ଆଇସିଜେର ଗଣହତ୍ୟା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ନେତାନ୍ୟାହୁ । କହିଲେ ଇସ୍ରାଏଲ ଗଣ ହତ୍ୟା କରୁନାହିଁ ବରଂ ଆତ୍ମରକ୍ଷା କରିବାକୁ ଚେଷ୍ଟା କରୁଛି

କନକ ବ୍ୟୁରୋ : ହମାସ ଚରମପନ୍ଥୀ ସଂଗଠନକୁ ପାଲଟା ଜବାବ ଦେବାକୁ ଯାଇ ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି । ୪ ମାସ ହେଲାଣି ଏହି ଯୁଦ୍ଧ ବିରାମ ନେବାର ନାମ ହିଁ ନେଉ ନାହିଁ । ଗାଜା ଷ୍ଟ୍ରିପରୁ ହମାସର ଆକ୍ରମଣ ପରେ ଇସ୍ରାଏଲ ହମାସ ସଂଗଠନକୁ ଆମୂଳ ଶେଷ ନ କଲା ଯାଏଁ ଯୁଦ୍ଧ ସାରିବ ନାହିଁ ବୋଲି ଜଣାଇ ଦେଇଛି । ହେଲେ ଏହି ଯୁଦ୍ଧର ବିଭିଷିକାରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ବ୍ୟାପକ କ୍ଷତି ତଥା ଧନ ଜୀବନ ହାନି ହେବା ସହ କୌଣସି ସମାଧାନର ସୂତ୍ର ମଧ୍ୟ ମିଳୁ ନାହିଁ ।

ଏହା ମଧ୍ୟରେ ନେଦରଲ୍ୟାଣ୍ଡ ହେଗସ୍ ସ୍ଥିତ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ୍ ସାଉଥ ଆଫ୍ରିକାର ଅଭିଯୋଗକୁ ଗ୍ରହଣ କରିବା ସହ ଇସ୍ରାଏଲର ଏହି କାର୍ଯ୍ୟକଳାପକୁ ଗଣହତ୍ୟା ବୋଲି ଘୋଷଣା କରିଛି ଓ ଯଥା ଶୀଘ୍ର ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏମିତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଅର୍ଡର ସାମ୍ନାକୁ ଆସିବା ପରେ ଏହାକୁ ଗଣ ହତ୍ୟା ବୋଲି ବିବେଚନା କରିବା କରିବା ସମ୍ପୁର୍ଣ୍ଣ ଭୁଲ ଓ ଅପମାନ ଜନକ ବୋଲି ପ୍ରତିକ୍ରିୟା ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି କୌଣସି ସାଧାରଣ ଲୋକ ଏହାକୁ ସହଜରେ ଗ୍ରହଣ କରିବ ନାହିଁ । ଏହି ଯୁଦ୍ଧକୁ ଗଣହତ୍ୟାର ନାମ ଦେବା ଭୁଲ । ନିଜ ଦେଶର ସୁରକ୍ଷା ପାଇଁ ସେ ହମାସର ଆତଙ୍କବାଦକୁ ମୂଳପୋଛ କରିବାକୁ ଚାହୁଁଛନ୍ତି । ଏଥି ପାଇଁ ଇସ୍ରାଏଲ କେବେ ପଛଘୁଂଚା ଦେବ ନାହିଁ । ଏହି ଯୁଦ୍ଧ କେବଳ ହମାସର ଆତଙ୍କବାଦ ବିରୋଧୀ କିନ୍ତୁ ପାଲେଷ୍ଟାଇନ ଅଧିବାସୀଙ୍କ ବିରୋଧୀ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ହମାସ ଚରମପନ୍ଥୀମାନେ ସାଧାରଣ ଲୋକଙ୍କୁ ଯୁଦ୍ଧରେ ଢାଲ କରୁଛନ୍ତି । କିନ୍ତୁ ଆମେ ଯେତେ ସମ୍ଭବ ପାଲେଷ୍ଟାଇନ ଅଧୀବାସୀଙ୍କୁ ମାନବିକତା ଦୃଷ୍ଟିରୁ ସହାୟତା ଯୋଗାଉଛୁ ଏବଂ ପାରୁ ପର୍ଯ୍ୟନ୍ତ ଯୋଗାଇ ଚାଲିବୁ ବୋଲି ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ।

ଇସ୍ରାଏଲ ଅନ୍ତର୍ଜାତୀୟ ସୁରକ୍ଷାକୁ ସମ୍ମାନ ଦେବ, କିନ୍ତୁ ଏହା ସହ ନିଜ ଦେଶର ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ସେ ବଦ୍ଧପରିକର । ଏଣୁ ନିିଜ ଲୋକଙ୍କ ସୁରକ୍ଷା କରିବା ନେତନ୍ୟାହୁଙ୍କ ପାଇଁ ମଧ୍ୟ ଜରୁରୀ । ଅନ୍ୟ ଦେଶ ଭଳି ଇସ୍ରାଏଲର ମଧ୍ୟ ନିଜ ଦେଶକୁ ସୁରକ୍ଷା ଦେବାର ସମ୍ପୁର୍ଣ୍ଣ ଅଧିକାର ରହିଛି ।

ଆଇସିଜେର ଅର୍ଡର ସପକ୍ଷରେ ୧୫ଟି ଭୋଟ ମିଳିଥିବା ବେଳେ ମାସକ ମଧ୍ୟରେ ଏ ନେଇ ଏକ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

The post ଆଇସିଜେର ଗଣହତ୍ୟା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ନେତାନ୍ୟାହୁ । କହିଲେ ଇସ୍ରାଏଲ ଗଣ ହତ୍ୟା କରୁନାହିଁ ବରଂ ଆତ୍ମରକ୍ଷା କରିବାକୁ ଚେଷ୍ଟା କରୁଛି first appeared on Kanak News.

from Kanak News
via <a href="https://ifttt.com/?

ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ୧୦୨ ବର୍ଷରେ ଦେହାନ୍ତ

କନକ ବ୍ୟୁରୋ : ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କର ୧୦୨ ବର୍ଷ ବୟସରେ ଦେହାନ୍ତ ହୋଇଛି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଚି । ସେ ମେଡିସିନ ବିଭାଗର ଆଇସିୟୁରେ ୩ ଦିନ ଧରି ଚିକିତ୍ସିତ ହେଉଥିଲେ ।

ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାହୁ ଅଲ ଓଡିଶା ଫ୍ରୀଡମ ଫାଇଟର ସଂଘର ସଭାପତି ଥିଲେ । ସ୍ୱାଧୀନତା ସଂଗ୍ରାମ ବେଳେ ସେ ୩ ବର୍ଷ ଜେଲରେ ରହିଥିଲେ । ଏହାସହ ସେ ଦୁଇଥର ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଛନ୍ତି ।

ବ୍ରେନଷ୍ଟୋକ ହେବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ ।

The post ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ୧୦୨ ବର୍ଷରେ ଦେହାନ୍ତ first appeared on Kanak News.

from Kanak News
via <a href="https://ifttt.com/?

ଆମେରିକାରେ ପ୍ରଥମଥର ପାଇଁ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ : ଦୁନିଆରେ କେଉଁ ଦେଶରେ କିଭଳି ଦିଆଯାଏ ମୃତ୍ୟୁଦଣ୍ଡ ?

ଆମେରିକାରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୫୮ ବର୍ଷୀୟ କେନେଥ ୟୁଗେନ ସ୍ମିଥଙ୍କୁ ଆଲବାମା ଜେଲରେ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଛି । ପ୍ରଥମ ଥର ପାଇଁ ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ଏଭଳି ପଦ୍ଧତିରେ ମୃତ୍ଯୁଦଣ୍ଡ ଦିଆଯାଇଛି । ଏହି କାରଣରୁ ମୃତ୍ୟୁ ଦଣ୍ଡକୁ ନେଇ ବିତର୍କ ପୁଣି ଥରେ ତୀବ୍ର ହୋଇଛି । ଏହା ବ୍ୟତୀତ ଏହାର ପଦ୍ଧତି ଉପରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି ।

ସଜା-ଏ-ମୌତ ବା ମୃତ୍ୟୁଦଣ୍ଡ ଶତାବ୍ଦୀ ଶତାବ୍ଦୀ ଧରି ଦିଆଯାଉଛି । ଏହି ବିଷୟରେ ଅନେକ ଥର ବିତର୍କ ଚାଲିଛି ଏବଂ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ କି ନୁହେଁ ତାହା ଏକ ବିବାଦର ବିଷୟ ହେଇ ରହିଆସିଛି । ଯଦି ଏହାକୁ ଦିଆଯିବା ଉଚିତ୍, ତେବେ ଏହାର ପଦ୍ଧତି କ’ଣ ହେବା ଉଚିତ୍ । ଏସବୁ ବିତର୍କ ମଧ୍ୟରେ ଆମେରିକାରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କୁ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଛି । ଏହି କାରଣରୁ ମୃତ୍ୟୁ ଦଣ୍ଡକୁ ନେଇ ବିତର୍କ ପୁଣି ଥରେ ତୀବ୍ର ହୋଇଛି । ଏହା ବ୍ୟତୀତ ଏହାର ପଦ୍ଧତି ଉପରେ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି ।

ଆସନ୍ତୁ ଜାଣିବା ଗ୍ୟାସ୍ ଦ୍ଵାରା  ମୃତ୍ୟୁଦଣ୍ଡ ପାଇଁ ଆମେରିକା ପ୍ରଥମ ଥର ପାଇଁ କେଉଁ ପଦ୍ଧତି ଗ୍ରହଣ କଲା ଏବଂ ବିଶ୍ବର କେଉଁ ଦେଶରେ କେଉଁ ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଏ ।

