ପାରମ୍ପରିକ ରୀତିରେ ସରିଲା ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ: ଶ୍ରୀନଅରରେ ଆୟୋଜିତ ହେଲା ସ୍ୱତନ୍ତ୍ର ଉତ୍ସବ

କମକ ବ୍ୟୁରୋ: ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ । ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଂହାସନ ଆରୋହଣ କରିବା ସହ ତାଙ୍କର ଅଭିଷେକ କରାଯାଇଛି । ଏଥିପାଇଁ ଶ୍ରୀନଅରରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର ଉତ୍ସବ । ଷୋଳ ଶାସନର ବାହ୍ମଣ ପୁରୋହିତମାନେ ଗଜପତିଙ୍କୁ ଆଶୀର୍ବାଦ ଦେଇଛନ୍ତି । ଗତକାଲି ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଦେବାଭିଷେକ ନୀତି ସଂପନ୍ନ ହେବା ପରେ ପରଂପରା ଅନୁସାରେ ଆଜି ଶ୍ରୀନଅରରେ ଗଜପତିଙ୍କ ରାଜାଭିଷେକ ଅନୁଷ୍ଠିତ ହୋଇଛି । ପୌଷପୂର୍ଣ୍ଣିମା ପୁଷ୍ୟା ନକ୍ଷତ୍ରରେ ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ ପରମ୍ପରା ଏବେ ବି ଜାରି ରହିଛି । ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପାରମ୍ପରିକ ପୋଷାକ ପିନ୍ଧି ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ କରାଯାଇ ନୂଆ ପଇତା ଲାଗି କରାଯାଇଥିଲା । ଏହା ପରେ ଅଭିଷେକ ଆରମ୍ଭ କରାଯାଇଥିଲା । ଅଭିଷେକ ମହୋତ୍ସବ ପରେ ଷୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଗଜପତିଙ୍କୁ ପଇତା ଦାନ କରି ଆଶୀର୍ବାଦ ପ୍ରଦାନ କରିଥିଲେ । ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଗଜପତିଙ୍କ ଉଜ୍ୱଳ ଭବିଷ୍ୟତ ଏବଂ ମଙ୍ଗଳ କାମନା କରିଥିଲେ ।

The post ପାରମ୍ପରିକ ରୀତିରେ ସରିଲା ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ: ଶ୍ରୀନଅରରେ ଆୟୋଜିତ ହେଲା ସ୍ୱତନ୍ତ୍ର ଉତ୍ସବ first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ: ଗାଜାର ସଙ୍ଗୀନ ସ୍ଥିତି କଥା କହି ଭାବବିହ୍ୱଳ ହେଲେ ହୁ ମୁଖ୍ୟ

କନକ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ କଥା କହୁ କହୁ ଭାବବିହ୍ୱଳ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ଟେଡ୍ରୋସ ଆଧାନୋମ । ଯୁଦ୍ଧ କାରଣରୁ ଗାଜାର ଖରାପ ସ୍ଥିତିରେ ରହିଛି ଓ ଆଖି ଆଗରେ ଶହ ଶହ ନିରୀହ ଲୋକଙ୍କ ଜୀବନ ଚାଲିଯାଉଛି । ଏହି ଘଟଣା ବେଶ ସମ୍ବେଦନଶୀଳ ଓ ହୃଦୟବିଦାରକ କହି ଭାବବିହ୍ୱଳ ହୋଇପଡିଥିଲେ ହୁ ମୁଖ୍ୟ । ଏଥିସହ କହିଛନ୍ତି କୌଣସି ସମସ୍ୟାର ସମାଧାନ ଯୁଦ୍ଧ ନୁହେଁ । ଆଲୋଚନା ଜରିଆରେ ସମାଧାନ କରିବା ସମ୍ଭବ । ଏଥିସହ ଯୁଦ୍ଧ ବିରତି ପାଇଁ ଅପିଲ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୩ମାସ ହେବ ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଚାଲିଛି ଯୁଦ୍ଧ ।

The post ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ: ଗାଜାର ସଙ୍ଗୀନ ସ୍ଥିତି କଥା କହି ଭାବବିହ୍ୱଳ ହେଲେ ହୁ ମୁଖ୍ୟ first appeared on Kanak News.

from Kanak News
via <a href="https://ifttt.com/?

ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: କହିଲେ, ସମଲେଶ୍ୱରୀ ମନ୍ଦିର ହେଉଛି କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର

କନକ ବ୍ୟୁରୋ: ରାତି ପାହିଲେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପ । ମା’ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ । ମା’ ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରକଳ୍ପ । ମା’ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେହିପରି ମା’ଙ୍କ କୃପାରୁ ରେକର୍ଡ ସମୟ ଭିତରେ ପ୍ରକଳ୍ପ କାମ ସରିଛି । ଏହି ପ୍ରକଳ୍ପ ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୀତିକୁ ଆଗକୁ ନେବ । ଏକାସାଙ୍ଗରେ ହଜାର ହଜାର ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବେ । ସମଲେଇ ପ୍ରକଳ୍ପ ଭାଇଚାରା ଓ ମା’ଙ୍କ ଆଶୀର୍ବାଦର ପରିଚୟ । ରୂପାନ୍ତରଣ ପରେ ୩୮ ଏକର ଜାଗାରେ ଝଲସୁଛି ମା’ ସମଲେଶ୍ୱରୀଙ୍କ ମନ୍ଦିର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

The post ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: କହିଲେ, ସମଲେଶ୍ୱରୀ ମନ୍ଦିର ହେଉଛି କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର first appeared on Kanak News.

from Kanak News
via <a href="https://ifttt.com/?

