ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ । ବିଜେପିର କଟାକ୍ଷ, ସାରା ଦେଶରେ ମଳିନ ହୋଇସାରିଛି କଂଗ୍ରେସ ଛବି, ପଡ଼ିବନି ପ୍ରଭାବ

କନକ ବ୍ୟୁରୋ : ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦିନ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଖଡଗେ । ଏହା ପରେ ଏକ ବିରାଟ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ କରି, ଲୋୟର ପିଏମଜିରେ ଆୟୋଜିତ ହୋଇଥିବା ଓଡ଼ିଶା ବଂଚାଓ ସମାବେଶରେ ଯୋଗଦେବେ । ସମାବେଶରେ ଜିଲ୍ଳା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ସାମିଲ୍ ହେବେ ।

ଏହି ସମାବେଶରେ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବେ କଂଗ୍ରେସ ଅଧ୍ୟକ୍ଷ । ସମାବେଶ ସରିବା ପରେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ମଲ୍ଲିକାର୍ଜୁନ ଖଡଗେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଆସୁଥିବା କଂଗ୍ରେସ, ଏହି ସମାବେଶ ଜରିଆରେ ଲୋକଙ୍କ ପାଖରେ ପହଂଚିବାକୁ ଯୋଜନା ରଖିଛି ଦଳ ।

ଏପଟେ କଂଗ୍ରେସ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି- ସାରା ଦେଶରେ କଂଗ୍ରେସ ଛବି ମଳିନ ହୋଇସାରିଛି । ସେମାନେ ଯେତେ ସମାବଶେ କରନ୍ତୁ ବା ନ୍ୟାୟ ଯାତ୍ରା କରନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଅପରାଜିତା କହିଛନ୍ତି । ସମୟ ଥିଲା କଂଗ୍ରେସ ସୁଦୃଢ଼ ଥିଲା କିନ୍ତୁ ବର୍ତମାନ ନୀତି-ନିୟମ ଏବଂ ନେତୃତ୍ୱର ପ୍ରଶ୍ନ ଉଠିଛି ।

The post ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ । ବିଜେପିର କଟାକ୍ଷ, ସାରା ଦେଶରେ ମଳିନ ହୋଇସାରିଛି କଂଗ୍ରେସ ଛବି, ପଡ଼ିବନି ପ୍ରଭାବ first appeared on Kanak News.

from Kanak News
via <a href="https://ifttt.com/?

ଗାବାରେ ଭାଙ୍ଗିଲା ଗର୍ବ । ୨୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ମାତ୍ ଦେଲା ୱେଷ୍ଟଇଣ୍ଡିଜ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ୱେଷ୍ଟଇଣ୍ଡିଜ । ବ୍ରିସବେନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୮ ରନର ରୋମାଞ୍ଚକର ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ । ସେମାର ଜୋସେଫଙ୍କ ଘାତକ ବୋଲିଂର ସାମ୍ନା କରି ନପାରି ବିଜୟ ଠାରୁ ୮ ରନ ଦୂରରେ ରହିଥିଲା ଅଷ୍ଟ୍ରେଲିଆ । ଏହି ବିଜୟ ସହ ସିରିଜ ୧-୧ରେ ଶେଷ ହୋଇଥିବା ବେଳେ ୨୭ ବର୍ଷର ଅପେକ୍ଷା ମଧ୍ୟ ଶେଷ ହୋଇଛି । ଅଷ୍ଟ୍ରେଲିଆ ମାଟିରେ ୨୭ ବର୍ଷ ପରେ ପୁଣିଥରେ ବିଜୟ ହାସଲ କରିଛି କାରବିଆନ ଟିମ୍ । ଶେଷଥର ପାଇଁ ୧୯୯୭ରେ ଅଷ୍ଟ୍ରେଲିଆ ମାଟିରେ ବିଜୟ ହାସଲ କରିଥିଲା ୱେଷ୍ଟଇଣ୍ଡିଜ ।