ଫେସମାସ୍କ ପିନ୍ଧାଇ ନାଇଟ୍ରୋଜେନ ଛଡାଗଲା

ଆମେରିକାରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୫୮ ବର୍ଷୀୟ କେନେଥ ୟୁଗେନ ସ୍ମିଥଙ୍କୁ ଆଲବାମା ଜେଲରେ ମୃତ୍ଯୁଦଣ୍ଡ ଦିଆଯାଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, କେନେଥ ଇଉଜିନ୍ ସ୍ମିଥଙ୍କୁ ପ୍ରଥମେ ଏକ ଫେସମାସ୍କ ପିନ୍ଧିଇ ଦିଆଯାଇଥିଲା । ତା’ପରେ ମାସ୍କ ମଧ୍ୟରେ ନାଇଟ୍ରୋଜେନ୍ ଗ୍ୟାସ୍ ଛଡା ଯାଇଥିଲା । ଏହି କାରଣରୁ, ସ୍ମିଥଙ୍କ ଶରୀରରେ ଧୀରେ ଧୀରେ ଅମ୍ଳଜାନ ଅଭାବ ହୋଇ ସେ ନିସ୍ତେଜ ହୋଇ ମୃତ୍ୟୁ ବରଣ କରିଥିଲେ । ପ୍ରଥମ ଥର ପାଇଁ ଆମେରିକାରେ ଏହି ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଏହାପୂର୍ବରୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଅପରାଧୀଙ୍କୁ ବିଷ ଇଞ୍ଜେକ୍ସନ ଦିଆଯାଉଥିଲା । ୧୯୮୨ ମସିହାରେ ଏହି ବିଷ ଇଞ୍ଜେକ୍ସନ  ପଦ୍ଧତି ଆରମ୍ଭ କରାଯାଇଥିଲା । ସେବେଠାରୁ ଏହି ପଦ୍ଧତି ବ୍ୟବହୃତ ହେଇ ଆସୁଛି । ଉଲ୍ଲେଖଥାଉ କି ଆମେରିକାରେ ଏହା ବ୍ୟତୀତ ବିଦ୍ୟୁତ୍ ଚେୟାର ଦ୍ଵାରା ତଥା ଗୁଳିକରି ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି ।

୭୩ ଟି ଦେଶରେ ଲୋକଙ୍କୁ ଗୁଳି କରି ମୃତ୍ଯୁଦଣ୍ଡ  

କେବଳ ଆମେରିକାରେ ନୁହେଁ, ସାରା ବିଶ୍ୱର ଅନେକ ଦେଶରେ ମୃତ୍ୟୁଦଣ୍ଡ ପାଇଁ ବ୍ୟବସ୍ଥା ରହିଛି । ଏହାକୁ କାର୍ଯ୍ୟକାରୀ କରିବାର ଭିନ୍ନ ଭିନ୍ନ ଉପାୟ ଅଛି ।  ଅନେକ ଦେଶ କେବଳ ଗୋଟିଏ ପଦ୍ଧତି ବ୍ୟବହାର କରୁଥିବାବେଳେ ଅନେକ ଦେଶରେ ଏକରୁ ଅଧିକ ପଦ୍ଧତି ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥାଏ । ଦୁନିଆରେ ୫୮ ଟି ଦେଶ ଏମିତି ଅଛି ଯେଉଁଠାରେ ଆଜି ମଧ୍ୟ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ଫାଶୀ ଦିଆଯାଇଥାଏ ।  ତଥାପି ବହୁଳ ଭାବରେ ବ୍ୟବହୃତ ପଦ୍ଧତି ହେଉଛି ଗୁଳି କରି ହତ୍ୟା ।

ପୃଥିବୀର ୭୩ ଟି ଦେଶରେ ଗୁଳି ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଏ

ଏହି ୭୩ ଟି ଦେଶ ମଧ୍ୟରୁ ୪୫  ଦେଶ ଏମିତି ଅଛି ଯେଉଁଠାରେ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ କେବଳ ଗୁଳି ଚାଳନା କରାଯାଇଥାଏ । ଏଠାରେ ଫାୟାରିଂ ସ୍କାଡ୍ ଏହି ଦଣ୍ଡକୁ କାର୍ଯ୍ୟକାରୀ କରିଥାଏ ।

ଭାରତ ସମେତ ୩୩ ଟି ଦେଶରେ ଫାଶୀ ଦିଆଯାଏ

ବିଶ୍ବର ୩୩ ଟି ଦେଶରେ ଫାଶୀ ଦ୍ଵାରା ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ତା ରହିଛି । ଭାରତ ଏଥି ମଧ୍ୟରୁ ଗୋଟିଏ । ଏଗୁଡ଼ିକ ହେଉଛି ସେହି ଦେଶ ଯେଉଁଠାରେ କେବଳ ଫାଶୀ ମୃତ୍ୟୁଦଣ୍ଡ ପାଇଁ ବ୍ୟବହୃତ ହୁଏ । ସମଗ୍ର ବିଶ୍ୱରେ ଛ’ ଟି ଦେଶ ଅଛି ଯେଉଁଠାରେ ପଥର ମାରି ମୃତ୍ୟୁଦଣ୍ଡ ଦିଆଯାଏ, ପାଞ୍ଚଟି ଦେଶରେ ଏହି ଦଣ୍ଡ ବିଷାକ୍ତ ଇଞ୍ଜେକ୍ସନ୍ ଦ୍ୱାରା ଦିଆଯାଏ । ତିନୋଟି ଦେଶ ଅଛି ଯେଉଁଠାରେ ମୃତ୍ୟୁଦଣ୍ଡ ଦେବା ପାଇଁ ମୁଣ୍ଡ କାଟି ଦିଆଯାଇଥାଏ ।  ମୃତ୍ୟୁଦଣ୍ଡ ଦେବାରେ ବିଶ୍ବର ୫୮  ଟି ଦେଶ ଆଗରେ ଥିବାବେଳେ ୯୭ ଟି ଦେଶ  ଯେଉଁଠାରେ ଏହି ଦଣ୍ଡର ବ୍ୟବସ୍ଥା ରଦ୍ଦ କରାଯାଇଛି । ଆହୁରି ଅନେକ ଦେଶ ଅଛି ଯେଉଁଠାରେ କେବଳ ଯୁଦ୍ଧ ସମୟରେ ମୃତ୍ୟୁଦଣ୍ଡ ଦିଆଯାଏ ।

 

The post ଆମେରିକାରେ ପ୍ରଥମଥର ପାଇଁ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ : ଦୁନିଆରେ କେଉଁ ଦେଶରେ କିଭଳି ଦିଆଯାଏ ମୃତ୍ୟୁଦଣ୍ଡ ? first appeared on Kanak News.

from Kanak News
via <a href="https://ifttt.com/?