ନୀତୀଶଙ୍କ ପାଇଁ ବିହାର ରାଜନୀତିରେ ବଡ଼ ହଲଚଲ: ୧୦ବର୍ଷରେ ୩ଥର ମେଂଟ ଭାଙ୍ଗିସାରିଛନ୍ତି ନୀତୀଶ କୁମାର

କନକ ବ୍ୟୁରୋ: ସରଗରମ ବିହାର ରାଜନୀତି । ଘଡିକେ ଛୁଟୁଛି ଘୋଡ଼ା । ସମସ୍ତଙ୍କ ନଜର ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ । ତେବେ ନିର୍ବାଚନ ଆସିଲେ ନୀତୀଶଙ୍କ ମେଂଟ ପରିବର୍ତନ ଏକ ନିୟମିତ ଅଭ୍ୟାସ କହିଲେ କିଛି ଭୁଲ ହେବନି । ପୂର୍ବରୁ ଏମିତି ଅନେକ ନଜିର ରହିଛି । ଯେଉଁଠି ସୁଶାସନ ବାବୁ ହଠାତ ବଡ ଘୋଷଣା କରିଥାନ୍ତି । ପୁଣି ଥରେ ସେମତିି କିଛି ସମ୍ଭାବନା ଦେଇ ଗତି କରୁଛି ବିହାର ରାଜନୀତି । ନଜର ପକାଇବା ନୀତୀଶ କୁମାରଙ୍କ ୧୦ବର୍ଷର ମେଂଟ ଯାତ୍ରା ଉପରେ

ନୀତୀଶଙ୍କ ପ୍ରଥମ ବ୍ରେକଅପ
ଭାଙ୍ଗିଥିଲେ ୧୭ବର୍ଷର ସମ୍ପର୍କ
୨୦୧୩ରେ ବିଜେପି ସହ ୧୭ବର୍ଷର ସମ୍ପର୍କକୁ ପ୍ରଥମ ଥର ପାଇଁ ଭାଙ୍ଗିଥିଲେ ନୀତୀଶ । ସେହି ସମୟରେ ଅଟଳ-ଆଡବାନୀ ଯୁଗ ସରି ସରି ଆସୁଥିବାବେଳେ ମୋଦୀ ଯୁଗର ଆରମ୍ଭ ହେବାକୁ ଥାଏ । ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିବା ପରେ ନୀତିଶ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ଦୀର୍ଘବର୍ଷର ସର୍ମ୍ପକକୁ ଭାଙ୍ଗି ମୁହଁମୋଡି ଦେଇଥିଲେ ନୀତୀଶ । ୨୦୧୪ରେ ବିଜେପି ପ୍ରଚଣ୍ଡ ବହୁମତ ସହ ଶାସନ କ୍ଷମତାକୁ ହାତମୁଠାକୁ ନେଇଥିବାବେଳେ ସେପଟେ ଜେଡିୟୁର ନିରାଶ ଜନକ ପ୍ରଦର୍ଶନ ନୀତୀଶଙ୍କୁ ଶାସନ ଗାଦୀରୁ ହଟାଇଥିଲା ।
୨୦୧୫ ମସିହାରେ ନୀତୀଶ କଂଗ୍ରେସ ଆଡକୁ ଢ଼ଳିବା ସହ ଆରଜେଡି, ଜେଡିୟୁ ଓ କଂଗ୍ରେସ ମହାମେଂଟ କରିଥିଲେ । ବିଧାନସଭା ନିର୍ବାଚନରେ ମେଂଟକୁ ମିଳିଥିଲା ବିପୁଳ ବିଜୟ । ବିଜେପିକୁ ପରାଜିତ କରି କ୍ଲିନ ସୁଇପ ସହ ପୁଣି ବିହାରରେ ସରକାର ଗଢ଼ିବାରେ ସଫଳ ହୋଇଥିଲା ମେଂଟ ।

ନୀତୀଶଙ୍କ ଦ୍ୱିତୀୟ ବ୍ରେକଅପ
ମହାମେଂଟକୁ ଭାଙ୍ଗିଥିଲେ

୨୦୧୭ ମସିହା । ଦୁଇବର୍ଷ ନପୁରୁଣୁ ମହାମେଂଟରେ ଫାଟ ସୃଷ୍ଟି ହୋଇଥିଲା । ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଥିଲା ଜେଡିୟୁ । ସେପଟେ ଦୁର୍ନୀତି ମାମଲାରେ ଆରଜେଡି ଫସିବା ମେଂଟ ପାଇଁ ବଡ ସମସ୍ୟା ଆଣିଥିଲା । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କ ଇସ୍ତଫା ପାଇଁ ନୀତୀଶ ଅଡିବସିବା ଫଳରେ ଉଭୟ ଦଳ ମଧ୍ୟରେ ମତାନ୍ତର ଉପୁଜିଥିଲା । ପରିସ୍ଥିତି ଏଭଳି ହେଲାଯେ ନୀତୀଶ ବାଧ୍ୟ ହୋଇ ଇସ୍ତଫା ଦେଲେ ଓ ମହାମେଂଟର ସରକାର ଭୁଷୁଡିପଡିିଲା । କିନ୍ତୁ ବିଜେପି ସମର୍ଥନରେ ନୀତିଶ ପୁଣି ମୁଖ୍ୟମନ୍ତ୍ରୀ ଚୌକି ଫେରି ପାଇଥିଲେ ।

