ଟ୍ରକ୍ ସହ ଧକ୍କା ହୋଇ ଜଳିଗଲା କାର୍ । ଚାଲିଗଲା ୪ ଜୀବନ, ଜଣେ ଗୁରୁତର ।

କନକ ବ୍ୟୁରୋ: ପଞ୍ଜାବ ହୋସିଆରପୁରରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏଠାରେ ଏକ ଟ୍ରକ୍ ସହ ଦକ୍କା ହୋଇ ଧୁ ଧୁ ହୋଇ ଜଳିଗଲା କାର୍ । ଏଥିରେ ଥିବା ୪ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁୁରୁତର ଥିବା ଜଣାପଡିଛି ।

ସୂଚନା ମୁତାବକ, ଏଠାରେ ଏକ ଟ୍ରକ୍ ସହ କାର ଧକ୍କା ହେବା ଫଳରେ କାରରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ କାରରେ ଥିବା ଯାତ୍ରୀ ବାହାରିବାକୁ ସମୟ ପାଇନଥିଲେ । ସ୍ଥାନୀୟ ଲୋକେ ଆସି ଜଣକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲ ସ୍ଥାନାନ୍ତର କରିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

The post ଟ୍ରକ୍ ସହ ଧକ୍କା ହୋଇ ଜଳିଗଲା କାର୍ । ଚାଲିଗଲା ୪ ଜୀବନ, ଜଣେ ଗୁରୁତର । first appeared on Kanak News.

from Kanak News
via <a href="https://ifttt.com/?

ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଅନୁଭୁତ ହେବା ସମ୍ଭାବନା । ୩ଦିନ ପରେ ୨ରୁ ୩ଡିଗ୍ରୀ ବଢିବାରେ ରାତି ତାପମାତ୍ରା ।

କନକ ବ୍ୟୁରୋ: ପହିଲା ଯାଏଁ ରାଜ୍ୟରେ ଜାରି ରହିବ ଶୁଖିଲା ପାଗ । କିନ୍ତୁ ଉତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପ୍ରଭାବରେ ଉତର ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଅନୁଭୂତ ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତଲହରି ଅନୁଭୂତ ହେବା ସମ୍ଭାବନା ରହିଛି ।

ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପରବର୍ତୀ ସମୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହା ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ଦେଖାଦେଇପାରେ । ରାତ୍ରିରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ରୁ ୫୦୦ ମିଟର ମଧ୍ୟରେ ସୀମିତ ରହିବା ସମ୍ଭାବନା ରହିଛି ।

The post ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଅନୁଭୁତ ହେବା ସମ୍ଭାବନା । ୩ଦିନ ପରେ ୨ରୁ ୩ଡିଗ୍ରୀ ବଢିବାରେ ରାତି ତାପମାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ବିହାର ରାଜନୀତି ଉପରେ ସାରା ଦେଶର ନଜର ।  ଖୁବଶୀଘ୍ର ବିଜେପି ସହ ସରକାର ଗଢ଼ିପାରେ ଜେଡିୟୁ ।

କନକ ବ୍ୟୁରୋ: ସରଗରମ ବିହାର ରାଜନୀତି । ବିହାରରେ କିଛିଦିନ ହେବ ଚାଲିଥିବା ରାଜନୈତିକ ହଟଚମଟ ଏବେ ଶୀର୍ଷରେ ପହଁଚିଛି । ପୁଣିଥରେ ମହାଗଠବନ୍ଧନରୁ ଓହରି ବିଜେପି ସହ ମିଶି ବିହାରରେ ନୂଆ ସରକାର ଗଢିପାରନ୍ତି ନୀତୀଶ । ଆରଜେଡି, କଂଗ୍ରେସର ହାତଛାଡି ବିଜେପି ସହ ମିଶି କ୍ଷମତାରେ ବସିପାରନ୍ତି ନୀତୀଶ । ଏନଡିଏ ମେଂଟକୁ ଜେଡିୟୁ ଫେରିବା ଏକ ପ୍ରକାର ନିଷ୍ପତି ହୋଇସାରିଛି । କେବଳ ଔପଚାରିକ ଘୋଷଣା ବାକି ରହିଛି । ଏହାରି ଭିତରେ ବିଜେପି, ଜେଡିୟୁ ଓ ଆରଜେଡି ପକ୍ଷରୁ ଆଜି ବିଧାୟକ ମାନଙ୍କ ବୈଠକ ଡକାଯାଇଛି ।

The post ବିହାର ରାଜନୀତି ଉପରେ ସାରା ଦେଶର ନଜର ।  ଖୁବଶୀଘ୍ର ବିଜେପି ସହ ସରକାର ଗଢ଼ିପାରେ ଜେଡିୟୁ । first appeared on Kanak News.

from Kanak News
via <a href="https://ifttt.com/?

