ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ । ଉତ୍ତରପ୍ରଦେଶ ପାଇଁ ପ୍ରଭାରୀ ନିଯୁକ୍ତ କଲା ଦଳ । ଆଗାମୀ ନିର୍ବାଚନ ଲଢ଼ିବେ କି ନାହିଁ, ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ବିଜେପିର ବଡ ପ୍ରସ୍ତୁତି । ଲୋକସଭା ନିର୍ବାଚନ ପୂର୍ବରୁ ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଦାୟିତ୍ୱ ବରିଷ୍ଠ ନେତାଙ୍କୁ ଦେଇଛି ପଦ୍ମଦଳ । ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ୟୁପି ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀ ଗାଦି ପାଇଁ ସବୁବେଳେ ଉତ୍ତରପ୍ରଦେଶର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ତେଣୁ ବୈଜୟନ୍ତଙ୍କୁ ଦଳ ଦେଇଥିବା ବଡ ଦାୟିତ୍ୱକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଓଡ଼ିଶା ପାଇଁ ୨ ଜଣଙ୍କ ନାଁ ବିଜେପି ଘୋଷଣା କରିଛି । ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଓ ସୁଶ୍ରୀ ଲତା ଉସେଣ୍ଡିଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି ।

  • ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି
  • ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ
  • ଉତ୍ତରପ୍ରଦେଶ ନିର୍ବାଚନ ସମ୍ଭାଳିବେ ବୈଜୟନ୍ତ

୨୦୨୪ ନିର୍ବାଚନ ବୈତରଣୀ ପାରି ହୋଇ ପୁଣିଥରେ କେନ୍ଦ୍ରରେ ସରକାର ଗଢ଼ିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି ବିଜେପି । ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବରିଷ୍ଠ ନେତାକୁ ଦାୟିତ୍ୱ ଦେଇଛନ୍ତି ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ନେତାଙ୍କୁ ଲୋକସଭା ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଓଡ଼ିଶା ପାଇଁ ୨ ଜଣଙ୍କ ନାଁ ଘୋଷଣା କରିଛି ଦଳ । ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସେହିପରି ସୁଶ୍ରୀ ଲତା ଉସେଣ୍ଡିଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାକୁ ମିଳିଛି ଉତ୍ତରପ୍ରଦେଶ ନିର୍ବାଚନ ପରିଚାଳନା ଭଳି ଦାୟିତ୍ୱ । କାରଣ ଦେଶର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ତୁଲାଉଥିବା ଉତ୍ତରପ୍ରଦେଶରେ ନିର୍ବାଚନୀ ଗୋଟିଚାଳନା କରିବେ ବୈଜୟନ୍ତ ।

  • ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ
  • ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ କି ବୈଜୟନ୍ତ?

ରାଜ୍ୟରେ ୮୦ଟି ଲୋକସଭା ଆସନ ଥିବାରୁ ଉତ୍ତରପ୍ରଦେଶକୁ ସବୁବେଳେ ଗୁୁରୁତ୍ୱ ଦେଇଆସିଛି ବିଜେପି । ବୈଜୟନ୍ତ ପଣ୍ଡାକୁ ଏହି ରାଜ୍ୟର ଦାୟିତ୍ୱ ଦିଆଯାଇଥିବାରୁ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

  • ୨୦୧୪ ନିର୍ବାଚନରେ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିଲେ ଅମିତ ଶାହା
  • ୨୦୧୯ରେ ଜେ.ପି. ନଡ୍ଡା ସମ୍ଭାଳିଥିଲେ ସବୁଠୁ ବଡ଼ ରାଜ୍ୟର ନିର୍ବାଚନ
  • ଉଭୟ ନେତା ନିର୍ବାଚନ ନଲଢ଼ି ଉତ୍ତରପ୍ରଦେଶରେ ବିଜେପିକୁ ବିଜୟୀ କରିଥିଲେ

ଏହି ସମୀକରଣକୁ ଦେଖିଲେ ଏଥର ବୈଜୟନ୍ତଙ୍କୁ ଟିକେଟ ମିଳିବ କି ନାହିଁ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ବିଜେପି ସଭାପତି କହିଛନ୍ତି, କାହାକୁ ଟିକେଟ ଦିଆଯିବ, ଏହାର ନିଷ୍ପତି ନେବ ଦଳର କେନ୍ଦ୍ରୀୟ ପାର୍ଲାମେଣ୍ଟାରୀ ବୋର୍ଡ । ତେବେ ସୂଚନାଯୋଗ୍ୟ ଯେ, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ସବୁଠୁ ଆଗରେ ରହିଛି ।

The post ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ । ଉତ୍ତରପ୍ରଦେଶ ପାଇଁ ପ୍ରଭାରୀ ନିଯୁକ୍ତ କଲା ଦଳ । ଆଗାମୀ ନିର୍ବାଚନ ଲଢ଼ିବେ କି ନାହିଁ, ଉଠିଲା ପ୍ରଶ୍ନ first appeared on Kanak News.

from Kanak News
via <a href="https://ifttt.com/?

