ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ବିଧାୟକ ଦଳ ବୈଠକ ପରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର

କନକ ବ୍ୟୁରୋ : ବିହାର ରାଜନୀତିରେ ବଡ଼ ହଟଚମଟ ସୃଷ୍ଟି ହୋଇଛି । ଗତ କିଛି ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହୋଇଛି । ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର । ରାଜ ଭବନରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଛନ୍ତି ନୀତୀଶ କୁମାର । ନୀତୀଶଙ୍କ ଇସ୍ତଫା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ଆଜିି ସକାଳୁ ସକାଳୁ ମଧ୍ୟ ନୀତୀଶଙ୍କ ବାସଭବନରେ ବିଧାୟକଙ୍କ ଗହଳି ଲାଗିଥିଲା । ଜେଡିୟୁ ବିଧାୟକ ଦଳ ବୈଠକରେ ଏକାଠି ହୋଇ ବଡ଼ ନିଷ୍ପତି ନେଇଥିଲା ଦଳ । ଏବଂ ଏହି ନିଷ୍ପତି ଆଧାରରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ ନୀତୀଶ କୁମାର । ନୀତୀଶଙ୍କ ଇସ୍ତଫା ସହ ବିହାରରେ ଜେଡିୟୁ-ଆରଜେଡି-କଂଗ୍ରେସ ମହାମେଂଟ ଭାଙ୍ଗି ଯାଇଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ପ୍ରତିକ୍ରିୟା ରଖି ଦଳର ନିଷ୍ପତି ଆଧାରରେ ଇସ୍ତଫା ଦେଇ ସରକାର ଭାଙ୍ଗିବାକୁ ପ୍ରସ୍ତାବ ଦେଇଥିବା ନୀତୀଶ କହିଛନ୍ତି । ଏହାସହ ଦେଢ଼ ବର୍ଷରେ ମେଂଟରେ କିଛି ସ୍ଥିତ ଠିକ୍ ଲାଗିଲାନି । ମହାମେଂଟରୁ ଦଳ ଓହରି ଯାଇଛି ଏବଂ ମହାମେଂଟରେ କିଛି କାମ ହେଉନଥିବାରୁ ଦୁଃଖିତ ବୋଲି କହିଛନ୍ତି ନୀତୀଶ । ନୂଆ ମେଂଟରେ ସରକାର କରିବୁ ବୋଲି ଘୋଷଣା କରିଛନ୍ତି ନୀତୀଶ । ଆଜି ସନ୍ଧ୍ୟା ୪ଟା ବେଳେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର ।

The post ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ବିଧାୟକ ଦଳ ବୈଠକ ପରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର first appeared on Kanak News.

from Kanak News
via <a href="https://ifttt.com/?

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର ! ବିଜେପିରୁ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି

କନକ ବ୍ୟୁରୋ : ବିହାର ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି । ପୂର୍ବ ଆକଳନ ମୁ୍ତାବକ ଆଜି ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେଇଛନ୍ତି । ଅପରାହ୍ନ ୪ଟା ସୁଦ୍ଧା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଏହା ମଧ୍ୟରେ ଏକ ବଡ ଖବର ଆସିଛି । ଗତଥର ଜେଡିୟୁ ଓ ବିଜେପି ମେଣ୍ଟ ସରକାରରେ ବିଜେପି ତରଫରୁ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ହେଲେ ଚଳିତ ସେଶନରେ ବିଜେପିରୁ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ହେବେ । ନୀତିଶ କୁମାର ଉପରେ ପ୍ରଭାବ ପକାଇବା ପାଇଁ ବିଜେପି ଏଭଳି ନିଷ୍ପତ୍ତି ନେଇଥାଇପାରେ ବୋଲି ଅନୁମାନ କରାଯାଉଛି । ବିଜେପି ତରଫରୁ ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବ । ହେଲେ ଏହା ଉପରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ କେତେ ସନ୍ତୋଷ୍ଟ ତାହା ସ୍ପଷ୍ଟ ହୋଇନାହିଁ ।

The post ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର ! ବିଜେପିରୁ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି first appeared on Kanak News.

from Kanak News
via <a href="https://ifttt.com/?