ନୀତୀଶଙ୍କ ତୃତୀୟ ବ୍ରେକଅପ
ବିଜେପିଠୁ ମୁହଁମୋଡିଥିଲେ

୨୦୨୨ରେ ପୁଣି ଥରେ ବିଜେପିଠୁ ମୁହଁ ମୋଡିଥିଲେ ନୀତୀଶ । ଅଗଷ୍ଟ ୯ ତାରିଖରେ ବିଜେପି-ଜେଡିୟୁ ମେଂଟ ଭାଙ୍ଗିଥିଲା । ପର ଦିନ ଆରଜେଡି ସମର୍ଥନରେ ପୁଣି ନୀତୀଶ ହୋଇଥିଲେ ବିହାର ମୁଖ୍ୟମନ୍ତ୍ରୀ ।

ଏବେ ପ୍ରଶ୍ନ ଉଠୁଛି ଏହା କ’ଣ ନୀତୀଶଙ୍କ ଚତୁର୍ଥ ବ୍ରେକଅପ ହେବାକୁ ଯାଉଛି? କ’ଣ ନିର୍ବାଚନ ପୂର୍ବରୁ ପୁଣି ସାଥୀ ଅଦଳବଦଳ କରିବେ ନୀତୀଶ? ଆରଜେଡି-ଜେଡିୟୁ ମେଂଟକୁ ଦୁଇବର୍ଷ ପୁରିନି । ପୁଣି ଥରେ ଉଭୟ ଦଳ ମଧ୍ୟରେ ତିକ୍ତତା ଚରମସୀମାରେ ପହଁଚିଛି । ଯଦି ଏନଡିଏକୁ ଫେରିବା ପାଇଁ ନୀତୀଶ କିଛି ମାଷ୍ଟରପ୍ଲାନ କରିଛନ୍ତି ତେବେ ଏହା କେତେଦୁର ସଫଳ ହେଉଛି ତା ଉପରେ ମଧ୍ୟ ନଜର ରହିବ । ବାରମ୍ବାର ମେଂଟ ଅଦଳବଦଳ ଯୋଗୁଁ ବିଶ୍ୱାସ ହରାଉଛନ୍ତି ନୀତୀଶ । ଏଭଳି ସ୍ଥିତିରେ ବିଜେପିର ଆଭିମୁଖ୍ୟ କ’ଣ ରହିବ ତା ଉପରେ ମଧ୍ୟ ନଜର ରହିଛି । ଏନଡିଏକୁ ଯଦି ନୀତିଶ ଫେରିବେ ତେବେ ନିଶ୍ଚିତ ଭାବେ ଏହା ଇଣ୍ଡିଆ ମେଂଟ ପାଇଁ ଶକ୍ତ ଧକ୍କା ହେବ ।

The post ନୀତୀଶଙ୍କ ପାଇଁ ବିହାର ରାଜନୀତିରେ ବଡ଼ ହଲଚଲ: ୧୦ବର୍ଷରେ ୩ଥର ମେଂଟ ଭାଙ୍ଗିସାରିଛନ୍ତି ନୀତୀଶ କୁମାର first appeared on Kanak News.

from Kanak News
via <a href="https://ifttt.com/?

ଆରଜେଡି-ଜେଡିୟୁ ବିବାଦ ଭିତରେ ଭାଇରାଲ ହେଉଛି ବିହାର ରାଜଭବନର ଭିଡିଓ: ତେଜସ୍ୱୀ ଯାଦବଙ୍କ ଚୌକିରୁ ଷ୍ଟିକର କାଢ଼ି ବସିଲେ ମନ୍ତ୍ରୀ ଅଶୋକ ଚୌଧୁରୀ

କନକ ବ୍ୟୁରୋ: ବିହାର ସରଗରମ ରାଜନୀତି ଭିତରେ ସାମ୍ନାକୁ ଆସିଛି ରୋଚକ ଦୃଶ୍ୟ । ସାଧାରଣତନ୍ତ୍ର ଦିବସରେ ନୀତୀଶ କୁମାର ରାଜଭବନରେ ଆୟୋଜିତ କାର୍ଯକ୍ରମରେ ପହଁଚିଥିଲେ । ତେବେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଦେଖିବାକୁ ମିଳିନଥିଲା । ଏହି ସମୟରେ ଆସି ପହଁଚିଥିଲେ ମନ୍ତ୍ରୀ ଅଶୋକ ଚୌଧୁରୀ । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କ ଚୌକିରେ ଥିବା ଷ୍ଟିକରକୁ ବାହାର କରି ଅଶୋକ ଚୌଧୁରୀ ସେଠାରେ ବସିପଡିଥିଲେ । ଅନ୍ୟପଟେ ବୈଠକରେ କେବଳ ତେଜସ୍ୱୀ ନୁହେଁ ଆରଜେଡିର ଅନେକ ନେତା ମନ୍ତ୍ରୀଙ୍କ ଅନୁପସ୍ଥିତି ଏକଥା ସ୍ପଷ୍ଟ କରୁଛି ଯେ ଜେଡିୟୁ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ ନାହିଁ ଓ ଫାଟ ବଢ଼ୁଛି ।

The post ଆରଜେଡି-ଜେଡିୟୁ ବିବାଦ ଭିତରେ ଭାଇରାଲ ହେଉଛି ବିହାର ରାଜଭବନର ଭିଡିଓ: ତେଜସ୍ୱୀ ଯାଦବଙ୍କ ଚୌକିରୁ ଷ୍ଟିକର କାଢ଼ି ବସିଲେ ମନ୍ତ୍ରୀ ଅଶୋକ ଚୌଧୁରୀ first appeared on Kanak News.

from Kanak News
via <a href="https://ifttt.com/?