ବିହାରରେ ରାଜନୈତିକ ହଟଚମଟ ଜାରି । ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିଜେପି ସହ ମିଶି ଗଢିବେ ନୂଆ ସରକାର…

କନକ ବ୍ୟୁରୋ: ରବିବାର ବିଜେପି ସହ ମିଶି ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର । ଚର୍ଚ୍ଚା ଅନୁସାରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ନୀତୀଶଙ୍କ ନୂଆ ସରକାରରେ ସୁଶୀଲ କୁମାର ମୋଦୀଙ୍କୁ ପୁଣି ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ । କୁହାଯାଉଛି ଅଲଗା ଅଲଗା ବୈଠକ କରି ଆଗାମୀ ପଦକ୍ଷେପ ସଂପର୍କରେ ଆଲୋଚନା ଚଳାଇଛନ୍ତି ବିଜେପି, ଆରଜେଡି ଓ କଂଗ୍ରେସ । ତେବେ ପୂର୍ବରୁ ଏନଡିଏ ସହ ରହିଥିବା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ମୁଖ୍ୟ ଜୀତନରାମ ମାଂଝୀଙ୍କ ସହ ଆଲୋଚନା କରିଥିଲେ ଲାଲୁ ପ୍ରସାଦ ଯାଦବ । ଏବେ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହ ଫୋନ ଯୋଗେ କଥା ହୋଇଥିବା ଜଣାପଡିଛି । ନଜର ପକାନ୍ତୁ ସରକାର ଗଢିବା ପାଇଁ କେଉଁ ସ୍ଥିତିରେ ଅଛନ୍ତି ନୀତୀଶ?

ନୀତୀଶ-ବିଜେପି ସରକାର?

  • ବିଜେପି- ୭୮
  • ଜେଡିୟୁ- ୪୫
  • ହମ୍- ୦୪
  • ସ୍ୱାଧୀନ- ୦୧
  • ମୋଟ୍- ୧୨୮
  • ବହୁମତ- ୧୨୨

ଚର୍ଚ୍ଚା ହେଉଥିଲା ମହାଗଠବନ୍ଧନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇ ନୀତୀଶଙ୍କୁ ଫ୍ଲୋରଟେଷ୍ଟ ପାଇଁ ବାଧ୍ୟ କରିବ ଆରଜେଡି । ହେଲେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆରଜେଡି ବିଧାୟକ ଦଳ ବୈଠକକୁ ସମ୍ବୋଧନ କରି ଭିକ୍ଟିମ କାର୍ଡ ଖେଳିବାକୁ କହିଛନ୍ତି ତେଜସ୍ୱୀ ଯାଦବ । ଦଳ ପରବର୍ତୀ ନିଷ୍ପତି ଲାଲୁ ଯାଦବଙ୍କ ଉପରେ ଛାଡିଥିବା କହିଛନ୍ତି ଆରଜେଡି ନେତା ମନୋଜ ଝା । ନଜର ପକାନ୍ତୁ ମହାଗଠବନ୍ଧନରୁ ନୀତୀଶ ଚାଲିଗଲେ କଣ ରହିବ ସ୍ଥିତି ?

ଜେଡିୟୁ ବିନା ମହାଗଠବନ୍ଧନ?

  • ଆରଜେଡି- ୭୯
  • କଂଗ୍ରେସ- ୧୯
  • ବାମଦଳ- ୧୬
  • ମୋଟ୍- ୧୧୪
  • ବହୁମତ- ୧୨୨
  • ଆବଶ୍ୟକ- ୦୮

ସରକାରରେ ବସିବାକୁ ସାଥୀ ବଦଳାଇବାରେ ପାରଙ୍ଗମ ନୀତୀଶ କୁମାର । ସେଥିପାଇଁ ତାଙ୍କୁ ରାଜନୀତିରେ ପଲଟୁରାମ ଆଖ୍ୟା ଦିଆଯାଇଛି । ପ୍ରଥମେ ମହାଗଠବନ୍ଧନ, ପୁଣି ବିଜେପି ଓ ପୁଣି ମହାଗଠବନ୍ଧନକୁ ଫେରିବା ପରେ ଏବେ ବିଜେପି ସହ ମିଶି ସରକାର ଗଢିବାକୁ ଯାଉଛନ୍ତି । ବିଜେପି ତାଙ୍କ ଚରିତ୍ର ଜାଣି ମଧ୍ୟ ପୁଣି ହାତ ମିଶାଇବାର ୩ଟି ପ୍ରମୁଖ କାରଣ ରହିଛି ।

ନୀତୀଶଙ୍କ ସହ ବିଜେପି ହାତ ମିଶାଇବାର କାରଣ ?

  • ଜାତୀୟ ରାଜନୀତିରେ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା
  • ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ବିହାରରେ ଫାଇଦା
  • ନୀତୀଶଙ୍କୁ ଛାଡି଼ ଦେଲେ ବିହାରରେ ଆରଜେଡିକୁ ଅଟକାଇବା ଅସମ୍ଭବ

The post ବିହାରରେ ରାଜନୈତିକ ହଟଚମଟ ଜାରି । ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିଜେପି ସହ ମିଶି ଗଢିବେ ନୂଆ ସରକାର… first appeared on Kanak News.

from Kanak News
via <a href="https://ifttt.com/?

ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ । ଲୋକାର୍ପଣ କରି ମନ୍ଦିର ପରିକ୍ରମା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ସମ୍ବଲପୁର ସମେତ ସାରା ପଶ୍ଚିମ ଓଡିଶାବାସୀଙ୍କ ବହୁ ବର୍ଷର ସ୍ୱପ୍ନ ସାକାର ହୋଇଛି । ରୂପାନ୍ତରଣ ପରେ ଅପରୂପ ଶୋଭାରାଜିରେ ଝଟକି ଉଠୁଛି ସମଲେଇ ପୀଠ । ଆଉ ଏହି ଭବ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଆଙ୍କ ଦର୍ଶନ କରି ଆଶୀର୍ବାଦ ନେବା ସହ ପୁରୋହିତଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠ ଭିତରେ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ । ତାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ସମଲେଶ୍ୱରୀ ମନ୍ଦିରର ଉନ୍ନତିକରଣ ଓ ଏହାର ଚାରିପାଖରେ ସୌନ୍ଦର୍ଯ୍ୟକରଣ ସହ ଭକ୍ତମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାକୁ ବୁଲି ଦେଖିଛନ୍ତି ।

  • ଭବ୍ୟ ସମଲେଇ ପ୍ରକଳ୍ପ ଲୋକାର୍ପିତ
  • ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏହି ଐତିହାସିକ ମୁହୁର୍ତର ସାକ୍ଷୀ ବନିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବିଭିନ୍ନ ସ୍ଥାନରୁ ଆସିଥିବା ନିମନ୍ତ୍ରିତ ଅତିଥି ସମଲେଶ୍ୱରୀ ପୀଠର ଉନ୍ନତିକରଣକୁ ପାଖରୁ ଦେଖି ବିଭୋର ହୋଇଛନ୍ତି । ପ୍ରକୃତି, ସଂସ୍କୃତି ଓ ପ୍ରଗତିର ମିଳନ ହେବା ପରେ, ଝଟକୁଥିବା ସମଲେଇ ପୀଠର ସୌନ୍ଦର୍ଯ୍ୟକୁ ଦେଖି ବିମୋହିତ ହୋଇଛନ୍ତି । ଲୋକାର୍ପଣ ପରେ ପ୍ରକଳ୍ପ ପାଇଁ ଜମି ଦେଇଥିବା ପରିବାର ତଥା ଶିଳ୍ପୀ ଓ କାରିଗରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୨୧ ମସିହାରେ ସମଲେଇ ପ୍ରକଳ୍ପର ପରିକଳ୍ପନା କରିଥିଲେ ମୁଖ୍ୟମନ୍ତ୍ରୀ । ତାପରେ ୫-ଟି ଉପକ୍ରମରେ ଏହି ପ୍ରକଳ୍ପର ଉନ୍ନତିକରଣ କାର୍ଯ୍ୟ ହୋଇଥିଲା । ୪୦ ଏକର ଜମିରେ ପ୍ରାୟ ୨ଶହ କୋଟି ଟଙ୍କା ବ୍ୟୟରେ ସମଲେଇ ପ୍ରକଳ୍ପର କାର୍ଯ୍ୟ ହୋଇଛି । ଏହି ପ୍ରକଳ୍ପ ଅଧୀନରେ ମନ୍ଦିରର ଚାରି ଦ୍ୱାର ସହ ପରିକ୍ରମା ମାର୍ଗ, ପ୍ରବେଶ ଦ୍ୱାର, ମନ୍ଦିର କାର୍ଯ୍ୟାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍, ଜୋତା ଷ୍ଟାଣ୍ଡ ଆଦିକୁ ଐତିହ୍ୟପୂର୍ଣ୍ଣ ଢ଼ଙ୍ଗରେ ନିର୍ମାଣ କରାଯାଇଛି । ପ୍ରତ୍ୟେକ ନିର୍ମାଣରେ ଖଣ୍ଡେଲାଇଟ ପଥର ବ୍ୟବହାର ସହ ସ୍ଥାନୀୟ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଛି ।

ତେବେ ୩୦ ତାରିଖ ପରେ ସାଧାରଣ ଶ୍ରଦ୍ଧାଳୁ ସମଲେଇ ପ୍ରକଳ୍ପ ବୁଲି ଭିନ୍ନ ଭିନ୍ନ ଅନୁଭୂତି ସାଉଁଟିପାରିବେ । ଅନ୍ୟପଟେ ସମଲେଇ ପୀଠରେ ଜାରି ରହିଛି ଯଜ୍ଞ । ପୁରୋହିତଙ୍କ ମନ୍ତ୍ରୋଚାରଣରେ କମ୍ପୁଛି ସମ୍ବଲପୁର । ଆସନ୍ତା ୩୧ରେ ଯଜ୍ଞର ପୂର୍ଣ୍ଣାହୁତି ହେବ ।

The post ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ । ଲୋକାର୍ପଣ କରି ମନ୍ଦିର ପରିକ୍ରମା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ first appeared on Kanak News.

from Kanak News
via <a href="https://ifttt.com/?