ମାଲବାହୀ ଟ୍ରେନରେ ଲାଗିଲା ନିଆଁ। ଦୁଇଟି ବଗିରେ ନିଆଁ ଲାଗିବାରୁ ସୋର ଷ୍ଟେସନରେ ଅଟକିଲା ଟ୍ରେନ ।

କନକ ବ୍ୟୁରୋ: ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ସୋର ରେଳ ଷ୍ଟେସନରେ ମାଲବାହୀ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ଟ୍ରେନ୍ଟି ଭଦ୍ରକରୁ ଖଡ଼ଗପୁର ଯାଉଥିବା ବେଳେ ନିଆଁ ଲାଗିଯାଇଥିଲା । ନିଆଁ ଲାଗୁଥିବା ଦେଖି ଷ୍ଟେସନ ମାଷ୍ଟରକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପରେ ଅଗ୍ନିଶମ ବିଭାଗର ଏକ ଟିମ୍ ଷ୍ଟେସନରେ ପହଞ୍ଚି ଚଳନ୍ତା ଟ୍ରେନରେ ନିଆଁ  ଆୟତ୍ତ କରିଥିଲା । ଆଉ ପରବର୍ତ୍ତୀ ସମୟରେ ଟ୍ରେନଟି ଷ୍ଟେସନ୍ ଛାଡ଼ି ଗନ୍ତବ୍ୟ ସ୍ଥଳକୁ ଯାଇଥିଲା ।

The post ମାଲବାହୀ ଟ୍ରେନରେ ଲାଗିଲା ନିଆଁ। ଦୁଇଟି ବଗିରେ ନିଆଁ ଲାଗିବାରୁ ସୋର ଷ୍ଟେସନରେ ଅଟକିଲା ଟ୍ରେନ । first appeared on Kanak News.

from Kanak News
via <a href="https://ifttt.com/?

ହାତୀ ନେଲା ଦୁଇ ଜୀବନ । ଘର ଅଗଣାରେ ବସିଥିବାବେଳେ ଦଳିଦେଲା ଦନ୍ତା । ଘଟଣାସ୍ଥଳରେ ୨ ସମ୍ପର୍କୀୟଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ହାତୀ ନେଲା ଦୁଇ ଜୀବନ । ହାତୀ ଦଳି ଦେବାରୁ ପିଉସି ଓ ଝିଆରୀଙ୍କ ମୃତ୍ୟୁ ହୋଇଛି । ଦେଓଗଡ ଲଇମୁରା ଥାନା ଅନ୍ତର୍ଗତ ଟିପିରସିଂହା ଗାଁ ଏଭଳି ଅଘଟଣ ଘଟିଛି । ଶୀତ ପାଇଁ ପିଉସି ଓ ଝିଆରୀ ଘର ଅଗଣାରେ ନିଆଁ ଜାଳି ବସିଥିବା ବେଳେ ହଠାତ୍ ହାତୀ ଆକ୍ରମଣ କରିଥିଲା । ସେମାନେ କୁଆଡେ ଯିବେ ଭାବିବା ପୂର୍ବରୁ ହାତୀ ସେମାନଙ୍କୁ ଦଳି ଦେଇଥିଲା । ଘଟଣା ସ୍ଥଳରେ ୫୦ ବର୍ଷିୟ ପିଉସି ସୁରୁବାଲି କିସାନ ଏବଂ ୩୬ ବର୍ଷିୟ ଝିଆରି ଖଇରି କିସାନଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ହାତୀ ଭୟରେ ଲୋକେ ଏବେ ଘରୁ ବାହାରିବାକୁ ଡରୁଛନ୍ତି ।

The post ହାତୀ ନେଲା ଦୁଇ ଜୀବନ । ଘର ଅଗଣାରେ ବସିଥିବାବେଳେ ଦଳିଦେଲା ଦନ୍ତା । ଘଟଣାସ୍ଥଳରେ ୨ ସମ୍ପର୍କୀୟଙ୍କ ମୃତ୍ୟୁ । first appeared on Kanak News.

from Kanak News
via <a href="https://ifttt.com/?

