ଆମ ଆଦମୀ ପାର୍ଟିର ସାଂଘାତିକ ଅଭିଯୋଗ । ବିଜେପି ଉପରେ ଅପରେସନ ଲୋଟସ ଅଭିଯୋଗ ଆଣି ପ୍ରମାଣ ଦେଲା ଆପ

କନକ ବ୍ୟୁରୋ : ନିର୍ବାଚନ ତାତି ଭିତରେ ସାଂଘାତିକ ଅଭିଯୋଗ । ବିଜେପି ଉପରେ ଦିଲ୍ଲୀ ସରକାର ଭାଙ୍ଗିବା ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି । ସୋସିଆଲ ମିଡିଆ ଏକ୍ସରେ ଏକ ଲେଖା ପୋଷ୍ଟ କରି ବିଜେପି ଉପରେ ସିଧାସଳଖ ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜଅିୱାଲ ।

କେଜ୍ରିୱାଲ କହିଛନ୍ତି—-ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି । ଆପ ବିଧାୟକଙ୍କୁ କୋଟି କୋଟି ଟଙ୍କାର ଅଫର ଦେଇଛି ଦଳ । ୭ଜଣ ବିଧାୟକଙ୍କୁ ବିଜେପି ୨୫କୋଟି ଟଙ୍କା ଲେଖାଏଁ ଅଫର ଦେଇଛି । ଅନ୍ୟ ୨୧ ବିଧାୟକଙ୍କୁ ଯୋଗାଯୋଗ କରିବାକୁ ପ୍ରୟାସ ଚାଲିଛି । ବିଧାୟକଙ୍କୁ କିଣି ସେମାନଙ୍କ ଟିକେଟ ଦେବାକୁ ଲୋଭ ଦେଖାଉଛି ବିଜେପି । ଆପ ସରକାର ଭାଙ୍ଗି ନିଜ ସରକାର ଗଢ଼ିବାକୁ ବିଜେପି ଅପରେସନ ଲୋଟୋସ ଆରମ୍ଭ କରିଛି । ସରକାର ଭାଙ୍ଗିବା ପାଇଁ ତାଙ୍କୁ ମଧ୍ୟ ଗିରଫ କରାଯାଇପାରେ । ସେପଟେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ଠୋସ ପ୍ରମାଣ ରଖିଛି ଆମ ଆଦମୀ ପାର୍ଟି । ବିଜେପି ବିଧାୟକଙ୍କ ଫୋନକଲ ରେକର୍ଡ ପ୍ରମାଣ ଆପକୁ ମିଳିଥିବା କହିଛନ୍ତି ଦିଲ୍ଲୀ କ୍ୟାବିନେଟମନ୍ତ୍ରୀ ଅତସୀ ମର୍ଲେନା ।

ଘଟଣାକୁ ନେଇ ବିଜେପି ଜବାବ ରଖିଛି । ଅଭିଯୋଗକୁ ଖଣ୍ଡନ କରିବା ସହ ଦଳ କହିଛି ଦୁର୍ନୀତିଗସ୍ତ ଆପ ସରକାର ନିଜ ଦୋଷ ଓ ଦୁର୍ବଳତାକୁ ଲୁଚାଇବା ପାଇଁ ଏଭଳି ଅପ୍ରଚାର କରୁଛି । ସେପଟେ କଂଗ୍ରେସ କହିଛି ଏହା କିଛି ନୂଆ କଥା ନୁହେଁ । ନିର୍ବାଚନ ଆସିେଊ ବିଜେପି ନିଜ ଅର୍ଥ ବଳରେ ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ଚେଷ୍ଟା କରେ ।

ବିଜେପି ବିିରୋଧରେ କେଜ୍ରିୱାଲ ବାରମ୍ବାର ଗୋଟିଏ ଅଭିଯୋଗ କରିଆସୁଛନ୍ତି । ଗତ ୯ବର୍ଷ ଧରି ବିଜେପି କଳେବଳେ କୌଶଳେ ଦିଲ୍ଲୀ ସରକାରଙ୍କୁ ଭାଙ୍ଗିବାକୁ ବାରମ୍ବାର ଷଡ଼ଯନ୍ତ୍ର କରିଛି । ଆଗକୁ ନିର୍ବାଚନ । ପରାଜୟ ଭୟରେ ପୁଣି ଥରେ ବିଜେପି ଅପରେସନ ଲୋଟୋସ ଆରମ୍ଭ କରିଥିବା କହିଛି ଆମ ଆଦମୀ ପାର୍ଟି ।

The post ଆମ ଆଦମୀ ପାର୍ଟିର ସାଂଘାତିକ ଅଭିଯୋଗ । ବିଜେପି ଉପରେ ଅପରେସନ ଲୋଟସ ଅଭିଯୋଗ ଆଣି ପ୍ରମାଣ ଦେଲା ଆପ first appeared on Kanak News.

from Kanak News
via <a href="https://ifttt.com/?

ବିହାର ରାଜନୀତି ହଟଚମଟରେ ଇଣ୍ଡିଆମେଂଟରେ ହଇଚଇ । ଜାଣନ୍ତୁ, ଖଡଗେ ଓ ଷ୍ଟାଲିନ କ’ଣ କହିଲେ

କନକ ବ୍ୟୁରୋ : ବିହାର ରାଜନୈତିକ ସଙ୍କଟ ଭିତରେ କଂଗ୍ରେସ ଅଧ୍ୟକ୍ଷଙ୍କ ବଡ ବୟାନ । ମଲ୍ଲିକାର୍ଜୁନ ଖଡଗେ ସ୍ପଷ୍ଟ ଶଦ୍ଧରେ କହିଛନ୍ତି ଯେ ନୀତୀଶ କୁମାରଙ୍କ ମନରେ କ’ଣ ଚାଲିଛି ସେକଥା ସେ ଜାଣନ୍ତି ନାହିଁ । ତେବେ ମେଂଟ ଭିତରେ ଯେଉଁ ମତଭେଦ ରହିଛି ତାକୁ ଦୂର କରିବାକୁ ପୂରା ପ୍ରୟାସ କରାଯିବ । ନୀତୀଶ ସହ ଆଲୋଚନା କରାଯିବ । ସମସ୍ତ ସହଯୋଗରେ ମେଂଟକୁ ମଜଭୁତ କରାଯାଇ ବିଜେପି ବିରୋଧୀ ଲଢ଼େଇକୁ ତ୍ୱରାନିତ୍ୱ କରାଯିବ । ରବିବାର ଦିଲ୍ଲୀରେ ପହଁଚିବାପରେ ଆଗାମୀ ରଣନୀତି ସ୍ଥିର କରାଯିବ । ଏଥିସହ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସହ ଆଲୋଚନା କରାଯାଇଥିବା ଖଡ଼ଗେ କହିଛନ୍ତି ।