ଶ୍ମଶାନ ଦାବିରେ ପଞ୍ଚ ପାଇକ ପୀଠରେ ତାଲା ପକାଇଲେ ଗ୍ରାମବାସୀ । ପୀଠ ବାହାରେ ଉଡିଲା ତ୍ରିରଙ୍ଗା ପତାକା ।

କନକ ବ୍ୟୁରୋ: ଶ୍ମଶାନ ଦାବିରେ ପଞ୍ଚ ପାଇକ ପୀଠରେ ତାଲା ପକାଇ ପ୍ରତିବାଦ କଲେ ଗ୍ରାମବାସୀ । ତାଲା ପଡ଼ିବା କାରଣରୁ ପୀଠ ବାହାରେ ଉଡ଼ିଲା ତ୍ରିରଙ୍ଗା । ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ଖୋର୍ଦ୍ଧା ଗଡ଼ । ଇଂରେଜ ବିରୁଦ୍ଧରେ ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ସାଜିଥିଲେ ପଞ୍ଚ ପାଇକ । ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟଶାଣି ଓ ମାଧବ ଚନ୍ଦ୍ର ରାଉତରାୟ ବୀରତ୍ୱର ପ୍ରତୀକ ।

ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଖୋର୍ଦ୍ଧା ଗଡ଼ ଛକରେ ଥିବା ପଞ୍ଚ ପାଇକଙ୍କ ପ୍ରତିମୂର୍ତିକୁ ନିକଟସ୍ଥ ଗଡ଼ ବାଉରୀ ସାହି ଶ୍ମଶାନ ନିକଟକୁ ସ୍ଥାନାନ୍ତର କରିଥିଲା ପ୍ରଶାସନ । ଗଡ଼ ବାଉରୀ ସାହିବାସିନ୍ଦାଙ୍କୁ ଅନ୍ୟତ୍ର ଶ୍ମଶାନ ଜାଗା ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଗଲା । ଶ୍ମଶାନ ଜମି ଯୋଗାଇଦେବାକୁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦେଇ ନିରାଶ ହେବା ପରେ ସାଧାରଣତନ୍ତ୍ର ଦିବସ ଅବସରରେ ପଞ୍ଚ ପାଇକ ପୀଠକୁ ତାଲା ପକାଇ ପ୍ରତିବାଦ କରଥିଲେ ଗ୍ରାମବାସୀ । ଖବର ପାଇ ଖୋର୍ଦ୍ଧା ତହସିଲଦାର ପଞ୍ଚପାଇକ ପୀଠରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ୧୫ ଦିନ ମଧ୍ୟରେ ଜାଗା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ସ୍ଥାନୀୟ ବାସିନ୍ଦା ତାଲା ଖୋଲିଥିଲେ ।

The post ଶ୍ମଶାନ ଦାବିରେ ପଞ୍ଚ ପାଇକ ପୀଠରେ ତାଲା ପକାଇଲେ ଗ୍ରାମବାସୀ । ପୀଠ ବାହାରେ ଉଡିଲା ତ୍ରିରଙ୍ଗା ପତାକା । first appeared on Kanak News.

from Kanak News
via <a href="https://ifttt.com/?

ଭଦ୍ରକ ସନ୍ଥିଆ ଗାଁର ନିଆରା ଶିକ୍ଷକ । ନାଚ ଓ ଗୀତ ମାଧ୍ୟମରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ

କନକ ବ୍ୟୁରୋ: ଭଦ୍ରକ ସହର ନିକଟ ସନ୍ଥିଆ ଗାଁର ନିଆରା ଶିକ୍ଷକ ଦୀପକ କୁମାର ଦାସ । ପିଲାମାନଙ୍କୁ ନାଚ ଓ ଗୀତ ମଧ୍ୟମରେ ପାଠ ପଢ଼ାଇ ସେ ଚର୍ଚ୍ଚାକୁ ଆସିଛନ୍ତି । ନିଜେ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବେଳେ ପିଲାମାନଙ୍କୁ ୧୦ ବର୍ଷ ହେଲା ଶିକ୍ଷାଦାନ କରୁଛନ୍ତି । ତାଙ୍କ ଶିକ୍ଷାଦାନ ପଦ୍ଧତି ଅନ୍ୟ ଶିକ୍ଷକଙ୍କ ଠାରୁ ସମ୍ପୂଣ୍ଣ ଭିନ୍ନ । ବ୍ୟଙ୍ଗ କଥା, ଚିତ୍ର, ଖେଳ, ମନୋରଞ୍ଜନ ଓ ଗୋଷ୍ଠୀ ପରୀକ୍ଷା ମାଧ୍ୟମରେ ପାଠ ପିଲାଙ୍କୁ ପଢ଼ାଉଛନ୍ତି ଏହି ଶିକ୍ଷକ ଜଣଙ୍କ । ବିଜ୍ଞାନ, ଗଣିତ, ଇଂରାଜି ଓ ସାଧାରଣ ଜ୍ଞାନ କିଭଳି ପିଲାମାନେ ସହଜରେ ମନେ ରଖିପାରିବେ ସେନେଇ ସେ ଏଭଳି କୌଶଳ ଆପଣାଇଛନ୍ତି ।

ଅର୍ଥ ଅଭାବରୁ ଯେମିତି କୌଣସି ପିଲା ପାଠ ପଢ଼ାରୁ ବଞ୍ଚିତ ନହେବେ ସେହି ଲକ୍ଷ୍ୟରେ ଶିକ୍ଷାଦାନ କରିଚାଲିଛନ୍ତି । ଦୀପକ ତାଙ୍କ ଜୀବନରେ ପାଠ ପଢ଼ିବା ପାଇଁ ଅନେକ ସଂଘର୍ଷ କରିଛନ୍ତି । ତେଣୁ ପିଲାମାନେ ସେଭଳି ସମସ୍ୟାର ସମ୍ମୁଖୀନ ନହେବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି । ପିଲାମାନଙ୍କୁ ନୂଆ ଉପାୟରେ ପାଠ ପଢ଼ାଇ ସେ ଚର୍ଚ୍ଚାକୁ ଆସିଛନ୍ତି । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଢ଼େରସାରା ପ୍ରଶଂସା ମିଳୁଛି ।