କୋଟି କୋଟି ଟଙ୍କା କ୍ଷତି ହେଲା ପରେ ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ଭାରତ କଥା ମନେ ପଡିଲା କି ?

ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ଏବେ ଏକ ଖରାପ ସମୟ ଦେଇ ଗତି କରୁଛି ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷାଦୀପ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ବିବାଦ ବର୍ତ୍ତମାନ ହ୍ରାସ ପାଇବାରେ ଲାଗିଛି କି ? ଗଣତନ୍ତ୍ର ଦିବସ ଅବସରରେ ମାଲଦ୍ୱୀପରୁ କିଛି ଟ୍ୱିଟ୍ ଆସିଛି, ଏହାଦ୍ବାରା ମାଲଦ୍ୱୀପର କଣ କହିବାକୁ ଚାହୁଁଛି ?

ଏହା ମାତ୍ର କିଛି ଦିନ ପୁରୁଣା କଥା । ସମସ୍ତଙ୍କର ମନେ ଥିବ ।  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷାଦୀପକୁ ଯାଇଥିଲେ ଏବଂ ସେଠାକାର କିଛି ଫଟୋ ସୋସିଆଲ ମେଡ଼ିଆରେ ସେୟାର କରିଥିଲେ ଏବଂ ଲୋକମାନଙ୍କୁ ଲକ୍ଷାଦୀପକୁ ଏକ ଭଲ ସମୁଦ୍ରକୁଳ ବୁଲିବା ସ୍ଥାନ ବୋଲି କହିଥିଲେ ତଥା ସେଠାକୁ ପରିଦର୍ଶନ କରିବାକୁ  କହିଥିଲେ । ଏହାକୁ ନେଇ ମାଲଦ୍ୱୀପର କିଛି ମନ୍ତ୍ରୀ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅତ୍ୟନ୍ତ ଖରାପ ମନ୍ତବ୍ୟ ଦେଇଥିଲେ । ତାପରେ ଆରମ୍ଭ ହେଇଯାଇଥିଲା ବିବାଦ । ଏହା ପରେ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ତୁରନ୍ତ ଚୀନ୍ ଗସ୍ତରେ ଯାଇଥିଲେ । ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । କୁହାଯାଇଥିଲା ଯେ ଏହା ମାଲଦ୍ୱୀପ ଦ୍ଵାରା ଭାରତ ବିରୋଧୀ ଏକ ଚାଲ ।  ଏଭଳି ପରିସ୍ଥିତିରେ ୨୬ ନୁଆରୀରେ ରାଷ୍ଟ୍ରପତି ମୋଇଜୁଙ୍କ ଟ୍ୱିଟର ହ୍ୟାଣ୍ଡେଲ ଉପରେ ଲୋକଙ୍କ ଆଖି ଥିଲା ।

ଏବେ ଏହି ଟୁଇଟ୍ ସବୁ ସେଠାରୁ ଆସିଛି ।

https://platform.twitter.com/widgets.js

https://platform.twitter.com/widgets.js

ମାଲଦ୍ୱୀପର ରାଷ୍ଟ୍ରପତି ଭାରତକୁ ୭୫ ତମ ଗଣତନ୍ତ୍ର ଦିବସରେ ଅଭିନନ୍ଦନ ଜଣାଇଛନ୍ତି । ଏହା ମଧ୍ୟ କହିଛି ଯେ ଶତାବ୍ଦୀ ପୁରୁଣା  ବନ୍ଧୁତା ଏବଂ ପାରସ୍ପରିକ ସମ୍ମାନର ଗଭୀର ଭାବନା ମାଧ୍ୟମରେ ଭାରତ-ମାଲଦ୍ୱୀପ ସମ୍ପର୍କ ଅଗ୍ରଗତି କରିଛି ।

ନଭେମ୍ବର ଠାରୁ ଏହିପରି ସମ୍ପର୍କ ବିଗିଡି ଯାଇଛି !

ଗତ ବର୍ଷ ନଭେମ୍ବର ମାସରେ ମହମ୍ମଦ ମୁଇଜୁ ମାଲଦ୍ୱୀପର ରାଷ୍ଟ୍ରପତି ହେବା ପରଠାରୁ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ କୂଟନୈତିକ ତିକ୍ତତା ଆରମ୍ଭ ହେଇଯାଇଛି । ମହମ୍ମଦ ମୁଇଜୁ ଜଣେ ଚୀନ ସମସ୍ଥକ ବୋଲି ସମସ୍ତେ ଜାଣନ୍ତି । ଏଭଳି ପରିସ୍ଥିତିରେ ଭାରତର ଗଣତନ୍ତ୍ର ଦିବସରେ ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଯେଉଁଥିରେ ସେ ମାଲଦ୍ୱୀପର ଲୋକ ତଥା ସରକାରଙ୍କ ତରଫରୁ ଭାରତର ଲୋକ ତଥା ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ମୁସା ଜାମିର ଏବଂ ଦୁଇ ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି । ଏସବୁ ମଧ୍ୟରେ ମଧ୍ୟ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ମାଲଦ୍ୱୀପ ଭାରତ ସରକାରଙ୍କୁ ଏକ ଅଲ୍ଟିମାଟମ୍ ଦେଇଛି ।