ବିହାର ରାଜନୀତିରେ ହଟଚମଟ, ଇଣ୍ଡିଆ ମେଂଟରେ ହଇଚଇ । ସଙ୍କଟରେ ମେଂଟ ଥିବାବେଳେ ସହଯୋଗୀ ଦଳମାନଙ୍କୁ ଅପିଲ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଷ୍ଟାଲିନ କହିଛନ୍ତି ମେଂଟ ଭିତରେ ଏକତା ବଜାୟ ରଖିବା ଜରୁରୀ । ଦଳଗୁଡିଙ୍କୁ ଧ୍ୟାନ ରଖିବା ଉଚିତ ଯେପରି ବିଜେପି ବିରୋଧୀ ଭୋଟ ଭାଗ ଭାଗ ନହେଉ । ମେଂଟ ମଜଭୁତ ରହିଲେ ବିଜେପି ବିରୋଧୀ ଲଢେଇ ସଫଳ ହେବ । ବିଜେପି ପୁଣି ଥରେ ସରକାରରେ ନଆସୁ ଏହି ଲକ୍ଷ୍ୟ ରଖି ମେଂଟର ଦଳମାନେ କାମ କରିବା ଉଚିତ ।

The post ବିହାର ରାଜନୀତି ହଟଚମଟରେ ଇଣ୍ଡିଆମେଂଟରେ ହଇଚଇ । ଜାଣନ୍ତୁ, ଖଡଗେ ଓ ଷ୍ଟାଲିନ କ’ଣ କହିଲେ first appeared on Kanak News.

from Kanak News
via <a href="https://ifttt.com/?

ବିହାରରେ ନୀତୀଶ କମ୍ପନ । କୌଣସି ମୁହୁର୍ତରେ ବଦଳିପାରେ ରାଜ୍ୟରାଜନୀତିର ରୂପରେଖ,ମୁଖ୍ୟମନ୍ତ୍ରୀଙ୍କ ଘରେ ବସୁଛି ଘନଘନ ବୈଠକ

କନକ ବ୍ୟୁରୋ : ବିହାର ରାଜନୀତିରେ ପୁଣିଥରେ ଦେଖିବାକୁ ମିଳୁଛି ବଡ ପରିବର୍ତ୍ତନ । ରାଜଧାନୀ ପାଟନାରେ ବଢିଯାଇଛି ରାଜନୈତିକ ହଲଚଲ । ତୁହାକୁ ତୁହା ବୈଠକ, ନେତା – ମନ୍ତ୍ରୀଙ୍କ ଭିତରେ ଫୋନରେ ଆଲୋଚନା । କଣ ହେବ ନୀତୀଶ କୁମାରଙ୍କ ପରବର୍ତୀ ନିଷ୍ପତି । ସାରା ଦେଶର ନଜର ରହିଛି ପାଟନା ଉପରେ । କାରଣ ପୁଣିଥରେ ମହାମେଂଟ ଭାଙ୍ଗି ନୂଆ ସରକାର ଗଢିବାକୁ ମନ କରିଛନ୍ତି ଜେଡିୟୁ ମୁଖିଆ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । କୁହାଯାଉଛି ରବିବାର ଏନେଇ ବିହାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିବେ ନୀତୀଶ ଏବଂ ସୋମବାର ବିଜେପି ସହ ମିଶି ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନୀତୀଶ କୁମାରଙ୍କ ଆଗାମୀ ପଦକ୍ଷେପ କଣ, ଲାଲୁ ପ୍ରସାଦ ଯାଦବ କଣ କରିବେ, ସମସ୍ତଙ୍କ ନଜର ତାହା ଉପରେ ଅଟକି ରହିଛି । ଜେଡିୟୁ-ଆରଜେଜି ମେଂଟ ଭାଙ୍ଗିବା ପରେ ବିହାର ରାଜନୈତିକ ସମୀକରଣ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି ।

ଜେଡିୟୁ -ଆରଜେଡି ମେଂଟ ଭାଙ୍ଗିବା ପରେ ନିଜ ଦଳର ବିଧାୟକଙ୍କୁ ନେଇ ବୈଠକ ଡାକିଛନ୍ତି ଲାଲୁ ପ୍ରସାଦ ଯାଦବ । ଆଉ ଏହି ବୈଠକରେ ନିଜ ମନ୍ତ୍ରୀଙ୍କୁ ଇସ୍ତଫା ନ ଦେବାକୁ ତାଗିଦ କରି କହିଛନ୍ତି ଲାଲୁ ଯାଦବ । କେବଳ ସେତିକି ନୁହେଁ କିଭଳି ସେମାନେ ସରକାର ଗଢିପାରିବେ ସେ ଦିଗରେ ମଧ୍ୟ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ । ସେପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ନିଜ ବିଧାୟକଙ୍କୁ ନେଇ ବୈଠକ କରିଛନ୍ତି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ନୀତୀଶ କୁମାର । କୁହାଯାଉଛି ନୀତୀଶ କୁମାର ଗୋଟିଏ ହାତରେ ଇସ୍ତଫା ପତ୍ର ଆଉ ଏକ ହାତରେ ସରକାର ଗଢିବାର ସମର୍ଥନ ପତ୍ର ନେଇ ରାଜ୍ୟପାଳଙ୍କ ପାଖରେ ହାଜର ହେବେ । ଆରଜେଡି ସହ ମେଂଟ ଭାଙ୍ଗି ବିଜେପି ସହ ମିଶି ନବମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବେ ନୀତୀଶ ।

ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୪୩ । ସରକାର ଗଢିବାକୁ ମ୍ୟାଜିକ ନମ୍ବର ୧୨୨ । ମୋଟ୍ ୭୯ ଆସନ ସହ ଲାଲୁ ଯାଦବଙ୍କ ଆରଜେଡି ସବୁଠାରୁ ବଡଦଳ ଏବଂ ୭୮ ଆସନ ସହ ଦ୍ୱିତୀୟରେ ରହିଛି ବିଜେପି । ଦୁଇଦଳ ମ୍ୟାଜିକ ନମ୍ବର ଛୁଇଁ ପାରିନଥିବାରୁ ମାତ୍ର ୪୫ ଆସନ ଜିତିଥିବା ନୀତୀଶ କୁମାରଙ୍କ ଜେଡିୟୁ ଉପରେ ଉଭୟ ଦଳ ନିର୍ଭରଶୀଳ । କଂଗ୍ରେସର ୧୯ ଓ ବାମଦଳର ୧୬ ବିଧାୟକ ଅଛନ୍ତି । ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ମୋଟ୍ ବିଧାୟକ ସଂଖ୍ୟା ୧୧୪ । ଏନଡିଏ ମେଂଟ ସହ ଥିବା ହମ ପାର୍ଟିପାଖରେ ରହିଛି ୪ଟି ଆସନ । ଅସଉଦ୍ଦିନ ଓୱେସିଙ୍କ ଦଳ ପାଖରେ ଗୋଟିଏ ଆସନ ରହିଛି, ଯିଏ ନା ବିଜେପି ସହିତ ଅଛନ୍ତି ନା ମହାଗଠବନ୍ଧନ ସହ । ତେଣୁ ନୀତୀଶଙ୍କ ସମର୍ଥନ ଯୁଆଡେ ଯିବ ସେ ସରକାରରେ ବସିବ । ବାରମ୍ବାର ବିଶ୍ୱାସଘାତ ସତ୍ୱେ ବିଜେପି ପୁଣିଥରେ ନୀତୀଶଙ୍କୁ ଆପଣେଇ ନେବାପାଇଁ ସଂକେତ ଦେଇଛି ।