ବିହାରରେ ଘଡିକେ ଛୁଟୁଛି ଘୋଡ଼ା: କୌଣସି ସମୟରେ ବଦଳିପାରେ ରାଜ୍ୟରାଜନୀତି ରୂପରେଖ

କନକ ବ୍ୟୁରୋ: ବିହାରରେ କିଛିଦିନ ହେବ ଚାଲିଥିବା ରାଜନୈତିକ ହଟଚମଟ ଏବେ ଶୀର୍ଷରେ ପହଁଚିଛି । ଆଶଙ୍କା କରାଯାଉଛି, ପୁଣିଥରେ ମହାଗଠବନ୍ଧନରୁ ଓହରି ଯାଇପାରନ୍ତି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆରଜେଡି, କଂଗ୍ରେସର ହାତଛାଡି ବିଜେପି ସହ ମିଶି କ୍ଷମତାରେ ବସିପାରନ୍ତି ନୀତୀଶ । ଅର୍ଥାତ ଏନଡିଏ ମେଂଟକୁ ଫେରିବା ଏକ ପ୍ରକାର ନିଷ୍ପତି ହୋଇସାରିଛି । କେବଳ ଔପଚାରିକ ଘୋଷଣା ବାକି ରହିଛି । ଚର୍ଚ୍ଚା ଏପରି ହେଉଛି ଯେ, ଆଗାମୀ ୨୮ ତାରିଖରେ ବିଜେପି ସହ ମିଶି ସରକାର ଗଢିବା ସହ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ ।

ବିିହାର ରାଜଧାନୀ ପାଟନାରେ ବଢିଯାଇଛି ରାଜନୈତିକ ହଲଚଲ । ଗୋଟିଏପଟେ ଜେଡିୟୁର ସମସ୍ତ ବିଧାୟକଙ୍କୁ ତୁରନ୍ତ ପାଟନାରେ ପହଁଚିବାକୁ କୁହାଯାଇଛି, ଅନ୍ୟପଟେ ରାବିଡି ଦେବୀଙ୍କ ବାସଭବନରେ ବସିଛି ଆରଜେଡି ବିଧାୟକଙ୍କ ବୈଠକ । କୁହାଯାଉଛି ମହାଗଠବନ୍ଧନ ଛାଡି ନୀତୀଶ କୁମାର ଏନଡିଏ ଶିବିରକୁ ଗଲେ, କଣ ସବୁ ବିକଳ୍ପ ରହିଛି ସେନେଇ ଆଲୋଚନା ଆରମ୍ଭ କରିଛି ଲାଲୁ ଯାଦବଙ୍କ ଦଳ । ପୂର୍ବରୁ ମହାଗଠବନ୍ଧ ସହ ରହିଥିବା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା- ହମ ପାର୍ଟି ମୁଖ୍ୟ ଜୀତନରାମ ମାଂଝୀଙ୍କ ସହ ଆଲୋଚନା କରିଛନ୍ତି ଲାଲୁ ପ୍ରସାଦ ଯାଦବ । ନୀତୀଶ ମହାଗଠବନ୍ଧନକୁ ବାଏବାଏ କରି ବିଜେପି ଶିବିରକୁ ଗଲେ ଆରଜେଡି ପାଖରେ କଣ ବିକଳ୍ପ ରହିଛି ଜାଣିବା ପୂର୍ବରୁ ବିହାର ବିଧାନସଭା ଗଣିତକୁ ବିଝିବା ଜରୁରୀ ।

ବିିହାର ବିଧାନସଭା ଆସନ ସଂଖ୍ୟା- ୨୪୩
ସରକାର ଗଢି଼ବାକୁ ମ୍ୟାଜିକ ନମ୍ବର- ୧୨୨
ବିଜେପି                                            ଆରଜେଡି
କେମିତି ଗଢ଼ିବ ସରକାର?                     କେମିତି ଗଢ଼ିବ ସରକାର?
ବିଜେପି- ୭୪                                     ଆରଜେଡି- ୭୯
ଜେଡିୟୁ- ୪୫                                     କଂଗ୍ରେସ- ୧୯
ହମ୍ ପାର୍ଟି- ୦୪                                   ବାମ ଦଳ- ୧୬
ମୋଟ୍- ୧୨୭                                    ମୋଟ୍- ୧୧୪
ବହୁମତଠାରୁ ୫ ଅଧିକ                          ବହୁମତଠାରୁ ୮ କମ୍

ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୪୩ । ସରକାର ଗଢିବାକୁ ମ୍ୟାଜିକ ନମ୍ବର ୧୨୨ । ମୋଟ୍ ୭୯ ଆସନ ସହ ଲାଲୁ ଯାଦବଙ୍କ ଆରଜେଡି ସବୁଠାରୁ ବଡଦଳ ଏବଂ ୭୮ ଆସନ ସହ ଦ୍ୱିତୀୟରେ ରହିଛି ବିଜେପି । ଦୁଇଦଳ ମ୍ୟାଜିକ ନମ୍ବର ଛୁଇଁ ପାରିନଥିବାରୁ ମାତ୍ର ୪୫ ଆସନ ଜିତିଥିବା ନୀତୀଶ କୁମାରଙ୍କ ଜେଡିୟୁ ଉପରେ ନିର୍ଭରଶୀଳ । କଂଗ୍ରେସର ୧୯ ଓ ବାମଦଳର ୧୬ ବିଧାୟକ ଅଛନ୍ତି । ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ମୋଟ୍ ବିଧାୟକ ସଂଖ୍ୟା ୧୧୪ । ଏନଡିଏ ମେଂଟ ସହ ଥିବା ହମ ପାର୍ଟିପାଖରେ ରହିଛି ୪ଟି ଆସନ । ଅସଦୁଦିନ ଓୱେସିଙ୍କ ଦଳ ପାଖରେ ଗୋଟିଏ ଆସନ ରହିଛି, ଯିଏ ନା ବିଜେପି ସହିତ ଅଛନ୍ତି ନା ମହାଗଠବନ୍ଧନ ସହ । ତେଣୁ ନୀତୀଶଙ୍କ ସମର୍ଥନ ଯୁଆଡେ ଯିବ ସେ ସରକାରରେ ବସିବ । ବାରମ୍ବାର ବିଶ୍ୱାସଘାତ ସତ୍ୱେ ବିଜେପି ପୁଣିଥରେ ନୀତୀଶଙ୍କୁ ଆପଣେଇ ନେବାପାଇଁ ସଂକେତ ଦେଇଛି ।

ସରକାରରେ ବସିବାକୁ ସାଥୀ ବଦଳାଇବାରେ ପାରଙ୍ଗମ ନୀତୀଶ କୁମାର । ୨୦୧୩ରେ ବିଜେପି ସହ ୧୭ବର୍ଷର ସମ୍ପର୍କ ଭାଙ୍ଗିଥିଲେ ନୀତୀଶ । ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିବା ପରେ ନୀତୀଶ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ । ୨୦୧୫ରେ ନୀତୀଶ କଂଗ୍ରେସ ଆଡକୁ ଢ଼ଳିବା ସହ ଆରଜେଡି, ଜେଡିୟୁ ଓ କଂଗ୍ରେସ ସହ ମହାମେଂଟ କଲେ । ବିଧାନସଭା ନିର୍ବାଚନରେ ମେଂଟକୁ ମିଳିଲା ବିପୁଳ ବିଜୟ । ଦୁଇବର୍ଷ ନପୁରୁଣୁ ମହାମେଂଟରେ ଦେଖାଦେଲା ଫାଟ । ଦୁର୍ନୀତି ମାମଲାରେ ଆରଜେଡି ଫସିବା ପରେ ଦୂରେଇ ଗଲେ ନୀତୀଶ । ବିଜେପି ସମର୍ଥନରେ ପୁଣି ମୁଖ୍ୟମନ୍ତ୍ରୀ ଚୌକି ଫେରି ପାଇଲେ । ହେଲେ ୨୦୨୨ରେ ପୁଣି ବିଜେପିଠୁ ମୁହଁ ମୋଡି ଆରଜେଡି ସମର୍ଥନରେ ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ।

The post ବିହାରରେ ଘଡିକେ ଛୁଟୁଛି ଘୋଡ଼ା: କୌଣସି ସମୟରେ ବଦଳିପାରେ ରାଜ୍ୟରାଜନୀତି ରୂପରେଖ first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ

କନକ ବ୍ୟୁରୋ : ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍କଳ ହସ୍ପିଟାଲ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ଡକ୍ଟର, ସ୍ଟାଫ, ରୋଗୀମାନଙ୍କ ପରିଜନମାନେ ଏବଂ ଅନେକ ଜନସାଧାରଣ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହସ୍ପିଟାଲର ମ୍ୟାନେଜିଙ୍ଗ ଡିରେକ୍ଟର,ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡାଇ ଉପସ୍ଥିତ ଜନସାଧାରଣ ଏବଂ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ ଜନସାଧାରଣଙ୍କର ସେବାରେ ବ୍ରତୀ ହେବା ପାଇଁ କହିଥିଲେଏବଂ ଦେଶର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ଏହି ଅବସରରେ ମିଷ୍ଟାନ ବଣ୍ଟନ କରଯାଇଥିଲା।

The post ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ first appeared on Kanak News.

from Kanak News
via <a href="https://ifttt.com/?

ଦୀର୍ଘ ବର୍ଷର ସାଧନାକୁ ମିଳିଲା ସ୍ୱୀକୃତି । ଓଡିଶାର ୪ ଜଣ ପଦ୍ମଶ୍ରୀ ମନୋନୀତ ହେବା ପରେ ଛୁଟୁଛି ଶୁଭେଛାର ସୁଅ

