୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଓବିସି ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଓବିସିଙ୍କୁ ଅବହେଳା ଓ ସଂରକ୍ଷଣ ଦାବିକୁ ପୁଣି ଜୋରଦାର କରିବାକୁ ଯୋଜନା ।

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଓବିସି ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର ମଂଚେଶ୍ୱରରେ ସମସ୍ତ ପଦାଧିକାରି ଓ ଜିଲ୍ଲା ସଭାପତିଙ୍କୁ ନେଇ ଆଲୋଚନା ଚାଲିଛି । ବିଜେପି ଓ ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ବୈଠକରେ ଉପସ୍ଥିତ ଅଛନ୍ତି । ରାଜ୍ୟରେ ଓବିସିଙ୍କୁ ଅବହେଳା ଓ ସଂରକ୍ଷଣ ଦାବିକୁ ପୁଣି ଜୋରଦାର କରିବାକୁ ଯୋଜନା କରିଛି ଦଳ ।

The post ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଓବିସି ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଓବିସିଙ୍କୁ ଅବହେଳା ଓ ସଂରକ୍ଷଣ ଦାବିକୁ ପୁଣି ଜୋରଦାର କରିବାକୁ ଯୋଜନା । first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନରେ ଗତ ୨୦ ଦିନ ମଧ୍ୟରେ ୨୨୦ ପିଲାଙ୍କର ମୃତ୍ୟୁ :   କାରଣ କଣ ?

ଆଜିକାଲି ପାକିସ୍ତାନର ପଞ୍ଜାବ ପ୍ରଦେଶ ଶିଶୁ ମୃତ୍ଯୁ ନେଇ ବହୁତ ଚିନ୍ତିତ । ଗତ ୨୦ ଦିନ ମଧ୍ୟରେ ଏଠାରେ ପ୍ରାୟ ୨୨୦ ଜଣ  ପିଲା ପ୍ରାଣ ହରାଇଛନ୍ତି । ଏହା ହେଉଛି ସରକାରୀ ତଥ୍ୟ । ପ୍ରକୃତ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ । ମୃତ୍ୟୁବରଣ କରିଥିବା ପିଲାମାନେ ନିମୋନିଆରେ ପୀଡିତ ଥିଲେ । ଗତ ବର୍ଷ ଏହି ପ୍ରଦେଶରେ ନିମୋନିଆ ହେତୁ ପ୍ରାୟ ୧୦୦୦ ପିଲା ପ୍ରାଣ ହରାଇଥିଲେ ।

ଗତ କିଛିଦିନ ଧରି ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ଆସୁଥିବା ଏକ ଖବର ଅତ୍ୟନ୍ତ ଚିନ୍ତାଜନକ। ଗତ ତିନି ସପ୍ତାହ ମଧ୍ୟରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ୨୦୦ ରୁ ଅଧିକ ଶିଶୁଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ ପାକିସ୍ତାନରେ ଅତ୍ୟଧିକ ଥଣ୍ଡା ଥିବାରୁ ନିମୋନିଆ କାରଣରୁ ଏହି ମୃତ୍ୟୁ ଘଟୁଛି । ୨୦୦ ରୁ ଅଧିକ ଶିଶୁଙ୍କର ଏହି ମୃତ୍ୟୁ ଖବର କୌଣସି ଗଣମାଧ୍ୟମ କିମ୍ବା ବିରୋଧୀ ଦଳ ଦାବି କରିନାହାନ୍ତି । ଖୋଦ  ପାକିସ୍ତାନର କେୟାରଟେକର ସରକାର ଏହି ଖବରର ସତ୍ୟାସତ ପୃଷ୍ଟି କରିଛନ୍ତି ଯେ ଗତ ୨୦ ଦିନ ମଧ୍ୟରେ ଏତେ ସଂଖ୍ୟକ ଶିଶୁ ପ୍ରାଣ ହରାଇଛନ୍ତି । ପାକିସ୍ତାନର କେୟାରଟେକର ସରକାର କହିଛନ୍ତି ଯେ ପଞ୍ଜାବ ପ୍ରଦେଶର ପୁଷ୍ଟିହୀନତା ଅଧିକାଂଶ ଶିଶୁଙ୍କର ମୃତ୍ୟୁର କାରଣ ଥିଲା ।  ଆହୁରି ମଧ୍ୟ, ମୃତ୍ୟୁବରଣ କରିଥିବା ଅନେକ ପିଲାଙ୍କୁ ନିମୋନିଆ ଟିକା ମଧ୍ୟ ମିଳି ନଥିଲା ।ଏହି ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବହୁତ ଦୁର୍ବଳ ବୋଲି କୁହାଯାଏ । ପଞ୍ଜାବ ସରକାର ଏହା ମଧ୍ୟ କହିଛନ୍ତି ଯେ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ କୁ ସକାଳବେଳା ଖୋଲିବା  ଉଚିତ ନୁହେଁ । ଏହାର କାରଣ ଥଣ୍ଡା ବୋଲି କୁହାଯାଇଛି।