ପ୍ରଥମ ମାଡ଼ ମାରିଲେ, ପୁଣି କ୍ଷମା ମାଗିଲେ । ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନ, ନିଜ ଛାତ୍ରଙ୍କୁ ବାଡ଼ୋଉଥିବାର ଭିଡିଓ ଭାଇରାଲ

କନକ ବ୍ୟୁରୋ : ନିଜ ଛାତ୍ରଙ୍କୁ ମାଡ଼ ମାରିଲେ, ପୁଣି ପରେ କ୍ଷମା ମାଗିଲେ । ଛାତ୍ରଙ୍କୁ ମାଡ଼ ମାରୁଥିବାର ଭିିଡିଓ ଭାଇରାଲ ହେବା ପରେ ସଫେଇ ରଖି କ୍ଷମା ମାଗିଛନ୍ତି ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନ । ଛାତ୍ରଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେବା ପରେ ରାହତ ଫତେ ଅଲ୍ଲୀଖାନ କହିଛନ୍ତି କି, ଏହା ତାଙ୍କର ବ୍ୟକ୍ତିଗତ ମାମଲା । ଭିଡିଓରେ ଦେଖିବାକୁ ମିିଳିଥିଲା କି, ଫତେ ଅଲ୍ଲୀଖାନ ଲୋକପ୍ରୀୟ କୱାଲୀ ଗାୟକଙ୍କୁ ବୋତଲ ବାବଦରେ ପଚରାଉଚରା କରିବା ସହ ବାରମ୍ବାର ମାଡ ମାରୁଛନ୍ତି । ହେଲେ ମାଡ ଖାଉଥିବା ଗାୟକ ଜଣଙ୍କ ବାରମ୍ବାର କହୁଛନ୍ତି କି, ସେ ବୋତଲ ବାବଦରେ କିଛି ଜାଣି ନାହାଁନ୍ତି । ଦ୍ୱିତୀୟ ଭିଡିଓରେ କିଛି ଲୋକ ମାଡ ଖାଉଥିବା ସଗିୀତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି ।

ପାକିସ୍ତାନୀ ସମା ଟିଭି ମାଡ ଖାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛି । ଟିଭି ତରଫରୁ କୁହାଯାଇଛି କି, ଗାୟକଙ୍କ ମଧ୍ୟରେ ଏଭଳି ହିଂସକ ବ୍ୟବହାର ଚିନ୍ତାଜନକ ପ୍ରବୃତି ଅଟେ ।

The post ପ୍ରଥମ ମାଡ଼ ମାରିଲେ, ପୁଣି କ୍ଷମା ମାଗିଲେ । ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନ, ନିଜ ଛାତ୍ରଙ୍କୁ ବାଡ଼ୋଉଥିବାର ଭିଡିଓ ଭାଇରାଲ first appeared on Kanak News.

from Kanak News
via <a href="https://ifttt.com/?

ଜେଡିୟୁ ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ବଡ଼ ନିଷ୍ପତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ବିଧାୟକ ମାନଙ୍କୁ ସୂଚନା ଦେଇଛନ୍ତି ନୀତୀଶ କୁମାର । ସେ ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ରାଜଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅପରାହ୍ନରେ ନୂଆ ସରକାର ନେଇପାରେ ଶପଥ । ବିଜେପି ପକ୍ଷରୁ ମଧ୍ୟ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । ବିଜେପି ସହ ମିଶି ଦିନ ୪ଟାରେ ନୀତୀଶ କୁମାର ଶପଥ ନେବେ ବୋଲି କୁହାଯାଉଛି । ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଗୃହମନ୍ତ୍ରୀ ଅମତି ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାର ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଅମିତ୍ ଶାହ ଆଜି ତାଙ୍କର ପଶ୍ଚିମବଙ୍ଗ ଗସ୍ତ ବାତିଲ କରି ବିହାର ଯିବା ନେଇ ସୂଚନା ମିଳିଛି । କୁହାଯାଉଛି ଯେ ବିହାରରେ ନୂଆ ସରକାର ଗଠନ ଶପଥ ସମାରୋହରେ ଏମାନେ ସାମିଲ ହେବେ ।

The post ଜେଡିୟୁ ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର first appeared on Kanak News.

from Kanak News
via <a href="https://ifttt.com/?

