ ଛିଡା ହୋଇଛି । କଟକ ନ୍ୟୁଜରେ ଖବର ପ୍ରସାରଣ ପରେ ୨୦୧୬ ମସିହାରେ ପୂର୍ବତନ ବିଧାୟକ ତଥା ବର୍ତମାନର ସାଂସଦ ମହେଶ ସାହୁ ସେଠାରେ ଏକ ନୂତନ ଗାନ୍ଧୀମନ୍ଦିର ନିର୍ମାଣ କରି ମୁର୍ତି ସ୍ଥାପନ କରିଥିଲେ । ରକ୍ଷଣାବେକ୍ଷଣ ଅଭାବରୁ ଏହା ମଧ୍ୟ ଜରାଜୀର୍ଣ ହେଲାଣି, ଲେଖା ଲିଭିଗଲାଣି । ଦୁଇଦିନ ତଳେ ସାଧାରଣତନ୍ତ୍ର ଦିବସ ଅବସରରେ ମଇଳା ଜମିଥିବା ମୁର୍ତିରେ ପାଣି ଢାଳି ଫୁଲମାଳ ଦେଇ କାମ ଚଳାଇନେଲେ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ନେତା ।

ବର୍ତମାନ ଏହି ସ୍ଥାନ ଅସାମାଜିକ ଲୋକଙ୍କ ଆଡା ପାଲଟିଛି । ଏହାର ସାମ୍ନାରେ ଥିବା ଜାତୀୟ ରାଜପଥ ଉପରେ ପ୍ରତିଦିନ ପ୍ରଶାସନନିକ ଅଧିକାରୀ ଓ ରାଜନେତା ଯିବା ଆସିବା କରୁଥିଲେ ବି କାହାର ଦୃଷ୍ଟି ଗାନ୍ଧୀଙ୍କ ପ୍ରତିମୂର୍ତିଙ୍କ ଉପରେ ପଡ଼େ ନାହିଁ । ତେବେ ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖି ଢେଙ୍କାନାଳ ସାଂସଦ ମହେଶ ସାହୁ କହିଛନ୍ତି ଯେ ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଅଗବତ କରାଯିବ । ଏବଂ କିପରି ଏହାର ରକ୍ଷଣାବେକ୍ଷଣ ହେବ, ତାହା ଉପରେ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।

The post ଜାତୀୟ ରାଜପଥରେ ଜାତିର ପିତାଙ୍କୁ ଅସମ୍ମାନ । ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି ଗାନ୍ଧୀ ପ୍ରତିମୂର୍ତି first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ପୂର୍ବରୁ ଜୋର ଧରିଲା ପୋଷ୍ଟର ଚିରା ରାଜନୀତି । ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିରୁ ଆସିଲା ଚିତ୍ର

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ୩ ମାସରୁ ଅଧିକ ବାକି ଥିବା ବେଳେ ଏବେଠାରୁ ଆରମ୍ଭ ହେଲାଣି ରାଜନୈତିକ ଗଣ୍ଡଗୋଳ । ଆଶାୟୀ ପ୍ରାର୍ଥୀମାନେ ଲଗାଇଥିବା ଶୁଭେଚ୍ଛା ବାର୍ତାର ବ୍ୟାନରକୁ ଚିରାଯାଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିର ଇଡଦା ପଂଚାୟତରେ ।

ରାଜ୍ୟ ମହିଳା କାର୍ଯ୍ୟକାରୀଣି ସଭାପତି ତଥା ବସ୍ତା ବିଜେଡିର ଆଶାୟୀ ପ୍ରାର୍ଥୀ ସୁବାସିନି ଜେନା ଏବଂ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀ ବିଜନ ନାୟକଙ୍କ ବ୍ୟାନରକୁ ଉଭୟ ଦଳର ସମର୍ଥକ ଚିରି ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉଭୟ ଗୋଷ୍ଠୀର କର୍ମୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ୩ ଜଣ ଆହତ ହୋଇଥିଲେ । ଯାହାକୁ ନେଇ ଉଭୟ ଦଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ମାମଲାରେ ଏତିକିରେ ଥଣ୍ଡା ପଡ଼ିଥିଲେ । ପରେ କଂଗ୍ରେସ କର୍ମୀ ଚନ୍ଦନ ଦାସଙ୍କ ଘରେ ଭଙ୍ଗାରୁଜା ସହ ଦୁଇଟି ବାଇକ ଓ ଅଟୋ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ଏହି ଭଙ୍ଗାରୁଜା କରିଥିବା ଅଭିଯୋଗ କରିଛନ୍ତି ଚନ୍ଦନଙ୍କ ପରିବାର ଲୋକେ । ତେବେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ଦଳର ପୂର୍ବତନ ସରପଞ୍ଚ ଦେବୀପ୍ରସାଦ ଭଞ୍ଜ ।