ବିିହାର ବିଧାନସଭା ଆସନ ସଂଖ୍ୟା- ୨୪୩
ସରକାର ଗଢି଼ବାକୁ ମ୍ୟାଜିକ ନମ୍ବର- ୧୨୨
ବିଜେପି ଆରଜେଡି
କେମିତି ଗଢ଼ିବ ସରକାର? କେମିତି ଗଢ଼ିବ ସରକାର?

                                                                                        ବିଜେପି- ୭୮ ଆରଜେଡି- ୭୯
ଜେଡିୟୁ- ୪୫ କଂଗ୍ରେସ- ୧୯
ହମ୍ ପାର୍ଟି- ୦୪ ବାମ ଦଳ- ୧୬
ମୋଟ୍- ୧୨୭ ମୋଟ୍- ୧୧୪
ବହୁମତଠାରୁ ୫ ଅଧିକ ବହୁମତଠାରୁ ୮ କମ୍

The post ବିହାରରେ ନୀତୀଶ କମ୍ପନ । କୌଣସି ମୁହୁର୍ତରେ ବଦଳିପାରେ ରାଜ୍ୟରାଜନୀତିର ରୂପରେଖ,ମୁଖ୍ୟମନ୍ତ୍ରୀଙ୍କ ଘରେ ବସୁଛି ଘନଘନ ବୈଠକ first appeared on Kanak News.

from Kanak News
via <a href="https://ifttt.com/?

କମିଶନରେଟ୍ ପୁଲିସ ହାତରେ ଲେଡି ବ୍ଲାକମେଲର । ଅଶ୍ଲୀଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଲୁଟୁଥିଲେ ଟଙ୍କା ।

କନକ ବ୍ୟୁରୋ: କମିଶନରେଟ୍ ପୁଲିସ ହାତରେ ଲେଡି ବ୍ଲାକମେଲର । ବିବାହିତା ମହିଳା ଓ ଏକାଧିକ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ୱର ଜିଲ୍ଲାର ସସ୍ମିତା ଜେନା । ବଡ଼ କଥା ହେଉଛି ସସ୍ମିତା ଓ ତାଙ୍କ ସ୍ୱାମୀ ନିଜକୁ ପୁଲିସ ଅଧିକାରୀ କହି ଯୁବତୀ ଓ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ । ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଲକ୍ଷ ଲକ୍ଷ ଟଙ୍କା ମାଗୁଥିଲେ । ଏନେଇ ଜାନୁଆରୀ ୧୨ ତାରିଖରେ ସାଇବର ଥାନରେ ସସ୍ମିତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ଜଣେ ମହିଳାଙ୍କ ସ୍ୱାମୀ ।

ଟଙ୍କା ନଦେଲେ ଅଭିଯୋଗକାରୀଙ୍କ ପତ୍ନୀଙ୍କ ନଗ୍ନ ଭିଡିଓ ଭାଇରାଲ କରିବା ନେଇ ସସ୍ମିତା ଧମକ ଦେଇଥିଲେ । ପତ୍ନୀଙ୍କର ନଗ୍ନ ଭିଡିଓ, ଫଟୋ ଡିଲିଟ୍ କରିବା ପାଇଁ ଅଭିଯୋଗକାରୀଙ୍କୁ ୩ଲକ୍ଷ ୭୦ହଜାର ମାଗିଥିଲେ ସସ୍ମିତା । ପ୍ରଥମେ ୨୦ହଜାର ଏବଂ ପରେ ୮୦ହଜାର ଟଙ୍କା ଅନଲାଇନ୍ ମାଧ୍ୟମରେ ପଠାଇଥିଲେ ଅଭିଯୋଗକାରୀ । ତେବେ ବାକି ୨ଲକ୍ଷ ୭୦ହଜାର ଟଙ୍କା ମାଗିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ ମହିଳାଙ୍କ ସ୍ୱାମୀ । ଅଭିଯୋଗ ଆଧାରରେ ସାଇବର ଥାନା ପୁଲିସ ଅଭିଯୁକ୍ତ ସସ୍ମିତାଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ମୋବାଇଲ୍ ଫୋନ, ଡେବିଟ୍ କାର୍ଡ, ଚେକ୍ ବୁକ୍ ଓ ପାସବୁକ୍ ଜବତ ହୋଇଛି ।

The post କମିଶନରେଟ୍ ପୁଲିସ ହାତରେ ଲେଡି ବ୍ଲାକମେଲର । ଅଶ୍ଲୀଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଲୁଟୁଥିଲେ ଟଙ୍କା । first appeared on Kanak News.

from Kanak News
via <a href="https://ifttt.com/?

ବସନ୍ତପୁର ଶିରିଡି ସାଇ ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ । ପତାକା ଉତ୍ତୋଳନ କଲେ ସ୍ଥାନୀୟ ସରପଂଚ

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ର ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ର ବସନ୍ତପୁର ସ୍ଥିତ ଶ୍ରୀ ଶ୍ରୀ ଶିରିଡି ସାଇ ମନ୍ଦିର ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଅଛି। ଉକ୍ତ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସର ମହାତ୍ମ ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନ ର ମ୍ୟାନେଜିଂ ଟ୍ରଷ୍ଟି ଡଃ ରୁଦ୍ଧି ସୁନ୍ଦର ମହାନ୍ତି, ଟ୍ରଷ୍ଟି ଶ୍ରୀଯୁକ୍ତ ଚଣ୍ଡୀ ପ୍ରସାଦ ମହାନ୍ତି, ସ୍ୱରୁପ ମହାନ୍ତି, ରଞ୍ଜିତ ମହାନ୍ତି, ପ୍ରଭାସ ମହାନ୍ତି ଓ ନିରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

The post ବସନ୍ତପୁର ଶିରିଡି ସାଇ ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ । ପତାକା ଉତ୍ତୋଳନ କଲେ ସ୍ଥାନୀୟ ସରପଂଚ first appeared on Kanak News.

from Kanak News
via <a href="https://ifttt.com/?