କନକ ବ୍ୟୁରୋ : ପାଦେ ପାଦେ ଥିଲା ସଂଘର୍ଷ, କିନ୍ତୁ ସାଧନା ପଥରୁ କେବେ ଓହରି ଯାଇ ନାହାଁନ୍ତି । ନା’ କେବେ କିଛି ଆଶା ରଖିଛନ୍ତି, ନା’ କିଏ କେବେ ତାଙ୍କୁ କୌଣସି ଆଶ୍ୱାସନା ଦେଇଛି । ନିଃସ୍ୱାର୍ଥପର ଭାବେ କରି ଚାଲିଥିବା ସାଧନା ଆଜି ତାଙ୍କୁ ସ୍ୱୀକୃତି ଆଣି ଦେଇଛି । ଯେଉଁ ସ୍ୱୀକୃତି କେବଳ ବ୍ୟକ୍ତିଗତ ଭାବେ ତାଙ୍କୁ ଗର୍ବିତ କରିଛି ତାହା ନୁହେଁ ବରଂ ସାମଗ୍ରୀକ ଭାବେ ପ୍ରତିଟି ଓଡ଼ିଆ ଆଜି ଗୌରବାନ୍ୱିତ । ପାରମ୍ପରିକ ଶୈଳୀରେ କୃଷ୍ଣଲୀଳାକୁ ଲୋକପ୍ରିୟ କରିବା ପାଇଁ କମ ପରିଶ୍ରମ କରି ନାହାଁନ୍ତି । ଗଞ୍ଜାମ ଜିଲ୍ଲାର ଗୋପୀନାଥ ସ୍ୱାଇଁ ୧୦୫ ବର୍ଷ ବୟସରେ ବି ଗୀତ ଗାଉଛନ୍ତି, ଗୀତ ଶିଖାଇ ନୂଆ ପୀଢ଼ିକୁ ପ୍ରସ୍ତୁତ କରୁଛନ୍ତି ।

କଳାର କ୍ଷେତ୍ର ଉକ୍ରଳ । ଓଡ଼ିଶାର କୋଣ-ଅନୁକୋଣରେ କଳାର ସାଧକ । ଏଇ ଯେମିତି ବରଗଡ଼ ଜିଲ୍ଲାର ଭାଗବତ ପ୍ରଧାନ । ୮୫ ବର୍ଷ ବୟସରେ ମଧ୍ୟ ଥକି ନାହାଁନ୍ତି । ଶବ୍ଦ ନୃତ୍ୟ ଶୈଳୀର ଲୋକନୃତ୍ୟ ପ୍ରଚାର-ପ୍ରସାର ପାଇଁ ଏବେ ବି ଉଦ୍ୟମ ଜାରି ରଖିଛନ୍ତି । ସମ୍ବଲପୁରର ବିନୋଦ ପଶାୟତଙ୍କ ମଧ୍ୟ ସମାନ କାହାଣୀ । ସମ୍ବଲପୁରର ଘରେ ଘରେ ପରିଚିତ ସଙ୍ଗୀତକାର ବିନୋଦ ପଶାୟତଙ୍କ ସାଧନା, ଅନେକ କଳାକାର ଗଢ଼ି ତୋଳିଛି । ପଶାୟତଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବାର ଖବର ଯେମିତି ପ୍ରତିଟି ଓଡ଼ିଆକୁ ଉତ୍ସାହିତ କରିଦେଇଛି ।

ପଟ୍ଟଚିତ୍ର, ପଟ୍ଟକଳା ତ’ ଯେମିତି ପୁରୀ ମାଟିର ହୃଦୟରେ ବସିଛି । ପିଲାଟି ବେଳରୁ ପଟ୍ଟଚିତ୍ର ପ୍ରତି ଆକର୍ଷିତ ହୋଇଥିବା ବିନୋଦ ମହାରଣାଙ୍କ ଜନ୍ମ ପୁରୀ ସହରରେ । ମାତ୍ର ୧୪ ବର୍ଷରେ ଆରମ୍ଭ କରିଥିବା ସାଧନା ଆଜି ତାଙ୍କୁ ସଫଳତାର ଓ ଗୌରବର ଶୀର୍ଷରେ ପହଂଚାଇ ଦେଇଛି । ୭୯ ବର୍ଷରେ ବି ସେ ନୂଆ । କାରଣ ଯୁଗ ସହ ତାଳଦେଇ ପଟ୍ଟଚିତ୍ରରେ ଆଧ୍ୟାତ୍ମିକତା ଓ ଆଧୁନିକତାର ଏକ ଅପୂର୍ବ ସଂଯୋଗ ଯୋଡ଼ି ପାରିଛନ୍ତି, ଚଳିତବର୍ଷ ପଦ୍ମଶ୍ରୀ ପାଇ ଓଡ଼ିଶାକୁ ଗର୍ବିତ କରିଥିବା ବିନୋଦ ମହାରଣା    ।

ଜଣେ ଯେ, କୌଣସି ବି କାମ କରନ୍ତୁ ନାଁ କାହିଁକି, ଯଦି ନିଷ୍ଠାର ସହ ସାଧନା କରନ୍ତି, ସଫଳତା ଓ ସ୍ୱୀକୃତି ନିଶ୍ଚୟ ମିଳିବ । ଏହାର ଉକ୍ରୃଷ୍ଟ ଉଦହାରଣ ହେଉଛନ୍ତି ଓଡ଼ିଶାରୁ ପଦ୍ମଶ୍ରୀ ପାଇଥିବା ଏହି ୪ ସାଧକ ।

The post ଦୀର୍ଘ ବର୍ଷର ସାଧନାକୁ ମିଳିଲା ସ୍ୱୀକୃତି । ଓଡିଶାର ୪ ଜଣ ପଦ୍ମଶ୍ରୀ ମନୋନୀତ ହେବା ପରେ ଛୁଟୁଛି ଶୁଭେଛାର ସୁଅ first appeared on Kanak News.

from Kanak News
via <a href="https://ifttt.com/?

