ଅନ୍ଧାରରେ ଝାଡ଼ଖଣ୍ଡ ଓଡ଼ିଆ ଭାଷାଭାଷୀଙ୍କ ଭବିଷ୍ୟତ । ଓଡି଼ଆ ଭାଷାରୁ ମୁହଁ ଫେରାଉଛନ୍ତି ଓଡି଼ଆ ପିଲା

କନକ ବ୍ୟୁରୋ : ଝାଡଖଣ୍ଡରେ ପାଖାପାଖି ୨୦ ଲକ୍ଷ ପ୍ରବାସୀ ଓଡ଼ିଆ ରୁହନ୍ତି । କିନ୍ତୁ ସେମାନଙ୍କ ଭବିଷ୍ୟତକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆ ସାହିତ୍ୟିକ ଓ କବି । ଝାଡ଼ଖଣ୍ଡର ସଢ଼େଇକଳା, ଖରଶୁଅାଁ, ଗୁଣ୍ଡୁ, ରାଂଚି, ପୂର୍ବ ସିଂହଭୁମ, ପଶ୍ଚିମ ସିଂହଭୁମ୍ ଜିଲ୍ଲାରେ ପାଖାପାଖି ୨୦ ଲକ୍ଷରୁ ଅଧିକ ଓଡ଼ିଆ ଭାଷାଭାଷି ରହୁଛନ୍ତି । ପୂର୍ବରୁ ଏମାନଙ୍କ ପାଇଁ ୧୭୦ରୁ ଅଧିକୁ ଓଡ଼ିଆ ବିଦ୍ୟାଳୟ ଥିବା ବେଳେ ବର୍ତମାନ ଏହା ହାତ ଗଣତି ମାତ୍ର ୪୦ରୁ ୫୦ଟି ବିଦ୍ୟାଳୟରେ ଶିକ୍ଷାଦାନ କରାଯାଉଛି । ଅନେକ ବିଦ୍ୟାଳୟରେ ଓଡ଼ିଆ ପଢ଼ାଉଛନ୍ତି ବଙ୍ଗଳି ଓ ଝାଡ଼ଖଣ୍ଡି ଶିକ୍ଷକ । ଆଉ ସେଥିପାଇଁ ଓଡ଼ିଆ ଭାଷାରୁ ମୁହଁ ଫେରାଉଛନ୍ତି ଓଡ଼ିଆ ପିଲା ।

ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ଭାଷା ପ୍ରତି ବୈମାତୃକ ମନୋଭାବ ହେତୁ ଓଡ଼ିଆ ଭାଷାର ବିକାଶ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି । ତେଣୁ ଓଡ଼ିଶା ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ଭଳି ଝାଡ଼ଖଣ୍ଡରେ ଏକ ଅନୁଷ୍ଠାନ କରିବାକୁ ଅନୁରୋଧ କରିଛନ୍ତି ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆ ପ୍ରେମୀ । ଓଡ଼ିଆ ଛାତ୍ରଛାତ୍ରୀ ମାନଙ୍କୁ ଉକ୍ରଳ ସମ୍ମଳନୀ ମାଧ୍ୟମରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଚ୍ଛିନ୍ନାଂଚଳକୁ ଦିଆଯାଉଥିବା ଓଡ଼ିଆ ପାଠ୍ୟ ପୁସ୍ତକ ପାଇଁ ଅନେକ ଛାତ୍ରଛାତ୍ରୀ ଉପକୃତ ହେଉଥିବା ବେଳେ ଝାଡ଼ଖଣ୍ଡ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସେପଟେ ଏହି ସମସ୍ୟାକୁ ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି । ତେବେ କେବଳ ଝାଡ଼ଖଣ୍ଡ ନୁହେଁ ଅନେକ ସ୍ଥାନରେ ଏହି ସମସ୍ୟା ଅଛି ଓ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚି ।

ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟି ଦେଇ ଓଡିଆ ଭାଷାଭାଷୀଙ୍କୁ ସହଯୋଗ ଯୋଗାଇ ଦେବାକୁ ଦାବି ହେଉଛି ।

The post ଅନ୍ଧାରରେ ଝାଡ଼ଖଣ୍ଡ ଓଡ଼ିଆ ଭାଷାଭାଷୀଙ୍କ ଭବିଷ୍ୟତ । ଓଡି଼ଆ ଭାଷାରୁ ମୁହଁ ଫେରାଉଛନ୍ତି ଓଡି଼ଆ ପିଲା first appeared on Kanak News.

from Kanak News
via <a href="https://ifttt.com/?