https://platform.twitter.com/widgets.jsକେବଳ ଏତିକି ନୁହେଁ ଦୀର୍ଘ ୨୧ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି ୱେଷ୍ଟଇଣ୍ଡିଜ । ଶେଷଥର ପାଇଁ ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଜିତିଥିଲା ୱେଷ୍ଟଇଣ୍ଡିଜ ଦଳ । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ସାମ୍ନାରେ ୨୧୬ ରନର ଟାର୍ଗେଟ ୱେଷ୍ଟଇଣ୍ଡିଜ ରଖିଥିଲା କିନ୍ତୁ ୨୦୭ ରନରେ ଅଲଆଉଟ ହୋଇଥିଲା ପୂରା ଟିମ । ଶେଷ ପର୍ଯ୍ୟନ୍ତ ଷ୍ଟିଭ ସ୍ମିଥ ଅପରାଜିତା ରହି ୯୧ ରନ କରିଥିଲେ ମଧ୍ୟ ଦଳକୁ ବିଜୟୀ କରିପାରିନଥିଲେ । ସେମାର ଜୋସେଫଙ୍କୁ ପ୍ଲେୟାର ଅଫ୍ ଦ ସିରିଜ ଓ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା । ଏହି ବିଜୟ ପରେ କମେଣ୍ଟ୍ରି ରୁମରେ ବସିଥିବା ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ବ୍ରାଏନ ଲାରା ଭାବବିହ୍ୱଳ ହୋଇପଡିଥିଲେ ।

The post ଗାବାରେ ଭାଙ୍ଗିଲା ଗର୍ବ । ୨୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ମାତ୍ ଦେଲା ୱେଷ୍ଟଇଣ୍ଡିଜ । first appeared on Kanak News.

from Kanak News
via <a href="https://ifttt.com/?

ନୀତିଶଙ୍କ ଉପରେ ବର୍ଷିଲେ ଲାଲୁ ଯାଦବଙ୍କ ଝିଅ ରୋହିଣୀ । କହିଲେ ଅଳିଆ ପୁଣି ଅଳିଆ ଗଦାକୁ ଗଲା ।

କନକ ବ୍ୟୁରୋ: ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ବୋଲି ଆଜି ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆର୍‌ଜେଡି’ ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ୟ୍ୟ ସମାଲୋଚନା କରିଛନ୍ତି। ଟ୍ୱିଟରରେ ଏଭଳି ପୋଷ୍ଟ କରିଛନ୍ତି ରୋହିଣୀ ।

ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ୫ଟା ବେଳେ ନୀତୀଶ ଶପଥ ଗ୍ରହଣ କରି ‘ବିଜେପି’ ସମର୍ଥନରେ ବିହାରରେ ନୂଆ ସରକାର ଗଠନ କରିବେ। ଆସନ ବଣ୍ଟନ ବୁଝାମଣା ଆଲୋଚନା ବିଫଳ ହେବାରୁ ନୀତୀଶ କୁମାର ‘ଇଣ୍ଡିଆ ବ୍ଲକ୍‌’ ଉପରେ ରାଗି ଯାଇଥିଲେ ବୋଲି ଖବର ଆସିଥିଲା । ଆଜି ଇସ୍ତଫା ଦେବା ପରେ ସାମ୍ବାଦିକମାନଙ୍କୁ ନୀତୀଶ କୁମାର କହିଛନ୍ତି, ପୁରୁଣା ମେଣ୍ଟ ଛାଡ଼ି ନୂଆ ମେଣ୍ଟ ଗଠନ କରିବୁ।

ଅଳ୍ପ କିଛି ଦିନ ହେବ ନୀତୀଶ କୁମାର ‘ବିଜେପି’ ଆଡ଼କୁ ଢଳୁଥିବାର ଆଭାସ ମିଳୁଥିଲା। ପୂର୍ବରୁ ଜେଡିୟୁର ରାଜନୈତିକ ପରାମର୍ଶଦାତା କେ. ସି. ତ୍ୟାଗୀ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ବିହାରରେ ମହାଗଠବନ୍ଧର ସରକାର ଭାଙ୍ଗିବା ପରିସ୍ଥିତିରେ ପହଞ୍ଚିଯାଇଛି। କଂଗ୍ରେସ ନେତୃତ୍ବର ଗୋଟାଏ ଗୋଷ୍ଠୀ ବାରମ୍ବାର ନୀତୀଶଙ୍କୁ ଅପମାନ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

The post ନୀତିଶଙ୍କ ଉପରେ ବର୍ଷିଲେ ଲାଲୁ ଯାଦବଙ୍କ ଝିଅ ରୋହିଣୀ । କହିଲେ ଅଳିଆ ପୁଣି ଅଳିଆ ଗଦାକୁ ଗଲା । first appeared on Kanak News.

from Kanak News
via <a href="https://ifttt.com/?