ଅତିକମରେ ୪୦୦ କୋଟି ଟଙ୍କା କ୍ଷତି

ନିକଟରେ ମାଲଦ୍ୱୀପ ସରକାର ମଧ୍ୟ  ଚାଇନାର ଏକ ଜାହାଜକୁ ମାଲଦ୍ୱୀପର ରାଜଧାନୀ ମେଲ ବନ୍ଦର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ମଧ୍ୟ ଭାରତ ପାଇଁ ଆଦୌ ଭଲ ବୋଲି ବିବେଚନା କରାଯାଉନାହିଁ ।  ଭାରତ ସନ୍ଦେହ କରୁଛି ଯେ ଚୀନ୍ ସେହି ଅନୁସନ୍ଧାନ ଜାହାଜକୁ ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର କରିବ । ଭାରତର ଆପତ୍ତି ଏବଂ ଚିନ୍ତା ସତ୍ତ୍ୱେ ମାଲଦ୍ୱୀପଙ୍କ ପଦକ୍ଷେପ ଚିନ୍ତାଜନକ ଥିଲା । କିନ୍ତୁ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା  ପରେ ମାଲଦ୍ୱୀପର ସ୍ୱର ଟିକେ ନରମ ହେଇଗଲା କି ? ଏହା ସମୟ କହିବ। କାରଣ ଏହା ମଧ୍ୟ ଏକ ବାସ୍ତବତା ଯେ ଭାରତ ସହିତ ସମ୍ପର୍କ ଖରାପ କରି ମାଲଦ୍ୱୀପକୁ କ୍ଷତି ସହିବାକୁ ପଡୁଛି । ଖର୍ଚ୍ଚ କରିବାକୁ ପଡୁଛି । ଏକ  ରିପୋର୍ଟ ଅନୁଯାୟୀ ଏବେ ମାଲଦ୍ୱୀପ ୪୦୦ କୋଟିରୁ ଅଧିକ କ୍ଷତି ସହିଛି ।

 

The post କୋଟି କୋଟି ଟଙ୍କା କ୍ଷତି ହେଲା ପରେ ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ଭାରତ କଥା ମନେ ପଡିଲା କି ? first appeared on Kanak News.

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀ ପଦରୁ ଆଜି ଦେଇପାରନ୍ତି ଇସ୍ତଫା, କାଲି ନେଇପାରନ୍ତି ଶପଥ । ନୀତିଶଙ୍କ ପାଇଁ ବିହାର ରାଜନୀତିକୁ ନେଇ ଦେଶରେ ଚର୍ଚ୍ଚା ।

କନକ ବ୍ୟୁରୋ : ବିହାରରେ ରାଜନୈତିକ ହଟଚମଟ ଜାରି । ମହାମେଣ୍ଟ ଛାଡି ପୁଣିଥରେ ଏନଡିଏ ମୁହାଁ ଜେଡିୟୁ, ବିଜେପି ସହ ମିଶି କ୍ଷମତାରେ ବସିପାରନ୍ତି ନୀତୀଶ । ଏପରିକି ଆଜି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଆସନ୍ତାକାଲି ବିଜେପି ସହ ମିଣି ନୂଆ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଏନଡିଏ ମେଣ୍ଟକୁ ଜେଡିୟୁ ଫେରିବା ଏକ ପ୍ରକାର ନିଷ୍ପତି ହୋଇସାରିଛି, କେବଳ ଔପଚାରିକ ଘୋଷଣା ବାକି ରହିଛି । ଏହାରି ମଧ୍ୟରେ ଜେଡିୟୁ ପକ୍ଷରୁ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି ।

ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି ଜଣାଇପାରନ୍ତି ନୀତିଶ । କଂଗ୍ରେସର କିଛି ବିଧାୟକ ମଧ୍ୟ ନୀତିଶଙ୍କ ସହ ଏନଡିଏ ମେଣ୍ଟରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ସେପଟେ ବିଜେପି, ଆରଜେଡି ଏବଂ ପକ୍ଷରୁ ଆଜି ବିଧାୟକ ଦଳ ବୈଠକ ଡକାଯାଇଛି । ବିଜେପି ସହ ମିଶି ଜେଡିୟୁ ନୂଆ ସରକାର ଗଠନ କରିବାକୁ ଯାଉଥିବା ବେଳେ ଆରଜେଡି ମଧ୍ୟ କଂଗ୍ରେସ ସହ ମିଶି ସରକାର ଗଢିବା ଯୋଜନାରେ ରହିଛି । ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୪୩ । ସରକାର ଗଢିବାକୁ ମ୍ୟାଜିକ ନମ୍ବର ୧୨୨ । ମୋଟ୍ ୭୯ ଆସନ ସହ ଲାଲୁ ଯାଦବଙ୍କ ଆରଜେଡି ସବୁଠାରୁ ବଡଦଳ ଏବଂ ୭୮ ଆସନ ସହ ଦ୍ୱିତୀୟରେ ରହିଛି ବିଜେପି । ଦୁଇଦଳ ମ୍ୟାଜିକ ନମ୍ବର ଛୁଇଁ ପାରିନଥିବାରୁ ମାତ୍ର ୪୫ ଆସନ ଜିତିଥିବା ନୀତୀଶ କୁମାରଙ୍କ ଜେଡିୟୁ ଉପରେ ନିର୍ଭରଶୀଳ । କଂଗ୍ରେସର ୧୯ ଓ ବାମଦଳର ୧୬ ବିଧାୟକ ଅଛନ୍ତି । ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ମୋଟ୍ ବିଧାୟକ ସଂଖ୍ୟା ୧୧୪ । ଏନଡିଏ ମେଂଟ ସହ ଥିବା ହମ ପାର୍ଟିପାଖରେ ରହିଛି ୪ଟି ଆସନ । ତେଣୁ ନୀତୀଶଙ୍କ ସମର୍ଥନ ଯୁଆଡେ ଯିବ ସେ ସରକାରରେ ବସିବ । ଅନ୍ୟପଟେ ଏନଡିଏରେ ଫାଟ ସୃଷ୍ଟି କରିବାକୁ ହମ୍ ପାର୍ଟି ମୁଖ୍ୟ ଜୀତନରାମ ମାଂଝୀଙ୍କ ସହ କଂଗ୍ରେସ ପକ୍ଷରୁ ଆଲୋଚନା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି ।

