ଆସିକା ଖଡଭାଗ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ପିକଅପ ଭ୍ୟାନ୍ ଓ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା, ୩ ମୃତ, ଅନେକ ଆହତ ।

କନକ ବ୍ୟୁରୋ: ଆସିକା ଖଡ଼ଭାଗ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍- ଭ୍ୟାନ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ଜଣ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଆହତ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଜଣେ ମହିଳା ଅଛନ୍ତି । ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ମୃତଦେହ । ଘଟଣା ସ୍ଥଳରେ ଆସିକା ପୋଲିସ, ଅଗ୍ନିଶମବାହିନୀ ମୃତକଙ୍କୁ ପିକଅପ୍ ଭ୍ୟାନ କାଟି ଉଦ୍ଧାର କରିଥିଲେ । ଉଦ୍ଧାର ପହଞ୍ଚିି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବସଟି ଆସିକାରୁ ବ୍ରହ୍ମପୁରରୁ ଆସିକା ଅଭିମୁଖେ ଯାଉଥିବା ବେଳେ ପିକ୍ଅପ୍ ଭ୍ୟାନ ଆସିକାରୁ ବ୍ରହ୍ମପୁର ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା ।

The post ଆସିକା ଖଡଭାଗ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ପିକଅପ ଭ୍ୟାନ୍ ଓ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା, ୩ ମୃତ, ଅନେକ ଆହତ । first appeared on Kanak News.

from Kanak News
via <a href="https://ifttt.com/?

୭୫ ତମ ସାଧାରଣତନ୍ତ୍ର ଦିବସରେ ଦୁଲୁକିଲା ଦିଲ୍ଲୀ କର୍ତ୍ତବ୍ୟପଥ । ବିଶ୍ୱ ଦେଖିଲା ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ । ପରେଡରେ ୩ ସେନାର ମହିଳା ଟ୍ରୁପ୍ । ମନମୋହିଲା ଓଡ଼ିଶାର ପ୍ରଜ୍ଞାପନ ମେଢ ।

କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ କର୍ତ୍ତବ୍ୟପଥରେ ଭବ୍ୟ ସମାରୋହ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତୋଳନ କରିବା ପରେ ଆରମ୍ଭ ହୋଇଥିଲା ପରେଡ । ଭାରତୀୟ ବାଦ୍ୟ ଯନ୍ତ୍ର ସହ ମହିଳା କଳାକାରମାନେ ପ୍ରଥମ ପରେଡ କରିଥିଲେ । ପରେ ଅନ୍ୟ ଟ୍ରୁପ୍ ମାନେ ପରେଡ କରିଥିଲେ । ପରେଡରେ ଫ୍ରାନ୍ସ ବ୍ୟାଣ୍ଡ, ଟି,-୯୦ ଭିଷ୍ମ ଟ୍ୟାଙ୍କ, ନାଗ୍ ମିଶାଇଲ ସିଷ୍ଟମ, ପିନାକ ମିଶାଇଲ, ଅସ୍ତ୍ରଶସ୍ତ୍ର ସନ୍ଧାନ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ, ବିକଶିତ ରେଡିଓ ଫ୍ରିକ୍ୟୁଏନ୍ସ ମନିଟରିଂ ସିଷ୍ଟମ, ମଲ୍ଟିଂ ଫଙ୍କସନ୍ ରାଡାର ଆଦି ଟ୍ରୁପ ସାମିଲ ହୋଇଛନ୍ତି ।

ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଫ୍ରାନ୍ସର ଏକ ଟୁପ୍ ମଧ୍ୟ ପରେଡରେ ସାମିଲ ହୋଇଛି । ପରେଡ ଦେଖିବାକୁ ୧୩ ହଜାର ଅତିଥୀ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତିନି ସେନାର ମହିଳା ଟ୍ରୁପ ସାମିଲ ହୋଇ ପରେଡ କରିଛନ୍ତି । ଏଥର ଥିମ ‘ବିକଶିତ ଭାରତ ଓ ଭାରତ ଲୋକତନ୍ତ୍ରର ମାଆ’ ଥିମ ନେଇ ପରେଡ ଆୟୋଜନ କରିଛନ୍ତି । ପରେଡରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ ସାମିଲ ହୋଇଛି । ପତକା ଉତୋଳନ ପରେ ଦେଢ ଘଂଟା ଧରି ପରେଡ ଅନୁଷ୍ଠିତ ହୋଇଛି ।