ଅଦିନିଆ ବର୍ଷା ଯୋଗୁଁ ପଦ୍ମପୁରରେ ମଣ୍ଡିରେ ଭିଜୁଛି ଅମଳ ଧାନ । ମିଲର ଓ ପ୍ରଶାସନିକ ଅଧିକାରୀଙ୍କ ମନମାନି ଯୋଗୁଁ ବିକ୍ରି ହୋଇପାରୁନି ଚାଷୀଙ୍କ ଧାନ

କନକ ବ୍ୟୁରୋ : ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜୁଛି ଅମଳ ଧାନ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଡାଙ୍ଗବାହାଲ ଧାନ ମଣ୍ଡିର । ମଣ୍ଡିରେ ପଡି ରହିଛି ହଜାର ହଜାର ଧାନ ବସ୍ତା । ଗତ ଦୁଇ ଦିନ ହେଲା ବର୍ଷା ଲାଗିରହିବା କାରଣରୁ ଚାଷୀଙ୍କ ଧାନ ଭିଜି ଗଜା ହେବାକୁ ଲାଗିଲାଣି । ଚାଷୀ ମାନେ ଦୀର୍ଘ ଦିନ ହେବ ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣିଥିଲେ ହେଲେ ବିଭିନ୍ନ ଆଳ ଦେଖାଇ ତାଙ୍କ ଧାନ ବିକ୍ରି ହେଇପାରୁନାହିଁ । ଯାହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଚାଷୀ ମାନେ ଉତ୍ୟକ୍ତ ହୋଇ ମଣ୍ଡି କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି ।

ଚାଷୀଙ୍କ ଅଭିଯୋଗ ଅନୁସାରେ ଡାଙ୍ଗବାହାଲ ଧାନ ମଣ୍ଡିରେ ମିଲର ଓ ପ୍ରଶାସନିକ ଅଧିକାରୀଙ୍କ ଦାଦାଗିରି ଚାଲୁଛି । ଚାଷୀ ମାନେ ଭଲ ଧାନ ଆଣିଥିଲେ ମଧ୍ୟ କଟନୀ ଛଟନୀ ପାଇଁ ବାଧ୍ୟ କରାଯାଉଛି । ଗତ ଦୁଇ ଦିନ ବର୍ଷାରେ ଧାନ ଭିଜି ଯିବା କାରଣରୁ ମିଲର ଏଜେଂଟ ଏବେ ଧାନ କିଣିବେ ନା ନାହିଁ ତାକୁ ନେଇ ଦ୍ୱନ୍ଦରେ ରହିଛନ୍ତି ଚାଷୀ   । ଅନ୍ୟପଟେ ପ୍ରଶାନିକ ଅଧିକାରୀ ବା ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଚାଷୀଙ୍କ କୌଣସି କଥା ଶୁଣୁନଥିବା ସେମାନେ ଅଭିଯାଗ କରିଛନ୍ତି ।

ବର୍ଷ ସାରା ଅକ୍ଳାନ୍ତ ପରିଶ୍ରମ କରି ଧାନ ଅମଳ କରିଥିଲା ଚାଷୀ । ଆଶା ଥିଲା ଧାନ ବିକ୍ରି କରି ପରିବାର ପ୍ରତିପୋଷଣ କରିବ । ହେଲେ ବିକ୍ରି ସମୟରେ ଦାଉ ସାଧିଛି ଅଦିନିଆ ବର୍ଷା ।

The post ଅଦିନିଆ ବର୍ଷା ଯୋଗୁଁ ପଦ୍ମପୁରରେ ମଣ୍ଡିରେ ଭିଜୁଛି ଅମଳ ଧାନ । ମିଲର ଓ ପ୍ରଶାସନିକ ଅଧିକାରୀଙ୍କ ମନମାନି ଯୋଗୁଁ ବିକ୍ରି ହୋଇପାରୁନି ଚାଷୀଙ୍କ ଧାନ first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱର ସବୁଠୁ ବଡ ୫ମ ଅର୍ଥ ବ୍ୟବସ୍ଥା । ହେଲେ ବିଶ୍ୱର ୧୦୦ ଧନୀ ଦେଶ ତାଲିକାରେ କାହିଁକି ନାହିଁ ଭାରତର ନାମ

କନକ ବ୍ୟୁରୋ : ଭାରତ ଏକ ଏଭଳି ଦେଶ ଯାହା ସାରା ବିଶ୍ୱ ଉପରେ ନିଜର ଦବଦବା ଜମାଇ ରଖିଛି । ଆମେରିକା, ଚୀନ, ଜାପାନ, ଜର୍ମାନୀ ପରେ ଭାରତ ହେଉଛି ୫ମ ସବୁଠାରୁ ବଡ ଅର୍ଥବ୍ୟବସ୍ଥାର ଦେଶ । ମାତ୍ର ଯେବେ ଦୁନିଆର ସବୁଠାରୁ ଧନୀଦେଶର କଥା ଆସେ ତେବେ ବିଶ୍ୱର ୧୦୦ଟି ଶ୍ରେଷ୍ଠ ଧନୀ ଦେଶ ତାଲିକାରେ ଭାରତ ନାମ ନାହିଁ ।

ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଧନୀଦେଶ ତାଲିକାରେ ଏସିଆ ମହାଦେଶର ୪ଟି ଦେଶ ଥିବା ବେଳେ ୟୁରୋପ ମହାଦେଶର ୫ଟି ଦେଶ ରହିଛି । ପଶ୍ଚିମ ୟୁରୋପର ଏକ ଛୋଟ ଦେଶ ଲକ୍ଜମବର୍ଗ ବିଶ୍ୱର ସବୁଠାରୁ ଧନୀ ଦେଶ । ଏହି ଦେଶ ବେଲଜିୟମ, ଫ୍ରାନ୍ସ ଓ ଜର୍ମାନୀକୁ ଘେରି ରହିଛି । ଏଠିକାର ଜିଡିପି ପ୍ରତି ବ୍ୟକ୍ତିଙ୍କ ଆୟ ୧୪୩,୩୨୦ ଡଲାର ଅଟେ ।

ଯଦି ବିଶ୍ୱର ଧନୀଦେଶ ମାନଙ୍କ ତାଲିକା ଦେଖିବା ତେବେ ଭାରତର ସ୍ଥାନ ୧୨୯ ନମ୍ବରରେ ରହିଛି । ଭାରତର ଜିଡିପି ପ୍ରତି ବ୍ୟକ୍ତି ଆୟ ୨୬୭୩ ଡଲାର ଅର୍ଥାତ ୨.୨୧ ଲକ୍ଷ ଟଙ୍କା । ଏହି କ୍ରମରେ ଯଦି ବିଶ୍ୱ ଜିଡିପିର କଥା କୁହାଯିବ ତେବେ ଭାରତ ୫ମ ସ୍ଥାନରେ ରହିଛି ।

ଅର୍ନ୍ତରାଷ୍ଟ୍ରୀୟ ମୂଦ୍ରା ପାଣ୍ଠିର ୨୦୨୩ ଆକଳନ ମୁତାବକ ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବଡ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ୨୦୧୪ରେ ଭାରତ ଏହି ତାଲିକାର ୧୦ମ ସ୍ଥାନରେ ଥିଲା । ପ୍ରତିବ୍ୟକ୍ତି ଆୟ ତୁଳନାରେ ଭାରତର ସ୍ଥିତି ଏବେ ପଡୋଶୀ ଦେଶ ବାଂଲାଦେଶ ଓ ଶ୍ରୀଲଙ୍କା ଠାରୁ ମଧ୍ୟ ଖରାପ । ହେଲେ ଆଇଏମଏଫର ଆକଳନ ମୁତାବକ ୨୦୨୭ ସୁଦ୍ଧା ଭାରତର ପ୍ରତି ବ୍ୟକ୍ତିଙ୍କ ବାର୍ଷିକ ଆୟ ୩୪୬୬ ଡଲାରରେ ପହଂଚିବ ।

ଭାରତର ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ହେଲେ ଏହାର ଲାଭ ସମାନ ଭାବେ ସାଧାରଣ ଲୋକଙ୍କୁ ମିଳୁନାହିଁ । ଭାରତ ବିଶ୍ୱର ଶ୍ରେଷ୍ଠ ୧୦୦ ଧନୀଦେଶ ତାଲିକାରେ ନ ରହିବା ପଛରେ ଅସମାନତା ବଡ କାରଣ । ଗୋଟିଏ ପଟେ ଦେଶର ନିର୍ଦ୍ଧିଷ୍ଟ କିଛି ଲୋକଙ୍କ ପାଖରେ ସର୍ବାଧିକ ସମ୍ପତ୍ତି ଠୁଳ ହେବାରେ ଲାଗିଛି   । ସେପଟେ କୋଟି କୋଟି ଲୋକ ଗରୀବ ସୀମାରେଖା ତଳେ ଜୀବନ ଅତିବାହିତ କରୁଛନ୍ତି । ଅକ୍ସଫାର୍ମ ଇଣ୍ଟରନ୍ୟାସନାଲ ରିପୋର୍ଟ ମୁତାବକ ଭାରତର ୧ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୪୦ ପ୍ରତିଶତ ସମ୍ପତ୍ତି ଠୁଳ ହୋଇଛି । ଏହାର ଅର୍ଥ ମୋଟ ଜନସଂଖ୍ୟାର ଏକ ଛୋଟଭାଗ ଦିନକୁ ଦିନ ଧନୀ ହେବାରେ ଲାଗିଛି । ସେପଟେ ଭାରତର ବୁନିଆଦି ଢାଞ୍ଚ ଏପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ମାନକ ପାଖରେ ପହଂଚିପାରିନାହିଁ ।