The post ନିର୍ବାଚନ ପୂର୍ବରୁ ଜୋର ଧରିଲା ପୋଷ୍ଟର ଚିରା ରାଜନୀତି । ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିରୁ ଆସିଲା ଚିତ୍ର first appeared on Kanak News.

from Kanak News
via <a href="https://ifttt.com/?

ଉଦଘାଟନର ବର୍ଷେ ନପୁରୁଣ ଗ୍ରାମୀଣ ପାର୍କରେ ଝୁଲିଲା ତାଲା । ୩ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ପାର୍କରୁ ଚୋରି ହୋଇଗଲାଣି ସରଞ୍ଜାମ

କନକ ବ୍ୟୁରୋ : କେଉଁଠି ପାର୍କ ତ ଆଉ କେଉଁଠି ଉଦ୍ୟାନ । ତ ଆଉ କେଉଠି ଫୁଡ଼ ପାର୍କ ତ ଆଉ କେଉଁଠି ପର୍ଯ୍ୟଟନ ସ୍ଥଳ । ଖେଳ କସରତ ସାଙ୍ଗକୁ ସବୁ ପ୍ରକାର ଆଧୁନିକ ଉପକରଣ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ରସ୍ତା କଡ଼ରେ ନିର୍ମାଣ କଲା ପ୍ରଶାସନ । ଉଦଘାଟନର ବର୍ଷେ ନପୁରୁଣୁ କେଉଁଠି ତାଲା ଝୁଲୁଛି ତ ଆଉ କେଉଁଠି ପାର୍କର ସରଞାମ ଚୋରି ହୋଇଗଲାଣି । ସରକାର ଙ୍କର କୋଟି କୋଟି ଟଙ୍କାର ଯୋଜନା କାହା ସ୍ୱାର୍ଥରେ ବୋଲି ଏବେ ବୁଦ୍ଧିଜିବି ପ୍ରଶ୍ନ ଉଠାଇଛନ୍ତି ।

ବୋରିଗୁମ୍ମା ବ୍ଲକରେ ରହିଛି ୩୧ଟି ପଞ୍ଚାୟତ । ୩ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟରେ ପ୍ରତି ପଚାଂୟତରେ ଗ୍ରାମୀଣ ପାର୍କ ନିର୍ମାଣ କରାଯାଇଥିଲା । ତା’ସହ ରାସ୍ତା କଡ଼ରେ ୩୪ ଲକ୍ଷ ଟଙ୍କା ବ୍ୟୟରେ ଫୁଡ୍ ପାର୍କ ଓ ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କାରେ ପୁରୁଣା ବୋରିଗୁମ୍ମାରେ ପର୍ଯ୍ୟଟନ ସ୍ଥଳ ନିର୍ମାଣ ହୋଇଥିଲା । (ଆଲଫା ଟେକ୍ସଟିଂ) ପାର୍କରେ ଏରୋପ୍ଲେନ୍, ଅଶୋକ ଚକ୍ର, ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି ତିଆରି କରାଯାଇଥିଲା । ରୋଜଗାର ବଢ଼଼ିବ, ଅଚଂଳର ବିକାଶ ହେବ । ଅନ୍ୟ ସହର ସହ ଯୋଡ଼ି ହେବ ବୋରିଗୁମ୍ମା । ହେଲେ ବାସ୍ତବ ଚିତ୍ର ଅଲଗା । ଫୁଡ୍ ପାର୍କ ଓ ଗ୍ରାମୀଣ ପାର୍କରେ ତାଲା ଝୁଲୁଥିବା ବେଳେ ପର୍ଯ୍ୟଟନ ସ୍ଥଳରୁ ସରଞ୍ଜାମ ସବୁ ଚୋରି ହୋଇଗଲାଣି । ବାକି ପରିବେଶର ବାର୍ତା ଦେଉଥିବା ବନ୍ୟ ଜନ୍ତୁ ସବୁ ଲୁଚି ଗଲାଣି ।