The post ୭୫ ତମ ସାଧାରଣତନ୍ତ୍ର ଦିବସରେ ଦୁଲୁକିଲା ଦିଲ୍ଲୀ କର୍ତ୍ତବ୍ୟପଥ । ବିଶ୍ୱ ଦେଖିଲା ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ । ପରେଡରେ ୩ ସେନାର ମହିଳା ଟ୍ରୁପ୍ । ମନମୋହିଲା ଓଡ଼ିଶାର ପ୍ରଜ୍ଞାପନ ମେଢ । first appeared on Kanak News.

from Kanak News
via <a href="https://ifttt.com/?

ଫେବୃଆରୀରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ । ଜାଣନ୍ତୁ ଓଡିଶାରେ କେତେ ଦିନ ବ୍ୟାଙ୍କ୍ ବନ୍ଦ ରହିବ

କନକ ବ୍ୟୁରୋ : ଫେବୃଆରୀ ମାସରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ । ପୂଜା ପର୍ବାଣୀ ପାଇଁ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ୍ ବନ୍ଦ ରହିବ । ୨୦୨୪ ବର୍ଷ ଆରମ୍ଭରୁ ଜାନୁଆରୀ ମାସରେ ଭିନ୍ନ ଭିନ୍ନ ଜୋନରେ ୧୬ଦିନ ବ୍ୟାଙ୍କ୍ ବନ୍ଦ ରହିଥିଲା । କିଛି ଛୁଟି ପୂରା ହୋଇସାରିଥିବା ବେଳେ ଆଉ ବାକି ଛୁଟି ୩୧ତାରିଖ ସୁଦ୍ଧା ପୂରା ହୋଇଯିବ । ସେହିପରି ଆସନ୍ତା ମାସ ଅର୍ଥାତ୍ ଫେବୃଆରୀ ମାସରେ ବି ଦେଶର ଭିନ୍ନ ଭିନ୍ନ ଜୋନରେ ୧୦ଦିନ ବ୍ୟାଙ୍କ୍ ବନ୍ଦ ରହିବ । ତେଣୁ ବ୍ୟାଙ୍କ ସହ ଜଡିତ କାମ ଗୁଡିକୁ ତୁରନ୍ତ ସାରିନିଅନ୍ତୁ । ନଚେତ୍ ବ୍ୟାଙ୍କ ଛୁଟି କାରଣରୁ ଆପଣଙ୍କୁ ହଇରାଣ ହେବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ତାରିଖରେ କେଉଁ କେଉଁ କାରଣ ପାଇଁ ବ୍ୟାଙ୍କ୍ ଛୁଟି ରହିବ ।

– ୨୦୨୪ ଫେବୃଆରୀ ୪ତାରିଖରେ ରବିବାର ପଡୁଥିବାକୁ ଦେଶର ସମସ୍ତ ବ୍ୟାଙ୍କ ଛୁଟି ରହିବ ।
– ଫେବୃଆରୀ ୧୦ ତାରିଖରେ ମାସର ଦ୍ୱିତୀୟ ଶନିବାର ପଡୁଥିବାରୁ ବ୍ୟାଙ୍କ୍ ଛୁଟି ରହିବ ।
– ଫେବୃଆରୀ ୧୧ରେ ପୁଣି ରବିବାର ପଡୁଥିବାରୁ ବ୍ୟାଙ୍କ୍ ଛୁଟି ରହିବ
– ଫେବୃଆରୀ ୧୪ ତାରିଖରେ ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ପଡୁଥିବାରୁ ତ୍ରିପୁରା, ଓଡିଶା ଓ ପଶ୍ଚିମବଙ୍ଗରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
– ୧୫ତାରିଖରେ ଲୁଇସ୍-ନାଗାଇ-ନି ପର୍ବ ପଡୁଥିବାରୁ ମଣିପୁରରେ ବନ୍ଦ ରହିବ ବ୍ୟାଙ୍କ୍
– ୧୮ ତାରିଖ ପୁଣି ରବିବାର ପଡୁଥିବାରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
– ୧୯ତାରିଖରେ ଛତ୍ରପତି ଶିବାଜୀ ଜୟନ୍ତି ପଡୁଥିବାରୁ ମହାରାଷ୍ଟ୍ରରେ ବ୍ୟାଙ୍କ୍ ବନ୍ଦ ରହିବ
– ୨୦ତାରିଖରେ ରାଜ୍ୟ ଦିବସ କାରଣରୁ ମିଜୋରାମ୍ ଓ ଅରୁଣାଚଳପ୍ରଦେଶରେ ବ୍ୟାଙ୍କ୍ ବନ୍ଦ ରହିବ ।
– ୨୫ ତାରିଖରେ ରବିବାର, ସେଥିପାଇଁ ବ୍ୟାଙ୍କର ସମସ୍ତ କାର୍ଯ୍ୟ ବନ୍ଦ ରହିବ ।
– ୨୬ ତାରିଖରେ ନ୍ୟୁକୁମ୍ ପର୍ବ କାରଣରୁ କେବଳ ଅରୁଣାଚଳପ୍ରଦେଶରେ ବ୍ୟାଙ୍କ ଛୁଟି ରହିବ ।