The post ମୁଖ୍ୟମନ୍ତ୍ରୀ ପଦରୁ ଆଜି ଦେଇପାରନ୍ତି ଇସ୍ତଫା, କାଲି ନେଇପାରନ୍ତି ଶପଥ । ନୀତିଶଙ୍କ ପାଇଁ ବିହାର ରାଜନୀତିକୁ ନେଇ ଦେଶରେ ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଗାଡି ଦୁର୍ଘଟଣାଗସ୍ତ, ବାଇକ ଆରୋହୀ ମୃତ ।

କନକ ବ୍ୟୁରୋ : ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଅପରାହ୍ନ ୨ଟା ସମୟରେ ଭୁବନେଶ୍ୱରରୁ ରାଉରକେଲାକୁ ଯିବା ସମୟରେ ଏହି ଦୁର୍ଘଟଣା ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟ ରେକୁଳା ଗାଁ ନିକଟରେ ସାଂସଦଙ୍କ ଗାଡି ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । ସେଠାରେ ବାଇକ ଆରୋହୀଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସାଂସଦ ଜୁଏଲ ଓରାମଙ୍କ ଗାଡିର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବାଇକ ମଧ୍ୟ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପଟେ ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସାଂସଦ ଜୁଏଲ ଓରାମ । ତାଙ୍କ ଗାଡି ଆଗକୁ ହଠାତ୍ ବାଇକ ଆସିଯିବାରୁ ଦୁର୍ଘଟଣା ଘଟିଥିବା ଜୁଏଲ ଓରାମ କହିଛନ୍ତି । କାମାକ୍ଷାନଗର ଥାନାରେ ଜୁଏଲ ଉପସ୍ଥିତ ରହିଛନ୍ତି ।

The post ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଗାଡି ଦୁର୍ଘଟଣାଗସ୍ତ, ବାଇକ ଆରୋହୀ ମୃତ । first appeared on Kanak News.

from Kanak News
via <a href="https://ifttt.com/?

ନୀତିଶ କୁମାରଙ୍କୁ ବଡ ଝଟକା ଦେବାକୁ ପ୍ରସ୍ତୁତ ହେଉଛି ଆରଜେଡି । ଜାଣନ୍ତୁ ମିଶନ-୧୬ ଉପରେ କେମିତି କାମ କରୁଛନ୍ତି ତେଜସ୍ୱୀ

କନକ ବ୍ୟୁରୋ : ବିହାରରେ ଜେଡିୟୁ ଓ ବିଜେପି ପୁଣିଥରେ ମିଳିତ ସରକାର ଗଠନ କରିପାରନ୍ତି । ଏହାରି ମଧ୍ୟରେ ଆରଜେଡି ତରଫରୁ ନୀତିଶ କୁମାରଙ୍କୁ ଏକ ବଡ ଝଟକା ଦେବାକୁ ଯୋଜନା କରୁଛି । ଆରଜେଡି ଭଲଭାବେ ବୁଝି ସାରିଛି ଯେ ସଂଖ୍ୟା ଗଣିତରେ ନୀତିଶଙ୍କୁ ଟକ୍କର ଦେବା ସମ୍ଭବ ନୁହେଁ । ତେଣୁ ସରକାର ଗଠନ କରିବା ଉପରେ ରୋକ୍ ଲଗାଇବାକୁ ଆରଜେଡି ଏକ ସ୍ୱତନ୍ତ୍ର ଯୋଜନା କରିଛି ।

ଆରଜେଡିରୁ ଯୋଜନା ରହିଛି କି ଫେବୃଆରୀ ୫ ରୁ ବିହାର ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ଅଧିବେଶନ ଆରମ୍ଭରେ ନୀତିଶ କୁମାର ବିଶ୍ୱାସ ପ୍ରସ୍ତାବ ଆଣିବେ । ଠିକ୍ ଏହି ସମୟରେ ଆରଜେଡି ତରଫରୁ ଜେଡିୟୁର କିଛି ବିଧାୟକଙ୍କୁ ବିଧାନସଭାରେ ଅନୁପସ୍ଥିତ କରାଇବାକୁ ଯୋଜନା ଚାଲିଛି । ତାହା ନହେଲେ ଅତି କମରେ ୧୬ ଜଣ ଜେଡିୟୁ ବିଧାୟକ କିଭଳି ଇସ୍ତଫା ଦେବେ ତାହା ଉପରେ ଆରଜେଡି କାମ କରୁଛି । ଯଦି ୧୬ ଜଣ ଜେଡିୟୁ ବିଧାୟକ ଇସ୍ତଫା ଦେଉଛନ୍ତି ତେବେ ବିହାର ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୨୨୭କୁ ଆସିଯିବ ଓ ନୀତିଶଙ୍କ ସରକାର ଭାଙ୍ଗିଯିବ ।

