ଛୁଟିଦିନ ରବିବାରରେ ରାମଲାଲାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ । ଅଯୋଧ୍ୟା ନଗରୀରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

କନକ ବ୍ୟୁରୋ : ରାମ ଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶଦ୍ଧାଳୁଙ୍କ ଭିଡ । ଆଜି ରବିବାର ଛୁଟିଦିନରେ ସକାଳୁ ସକାଳୁ ରାମ ମନ୍ଦିର ପରିସରରେ ବେଶ ଭିଡ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡ ପକ୍ଷରୁ ରାମଲାଲାଙ୍କ ଆଳତୀ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଦେୟମୁକ୍ତ ରହିଥିବା ବେଳେ ଉଭୟ ଅଫଲାଇନ ଅନଲାଇନରେ ଶ୍ରଦ୍ଧାଳୁଙ୍କ ପାଇଁ ଉପଲବ୍ଧ ରହିଛି ।

The post ଛୁଟିଦିନ ରବିବାରରେ ରାମଲାଲାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ । ଅଯୋଧ୍ୟା ନଗରୀରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ first appeared on Kanak News.

from Kanak News
via <a href="https://ifttt.com/?

ବିଶିଷ୍ଟ ହକି ଖେଳାଳୀ ଦୀପଗ୍ରେସ ଏକ୍କାଙ୍କ ଅନ୍ତର୍ଜାତୀୟ ହକିରୁ ଅବସର । ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି ଦେଲେ ସୂଚନା

କନକ ବ୍ୟୁରୋ : ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଭାରତୀୟ ମହିଳା ହକି ତାରକା ଦୀପଗ୍ରେସ ଏକ୍କା । ଅବସର ନେଇ ସୋସିଆଲ ମିଡିଆରେ ସେ ସୂଚନା ଦେଇଛନ୍ତି । କହିଛନ୍ତି, ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ଯାତ୍ରା ତାଙ୍କ ଜୀବନର ସବୁଠାରୁ ଆକର୍ଷଣୀୟ ମୁହୂର୍ତ । ଆଉ ଦେଶର ପ୍ରତିନିଧିତ୍ୱ କରିବା ସବୁଠାରୁ ସମ୍ମାନର କଥା ବୋଲି ଦୀପ କହିଛନ୍ତି । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ରହୁଥିବା ଦୀପ୍ ୨୦୧୩ରେ ଜର୍ମାନୀରେ ଆୟୋଜିତ ମହିଳା ଜୁନିୟର ହକି ବିଶ୍ୱକପ୍ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଆଉ ଏହି ବିଶ୍ୱକପ୍ରେ ଭାରତ ବ୍ରୋଂଜ ପଦକ ଜିତିଥିଲା । ଦୀପ୍ ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲ । ଏହାବ୍ୟତୀତ ଦୀପ୍ ଗ୍ରେସ ଏକ୍କା ୨୦୧୪ ଓ ୨୦୧୮ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ଭାରତୀୟ ମହିଳା ଦଳର ସଦସ୍ୟ ରହିଥିଲେ । ସେହିପରି ଦୀପଙ୍କ ପ୍ରତିନିଧିତ୍ୱରେ ଭାରତ ୨୦୧୬ ଏସୀୟ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୭ରେ ଏସୀୟ କପ୍ରେ ଟାଇଟଲ୍ ଜିତିଥିଲା । ୨୦୧୬ରେ ଭାରତକୁ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରାଇବାରେ ୨୯ ବର୍ଷୀୟ ଏହି ଖେଳାଳି ପ୍ରମୁଖ ଭୂମିକା ବହନ କରିଥିଲେ ।