ପଣ୍ଡିତଙ୍କ ମନ୍ତ୍ରୋଚାରଣଙ୍କ ସାଙ୍ଗକୁ ହୋମଯଜ୍ଞ ଓ ଚଣ୍ଡୀପାଠରେ କମ୍ପୁଛି ସମଲେଇ ପୀଠ । ପଶ୍ଚିମ ଓଡ଼ିଶାର ୧୧ଜିଲ୍ଲାରୁ ଆସିଥିବା ପଣ୍ଡିତ ସାମିଲ

କନକ ବ୍ୟୁରୋ : ସମଲେଇ ମନ୍ଦିର ଯଜ୍ଞ କୁଣ୍ଡରେ ଆଜି ପୁଣି ଆରମ୍ଭ ହୋଇଛି ହୋମଯଜ୍ଞ ଓ ଚଣ୍ଡିପାଠ । ୧୧ଟି ଜିଲ୍ଲାରୁ ୩୦ଜଣ ପୂଜକ ଏହି ପୂଜାପାଠରେ ଲାଗିଛନ୍ତି । ପୁରୋହିତଙ୍କ ମନ୍ତ୍ରୋଚାରଣରେ କମ୍ପୁଛି ପରିବେଶ । ଗତକାଲିଠାରୁ ଆରମ୍ଭ ହୋଇଛି ଯଜ୍ଞ । ୩୧ରେ ଯଜ୍ଞର ପୂର୍ଣ୍ଣାହୁତି ହେବ । ତେବେ ୩୦ତାରିଖ ପରେ ସାଧାରଣ ଶ୍ରଦ୍ଧାଳୁ ସମଲେଇ ପ୍ରକଳ୍ପ ବୁଲି ଭିନ୍ନ ଭିନ୍ନ ଅନୁଭୂତି ସାଉଁଟି ପାରିବେ । ଆସନ୍ତା ୩୧ରେ ଯଜ୍ଞର ପୂର୍ଣ୍ଣାହୁତି ହେବ । ଗତକାଲି ଏହି ଭବ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୋହିତଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠ ଭିତରେ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ ।

The post ପଣ୍ଡିତଙ୍କ ମନ୍ତ୍ରୋଚାରଣଙ୍କ ସାଙ୍ଗକୁ ହୋମଯଜ୍ଞ ଓ ଚଣ୍ଡୀପାଠରେ କମ୍ପୁଛି ସମଲେଇ ପୀଠ । ପଶ୍ଚିମ ଓଡ଼ିଶାର ୧୧ଜିଲ୍ଲାରୁ ଆସିଥିବା ପଣ୍ଡିତ ସାମିଲ first appeared on Kanak News.

from Kanak News
via <a href="https://ifttt.com/?

ନୂଆଦିଲ୍ଲୀ କାଲକାଜି ମନ୍ଦିରରେ ଭଜନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାଙ୍ଗିଲା ମଂଚ । ଦଳାଚକଟାରେ ଜଣେ ମୃତ, ୧୭ଜଣ ଆହତ

କନକ ବ୍ୟୁରୋ : ଦିଲ୍ଲୀ କାଲକାଜୀ ମନ୍ଦିରରେ ଗାୟକ ବି ପ୍ରାକଙ୍କ ଭଜନ କାର୍ଯ୍ୟକ୍ରମରେ ଭାଙ୍ଗିଗଲା ମଂଚ । ଦଳାଚକଟାରେ ୧୭ଜଣ ଆହତ, ଜଣେ ମହିଳାଙ୍କ ମୃତ୍ୟୁ । ଭଜନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାତି ପ୍ରାୟ ୧୨ଟା ବେଳେ ଏହି ଅଘଟଣ ଘଟିଛି । ପୋଲିସର ସୂଚନା ଅନୁଯାୟୀ ୨୭ତାରିଖ ରାତିରେ ଚାଲିଥିବା ଭଜନ ସମାରୋହ କାର୍ଯ୍ୟକ୍ରମରେ ପ୍ରାୟ ୧୫ଶହରୁ ୧୬ଶହ ଲୋକ ଏକାଠି ହୋଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ କୌଣସି ଅନୁମତି ନିଆଯାଇନଥିଲା । ଭିଭିଆଇପି ଓ ଆୟୋଜକଙ୍କ ପରିବାର ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ମଂଚ ଉପରେ ଅଧିକ ଭିଡ଼ ହୋଇଯିବାରୁ ମଂଚ ଭାଙ୍ଗିପଡ଼ିଥିଲା ।ଫଳରେ ୧୭ଜଣ ଆହତ ହୋଇଥିବା ବେଳେ ଜଣେ ୪୫ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଆହତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

The post ନୂଆଦିଲ୍ଲୀ କାଲକାଜି ମନ୍ଦିରରେ ଭଜନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାଙ୍ଗିଲା ମଂଚ । ଦଳାଚକଟାରେ ଜଣେ ମୃତ, ୧୭ଜଣ ଆହତ first appeared on Kanak News.

from Kanak News
via <a href="https://ifttt.com/?