ମହିଳାଙ୍କ ବିକାଶ ହେବ । ଗ୍ରାମୀଣ ପାର୍କ ଠାରୁ ଫୁଡ୍ ପାର୍କ ଓ ପର୍ଯ୍ୟଟନ ସ୍ଥଳକୁ ସ୍ମୟଂସହାୟକ ଦଳର ସଭ୍ୟମାନେ ଦାୟିତ୍ୱରେ ରହିବେ । ହେଲେ ଉଦଘାଟନର ବର୍ଷେ ନ ପୁରୁଣୁ ସବୁ ନଷ୍ଟ ହୋଇଗଲାଣି । କେବଳ ସରକାରୀ କାଗଜ କଲମରେ ମିଳିଛି ଦାୟିତ୍ୱ, କିନ୍ତୁ ବାସ୍ତବରେ କୋଟି କୋଟି ଟଙ୍କାରେ ନିର୍ମିତ ସରକାରୀ ଯୋଜନା ସବୁ ପାଣିରେ ବୁଡ଼ିଲା ଭଳି ଦେଖାଦେଇଛି । ଏଥିପାଇଁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଅଞ୍ଚର ବିକାଶ ପାଇଁ ଜିଲ୍ଳା ପ୍ରଶାସନ ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ କାର୍ଯ୍ୟ ସରିବା ପରେ ଏହାର ରକ୍ଷଣାବେକ୍ଷଣ କରାଯାଉନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି ।

The post ଉଦଘାଟନର ବର୍ଷେ ନପୁରୁଣ ଗ୍ରାମୀଣ ପାର୍କରେ ଝୁଲିଲା ତାଲା । ୩ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ପାର୍କରୁ ଚୋରି ହୋଇଗଲାଣି ସରଞ୍ଜାମ first appeared on Kanak News.

from Kanak News
via <a href="https://ifttt.com/?

ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ଟପିଯାଇଛନ୍ତି ନୀତୀଶ । କଡା ସମାଲୋଚନା କଲା କଂଗ୍ରେସ

କନକ ବ୍ୟୁରୋ : ନୀତୀଶ କୁମାର ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି । ବିଜେପି ସହ ନୀତୀଶ କୁମାର ମିଶିବା ପରେ କିଛି ଏପରି ବୟାନ ଦେଇ କଡା ସମାଲୋଚନା କରିଛି କଂଗ୍ରେସ ।

କଂଗ୍ରେସ ମୁଖପାତ୍ର ଜୟରାମ ରମେଶ୍ ଟ୍ୱିଟରରେ ଟ୍ୱିଟ୍ କରି କହିଛନ୍ତି, ରାଜନୀତିରେ ବାରମ୍ବାର କଡ ଲେଉଟଉଥିବା ନୀତୀଶ କୁମାନ ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି । ଏହି ବିଶ୍ୱାସଘାତକ ବିଶେଷଜ୍ଞକୁ ଜନତା କ୍ଷମତା କରିବେ ନାହିଁ । ସ୍ପଷ୍ଟ ଭାବେ କହିବାକୁ ଗଲେ, ଭାରତଯୋଡ ନ୍ୟାୟ ଯାତ୍ରାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଭୟବିତ ହୋଇଉଠିଛି । ତେଣୁ ଏଥିରୁ ଧ୍ୟାନ ହଟାଇବା ପାଇଁ ରାଜନୀତିରେ ଡ୍ରାମା ତିଆରି କରାଯାଉଛି ।

The post ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ଟପିଯାଇଛନ୍ତି ନୀତୀଶ । କଡା ସମାଲୋଚନା କଲା କଂଗ୍ରେସ first appeared on Kanak News.

from Kanak News
via <a href="https://ifttt.com/?

