ନୂଆ ପ୍ରଭାରୀ ଆସିବା ପରେ ରାଜ୍ୟ କଂଗ୍ରେସର ବଢ଼ୁଛି ଜୋସ୍ । ତେଲେଙ୍ଗାନା କଂଗ୍ରେସ ଢ଼ାଂଚାରେ ବିଜେଡି-ବିଜେପିର ପ୍ରତୀକାତ୍ମକ ବିବାହ ଉତ୍ସବ ପରେ ଦଳର ନେତା ଓ କର୍ମୀ ଉତ୍ସାହିତ

କନକ ବ୍ୟୁରୋ : ରାଜ୍ୟରେ ଦଳର ସ୍ଥିତି ବଂଚାଇ ରଖିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଶିବିର ବେଶ ଚଳଚଂଚଳ ହୋଇପଡିଛି । ବିଶେଷକରି ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ, ପୂର୍ବତନ ଆଇପିଏସ୍ ଅଫିସର ଅଜୟ କୁମାର ଆସିବା ପରେ, ଦଳୀୟ ନେତା ଓ କର୍ମୀ ଉତ୍ସାହିତ ହୋଇପଡିଛନ୍ତି । ଦଳର ଛାମୁଆ ସଂଗଠନ ମାନଙ୍କ ସହ ଆଲୋଚନା ପରେ, ଆକ୍ରମଣାତ୍ମକ ଢ଼ଂଗରେ କଂଗ୍ରେସ ପକ୍ଷରୁ ବିଜେଡି ଓ ବିଜେପିକୁ ଜୋରଦାର ବିରୋଧ କରାଯାଉଛି । ତେଲେଙ୍ଗାନା ଢ଼ାଂଚାରେ ବିଜେପି- ବିଜେଡି ମଧ୍ୟରେ ଥିବା ସମ୍ପର୍କକୁ ଦେଖାଇବା ପାଇଁ ରାଜନୈତିକ ବାହାଘରର ଆୟୋଜନ କରାଯାଇଛି । ରାଜ୍ୟରେ ବିଜେଡିର, ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ବୋଲି ଲୋକଙ୍କୁ ଦେଖାଇବାକୁ ଉଦ୍ୟମ କରିଛି ଦଳ ।

୨୦୧୭ ପଂଚାୟତ ନିର୍ବାଚନ ପରଠାରୁ ରାଜ୍ୟରେ କଂଗ୍ରେସ ଧିରେ ଧିରେ ଦୁର୍ବଳ ହୋଇ ଚାଲିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଦଳ ଆହୁରି ଦୁର୍ବଳ ହୋଇ ଯାଇଥିଲା । ବିଧାୟକଙ୍କ ସଂଖ୍ୟା ୯କୁ ଖସି ଆସିଥିଲା । ଆଉ ତୃତୀୟ ସ୍ଥାନରେ ରହି ସଂଘର୍ଷ କରୁଥିବା ଦଳ କେବେ ପୁଣି ଥରେ ଉପରକୁ ଉଠିବ ତାକୁ ନେଇ ନେତା ଓ କର୍ମୀ ସନ୍ଦେହରେ ଥିଲେ । ହେଲେ, ପିସିସିର ନୂଆ ପ୍ରଭାରୀ ଆସିବା ପରେ, ପୁରୁଣା ନେତା ଘର ବାହୁଡିବା, କଂଗ୍ରେସ ଏକାଠି ହେବା ଦଳରେ ନୂଆ ଆଶା ଭରି ଦେଇଛି । ଏପରିକି କଂଗ୍ରେସର ଏଭଳି ପରିବର୍ତନକୁ ନେଇ ରାଜନୀତି ସମୀକ୍ଷକ ଭିନ୍ନ ଆକଳନ କରିଛନ୍ତି ।

ଆସନ୍ତା ୨୯ତାରିଖରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ, ଭୁବନେଶ୍ୱର ଲୋୟର ପିଏମଜିରେ ଆୟୋଜିତ ଏକ ବିଶାଳ କର୍ମୀ ସମାବେଶରେ ଯୋଗ ଦେବେ । ଏହି ସମାବେଶକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ହୋଇଛି ପ୍ରସ୍ତୁତି ବୈଠକ ।

The post ନୂଆ ପ୍ରଭାରୀ ଆସିବା ପରେ ରାଜ୍ୟ କଂଗ୍ରେସର ବଢ଼ୁଛି ଜୋସ୍ । ତେଲେଙ୍ଗାନା କଂଗ୍ରେସ ଢ଼ାଂଚାରେ ବିଜେଡି-ବିଜେପିର ପ୍ରତୀକାତ୍ମକ ବିବାହ ଉତ୍ସବ ପରେ ଦଳର ନେତା ଓ କର୍ମୀ ଉତ୍ସାହିତ first appeared on Kanak News.

from Kanak News
via <a href="https://ifttt.com/?

ମିଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଅଂଚଳରେ ଦାନମାଝୀ କାହାଣୀର ପୁନରାବୃତି, କାନ୍ଧରେ ୨୦ କିଲୋମିଟର ଶବ ବୋହିଲେ ସମ୍ପର୍କୀୟ

କନକ ବ୍ୟୁରୋ : ମଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ୨୦ କିଲୋମିଟର ଭାରରେ ବୁହାହେଲା ଶବ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୁର୍ଣିଗୁଡା ଗାଁର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଅଛନ୍ତି । ସାନ ଝିଅ ଜନ୍ମ ହୋଇ ୩ମାସ ହେଇଥିବାରୁ କରୁଣା ଅମାନାତ୍ୟ ତାଙ୍କ ବାପାଙ୍କ ଘର ପୁର୍ଣିଗୁଡାକୁ ଯାଇଥିଲେ । ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଅନେକ ଚେଷ୍ଟା ପରେ ମଧ୍ୟ ସରକାରୀ ଗାଡି କି କୌଣସି ସରକାରୀ ସାହାଯ୍ୟ ସୁବିଧା ନ ମିଳିଥିଲା । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବରୁ କୌଣସି ଗାଡିର ବ୍ୟବସ୍ଥା କରିପାରିନଥିଲେ । ଫଳରେ ତାଙ୍କ ସମ୍ପର୍କୀୟ ମାନେ କୌଣସି ଉପାୟ ନପାଇ ପ୍ରାୟ ୨୦ କିଲୋମିଟର ଖଟିଆରେ ବୋହି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମକୁ ଆଣି ଶବ ସକ୍ରାର କରିଥିଲେ    ।

The post ମିଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଅଂଚଳରେ ଦାନମାଝୀ କାହାଣୀର ପୁନରାବୃତି, କାନ୍ଧରେ ୨୦ କିଲୋମିଟର ଶବ ବୋହିଲେ ସମ୍ପର୍କୀୟ first appeared on Kanak News.

from Kanak News
via <a href="https://ifttt.com/?

ସୁନ୍ଦର ଦିଶୁଛି ମା’ ସମଲେଇଙ୍କ ପୀଠ । ରୂପାନ୍ତରଣ ପରେ ଶୋଭା ପାଉଛି ଭବ୍ୟ ପ୍ରକଳ୍ପ, ଯଜ୍ଞ ପାଇଁ ସରିଲା କଳସଯାତ୍ରା ଓ ଅଧିବାସ

କନକ ବ୍ୟୁରୋ : ନୂଆ ରୂପରେ ଝଟକୁଛି ମା’ ସମଲେଇ ପୀଠ । ଭବ୍ୟ ରୂପରେ ଝଲସି ଉଠୁଛି ସମଲେଇ ମନ୍ଦିର ପରିସର । ଆଉ କିଛି ଘଂଟାର ଅପେକ୍ଷା । ପଶ୍ଚିମଓଡିଶାର ଆଧାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର, ମା’ ସମଲେଶ୍ୱର ପୀଠରେ ନିର୍ମାଣ ଚାଲିଥିବା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ଏକ ଆଧାତ୍ମିକ ବିସ୍ମୟର ପ୍ରତୀକ ସାଜିବାକୁ ଯାଉଥିବା ମା’ ସମଲେଇ ପ୍ରକଳ୍ପ ଯଜ୍ଞ ପାଇଁ ପୂଜା ବିଧି ଆରମ୍ଭ ହୋଇଛି । ମହାନଦୀ ମାରୱାଡି ଘାଟରୁ କଳସ ଉଠିଛି । ଶହ ଶହ ମହିଳା ସ୍ୱତଃପ୍ରବୃତ ଭାବେ ମାଙ୍କ ଏହି ଶୁଭ କଳସଯାତ୍ରାରେ ସାମିଲ ହୋଇଛନ୍ତି । ନଗର ପରିକ୍ରମା କରି ମନ୍ଦିରରେ ପହଂଚିବା ପରେ ମା ସମଲେଇ ପାଖରେ ଉପବାସ ଭାଙ୍ଗିଛନ୍ତି । ଏହି ଦିବ୍ୟ ଉତ୍ସବରେ ସାମିଲ ହୋଇ ବେଶ ଖୁସୀ ଶ୍ରଦ୍ଧାଳୁ ।