The post ବିଶ୍ୱର ସବୁଠୁ ବଡ ୫ମ ଅର୍ଥ ବ୍ୟବସ୍ଥା । ହେଲେ ବିଶ୍ୱର ୧୦୦ ଧନୀ ଦେଶ ତାଲିକାରେ କାହିଁକି ନାହିଁ ଭାରତର ନାମ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଲା ୬ ଜୀବନ: କୋରାପୁଟ ବୋରିଗୁମ୍ମାରେ ଅଟୋକୁ ପିଟିଲା ସ୍କର୍ପିଓ, ୩ ମୃତ

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି । କୋରାପୁଟ ଓ ଗଂଜାମ ଜିଲ୍ଲାରେ ହୋଇଥିବା ଆସିକାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବିଜାପୁର ଛକ ନିକଟରେ ଅଟୋ ସ୍କର୍ପିଓ ଧକ୍କା ହେବାରୁ ଚାଲିଗଲା ୩ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଥିବା ସୂଚନା ମିଳିଛି । ସେହିପରି ଦୁର୍ଘଟଣାରେ ୧୩ଜଣ ଗୁରୁତର ହୋଇଥିବା ମଧ୍ୟ ଜଣାପଡ଼ିଛି । ସେଥିମଧ୍ୟରୁ ୪ ଜଣଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାକି ୯ଜଣ ବୋରିଗୁମ୍ମା ମେଡିକାଲରେ ଭର୍ତି ହୋଇଛନ୍ତି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ଜଣଙ୍କ ମୃତଦେହ ହସ୍ପିଟାଲରେ ପଡ଼ି ରହିଛି । ଘଟଣାସ୍ଥଳରେ ବୋରିଗୁମ୍ମା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ଆସିକା ଖଡ଼ଭାଗ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍- ଭ୍ୟାନ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ଜଣ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଆହତ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଜଣେ ମହିଳା ଅଛନ୍ତି । ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ମୃତଦେହ । ଘଟଣା ସ୍ଥଳରେ ଆସିକା ପୋଲିସ, ଅଗ୍ନିଶମବାହିନୀ ମୃତକଙ୍କୁ ପିକ୍ଅପ୍ ଭ୍ୟାନ କାଯି ଉଦ୍ଧାର କରିଥିଲେ । ଉଦ୍ଧାର ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବସଟି ଆସିକାରୁ ବ୍ରହ୍ମପୁରରୁ ଆସିକା ଅଭିମୁଖେ ଯାଉଥିବା ବେଳେ ପିକ୍ଅପ୍ ଭ୍ୟାନ ଆସିକାରୁ ବ୍ରହ୍ମପୁର ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା ।

The post ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଲା ୬ ଜୀବନ: କୋରାପୁଟ ବୋରିଗୁମ୍ମାରେ ଅଟୋକୁ ପିଟିଲା ସ୍କର୍ପିଓ, ୩ ମୃତ first appeared on Kanak News.

from Kanak News
via <a href="https://ifttt.com/?

୨୦ କିଲୋମିଟର କାନ୍ଧରେ ବୁହା ହେଲା ଶବ: ମୃତ୍ୟୁ ପରେ ଘରକୁ ଶବ ନେବା ପାଇଁ ମିଳିଲା ନାହିଁ ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡି

କନକ ବ୍ୟୁରୋ: ମିଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ୨୦ କିଲୋମିଟର ଭାରରେ ବୁହାହେଲା ଶବ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୁର୍ଣିଗୁଡା ଗାଁର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଅଛନ୍ତି । ସାନ ଝିଅ ଜନ୍ମ ହୋଇ ୩ମାସ ହେଇଥିବାରୁ କରୁଣା ଅମାନାତ୍ୟ ତାଙ୍କ ବାପାଙ୍କ ଘର ପୁର୍ଣିଗୁଡାକୁ ଯାଇଥିଲେ । ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଅନେକ ଚେଷ୍ଟା ପରେ ମଧ୍ୟ ସରକାରୀ ଗାଡି କି କୌଣସି ସରକାରୀ ସାହାଯ୍ୟ ସୁବିଧା ନ ମିଳିଥିଲା । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବରୁ କୌଣସି ଗାଡିର ବ୍ୟବସ୍ଥା କରିପାରିନଥିଲେ । ଫଳରେ ତାଙ୍କ ସମ୍ପର୍କୀୟ ମାନେ କୌଣସି ଉପାୟ ନପାଇ ପ୍ରାୟ ୨୦ କିଲୋମିଟର ଖଟିଆରେ ବୋହି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମକୁ ଆଣି ଶବ ସକ୍ରାର କରିଥିଲେ ।

The post ୨୦ କିଲୋମିଟର କାନ୍ଧରେ ବୁହା ହେଲା ଶବ: ମୃତ୍ୟୁ ପରେ ଘରକୁ ଶବ ନେବା ପାଇଁ ମିଳିଲା ନାହିଁ ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡି first appeared on Kanak News.

from Kanak News
via <a href="https://ifttt.com/?