୧୬ ଜଣ ବିଧାୟକଙ୍କ ଇସ୍ତଫା ପରେ ବିହାର ବିଧାନସଭାର ବିଧାୟକଙ୍କ ସଂଖ୍ୟା ୨୨୭ କୁ ଆସିଯିବ ଓ ବହୁମତ ପାଇଁ ୧୧୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡିବ । ୧୧୪ ବିଧାୟକଙ୍କ ସମର୍ଥନ ଆରଜେଡି ପାଖରେ ଥିବାରୁ ଆରଜେଡି ମେଣ୍ଟ ସରକାର ଗଠନ କରିପାରିବ ।

ଏଠି ପ୍ରଶ୍ନ ଉଠୁଛି ନୀତିଶ କୁମାର ସରକାର ଗଠନ କରିବାକୁ ଯାଉଥିବା ବେଳେ ତାଙ୍କ ଦଳର ୧୬ ଜଣ ବିଧାୟକ କାହିଁକି ଇସ୍ତଫା ଦେବେ । ଏହାର ଉତ୍ତର ହେଉଛି ଆଗାମୀ ୧ ବର୍ଷ ମଧ୍ୟରେ ବିହାରରେ ୪ଟି ନିର୍ବାଚନ ହେବାକୁ ଯାଉଛି । ଲୋକସଭା, ରାଜ୍ୟସଭା, ଏମଏଲସି ଓ ୨୦୨୬କୁ ବିଧାନସଭା ନିର୍ବାଚନ । ତେଣୁ ଜେଡିୟୁର ୧୬ ଜଣ ବିଧାୟକଙ୍କୁ ପ୍ରଲୋଭନ ଦେଖାଇ ଆରଜେଡି ଗେମ୍ ଖେଳିପାରେ ।

The post ନୀତିଶ କୁମାରଙ୍କୁ ବଡ ଝଟକା ଦେବାକୁ ପ୍ରସ୍ତୁତ ହେଉଛି ଆରଜେଡି । ଜାଣନ୍ତୁ ମିଶନ-୧୬ ଉପରେ କେମିତି କାମ କରୁଛନ୍ତି ତେଜସ୍ୱୀ first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲାର ବଡ ସାଇବର ଠକେଇର ପର୍ଦ୍ଦାଫାସ । କ୍ରିପ୍ଟୋ କରେନ୍ସି ନାଁରେ ଚଳାଇଥିଲେ ଅନଲାଇନ ଫ୍ରଡ୍ । ୫ ଜଣଙ୍କୁ ବାନ୍ଧିଲା ପୁଲିସ ।

କନକ ବ୍ୟୁରୋ: ବଡ଼ ସାଇବର କ୍ରାଇମର ପର୍ଦ୍ଦାଫାସ କଲା ରାଉରକେଲା ପୋଲିସ । କ୍ରିପ୍ଟୋ କରେନ୍ସି ନାଁରେ ଅନଲାଇନରେ ଚାଲିଥିଲା ଠକେଇ । କମ୍ବୋଡ଼ିଆରୁ ହେଉଥିଲା ଅପରେଟ୍ । ସୋସିଆଲ ମିଡିଆ ସାଇଡରେ ବିଭିନ୍ନ ପ୍ରଲୋଭନ ଦେଖାଇ ଠକୁଥିଲେ ଅଭିଯୁକ୍ତ । ଘଟଣାରେ ୫ ଜଣଙ୍କୁ ଗିରଫ କରିବା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି ।

ଗିରଫ ଅଭିଯୁକ୍ତଙ୍କମାନେ ଛତିଶଗଡ଼ ଓ ଦୁର୍ଗ ଅଞ୍ଚଳର । ଏମାନଙ୍କଠାରୁ କୋଟିଏ ଟଙ୍କା ଜବତ ହୋଇଛି । ୨୦୦ରୁ ଅଧିକ ବିଭିନ୍ନ କମ୍ପାନୀର ସିମ୍ ରଖି କାରବାର ଚଳାଇଥିଲେ । ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଶାଖାରେ ମାମଲା ରୁଜୁ ହୋଇଛି ।

The post ରାଉରକେଲାର ବଡ ସାଇବର ଠକେଇର ପର୍ଦ୍ଦାଫାସ । କ୍ରିପ୍ଟୋ କରେନ୍ସି ନାଁରେ ଚଳାଇଥିଲେ ଅନଲାଇନ ଫ୍ରଡ୍ । ୫ ଜଣଙ୍କୁ ବାନ୍ଧିଲା ପୁଲିସ । first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତା ୨୯ ତାରିଖ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ଆନ୍ଦୋଳନ । ଭୁବନେଶ୍ୱର ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ । ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

କନକ ବ୍ୟୁରୋ: ଆସନ୍ତା ୨୯ ତାରିଖ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ସମାବେଶ । ଭୁବନେଶ୍ୱର ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ । ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆସନ୍ତା ୨୯ ରେ ଖଡଗେ ଓଡ଼ିଶା ଆସିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି ।

ଖଡଗେ ଓଡ଼ିଶାରେ ପହଞ୍ଚିିବା ପରେ ଲୋୟର ପିଏମଜିରେ ହେବାକୁ ଥିବା ଦଳର ଓଡ଼ିଶା ବଂଚାଅ ସମାବେସରେ ଯୋଗଦେବେ । ସମାବେଶରେ ଉଦବୋଧନ ଦେଇ ୨୦୨୪ ନିର୍ବାଚନର ବିଗୁଲ ବଜାଇବେ । ପରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଏବଂ କଂଗ୍ରେସ ମେଣ୍ଟରେ ଥିବା ଦଳଗୁଡିକ ସହ ଆଲୋଚନା କରିବେ । ସଭାପତି ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ ।

The post ଆସନ୍ତା ୨୯ ତାରିଖ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ଆନ୍ଦୋଳନ । ଭୁବନେଶ୍ୱର ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ । ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । first appeared on Kanak News.

from Kanak News
via <a href="https://ifttt.com/?