କଳସଯାତ୍ରା ପରେ ଯଜ୍ଞ ଅଧିବାସ ହୋଇଛି । ମୁଖ୍ୟ ଯଜ୍ଞ ମଣ୍ଡପରେ ସର୍ବୋତ ଭବ୍ୟ ମଣ୍ଡଳ, ବାସ୍ତୁ ମଣ୍ଡଳ, ଯୋଗିନୀ ମଣ୍ଡଳ, ଲକ୍ଷ୍ମୀନାରାୟଣ ମଣ୍ଡଳ, ନବଗ୍ରହ ପୂଜା, କ୍ଷେତ୍ରପାଳ ପୂଜା ଓ ଅଷ୍ଟାଦଶ ମାତୃଗଣ ମଣ୍ଡଳ ପୂଜା ହୋଇଛି । ବିଧି ଅନୁସାରେ ଅନ୍ୟାନ୍ୟ ପୂଜାନୀତି କରାଯାଇଛି ।

ଶନିବାର ସକାଳ ୬ଟାରୁ ଯଜ୍ଞ ପୂଜା ଆରମ୍ଭ ହେବ । ପୁରୋହିତଙ୍କ ମନ୍ତୋଚାରଣ ଓ ଚଣ୍ଡୀପାଠରେ ପ୍ରକମ୍ପିତ ହେବ ସମଗ୍ର ସମ୍ବଲପୁର ସହର । ତା ଭିତରେ ମାଙ୍କ ଆର୍ଶୀବାଦ ନେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସନ୍ଧ୍ୟାରେ ମହାନଦୀ ଆରତି କରିବାର କାର୍ଯ୍ୟକ୍ରମ ରହିଛି ।

କେବଳ ସମ୍ବଲପୁର ନୁହେଁ, ସାରାରାଜ୍ୟରେ ଆଧାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସରକାରଙ୍କ ପାଇଁ ପଦକ୍ଷେପ ନିଆଯାଇଛି । ବିଦ୍ୟାଳୟକୁ ବନ୍ଦ କରାଯିବା ସହ ଟେଲିଭିଜିନ ମାଧ୍ୟମରେ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହ ସମ୍ବଲପୁରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ୍ ଫୋର୍ସ ।

The post ସୁନ୍ଦର ଦିଶୁଛି ମା’ ସମଲେଇଙ୍କ ପୀଠ । ରୂପାନ୍ତରଣ ପରେ ଶୋଭା ପାଉଛି ଭବ୍ୟ ପ୍ରକଳ୍ପ, ଯଜ୍ଞ ପାଇଁ ସରିଲା କଳସଯାତ୍ରା ଓ ଅଧିବାସ first appeared on Kanak News.

from Kanak News
via <a href="https://ifttt.com/?

ବିହାରରେ ବଡ଼ ରାଜନୈତିକ ହଲଚଲ । ଜେଡିୟୁ ଆରଜେଡି ମେଂଟରେ ଫାଟକୁ ନେଇ ଜୋର ଧରିଲା ଚର୍ଚ୍ଚା, ଖୁବଶୀଘ୍ର ବିଜେପି ସହ ସରକାର ଗଢିପାରନ୍ତି ନୀତୀଶ କୁମାର

କନକ ବ୍ୟୁରୋ : ବିିହାର ରାଜଧାନୀ ପାଟନାରେ ବଢିଯାଇଛି ରାଜନୈତିକ ହଲଚଲ । ଗୋଟିଏପଟେ ଜେଡିୟୁର ସମସ୍ତ ବିଧାୟକଙ୍କୁ ତୁରନ୍ତ ପାଟନାରେ ପହଁଚିବାକୁ କୁହାଯାଇଛି, ଅନ୍ୟପଟେ ରାବିଡି ଦେବୀଙ୍କ ବାସଭବନରେ ବସିଛି ଆରଜେଡି ବିଧାୟକଙ୍କ ବୈଠକ । କୁହାଯାଉଛି ମହାଗଠବନ୍ଧନ ଛାଡି ନୀତୀଶ କୁମାର ଏନଡିଏ ଶିବିରକୁ ଗଲେ, କଣ ସବୁ ବିକଳ୍ପ ରହିଛି ସେନେଇ ଆଲୋଚନା ଆରମ୍ଭ କରିଛି ଲାଲୁ ଯାଦବଙ୍କ ଦଳ । ପୂର୍ବରୁ ମହାଗଠବନ୍ଧ ସହ ରହିଥିବା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା- ହମ ପାର୍ଟି ମୁଖ୍ୟ ଜୀତନରାମ ମାଂଝୀଙ୍କ ସହ ଆଲୋଚନା କରିଛନ୍ତି ଲାଲୁ ପ୍ରସାଦ ଯାଦବ । ନୀତୀଶ ମହାଗଠବନ୍ଧନକୁ ବାଏବାଏ କରି ବିଜେପି ଶିବିରକୁ ଗଲେ ଆରଜେଡି ପାଖରେ କଣ ବିକଳ୍ପ ରହିଛି ଜାଣିବା ପୂର୍ବରୁ ବିହାର ବିଧାନସଭା ଗଣିତକୁ ବିଝିବା ଜରୁରୀ ।