୧୦ହଜାରରୁ ଅଧିକ ଗଞ୍ଜେଇ ଗଛକୁ ପୋଡି଼ଲା ପ୍ରଶାସନ ।ନବରଙ୍ଗପୁର ରାଇଘରରେ ଚାଲିଥିଲା ବେଆଇନ ଗଂଜେଇ ଚାଷ, ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ

କନକ ବ୍ୟୁରୋ : ମକା ଓ ପନିପରିବା ଚାଷ ଭିତରେ ହୋଇଥିଲା ଚୋରା ଗଂଜେଇ ଚାଷ । ୧୦ହଜାରରୁ ଅଧିକ ଗଂଜେଇ ଗଛକୁ ପୋଡ଼ିଦେଲା ଜିଲ୍ଲା ପ୍ରଶାସନ । ଏହାର ଅନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ଟଙ୍କା ହେବ । ନବରଙ୍ଗପୁର ଜିଲ୍ଲା ରାଇଘରର ଧୁଙ୍ଗିଆଡିହୀ ଗାଁ ନିକଟ ରାସ୍ତା କଡରେ ପ୍ରାୟ ୭ ଏକର ଜଂଗଲ ଓ ସରକାରୀ ଜମି ମଧ୍ୟରେ ମକା ଓ ପନିପରିବାର ଗଛ ଭିତରେ ବେଆଇନ ଗଂଜେଇ ଚାଷ ହୋଇଥିଲା । ଖବର ପାଇ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକାଙ୍କ ସହ ରାଇଘର ତହସିଲଦାର, ଉମରକୋଟ ଉପଖଣ୍ଡ ପୋଲିସ ଅଧିକାରୀ, କୁନ୍ଦେଇ ଥାନା ଅଧିକାରୀ, ଆଇଆରବିଏନ ଓ ଡିଭିଏଫ ଫୋର୍ସ ମିଳିତ ଭାବେ ଚଢ଼ାଉ କରି ଗଂଜେଇ ଗଛରେ ନିଆଁ ଲଗାଇ ଦେଇଛନ୍ତି । ପ୍ରାୟ ୭ ଏକର ଜମିରେ ଲାଗିଥିବା ୧୦ହଜାରରୁ ଅଧିକ ଗଛ ଉପାଡ଼ିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ନଷ୍ଟ କରିଛନ୍ତି । ନଷ୍ଟ ହୋଇ ଥିବା ଗଞ୍ଜେଇର ମୁଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ସେଠୀ କହିଛନ୍ତି । ଛତିଶଗଡ଼ ସୀମା ପର୍ଯ୍ୟନ୍ତ ଲାଗିଥିବା ଏହିି ଅଂଚଳରେ ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଗଞ୍ଜେଇ ଚାଷ କରା ଯାଇଥିବା ଆଶଙ୍କାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଏହିି ମାସରେ ଏହା ଦ୍ୱିତୀୟ ଘଟଣା ହୋଇଛି    । କୁନ୍ଦେଇ ଥାନାରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୁଲିସ ।

The post ୧୦ହଜାରରୁ ଅଧିକ ଗଞ୍ଜେଇ ଗଛକୁ ପୋଡି଼ଲା ପ୍ରଶାସନ ।ନବରଙ୍ଗପୁର ରାଇଘରରେ ଚାଲିଥିଲା ବେଆଇନ ଗଂଜେଇ ଚାଷ, ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାର ଶାଢୀ ବୁଣାକାରଙ୍କୁ ସମ୍ମାନ ପାଇଁ ନିଆରା ପ୍ରୟାସ । ରାଜଧାନୀରେ ପାଟଶାଢୀ ପିନ୍ଧି ଦୌଡିଲେ ୪ହଜାରରୁ ଅଧିକ ମହିଳା