କର୍ତ୍ତବ୍ୟପଥରେ ଉଡ଼ିଲା ତ୍ରିରଙ୍ଗା । ଭାରତର ଶୌର୍ଯ୍ୟ ଦେଖିଲା ସାରାବିଶ୍ୱ

କନକ ବ୍ୟୁରୋ : ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ସାରାଦେଶ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଦିଲ୍ଲୀ କର୍ତବ୍ୟପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତୋଳନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ପୁରରୁ ପଲ୍ଲୀ ଯାଏଁ ଆଜି ଫରଫର ହୋଇ ଉଡିଛି ତ୍ରିରଙ୍ଗା ।

ରାଷ୍ଟ୍ରୀୟ ପରେଡ ଉତ୍ସବରେ ଦେଶର ପରାକ୍ରମ, ଶକ୍ତି ଓ ଶୌର୍ଯ୍ୟ ଦେଖିଛି ପୂରା ଦୁନିଆ । ଏଥର ଏହି ଉତ୍ସବ ହୋଇଛି ମହିଳା କେନ୍ଦ୍ରିକ । ଚଳିତ ବର୍ଷର ଥିମ୍ ହେଉଛି – ବିକଶିତ ଭାରତ ଓ ଭାରତ-ଲୋକତନ୍ତ୍ରର ଜନନୀ । ଏହି ଉତ୍ସବ ଆରମ୍ଭ ଥିଲା ବେଶ ଚିତାକର୍ଷକ । ଶଙ୍ଖ, ନାଗଡ଼ା ସହ ଭାରତୀୟ ବାଦ୍ୟଯନ୍ତ୍ର ବଜାଇ କର୍ତବ୍ୟପଥରେ ଶହେ ମହିଳା କଳାକାର ଆଗକୁ ବଢିବା ସହ ନାରୀଶକ୍ତିର ଝଲକ ଦେଖିବାକୁ ମିଳିଥିଲା । ଏହା ପରେ ଦେଖିବାକୁ ମିଳିଥିଲା ଜଳ, ସ୍ଥଳ, ଆକାଶରେ ଭାରତର ପରାକ୍ରମ । ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି । ସାଧାରଣନ୍ତ୍ର ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାର୍କନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ତିନି ସେନାର ମୁଖ୍ୟ ଓ ମାନ୍ୟଗନ୍ୟ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ ।

ଲେଫନାଂଟ ଜୋନରାଲ ଭବନୀଶ କୁମାର ପରେଡର ନେତୃତ୍ୱ ନେଉଥିବା ବେଳେ ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମବୀର ଚକ୍ର ଓ ଅଶୋକ ଚକ୍ରରେ ସମ୍ମାନିତ ବୀର ଯବାନମାନେ ପରେଡ୍ରେ ସାମିଲ ହୋଇଥିଲେ । ସ୍ୱଦେଶର ଜ୍ାନକୌଶଳରେ ନିର୍ମିତ ଟ୍ୟାଙ୍କ ଟି-୯୦ ଭୀଷ୍ମ, ନାଗ ମିସାଇଲ୍, ଇନଫାଂଟ୍ରି କମ୍ବାଟ୍ ଭେହିକଲ୍, ପିନାକ, ଭୂପୃଷ୍ଠରୁ ଆକାଶକୁ ପ୍ରକ୍ଷେପଣ କରାଯାଉଥିବା ମିସାଇଲ ସିଷ୍ଟମ, ରାଡାର ସିଷ୍ଟମ ସ୍ୱାତୀ ପ୍ରଦର୍ଶିର୍ତ ହୋଇଥିଲା । ତିନି ସେନାର ବିଭିନ୍ନ ରେଜିମେଂଟ ପରେଡରେ ସାମିଲ ହୋଇଥିଲେ ।

ରାଫେଲ, ସୁଖୋଇ ଓ ଡାକୋଟା ଯେତେବେଳେ ଆକାଶରେ ଉଡ଼ାଣ ପ୍ରଦର୍ଶନ କରୁଥିଲେ, ସେତେବେଳେ କର୍ତବ୍ୟପଥରେ ଥିବା ସମସ୍ତଙ୍କ ଆଖି ଏହା ଉପରେ ଲାଖି ରହିଥିଲା ।

ଘଂଟା ପ୍ରତି ୯ ଶହ କିଲୋମିଟର ବେଗରେ ଘର୍ଘର ନାଦରେ ଉଡିଥିଲା ଯୁଦ୍ଧ ବିମାନ, ଏହା ସହ ବଢ଼ୁଥିଲା ଶତ୍ରୁରାଷ୍ଟ୍ରର ହୃଦକମ୍ପନ । ଆକାଶରେ କଳା କୌଶଳ ପ୍ରଦର୍ଶନ କରିଥିଲେ ଭାରତର ଦୁର୍ଦ୍ଧର୍ଷ ପାଇଲଟ । ରଫେଲର ମରୁତ, ସୁଖୋଇର ତ୍ରିଶୁଳ, ଡାକୋଟାର ତ୍ରିଭୂଜ ଆକାର ଦେଖଣାହାରୀଙ୍କୁ ଚକିତ କରି ଦେଇଥିଲା ।

ଓଡ଼ିଶା ସମେତ ୧୬ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଏବଂ ୯ଟି ମନ୍ତ୍ରାଳୟ ଓ ବିଭାଗର ୨୫ଟି ପ୍ରଜ୍ଞାପନ ମେଢ଼, ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା ।