ରାଜଧାନୀରେ ୪୭ ଜଣଙ୍କ ମୃତ୍ୟୁ ଚିନ୍ତାଜନକ

ଚଳିତ ବର୍ଷ ଜାନୁଆରୀ ୧ ଆରମ୍ଭରୁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରାୟ ୧୦ ହଜାର ୫୦୦ ନିମୋନିଆ ମାମଲା ପଞ୍ଜିକୃତ ହୋଇଛି । ନିମୋନିଆ କାରଣରୁ ଏହି ମାସରେ ମୃତ୍ୟୁବରଣ କରିଥିବା ୨୨୦ ପିଲାଙ୍କ ମଧ୍ୟରୁ କେବଳ ଲାହୋରରେ ୪୭ ଜଣଙ୍କର  ମୃତ୍ୟୁ ଘଟିଛି । ଲାହୋର ହେଉଛି ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜଧାନୀ ।

ଗତ ବର୍ଷ ୯୯୦ ଜଣଙ୍କର ମୃତ୍ୟୁ ହୋଇଥିଲା

ଏଭଳି ପରିସ୍ଥିତିରେ ରାଜଧାନୀରେ ପିଲାମାନଙ୍କର ଜୀବନ ହାନି କେୟାରଟେକର ସରକାରଙ୍କ ସମସ୍ୟା ବଢାଇ ଦେଇପାରେ । ପାକିସ୍ତାନ ସରକାର ଲୋକଙ୍କୁ/ ପିଲାମାନଙ୍କୁ ମାସ୍କ ପିନ୍ଧିବା ଏବଂ ନିୟମିତ ଭାବେ ହାତ ଧୋଇବା ପାଇଁ କହିଛନ୍ତି । ଆହୁରି ମଧ୍ୟ ଥଣ୍ଡା ହେତୁ ଗରମ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଗତ ବର୍ଷ ପଞ୍ଜାବ ପ୍ରଦେଶରେ ନିମୋନିଆ ହେତୁ ୯୯୦ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପାକିସ୍ତାନ ସରକାର ଲୋକଙ୍କୁ ଯଥାଶୀଘ୍ର ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଏଭଳି ସମସ୍ୟାର ମୁକାବିଲା କରିବାକୁ ଚେଷ୍ଟା କରୁଛନ୍ତି ।

 

The post ପାକିସ୍ତାନରେ ଗତ ୨୦ ଦିନ ମଧ୍ୟରେ ୨୨୦ ପିଲାଙ୍କର ମୃତ୍ୟୁ :   କାରଣ କଣ ? first appeared on Kanak News.

from Kanak News
via <a href="https://ifttt.com/?

ବାମ ଛାତ୍ର ସଂଗଠନର ବିରୋଧ ପରେ ରାସ୍ତା ମଝିରେ ଚୌକି ପକାଇ ବସିଲେ କେରଳ ରାଜ୍ୟପାଳ । କହିଲେ, ମୋତେ ଅମିତ୍ ଶାହାଙ୍କ ସହ କଥା କରାଇଦିଅ

କନକ ବ୍ୟୁରୋ : କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ହଠାତ ଗାଡିରୁ ଉହ୍ଲାଇଲେ ଓ ରାସ୍ତା ମଝିରେ ଚୌକି ପକାଇ ବସିଲେ । କହିଲେ ମୋତେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା କରାଇଦିଅ । ଏହା ଦେଖି ଦେଖଣାହାରୀ ଚକିତ ହୋଇଗଲେ । ଏହାର କାରଣ ଯାହା ଜଣାପଡିଛି ରାଜ୍ୟପାଳ ଆରିଫ୍ ମହମ୍ମଦ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କେରଳର ବାମଦଳ ସମର୍ଥିତ ଛାତ୍ର ସଂଗଠନ ଏସଏଫଆଇ ବା ଷ୍ଟୁଡେଣ୍ଟ ଫେଡରେସନ ଅଫ୍ ଇଣ୍ଡିଆ ଆରିଫ୍ ମହମ୍ମଦ ଯାଉଥିବା ରାସ୍ତାରେ ତାଙ୍କୁ କଳାପତାକା ଦେଖାଇ ବିରୋଧ କରିଥିଲେ । ଏହାସହ ଆରିଫ୍ ଅହମ୍ମଦ ଗୋ ବ୍ୟାକ ନାରା ମଧ୍ୟ ଲଗାଇଥିଲେ ।