୩ ବର୍ଷ ପରେ ଦିଲ୍ଲୀରେ ଗଡିଲା ଓଡିଶା ପ୍ରଜ୍ଞାପନ ମେଢ: ରଘୁରାଜପୁର ଐତିହ୍ୟ ଗାଁର ପଟ୍ଟଚିତ୍ରକୁ ନେଇ ସ୍ୱାବଲମ୍ବୀ ହେଉଥିବା ମହିଳାଙ୍କ କାହାଣୀ ହେଲା ପ୍ରଦର୍ଶିତ

କନକ ବ୍ୟୁରୋ: ତିନି ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ ପଦର୍ଶିତ ହୋଇଛି । ବିକଶିତ ଭାରତ ମହିଳା ଶଶକ୍ତିକରଣକୁ ନେଇ ଓଡ଼ିଶାର ମେଢ ପ୍ରଦର୍ଶିତ ହୋଇଛି । ୪୫ ଫୁଟ ଲମ୍ବ ଏବଂ ୧୪ ଫୁଟ୍ ଉଚ୍ଚତାର ଓଡ଼ିଶାର ପ୍ରଜ୍ଞାପନ ମେଢ କରାଯାଇଥିଲା । ଓଡ଼ିଶାର ମେଢ ସହ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ । ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ଛୁଇଁଥିଲା । ମେଢର ସମ୍ମୁଖ ଭାଗରେ ହାତୀ ଉପରେ ବସି ଭଗବାନ କୃଷ୍ଣ ବଂଶୀ ବାଦନ କରୁଥିବା ଦେଖିବାକୁ ମିଳିଛି ।

The post ୩ ବର୍ଷ ପରେ ଦିଲ୍ଲୀରେ ଗଡିଲା ଓଡିଶା ପ୍ରଜ୍ଞାପନ ମେଢ: ରଘୁରାଜପୁର ଐତିହ୍ୟ ଗାଁର ପଟ୍ଟଚିତ୍ରକୁ ନେଇ ସ୍ୱାବଲମ୍ବୀ ହେଉଥିବା ମହିଳାଙ୍କ କାହାଣୀ ହେଲା ପ୍ରଦର୍ଶିତ first appeared on Kanak News.

from Kanak News
via <a href="https://ifttt.com/?

ବିିହାର ରାଜନୀତିରେ ନୂଆ ମୋଡ । ବିଜେପି ସହ ମେଣ୍ଟ ସରକାର କରିବାକୁ ନୀତିଶଙ୍କ ଯୋଜନା, ବହୁମତ ହାସଲ କରିବାକୁ ଲାଲୁଙ୍କ ପୟାସ

କନକ ବ୍ୟୁରୋ : ବିହାର ରାଜନୀତିରେ ନୂଆ ମୋଡ । କିଛିମାସ ତଳେ ବିଜେପିରୁ ମେଣ୍ଟ ଭାଙ୍ଗି ଆରଜେଡି ସହ ମେଣ୍ଟ କରି ସରକାର ଗଠନ କରିଥିବା ନୀତିଶ କୁମାର ପୁଣିଥିରେ ଏନଡିଏକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ ଏବେ ବିହାରରେ ସରକାର ଭଙ୍ଗ କରି ନୀତିଶ କୁମାର ପୁଣି ବିଜେପି ମେଣ୍ଟରେ ସରକାର ଗଠନ କରିପାରନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଖୁବଶୀଘ୍ର ପଦରୁ ଇସ୍ତଫା ଦେଇପାରନ୍ତି । ସୂତ୍ର ସୂଚନା ମୁତାବକ ନୀତିଶ କୁମାର ଫେବୃଆରୀ ୨୮ ତାରିଖରେ ବିଜେପି ସହ ମିଶି ସରକାର ଗଠନ କରିପାରନ୍ତି । ହେଲେ ପ୍ରତି ଘଣ୍ଟାରେ ବଦଳୁଥିବା ବିହାର ସମୀକରଣକୁ ଦେଖିଲେ ଏହା ନୀତିଶ କୁମାରଙ୍କ ପାଇଁ ଏତେ ସହଜ ନୁହେଁ । ନୀତିଶଙ୍କ ବିଶ୍ୱାସଘାତକତା ଦେଖି ଆରଜେଡି ମୁଖ୍ୟ ଲାଲୁ ଯାଦବ ଓ ତାଙ୍କ ପୁଅ ତଥା ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସରକାର ବଞ୍ଚାଇବାକୁ ମନ୍ଥନ ଆରମ୍ଭ କରିଦେଇଛନ୍ତି । ଏହାସହ ଲାଲୁ ଯାଦବ ପ୍ରଥମ ଚାଲ ଖେଳିବା ଆରମ୍ଭ କରିଛନ୍ତି ।