ହାତରେ ଗିଟାର, ମୁହଁରେ ଭକ୍ତି ସଙ୍ଗୀତ । ବଡଦାଣ୍ଡରେ ଗୀତ ଗାଉଛନ୍ତି ବିଦେଶୀ ଭକ୍ତ ।

କନକ ବ୍ୟୁରୋ: ଭକ୍ତିରସରେ ଲୀନ । ହାତରେ ଗିଟାର, ଆଗରେ ମାଇକ୍, ମୁହଁରେ ଭକ୍ତି ସଂଗୀତ । ଘର, ଋଷିଆରେ, କିନ୍ତୁ ଶିବ ଭକ୍ତିରେ ମଗ୍ନ । ସିଂହଦ୍ୱାର ସମ୍ମୁଖ ପୁରୀ ପରିକ୍ରମା ମାର୍ଗରେ ୠଷୀୟ ଭକ୍ତଙ୍କୁ ଦେଖି ଅଟକି ଯାଉଛନ୍ତି ଶ୍ରଦ୍ଧାଳୁ । ସେ କାହା ସହ କଥାବାର୍ତା କରୁନାହାନ୍ତି, ଘଣ୍ଟା ଘଣ୍ଟା ଧରି ଗାଇ ଚାଲିଛନ୍ତି ଭକ୍ତି ସଂଗୀତ । ଋଷୀୟ ଭାଷାରେ ଗାଉଥିବାରୁ କେହି କିଛି ବୁଝି ପାରୁନାହାନ୍ତି ସତ, କିନ୍ତୁ ତାଙ୍କ ଭାବଭଙ୍ଗୀରୁ ବାରି ହୋଇ ପଡୁଛି ଭଗବାନଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ଭକ୍ତିଭାବ । ସେ କହିଛନ୍ତି, ଭାରତ ଶାନ୍ତିପ୍ରିୟ ଦେଶ । ଭାରତୀୟ ସଂସ୍କୃତି, ବିଶେଷ କରି ଜଗନ୍ନାଥ ସଂସ୍କୃତି ତାଙ୍କୁ ପ୍ରଭାବିତ କରିଛି ।

ଗୀତ ଗାଉଥିବା ଋଷୀୟ ଭକ୍ତଙ୍କ ପାଖରେ ଥିବା ପ୍ଲାଷ୍ଟିକ ବାକ୍ସରେ କେହି କେହି ଦାନ ମଧ୍ୟ ଦେଉଛନ୍ତି । ସେ କହିଛନ୍ତି, ବିଭିନ୍ନ ସ୍ଥାନରେ ସଂଗୀତ ପରିବେଷଣ କରିବା ତାଙ୍କର ନିଶା । ହେଲେ ପେଟ ପାଇଁ ଦାନ ନେଉଛନ୍ତି, ବଞ୍ଚିବା ପାଇଁ ଭଗବାନଙ୍କ ନାଁ ଜପ କରୁଛନ୍ତି । ତେବେ ବିଦେଶୀଙ୍କ ଠାରୁ ଗୀତ ଶୁଣି ଖୁସି ଅନୁଭବ କରୁଛନ୍ତି ଶ୍ରଦ୍ଧାଳୁ ।

ଟୁରିଷ୍ଟ ଭିସାରେ ଭାରତ ଆସିଛନ୍ତି ଏହି ଋଷୀୟ ଭକ୍ତ । କିନ୍ତୁ ଏବେୠଷିଆ ନଫେରି ଏଠାରେ ରହିଯିବାକୁ ଚାହୁଁଛନ୍ତି । ଏପଟେ ଶୈବ ଭକ୍ତ ହୋଇ ପୁରୀରେ ରହିବାକୁ କାହିଁକି ଚାହୁଁଛନ୍ତି, ଏ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ବୁଦ୍ଧିଜୀବୀ । ତାଙ୍କ ପାସପୋର୍ଟ ଯାଞ୍ଚ କଲେ, ତାହା ସ୍ପଷ୍ଟ ହେବ ବୋଲି ମତ ଦେଇଛନ୍ତି ।

The post ହାତରେ ଗିଟାର, ମୁହଁରେ ଭକ୍ତି ସଙ୍ଗୀତ । ବଡଦାଣ୍ଡରେ ଗୀତ ଗାଉଛନ୍ତି ବିଦେଶୀ ଭକ୍ତ । first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ନିର୍ବାଚନ ପୂର୍ବରୁ ଓବିସି ଭୋଟ ଉପରେ ବିଜେପିର ନଜର । ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀରେ ନିଷ୍ପତି । ପଛୁଆ ବର୍ଗ ସମ୍ମିଳନୀ କରିବ ପଦ୍ମ ଦଳ

କନକ ବ୍ୟୁରୋ: ଯୁବ, ମହିଳାଙ୍କ ପରେ ଏବେ ବିଜେପି ଫୋକସରେ ପଛୁଆ ବର୍ଗ । ଆସନ୍ତା ସାଧାରଣ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ପଛୁଆବର୍ଗ । ଏଥିପାଇଁ ଏବେଠାରୁ ଓବିସି ଭୋଟବ୍ୟାଙ୍କକୁ ନିଜ ଆଡକୁ କରିବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ରାଜ୍ୟର ଜିଲ୍ଲା ଓ ମଣ୍ଡଳ ସ୍ତରରେ ପଛୁଆ ବର୍ଗ ସମ୍ମିଳନୀ କରିବ ବିଜେପି । ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀରେ ଏ ନେଇ ନିଷ୍ପତି ହୋଇଛି । ଦଳ ଅଭିଯୋଗ କରିଛି, ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପ୍ରତି ଅବହେଳା କରୁଛନ୍ତି ।

ବିଜେପିର ଅଭିଯୋଗ ହେଲା

  • ବିଜେଡି ଜାଣିଶୁଣି ଓବିସିଙ୍କୁ ସଂରକ୍ଷଣ ନଦେବାକୁ ଷଡଯନ୍ତ୍ର କରୁଛି
  • କେନ୍ଦ୍ର ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ୨୭% ସଂରକ୍ଷଣ ଦେଉଛି,
  • ରାଜ୍ୟ ସରକାର ୫୪% ପଛୁଆ ବର୍ଗଙ୍କୁ ଏଥିରୁ ବଂଚିତ କରୁଛନ୍ତି
  • କେନ୍ଦ୍ରର ବିଶ୍ୱକର୍ମା ଯୋଜନାକୁ ଜାଣିଶୁଣି ଅଣଦେଖା କରୁଛନ୍ତି
  • ଓବସି ଜନଗଣନା କରି ସାର୍ବଜନୀନ କରୁନାହାନ୍ତି