କେବଳ ସେତିକି ନୁହେଁ ଆରିଫ୍ ମହମ୍ମଦ ପୋଲିସ ଊପରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ପୋଲିସ ଏସଏଫଆଇ କାର୍ଯ୍ୟକର୍ତ୍ତାଙ୍କୁ ରୋକିବାରେ ବିଫଳ ହୋଇଛି । ଏଥିରେ ବ୍ୟତିବ୍ୟସ୍ତ ହୋଇ ଆରିଫ ମହମ୍ମଦ ତାଙ୍କ ନିକଟରେ ଥିବା ଜଣେ ସହଯୋଗୀଙ୍କୁ କହିଥିଲେ କି, ମୋତେ ଅମିତ ଶାହାଙ୍କ ସହ କଥା କରାଇଦିଅ ଯଦି ସମ୍ଭବ ନ ହେଉଛି ତେବେ ପ୍ରଧାନମନ୍ତ୍ରୀଙ୍କ ସହ କଥା କରାଇଦିଅ ।

ଜଣେ ଆଇପିଏସ ଅଫିସର ରାଜ୍ୟପାଳଙ୍କୁ କହିଥିଲେ କି, ଏଠାରୁ ଚାଲିଯିବା ଉଚିତ । ଏହାର ଜବାବରେ ରାଜ୍ୟପାଳ କହିଛନ୍ତି କି, ମୁଁ ଏଠାରୁ ଯିବି ନାହିଁ, ଏଠାରେ ପୋଲିସ ଏସଏଫଆଇ କାର୍ଯ୍ୟକର୍ତ୍ତାଙ୍କୁ ସମର୍ଥନ ଦେଉଛନ୍ତି । ସେପଟେ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କ ମଧ୍ୟରୁ ୧୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।

The post ବାମ ଛାତ୍ର ସଂଗଠନର ବିରୋଧ ପରେ ରାସ୍ତା ମଝିରେ ଚୌକି ପକାଇ ବସିଲେ କେରଳ ରାଜ୍ୟପାଳ । କହିଲେ, ମୋତେ ଅମିତ୍ ଶାହାଙ୍କ ସହ କଥା କରାଇଦିଅ first appeared on Kanak News.

from Kanak News
via <a href="https://ifttt.com/?

ବିଜୟପାଲ ହେଲେ ଓଡ଼ିଶା ବିଜେପିର ନୂଆ ନିର୍ବାଚନ ପ୍ରଭାରୀ । ବୈଜୟନ୍ତଙ୍କୁ ମିଳିଲା ଉତ୍ତରପ୍ରଦେଶ ଦାୟିତ୍ୱ ।

କନକ ବ୍ୟୁରୋ : ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀ ଘୋଷଣା କରିଛି । ଓଡ଼ିଶା ପାଇଁ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଲତା ଉସେଣ୍ଡିଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି । ସେହିଭଳି ୨୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ ଘୋଷଣା କରିଛି ବିଜେପି ।

ଉତ୍ତରପ୍ରଦେଶ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଏକାକୀ ପ୍ରଭାରୀ ଦାୟିତ୍ୱ ମିଳିଛି । ବିହାର ପାଇଁ ବିନୋଦ ତାୱଡେ, ପଞ୍ଜାବ ଓ ଚଣ୍ଡିଗଡ ପାଇଁ ବିଜୟ ରୂପାନୀ, ହରିୟାଣା ପାଇଁ ବିପ୍ଲବ କୁମାର ଦେବ, କେରଳ ପାଇଁ ପ୍ରକାଶ ଜାବଡେକରଙ୍କ ଭଳି ବରିଷ୍ଠ ନେତାଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି ।