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ପାଟାଥନ୍ । ପାଟ ଶାଢି ପିନ୍ଧି ଶିଖରଚଣ୍ଡୀରୁ କିଟ୍ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ମାରାଥନରେ ସାମିଲ ହୋଇଛନ୍ତି କିଟ୍ ଓ କିମସର ମହିଳା କର୍ମଚାରୀ । ଓଡ଼ିଶାର ଶାଢୀ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ଶାଢୀ ବୁଣାକାର ମାନଙ୍କୁ ସମ୍ମାନ ତଥା ଏହାର ବହୁଳ ପ୍ରଚାର ପ୍ରସାର ସହିତ ମହିଳା ସଶକ୍ତିକରଣ ଓ ଶିକ୍ଷାର ଉନ୍ନତି ଏହି ପାଟାଥନର ଉଦେଶ୍ୟ ରହିଛି ।

The post ଓଡ଼ିଶାର ଶାଢୀ ବୁଣାକାରଙ୍କୁ ସମ୍ମାନ ପାଇଁ ନିଆରା ପ୍ରୟାସ । ରାଜଧାନୀରେ ପାଟଶାଢୀ ପିନ୍ଧି ଦୌଡିଲେ ୪ହଜାରରୁ ଅଧିକ ମହିଳା first appeared on Kanak News.

from Kanak News
via <a href="https://ifttt.com/?

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଫୋକସରେ କଟକ । ଗୋଟିଏ ମାସରେ ଆସିଲେଣି ୩ଥର, ବୁଲିଲେଣି କଟକ ଲୋକସଭାର ସବୁ ନିର୍ବାଚନ ମଣ୍ଡଳୀ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଫୋକସ୍ରେ କଟକ । ଚଳିତ ମାସରେ ତୃତୀୟ ଥର ପାଇଁ କଟକ ଗସ୍ତରେ ଆସିଛନ୍ତି ଅଶ୍ୱିନୀ ବୈଷ୍ଣବ । ଗତକାଲି ଦୁଇ ଦିନିଆ କଟକ ଗସ୍ତରେ ଆସିଛନ୍ତି ରେଳମନ୍ତ୍ରୀ । କଟକରେ ପହଂଚିବା ପରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସମୀର ଦେଙ୍କ ବାସଭବନରେ ପହଂଚି ତାଙ୍କୁ ସାକ୍ଷାତ କରିଛନ୍ତି । ସମୀର ଦେଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଆଜି କଟକ ସଦର ନିର୍ବାଚନ ମଣ୍ଡଳୀର ପରମହଂସ ମନ୍ଦିର ଯିବେ । ପରମହଂସଙ୍କଠାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେବେ । ଯଶପଡା ପଡ଼ିଆରେ ବିଜେପି କର୍ମକର୍ତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଗତ ୬ ତାରିଖରେ ବାଙ୍କୀ ଓ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ୭ ତାରିଖରେ ଧବଳେଶ୍ୱର ଦର୍ଶନରୁ କାର୍ଯ୍ୟକ୍ରମ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅଶ୍ୱିନୀ ବୈଷ୍ଣବଙ୍କ ବାରମ୍ବାର କଟକ ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ରାଜନୈତିକ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

The post ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଫୋକସରେ କଟକ । ଗୋଟିଏ ମାସରେ ଆସିଲେଣି ୩ଥର, ବୁଲିଲେଣି କଟକ ଲୋକସଭାର ସବୁ ନିର୍ବାଚନ ମଣ୍ଡଳୀ first appeared on Kanak News.

from Kanak News
via <a href="https://ifttt.com/?

ଆଜି ରାଜଧାନୀରେ ଘନ କୁହୁଡି । ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ, ୨ଦିନ ପରେ ବଢିପାରେ ରାତି ତାପମାତ୍ରା

କନକ ବ୍ୟୁରୋ : ଆଜି ରାଜଧାନୀରେ ଦେଖାଦେଇଛି ଘନ କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି । କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମ ରହିଛି । ୨ଦିନ ପରେ କମିପାରେ ଶିତ । ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିିଛି । ଏହାସହ ଫେବ୍ରୁଆରୀ ପହିଲାରୁ ରାଜ୍ୟରେ ପୁଣି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୧ତାରିଖରେ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜର ସ୍ୱଳ୍ପ ବର୍ଷା ହୋଇପାରେ । ସେହିପରି ୨ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଂଜର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

The post ଆଜି ରାଜଧାନୀରେ ଘନ କୁହୁଡି । ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ, ୨ଦିନ ପରେ ବଢିପାରେ ରାତି ତାପମାତ୍ରା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started