ଆଉ ଏହି ପ୍ରସଙ୍ଗକୁ ନେଇ ଦଳ ଜିଲ୍ଲା ଓ ମଣ୍ଡଳ ସ୍ତରରେ ଆନ୍ଦୋଳନ କରିବ ବୋଲି କହିଛି । ସେପଟେ ବିଜେଡି କହିଛି, ଓବିସିଙ୍କ ସହ ଅଛନ୍ତି ରାଜ୍ୟ ସରକାର । ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି । ତେବେ ନିର୍ବାଚନ ପାଖେଇ ଆସିଲାଣି । ତେଣୁ ବିଜେପିର ଆନ୍ଦୋଳନ ପଛୁଆ ବର୍ଗଙ୍କୁ କେତେ ନିଜ ଆଡକୁ ଟାଣିବ ,ତାହା ଭୋଟ ପରେ ଜଣାପଡିବ ।

The post ୨୦୨୪ ନିର୍ବାଚନ ପୂର୍ବରୁ ଓବିସି ଭୋଟ ଉପରେ ବିଜେପିର ନଜର । ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀରେ ନିଷ୍ପତି । ପଛୁଆ ବର୍ଗ ସମ୍ମିଳନୀ କରିବ ପଦ୍ମ ଦଳ first appeared on Kanak News.

from Kanak News
via <a href="https://ifttt.com/?

ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକନିକ୍ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ୩ଜଣ ସ୍କୁଲ ଛାତ୍ରୀ ମୃତ, ୧୧ ଗୁରୁତର ଆହତ

କନକ ବ୍ୟୁରୋ: ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବଣଭୋଜି କରିବାକୁ ଯାଉଥିବା ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୩ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି ।

  • ଅମ୍ରିତା ସାହୁ, ଟାକେରା ଗାଁ
  • ଚିନ୍ମୟୀ ପ୍ରିୟଦର୍ଶିନୀ, ଟାଙ୍ଗିଆପଡା ଗାଁ
  • ଲୋପାମୁଦ୍ରା ପ୍ରଧାନ, ଖଜୁରୀପଡା କନ୍ଧମାଳ

ଏମାନେ ହେଉଛନ୍ତି ନୟାଗଡ ଦଶପଲ୍ଲାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ ଛାତ୍ରୀ । ପରିବାରଲୋକଙ୍କ ପାଦତଳୁ ମାଟି ଖସିଯାଇଛି । ପରିବାର ଲୋକେ ସ୍ତବ୍ଧ ହୋଇଯାଇଛନ୍ତି । ନିଜ ପିଲାଙ୍କୁ ପଠାଇଥିଲେ ପିକନିକ୍ । କିନ୍ତୁ କିଏ ଜାଣିଥିଲା ବାଟରେ ଜଗିଥିଲା ମୃତ୍ୟୁ । ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ବସ-ଟ୍ରକ ଦୁର୍ଘଟଣାରେ ୩ ଛାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଛି । ନୟାଗଡ ଦଶପଲ୍ଲାରୁ ଏକ ଘରୋଇ କୋଚିଂ ସେଣ୍ଟରର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ପିକନିକ ପାଇଁ ବଲାଙ୍ଗୀର ହରିଶଙ୍କର ଯାଉଥିଲେ । ବସଟି ମାତ୍ର ୨୫ କିଲୋମିଟର ଯିବା ପରେ ଶାଳଭଙ୍ଗା ଜଙ୍ଗଲରେ ଏକ ଟ୍ରକ ସହ ପିଟିହୋଇଥିଲା । ଘଟଣାସ୍ଥଳରେ ୨ ଜଣ ଛାତ୍ରୀ ପ୍ରାଣ ହରାଇଥିବାବେଳେ ବାଟରେ ଜଣେ ଛାତ୍ରୀଙ୍କ ଜୀବନ ଚାଲିଯାଇଥିଲା ।

  • ସାମ୍ନାକୁ ଆସିଲା ସାଂଘାତିକ ତ୍ରୁଟି
  • ଟ୍ରକକୁ ଡ୍ରାଇଭର ନୁହେଁ, ଚଳାଉଥିଲେ ହେଲପର

ଶୁକ୍ରବାର ରାତିରେ ଏହି ଛାତିଥରା ଦୁର୍ଘଟଣାର ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି । ଟ୍ରକର ଭୁଲ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଆରଟିଓ କହିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଡ୍ରାଇଭର ନୁହେଁ, ବରଂ ହେଲପର ଚଳାଉଥିଲେ ବୋଲି ଜଣାପଡିଛି । ଆଉ ଦୁର୍ଘଟଣା ସମୟରେ ହେଲପର ନିଶାସକ୍ତ ଅବସ୍ଥାରେ ଥିଲେ । ପ୍ରାଥମିକ ତଦନ୍ତ ପରେ ସତକଥା ଧିରେ ଧିରେ ସାମ୍ନାକୁ ଆସୁଛି । ତଦନ୍ତ ସରିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରଟିଓ କହିଛନ୍ତି ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅମ୍ରିତା ଓ ଚିନ୍ମୟୀ ନବମ ଶ୍ରେଣୀରେ ପଢୁଥିବାବେଳେ ଲୋପାମୁଦ୍ରା ଦଶମ ଶ୍ରେଣୀର ଛାତ୍ରୀ ଥିଲେ । ତେବେ ଦୁର୍ଘଟଣା ପରେ ପ୍ରଶାସନର ତତ୍ପରତା ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ବଞ୍ଚିଯାଇଛି । ଏବେ ୧୧ଜଣ ଆହତଙ୍କ ଚିକିତ୍ସା ଚାଲିଛି ।

The post ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକନିକ୍ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ୩ଜଣ ସ୍କୁଲ ଛାତ୍ରୀ ମୃତ, ୧୧ ଗୁରୁତର ଆହତ first appeared on Kanak News.

from Kanak News
via <a href="https://ifttt.com/?