ଲାଲୁଙ୍କ ରଣନୀତି ଦେଖିବା ପରେ ଏବେ ଆରଜେଡି ଓ ଜେଡିୟୁ ମଧ୍ୟରେ ସରକାର ଗଠନ କରିବା ସୁଯୋଗ ଅଧା ଅଧା ହୋଇଛି । ହେଲେ ସିଧା ହିସାବରେ ଯଦି ରାଜନୀତି ଚାଲେ ତେବେ ନୀତିଶ କୁମାର ସୁରୁଖୁରୁରେ ବିଜେପି ସହ ମିଶି ସରକାର ଗଠନ କରିଦେବେ । ମାତ୍ର ସଂଖ୍ୟା ଗଣିତକୁ ଦେଖିଲେ ନୀତିଶ କୁମାର ସରକାର ଗଠନ କରିବା ଏତେ ସହଜ କଥା ନୁହେଁ । ଯଦି ତେଜସ୍ୱୀ ଯାଦବ ସଂଖ୍ୟା ଗଣିତକୁ ପ୍ରାଧାନ୍ୟ ଦିଅନ୍ତି ତେବେ ବିହାରରେ ମାମଲା ଫଶିଯିବ । କାରଣ ଆରଜେଡି ହେଉଛି ବିହାରର ସର୍ବ ବୃହତ ଦଳ । ଏହାସହ ନୀତିଶଙ୍କ ଭାବଭଙ୍ଗୀ ଦେଖି ଲାଲୁ ଯାଦବ ଏନଡିଏ ମେଣ୍ଟରେ ଥିବା ଜିତିନରାମ ମାଞ୍ଝୀଙ୍କ ସହ କଥା ହୋଇଛନ୍ତି । ଆରଜେଡି ତରଫରୁ ମାଞ୍ଝୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଯଚାଯାଇଛି । ଯଦି ଜିତିନରାମ ମାଞ୍ଝୀ ଆରଜେଡିକୁ ସମର୍ଥନ କରେ ତେବେ ଆରଜେଡି ତରଫରୁ ମାଞ୍ଝୀଙ୍କ ପୁଅ ସନ୍ତୋଷ କୁମାର ସୁମନଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ସେପଟେ ଯଦି ସଂଖ୍ୟା ଗଣିତକୁ ଦେଖିବା ବିହାର ବିଧାନସଭାର ମୋଟ ୨୪୩ ଆସନ । ସରକାର ଗଠନ କରିବାକୁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଆରଜେଡି ପାଖରେ ୭୯, କଂଗ୍ରେସ ୧୯, ସିପିଆଇ(ଏମଏଲ) ୧୨ ଓ ସିପିଆଇ (ଏମ)ର ୨ ବିଧାୟକଙ୍କୁ ମିଶାଇ ୧୧୨ ବିଧାୟକ ରହିଛନ୍ତି । ଯଦି ଜିତିନରାମ ମାଞ୍ଝୀଙ୍କ ପାଖରେ ୪ ବିଧାୟକ ଓ ଏଆଇଏମଆଇଏମ ପାଖରେ ୧ ବିଧାୟକ ସହ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ରହିଛନ୍ତି । ଏସବୁ କୁ ମିଶାଇ ଆରଜେଡି ସମର୍ଥନରେ ୧୧୮ ବିଧାୟକ ହେଉଛନ୍ତି । ଯଦି ତେଜସ୍ୱୀ ଯାଦବ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୪ ଜଣଙ୍କୁ ନିଜ ସମର୍ଥନରେ ଆଣିପାରନ୍ତି ତେବେ ବିହାରରେ ନୀତିଶଙ୍କ ରାଜନୀତି ଶେଷ ହେବାକୁ ଯାଉଛି ।

ଅନ୍ୟପଟେ ବିଜେପି ସମର୍ଥନରେ ନୀତିଶ ସରକାର ଗଠନ କରିବା ସହଜ । କାରଣ ବିଜେପି ପାଖରେ ୭୮ ବିଧାୟକ, ଜେଡିୟୁ ପାଖରେ ୪୫ ଓ ଜିତିନରାମ ମାଞ୍ଝୀଙ୍କ ପାଖରେ ୪ ଜଣ ବିଧାୟକଙ୍କୁ ମିଶାଇ ୧୨୭ ବିଧାୟକ ରହିଛନ୍ତି । ଯାହା କି ନୀତିଶ କୁମାରଙ୍କୁ ସରକାର ଗଠନ କରିବାରେ ସହଜ ହେବ ।