The post ବିଶିଷ୍ଟ ହକି ଖେଳାଳୀ ଦୀପଗ୍ରେସ ଏକ୍କାଙ୍କ ଅନ୍ତର୍ଜାତୀୟ ହକିରୁ ଅବସର । ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି ଦେଲେ ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ଆଜି ଚଳିତ ବର୍ଷର ପ୍ରଥମ ମନ କି ବାତ । ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ମନର କଥା କହିବା ସହ ନୂଆ ପରାର୍ମଶ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କନକ ବ୍ୟୁରୋ : ଆଜି ଚଳିତ ବର୍ଷର ପ୍ରଥମ ମନ କି ବାତ, ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ । ୧୦୯ତମ ଏପିସୋଡରେ ଦେଶବାସୀଙ୍କୁ ମନର କଥା କହିବା ସହ ନୂଆ ପରାର୍ମଶ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷର ଏହା ପ୍ରଥମ ମନ କି ବାତ ହୋଇଥିବାରୁ ଦେଶ ବାସୀଙ୍କ ସହ ନୂଆ ଅନୁଭୁତି ବାଂଟିପାରନ୍ତି ପ୍ରଧାନମନ୍ତ୍ରୀ । ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇ ସାରିଥିବା ବେଳେ ଏହା ଉପରେ ମଧ୍ୟ ଦେଶବାସୀଙ୍କ ସହ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ପ୍ରତ୍ୟେକ ମାସର ଶେଷ ରବିବାରରେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ ବିନିମୟ କରିଥାନ୍ତି ପ୍ରଧାନମନ୍ତ୍ରୀ

The post ଆଜି ଚଳିତ ବର୍ଷର ପ୍ରଥମ ମନ କି ବାତ । ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ମନର କଥା କହିବା ସହ ନୂଆ ପରାର୍ମଶ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି first appeared on Kanak News.

from Kanak News
via <a href="https://ifttt.com/?

ଆଉ ନିର୍ବାଚନ ଲଢିବେନି ନରସିଂହ ମିଶ୍ର । ବଲାଙ୍ଗୀରରେ ଜନତା ଦରବାରରେ ଘୋଷଣା କଲେ ବଲାଙ୍ଗିର ବିଧାୟକ

କନକ ବ୍ୟୁରୋ : ଆଗାମୀ ନିର୍ବାଚନ ଲଢିବେ ନାହିଁ ବଲାଙ୍ଗୀର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ତେବେ ରାଜନୀତି ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ନରସିଂହ । ବଲାଙ୍ଗୀରରେ ଡାକିଥିବା ଜନତା ଦରବାରରେ ସେ ଏହି ଘୋଷଣା କରିଛନ୍ତି । ଆଗାମୀ ୫ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନରେ ପ୍ରସଙ୍ଗ ଉଠାଯିବା ନେଇ ସେ ଲୋକଙ୍କ ସହ ଆଲୋଚନା କରିବାକୁ ବଲାଙ୍ଗୀରର ଏକ ଘରୋଇ ହୋଟେଲରେ ଦରବାର ଡାକିଥିଲେ । ଏଥିରେ ନରସିଂହ ଘୋଷଣା କରିଛନ୍ତି, ବିଧାୟକ ହିସାବରେ ଏହା ହେଉଛି ତାଙ୍କ ଶେଷ ଜନତା ଦରବାର । ସେ ଆଉ ନିର୍ବାଚନ ଲଢିବେ ନାହିଁ କିନ୍ତୁ ରାଜନୀତି କରିବେ ବୋଲି କହିଛନ୍ତି ନରସିଂହ ।

The post ଆଉ ନିର୍ବାଚନ ଲଢିବେନି ନରସିଂହ ମିଶ୍ର । ବଲାଙ୍ଗୀରରେ ଜନତା ଦରବାରରେ ଘୋଷଣା କଲେ ବଲାଙ୍ଗିର ବିଧାୟକ first appeared on Kanak News.

from Kanak News
via <a href="https://ifttt.com/?

ବିହାର ରାଜନୀତି ସରଗରମ । ଆଜି ଇସ୍ତଫା ପରେ ପୁଣି ଶପଥ ନେଇପାରନ୍ତି ନୀତୀଶ କୁମାର,ପଶ୍ଚିମବଙ୍ଗ ବଦଳରେ ବିହାର ଯାଇପାରନ୍ତି ଅମିତ୍ ଶାହା