ଏକା ନୀତିଶ କୁମାର ନୁହଁନ୍ତି ବିହାରରେ ପଲଟୁରାମ ନେତାଙ୍କ ଲମ୍ବା ତାଲିକା । ନାଗମଣୀ ୧୧ ଥର ତ ଜିତନରାମ ମାଞ୍ଝୀ ୭ ଥର ବଦଳାଇଛନ୍ତି ଗୋଷ୍ଠୀ

କନକ ବ୍ୟୁରୋ : କେବଳ ବିହାରରେ ନୁହେଁ ବରଂ ସାରା ଦେଶରେ ଏବେ ନୀତିଶ କୁମାରଙ୍କ ଗୋଷ୍ଠୀ ବଦଳ ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ୧୦ ବର୍ଷ ମଧ୍ୟରେ ଜେଡିୟୁ ମୁଖ୍ୟ ନୀତିଶ କୁମାର ୬ଥର ୟୁଟର୍ନ ନେଇସାରିଛନ୍ତି । ୨୦୧୩ ମସିହାରେ ପ୍ରଥମ ଥର ପାଇଁ ନୀତିଶ କୁମାର ୟୁଟର୍ନ ନେଇଥିଲେ ।
ଯଦି ନୀତିଶ କୁମାରଙ୍କ ୟୁଟର୍ନ ଉପରେ ନଜର ପକାଇବା ତେବେ
୨୦୦୦ ମସିହା ମାର୍ଚ୍ଚ ୩ ତାରିଖରେ ବିଜେପି ସହ ମେଣ୍ଟ
୨୦୦୫ ନଭେମ୍ବର ୫ ତାରିଖରେ ବିଜେପି ସହ ମେଣ୍ଟ
୨୦୧୦ ନଭେମ୍ବର ୨୭ ତାରିଖ ବିଜେପି ସହ ମେଣ୍ଟ
୨୦୧୫ ଫେବୃଆରୀ ୨୨ରେ ଏକାକୀ ସରକାର
୨୦୧୫ ନଭେମ୍ବର ୨୦ ଆରଜେଡି ସହ ମେଣ୍ଟ
୨୦୧୭ ଜୁଲାଇ ୨୭ ତାରିଖ ବିଜେପି ସହ ମେଣ୍ଟ
୨୦୨୦ ନଭେମ୍ବର ୧୬ ତାରିଖରେ ବିଜେପି ସହ ମେଣ୍ଟ
୨୦୨୨ ଅଗଷ୍ଟ ୧୦ ତାରିଖରେ ଆରଜେଡି ସହ ମେଣ୍ଟ

ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାସୱାନ ମଧ୍ୟ ୟୁଟର୍ନ ରାଜନୀତିରେ ବେଶ୍ ମାହିର ଥିଲେ । ସେ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ୬ଥର ୟୁଟର୍ନ ନେଇଛନ୍ତି । ରାମବିଳାଶଙ୍କୁ ରାଜନୀତିରେ ପାଣିପାଗ ବିଜ୍ଞାନୀ ମଧ୍ୟ କୁହାଯାଏ ।

ରାମବିଳାଶ ତାଙ୍କ ରାଜନୈତିକ ଜୀବନ ୧୯୬୯ ରେ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିରୁ ଆରମ୍ଭ କରିଥିଲେ । ହେଲେ ୧୯୭୪ ମସିହାରେ ସେ ଲୋକଦଳରେ ଯୋଗ ଦେଇଥିଲେ । ଏହାପରେ ଜନତା ପାର୍ଟି, ଜନତା ଦଳ ଓ ପରେ ସଂଯୁକ୍ତ ଜନତାଦଳରେ ଯୋଗ ଦେଇଥିଲେ । ହେଲେ ଶେଷରେ ୨୦୦୦ ମସିହାରେ ସେ ନିଜର ଲୋକ ଜନଶକ୍ତି ନାମରେ ଏକ ପାର୍ଟି ଗଠନ କରିଥିଲେ ।

ପାସୱାନ କେନ୍ଦ୍ରରେ ଭିପି ସିଂ, ଏଚଡି ଦେବେଗୌଡା, ଆଇକେ ଗୁଜୁରାଲ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂ ଓ ନରେନ୍ଦ୍୍ର ମୋଦୀଙ୍କ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ୨୦୦୫ ମସିହାରେ ତାଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା । ହେଲେ ରାଜନୈତିକ ଆଖଡାରେ ସେ ନିଜକୁ ପ୍ରସ୍ତୁତ କରିପାରି ନ ଥିଲେ ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀ  ଗତ ୯ବର୍ଷ ମଧ୍ୟରେ ୭ ଥର ୟୁଟର୍ନ ନେଇଛନ୍ତି । ମାଞ୍ଝୀ ୨୦୧୫ ମସିହାରେ ଜେଡିୟୁ ସହ ସଂପର୍କ ତୁଟାଇବା ପରେ ନିଜର ଏକ ପାର୍ଟି ଗଠନ କରିଥିଲେ । ଏହାସହ ସେ ଗଠନ କରିଥିବା ହମ ବା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା ଏନଡିଏରେ ସାମିଲ ହୋଇଥିଲା । ମାଞ୍ଝୀ ୨୧ଟି ଆସନରେ ନିର୍ବାଚନ ଲଢିଥିଲେ ବି କେବଳ ନିଜେ ବିଜୟୀ ହୋଇଥିଲେ ।

୨୦୧୭ ମସିହାରେ ମାଞ୍ଝୀ ଏନଡିଏରୁ ଅଲଗା ହୋଇଥିଲେ  ଓ ୟୁପିଏରେ ସାମିଲ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ମାଞ୍ଝୀଙ୍କ ପାର୍ଟି ବିହାରର ୩ ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିଲେ ବି ଗୋଟିଏ ବି ଆସନରେ ବିଜୟୀ ହୋଇପାରି ନଥିଲା । ଏହାପରେ ନୀତିଶଙ୍କ ସହାୟତାରେ ମାଞ୍ଝୀ ପୁଣି ଏନଡିଏରେ ସାମିଲ ହୋଇଥିଲେ ।

୨୦୨୦ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ତରଫରୁ ମାଞ୍ଝୀଙ୍କ ପାର୍ଟିକୁ ୨୧ ଟି ଆସନରେ ନିର୍ବାଚନ ଲଢିବାର ସୁଯୋଗ ଦିଆଯାଇଥିଲା । ହେଲେ ମାଞ୍ଝୀଙ୍କ ପାର୍ଟି କେବଳ ୪ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା । ହେଲେ ୨୦୨୨ ରେ ନୀତିଶ କୁମାର ଏନଡିଏରୁ ଅଲଗା ହେବା ପରେ ମାଞ୍ଝୀ ନୀତିଶଙ୍କ ହାତ ଛାଡି ଦେଇଥିଲେ ।