ବିହାରରେ ପୁଣି ନୀତିଶ ସରକାର । ବିଜେପି ସହ ମିଶି ଗଢିଲେ ନୂଆ ସରକାର । ୯ମ ଥର ପାଇଁ ନେଲେ ଶପଥ ।

କନକ ବ୍ୟୁରୋ: ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ଗ୍ରହଣ କଲେ ନୀତିଶ କୁମାର । ୯ମ ଥର ପାଇଁ ନୀତିଶ କୁମାର ଆଜି ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିହାରର ରାଜ୍ୟପାଳ ତାଙ୍କୁ ଏହି ଶପଥ ପାଠ କରାଇଛନ୍ତି । ତେବେ ମହାମେଣ୍ଟକୁ ବାଏ ବାଏ କହି ପୁଣିଥରେ ବିଜେପି ସହ ମିଶିଛନ୍ତି ନୀତିଶ କୁମାର ।

https://platform.twitter.com/widgets.js

ନୀତିଶ କୁମାର ଆଜି ରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେଇଥିଲେ । ଏହାପରେ କିଛି ସମୟ ପରେ ପୁଣିଥରେ ରାଜଭବନ ଗସ୍ତ କରି ସେ ସରକାର ଗଢିବାକୁ ଦାବି ଉପସ୍ଥାପନ କରିଥିଲେ । ବିଜେପି ବିଧାୟକଙ୍କ ସମର୍ଥନରେ ସେ ସରକାର ଗଢିବାକୁ ଦାବି ଉପସ୍ଥାପନ କରିଥିଲେ । ଆଉ ଏହାପରେ ଅପରାହ୍ନ ୫ଟାରେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ତେବେ ନୀତିଶଙ୍କ ସହିତ ବିଜେପିର କିଛି ନେତା ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ । ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

The post ବିହାରରେ ପୁଣି ନୀତିଶ ସରକାର । ବିଜେପି ସହ ମିଶି ଗଢିଲେ ନୂଆ ସରକାର । ୯ମ ଥର ପାଇଁ ନେଲେ ଶପଥ । first appeared on Kanak News.

from Kanak News
via <a href="https://ifttt.com/?

ରାସ୍ତାରେ ଅଭିନୟ କରିବି, କିନ୍ତୁ କେବେ କାମ ମାଗିବିନି । ଏକ ସାକ୍ଷାତକାରରେ ନୱାଜୁଦ୍ଦିନ୍ କହିଲେ ଏପରି କଥା

କନକ ବ୍ୟୁରୋ : ନୱାଜୁଦ୍ଦିନ୍ ସିଦ୍ଦିକି ବଲିଉଡର ଏକ ଦମଦାର ଅଭିନେତା । ତାଙ୍କର ନିଖୁଣ ଅଭିନୟ ପାଇଁ ତାଙ୍କୁ ଅନେକ ସମ୍ମାନ ମିଳିଛି । କିନ୍ତୁ ବଡ ପର୍ଦ୍ଦାରେ ଅଭିନୟ କରିବା ପାଇଁ ତାଙ୍କୁ ଅନେକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିଛି । ଏକ ସାକ୍ଷାତକାରରେ ସେ ତାଙ୍କ ସଂଘର୍ଷମୟ କାହାଣୀ ବଖାଣିବା ସହ ଆକ୍ଟିଙ୍ଗ୍ କରିବାକୁ ସେ କେତେ ପସନ୍ଦ କରନ୍ତି ତାହା ବର୍ଣ୍ଣନା କରିଛନ୍ତି ।

ସାକ୍ଷାତକାରରେ ନୱାଜୁଦ୍ଦିନ୍ କହିଛନ୍ତି, ମତେ ବଲିଉଡରେ ଦରକାରଠୁ ଅଧିକ ସମ୍ମାନ ମିଳିଛି । ୟୁପିର ଯେଉଁ ଅଞ୍ଚଳରୁ ମୁଁ ଆସିଛି ସେଠାରେ ଏପରି କରିପାରିବେ ଏକ ପ୍ରକାର ଅସମ୍ଭବ । କିନ୍ତୁ ଅଭିନୟ ପ୍ରତି ଥିବା ଭଲ ପାଇବା ମତେ ଏତେବାଟ ଆଣିପାରିଛି ।