ବ୍ୟାଙ୍କର ଛୁଟି ବାବଦରେ ଅଧିକ ବିବରଣୀ ଜାଣିବା ପାଇଁ ଆରବିଆଇର ଅଫିସିଆଲ ୱେବସାଇଟକୁ ଯାଇ ଯାଞ୍ଚ କରିପାରିବ ।

The post ଫେବୃଆରୀରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ । ଜାଣନ୍ତୁ ଓଡିଶାରେ କେତେ ଦିନ ବ୍ୟାଙ୍କ୍ ବନ୍ଦ ରହିବ first appeared on Kanak News.

from Kanak News
via <a href="https://ifttt.com/?

ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରେ ଖାଲି ପଡିଲା ଆସନ । ରୋଚକ ହେଉଛି ବିହାର ରାଜନୀତି ।

କନକ ବ୍ୟୁରୋ : ବିହାର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଜେଡିୟୁ-ଆରଜେଡିର ମିଳିତ ସରକାରରେ ଏବେ ହଲଚଲ ଆରମ୍ଭ ହୋଇଛି । ଗତକାଲି ଅମିତ ଶାହାଙ୍କ ଘରେ ବିହାର ବିଜେପି ନେତାଙ୍କ ବୈଠକ ପରେ ବିହାରରେ ଥିବା ଜେଡିୟୁ-ଆରଜେଡିର ମିଳିତ ସରକାରକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଖୁବଶୀଘ୍ର ସରକାରରୁ ଜେଡିୟୁ ଓହରିବା ନେଇ ନୀତିଶ କୁମାର ବଡ ନିଷ୍ପତ୍ତି ନେଇପାରନ୍ତି । ତେବେ ଜେଡିୟୁ-ଆରଜେଡି ମଧ୍ୟରେ ଯେ ସବୁକିଛି ଠିକ୍ ଚାଲିନାହିଁ ତାହା ଗଣତନ୍ତ୍ର ଦିବସ ସମାରୋହରୁ ସଂକେତ ମିଳିଛି ।

ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପାଇଁ ମଞ୍ଚରେ ବସିବା ପାଇଁ ପାଖାପାଖି ଚୌକି ପଡିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡିଥିବା ଚୌକିରେ ନବସି ଗୋଟିଏ ଆସନ ଛାଡି ବସିଥିଲେ ତେଜସ୍ୱୀ ଯାଦବ । ଉଭୟ ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରେ ଗୋଟିଏ ଆସନ ଫାଙ୍କା ପଡିଥିବାର ଦେଖିବାକୁ ମିଳିଥିଲା । ସେହିଭଳି ଅନେକ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଉଭୟ ପରସ୍ପର ସହ କଥା ହେଉଥିବାର ଦେଖିବାକୁ ମିଳେ । କିନ୍ତୁ ଗଣତନ୍ତ୍ର ଦିବସ ସମାରୋହରେ ପରସ୍ପର ସହ କୌଣସି କଥା ହୋଇନଥିଲେ ଉଭୟ ନୀତିଶ ଓ ତେଜସ୍ୱୀ । ଆଉ ଉଭୟ ଦଳର ଶୀର୍ଷ ନେତୃତ୍ୱଙ୍କ ଏଭଳି ଆଭିମୁଖ୍ୟ ବିହାର ରାଜନୀତିକୁ ରୋଚକ କରୁଛି ।

The post ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରେ ଖାଲି ପଡିଲା ଆସନ । ରୋଚକ ହେଉଛି ବିହାର ରାଜନୀତି । first appeared on Kanak News.

from Kanak News
via <a href="https://ifttt.com/?

କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି । ଶୁଭିଲା ଶଂଖନାଦର ଆବାହନ । ପରେ ପରେ ଫ୍ରାନ୍ସ ମାର୍ଚ୍ଚ ବ୍ୟାଣ୍ଡ ସହ ଋଷ ଟି୯୦ ଟ୍ୟାଙ୍କର ଝଲକ ।

କନକ ବ୍ୟୁରୋ: କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ସହ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟ ଅତିଥି ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ।
ଏହି ଅବସରରେ ଆଜି କର୍ତ୍ତବ୍ୟପଥରେ ନୂଆ ଧାରା ଦେଖିବାକୁ ମିିଳିଥିଲା । ପ୍ରଥମେ ମାର୍ଚ୍ଚ ନୁହେଁ ବରଂ ଶଂଖନାଦ ଓ ଭେରୀତୁରୀ, ଝାଞ୍ଜ ମୃଦଙ୍ଗ ଧ୍ୱନୀ ସହ ଆରମ୍ଭ ହୋଇଥିଲା ଅବାହନ । ଏହାର ମୋର୍ଚ୍ଚା ସମ୍ଭାଳିଥିଲେ ମହିଳା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାପରେ ରାଜପଥକୁ ଓହ୍ଲାଇଥିଲେ ଫ୍ରାନ୍ସର ଆର୍ମି ମ୍ୟୁଜିକ୍ ବ୍ୟାଣ୍ଡ । ପରେ ପରେ ନିଜର ଦର୍ପ ଦେଖାଇଥିଲେ ଋଷ ଟି୯୦ ଟ୍ୟାଙ୍କର । ଆକାଶମାର୍ଗରେ ଗର୍ଜିଉଠିଥିଲା ରାଫେଲ ଯୁଦ୍ଧ ବିମାନ ।

The post କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି । ଶୁଭିଲା ଶଂଖନାଦର ଆବାହନ । ପରେ ପରେ ଫ୍ରାନ୍ସ ମାର୍ଚ୍ଚ ବ୍ୟାଣ୍ଡ ସହ ଋଷ ଟି୯୦ ଟ୍ୟାଙ୍କର ଝଲକ । first appeared on Kanak News.

from Kanak News
via <a href="https://ifttt.com/?

ଜୀବନ ସହ ସଂଗ୍ରାମ କରୁଛନ୍ତି ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଏସସିବିର ନ୍ୟୁରୋ ସର୍ଜରୀ ଆଇସିୟୁରେ ଭର୍ତ୍ତି ।

କନକ ବ୍ୟୁରୋ: ଜୀବନ ସହ ସଂଗ୍ରାମ କରୁଛନ୍ତି ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରର ଏହି ସ୍ୱାଧୀନତା ସଂଗ୍ରାମୀଙ୍କୁ କଟକ ଏସସିବିର ନ୍ୟୁରୋ ସର୍ଜରୀ ଆଇସିୟୁରେ ଭର୍ତି କରାଯାଇଛି । ଏସସିବିରେ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାର ଅନୁଧ୍ୟାନ କରୁଛନ୍ତି । ୧୦୨ ବର୍ଷ ବୟସର ନୀଳମଣି ସାମଲ ବ୍ରେନ୍ ଷ୍ଟ୍ରୋକର ଶିକାର ହେବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ବଂଚାଇବା ପାଇଁ ଡାକ୍ତରମାନେ ସବୁ ପ୍ରକାର ପ୍ରୟାସ କରିଛନ୍ତି । ଦୁଇଥର ରାଷ୍ଟ୍ରପତି ପୁରସ୍କାର ପାଇଥିବା ନୀଳମଣି ସାମଲ ଅଲ୍ ଇଣ୍ଡିଆ ଫ୍ରିଡମ୍ ଫାଇଟର ସଂଘର ସଭାପତି ଅଛନ୍ତି । ସେ ତିିନିଥର ୩ ବର୍ଷ କାରାଦଣ୍ଡାଦେଶ ଭୋଗିଥିଲେ ।

The post ଜୀବନ ସହ ସଂଗ୍ରାମ କରୁଛନ୍ତି ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଏସସିବିର ନ୍ୟୁରୋ ସର୍ଜରୀ ଆଇସିୟୁରେ ଭର୍ତ୍ତି । first appeared on Kanak News.

from Kanak News
via <a href="https://ifttt.com/?