ନବଜାତକୁ ହସ୍ପିଟାଲରେ ଛାଡି ପଳାଇଲେ ବାପା । ପୋଲିସ ଧରିବାରୁ ବାପା କହିଲେ ଏଭଳି କଥା…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୨ ଦିନର ଶିଶୁକନ୍ୟାକୁ ଛାଡ଼ି ଦେଇ ବାପା ଫେରାର ହୋଇଯାଇଥିଲେ। ତାଙ୍କୁ ଖୋଜା ଚାଲିଥିବାବେଳେ ନବଜାତକର ବାପା ପୁଲିସକୁ ଯୋଗାଯୋଗ କରି ଟଙ୍କା ପାଇଁ ସେ ଘରକୁ ଯାଇଥିବା କହିଛନ୍ତି। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ପ୍ରଶାନ୍ତ ନାୟକ ନିଜର ଶିଶୁକନ୍ୟାକୁ ଆମ୍ବୁଲାନ୍ସରେ ଆଣି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ନବଜାତକୁ ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟ (ଏସ୍‌ଏନ୍‌ସିୟୁ)ରେ ଭର୍ତ୍ତି କରା ଯାଇଥିଲା। ତେବେ ଚିକିତ୍ସା ଭିତରେ ମେଡିକାଲ ଟିମ୍‌ ଜାଣିବାକୁ ପାଇଥିଲା ଯେ ପିଲାଟି ପାଖରେ କେହି ନାହାନ୍ତି। ବାପା ମା’ଙ୍କୁ ସେମାନେ ଦେଇଥିବା ମୋବାଇଲ ନମ୍ବର ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲା। କିନ୍ତୁ ଯୋଗାଯୋଗ ହୋଇପାରି ନଥିଲା। ଶିଶୁକନ୍ୟାର ବାପାଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ଆଜି ଅପରାହ୍ନ ଭିତରେ ବାପାମାଆ ଯୋଗାଯୋଗ ନକଲେ ଥାନା ଓ ଚାଇଲ୍ଡ ଲାଇନକୁ ଏ ବାବଦରେ ଅବଗତ କରାଯିବ ‌ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଥିଲେ। ତେବେ ତା’ପୂର୍ବରୁ ଗଣମାଧ୍ୟମରୁ ଖବର ପାଇ କିଛି ଲୋକ ପ୍ରଶାନ୍ତଙ୍କୁ ଖବର ଦେଇଥି‌ଲେ। ଖବର ପାଇବା ପରେ ମୋବାଇଲ ଅନ୍‌ କରିବା ସହିତ ପୁଲିସ ସହ କଥା‌ ‌ହୋଇଛନ୍ତି ପ୍ରଶାନ୍ତ। ଟଙ୍କା ନଥିବାରୁ ସେ ଟଙ୍କା ପାଇଁ ଘରକୁ ଆସିଥିବା କହିଛନ୍ତି। ଦିନମଜୁରିଆ କାମ କରି ଟଙ୍କା ଆଣିବା ପାଇଁ ସେ ଘରକୁ ପଳାଇଥିବା ପୁଲିସକୁ କହିଛନ୍ତି। ଆସନ୍ତାକାଲି ସକାଳୁ ସେ ହସ୍ପିଟାଲ ଆସିବେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନବଜାତକର ମା’ ଖଣ୍ଡପଡ଼ା ଡାକ୍ତରଖାନାରେ ଚିକିତ୍ସା୍ଧିନ ଥିବା ଜଣା ଯାଇଛି।

କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଲିଙ୍ଗରାଜ ପ୍ରଧାନ କହିଛନ୍ତି, ‘‘ଶିଶୁକନ୍ୟାର ବାପା ପ୍ରଶାନ୍ତ ନାୟକ ଓ ମା’ ମମତା ନାୟକଙ୍କ ଘର ନୟାଗଡ଼ ଦଶପଲ୍ଲା ଖଣ୍ଡପଡ଼ା ଅଞ୍ଚଳରେ। ନୟାଗଡ଼ରେ ପିଲାର ଜନ୍ମ ହୋଇଥିଲା। ତା’କୁ ୧୯ ଦିନ ଯେବେ ହେଲା, ତା’ ବାପା ମା’ ତା’କୁ କ୍ୟାପିଟାଲ ହସ୍ପିଟାଲକୁ ଆଣି ଆସିଥିଲେ। ସେତେବେଳେ ତା’ର ଓଜନ ୮୬୦ ଗ୍ରାମ ଥିଲା। ଏହା ସାଧାରଣ ଶିଶୁର ଓଜନ ୨କେଜି ୫୦୦ ଗ୍ରାମ ଠାରୁ ବହୁତ କମ୍‌। ସେ ଜଣେ ଅପରିପକ୍ୱ ଶିଶୁ ହୋଇଥିବାରୁ ହସ୍ପିଟଲରେ ସେହି ଅନୁସାରେ ଚିକିତ୍ସା ଚାଲିଥିଲା। ଆମେ ଲଗାତାର ଭାବେ ବାପା ଓ ମା’ଙ୍କୁ ଶିଶୁର ଖବର ଦେଉଥିଲୁ। କିନ୍ତୁ ଆଜି ସକାଳୁ ହଠାତ୍‌ ତାଙ୍କୁ ଆଉ ପାଇଲୁ ନାହିଁ। ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଓ ପୁଲିସରେ ସୂଚନା ଦେଇଛୁ। ପିଲାଟି ଅସୁସ୍ଥ ଥିବାରୁ ତା’କୁ ନେଇ ତା’ ବାପା ଓ ମା’ ଭୟଭୀତ ଥିଲେ। ପୂର୍ବରୁ ଗୋଟାଏ ରକ୍ତ ଦିଆଯାଇଥିଲା ଏବଂ ଆଜି ମଧ୍ୟ ଆଉ ଗୋଟିଏ ଦିଆଯାଉଛି। ବର୍ତ୍ତମାନ ଏସ୍‌ଏନ୍‌ସିୟୁ ଭିତରେ ତା’ର ଚିକିତ୍ସା ଚାଲିଛି।’’

The post ନବଜାତକୁ ହସ୍ପିଟାଲରେ ଛାଡି ପଳାଇଲେ ବାପା । ପୋଲିସ ଧରିବାରୁ ବାପା କହିଲେ ଏଭଳି କଥା… first appeared on Kanak News.

from Kanak News
via <a href="https://ifttt.com/?

କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ? ମେଣ୍ଟ ସରକାରରୁ ଓହରିବା ପଛର ପୂରା କାହାଣୀ କହିଲେ ।

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିଛି । ବିଜେପି ସହ ମିଶି ଜେଡିୟୁ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି । ସନ୍ଧ୍ୟା ୫ଟାରେ ନୀତିଶ ପୁଣିଥରେ ମୁଖ୍ୟମନ୍ତ୍ରୀ ଶପଥ ନେବେ । ନୀତିଶଙ୍କ ସମେତ ୨ ଉପ-ମୁଖ୍ୟମନ୍ତ୍ରୀ ଓ ୬ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତିଶ କହିଛନ୍ତି, ଦଳ ଭିତରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ମେଣ୍ଟ ସରକାରର ସମସ୍ତ କାମର ଶ୍ରେୟ ଆରଜେଡି ନେଉଥିଲା । ମୁଁ କାମ କରିବାକୁ ଚାହୁଁଥିଲି, କିନ୍ତୁ ମୋତେ କାମ କରିବାକୁ ଦିଆଯାଉନଥିଲା । ମେଣ୍ଟ ସରକାରରେ ବହୁତ ଅସୁବିଧା ହେଉଥିଲା । ଦେଢ ବର୍ଷ ପୂର୍ବରୁ ହୋଇଥିବା ମେଣ୍ଟ ରେ ସ୍ଥିତି ସବୁକିଛି ଠିକ୍ ନଥିଲା । ନୂଆ ଗଠବନ୍ଧନକୁ ନେଇ ଲୋକ ଖରାପ ଭାବୁଥିଲେ । ମୁଁ ବହୁତ କିଛି କହିବାକୁ ଚାହୁଁଥିଲି କିନ୍ତୁ କହିପାରୁନଥିଲି । ମହାମେଣ୍ଟରୁ ଦଳ ଓହରି ଯାଇଛି ଏବଂ ମହାମେଣ୍ଟରେ କିଛି କାମ ହେଉନଥିବାରୁ ଦୁଃଖିତ ବୋଲି କହିଛନ୍ତି ନୀତୀଶ ।

ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ହେବେ । ଏହାସହ ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ବେଳେ ବିଜୟ ସିହ୍ନା ବିଜେପି ବିଧାୟକ ଦଳ ଉପନେତା ନିର୍ବାଚିତ ହୋଇଛନ୍ତି ।

The post କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ? ମେଣ୍ଟ ସରକାରରୁ ଓହରିବା ପଛର ପୂରା କାହାଣୀ କହିଲେ । first appeared on Kanak News.

from Kanak News
via <a href="https://ifttt.com/?

କାହାକୁ ନେଇ ସରକାର ଗଢିବେ ନୀତିଶ? ଜାଣନ୍ତୁ ରାଜଭବନକୁ ନୀତିଶଙ୍କ ସହ ଯାଇଥିଲେ କିଏ?

କନକ ବ୍ୟୁରୋ : ବିହାରରେ ଭାଙ୍ଗିଛି ଜେଡିୟୁ-ଆରଜେଡି ମେଣ୍ଟ ସରକାର । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ମେଣ୍ଟ ସରକାର ଭାଙ୍ଗିବା ପରେ ଏବେ ବିଜେପି ସହ ମିଶି ପୁଣିଥରେ ସରକାର ଗଢିବେ ନୀତିଶ । ସନ୍ଧ୍ୟା ୫ଟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ସରକାର ଗଢିବା ନେଇ ରାଜ୍ୟପାଳଙ୍କୁ ଭେଟୀ ସମର୍ଥନ ପତ୍ର ଦେଇଛନ୍ତି ନୀତିଶ କୁମାର । ନୀତିଶଙ୍କ ଏହି ନୂଆ ସରକାରକୁ ବିଜେପି ସମେତ ହମ୍ ପାର୍ଟି ଏବଂ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ ଜଣାଇଛନ୍ତି । ସମର୍ଥନ ଦେଇଥିବା ବିଧାୟକ ଓ ଦଳର ନେତୃତ୍ୱ ନୀତିଶଙ୍କ ସହ ରାଜଭବନକୁ ଯାଇଥିଲେ ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ନୀତିଶ କହିଥିଲେ, ଦଳର ନିଷ୍ପତି ଆଧାରରେ ଇସ୍ତଫା ଦେଇ ସରକାର ଭାଙ୍ଗିବାକୁ ପ୍ରସ୍ତାବ ଦେଇଛି । ଏହାସହ ଦେଢ଼ ବର୍ଷରେ ମେଂଟରେ କିଛି ସ୍ଥିତ ଠିକ୍ ଲାଗିଲାନି । ମହାମେଂଟରୁ ଦଳ ଓହରି ଯାଇଛି ଏବଂ ମହାମେଂଟରେ କିଛି କାମ ହେଉନଥିବାରୁ ଦୁଃଖିତ ବୋଲି କହିଛନ୍ତି ନୀତୀଶ ।

https://platform.twitter.com/widgets.jsବିହାରରେ ନୂଆ ସରକାର ଗଠନ ହେବା ପରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ସ୍ପଷ୍ଟ ହୋଇଛି । ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ହେବେ । ଏହାସହ ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ବେଳେ ବିଜୟ ସିହ୍ନା ବିଜେପି ବିଧାୟକ ଦଳ ଉପନେତା ନିର୍ବାଚିତ ହୋଇଛନ୍ତି ।

The post କାହାକୁ ନେଇ ସରକାର ଗଢିବେ ନୀତିଶ? ଜାଣନ୍ତୁ ରାଜଭବନକୁ ନୀତିଶଙ୍କ ସହ ଯାଇଥିଲେ କିଏ? first appeared on Kanak News.

from Kanak News
via <a href="https://ifttt.com/?