ଛାତ୍ରଛାତ୍ରୀ ମାନେ ଦୀପକ ସାରଙ୍କ ପାଠ ପଢ଼ାକୁ ପସନ୍ଦ କରୁଛନ୍ତି । ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଏଭଳି ପାଠପଢ଼ା ବେଶ ସହାୟକ ହେଉଥିବା କହିଛନ୍ତି ଛାତ୍ରଛାତ୍ରୀ । ପ୍ରତିଦିନ ସେ ୧୦୦ ରୁ ଅଧିକ ପିଲାମାନଙ୍କୁ ପାଠପଢ଼ାଉଛନ୍ତି । ସ୍ଥାନୀୟ ଅଞ୍ଚଳର ଅନେକ ପିଲା ତାଙ୍କ ପାଖରେ ପାଠପଢ଼ି କୃତିତ୍ୱ ଅର୍ଜନ କରିଛନ୍ତି ।

The post ଭଦ୍ରକ ସନ୍ଥିଆ ଗାଁର ନିଆରା ଶିକ୍ଷକ । ନାଚ ଓ ଗୀତ ମାଧ୍ୟମରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ first appeared on Kanak News.

from Kanak News
via <a href="https://ifttt.com/?

ବର୍ଷ ପରେ ବର୍ଷ ବିତୁଛି । ହେଲେ ସରୁନି ରାସ୍ତା ମରାମତି । ମରଣଯନ୍ତା ପାଲଟିଛି ଅନଗୁଳ ୫୫ ନମ୍ବର ଜାତୀୟ ରାଜପଥ

କନକ ବ୍ୟୁରୋ : ରାସ୍ତା ପାଇଁ ପୂଜାର୍ଚ୍ଚନା । ଯାତ୍ରୀ ମାନଙ୍କ ସୁରକ୍ଷିତ ଯାତ୍ରା ଓ ଜାତୀୟ ରାଜପଥ କାମରେ ଅବହେଳା କରିଥିବା ନେତା, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସଦବୁଦ୍ଧି କାମନା କରି ଧାରଣା ସ୍ଥଳରେ ଚାଲିଛି ହୋମ ଯଜ୍ଞ । ନେତା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରି ଦାବି ଜଣାଇଛନ୍ତି ଅନ୍ଦୋଳନକାରୀ । ଅନୁଗୁଳର ଜୀବନ ରେଖା କୁହାଯାଉଥିବା ୫୫ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ଯନ୍ତା । ରାଜପଥ ସମସ୍ୟାକୁ ନେଇ ଦଶମ ଦିନରେ ପହଞ୍ଚିିଛି ଅନୁଗୁଳ ସଚେତନ ନାଗରିକ ମଞ୍ଚର ଆନ୍ଦୋଳନ । ଆଜି ଏଭଳି କିଛି ନିଆରା ପନ୍ଥା ଅପଣାଇଛନ୍ତି ଆନ୍ଦୋଳନକାରୀ ।

ଗତବର୍ଷ ରାସ୍ତା ଦୁର୍ଘଟଣାରେ ଅନୁଗୁଳ ଜିଲ୍ଲାର ୧୫୮ ଜଣଙ୍କର ମୃତ୍ୟୁ ଘଟିଛି । ବାରମ୍ବାର ରାସ୍ତା ମରାମତି ନେଇ ଦାବି ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା ନେତା ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଅନ୍ଦୋଳନରେ ଅନେକ ସଂଗଠନ, ରାଜନେତା ଓ ବୁଦ୍ଧିଜୀବୀ ମଧ୍ୟ ସାମିଲ ହୋଇଛନ୍ତି ।

ବର୍ଷ ପରେ ବର୍ଷ ବତୁଛି ହେଲେ ସରୁନି ୫୫ ନମ୍ବର ଜାତୀୟ ରାଜପଥ ମରାମତି କାମ । ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତିର ହିଁ ରହିଯାଉଛି । କଟକ ସମ୍ବଲପୁର ଚାରିଥାକିଆ ରାସ୍ତା ୨୦୧୮ରୁ ଆରମ୍ଭ ହୋଇଥିବାବେଳେ ୨୦୨୨ରେ ସରିବାର ଥିଲା । ଏବେ ଏପର୍ଯ୍ୟନ୍ତ ସେହି ରାସ୍ତା କାମ ସରିବାର ନାଁ ନେଉନାହିଁ । ତେଣୁ ରାସ୍ତା ପୁନରୁଦ୍ଧାର ପାଇଁ ଦାବି ଜୋର ଧରିଛି ।

The post ବର୍ଷ ପରେ ବର୍ଷ ବିତୁଛି । ହେଲେ ସରୁନି ରାସ୍ତା ମରାମତି । ମରଣଯନ୍ତା ପାଲଟିଛି ଅନଗୁଳ ୫୫ ନମ୍ବର ଜାତୀୟ ରାଜପଥ first appeared on Kanak News.

from Kanak News
via <a href="https://ifttt.com/?