ବିିହାର ବିଧାନସଭା ଆସନ ସଂଖ୍ୟା- ୨୪୩
ସରକାର ଗଢି଼ବାକୁ ମ୍ୟାଜିକ ନମ୍ବର- ୧୨୨
ବିଜେପି ଆରଜେଡି
କେମିତି ଗଢ଼ିବ ସରକାର? କେମିତି ଗଢ଼ିବ ସରକାର?
ବିଜେପି- ୭୪ ଆରଜେଡି- ୭୯
ଜେଡିୟୁ- ୪୫ କଂଗ୍ରେସ- ୧୯
ହମ୍ ପାର୍ଟି- ୦୪ ବାମ ଦଳ- ୧୬

ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୪୩ । ସରକାର ଗଢିବାକୁ ମ୍ୟାଜିକ ନମ୍ବର ୧୨୨ । ମୋଟ୍ ୭୯ ଆସନ ସହ ଲାଲୁ ଯାଦବଙ୍କ ଆରଜେଡି ସବୁଠାରୁ ବଡଦଳ ଏବଂ ୭୮ ଆସନ ସହ ଦ୍ୱିତୀୟରେ ରହିଛି ବିଜେପି । ଦୁଇଦଳ ମ୍ୟାଜିକ ନମ୍ବର ଛୁଇଁ ପାରିନଥିବାରୁ ମାତ୍ର ୪୫ ଆସନ ଜିତିଥିବା ନୀତୀଶ କୁମାରଙ୍କ ଜେଡିୟୁ ଉପରେ ନିର୍ଭରଶୀଳ । କଂଗ୍ରେସର ୧୯ ଓ ବାମଦଳର ୧୬ ବିଧାୟକ ଅଛନ୍ତି । ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ମୋଟ୍ ବିଧାୟକ ସଂଖ୍ୟା ୧୧୪ । ଏନଡିଏ ମେଂଟ ସହ ଥିବା ହମ ପାର୍ଟିପାଖରେ ରହିଛି ୪ଟି ଆସନ । ଅସଦୁଦିନ ଓୱେସିଙ୍କ ଦଳ ପାଖରେ ଗୋଟିଏ ଆସନ ରହିଛି, ଯିଏ ନା ବିଜେପି ସହିତ ଅଛନ୍ତି ନା ମହାଗଠବନ୍ଧନ ସହ । ତେଣୁ ନୀତୀଶଙ୍କ ସମର୍ଥନ ଯୁଆଡେ ଯିବ ସେ ସରକାରରେ ବସିବ । ବାରମ୍ବାର ବିଶ୍ୱାସଘାତ ସତ୍ୱେ ବିଜେପି ପୁଣିଥରେ ନୀତୀଶଙ୍କୁ ଆପଣେଇ ନେବାପାଇଁ ସଂକେତ ଦେଇଛି ।

ସରକାରରେ ବସିବାକୁ ସାଥୀ ବଦଳାଇବାରେ ପାରଙ୍ଗମ ନୀତୀଶ କୁମାର । ୨୦୧୩ରେ ବିଜେପି ସହ ୧୭ବର୍ଷର ସମ୍ପର୍କ ଭାଙ୍ଗିଥିଲେ ନୀତୀଶ । ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିବା ପରେ ନୀତୀଶ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ । ୨୦୧୫ରେ ନୀତୀଶ କଂଗ୍ରେସ ଆଡକୁ ଢ଼ଳିବା ସହ ଆରଜେଡି, ଜେଡିୟୁ ଓ କଂଗ୍ରେସ ସହ ମହାମେଂଟ କଲେ । ବିଧାନସଭା ନିର୍ବାଚନରେ ମେଂଟକୁ ମିଳିଲା ବିପୁଳ ବିଜୟ । ଦୁଇବର୍ଷ ନପୁରୁଣୁ ମହାମେଂଟରେ ଦେଖାଦେଲା ଫାଟ । ଦୁର୍ନୀତି ମାମଲାରେ ଆରଜେଡି ଫସିବା ପରେ ଦୂରେଇ ଗଲେ ନୀତୀଶ । ବିଜେପି ସମର୍ଥନରେ ପୁଣି ମୁଖ୍ୟମନ୍ତ୍ରୀ ଚୌକି ଫେରି ପାଇଲେ । ହେଲେ ୨୦୨୨ରେ ପୁଣି ବିଜେପିଠୁ ମୁହଁ ମୋଡି ଆରଜେଡି ସମର୍ଥନରେ ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ।

The post ବିହାରରେ ବଡ଼ ରାଜନୈତିକ ହଲଚଲ । ଜେଡିୟୁ ଆରଜେଡି ମେଂଟରେ ଫାଟକୁ ନେଇ ଜୋର ଧରିଲା ଚର୍ଚ୍ଚା, ଖୁବଶୀଘ୍ର ବିଜେପି ସହ ସରକାର ଗଢିପାରନ୍ତି ନୀତୀଶ କୁମାର first appeared on Kanak News.

from Kanak News
via <a href="https://ifttt.com/?