କଥା କହିବା ବେଳେ ନୱାଜୁଦ୍ଦିନଙ୍କ ପାଟି ଲାଖେ ବୋଲି ସେ ଏହି ସାକ୍ଷାତକାରରେ କହିଛନ୍ତି । ଛୋଟ ବେଳୁ କଥା କହିବା ବେଳେ ତାଙ୍କର ପାଟି ଲାଗୁ ଥିଲା । କିନ୍ତୁ ସଫଳତା ମିଳିବା ସହ ଧିରେ ଧିରେ ଏହି ସମସ୍ୟା କେଉଁଆଡେ ଗାୟବ ହୋଇଗଲା । ବର୍ତ୍ତମାନ ଯଦି କେବେ ଅଧିକମାତ୍ରାରେ ରାଗିଯାଆନ୍ତି ତାହେଲେ ବେଳେ ବେଳେ ପାଟି ଲାଗେ ବୋଲି ନୱାଜୁଦ୍ଦିନ୍ କହିଛନ୍ତି ।

ଏହି ସାକ୍ଷାତକାରରେ ନୱାଜୁଦ୍ଦିନଙ୍କୁ ପଚରାଯାଇଥିଲା, ଯଦି ଆପଣଙ୍କୁ କେବେ କାମ ନମିଳେ ତେବେ ଆପଣ କାମ ମାଗିବା ପାଇଁ ଯିବେ? ଏହି ପ୍ରଶ୍ନର ଉତ୍ତରରେ ନୱାଜୁଦ୍ଦିନ୍ କହିଛନ୍ତି, ମୁଁ ମୋ ଘର ବିକିଦେବି, ଜୋତା ବିକିଦେବି, ସବୁ କିଛି ବିକିଦେଇ ନିଜେ ଫିଲ୍ମ ବନେଇବି । ନଚେତ୍ ରାସ୍ତା ଉପରେ ଅଭିନୟ କରିବି । ଟ୍ରେନ୍, ବସ୍ ଯେଉଁଠି ପାଇବି ସେଠି ଅଭିନୟ କରିନେବି କିନ୍ତୁ କେବେ କାହାକୁ କାମ ମାଗିବା ପାଇଁ ଜିବିନି । କାମ ମାଗିଲେ ନିଜକୁ ଅତ୍ୟନ୍ତ ଖରାପ ଲାଗିଥାଏ । ତେଣୁ ମୁଁ କେବେ କାମ ମାଗିବିନି । ଅଭିନୟ ଗୁରୁତ୍ୱପୂର୍ଣ୍ଣ, ଯେଉଁଠି ବି ହେଉ ଅଭିନୟ କରିବି ।

The post ରାସ୍ତାରେ ଅଭିନୟ କରିବି, କିନ୍ତୁ କେବେ କାମ ମାଗିବିନି । ଏକ ସାକ୍ଷାତକାରରେ ନୱାଜୁଦ୍ଦିନ୍ କହିଲେ ଏପରି କଥା first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାରେ ରାମ ଆସିଲେ, ବିହାରରେ ପଲଟୁରାମ । ନୀତିଶଙ୍କ ଇସ୍ତଫା ପରେ ବର୍ଷିଲେ ସଞ୍ଜୟ ରାଉତ ।