The post ବିଜୟପାଲ ହେଲେ ଓଡ଼ିଶା ବିଜେପିର ନୂଆ ନିର୍ବାଚନ ପ୍ରଭାରୀ । ବୈଜୟନ୍ତଙ୍କୁ ମିଳିଲା ଉତ୍ତରପ୍ରଦେଶ ଦାୟିତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ମା’ ସମଲେଇଙ୍କୁ ଦର୍ଶନ କରିବା ପରେ କଲେ ଉଦଘାଟନ ।

କନକ ବ୍ୟୁରୋ: ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଆଜି ହୋଇଛି ଲୋକାର୍ପଣ । ପ୍ରଥମେ ମା’ ସମଲେଇଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡିଶାର ଆଧ୍ୟାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର, ମା’ ସମଲେଶ୍ୱର ପୀଠରେ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପର ଲୋକାର୍ପଣ କରିବାକୁ ନେଇ ପୁରା ପରିବେଶ ଉତ୍ସବମୁଖର ହୋଇଉଠିଛି ।

ମା’ ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆଜି ସକାଳୁ ଆରମ୍ଭ ହୋଇଥିଲା ହୋମଯଜ୍ଞ । ପୁରୋହିତଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ସମ୍ବଲପୁର ସହର । ଲୋକାର୍ପଣ ପରେ ଅପରାହ୍ଣ ୫ଟାରୁ ଭକ୍ତମାନେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ । ସମଲେଶ୍ୱରୀ ପ୍ରକଳ୍ପର ଲୋକାର୍ପଣ ପାଇଁ ଆଜି ରାଜ୍ୟର ସବୁ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଛି । ସେହିପରି ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

The post ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ମା’ ସମଲେଇଙ୍କୁ ଦର୍ଶନ କରିବା ପରେ କଲେ ଉଦଘାଟନ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଇସ୍ତଫା ଦେବେ ନୀତିଶ କୁମାର ! ବିଜେପି ସହ ମିଶି ପୁରୁଣା ଫର୍ମୁଲାରେ ଗଢିବେ ନୂଆ ସରକାର ।

କନକ ବ୍ୟୁରୋ: ବିହାରରେ ପୁଣିଥରେ ହେବାକୁ ଯାଉଛି ସତ୍ତା ପରିବର୍ତ୍ତନ । ମହାମେଣ୍ଟ ସହ ସମ୍ପର୍କ ଛିନ୍ନ କରି ପୁଣିଥରେ ଏନଡିଏ ମେଣ୍ଟରେ ସାମିଲ ହେବାକୁ ଯାଉଛନ୍ତି ନୀତିଶ କୁମାର । ତେବେ ମେଣ୍ଟ ସରକାର ବଦଳୁଥିଲେ ବି, ମୁଖ୍ୟମନ୍ତ୍ରୀ କିନ୍ତୁ ସମାନ ରହିବେ ବୋଲି ଜଣାପଡିଛି । ମହାମେଣ୍ଟ ସରକାର ଭଳି ଏନଡିଏ ଏବଂ ଜେଡିୟୁ ସରକାରରେ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସ୍ପଷ୍ଟ ହେଇଯାଇଛି । ଆଉ ପୁଣିଥରେ ପୁରୁଣା ଫର୍ମୁଲା ସହ ବିହାରରେ ଏନଡିଏ ସରକାର ଗଢାହେବ ବୋଲି ସୂଚନା ମିଳୁଛି ।

ପୁରୁଣା ଫର୍ମୁଲା ମୁତାବକ, ନୀତିଶ କୁମାର ଏନଡିଏ ଏବଂ ଜେଡିୟୁର ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ରହିବେ । ହେଲେ ବିଜେପିର ଦୁଇ ନେତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବ । ସେହିପରି ବିଧାନସଭା ବାଚସ୍ପତି ପଦ ମଧ୍ୟ ବିଜେପି ନିଜ ପାଖରେ ରଖିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି କିମ୍ବା କାଲି ସୁଦ୍ଧା ନୀତିଶ ନିଜର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇପାରନ୍ତି । ଆଉ ଖୁବଶୀଘ୍ର ନୂଆ ସରକାର ପାଇଁ ଦାବି ମଧ୍ୟ ଉପସ୍ଥାପନ କରିପାରନ୍ତି । ଏହାପୂର୍ବରୁ ଆଜି ଦ୍ୱିପହରରେ ଆରଜେଡି ବିଧାୟକ ଦଳ ଏବଂ ୪ଟାବେଳେ ବିଜେପି ନିଜ ବୈଠକ ଡାକିଛି । ଏହାବାଦ୍ ରବିବାର ସକାଳ ୧୦ଟାରେ ମଧ୍ୟ ଜେଡିୟୁର ବୈଠକ ବସିବାକୁ ଅଛି । ତେଣୁ ଏହାରି ଭିତରେ ବିହାର ରାଜନୀତି କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।