କେନାଲ ଅଛି, ହେଲେ ପାଣି ନାହିଁ । ପଡ଼ିଆ ପଡ଼ିଛି ଡେଲାଙ୍ଗ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି

କନକ ବ୍ୟୁରୋ: ନାଁ କୁ ଖାଲି ରହିଛି କେନାଲା । ହେଲେ ୭ ବର୍ଷ ହେଲା ଆସିନି ଟୋପାଏ ପାଣି । ଫଳରେ ପଡ଼ିଆ ପଡ଼ିଛି ଚାଷ ଉପଯୋଗୀ ଧାନ ଜମି । ଚାଷୀଙ୍କୁ ଦୁଃଖ ଦେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମାଛପଡ଼ା ମାଇନର କେନାଲ । ପ୍ରତିବର୍ଷ କେନାଲ କାମ ହେଉଛି । ସରକାରଙ୍କ ରାଜସ୍ୱ ଖର୍ଚ୍ଚ ହେଉଛି । ହେଲେ କେନାଲରେ ଟୋପାଏ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଜମିରେ ଚାଷ କରିବା ପାଇଁ ଚାଷୀ ହଳ କରିଛି । ଜମି ମଧ୍ୟ ଚାଷ ପାଇଁ ଠିକ୍ ଭାବେ ପାଗ ହୋଇଛି । ହେଲେ କେନାଲ ପାଣି ନଆସିବାରୁ ସମସ୍ୟା ଭୋଗୁଛନ୍ତି ଡେଲାଙ୍ଗ ବ୍ଳକର ୫ଟି ପଞ୍ଚାୟତର ଲୋକ । ଡେଲାଙ୍ଗ ମାଛପଡ଼ା ମାଇନର କେନାଲ ଉପରେ ଗୁଆଳିପଡ଼ା, ଶ୍ରୀପୁରୁଷୋତ୍ତମପୁର, ଜେନପୁର ଅଞ୍ଚଳର ଶତାଧିକ ଚାଷୀ ନିର୍ଭର କରନ୍ତି । ଦୀର୍ଘ ୭ ବର୍ଷ ହେଲା କେନାଲରେ ଟୋପାଏ ପାଣି ଆସୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ହେଲେ ପ୍ରତି ବର୍ଷ ଜଳସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଶୁଖିଲା କେନାଲ କାମ ହେଉଛି ।

ଧାନ ବିଲରେ ଠିକ୍ ସମୟରେ ପାଣି ମାଡ଼ୁନଥିବାରୁ ନଷ୍ଟ ହେଲାଣି ଧାନ ଜମି । ବାହାର ଲିପ୍ଟରୁ ପାଣି କିଣି ଚାଷ କରୁଛନ୍ତି ଚାଷୀ । ପାଣି କିଣି ଚାଷ କରିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି । ପାଣି ଅଭାବରୁ ଧାନ ଅମଳ ମଧ୍ୟ କମ୍ ହେଉଛି । ଆଉ କ୍ଷତି ସହୁଛନ୍ତି ଚାଷୀ । ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ତୃଣମୂଳ ସ୍ତରରେ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାର ବାସ୍ତବତା ଏହି ଚାଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।

The post କେନାଲ ଅଛି, ହେଲେ ପାଣି ନାହିଁ । ପଡ଼ିଆ ପଡ଼ିଛି ଡେଲାଙ୍ଗ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି first appeared on Kanak News.

from Kanak News
via <a href="https://ifttt.com/?

ସାକାର ହେଲା ଶିମିଳିପାଳ ଅଭୟାରଣ୍ୟ ଭିତରେ ରହୁଥିବା ଅଧିବାସୀଙ୍କ ସ୍ୱପ୍ନ । ଦୀର୍ଘ ଦିନ ପରେ ଲୋକଙ୍କ ଘରେ ଜଳିଲା ବିଜୁଳି ଆଲୁଅ

କନକ ବ୍ୟୁରୋ: ଶିମିିଳିପାଳ ଅଭୟାରଣ୍ୟ ଭିତରେ ରହୁଥିବା ବାସିନ୍ଦାଙ୍କ ପାଇଁ ଖୁସି ଖବର । ଦେଶ ସ୍ୱାଧୀନ ହେବାର ଦୀର୍ଘ ୭୫ ବର୍ଷ ପରେ ଲୋକଙ୍କ ପାଖରେ ପହଞ୍ଚିଛି ବିଜୁଳି ଆଲୋକ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ଆନୁଷ୍ଠାନିକ ଭାବେ ଏହାର ଲୋକାର୍ପଣ କରିଛନ୍ତି । ଅଭୟାରଣ୍ୟର ଅସ୍ତକୁମର, ଗୁଡ଼ଗୁଡ଼ିଆ, ବରେଇପାଣି ଗ୍ରାମ ପଞ୍ଚାୟତର ୪୨ଟି ଗାଁରେ ବିଜୁଳି ଆଲୋକ ପହଞ୍ଚିଛି । ଯେଉଁଥିରେ ଉପକୃତ ହେବେ ୫ହଜାର ୯ଶହ ପରିବାର ।

ସୋଲାର ମାଇକ୍ରୋ ଗ୍ରୀଡ ସ୍ଥାପନ କରାଯାଇ ସେଥିରୁ ପ୍ରତ୍ୟେକ ଘରକୁ ଖୁଣ୍ଟ ସାହାଯ୍ୟରେ ବିଜୁଳି ଯୋଗାଇ ଦିଆଯାଉଛି । ଅନ୍ୟପଟେ ଯେଉଁ ଘର ଜନବସତି ଠାରୁ ଦୂରରେ ରହିଛି ସେ ଘରକୁ ବ୍ୟକ୍ତିଗତ ଭାବେ ସୋଲାର ପ୍ୟାନେଲ ସଂଯୋଗ ଦ୍ୱାରା ବିଜୁଳି ଯୋଗାଇ ଦିଆଯାଉଛି ।