୩ ବର୍ଷ ପରେ କର୍ତବ୍ୟପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ । ରଘୁରାଜପୁର ଐତିହ୍ୟ ଗାଁର ପଟଚିତ୍ରକୁ ନେଇ ସ୍ୱାବଲମ୍ବି ହେଉଥିବା ମହିଳାଙ୍କ କାହାଣୀ ହେଲା ପ୍ରଦର୍ଶିତ

କନକ ବ୍ୟୁରୋ : ଦିଲ୍ଲୀ କର୍ତବ୍ୟପଥରେ ଭାରତ ମାନ ସମ୍ମାନ, ଶକ୍ତି, ଶୌର୍ଯ୍ୟ ଓ ସଂସ୍କୃତିକୁ ଦେଖିଛି ସାରା ବିଶ୍ୱ । ଏପଟେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ ବୋଲି ଉକ୍ରଣ୍ଠାର ସହ ଅପେକ୍ଷା କରିଥିଲେ ଓଡ଼ିଶାବାସୀ । କାରଣ ୩ ବର୍ଷ ପରେ ଏପରି ଅବସର ମିଳିଥିଲା । ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଯେଉଁଥିରେ ଦେଖିବାକୁ ମିଳିଛି ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ମହିଳା ସଶକ୍ତିକରଣର ଝଲକ । ରଘୁରାଜପୁର ଐତିହ୍ୟ ଗ୍ରାମର ପଟ୍ଟଚିତ୍ରକୁ ନେଇ ମହିଳା ଶିଳ୍ପୀମାନେ କିଭଳି ନିଜକୁ ସ୍ୱାବଲମ୍ବୀ ଓ ସଶକ୍ତ କରିପାରିଛନ୍ତି, ତାହା ଥିଲା ପ୍ରଜ୍ଞାପନ ମେଢ଼ର ବାର୍ତା । ଏହା ସହ ସମ୍ବଲପୁରୀ ଗୀତର ତାଳେ ତାଳେ ପାରମ୍ପରିକ ନୃତ୍ୟ ସମସ୍ତଙ୍କ ମନ ମୋହି ନେଇଛି । ଜାତୀୟ ପରେଡ ଉତ୍ସବର ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମନକୁ ମଧ୍ୟ ଛୁଇଁ ଯାଇଥିଲା ।

ମେଢ଼ର ସମ୍ମୁଖ ଭାଗରେ ସୁସଜ୍ଜିତ କନ୍ଦର୍ପ ହାତୀ, ହାତୀ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ କଳାକୃତି ଏହାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଥିଲା । ହାତୀର ଦୁଇ ପାଶ୍ୱର୍ରେ ଲାଗିଥିବା ଚକ୍ର ବୁଲୁଥିବା ବେଳେ ମଝିରେ ଲାଗିଥିବା ଛତ୍ର ମଧ୍ୟ ବୁଲୁଥିବାର ଦୃଶ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ପ୍ରଜ୍ଞାପନ ମେଢ଼ର ଦୁଇ ପଟେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଆଗକୁ ବଢ଼ିଥିଲେ ମହିଳା ଶିଳ୍ପୀ ।

ରାଷ୍ଟ୍ରୀୟ ଉତ୍ସବରେ ଦୀର୍ଘ ୩ ବର୍ଷ ପରେ ଦିଲ୍ଲୀ କର୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଛି । ପ୍ରଖ୍ୟାତ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଇମାଜେରି ସଂସ୍ଥାର କୀର୍ତିକିଶୋର ମହାରଣାଙ୍କ ନେତୃତ୍ୱରେ ୨୬ ଜଣ କାରିଗର ପ୍ରଜ୍ଞାପନ ମେଢ଼କୁ ସୁନ୍ଦର ଭାବେ ପ୍ରସ୍ତୁତ କରିଥିଲେ ।

The post ୩ ବର୍ଷ ପରେ କର୍ତବ୍ୟପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ । ରଘୁରାଜପୁର ଐତିହ୍ୟ ଗାଁର ପଟଚିତ୍ରକୁ ନେଇ ସ୍ୱାବଲମ୍ବି ହେଉଥିବା ମହିଳାଙ୍କ କାହାଣୀ ହେଲା ପ୍ରଦର୍ଶିତ first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତର ଶୌର୍ଯ୍ୟ ଓ ନାରୀଶକ୍ତିର ପରାକ୍ରମ ଦେଖିଲା ସାରାବିଶ୍ୱ