ସଂସ୍କୃତି ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ଼ରେ ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକର ଦେଶର ସମ୍ବିଧାନ ହସ୍ତାନ୍ତର କରୁଥିବା ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ଚନ୍ଦ୍ରଯାନ-୩ ଓ ସୂର୍ଯ୍ୟମିସନ ସଫଳତାକୁ ପ୍ରଜ୍ଞାପନ ମେଢ଼ରେ ଦର୍ଶାଇଥିଲା ଇସ୍ରୋ । ସେହିପରି ଉତରପ୍ରଦେଶର ମେଢ଼ରେ ରହିଥିଲା ଅଧୋଧ୍ୟାର ରାମଲାଲାଙ୍କ ପ୍ରତିକୃତି ।

ପ୍ରଜ୍ଞାପନ ମେଢ଼ରେ ଦେଶର କଳା ସଂସ୍କୃତି, ବିଜ୍ଞାନ କାରିଗରୀ ଓ ସୈନ୍ୟଶକ୍ତି ଦେଖିଥିଲା ସାରା ଦୁନିଆ । ପରେଡ ଉତ୍ସବର ସମାପନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ । ଭାରତ ମାତା କି ଜୟ ଧ୍ୱନିରେ କମ୍ପି ଉଠିଥିଲା ପରିବେଶ

The post କର୍ତ୍ତବ୍ୟପଥରେ ଉଡ଼ିଲା ତ୍ରିରଙ୍ଗା । ଭାରତର ଶୌର୍ଯ୍ୟ ଦେଖିଲା ସାରାବିଶ୍ୱ first appeared on Kanak News.

from Kanak News
via <a href="https://ifttt.com/?

ଥଣ୍ଡା କରୁଛି କଲବଲ । ବଢ଼ୁଛି ସ୍ୱାସ୍ଥ୍ୟଜନିତ ସମସ୍ୟା

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଅଦିନିଆ ବର୍ଷା ଯୋଗୁଁ ହଠାତ୍ ଥଣ୍ଡା ବଢ଼ିବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଉଛି । ବିଶେଷକରି ଅନେକ ଲୋକଙ୍କର ଗଳା ଦରଜ ସମସ୍ୟା ଦେଖିବାକୁ ମିଳିଛି । ଆଉ ଡାକ୍ତରଖାନାରେ ମଧ୍ୟ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଛି ।

ଇଏ ହେଉଛି କଟକ ଏସସିବିର ମେଡିକାଲର ଦୃଶ୍ୟ । ଇଏନ୍ଟି ବିଭାଗରେ ଲାଗିଛି ଲମ୍ବା ଧାଡ଼ି । ଅଧିକାଂଶ ରୋଗୀ ଗଳା ବସିବା ସମସ୍ୟା ନେଇ ଡାକ୍ତରଙ୍କୁ ଦେଖାଇବାକୁ ଆସିଛନ୍ତି । ଏହାଛଡ଼ା ପ୍ରବଳ ଥଣ୍ଡା ଯୋଗୁଁ ଗଳା ଧରଜ, ନାକ ବନ୍ଦ, କାନରେ ଯନ୍ତ୍ରଣା ଆଦି ସମସ୍ୟା ଦେଖାଯାଉଛି । ବଡ଼ କଥା ହେଉଛି, ଏହି ସମୟରେ ଭୋକାଲ ସମସ୍ୟା ଦେଖାଯାଉଛି । ଯାହାଦ୍ୱାରା ଗଳା ବସିବା ସହ ଲୋକଙ୍କର ସ୍ୱର ଅସ୍ୱାଭାବିକ ଭାବେ ପରିବର୍ତ୍ତନ ହେଉଛି । ତେବେ କେମିତି କରିବେ ଏହାର ଉପଚାର?

– ଏଭଳି ସ୍ଥିତିରେ ଗଳାକୁ ବିଶ୍ରାମ ଦିଅନ୍ତୁ
– ବେଶୀ କଥାବାର୍ତ୍ତା ହୁଅନ୍ତୁ ନାହିଁ
– ମେଡିସିନ୍ ସହ ଉଷୁମ ପାଣି ବ୍ୟବହାର କରନ୍ତୁ
– ନାକ ବନ୍ଦ ହୋଇଗଲେ ଡ୍ରପ୍ ପକାନ୍ତୁ

ଅତ୍ୟଧିକ ଥଣ୍ଡାରୁ କିଛି ପିଲାଙ୍କର ଗାଲ୍ରୁଆ ବା ଗାଲ ଫୁଲିଥିବା ଦେଖିବାକୁ ମିଳିଛି । ଥଣ୍ଡା ଜନିତ ସମସ୍ୟା ଯୋଗୁଁ ଗାଲ ଫୁଲିଯିବା ସହ ଗଳା ଦରଜ ମଧ୍ୟ ହେଉଛି । ପିଲାଙ୍କ ମଧ୍ୟ ଏହି ସମସ୍ୟା ବେଶି ଦେଖିବାକୁ ମିଳୁଥିବାରୁ ପରିବାର ଗୁଡ଼ିକରେ ଚିନ୍ତା ବଢ଼ି ଯାଇଛି ।

ଏପଟେ ରାଜ୍ୟରେ ଜାରି ରହିଛି ଶୀତର ଲହରି । ଶୁକ୍ରବାର ଠାରୁ ପାଗ ପରିବର୍ତନ ହେବା ସହ ରାତି ତାପମାତ୍ରା ସାମାନ୍ୟ କମିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

The post ଥଣ୍ଡା କରୁଛି କଲବଲ । ବଢ଼ୁଛି ସ୍ୱାସ୍ଥ୍ୟଜନିତ ସମସ୍ୟା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started