ତେବେ ସୋଲାର ମାଇକ୍ରୋ ଗ୍ରୀଡ଼ ବ୍ୟବସ୍ଥା ରାଜ୍ୟରେ ପ୍ରଥମ କରି ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ଭାବେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ମୋଟ ୧୮ଟି ମାଇକ୍ରୋ ଗ୍ରୀଡ଼ରେ ଖର୍ଚ୍ଚ ହୋଇଛି ୩୦ କୋଟି ଟଙ୍କା । ବିଶେଷକରି ପାହାଡ଼ ପର୍ବତ ଓ ଅପହଞ୍ଚ ଅଞ୍ଚଳରେ ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ଏଭଳି ବ୍ୟବସ୍ଥା କରିଛନ୍ତି । ଅନ୍ୟପଟେ ଅଧିକାଂଶ ହିତାଧିକାରୀଙ୍କ ପାଖରେ ସମ୍ପୂର୍ଣ୍ଣ ପ୍ରକଳ୍ପର ଲାଭ ପହଞ୍ଚିପାରିନାହିଁ । ତେଣୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତି ପରିବାରକୁ ବିନା ମୂଲ୍ୟରେ ୮୦ ୱାଟ୍ ବିଜୁଳି ଯୋଗାଇଦେବାରୁ ବ୍ୟବସ୍ଥା କରିଛନ୍ତି ସରକାର । ଅନ୍ଧାରି ମୁଲକରୁ ଆଲୋକ ଦେଖିବା ପରେ ଲୋକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

The post ସାକାର ହେଲା ଶିମିଳିପାଳ ଅଭୟାରଣ୍ୟ ଭିତରେ ରହୁଥିବା ଅଧିବାସୀଙ୍କ ସ୍ୱପ୍ନ । ଦୀର୍ଘ ଦିନ ପରେ ଲୋକଙ୍କ ଘରେ ଜଳିଲା ବିଜୁଳି ଆଲୁଅ first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଡିପ୍ ଫେକର ଶିକାର ହେଲେ ଆମେରିକାର ପ୍ରସିଦ୍ଧ ଗାୟିକା ଟେଲର ସ୍ୱିଫ୍ଟ , ଆଇନ ତିଆରି ପାଇଁ ଉଠିଲା ଦାବି

କନକ ବ୍ୟୁରୋ : ଏବେର ସମୟରେ ସବୁଠାରୁ ବଡ ବିପଦ ହେଇଛି ଆର୍ଟିଫିିଆଲ୍ ଇଣ୍ଟେଲିଜେନ୍ସର ଡିପ୍ ଫେକ୍ ଭିଡିଓ ଏବଂ ଫଟୋ । ଆମେରିକାର ପ୍ରସିଦ୍ଧ ଗାୟିକା ଟେଲର ସ୍ୱିଫ୍ଟ ଏହି ଡିପ୍ ଫେକର ଶିକାର ହୋଇଛନ୍ତି । ତାଙ୍କର ଏକ ଡିପ୍ ଫେକ୍ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଜରସରରେ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ସ୍ୱିଫ୍ଟଙ୍କ ଏହି ନକଲି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା. ତାହା ଆମେରିକାର ନେତାମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବର୍ତ୍ତମାନ ଏହାକୁ ନିଷିଦ୍ଧ କରିବା ପାଇଁ ଆଇନପ୍ରଣୟନ କରିବାକୁ ଏବଂ ଯେଉଁ ଲୋକ ଏହା କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ନିବେଦନ କରିଛନ୍ତି ।

ଆମେରିକା ଗଣମାଧ୍ୟମର ସୂଚନା ଅନୁସାରେ, ଗାୟିକା ଟେଲୀ ସ୍ୱିଫ୍ଟଙ୍କ ଫଟୋ ଟ୍ୱିଟର ଓ ଟେଲିଗ୍ରାମ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା । ଆମେରିକାର ଜଣେ ଆଇନଜୀବୀ ସ୍ୱିଫ୍ଟଙ୍କ ନକଲି ଚିତ୍ରକୁ ଭୟଭୀତ ବୋଲି ବର୍ଣ୍ଣନା କରିଛନ୍ତି । ଏହି ପୋଷ୍ଟ ବାବଦରେ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ମଧ୍ୟ ପୋଷ୍ଟ କରିଛି ଯେ,ଏହି ଚିତ୍ରର ସନ୍ଧାନ କରି ତାହାକୁ ସୋସିଆଲ ମିଡିଆ ଆକାଉଣ୍ଡରୁ ଡିଲିଟ୍ କରୁଛି । ଏବଂ ଏହି ଫଟୋକୁ ସେୟାର କରୁଥିବା ଆକାଉଣ୍ଟ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛୁ ।