https://platform.twitter.com/widgets.js

କୁହାଯାଉଛି ନୀତିଶ କୁମାର ଜେଡିୟୁ ବିଧାୟକଙ୍କ ସହ କିଛି କଂଗ୍ରେସ ବିଧାୟକଙ୍କୁ ମଧ୍ୟ ନିଜ ସପକ୍ଷରେ ଆଣିପାରନ୍ତି । ଏପରି ହେଲେ ନୀତିଶଙ୍କୁ ସରକାର ଗଢିବା ସହଜ ହେଇଯିବ । ଅନ୍ୟପଟେ ବିହାର ରାଜନୀତିର ପ୍ରଭାବ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ବିହାରରେ ରାଜନୈତିକ ହଲଚଲ ଜାରି ରହିଥିବାବେଳେ, ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚି ଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାଶୱାନ୍ । ଅନ୍ୟପଟେ ବିଜେପି ନେତା ରାଧା ମୋହନ ସିଂହ ବିହାର ରାଜ୍ୟପାଳଙ୍କୁ ମଧ୍ୟ ଭେଟିସାରିଛନ୍ତି । ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଛନ୍ତି ବିଜେପି ନେତା । ତେଣୁ ଖୁବଶୀଘ୍ର ବିହାରରେ ବିଜେପି ଓ ଜେଡିୟୁ ସରକାର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି ।

The post ଆଜି ଇସ୍ତଫା ଦେବେ ନୀତିଶ କୁମାର ! ବିଜେପି ସହ ମିଶି ପୁରୁଣା ଫର୍ମୁଲାରେ ଗଢିବେ ନୂଆ ସରକାର । first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଷଡଯନ୍ତ୍ର ରଚୁଛି ବିଜେପି, ଆପ୍ ବିଧାୟକଙ୍କୁ ଦେଉଛି ୨୫ କୋଟିର ଅଫର୍’: କେଜ୍ରିୱାଲଙ୍କ ବଡ ଦାବୀ

କନକ ବ୍ୟୁରୋ: ଦିଲ୍ଲୀରେ ଶାସକ ଦଳ ଆପ୍ ବିଜେପିକୁ ଟାର୍ଗେଟ କରିଛି । ବିଜେପି ଆପ ୍ବିଧାୟକଙ୍କୁ ହାତ କରି ଦିଲ୍ଲୀରେ ଆପ୍ ସରକାରକୁ ଭାଙ୍ଗିବାକୁ ‘ଅପରେସନ୍ ଲୋଟସ୍’ ଚଳାଇଥିବା ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଏହାକୁ ନେଇ କେଜ୍ର୍ରିିୱାଲ ସୋସିଆଲ ମିଡିଆରେ ଲମ୍ବା ଚଉଡା ପୋଷ୍ଟ କରିଛନ୍ତି । ଏଥିରେ ସେ ଦାବୀ କରିଛନ୍ତି ଯେ, ‘ଦିଲ୍ଲୀରେ ଆପ୍ ବିଧାୟକଙ୍କୁ ଦଳରୁ କାଢିନେବାକୁ ଚେଷ୍ଟା କରାଯାଉଛି । ବିଜେପି ଦିଲ୍ଲୀରେ ୭ଜଣ ଆପ୍ ବିଧାୟକଙ୍କ ସହ ସମ୍ପର୍କ କରି ସେମାନଙ୍କୁ ୨୫ କୋଟି ଲେଖାଏଁ ଅଫର କରିସାରଛି । ଆଗକୁ ଏଭଳି ଭାବେ ବିଜେପି ୨୧ ଜଣ ବିଧାୟକଙ୍କୁ ନିଜ ଆଡକୁ କରିନେବାକୁ ଚେଷ୍ଟା କରିବ । ଏଭଳି କରି ବିଜେପି ଦିଲ୍ଲୀରେ ଆପ୍ ସରକାରକୁ ଭାଙ୍ଗିଦେବ । ୨୫ କୋଟି ଦେଇ ଆପ୍ ବିଧାୟକଙ୍କୁ ବିଜେପି ଟିକେଟରେ ନିର୍ବାଚନ ଲଢାଇବାକୁ ଚେଷ୍ଟା କରୁଛି ବିଜେପି । କିନ୍ତୁ ୭ ବିଧାୟକ ବିଜେପିର ଏହି ଅଫରକୁ ପ୍ରତ୍ୟାକ୍ଷାନ କରିଛନ୍ତି’ ।