କନକ ବ୍ୟୁରୋ : ଦିଲ୍ଲୀ କର୍ତବ୍ୟପଥରେ ନାରୀଶକ୍ତିର ସବୁଠାରୁ ବଡ ନିଦର୍ଶନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ୱିତୀୟଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡରେ ସେ ଅଭିବାଦନ ଗ୍ରହଣ କରିଛନ୍ତି । ଟିଭି ପରଦାରେ ଏହି ଦୃଶ୍ୟକୁ ଦେଖି ପ୍ରତିଟି ଓଡିଆଙ୍କ ଛାତି କୁଣ୍ଢୋମୋଟ ହୋଇଯାଇଛି । ୭୫ତମ ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀର କର୍ତବ୍ୟପଥରେ ଦେଶର ମହିଳାମାନଙ୍କ ସୌର୍ଯ୍ୟ ଓ ସାମର୍ଥ୍ୟ ପ୍ରଦର୍ଶିତ ହୋଇଛି ।

ପ୍ରତିଥର ସେନା ବ୍ୟାଣ୍ଡରୁ ପରେଡ ଆରମ୍ଭ ହୋଇଥାଏ । ଏଥର କିନ୍ତୁ ପାରମ୍ପରିକ ଢଙ୍ଗରେ ଶଙ୍ଖ ଓ ନାଗଡା ବଜାଇ ପରେଡ ଆରମ୍ଭ କରିଥିଲେ ୧୦୦ ଜଣ ମହିଳା କଳାକାର । ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ମହିଳାମାନେ ଦିଲ୍ଲୀ କର୍ତବ୍ୟରଥରେ ଆଗକୁ ବଢିଲାବେଳେ, ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ପାରଦର୍ଶିତାକୁ ପ୍ରଦର୍ଶନ କରୁଥିଲେ  ।

ରାଷ୍ଟ୍ରୀୟ ପର୍ବରେ ଦେଶର ପରାକ୍ରମୀ ଝିଅମାନେ ମଧ୍ୟ ସେମାନଙ୍କ ସାମର୍ଥ୍ୟ ଓ ସାହସର ପ୍ରଦର୍ଶନ କରିଛନ୍ତି । ସିଆରପିଏଫ, ବିଏସଏଫ ଓ ଏସଏସବିର ମହିଳା ଟ୍ରୁପ୍ର ଡେୟାରଡେଭିଲ ସୋ’ ବେଶ ଚିତାକର୍ଷକ ହୋଇଛି । ବାଇକରେ ବିଭିନ୍ନ ପ୍ରକାର ଷ୍ଟଂଟ କରି ଦର୍ଶକଙ୍କୁ ଆଚମ୍ବିତ କରିଦେଇଛନ୍ତି ମହିଳା ସୈନିକ । ଅତି କଠିନ କୌଶଳକୁ ଚମକ୍ରାର ଢଙ୍ଗରେ ପ୍ରଦର୍ଶନ କଲାବେଳେ ଦେଖଣାହାରୀଙ୍କ ଆଖିର ପଲକ ପଡୁନଥିଲା ।

ପ୍ରଥମଥର ପାଇଁ ପ୍ରଦର୍ଶିତ ହୋଇଛି ତିନି ସେନାର ମହିଳା ସୈନିକଙ୍କୁ ନେଇ ମିଳିତ ପରେଡ୍ । ସ୍ଥଳସେନା, ବାୟୁସେନା ଓ ନୌସେନାର କେବଳ ମହିଳା ସିପାହୀଙ୍କୁ ନେଇ ଏଭଳି ମିଳିତ ପରେଡ ପ୍ରଥମଥର ପାଇଁ ଦିଲ୍ଲୀ କର୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି । ଏହାର ନେତୃତ୍ୱ ନେଇଥିଲେ କ୍ୟାପଟେନ ସଂଧ୍ୟା । ଥିମ ରହିଥିଲା ସେବା ତଥା ସହାୟତା । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ- ସିଏପିଏଫର କେବଳ ମହିଳାଙ୍କୁ ନେଇ ଏକ ଟ୍ରୁପ ମଧ୍ୟ ପରେଡରେ ଭାଗ ନେଇଥିଲା । ଭାରତୀୟ ବାୟୁସେନା ଦ୍ୱାରା ଫ୍ଲାଏପାଷ୍ଟ ସମୟରେ ୧୫ ଜଣ ମହିଳା ପାଇଲଟ ସାମିଲ ହୋଇଥିଲେ ।

ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ ହୋଇଛି ତିନି ସେନାର ସାମର୍ଥ୍ୟ । ଦୂରରୁ ଯୁଦ୍ଧାସ୍ତ୍ରକୁ ଚିହ୍ନଟ କରିପାରୁଥିବା ରାଡାର ‘ସ୍ୱାତୀ’ ଏବଂ ‘ପିନାକ’ ରକେଟ ସିଷ୍ଟମ ପ୍ରଦର୍ଶନ ବେଳେ ଏହାର ନେତୃତ୍ୱ ନେଇଥିଲେ ଲେଫ୍ଟନାଂଟ ଦୀପ୍ତି ରାଣା ଓ ପ୍ରିୟଙ୍କା ସେଭଦା । ଗତବର୍ଷ ୧୦ ଜଣ ମହିଳା ଅଫିସରଙ୍କୁ ଆର୍ଟିଲାରି ରେଜିମେଂଟରେ ସାମିଲ କରାଯାଇଥିଲା    । ଏମାନଙ୍କ ଭିତରେ ଅଛନ୍ତି ଦୀପ୍ତି ଓ ପ୍ରିୟଙ୍କା ।

ଦେଶ ବିଦେଶରୁ ଆସିଥିବା ୧୦୦ ଜଣ ମହିଳା କଳାକାରଙ୍କ ପାରମ୍ପରିକ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା ।

The post ଦିଲ୍ଲୀ କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତର ଶୌର୍ଯ୍ୟ ଓ ନାରୀଶକ୍ତିର ପରାକ୍ରମ ଦେଖିଲା ସାରାବିଶ୍ୱ first appeared on Kanak News.

from Kanak News
via <a href="https://ifttt.com/?

କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଡକ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିଜନଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଠାରେ ଘଟିଥିବା ସଡକ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ ଜଣଙ୍କ ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହ ଆହାତଙ୍କୁ ଉପଯୁକ୍ତ ଚିକିତ୍ସା ମାଗଣାରେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

The post କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଡକ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିଜନଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରାପଡା ଧାନମଣ୍ଡଳ ଗାଁରେ ମନମୋହୁଛି ଗ୍ରାମୀଣ ପାର୍କ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଛନ୍ତି ପର୍ଯ୍ୟଟକ

କନକ ବ୍ୟୁରୋ : କେନ୍ଦ୍ରାପଡା ଗରଦପୁର ବ୍ଲକ ଧାନମଣ୍ଡଳ ଗାଁରେ ରହିଛି ଶ୍ରୀ ଶ୍ରୀ ସିଦେ୍ଧଶ୍ୱରଙ୍କ ପୀଠ । ଏହି ପୀଠ ପରିସରରେ ରହିଛି ସିଦ୍ଦେଶ୍ୱର ମହାଦେବ ମନ୍ଦିର, ମା ପାର୍ବତୀଙ୍କ ମନ୍ଦିର, ସିଦ୍ଧ ମହାବୀର ମନ୍ଦିର, କଲ୍ୟାଣ ମଣ୍ଡପ ଓ ଶିଶୁ ମାନଙ୍କ ପ୍ରାମୋଦ ଉଦ୍ୟାନ । ଏହି ଉଦ୍ୟାନରେ ରହିଛି ଗୋଲାପ, ଜିନିଆ, ଡାଲିଆ, ଗେଣ୍ଡୁ ଫୁଲ ଗଛ ସହିତ ବିଭିନ୍ନ ପ୍ରାକରର ଦେଶୀ ଓ ବିଦେଶୀ ସୋ ଗଛ । ଏହା ସହିତ ଛୋଟ ଶିଶୁ ମାନଙ୍କ ପାଇଁ ରହିଛି ଖେଳ କୁଦର ସମ୍ପର୍ଣ୍ଣ ବ୍ୟବସ୍ଥା । ପାର୍କରେ ରହିଛି ହାତୀ, ଘୋଡା, ଜିରାଫ, ଜେବ୍ରା, ବଣ ମଣିଷ ଇତ୍ୟାଦି ବିଭିନ୍ନ ପ୍ରାକାରର ପ୍ରତିକୃତି । ଯାହାକୁ ଦେଖିବାପାଇଁ ସ୍ଥାନୀୟ ଅଂଚଳର ଲୋକଙ୍କ ଭିଡ ଜମୁଛି ।

ଏହି ସ୍ଥାନକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁତ ସଂଖ୍ୟାରେ ପର୍ଯ୍ୟଟକ ମାନେ ପହଁଚି ବିବାହ, ବ୍ରତ ଓ ପିକନିକ୍ କରି ସୁନ୍ଦର ପାର୍କର ମଜା ନେଉଛନ୍ତି । ଏହି ପାର୍କର ପରିକଳ୍ପନା କରିଛନ୍ତି ।ବରିଷ୍ଠ ପ୍ରଶାସକ ତଥା ସିଦ୍ଦେଶ୍ୱର ୱେଲ୍ଫୟାର ଟ୍ରଷ୍ଟର ସଦସ୍ୟ ବିକାଶ ମହାପାତ୍ର । ଗ୍ରାମାଚଂଳରେ ସହରର ଅନୁଭୁତି ଆଣିଦେବା ପାଇଁ ଏହି ପାର୍କ ନିର୍ମାଣ କରିଛନ୍ତି ବିକାଶ ।