ଏହାପରେ ମାଞ୍ଝୀ ତାଙ୍କ ପାର୍ଟିର ସମର୍ଥନ ମହାଗଠବନ୍ଧନ ସହ ରଖିଥିଲେ । ସେହି ସମୟରେ ମାଞ୍ଝୀ ଶପଥ ନେଇଥିଲେ କି, ସେ ଜୀବନରେ କେବେ ନୀତିଶଙ୍କ ସହ ଯିବେ ନାହିଁ । ହେଲେ ଗୋଟିଏ ବର୍ଷ ଭିତରେ ସେ ତାଙ୍କ ଶପଥ ଭୁଲିଯାଇ ୨୦୨୩ରେ ପୁଣି ସେ ଏନଡିଏରେ ସାମିଲ ହୋଇଥିଲେ ।

ସମାଜବାଦୀ ନେତା ଜଗଦେବ ପ୍ରସାଦଙ୍କ ପୁଅ ନାଗମଣୀ କୁଶୱାହା ବି ୟୁଟର୍ନ ନେବାର ରେକର୍ଡ ସୃଷ୍ଠି କରିଛନ୍ତି । ଗତ ୨୩ ବର୍ଷ ମଧ୍ୟରେ ସେ ୧୧ ଥର ଗୋଷ୍ଠୀ ବଦଳ କରିିସାରିଛନ୍ତି । ୧୯୭୭ ମସିହାରେ ଶୋଷିତ ସମାଜ ଦଳର ଚିହ୍ନ ନାଗମଣୀ କୁର୍ଥା ବିଧାନସଭାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୦ ରେ ନାଗମଣୀ କଂଗ୍ରେସରେ ସାମିଲ ହୋଇଥିଲେ । ହେଲେ କୁର୍ଥା ଆସନରୁ ପରାଜିତ ହୋଇଥିଲେ । ୧୯୯୧ ରେ କଂଗ୍ରେସ ତାଙ୍କୁ ଲୋକସଭା ଟିକେଟ ଦେଇଥିଲେ ବି ସେ ପରାଜିତ ହୋଇଥିଲେ । ଏହାପରେ ନାଗମଣୀ ଆରଜେଡିରେ ଯୋଗ ଦେଇଥିଲେ । ୧୯୯୯ରେ ନାଗମଣୀ ଆରଜେଡି ଟିକେଟରୁ ଲୋକସଭା ଲଢି ସାଂସଦ ହୋଇଥିଲେ । ହେଲେ ୩ ବର୍ଷ ପରେ ସେ ଆରଜେଡି ସହ ବିଦ୍ରୋହ କରି ୩ ଜଣ ସାଂସଦଙ୍କ ସହ ଦଳ ଛାଡିଥିଲେ । ୨୦୦୧ ରେ ନାଗମଣୀ ଆରଜେଡି (ଡେମୋକ୍ରାଟିକ) ନାମରେ ଏକ ଦଳ ଗଠନ କରିଥିଲେ । ମାତ୍ର ୩ ମାସ ପରେ ନାଗମଣୀ ଦଳକୁ ବିଜେପିରେ ବିଲୟ କରି ଅଟଳ ବିହାରୀଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ୨୦୦୪ ରେ ବିଜେପି ହାରିବା ପରେ ନାଗମଣୀ ଲୋକଜନଶକ୍ତି ପାର୍ଟିରେ ମିଶିଯାଇଥିଲେ । ଏତିକିରେ ତାଙ୍କ ୟୁଟର୍ନ ସରି ନଥିଲା ପୁଣି ୨୦୦୫ରେ ସେ ଜେଡିୟୁରେ ସାମିଲ ହୋଇଥିଲେ । ନୀତିଶ କୁମାର ନାଗମଣୀଙ୍କ ପତ୍ନୀ ସୁଚିତ୍ରାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଥିଲେ । ମାତ୍ର ୨୦୦୮ ରେ ସେ ପୁଣି ଲୋକଜନଶକ୍ତି ପାର୍ଟିରେ ଯୋଗ ଦେଇଥିଲେ । ଏସବୁ ପରେ ଏବେ ସେ ରାଷ୍ଟ୍ରୀୟ ଶୋଷିତ ସମାଜ ନାମରେ ଏକ ପାର୍ଟି ଗଠନ କରି ଏବେ ତାର ଅଧ୍ୟକ୍ଷ ଅଛନ୍ତି ।

ବିହାରର ବିଜେପି ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ମଧ୍ୟ ଗୋଷ୍ଠୀ ବଦଳରେ ଜଣେ ପୋଖତ ଖେଳାଳୀ । ବିହାରର ଜଣାଶୁଣା ପଛୁଆବର୍ଗର ନେତା ଶକୁନୀ ଚୌଧୁରୀଙ୍କ ପୁଅ ସମ୍ରାଟ ଚୌଧୁରୀ ୧୯୯୦ ରେ ଛାତ୍ର ରାଜନୀତିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୯ ରେ ଏକ ରାଜନୈତିକ ଚୁକ୍ତି ଆଧାରରେ ରାବ୍ରୀ ଦେବୀଙ୍କ ସରକାରରେ ସମ୍ରାଟଙ୍କୁ ମନ୍ତ୍ରୀ କରାଯାଇଥିଲା । ହେଲେ ତାଙ୍କର ବୟସ ହୋଇନଥିବାରୁ ବିରୋଧୀ ଦଳଙ୍କ ଚାପରେ ସମ୍ରାଟ ଇସ୍ତଫା ଦେଇଥିଲେ ।