ପିକନିକ୍ ହେଲା କାଳ । ୪୦ ଫୁଟ ତଳକୁ ଖସିଲା କାର । ଗଜପତି ମହେନ୍ଦ୍ରଗିରିରେ ଦୁର୍ଘଟଣା ।

କନକ ବ୍ୟୁରୋ: ପିକନିକ୍ ହେଲା କାଳ । ୪୦ ଫୁଟ ତଳକୁ ଖସିଲା କାର । ଗଜପତି ମହେନ୍ଦ୍ରଗିରି ଶୈବ ପୀଠରେ ଦୁର୍ଘଟଣା । ଦୂର୍ଘଟଣାରେ କାରରେ ଥିବା ୪ ଜଣ ଆହତ ହୋଇଛନ୍ତି । ବ୍ରହ୍ମପୁର ସହରର ଚାରି ଜଣ ସାଙ୍ଗ ବୁଲିବାକୁ ମହେନ୍ଦ୍ରଗିରି ଶୈବ ପୀଠ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛିି । ହେଲେ ସମସ୍ତେ ସୁରକ୍ଷିତ ଅଛନ୍ତି ।

The post ପିକନିକ୍ ହେଲା କାଳ । ୪୦ ଫୁଟ ତଳକୁ ଖସିଲା କାର । ଗଜପତି ମହେନ୍ଦ୍ରଗିରିରେ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକନିକ୍ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ୩ଜଣ ସ୍କୁଲ ଛାତ୍ରୀ ମୃତ, ୧୧ଜଣ ଗୁରୁତର ।

କନକ ବ୍ୟୁରୋ: ନୟାଗଡ଼ ଦଶପଲ୍ଲାରେ ସଡ଼କ ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ପିକନିକ୍ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଏଥିରେ ୩ ଜଣ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୧ ଜଣ ଗୁରୁତର ହୋଇଛନ୍ତି । ନୟାଗଡ଼ ଦଶପଲ୍ଲାରୁ ଏକ ଘରୋଇ ଟ୍ୟୁସନର ପ୍ରାୟ ୫୦ ଜଣ ଛାତ୍ରୀ ବସରେ ପିକନିକ୍ ଯାଉଥିବା ବେଳେ ଜଙ୍ଗଲ ରାସ୍ତାରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୨ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ନୟାଗଡ଼ ଯିବା ରାସ୍ତାରେ ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଓ ହେଲପରକୁ ଅଟକ ରଖିଛି ପୋଲିସ ।

The post ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକନିକ୍ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ୩ଜଣ ସ୍କୁଲ ଛାତ୍ରୀ ମୃତ, ୧୧ଜଣ ଗୁରୁତର । first appeared on Kanak News.

from Kanak News
via <a href="https://ifttt.com/?

ହାଇଦ୍ରାବାଦ ଟେଷ୍ଟରେ ବ୍ୟାକଫୁଟରେ ଇଂଲିଶ ଟିମ୍ । ଦ୍ୱିତୀୟ ଦିନରେ ଦମ୍ ଦେଖାଇଲେ ଜାଡେଜା, ଅକ୍ଷର । ପ୍ରଥମ ଇନିଂସରେ ୧୭୫ ରନରେ ଆଗୁଆ ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ହାଇଦ୍ରାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ମଜଭୁତ ସ୍ଥିତିରେ ଟିମ୍ ଇଣ୍ଡିଆ । ଇଂଲଣ୍ଡର ୨୪୬ ରନ୍ ଜବାବରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୪୨୧ ରନ୍ କରି ଦୃଢ଼ ସ୍ଥିତିରେ ରହିଛି । ଏଥିସହ ଭାରତ ଭାରତ ପକ୍ଷରୁ ଲୋକେଶ ରାହୁଲ, ଯଶସ୍ୱୀ ଜୈସୱାଲ ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକ ମାରିଛନ୍ତି । ଦ୍ୱିତୀୟ ଦିନରେ ୧ ୱିକେଟରେ ୧୧୦ ରନର ଖେଳ ଆରମ୍ଭ କରିଥିବା ଭାରତ ଆରମ୍ଭରୁ ଜୈସୱାଲଙ୍କ ୱିକେଟ୍ ହରାଇଥିଲା । ୭୪ ବଲରେ ୮୦ ରନ୍ କରି ଆଉଟ୍ ହୋଇଥିଲେ ଏହି ଯୁବ ଓପ୍ନର । ଶୁବମନ ଗିଲ୍ ମଧ୍ୟ ନିରାଶ କରିଥିଲେ । ସେ ୨୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