ସପ୍ତାହକ ମଧ୍ୟରେ ୨ ଥର ଓଡ଼ିଶା ଆସିବେ ମୋଦି । ଫେବ୍ରୁଆରୀ ୧୦ରେ ଭୁବନେଶ୍ୱରରେ ଆୟୋଜିତ ମହିଳା ସମାବେଶରେ ଦେଇପାରନ୍ତି ଯୋଗ ।

କନକ ବ୍ୟୁରୋ : ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇ ଥର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେବୃୟାରୀ ୩ ତାରିଖ ପରେ ପୁଣି ଫେବୃୟାରୀ ୧୦ ତାରିଖରେ ଓଡ଼ିଶା ଆସିପାରନ୍ତି ମୋଦୀ । ଭୁବନେଶ୍ୱରରେ ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳାଙ୍କୁ ଏକ ବିଶାଳ ମହିଳା ସମାବେଶ ଆୟୋଜନ କରୁଛି ଭାରତୀୟ ଜନତା ପାର୍ଟି । ଏହି ସମାବେଶରେ ସାମିଲ୍ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦେଶରେ ଦୁଇଟି ବିଶାଳ ମହିଳା ସମାବେଶ ଆୟୋଜନ କରିବାକୁ ଯାଉଛି । ଗୋଟିଏ ଓଡ଼ିଶାର ଭୁବନେଶ୍ୱରରେ ମହିଳା ସମାବେଶ ହେବାକୁ ଥିବା ବେଳେ ଅନ୍ୟ ସମାବେଶଟି ମଧ୍ୟପ୍ରଦେଶରେ ଆୟୋଜିତ ହେବ । ଭୁବନେଶ୍ୱରରେ ହେବାକୁ ଥିବା ମହିଳା ସମାବେଶରେ ବହୁ କେନ୍ଦ୍ରୀୟ ନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଯଦି ୧୦ ତାରିଖ ମୋଦୀ ଓଡ଼ିଶା ଆସନ୍ତି, ତେବେ ଗୋଟିଏ ସପ୍ତାହ ଭିତରେ ଦୁଇ-ଦୁଇ ଥର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ହେବ । ଏହା ପୂର୍ବରୁ ଫେବୃୟାରୀ ୩ ତାରିଖରେ ସମ୍ବଲପୁର ଆଇଆଇଏମ୍’ର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ମୋଦୀ । ସରକାରୀ କାର୍ଯ୍ୟକ୍ରମ ବାହାରେ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ସେହିପରି ଏକ ଜନସଭାରେ ବି ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୋଦୀଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃ୍ଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

The post ସପ୍ତାହକ ମଧ୍ୟରେ ୨ ଥର ଓଡ଼ିଶା ଆସିବେ ମୋଦି । ଫେବ୍ରୁଆରୀ ୧୦ରେ ଭୁବନେଶ୍ୱରରେ ଆୟୋଜିତ ମହିଳା ସମାବେଶରେ ଦେଇପାରନ୍ତି ଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ଶତାୟୁ ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷଯାତ୍ରା । ଯାଜପୁର ବାଲିଚନ୍ଦ୍ରପୁରରେ ଅନ୍ତିମ ବିଦାୟ ଦେଲେ ଲୋକେ

କନକ ବ୍ୟୁରୋ : ପଂଚଭୁତରେ ବିଲୀନ ହେଲେ ସଂଗ୍ରାମୀ ନୀଳମଣି । ରାଷ୍ଟ୍ର୍ରୀୟ ମର୍ଯ୍ୟାଦା ସହ ସ୍ୱାଧୀନତା ସଂଗ୍ରାମୀ ନୀଳମଣିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜନ୍ମଭୂମି ଯାଜପୁର ବଡଚଣା ବ୍ଳକର ବାଲିପଡିଆରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇ ତାଙ୍କର ଶେଷକୃତ୍ୟ କରାଯାଇଛି । କଟକ ସ୍ୱରାଜ ଆଶ୍ରମରୁ ତାଙ୍କର ପାର୍ଥିବ ଶରୀର ବାହାରି ଯାଜପୁର ବଡଚଣାରେ ପହଂଚିଥିଲା । ସେଠାରେ ତାଙ୍କର ଶେଶ ଦର୍ଶନ ପାଇଁ ରଖାଯାଇଥିଲା । ପରେ ସେଠାରୁ ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା କରାଯାଇ ବାଲିପଡିଆ ଶ୍ମଶାନ ଘାଟକୁ ଅଣାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ସମତିିତର ସଭାପତି ଥିଲେ ନୀଳମଣି । ୧୦୨ ବର୍ଷ ବୟସରେ ଏହି ଶତାୟୁ ସ୍ୱାଧୀନତା ସଂଗ୍ରମାୀଙ୍କ ଶେଷକୃତ୍ୟ କରାଯାଇଛି । ସଂଗ୍ରାମୀଙ୍କ ହରାଇ ସବୁଠି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

The post ଶତାୟୁ ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷଯାତ୍ରା । ଯାଜପୁର ବାଲିଚନ୍ଦ୍ରପୁରରେ ଅନ୍ତିମ ବିଦାୟ ଦେଲେ ଲୋକେ first appeared on Kanak News.

from Kanak News
via <a href="https://ifttt.com/?