କନକ ବ୍ୟୁରୋ : ବିହାରରେ ରାଜନୈତିର ହଲଚଲ ବଢିଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଂଟ ଛାଡି ବିଜେପି ମେଂଟରେ ସାମିଲ ହେବା ନେଇ ଚର୍ଚ୍ଚା ବଢିବା ପରେ ପାଟନାରୁ ଦିଲ୍ଲୀ ଯାଏଁ ରାଜନୈତିକ ହଟଚମଟ ବଢିଯାଇଛି । ଆରଜେଡି, ହାମ ଓ ବିଜେପିର ଘନ ଘନ ବୈଠକ ବସିଛି । ଶନିବାର ପାଟନାରେ ଦିନସାରା ରାଜନୈତିକ ହଟଚମଟ ଦେଖାଦେଇଥିଲା । ବିଜେପି, ଆରଜେଡି ଓ ହାମର ବୈଠକ ବସିଥିବାବେଳେ ଆଜି ଜେଡିୟୁର ବୈଠକ ବସିବ । ଏହା ପରେ ନୀତିଶ କୁମାର ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜେପିର ବୈଠକ ବି ଆଜି ପୁଣି ଡକାଯାଇଛି । ସେହିପରି ଅମତି ଶାହ ଓ ଜେପି ନଡ୍ଡା ବିହାର ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଅମିତ୍ ଶାହ ଆଜି ତାଙ୍କର ପଶ୍ଚିମବଙ୍ଗ ଗସ୍ତ ବାତିଲ କରି ବିହାର ଯିବା ନେଇ ସୂଚନା ମିଳିଛି । କୁହାଯାଉଛି ଯେ ବିହାରରେ ନୂଆ ସରକାର ଗଠନ ସମୟରେ ଶପଥ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇପାରନ୍ତି ।

The post ବିହାର ରାଜନୀତି ସରଗରମ । ଆଜି ଇସ୍ତଫା ପରେ ପୁଣି ଶପଥ ନେଇପାରନ୍ତି ନୀତୀଶ କୁମାର,ପଶ୍ଚିମବଙ୍ଗ ବଦଳରେ ବିହାର ଯାଇପାରନ୍ତି ଅମିତ୍ ଶାହା first appeared on Kanak News.

from Kanak News
via <a href="https://ifttt.com/?

ଯୌନ ଉତ୍ପୀଡନ ଓ ମାନହାନୀ ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ଦେବାକୁ ପଡିବ ୬୪୨ କୋଟି ଟଙ୍କାର ଜରିମାନା

କନକ ବ୍ୟୁରୋ : ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ଝଟକା । ଯୌନ ଉତ୍ପୀଡିନ ଓ ମାନହାନି ମାମଲରେ ଟ୍ରମ୍ପଙ୍କ ବିରୋଧରେ ରାୟ ଶୁଣାଇଛନ୍ତି କୋର୍ଟ । ଲେଖିକା ଇ ଜିନ କ୍ୟାରୋଲଙ୍କୁ ଟ୍ରମ୍ପ ମାନାହାନି ମାମଲାରେ ୮୩.୦୩ ମିଲିୟନ ଅର୍ଥାଥ ଭାରତୀୟ ମୁଦ୍ରା ହିସାବରେ ୬୪୨କୋଟି ଟଙ୍କା ଦେବେ । ଲେଖିକା ୧୦ ମିଲିୟନ ଡଲାର ଦାବି କରିଥିଲେ । କିନ୍ତୁ କୋର୍ଟ ଦାବିଠୁ ବହୁ ଅଧିକ ଟଙ୍କା କ୍ଷତିପୁରଣ ବାବଦକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କୋର୍ଟଙ୍କ ଫଇସଲାକୁ ହାସ୍ୟସ୍ୱଦ କହିଛନ୍ତି ଟ୍ରମ୍ପ ଓ ଏହା ବିରୋଧରେ ଉପର କୋର୍ଟରେ ଚ୍ୟାଲେଂଜ ଦେବେ ।

The post ଯୌନ ଉତ୍ପୀଡନ ଓ ମାନହାନୀ ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ଦେବାକୁ ପଡିବ ୬୪୨ କୋଟି ଟଙ୍କାର ଜରିମାନା first appeared on Kanak News.

from Kanak News
via <a href="https://ifttt.com/?