କନକ ବ୍ୟୁରୋ : ବିହାରରେ ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ ଇସ୍ତଫା ଦେବା ସହ ଭାଙ୍ଗିଛି ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟ ସରକାର । ଏହାସହ ଏନଡିଏ ସହ ମିଶି ସରକାର ଗଢିବାକୁ ନିଷ୍ପତ୍ତି ନେଇଛନ୍ତି ନୀତିଶ । ତେବେ ନୀତିଶଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବର୍ଷିଛନ୍ତି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ । ନୀତିଶଙ୍କ ଇସ୍ତଫାକୁ ନେଇ ସଞ୍ଜୟ କହିଛନ୍ତି, ଅଯୋଧ୍ୟାକୁ ରାମ ଆସିଛନ୍ତି, ବିହାରକୁ ପଲଟୁରାମ ।
ସଞ୍ଜୟ କହିଛନ୍ତି, ନୀତିଶ ମାନସିକ ରୂପେ ଅସ୍ଥିର । ଇଣ୍ଡିଆ ମେଣ୍ଟର ସ୍ଥିତି ବେଶ ଉତ୍ତମ ଥିବା ବେଳେ ମମତା ଏବେ ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟରୁ ବାହାରି ନାହାନ୍ତି । ଆମ ଆଦମୀ ପାର୍ଟି ମଧ୍ୟ ମେଣ୍ଟରୁ ଓହରିନି । କେବଳ ନୀତିଶ କୁମାରଙ୍କ ପଲଟୁରାମ ଖେଳ ଜାରି ରହିଛି । ନୀତିଶଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । ଆମେ ତାଙ୍କୁ ଦୀର୍ଘଦିନ ହେବ ଅତି ପାଖରୁ ଜାଣିଛୁ । ନୀତିଶ କିଛି ଦିନ ହେବ ଅସୁସ୍ଥ ଅଛନ୍ତି । ନୀତିଶ କୁମାର ମେଣ୍ଟରୁ ଦୂରେଇ ଯିବା ପରେ ବିହାର ରାଜନୀତିରେ ଯେ କୌଣସି ଫରକ ପଡିବ ତାହା କାଇଁ ଲାଗୁନି । କଂଗ୍ରେସ, ତେଜସ୍ୱୀ ଓ ଅନ୍ୟ ଛୋଟ ଦଳ ଏବେ ସାଥୀରେ ଅଛନ୍ତି । ଆପ୍ ସହ ଦିଲ୍ଲୀରେ କଂଗ୍ରେସର ସହମତି ହୋଇ ସାରିଛି । ପଞ୍ଜାବରେ ସ୍ଥିତି ଭିନ୍ନ ରହିଛି ।

ସେହିଭଳି ତେଜସ୍ୱୀ ଯାଦବ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଯଦି ଲାଲୁ ଯାଦବ ବିଜେପି ସହ ହାତ ମିଳାଇଥାନ୍ତେ ତେବେ ଆଜି ଦେଶର ରାଜା ହରିଶ୍ଚନ୍ଦ୍ର ହୋଇଥାନ୍ତେ । ତଥାକଥିତ ଚାରା ଦୁର୍ନୀତି ମାତ୍ର ୨ ମିନିଟରେ ଭାଇଚାରା ଦୁର୍ନୀତି ହୋଇଥାନ୍ତା ଯଦି ଲାଲୁ ଯାଦବଙ୍କର ଡିଏନଏ ବଦଳି ଯାଇଥାନ୍ତା । ଏଣ୍ଡୁଅ ତ ଏମିତିରେ ବଦନାମ, କିନ୍ତୁ ରଙ୍ଗ ବଦଳାଇବା ନୀତିରେ ପଲିଟିକ୍ସ କୁମାରଙ୍କୁ ଏଣ୍ଡୁଅ ସମ୍ମାନରେ ସମ୍ମାନିତ କରାଯିବା ଉଚିତ୍ ।

The post ଅଯୋଧ୍ୟାରେ ରାମ ଆସିଲେ, ବିହାରରେ ପଲଟୁରାମ । ନୀତିଶଙ୍କ ଇସ୍ତଫା ପରେ ବର୍ଷିଲେ ସଞ୍ଜୟ ରାଉତ । first appeared on Kanak News.

from Kanak News
via <a href="https://ifttt.com/?

ସମ୍ରାଟ ଚୌଧୁରୀ କିଏ? ଯିଏ ହେବାକୁ ଯାଉଛନ୍ତି ବିହାରର ନୂଆ ଉପ-ମୁଖ୍ୟମନ୍ତ୍ରୀ । ରାବ୍ରୀ ଦେବୀଙ୍କ ସରକାରରେ ବି ଥିଲେ ମନ୍ତ୍ରୀ…

କନକ ବ୍ୟୁରୋ: ବିହାରରେ ପୁଣି ଆରମ୍ଭ ହେବାକୁ ଯାଉଛି ଏନଡିଏ ସରକାର । ମହାମେଣ୍ଟକୁ ବାଏ ବାଏ କହି ଏବେ ନୂଆ ମେଣ୍ଟ ସହ ପୁଣିଥରେ ଶପଥ ନେବାକୁ ଯାଉଛନ୍ତି ନୀତିଶ କୁମାର । ରବିବାର ସନ୍ଧ୍ୟାରେ ନୀତିଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାକୁ ଯାଉଥିବାବେଳେ, ବିଜେପିର ଦୁଇ ନେତା ନୂଆ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ରହିବେ । ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ ଏବଂ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ଥିବା ବିଜୟ ସିହ୍ନା ରାଜ୍ୟର ଦୁଇ ଉପ-ମୁଖ୍ୟମନ୍ତ୍ରୀ ରହିବେ ବୋଲି ସ୍ଥିର ହୋଇସାରିଛି ।