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରଙ୍କ ବାପା କରୁଛନ୍ତି ଗ୍ୟାସ ଡେଲିଭରୀ । ଭାଇରାଲ ହେଲା ଭିଡ଼ିଓ, ସୋସିଆଲ ମିଡ଼ିଆରେ ଛୁଟିଲା ପ୍ରଂଶସାର ସୁଅ ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରିଙ୍କୁ ସିଂଙ୍କୁ କିଏ ବା ନଜାଣେ । ନିଜ ଧୂଆଁଧାର ବ୍ୟାଟିଂ ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପରିଚିତ ରିଙ୍କୁ । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ରିଙ୍କୁ ମ୍ୟାଚ ୱିନର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ପ୍ରତିପକ୍ଷ ଟିମ ହାତରୁ ମ୍ୟାଚ୍ ଛଡାଇ ଆଣିବାରେ ମାହିର ରିଙ୍କୁ । ଯେଉଁଥିପାଇଁ ଟିମ୍ ଇଣ୍ଡିଆର ଭରସାଯୋଗ୍ୟ ବ୍ୟାଟର ଭାବେ ଉଭା ହୋଇଛନ୍ତି ଏହି ଷ୍ଟାର କ୍ରିକେଟର । ମାତ୍ର ଦିନ କେଇଟାରେ ବଦଳିଛି ରିଙ୍କୁଙ୍କ ଭାଗ୍ୟ । ଅତି ଗରିବ ପରିବାରରୁ ଆସିଥିବା ରିଙ୍କୁ ନିଜର ସଂଘର୍ଷ ବଳରେ ସଫଳତା ପାଇଛନ୍ତି । ପୁଅ ସଫଳତା ପାଇଥିଲେ ମଧ୍ୟ ବାପା ନିଜର କର୍ତ୍ତବ୍ୟରୁ ଓହରି ନାହାନ୍ତି । ରିଙ୍କୁଙ୍କ ବାପା ଗ୍ୟାସ୍ ଡେଲିଭରୀ କରୁଛନ୍ତି । ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତେବେ ଭିଡ଼ିଓ କେଉଁ ସମୟର ତାହା ସ୍ପଷ୍ଟ ହୋଇନାହିଁ ।

ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ରିଙ୍କୁଙ୍କ ବାପାଙ୍କୁ ଗ୍ୟାସ୍ ଡେଲିଭରୀ କରୁଥିବାର ଦେଖିବାକୁ ମିଳିଛି । ଆଉ ଏଭଳି ମନୋବୃତ୍ତି ପାଇଁ ରିଙ୍କୁଙ୍କ ବାପାଙ୍କୁ ସୋସିଆଲ ମିଡ଼ିଆରେ ପ୍ରଂଶସାର ସୁଅ ଛୁଟିଛି । ପୁଅ ଅଧିକ ରୋଜଗାର କରୁଥିଲେ ମଧ୍ୟ ଘରେ ଆରାମ ନ କରି ନିଜ ପୁରୁଣା କାମ ଜାରି ରଖିଛନ୍ତି ରିଙ୍କୁଙ୍କ ବାପା । ଆଇପିଏଲ ପୂର୍ବରୁ ରିଙ୍କୁଙ୍କ ପରିବାରର ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନଥିଲା । ବାପା ଗ୍ୟାସ୍ ଡେଲିଭରୀ କାମ କରୁଥିବା ବେଳେ ବଡ ଭାଇ ପ୍ରାଇଭେଟ କୋଚିଙ୍ଗ ସେଣ୍ଟରରେ ଚାକିରି କରୁଥିଲେ । ଯେଉଁଥିରେ ରିଙ୍କୁଙ୍କ ପରିବାର ଚଳୁଥିଲା । ନିଜେ ମଧ୍ୟ ବେଶ କଷ୍ଟରେ କ୍ରିକେଟ ଖେଳିଥିବା କହି ଆସିଛନ୍ତି ରିଙ୍କୁ । ତେବେ ଆଇପିଏଲରୁ ଡାକରା ଆସିବା ରିଙ୍କୁଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିଥିଲା । ଗ୍ୟାସ୍ ଡେଲିଭରୀ କାମ ଛାଡିବାକୁ କହିଲେ ମଧ୍ୟ ଏଥିରେ ରାଜି ହୋଇନଥିଲେ ରିଙ୍କୁଙ୍କ ବାପା । ବରଂ ସେ ନିଜ କାମକୁ ବେଶ ଭଲପାଆନ୍ତି ବୋଲି କହିଥିଲେ ।