କାଳ ହେଲା କସମେଟିକ ସର୍ଜରୀ । ଅକାଳରେ ଗଲା ବ୍ରାଜିଲ ପପ ଷ୍ଟାରଙ୍କ ଜୀବନ,୪୨ବର୍ଷ ବୟସରେ ଡାନି ଲିଙ୍କ ପରଲୋକ

କନକ ବ୍ୟୁରୋ : ବ୍ରାଜିଲର ଲୋକପ୍ରିୟ ପପଷ୍ଟାର ଡାନି ଲିଙ୍କ ପରଲୋକ । ୪୨ ବର୍ଷ ବୟସରେ ଡାନି ଲିଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅଧିକ ସୁନ୍ଦର ଦେଖାଯିବା ପରେ ଡାନି ନିକଟରେ କସମେଟିକ ସର୍ଜରୀ କରିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । କିଛି ଦିନ ଧରି ଡାକ୍ତରଖାନାରେ ଚିିକିତ୍ସା କରାଯିବା ପରେ ଏବେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ୨୪ ତାରିଖରେ ଡାନି ଲିଙ୍କ ମୃତ୍ୟୁ ହେବ ସହ ୨୭ରେ ଅନ୍ତିମ ସଂସ୍କାର କରାଯାଇଛି । ବ୍ରାଜିଲର ଜଣେ ଜଣାଶୁଣା ପପ ସିଙ୍ଗର ଥିଲେ । ୫ବର୍ଷ ବୟସରେ ସଂଗୀତ ଦୁନିଆରେ ପାଦ ରଖିଥିଲେ । ଦୁଇ ମାସ ପୂର୍ବରୁ ଡାନି ଲିଙ୍କ ଗୀତ ରିଲିଜ ହୋଇଥିଲା । ଯାହା ବେଶ ଲୋକପ୍ରିୟ ମଧ୍ୟ ହୋଇଥିଲା ।

The post କାଳ ହେଲା କସମେଟିକ ସର୍ଜରୀ । ଅକାଳରେ ଗଲା ବ୍ରାଜିଲ ପପ ଷ୍ଟାରଙ୍କ ଜୀବନ,୪୨ବର୍ଷ ବୟସରେ ଡାନି ଲିଙ୍କ ପରଲୋକ first appeared on Kanak News.

from Kanak News
via <a href="https://ifttt.com/?

ରାସ୍ତା ଉପରେ ଚୌକିରେ ବସି ଧାରଣା ଦେଲେ କେରଳ ରାଜ୍ୟପାଳ । କେରଳ ପୁଲିସର ବିଫଳତାକୁ ରାଜ୍ୟପାଳଙ୍କ ନିନ୍ଦା

କନକ ବ୍ୟୁରୋ : ରାସ୍ତାରେ ଧାରଣା ଦେଲେ ରାଜ୍ୟପାଳ । ଷ୍ଟୁଡେଂଟ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ବିରୋଧ ପରେ ତାର ପ୍ରତିବାଦ କରିଛନ୍ତି ଆରିଫ୍ ମୋହମ୍ମଦ । କୋଲାମରେ ରାସ୍ତାକଡରେ ବସି କଳାପତାକା ପ୍ରଦର୍ଶନକୁ ପ୍ରତିବାଦ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପୁଲିସ ବିକ୍ଷୋଭକାରୀଙ୍କୁ ହଟାଇଥିଲେ ବି ରାଜ୍ୟପାଳ ରାସ୍ତାକଡରେ ଏକ ଚେୟାର ପକାଇ ବସିରହିଥିଲେ । ପୁଲିସ ସୁରକ୍ଷା ଦେବାରେ ବିଫଳ ହେଉଥିବା କଥା ଉଠାଇ ଆଣିଥିଲ ଅଭିଯୋଗ । ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଉଠିବେ ନାହିଁ ବୋଲି ଜିଦ କରି ବସି୍ଥିଲେ । ଏବେ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଇଛି   । ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଏହି ସୁରକ୍ଷା ଦିଆଯାଇଛି । ଷ୍ଟୁଡେଂଟ ଫେଡେରେସନର ବିରୋଧକୁ ପ୍ରତିବାଦ କରି କାର୍ଯ୍ୟନୁଷ୍ଠାନ ଦାବି ପରେ ତାଙ୍କୁ ଏହି ସୁରକ୍ଷା ମିଳିଛି ।

The post ରାସ୍ତା ଉପରେ ଚୌକିରେ ବସି ଧାରଣା ଦେଲେ କେରଳ ରାଜ୍ୟପାଳ । କେରଳ ପୁଲିସର ବିଫଳତାକୁ ରାଜ୍ୟପାଳଙ୍କ ନିନ୍ଦା first appeared on Kanak News.

from Kanak News
via <a href="https://ifttt.com/?