ଟ୍ୱିଟର ନିଜର ଏକ ପୋଷ୍ଟ ମାଧ୍ୟମରେ କହିଛି ଯେ, ଏହି ଘଟଣାର ତୀକ୍ଷ୍ଣ ନଜର ରଖାଯାଉଛି ଓ ଏହା ନିଶ୍ଚିତ କରାଯାଉଛି କି ଅନ୍ୟ କୌଣସି ଉଲଘଂନ ଉପରେ ଯଥେଷ୍ଟ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ସେହି ବିଷୟ ବସ୍ତୁକୁ ସୋସିଆଲ ମିଡିଆ ଆକାଉଣ୍ଟରୁ କାଟି ଦିଆଯିବ । ସ୍ୱିଫ୍ଟଙ୍କ ଏହି ନକଲି ଚିତ୍ର କୁ ୪୭ ମିଲିୟନ ଲୋକ ଦେଖିଛନ୍ତି ଏବଂ କିଛି ଏହାକୁ ସେୟାର ମଧ୍ୟ କରିଛନ୍ତି ।

ଡିପଫେକ ମଧ୍ୟମରେ କୌଣସି ବି ଲୋକର ଚେହେରାକୁ ବ୍ୟବହାର କରି ନକଲି ଭିଡିଓ ଏବଂ ଫଟୋ ତିଆରି କରିହେବ । ଏଥିରେ କୃତ୍ରିମ ମେଧା ବିଶେଷ ଭାବରେ ବ୍ୟବହାର ହୁଏ । ୨୦୨୩ ମସିହାରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି କାରଣରୁ ୨୦୧୯ ରୁ ଡିପ୍ ଫେକ୍ ମାମଲା ୫୫୦ ପ୍ରତିଶତକୁ ବୃଦ୍ଧି ପାଇଛି    । ବର୍ତ୍ତମାନ ସମୟରେ ଏଆଇ କୁ ନେଇ ଆମେରୀକାରେ କୌଣସି ଆଇନ ତିଆରି ହୋଇନାହିଁ ।

The post ପୁଣି ଡିପ୍ ଫେକର ଶିକାର ହେଲେ ଆମେରିକାର ପ୍ରସିଦ୍ଧ ଗାୟିକା ଟେଲର ସ୍ୱିଫ୍ଟ , ଆଇନ ତିଆରି ପାଇଁ ଉଠିଲା ଦାବି first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ଲୋକସଭା ନିର୍ବାଚନ ଲଢିବେ ତ ବୈଜୟନ୍ତ? ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ବଢିଲା ଚର୍ଚ୍ଚା…

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିଛି । ଉତ୍ତର ପ୍ରଦେଶ ଭଳି ବଡ଼ ରାଜ୍ୟର ନିର୍ବାଚନ ଦାୟିତ୍ୱ ନେବା ବୈଜୟନ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ହେଲେ ଏବେ ପ୍ରଶ୍ନ ଉଠୁଛି, ଉତ୍ତରପ୍ରଦେଶ ନିର୍ବାଚନୀ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ବୈଜୟନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ କି ନାହିଁ?

ଯଦି ପୂର୍ବ ଇତିହାସ ଉପରେ ନଜର ପକାଇବା, ତା ହେଲେ ୨୦୧୪ ଲୋକସଭା ନିର୍ବାଚନ ପାଇଁ ଅମିତ୍ ଶାହଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ମିଳିଥିଲା । କିନ୍ତୁ ସେହି ବର୍ଷ ନିର୍ବାଚନ ଲଢ଼ିନଥିଲେ ଅମିତ୍ ଶାହ । ୨୦୧୯ରେ ୟୁପି ଦାୟିତ୍ୱରେ ଥିବା ଜେପି ନଡ୍ଡା ମଧ୍ୟ ନିର୍ବାଚନ ଲଢ଼ିନଥିଲେ । ଆଉ ବଡ଼ କଥା ହେଉଛି ଉଭୟ ଅମିତ୍ ଶାହ ଓ ନଡ୍ଡା ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିବା ସହ ୟୁପିରେ ବିଜେପିକୁ ବଡ଼ ବିଜୟ ଦେଇଥିଲେ । ଯଦି ଏହି ସମୀକରଣକୁ ଦେଖିବେ, ତାହେଲେ ବୈଜୟନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠୁଛି ।

ସେପଟେ ୨୩ ରାଜ୍ୟର ଲୋକସଭା ନିର୍ବାଚନ ପାଇଁ ବିଜେପି ନିର୍ବାଚନ ପ୍ରଭାରୀଙ୍କ ନାଁ ଘୋଷଣା ହୋଇଛି । ଓଡ଼ିଶା ପାଇଁ ୨ ଜଣଙ୍କ ନାଁ ଘୋଷଣା କରିଛି ଦଳ । ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସେହିପରି ସୁଶ୍ରୀ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି । ଉତ୍ତରପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି ବିଜୟପାଲ ସିଂହ ତୋମାର । ବିଜେପି ଜାତୀୟ କୃଷକ ମୋର୍ଚ୍ଚାର ସଭାପତି ମଧ୍ୟ ଥିଲେ । ଲତା ଉସେଣ୍ଡି ଛତିଶଗଡ଼ର ବିଧାୟିକା । ବିଜେପି ଜାତୀୟ ଉପସଭାପତି ମଧ୍ୟ ଅଛନ୍ତି । ପୂର୍ବରୁ ସେ ଛତିଶଗଡ଼ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ ।

The post ୨୦୨୪ ଲୋକସଭା ନିର୍ବାଚନ ଲଢିବେ ତ ବୈଜୟନ୍ତ? ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ବଢିଲା ଚର୍ଚ୍ଚା… first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started