ଉତ୍ତର ପ୍ରଦେଶରେ ଅଖିଳେଶଙ୍କ ବଡ ଘୋଷଣା । କହିଲେ, କଂଗ୍ରେସକୁ ଦିଆଯିବ ୧୧ ଲୋକସଭା ଆସନ, ହେଲେ କଂଗ୍ରେସ…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ପଞ୍ଜାବରେ ଇଣ୍ଡିଆ ମେଣ୍ଟର ମୁଖ୍ୟ ଦଳ କଂଗ୍ରେସକୁ ଝଟକା ମିଳିବା ପରେ ଏବେ ଉତ୍ତର ପ୍ରଦେଶରୁ ଶୁଭ ଖବର ଆସିଛି । ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇଛି । ଏନେଇ ଅଖିଳେଶ ଯାଦବ କହିଛନ୍ତି କି, ଉତ୍ତର ପ୍ରଦେଶରେ ରାଷ୍ଟ୍ରୀୟ ଲୋକଦଳ ୭ଟି ଆସନରେ ଲଢିବ ଓ ସମାଜବାଦୀ ପାର୍ଟି କଂଗ୍ରେସ ପାଇଁ ୧୧ ଟି ଆସନ ଛାଡିବ । ଏନେଇ କଂଗ୍ରେସ ସହ କଥା ହୋଇଥିବା କଥା ମଧ୍ୟ ଅଖିଳେଶ ଘୋଷଣା କରିଛନ୍ତି ।

ଅଖିଳେଶ ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି କି, କଂଗ୍ରେସ ସହ ୧୧ ଟି ମଜବୁତ ଆସନରେ ଆମର ସୌହାର୍ଦ୍ଦପୂର୍ଣ୍ଣ ମେଣ୍ଟ ହେବାକୁ ଯାଉଛି । ଇଣ୍ଡିଆ ମେଣ୍ଟ ଓ ପିଡିଏ ମେଣ୍ଟ ର ରଣନୀତି ଇତିହାସ ବଦଳାଇଦେବ ବୋଲି ସେ କହିଛନ୍ତି । କିଛିଦିନ ତଳେ ସୂତ୍ର ସୂଚନା ମୁତାବକ ଉତ୍ତର ପ୍ରଦେଶର ୮୦ ଆସନ ମଧ୍ୟରୁ କଂଗ୍ରେସ ୨୩ ଟି ଆସନରେ ନିର୍ବାଚନ ଲଢିବ ।

ସେପଟେ କଂଗ୍ରେସକୁ ୧୧ ଟି ଆସନ ଦେବାକୁ ଅଖିଳେଶ ଯାଦବ ଘୋଷଣା କରିବା ପରେ ରାଜ୍ୟର କଂଗ୍ରେସ ନେତୃତ୍ୱ ଅସନ୍ତୋଷ୍ଟ ପ୍ରକାଶ କରିଛନ୍ତି । ଏହା ଅଖିଳେଶଙ୍କର ଏକତରଫା ନିଷ୍ପତ୍ତି ବୋଲି ରାଜ୍ୟ କଂଗ୍ରେସର ଶୀର୍ଷ ନେତୃ୍ତ୍ୱ ମାନେ ଅଭିଯୋଗ କରିଛନ୍ତ ିା

ସୂଚନା ଥାଉ କି, ୨୦୧୯ ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଔପଚାରିକ ମେଣ୍ଟ ହୋଇ ନଥିଲା । ହେଲେ ସମାଜବାଦୀ ପାର୍ଟି ରାଏବରେଲୀ ଓ ଆମେଠୀ ଲୋକସଭା ଆସନରେ ପ୍ରାର୍ଥୀ ଦେଇ ନଥିଲା । ଏହି ୨ ଟି ଲୋକସଭା ଆସନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ନିର୍ବାଚନ ଲଢିଥିଲେ । କଂଗ୍ରେସ ମୋଟ ୮୦ ଆସନରୁ ୬୭ ଆସନରେ ପ୍ରାର୍ଥୀ ଦେଇଥିଲା । ପାର୍ଟିକୁ ମୋଟ ୬.୪ ପ୍ରତିଶତ ଭୋଟ ମିଳିଥିଲା ଓ କେବଳ ଗୋଟିଏ ଆସନରେ ବିଜୟୀ ହୋଇଥିଲା ।

The post ଉତ୍ତର ପ୍ରଦେଶରେ ଅଖିଳେଶଙ୍କ ବଡ ଘୋଷଣା । କହିଲେ, କଂଗ୍ରେସକୁ ଦିଆଯିବ ୧୧ ଲୋକସଭା ଆସନ, ହେଲେ କଂଗ୍ରେସ… first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started