The post ବିିହାର ରାଜନୀତିରେ ନୂଆ ମୋଡ । ବିଜେପି ସହ ମେଣ୍ଟ ସରକାର କରିବାକୁ ନୀତିଶଙ୍କ ଯୋଜନା, ବହୁମତ ହାସଲ କରିବାକୁ ଲାଲୁଙ୍କ ପୟାସ first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ କର୍ତବ୍ୟ ପଥରେ ଆକର୍ଷଣ ପାଲଟିଲା ଉତରପ୍ରଦେଶର ପ୍ରଜ୍ଞାପନ ମେଢ: ଆଗରେ ବାଳକ ରାମଙ୍କ ମୂର୍ତ୍ତି

କନକ ବ୍ୟୁରୋ: ନୂଆଦିଲ୍ଲୀର କର୍ତ୍ୟବ ପଥରେ ସାରା ବିଶ୍ୱ ଦେଖିଛି ସୁଦୃଢ ଓ ସଶକ୍ତ ଭାରତର ସାମର୍ଥ୍ୟ । ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଚମକ୍ରାର ପରେଡ ପ୍ରଦର୍ଶନ ସମସ୍ତଙ୍କୁ ଅବିଭୂତ କରିଛି । ଯେଉଁଥିରେ ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲେ । ଉତରପ୍ରଦେଶର ପ୍ରଜ୍ଞାପନ ମେଢ ଆଗରେ ରାମଲାଲା ପଛରେ ରେପିଡ ରେଲ ଓ ଉପରେ ବ୍ରହ୍ମୋସ ଅସ୍ତ୍ର ଦେଖିବାକୁ ମିଳିଛି । ୟୁପିର ପ୍ରଜ୍ଞାପନ ମେଢର ଥିମ ବିକଶିତ ଭାରତ, ସମୃଦ୍ଧ ଐତିହ୍ୟ ଉପରେ ଆଧାରିତ ହୋଇଥିଲା । ଭଗବାନ ରାମଙ୍କ ଜନ୍ମଭୂମୀ ୟୁପି ହୋଇଥିବାରୁ ଏହା ଐତିହାସିକ ଓ ଧାର୍ମିକ କ୍ଷେତ୍ରର ପରିଚୟ ବହନ କରୁଛି । ତେଣୁ ପ୍ରଜ୍ଞାପନ ମେଢର ଆଗରେ ରାମଲଲାଙ୍କ ପ୍ରତିମୂର୍ତି ରହିଛି ଓ ପଛରେ ଦୁଇ ଜଣ ସନ୍ଥ ଜଳ ତର୍ପଣ କରି ଆରାଧନା କରୁଥିବା ଦୃଶ୍ୟ ରହିଛି । ସେହିପରି ବିକଶିତ ଭାରତର ଥିମ ଭାବେ ନମୋ ଭାରତ ଟ୍ରେନ ଓ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଦର୍ଶିତ କରାଯାଇଛି । ପ୍ରଜ୍ଞାପନ ମେଢ ସହ ପାରମ୍ପରିକ ଲୋକ ନୃତ୍ୟ ପ୍ରଦର୍ଶନ କରିଥିଲେ ଉତରପ୍ରଦେଶର କଳାକାର ।

The post ଦିଲ୍ଲୀ କର୍ତବ୍ୟ ପଥରେ ଆକର୍ଷଣ ପାଲଟିଲା ଉତରପ୍ରଦେଶର ପ୍ରଜ୍ଞାପନ ମେଢ: ଆଗରେ ବାଳକ ରାମଙ୍କ ମୂର୍ତ୍ତି first appeared on Kanak News.

from Kanak News
via <a href="https://ifttt.com/?

ଗଣତନ୍ତ୍ର ଦିବସରେ କର୍ତବ୍ୟ ପଥରେ ପ୍ରଦର୍ଶନ ହେଲା ନାରୀ ଶକ୍ତି: ୩ ସେନାର ୩ଟି ମହିଳା ଦଳ କଲେ ପ୍ରଦର୍ଶନ