ଗାଁରେ ଏଭଳି ସୁନ୍ଦର ପାର୍କ ଓ ମନ୍ଦିର ସମଗ୍ର କେନ୍ଦ୍ରାପଡା ଜିଲ୍ଲା ସହିତ ବାହାର ଜିଲ୍ଲାର ପର୍ଯ୍ୟଟକ ମାନଙ୍କ ପ।।ଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

The post କେନ୍ଦ୍ରାପଡା ଧାନମଣ୍ଡଳ ଗାଁରେ ମନମୋହୁଛି ଗ୍ରାମୀଣ ପାର୍କ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଛନ୍ତି ପର୍ଯ୍ୟଟକ first appeared on Kanak News.

from Kanak News
via <a href="https://ifttt.com/?

ସରକାର ଦେଖାଇଲେ ଟ୍ୟାପ୍ ଜଳର ସ୍ୱପ୍ନ । ହେଲେ ଲମତାପୁଟ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଚୂଆ ପାଣି

କନକ ବ୍ୟୁରୋ : ଶୋଷ ମେଂଟାଉଛି ଚୁଆ ପାଣି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ପୁରୁଣା ଲମତାପୁଟ ଗାଁର ଲୋକ ମାନେ ପିଇବା ପାଣି ପାଇଁ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଗାଁରେ ୨୦୦ରୁ ଉଦ୍ଧ୍ୱର୍ ପରିବାର ରହୁଥିବା ବେଳେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ଜନପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଗାଁରେ ୪ଟି ନଳକୂପ ସହିତ ଗୋଟିଏ ସୋଲାର ପ୍ରକଳ୍ପ ରହିଛି । ୩ଟି ନଳକୂପରୁ ଗୋଳିଆ ପାଣି ବାହାରୁଥିବା ବେଳେ ଆଉ ଗୋଟିଏ ନଳକୂପରୁ ବାହାରୁଥିବା ପାଣି ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ । ସୋଲାର ପ୍ରକଳ୍ପ ନିକଟରେ ରହିଥିବା ନଳକୂପରୁ ମଟର ଯୋଗେ ଉଠାଉଥିବା ପାଣି ମଧ୍ୟ ଗୋଳିଆ ବାହାରୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଖାଲି ପୁରୁଣା ଲମତାପୁଟ ନୁହେଁ ବ୍ଲକ କଲୋନୀ, ମେଡିକାଲ କଲୋନୀ, ବାମୁଣିପୁଟରେ ସମାନ ଅବସ୍ଥା ଦେଖିବାକୁ ମିିଳିଛି । ତେଣୁ ତୁରନ୍ତ ଲୋକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

The post ସରକାର ଦେଖାଇଲେ ଟ୍ୟାପ୍ ଜଳର ସ୍ୱପ୍ନ । ହେଲେ ଲମତାପୁଟ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଚୂଆ ପାଣି first appeared on Kanak News.

from Kanak News
via <a href="https://ifttt.com/?

ମିଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ୨୦ କିଲୋମିଟର ଭାରରେ ବୁହାହେଲା ଶବ, ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକରୁ ଆସିଲା ଅଭାବନୀୟ ଖବର

କନକ ବ୍ୟୁରୋ : ମଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ୨୦ କିଲୋମିଟର ଭାରରେ ବୁହାହେଲା ଶବ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୁର୍ଣିଗୁଡା ଗାଁର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଅଛନ୍ତି । ସାନ ଝିଅ ଜନ୍ମ ହୋଇ ୩ମାସ ହେଇଥିବାରୁ କରୁଣା ଅମାନାତ୍ୟ ତାଙ୍କ ବାପାଙ୍କ ଘର ପୁର୍ଣିଗୁଡାକୁ ଯାଇଥିଲେ । ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଅନେକ ଚେଷ୍ଟା ପରେ ମଧ୍ୟ ସରକାରୀ ଗାଡି କି କୌଣସି ସରକାରୀ ସାହାଯ୍ୟ ସୁବିଧା ନ ମିଳିଥିଲା । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବରୁ କୌଣସି ଗାଡିର ବ୍ୟବସ୍ଥା କରିପାରିନଥିଲେ । ଫଳରେ ତାଙ୍କ ସମ୍ପର୍କୀୟ ମାନେ କୌଣସି ଉପାୟ ନପାଇ ପ୍ରାୟ ୨୦ କିଲୋମିଟର ଖଟିଆରେ ବୋହି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମକୁ ଆଣି ଶବ ସକ୍ରାର କରିଥିଲେ    ।

The post ମିଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ୨୦ କିଲୋମିଟର ଭାରରେ ବୁହାହେଲା ଶବ, ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକରୁ ଆସିଲା ଅଭାବନୀୟ ଖବର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started