୨୦୦୦ ମସିହାରେ ସମ୍ରାଟ ପରବତା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୦ ରେ ଲାଲୁ ଯାଦବ ସମ୍ରାଟ ଚୌଧୁରୀଙ୍କୁ ବିଧାନସଭାରେ ପ୍ରତିପକ୍ଷ ଉପନେତା ଭାବେ ନିଯୁକ୍ତି ମିଳିଥିଲା । ହେଲେ ୨୦୧୪ ମସିହାରେ ସମ୍ରାଟ ୧୩ ବିଧାୟକଙ୍କ ସହ ଆରଜେଡିରୁ ଇସ୍ତଫା ଦେଇଥିଲେ  ଓ ୧୩ ବିଧାୟକଙ୍କ ସହ ଜେଡିୟୁରେ ସାମିଲ ହୋଇଥିଲେ । ୨୦୧୪ ରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେଇଥିଲେ । ଏହାପରେ ଜିତନରାମ ମାଞ୍ଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ କ୍ୟାବିନେଟରେ ସମ୍ରାଟଙ୍କ ସ୍ଥାନ ମିଳିଥିଲା । ହେଲେ ୨୦୧୫ ରେ ସମ୍ରାଟ ଜେଡିୟୁ ଛାଡି ଜିତନରାମ ମାଞ୍ଝୀଙ୍କ ହାମରେ ସାମିଲ ହୋଇଥିଲେ । ୨୦୧୭ ମସିହାରେ ପୁଣି ମାଞ୍ଝୀଙ୍କ ସହ ବିଦ୍ରୋହ କରି ବିଜେପିରେ ସାମିଲ ହୋଇଥିଲେ ସମ୍ରାଟ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା ବି ୟୁଟର୍ନ ମାରିବାରେ ମାହିର । କୁଶୱାହା ଏପର୍ଯ୍ୟନ୍ତ ୭ ଥର ଗୋଷ୍ଠୀ ବଦଳ କରିସାରିଛନ୍ତି । ୧୯୮୫ ମସିହାରେ କୁଶୱାହା ଜନତା ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏବେ ସେ ରାଷ୍ଟ୍ରୀୟ ଲୋକ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି । ୨୦୦୦ ମସିହାରେ କୁଶୱାହା ସମତା ପାର୍ଟିରୁ ଜନ୍ଦହା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନିତୀଶ କୁମାର ତାଙ୍କ ବିରୋଧୀଦଳ ଉପ ନେତା ଭାବେ ଚୟନ କରିଥିଲେ । ୨୦୦୫ ମସିହାରେ ନୀତିଶ କୁମାର କ୍ଷମତାକୁ ଆସିଲେ ତ କୁଶୱାହା ବିଦ୍ରୋହୀ ହୋଇଗଲେ । ୨୦୦୭ ମସିହାରେ କୁଶୱାହା ସମତା ପାର୍ଟି ଗଠନ କଲେ । ହେଲେ ୨୦୦୯ ବେଳକୁ ପାର୍ଟି ସମାପ୍ତ ହୋଇଗଲା । ୨୦୧୦ ମସିହାରେ କୁଶୱାହା ପୁଣି ଜେଡିୟୁରେ ସାମିଲ ହେଲେ । ନୀତିଶ କୁମାର ତାଙ୍କୁ ରାଜ୍ୟସଭା ପଠାଇଥିଲେ । ୨୦୦୯ ମସିହାରେ ସେ ପୁଣି ଏନଡିଏରେ ସାମିଲ ହୋଇଗଲେ । ବିଜେପି କୁଶୱାହାଙ୍କୁ କେନ୍ଦ୍ର ମନ୍ତ୍ରୀ କଲା । ପୁଣି ୨୦୧୯ ରେ ସେ ଏନଡିଏ ଛାଡି ମହାମେଣ୍ଟରେ ସାମିଲ ହୋଇଗଲେ । ହେଲେ ତାଙ୍କୁ ସଫଳତା ମିଳିଲା ନାହିଁ । ୨୦୨୦ ମସିହାରେ କୁଶୱାହା ପୁଣି ଚତୁର୍ଥ ମୋର୍ଚ୍ଚା ଗଠନ କଲେ  । ହେଲେ ଗୋଟିଏ ବି ଆସନ ଜିତିପାରି ନଥିଲେ । ୨୦୨୧ ମସିହାରେ ପୁଣି ନୀତିଶ କୁମାରଙ୍କ ସହ ହାତ ମିଳାଇଲେ । ହେଲେ ୨୦୨୩ ମସିହାରେ ଜେଡିୟୁରେ ବିଦ୍ରୋହ କରି ପୁଣି ନିଜର ପାର୍ଟି ଗଠନ କଲେ   ।

The post ଏକା ନୀତିଶ କୁମାର ନୁହଁନ୍ତି ବିହାରରେ ପଲଟୁରାମ ନେତାଙ୍କ ଲମ୍ବା ତାଲିକା । ନାଗମଣୀ ୧୧ ଥର ତ ଜିତନରାମ ମାଞ୍ଝୀ ୭ ଥର ବଦଳାଇଛନ୍ତି ଗୋଷ୍ଠୀ first appeared on Kanak News.

from Kanak News
via <a href="https://ifttt.com/?

୨୯ ତାରିଖରେ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ସମାବେଶ । ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ । ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

କନକ ବ୍ୟୁରୋ: ନୂଆ ପ୍ରଭାରୀ ଅଜୟ କୁମାର ରାଜ୍ୟ କଂଗ୍ରେସରେ ଜୋସ୍ ଭରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଥିବା ବେଳେ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱର ଲୋୟର ପିଏମଜିରେ ଦଳ ପକ୍ଷରୁ ଆୟୋଜିତ ହେଉଥିବା ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେବେ । କଂଗ୍ରେସ ଅଧ୍ୟକ୍ଷଙ୍କ ଗସ୍ତସୂଚୀ ସଂପର୍କରେ ସୂଚନା ଦେଇ ସମାବେଶରେ ଜନସାଧାରଣଙ୍କୁ ସାମିଲ ହେବା ପାଇଁ ଅପିଲ୍ କରିଛି ପିସିସି ।

  • ୨୯ରେ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ
  • ସାମିଲ ହେବେ ମଲ୍ଲିକାର୍ଜୁନ ଖଡଗେ

ଉଭୟ ବିଜେଡି ଓ ବିଜେପି ରାଜ୍ୟ ପାଇଁ ବିପଦ ବୋଲି ଅଭିଯୋଗ କରିଛି କଂଗ୍ରେସ । ଓଡ଼ିଶାକୁ ବଞ୍ଚାଇବା ପାଇଁ କଂଗ୍ରେସ ଏକମାତ୍ର ବିକଳ୍ପ ବୋଲି ଦାବି କରିଛି ଦଳ । ଖଡଗେଙ୍କ ସମାବେଶରେ ୫୦ ହଜାର କର୍ମୀ ଯୋଗ ଦେବା ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏପଟେ ବିଜେପି ସମାଲୋଚନା କରି କହିଛି ଓଡ଼ିଶା ପାଇଁ ନୁହେଁ, ରାହୁଲଙ୍କ ଗସ୍ତ ପୂର୍ବରୁ ବାତାବରଣ ପ୍ରସ୍ତୁତ କରିବାକୁ ଆସୁଛନ୍ତି ଖଡଗେ । ସେହିପରି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କେବଳ ନିର୍ବାଚନ ବେଳେ କଂଗ୍ରେସର ମନେପଡ଼େ ଓଡ଼ିଶା କଥା ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ । ପ୍ରଥମ ଗସ୍ତରେ ଶକ୍ତି ପ୍ରଦର୍ଶନ କରିବା ସହ ଦଳର ତୃଣମୂଳ ସ୍ତରକୁ ମଜବୁତ କରିବା ପାଇଁ ଯୋଜନା କରିଛି କଂଗ୍ରେସ । ଓଡ଼ିଶା ବଞ୍ଚାଅ ସମାବେଶରେ ବୁଥ ସ୍ତରରୁ କର୍ମୀ ଯୋଗ ଦେବେ ବୋଲି କୁହାଯାଇଛି ।

The post ୨୯ ତାରିଖରେ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ସମାବେଶ । ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ । ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started