ରାହୁଲ ଓ ଶ୍ରେୟସ ଆୟାରଙ୍କ ଯୋଡ଼ି ଚତୁର୍ଥ ୱିକେଟ୍ ପାଇଁ ୬୪ ରନ୍ ଯୋଡ଼ିଥିଲେ । ଆୟାର ୩୫ ରନ୍ କରି ଆଉଟ୍ ହୋଇଥିଲେ । ଶତକ ଆଡ଼କୁ ଅଗ୍ରସର ହେଉଥିବା ରାହୁଲ ୮୫ ରନ୍ କରି ନିଜ ୱିକେଟ୍ ହରାଇ ବସିଥିଲେ । ଜାଡେଜା ଓ ଶ୍ରୀକର ଭରତଙ୍କ ମଧ୍ୟରେ ୬୮ ରନ୍ର ଭାଗିଦାରୀ ଯୋଗୁଁ ଭାରତ ୧୦୦ ରନ୍ର ଅଗ୍ରଣୀ ଲାଭ କରିଥିଲା । ୪୧ ରନ୍ କରିଥିବା ବେଳେ ଭରତଙ୍କୁ ପ୍ୟାଭିଲିୟନ ପଠାଇଥିଲେ ଜୋ ରୁଟ୍ । ଅଶ୍ୱିନ୍ ମାତ୍ର ୧ ରନ୍ କରି ରନଆଉଟ୍ ହୋଇଥିଲେ । ଜାଡେଜା ଓ ଅକ୍ଷର ପଟେଲ କ୍ରିଜରେ ଜମି ରହି ଭାରତକୁ ବଡ଼ ସ୍କୋରରେ ପହଂଚାଇଛନ୍ତି । ଜାଡେଜା ୮୧ ଓ ଅକ୍ଷର ୩୫ ରନ୍ କରି ଅପରାଜିତ ରହିଛନ୍ତି ।

The post ହାଇଦ୍ରାବାଦ ଟେଷ୍ଟରେ ବ୍ୟାକଫୁଟରେ ଇଂଲିଶ ଟିମ୍ । ଦ୍ୱିତୀୟ ଦିନରେ ଦମ୍ ଦେଖାଇଲେ ଜାଡେଜା, ଅକ୍ଷର । ପ୍ରଥମ ଇନିଂସରେ ୧୭୫ ରନରେ ଆଗୁଆ ଟିମ୍ ଇଣ୍ଡିଆ । first appeared on Kanak News.

from Kanak News
via <a href="https://ifttt.com/?

ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । କହିଲେ, ମା’ଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଛି ମନ୍ଦିରର ରୂପାନ୍ତରଣ ।

କନକ ବ୍ୟୁରୋ: ଆଜି ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ । ମା’ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ । ମା’ ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରକଳ୍ପ । ମା’ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେହିପରି ମା’ଙ୍କ କୃପାରୁ ରେକର୍ଡ ସମୟ ଭିତରେ ପ୍ରକଳ୍ପ କାମ ସରିଛି । ଏହି ପ୍ରକଳ୍ପ ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୀତିକୁ ଆଗକୁ ନେବ । ଏକାସାଙ୍ଗରେ ହଜାର ହଜାର ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବେ । ସମଲେଇ ପ୍ରକଳ୍ପ ଭାଇଚାରା ଓ ମା’ଙ୍କ ଆଶୀର୍ବାଦର ପରିଚୟ । ରୂପାନ୍ତରଣ ପରେ ୩୮ ଏକର ଜାଗାରେ ଝଲସୁଛି ମା’ ସମଲେଶ୍ୱରୀଙ୍କ ମନ୍ଦିର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

The post ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । କହିଲେ, ମା’ଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଛି ମନ୍ଦିରର ରୂପାନ୍ତରଣ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରକଳ୍ପର ଲୋକାର୍ପଣ । ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ ।

କନକ ବ୍ୟୁରୋ: ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଆଜି ହେବାକୁ ଯାଉଛି । ପଶ୍ଚିମ ଓଡିଶାର ଆଧାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର, ମା’ ସମଲେଶ୍ୱର ପୀଠରେ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ସମଲେଇ ପ୍ରକଳ୍ପ ଯଜ୍ଞ ପାଇଁ ପୂଜା ବିଧି ଆରମ୍ଭ ହୋଇସାରିଛି । ।

ପୁରୋହିତଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠରେ ପ୍ରକମ୍ପିତ ହୋଇ ଉଠିଛି ସମଗ୍ର ସମ୍ବଲପୁର ସହର । ମଧ୍ୟାହ୍ନ ୧୨ଟା ବେଳେ ମନ୍ଦିର ପରିସରରେ ପହଂଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ମା’ଙ୍କ ଆର୍ଶୀବାଦ ନେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ପରେ ଅପରାହ୍ଣ ୫ଟାରୁ ଭକ୍ତମାନେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ । ସମଲେଶ୍ୱରୀ ପ୍ରକଳ୍ପର ଲୋକାର୍ପଣ ପାଇଁ ଆଜି ରାଜ୍ୟର ସବୁ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଛି । ସେହିପରି ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରକଳ୍ପର ପ୍ରତିଟି ଦୃଶ୍ୟକୁ ଟେଲିଭିଜିନ ମାଧ୍ୟମରେ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହ ସମ୍ବଲପୁରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

The post ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରକଳ୍ପର ଲୋକାର୍ପଣ । ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started