କେଜ୍ରିୱାଲ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଗତ ୯ ବର୍ଷ ହେବ ବିଜେପି ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଷଡଯନ୍ତ୍ର ଚଳାଇଛି । କିନ୍ତୁ ଏହାକୁ କୌଣସି ସଫଳତା ମିଳୁନି । ସେଥିପାଇଁ ଅବକାରୀ ମାମଲାରେ ଫସାଇ ତାଙ୍କୁ ଗିରଫ କରିବାକୁ ବିଜେପି ଚହୁଁଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି କେଜ୍ରିୱାଲ ।

The post ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଷଡଯନ୍ତ୍ର ରଚୁଛି ବିଜେପି, ଆପ୍ ବିଧାୟକଙ୍କୁ ଦେଉଛି ୨୫ କୋଟିର ଅଫର୍’: କେଜ୍ରିୱାଲଙ୍କ ବଡ ଦାବୀ first appeared on Kanak News.

from Kanak News
via <a href="https://ifttt.com/?

ମହଙ୍ଗା ପଡିଲା ପରକୀୟା ପ୍ରୀତି । ପ୍ରେମିକକୁ ଦେଖା କରିବାକୁ ଆସି ଫିସିଗଲା ପ୍ରେମିକା । ମହିଳାଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ସ୍ତ୍ରୀ ଓ ଗାଁ ଲୋକେ ।

କନକ ବ୍ୟୁରୋ: ମହଙ୍ଗା ପଡିଲା ପରକୀୟା ପ୍ରୀତି । ପ୍ରେମିକକୁ ଦେଖା କରିବାକୁ ଆସି ଫିସିଗଲା ପ୍ରେମିକା । ମହିଳାଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ଲୋକେ । ବାଲେଶ୍ୱର ସୋର ଅଞ୍ଚଳର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ସୋର କମରପୁର ଗାଁ ଜଣେ ବିବାହିତ ବ୍ୟକ୍ତିଙ୍କୁ ପ୍ରେମ କରୁଥିଲେ ମହିଳା । ଉଭୟଙ୍କ ପ୍ରେମ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା । ତେବେ ଗତକାଲି ରାତିରେ ସମ୍ପୃକ୍ତ ମହିଳାଙ୍କୁ ଦେଖା କରିବାକୁ ଯୁବକ ଜଣଙ୍କ ତାଙ୍କ ଘରକୁ ଡାକିଥିଲେ । ମହିଳା ଜଣଙ୍କ ରାତିରେ ଆସି ତାଙ୍କ ଘର ପାଖରେ ପହଞ୍ଚିିବା ପରେ ଯୁବକଙ୍କ ପତ୍ନୀ ଓ ଗାଁ ଲୋକେ ତାଙ୍କୁ ଧରି ଗଛରେ ବାନ୍ଧି ଦେଇଥିଲେ । ପରେ ସୋର ପୁଲିସକୁ ଏସମ୍ପର୍କରେ ଜଣାଇଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ମହିଳାଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ସମ୍ପୃକ୍ତ ମହିଳା ଜଣଙ୍କ ସୋର ଅଞ୍ଚର ବୋଲି ଜଣାପଡିଛି । ସେ ବିବାହ କରିଥିବା ବେଳେ ତାଙ୍କର ଛାଡପତ୍ର ହୋଇସାରିଥିବା ଜଣାପଡିଛି ।

The post ମହଙ୍ଗା ପଡିଲା ପରକୀୟା ପ୍ରୀତି । ପ୍ରେମିକକୁ ଦେଖା କରିବାକୁ ଆସି ଫିସିଗଲା ପ୍ରେମିକା । ମହିଳାଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ସ୍ତ୍ରୀ ଓ ଗାଁ ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

ଅସ୍ତରଙ୍ଗରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଲୁଟ୍ । ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୮୦ହଜାର ଟଙ୍କା ।