ଖେଳନା ବନ୍ଧୁକ ଦେଖାଇ ଆତଙ୍କ ରଚୁଥିଲେ ଯୁବକ । କାବୁ କରିନେଇ ପୋଲିସରେ ଦେଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: ଖେଳନା ବନ୍ଧୁକ ଦେଖାଇ ଆତଙ୍କ ପରେ ଯୁବକଙ୍କୁ କାବୁ କଲେ ଲୋକେ । ଯାଞ୍ଚ ପରେ ବନ୍ଧୁକ ନକଲି ଥିବା ଜଣାପଡଛି । ଗଞ୍ଜାମ ଖଲିକୋଟ ଲଙ୍ଗଳେଶ୍ୱର ଗାଁ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ହାତରେ ବନ୍ଧୁକ ଧିରି ଗୁଳି କରିଦେବେ କହି ଆତଙ୍କ ଖେଳାଇଥିଲେ । ପରେ ଲୋକେ ତାଙ୍କୁ କାବୁ କରି ସ୍ଥାନୀୟ ଭେଜିପୁଟ ଫାଣ୍ଡିକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଜବତ କରିବା ପରେ ଏହା ନକଲି ବୋଲି ଜଣାପଡିଛି । ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

The post ଖେଳନା ବନ୍ଧୁକ ଦେଖାଇ ଆତଙ୍କ ରଚୁଥିଲେ ଯୁବକ । କାବୁ କରିନେଇ ପୋଲିସରେ ଦେଲେ ସ୍ଥାନୀୟ ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

ଅସଲି କୋକେଇରେ ଯାଉଛି ନକଲି ଶବ । ୨୦ ବର୍ଷ ପରେ ନିଖୋଜ ବ୍ୟକ୍ତିଙ୍କର ହେଲା ଅନ୍ତିମ ସଂସ୍କାର ନୀତି ।

କନକ ବ୍ୟୁରୋ: କୋକେଇରେ ଶବ ଯିବାର ଦେଖିଥିବେ । ହେଲେ ଅସଲି କୋକେଇରେ ନକଲି ଶବ କେବେ ଦେଖିନଥିଲେ । କିନ୍ତୁ ଭଦ୍ରକ ନରିପୁର ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ଦେଖିବାକୁ ମିଳିଛି । ସମସ୍ତ ରୀତିନୀତି ଅନୁଯାୟୀ ନକଲି ଶବଦାହ କରାଯାଇଛି । ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ଗଗନ ଦାସଙ୍କ ବାପା ୨୦୦୪ ମସିହାରୁ ନିଖୋଜ ଥିଲେ । ଏବେ ସୁଦ୍ଧା ତାଙ୍କର ପିତିା ମିଳିନାହିଁ । ହେଲେ ଏହାକୁ ୨୦ ବର୍ଷ ବିତିଯିବା ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ଗାନ୍ଧୀ ପଡିଆ ନିକଟ ସ୍ମସାନରେ ଶବ ସତ୍କାର କରି କରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି ।

The post ଅସଲି କୋକେଇରେ ଯାଉଛି ନକଲି ଶବ । ୨୦ ବର୍ଷ ପରେ ନିଖୋଜ ବ୍ୟକ୍ତିଙ୍କର ହେଲା ଅନ୍ତିମ ସଂସ୍କାର ନୀତି । first appeared on Kanak News.

from Kanak News
via <a href="https://ifttt.com/?