କୋଲକାତା ହାଇକୋର୍ଟଙ୍କ ସମସ୍ତ ଶୁଣାଣୀ ଉପରେ ସୁପ୍ରିମ ରୋକ । ଆବେଦନ ଶୁଣାଣୀ ସମୟରେ ସିଙ୍ଗଲ ବେଂଚ ଓ ଡିଭିଜନ ବେଂଚ ବିଚାରପତି ମୁହାଁମୁହିଁ

କନକ ବ୍ୟୁରୋ : ବିଚାରପତି ବନାମ ବିଚାରପତି । କୋଲକାତା ହାଇକୋର୍ଟଙ୍କ ସମସ୍ତ ଶୁଣାଣୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ସିଙ୍ଗଲ ବେଂଚ ଓ ଡିଭିଜନ ବେଂଚଙ୍କ ସମସ୍ତ ଶୁଣାଣୀ ଉପରେ କୋର୍ଟ ରୋକ ଲଗାଇଛନ୍ତି । ପଶ୍ଚିମବଙ୍ଗ ସରକାର ଓ ଆବେଦନକାରୀଙ୍କୁ ନୋଟିସ ଦେଇଛନ୍ତି କୋର୍ଟ । ଏଥିସହ ରିଜର୍ଭ କ୍ୟାଟାଗୋରୀ ଜାଲ ପ୍ରମାଣପତ୍ର ମାମଲାରେ ସିବିଆଇ ତଦନ୍ତ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ ମେଡିକାଲ ଆଡମିଶନ ଜାଲିଆତି ମାମଲାରେ କୋଲକାତା ହାଇକୋର୍ଟ ବିଚାରପତି ମୁହାଁମୁହିଁ ହୋଇଥିଲେ ।

ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ଡିଭିଜନ ବେଂଚର ମୁଖ୍ୟ ଜଷ୍ଟିସ ସୋମେନ ସେନଙ୍କ ଉପରେ ଅଭିଯୋଗ ଆଣିଥିଲେ । ସେ କହିଥିଲେ ସୋମେନ ସେନ କୌଣସି ରାଜନୈତିକ ଦଳର କହିବା ଅନୁସାରେ କାମ କରୁଛନ୍ତି ଓ ଏଥିପାଇଁ ସିବିଆଇ ତଦନ୍ତ ଚାହୁଁନାହାଁନ୍ତି ସେଥିପାଇଁ ତାଙ୍କ ରାୟକୁ ବଦଳାଇଥିଲେ ଜଷ୍ଟିସ ସୋମେନ । ଜଷ୍ଟିସ ଗଙ୍ଗୋପାଧାୟ ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କୁ ଅର୍ଡରର ଗୋଟିଏ କପି ସିଜେଆଇ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପଠାଇବାକୁ କହିଥିଲେ । ଏଥିସହ ସେ କହିଥିଲେ କି ଯଦି ସେନ ଖଣ୍ଡପୀଠ ଦେଇଥିବା ଆଦେଶ ଉପରେ ଧ୍ୟାନ ଦେବାକୁ ସୁପ୍ରିମକୋର୍ଟଙ୍କ କହିଥିଲେ ଜଷ୍ଟିସ ଗଙ୍ଗୋପାଧାୟ । ତେବେ କୋଲକାତା ହାଇକୋର୍ଟ ଦୁଇ ବିଚାରପତି ମୁହାଁମୁହିଁ ଘଟଣାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି । ଶନିବାର ପ୍ରଧାନ ବିଚାରପତୀଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ କରି ସିଙ୍ଗଲ ବେଂଚ ଓ ଡିଭିଜନ ବେଂଚଙ୍କ ସମସ୍ତ ଶୁଣାଣୀ ଉପରେ ରୋକ ଲଗାଇଛନ୍ତି ।

The post କୋଲକାତା ହାଇକୋର୍ଟଙ୍କ ସମସ୍ତ ଶୁଣାଣୀ ଉପରେ ସୁପ୍ରିମ ରୋକ । ଆବେଦନ ଶୁଣାଣୀ ସମୟରେ ସିଙ୍ଗଲ ବେଂଚ ଓ ଡିଭିଜନ ବେଂଚ ବିଚାରପତି ମୁହାଁମୁହିଁ first appeared on Kanak News.

from Kanak News
via <a href="https://ifttt.com/?