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର କର୍ତବ୍ୟ ପଥର ଭବ୍ୟ ସମାରୋହରେ ସାରା ବିଶ୍ୱ ଦେଖିଛି ଭାରତର ନାରୀଶକ୍ତିର ସାମର୍ଥ୍ୟ । ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ନାରୀ ଶକ୍ତି ଓ ଆତ୍ମନିର୍ଭର ଭାରତ ପ୍ରମୁଖତା ଭାବେ ସ୍ଥାନ ପାଇଥିଲା । ପ୍ରଥମ ଥର ପାଇଁ ପରେଡ ଆରମ୍ଭ କରିଛନ୍ତି ମହିଳା । ପ୍ରତିଥର ସେନା ବ୍ୟାଣ୍ଡରୁ ପରେଡ ଆରମ୍ଭ ହୋଇଥାଏ । ଏଥର କିନ୍ତୁ ପାରମ୍ପରିକ ଢଙ୍ଗରେ ଶଙ୍ଖ ଧ୍ୱନି ଓ ନାଗଡା ବଜାଇ ପରେଡ ଆରମ୍ଭ କରିଥିଲେ ଶହେ ଜଣ ମହିଳା କଳାକାର । ସେହିପରି ପରେଡ ପରେ ମହିଳା ସେନା ଦୁଃସାହାସିକ କ୍ରୀଡା ପ୍ରଦର୍ଶନ କରିଥିଲେ । ପୂର୍ବରୁ ଦୁଃସାହାସିକ କ୍ରୀଡା କେବଳ ଯବାନମାନେ ପ୍ରଦର୍ଶନ କରୁଥିଲେ । କିନ୍ତୁ ଏଥର କର୍ତବ୍ୟ ପଥରେ ମହିଳାଙ୍କ ଦୁଃସାହାସି କ୍ରୀଡା ପ୍ରଦର୍ଶନ ସମସ୍ତଙ୍କୁ ରୋମାଂଚିତ କରିଛି । ଖାଲି ଏତିକି ନୁହେଁ ତିନି ସେନାର ସଂପୂର୍ଣ୍ଣ ମହିଳା ଟ୍ରୁପ ପରେଡ କରିଥିଲେ । ଏହାପରେ ବାୟୁସେନାର ମହିଳା କମାଣ୍ଡରଙ୍କ ନେତୃତ୍ୱରେ ସାମରିକ କଳାକୌଶଳ କର୍ତବ୍ୟପଥର ଉପସ୍ଥିତ ସମସ୍ତ ଭାରତୀୟଙ୍କ ମନରେ ଗର୍ବ ଓ ଆତ୍ମ ବିଶ୍ୱାସ ଭରି ଦେଇଥିଲା ।

The post ଗଣତନ୍ତ୍ର ଦିବସରେ କର୍ତବ୍ୟ ପଥରେ ପ୍ରଦର୍ଶନ ହେଲା ନାରୀ ଶକ୍ତି: ୩ ସେନାର ୩ଟି ମହିଳା ଦଳ କଲେ ପ୍ରଦର୍ଶନ first appeared on Kanak News.

from Kanak News
via <a href="https://ifttt.com/?

କାଲି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ: କଳସ ଯାତ୍ରା ପରେ ଆରମ୍ଭ ହୋଇଛି ଯଜ୍ଞ ଅଧିବାସ

କନକ ବ୍ୟୁରୋ: ମା ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହେଲା ଯଜ୍ଞ ଅଧିବାସ । କଳସ ଯାତ୍ରା ପରେ ଆରମ୍ଭ ହୋଇଛି ଅଧିବାସ ପୂଜା । ମୁଖ୍ୟ ଯଜ୍ଞ ମଣ୍ଡପରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ଆସନ୍ତାକାଲି ମା’ ସମଲେଇ ପ୍ରକଳ୍ପ ଉଦଘାଟନ ହେବ । ଏଥିପାଇଁ ପଶ୍ଚିମ ଓଡ଼ିଶାର ପାଖାପାଖି ୧୧ଟି ଜିଲ୍ଲାର ୫୦ରୁ ଅଧିକ ପଣ୍ଡିତ ପୁରୋହିତ ଆସିଛନ୍ତି । ଅଧିବାସ ଆରମ୍ଭ ହେବା ସହିତ ମୁଖ୍ୟ ଯଜ୍ଞ ମଣ୍ଡପରେ ସର୍ବୋତ ଭବ୍ୟ ମଣ୍ଡଳ, ବାସ୍ତୁ ମଣ୍ଡଳ, ଯୋଗିନୀ ମଣ୍ଡଳ, ଲକ୍ଷ୍ମୀନାରାୟଣ ମଣ୍ଡଳ, ନବଗ୍ରହ ପୂଜା, କ୍ଷେତ୍ରପାଳ ପୂଜା ଓ ଅଷ୍ଟାଦଶ ମାତୃଗଣ ମଣ୍ଡଳ ପୂଜା ହେବ । ସମସ୍ତ ପୁରୋହିତ ମଣ୍ଡଳ ପୂଜା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଆସନ୍ତାକାଲି ସକାଳୁ ୧୬ ସ୍ତମ୍ଭ ପୂଜା, ୧୨ଟି ଦ୍ୱାର ପୂଜା ଓ ସୂର୍ଯ୍ୟପୂଜା କରାଯିବ ।

The post କାଲି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ: କଳସ ଯାତ୍ରା ପରେ ଆରମ୍ଭ ହୋଇଛି ଯଜ୍ଞ ଅଧିବାସ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started