ଆଜି ବିଜେପି ବିଧାୟକ ଦଳ ବୈଠକରେ ବିହାରରେ ଏନଡିଏ ସରକାର ଗଠନ ନେଇ ପ୍ରସ୍ତାବ ପାରିତ ହେଇଯାଇଛି । ଏହି ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଏହାସହିତ ବିଜୟ ସିହ୍ନାଙ୍କୁ ଉପନେତା ଭାବେ ବଛାଯାଇଛି । ଯିଏ କି ଏନଡିଏ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ରହିବେ ।

ସମ୍ରାଟ ଚୌଧୁରୀ କିଏ ?

୫୪ ବର୍ଷୀୟ ସମ୍ରାଟ ଚୌଧୁରୀ ବିହାରର କୋଇରୀ ସମାଜରୁ ଆସୁଛନ୍ତି । ୨୦୨୩ ମସିହା ମାର୍ଚ୍ଚ ୨୭ ତାରିଖରେ ସେ ବିହାର ବିଜେପିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ । ଏହାପୂର୍ବରୁ ସେ ବିହାର ବିଧାନ ପରିଷଦର ନେତା ପ୍ରତିପକ୍ଷ ରହିଥିଲେ । ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ବିଜେପି କୁର୍ମି ଏବଂ କୁଶବାହା ଭୋଟକୁ ନିଜ ପକ୍ଷରେ ନେବାକୁ ଚେଷ୍ଟା କରିଛି ।

ତେବେ ଜାଣିରଖିବା ଉଚିତ୍ ଯେ, ୨୦୧୭ରେ ସେ ବିଜେପିରେ ସାମିଲ ହେଇଥିଲେ । ଏହାପୂର୍ବରୁ ସେ ନୀତିଶଙ୍କ ଜେଡିୟୁର ସଦସ୍ୟ ଥିଲେ । ସମ୍ରାଟ ଚୌଧୁରୀ ଏହା ପୂର୍ବରୁ ଥିବା ଏନଡିଏ ସରକାରରେ ପଞ୍ଚାୟତିରାଜ ମନ୍ତ୍ରୀ ରହିଥିଲେ । ଖାଲି ସେତିକି ନୁହେଁ ସମ୍ରାଟ ଚୌଧୁରୀ ରାବ୍ରୀ ଦେବୀଙ୍କ ସରକାରରେ ମଧ୍ୟ ମନ୍ତ୍ରୀ ରହିଥିଲେ । ବିହାରରେ ନୂଆ ସରକାର ନେଇ ସମ୍ରାଟ ଚୌଧୁରୀ କହିଛନ୍ତି ଯେ, ବିଜେପି ଐତିହାସିକ କାମ କରିଛି । ବିଧାୟକ ଦଳ ନେତା ଭାବେ ତାଙ୍କୁ ଚୟନ କରିବା ତାଙ୍କ ପାଇଁ ଏକ ଭାବନାତ୍ମକ ମୂହୁର୍ତ୍ତ ଥିଲା ।

The post ସମ୍ରାଟ ଚୌଧୁରୀ କିଏ? ଯିଏ ହେବାକୁ ଯାଉଛନ୍ତି ବିହାରର ନୂଆ ଉପ-ମୁଖ୍ୟମନ୍ତ୍ରୀ । ରାବ୍ରୀ ଦେବୀଙ୍କ ସରକାରରେ ବି ଥିଲେ ମନ୍ତ୍ରୀ… first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀରରୁ ଆସିଲା ରାଜନୀତିର ରୋଚକ ଚିତ୍ର । କଂଗ୍ରେସ ବିଧାୟକଙ୍କ ଘରେ ବିଜେଡିର ପୂର୍ବତନ ସାଂସଦ, ଭୋଗ ଦେଲେ ଆଶୀର୍ବାଦ ନେଲେ ।