ଉସମାନିଆ ବିଶ୍ୱବିଦ୍ୟାଳୟରେ ସୁୁରକ୍ଷା ତ୍ରୁଟି । ଛାତ୍ରୀ ହଷ୍ଟେଲରୁ କାବୁ ହେଲେ ଦୁଇ ଅଜ୍ଞାତ, ନିଧୁର୍ମ ମାଡମାରିଲେ ଆକ୍ରୋଶିତ ଛାତ୍ରୀ

କନକ ବ୍ୟୁରୋ : ହାଇଦ୍ରାବାଦ ଉସମାନିଆ ବିଶ୍ୱବିଦ୍ୟାଳୟର ଏକାଠି ହୋଇଛନ୍ତି ଶହ ଶହ ସଂଖ୍ୟକ ଛାତ୍ରଛାତ୍ରୀ । ଚାଲିଛି ଧାରଣା । ପୁଲିସ ବୁଝାଇବାକୁ ଚେଷ୍ଟା କଲେ ବି ବୁଝିବାକୁ ନାରାଜ ଛାତ୍ରଛାତ୍ରୀ । ଶୁକ୍ରବାର ରାତିରେ ବିଶ୍ୱବିଦ୍ୟାଳୟରେ ସେତିକିବେଳେ ହୋହାଲ୍ଲା ଆରମ୍ଭ ହୋଇଥିଲା ଯେଉଁ ସମୟରେ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ସେମାନେ ଛାତ୍ରୀ ହଷ୍ଟେଲ ଭିତରେ ଦେଖିବାକୁ ପାଇଥିଲେ । ଛାତ୍ରୀ ହଷ୍ଟେଲର ବାଥରୁମରେ ଦୁଇଜଣ ଅଜ୍ଞାତ ଥିବା ଘଟଣା ବିଶ୍ୱବିଦ୍ୟାଳୟରେ ନିଆଁ ପରି ବ୍ୟାପିଥିଲା । ନ୍ୟାୟ ଦାବିରେ ଶହ ଶହ ସଂଖ୍ୟକ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି ।

ଶୁକ୍ରବାର ରାତିରେ ଅଜ୍ଞାତଙ୍କୁ କାବୁ କରିବା ପରେ ଉତ୍ୟେକ୍ତ ଛାତ୍ରଛାତ୍ରୀ ସେମାନଙ୍କୁ ନିଧୁର୍ମ ମାଡ଼ ମାରିଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ହାତଗୋଡ ବାନ୍ଧି, ମୁହଁରେ କାଳିମାରି ଅଭିଯୁକ୍ତଙ୍କୁ ବେଶ କିଛି ସମୟରେ ଧରି ଶାସ୍ତି ଦେଇଥିଲେ ଆକ୍ରୋଶିତ ଛାତ୍ରଛାତ୍ରୀ । ସୂଚନା ପାଇଁ ଘଟଣାସ୍ଥଳରେ ପହଁଚି ପୁଲିସ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।

ବିଶ୍ୱବିଦ୍ୟାଳୟରେ ଆବଶକୀୟ ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ସିସିଟିଭିଠୁ ନେଇ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇନି । ଏଭଳି ସ୍ଥିତିରେ ବିଶ୍ୱବିଦ୍ୟାଳୟ କିଭଳି ସୁରକ୍ଷିତ ବୋଲି ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ ।

The post ଉସମାନିଆ ବିଶ୍ୱବିଦ୍ୟାଳୟରେ ସୁୁରକ୍ଷା ତ୍ରୁଟି । ଛାତ୍ରୀ ହଷ୍ଟେଲରୁ କାବୁ ହେଲେ ଦୁଇ ଅଜ୍ଞାତ, ନିଧୁର୍ମ ମାଡମାରିଲେ ଆକ୍ରୋଶିତ ଛାତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started