ଠକେଇର ନୂଆ ତରିକା । ସଫା କରିବା ବାହାନାରେ ଲୁଟିନେଲେ ସୁନା ଚେନ୍ ।

କନକ ବ୍ୟୁରୋ: ଠକେଇର ନୂଆ ତରିକା ।ଅଳଙ୍କାର ସଫା କରିବା ବାହାନାରେ ଲୁଟିନେଲେ ସୁନା ଅଳଙ୍କାର । ଦୁର୍ବୁମାନେ ସୁଟ୍ ବୁଟ୍ ପିନ୍ଧି ଆସି ଏଭଳି ଅଭିନବ ଉପାୟର ଠକେଇ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା କୁଶିଆପାଳ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦୃବୁର୍ତମାନେ ପ୍ରଥମେ ନିରଞ୍ଜନ ଦାସଙ୍କ ଘରକୁ ଆସି ଏକ ପ୍ରତିଷ୍ଠିତ କମ୍ପାନୀରୁ ଆସିଥିବା କହିଥିଲେ । ପରେ ତାଙ୍କ ଘରେ ଥିବା ପିତଳ ସାମଗ୍ରୀ, ରୂପା ଓ ସୁନା ଅଳଙ୍କାର ଅଧ ଘଂଟାରେ ସଫା କରି ଚିକଚିକ୍ କରିଦେବାକୁ କହିଥିଲେ । ବିଶ୍ୱାସ ପାଇଁ ପ୍ରଥମେ ପିତଳ ଦୀପ ପରେ ରୂପା ପାଉଁଜି ସଫା କରିଥିଲେ । ପରେ ସୁନା ଚେନ ସଫା କରିବାକୁ ଦେଇଥିଲେ ନିରଞ୍ଜନଙ୍କ ପରିବାର ଲୋକ ।

ଲୁଟେରାମାନେ ଏକ ପ୍ୟାକେଟରେ କିଛି ପାଉଁଶ ଗୋଳାଇ ସୁନା ଚେନକୁ ଫ୍ରିଜ୍ରେ ରଖିବାକୁ ଦେଇଥିଲେ । ଅଧ ଘଂଟା ପରେ ସୁନା ଚେନ କାଢିବାକୁ କହି ଚାଲିଯାଇଥିଲେ । କିଛି ସମୟ ପରେ ପ୍ୟାକେଟ୍ ଖୋଲିବାକୁ ଚେନ ବଳଦରେ ଗୋଡି ଓ ପାଉଁଶ ବାହାରିଥିଲା । ପରେ ଏନେଇ କେନ୍ଦ୍ରାପଡା ସଦର ଥାନାରେ ଏତଲା ଦେଇଛନ୍ତି ନିରଞ୍ଜନ । ତେବେ ଲୁଟର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

The post ଠକେଇର ନୂଆ ତରିକା । ସଫା କରିବା ବାହାନାରେ ଲୁଟିନେଲେ ସୁନା ଚେନ୍ । first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତାକାଲି ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ସାମିଲ ହେବେ ୧୧ଟି ଜିଲ୍ଲାର ପଣ୍ଡିତ । ଲୋକର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ: ସଜେଇ ହେଉଛି ସମଲେଶ୍ୱରୀ ପୀଠ । ଆସନ୍ତାକାଲି ସମଲେଇ ପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ପରିକ୍ରମା ପ୍ରକଳ୍ପ ପରେ ଏହା ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି । ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧାକୁ ଦିଆଯାଇଛି ଗୁରୁତ୍ୱ ।

ସୁନ୍ଦର ଢଙ୍ଗରେ ସଜେଇ ହୋଇଛି ମା’ ସମଲେଶ୍ୱରୀ ମନ୍ଦିର । ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜେଇ ହୋଇଛି ସମଲେଶ୍ୱରୀ ପୀଠ । ଏହା ପୂର୍ବରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃ୍ଷ୍ଟିରେ ରଖି ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ଲୋକାର୍ପଣ ଦିନ ସନ୍ଧ୍ୟାରେ ସାଂସ୍କୃତିକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ତେବେ କାଲି ଉଦଘାଟନ ଉତ୍ସବ ପାଇଁ ସକାଳ ୯ଟାରୁ ମଧ୍ୟାନ ୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।

The post ଆସନ୍ତାକାଲି ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ସାମିଲ ହେବେ ୧୧ଟି ଜିଲ୍ଲାର ପଣ୍ଡିତ । ଲୋକର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started