କନକ ବ୍ୟୁରୋ : କଂଗ୍ରେସ ବିଧାୟକଙ୍କ ଘରେ ବିଜେଡିର ପୂର୍ବତନ ସାଂସଦ । ନରସିଂହ ମିଶ୍ରଙ୍କ ଘରକୁ ଯାଇ, ଅର୍ପଣର ଭୋଗ ବାଣ୍ଟିଛନ୍ତି କଳିକେଶ ସିଂହଦେଓ । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଘରକୁ ଯାଇ ବିଧାୟକଙ୍କ ସ୍ତ୍ରୀଙ୍କୁ ଜଗନ୍ନାଥଙ୍କ ଭୋଗ ଦେବା ସହ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି କଳିକେଶ । ସେହିପରି ନରସିଂହ ମିଶ୍ରଙ୍କ ବଡ଼ ପୁଅ ତଥା ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ରଙ୍କୁ ମଧ୍ୟ ଭୋଗ ଦେଇଛନ୍ତି ।

ଏହି ଚିତ୍ର ସାମ୍ନାକୁ ଆସିବା ପରେ ବଲାଙ୍ଗୀରରେ ଜୋରଦାର ଚର୍ଚ୍ଚା ହେଉଛି । କାରଣ, ବଲାଙ୍ଗିର ରାଜ ପରିବାର ଏବଂ ମିଶ୍ର ପରିବାର ଉଭୟେ ପରମ୍ପର ରାଜନୈତିକ ପ୍ରତିଦ୍ୱନ୍ଦୀ ଭାବେ ବେଶ ପରିଚିତ । କିନ୍ତୁ ନିର୍ବାଚନ ପୂର୍ବରୁ ଏଭଳି ଚିତ୍ରକୁ ନେଇ ବଢିଛି ଚର୍ଚ୍ଚା ।

The post ବଲାଙ୍ଗୀରରୁ ଆସିଲା ରାଜନୀତିର ରୋଚକ ଚିତ୍ର । କଂଗ୍ରେସ ବିଧାୟକଙ୍କ ଘରେ ବିଜେଡିର ପୂର୍ବତନ ସାଂସଦ, ଭୋଗ ଦେଲେ ଆଶୀର୍ବାଦ ନେଲେ । first appeared on Kanak News.

from Kanak News
via <a href="https://ifttt.com/?

ଫୋକସରେ ମହିଳା ଭୋଟ । ବିଜେପି କରିବ ମହିଳା ସମାବେଶ, ବିଜେଡି ଓ କଂଗ୍ରେସର ଯୁକ୍ତି, ଆମ ଦଳ ସହ ଅଛନ୍ତି ମହିଳା ।

କନକ ବ୍ୟୁରୋ : ଫୋକସରେ ମହିଳା ଭୋଟ୍ । ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ଏକ ବିଶାଳ ମହିଳା ସମାବେଶର ଆୟୋଜନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ ଯୋଗ ଦେବାର ସମ୍ଭାବନା ରହିଛି ।

ବିଜେପିର ଏହି ସମାବେଶ ଉପରେ ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି- ମହିଳା ସମାବେଶ କରନ୍ତୁ ବା ଯୁବ ସମାବେଶ କରନ୍ତୁ । ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ମହିଳାମାନେ ସବୁବେଳେ ବିଜେଡି ସାଥୀରେ ଅଛନ୍ତି । ଯେଉଁମାନେ ମହିଳା ସମାବେଶ କରୁଛନ୍ତି, ମହିଳାଙ୍କ ପ୍ରତି ସେମାନଙ୍କ ଅବଦାନ କ’ଣ ବୋଲି ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମହିଳା ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ଉଭୟ ଦଳ ଗୋଟିଏ ଟଙ୍କାର ଦୁଇଟି ପାଶ୍ୱର୍ କହି ସମାଲୋଚନା କରିଛନ୍ତି । ମା’ ଓ ଭଉଣୀମାନେ କଂଗ୍ରେସକୁ ସମର୍ଥନ କରିବେ ବୋଲି ନିଷ୍ପତି ନେଇ ସାରିଛନ୍ତି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।

The post ଫୋକସରେ ମହିଳା ଭୋଟ । ବିଜେପି କରିବ ମହିଳା ସମାବେଶ, ବିଜେଡି ଓ କଂଗ୍ରେସର ଯୁକ୍ତି, ଆମ ଦଳ ସହ ଅଛନ୍ତି ମହିଳା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started