କନକ ବ୍ୟୁରୋ: ପୁରୀ ଅସ୍ତରଙ୍ଗ ଆଳସାହି ଗାଁରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଲୁଟ୍ । ମାରଣାସ୍ତ୍ର ଦେଖାଇ, ହାତଗୋଡ଼ ବାନ୍ଧି  ଲୁଟିନେଲେ ନଗଦ ଟଙ୍କା ସାଙ୍ଗକୁ ସୁନା ଅଳଙ୍କାର । ୫ଲକ୍ଷ ଟଙ୍କାର ସୁନା ଗହଣା ସାଙ୍ଗକୁ ନଗଦ ୮୦ହଜାର ଟଙ୍କା ଦୁବୃର୍ତ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଷ୍ଣୁଚରଣ ମଲ୍ଲିକଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

The post ଅସ୍ତରଙ୍ଗରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଲୁଟ୍ । ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୮୦ହଜାର ଟଙ୍କା । first appeared on Kanak News.

from Kanak News
via <a href="https://ifttt.com/?

ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତିଶ, କଂଗ୍ରେସର ଅନେକ ବିଧାୟକ ଦଳ ଛାଡିବା ଆଶଙ୍କା ! ବିହାର ରାଜନୀତିରେ ହୋଇପାରେ ବଡ ଧରଣର ଓଲଟପାଲଟ ।

କନକ ବ୍ୟୁରୋ : ଆଜି ବିହାର ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇପାରେ । ଆଜି ଜେଡିୟୁ-ଆରଜେଡି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ମେଣ୍ଟ ସରକାରରୁ ଇସ୍ତଫା ଦେବା ପରେ ନୀତିଶ କୁମାର ବିଜେପି ସହ ମିଶି ପୁଣିଥରେ ସରକାର ଗଢିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେବଳ ନୀତିଶ ମେଣ୍ଟ ସରକାରରୁ ଓହରିବେନି ବରଂ କଂଗ୍ରେସର କିଛି ବିଧାୟକଙ୍କୁ ମଧ୍ୟ ନିଜ ସାଥୀରେ ଆଣିବେ ବୋଲି ସୂଚନା ମିଳୁଛି । ଅନ୍ୟପଟେ କଂଗ୍ରେସ ନେତା ପ୍ରେମଚନ୍ଦ୍ର ମିଶ୍ରା କହିଛନ୍ତି, ଆମ ଦଳରେ ସେଭଳି କୌଣସି ସ୍ଥିତି ଉପୁଜିନି । ସମସ୍ତ ବିଧାୟକ ଦଳ ସହ ଅଛନ୍ତି । କିନ୍ତୁ ନୀତିଶ କୁମାର ଏମିତି କରିବେ ତାହା ବିଶ୍ୱାସ ହେଉନାହିଁ ବୋଲି ପ୍ରେମଚନ୍ଦ୍ର କହିଛନ୍ତି ।

ଏଭଳି ସ୍ଥିତି ଭିତରେ ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, ଖୁବଶୀଘ୍ର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯିବ । ଆଗକୁ ଯାହା ବି ପରିସ୍ଥିତି ଆସିବ ତାହାକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ବୋଲି ଆରଜେଡି ପକ୍ଷରୁ କୁହାଯାଇଛି । ସେହିଭଳି ଜେଡିୟୁ ସାଂସଦ ସୁନୀଲ କୁମାର ପିଣ୍ଟୁ କହିଛନ୍ତି ବିହାରର ବିକାଶ ପାଇଁ ନୀତିଶ ଓ ମୋଦୀ ଯୋଡିର ଆବଶ୍ୟକତା ରହିଛି । ଆରଜେଡି ସହ ମିଶି ସରକାର ଚଳାଇବା ବହୁତ କଷ୍ଟ । ଯେଉଁଥିପାଇଁ ବିଜେପି ସହ ଜେଡିୟୁ ସରକାର ଗଢିବାକୁ ଯାଉଛି ଏବଂ ଏହା ସ୍ଥାୟୀ ମେଣ୍ଟ ହେବ ।

The post ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତିଶ, କଂଗ୍ରେସର ଅନେକ ବିଧାୟକ ଦଳ ଛାଡିବା ଆଶଙ୍କା ! ବିହାର ରାଜନୀତିରେ ହୋଇପାରେ ବଡ ଧରଣର ଓଲଟପାଲଟ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started