 

View this post on Instagram

 

A post shared by Instant Bollywood (@instantbollywood)

//www.instagram.com/embed.js୨୦୧୭ରେ ରିଙ୍କୁଙ୍କୁ ୧୦ ଲକ୍ଷ ଟଙ୍କାରେ ପଞ୍ଜାବ କିଙ୍ଗସ ଦଳରେ ସାମିଲ କରିଥିଲା । ପରେ ୨୦୧୮ରେ ରିଙ୍କୁଙ୍କୁ କୋଲକାତା ନାଇଟ ରାଇଡର୍ସ ନିଜ ଟିମରେ ସାମିଲ କରିଥିଲା । ଏହାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ରିଙ୍କୁ । ୨୦୨୩ ଆଇପିଏଲ ସିଜିନରେ ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ ରିଙ୍କୁ । ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଲଗାତାର ୫ ଛକା ମାରି ଦଳକୁ ବିଜୟୀ କରାଇବା ସହ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରିଙ୍କୁ । ଏହାପରେ ରିଙ୍କୁଙ୍କୁ ଟିମ୍ ଇଣ୍ଡିଆରୁ ଡାକରା ଆସିଥିଲା । ଟିମ୍ ଇଣ୍ଡିଆରେ ସୁଯୋଗ ମିଳିବା ମାତ୍ରେ ଚମକିଥିଲେ ରିଙ୍କୁ । ଆସନ୍ତା ଟି-୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବାକୁ ଥିବା ଖେଳାଳୀଙ୍କ ମଧ୍ୟରେ ରିଙ୍କୁ ପ୍ରବଳ ଦାବିଦାର ରହିଛନ୍ତି ।

The post ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରଙ୍କ ବାପା କରୁଛନ୍ତି ଗ୍ୟାସ ଡେଲିଭରୀ । ଭାଇରାଲ ହେଲା ଭିଡ଼ିଓ, ସୋସିଆଲ ମିଡ଼ିଆରେ ଛୁଟିଲା ପ୍ରଂଶସାର ସୁଅ । first appeared on Kanak News.

from Kanak News
via <a href="https://ifttt.com/?

ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ । କହିଲେ, କୋଟି କୋଟି ଭାରତୀୟଙ୍କୁ ଏକତା ସୁତ୍ରରେ ବାନ୍ଧିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

କନକ ବ୍ୟୁରୋ : ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର ଏବଂ ଗଣତନ୍ତ୍ର ସମ୍ପର୍କରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି ପିଏମ ମୋଦି । କୋଟି କୋଟି ଭାରତୀୟଙ୍କୁ ଏକାଠି କରିପାରିଛି ଅଯୋଧ୍ୟାର ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ସେହିପରି ଗଣତନ୍ତ୍ର ଦିବସ ପରେଡରେ ନାରୀଶକ୍ତିର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତୀୟ ଗଣତନ୍ତ୍ର ଦିନକୁ ଦିନ ଆହୁରି ମଜବୁତ ହେଉଛି ବୋଲି କହିବା ସହ ପଦ୍ମ ପୁରସ୍କାରର ସ୍ୱରୁପ ବଦଳିବାରେ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପଦ୍ମ ପୁରସ୍କାର ବର୍ତମାନ ଲୋକଙ୍କ ପଦ୍ମ ହୋଇପାରିଛି ବୋଲି ସେ କହିଛନ୍ତି ।

The post ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ । କହିଲେ, କୋଟି କୋଟି ଭାରତୀୟଙ୍କୁ ଏକତା ସୁତ୍ରରେ ବାନ୍ଧିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started