ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ । ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ ।

କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ଭୁବନେଶ୍ୱରରେ ଗାନ୍ଧୀମାର୍ଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପରେଡ୍ ।

ଏଥର ଗାନ୍ଧୀମାର୍ଗରେ ଦେଖିବାକୁ ମିଳିବ ଭିନ୍ନ ଧରଣର ମାହୋଲ । ଏଥର ଗଡିବ ପ୍ରଜ୍ଞାପନ ମେଢ । ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢ । ରାଜ୍ୟ ସରକାରଙ୍କ ୧୨ ଟି ବିଭାଗ ଏବଂ ଗୋଟିଏ ନଗମ ପକ୍ଷରୁ ମୋଟ ୧୩ ଟି ମେଢ ଗଡିବା ନେଇ ସ୍ଥିତ ହୋଇଛି ।

The post ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ । ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ । first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟକୁ ବଡ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୟୁ-ଟର୍ଣ୍ଣ । ଇଣ୍ଡିଆ ଛାଡି ଏନଡିଏ ମେଣ୍ଟରେ ହୋଇପାରନ୍ତି ସାମିଲ ।

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟକୁ ବଡ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୟୁ-ଟର୍ଣ୍ଣ । ଇଣ୍ଡିଆ ଛାଡି ଏନଡିଏ ମେଣ୍ଟରେ ସାମିଲ ହେବ ଜେଡିୟୁ । ଦଳର ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ ପରେ ଚର୍ଚ୍ଚା । ଆସନ୍ତା ୪ ତାରିଖରେ ବିହାରର ବେଟିଆରେ ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନୀତୀଶ କୁମାର ଏକାଠି ହୋଇପାରନ୍ତି । ସବୁ କାର୍ଯ୍ୟକ୍ରମ ବାତିଲ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ବୈଠକ ପଛର କାରଣ ଆରଜେଡି ଓ ଜେଡିୟୁ ଭିତର ବିବାଦ ବୋଲି କୁହାଯାଉଛି ।

ଅନ୍ୟପଟେ ଆରଜେଡି ଶିବିରରେ ହଇଚଇ ଦେଖାଦେଇଛି । ବୁଧବାର ଏକ କାର୍ଯ୍ୟକ୍ରମରେ ନୀତୀଶ ପରୋକ୍ଷରେ ଆରଜେଡିକୁ ଟାର୍ଗେଟ କରିଥିଲେ । ବିନା ନା ନେଇ ବଂଶବାଦ ପ୍ରସଙ୍ଗ ଉଠାଇଥିଲେ । ଏହା ପରେ ଉଭୟ ଦଳ ମଧ୍ୟରେ ଯେଉଁ ବିବାଦ ଓ ତିକ୍ତତା ଥିଲା ତାହା ବଢ଼ିବାରେ ଲାଗିଛି । ସେପଟେ ବିହାର ରାଜନୀତିରେ କ’ଣ ଚାଲିଛି ତା ଉପରେ ନଜର ରଖିଛି ବିଜେପି । ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମଧ୍ୟରେ ବସିଥିବା ବୈଠକରେ ବିହାର ରାଜନୀତି ଘଟଣାକ୍ରମ ଉପରେ ଚର୍ଚ୍ଚା କରାଯାଇଛି ।

The post ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟକୁ ବଡ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୟୁ-ଟର୍ଣ୍ଣ । ଇଣ୍ଡିଆ ଛାଡି ଏନଡିଏ ମେଣ୍ଟରେ ହୋଇପାରନ୍ତି ସାମିଲ । first appeared on Kanak News.

from Kanak News
via <a href="https://ifttt.com/?

ଜ୍ଞାନବାପୀ ମସଜିଦ ପରିସରରେ ଅଛି ବଡ ହିନ୍ଦୁ ମନ୍ଦିର । ଆଇନଜୀବୀ କହିଲେ ମନ୍ଦିର ଥିବା ନେଇ ରହିଛି ୩୨ ଟି ପ୍ରମାଣ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବାପୀ ମସଜିଦ ପରିସରରେ ଅଛି ବଡ ହିନ୍ଦୁ ମନ୍ଦିର । ଏଏସଆଇ ସର୍ଭେ ରିପୋର୍ଟକୁ ନେଇ ଚର୍ଚ୍ଚା । ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ହିନ୍ଦୁ ପକ୍ଷଙ୍କ ଆଇନଜୀବୀ ବିଷ୍ଣୁଶଙ୍କର ଜୈନ । ମସଜିଦ ପୂର୍ବରୁ ସେଠାରେ ମନ୍ଦିର ଥିବା ନେଇ ରହିଛି ୩୨ ଟି ପ୍ରମାଣ ଥିବା କହିଛନ୍ତି ଆଇନଜୀବୀ ।

ଜ୍ଞାନବାପୀ ମସଜିଦ ପରିସରରେ ହିନ୍ଦୁ ମନ୍ଦିର ଥିବା ହିନ୍ଦୁ ପକ୍ଷ ଦାବି କରିବା ପରେ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜ୍ଞାନବାପୀ ମସଜିଦ ପରିସରରେ ଏଏସଆଇ ସର୍ଭେ କରାଯାଇଥିଲା । ସର୍ଭେରୁ ଜଣାପଡିଛି, ମସଜିଦର ସମସ୍ତ ଖମ୍ବ ପ୍ରଥମେ ମନ୍ଦିରର ଥିଲା । ଏଗୁଡିକୁ ରୂପାନ୍ତରଣ କରାଯାଇ ମସଜିଦରେ ବ୍ୟବହାର କରାଯାଇଛି । ଗତ ଡିସେମ୍ବର ୧୮ ତାରିଖରେ ଏଏସଆଇ ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ କରିଥିଲା । ତେବେ ବୁଧବାର କୋର୍ଟ ଉକ୍ତ ରିପୋର୍ଟକୁ ସବୁ ପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

The post ଜ୍ଞାନବାପୀ ମସଜିଦ ପରିସରରେ ଅଛି ବଡ ହିନ୍ଦୁ ମନ୍ଦିର । ଆଇନଜୀବୀ କହିଲେ ମନ୍ଦିର ଥିବା ନେଇ ରହିଛି ୩୨ ଟି ପ୍ରମାଣ । first appeared on Kanak News.

from Kanak News
via <a href="https://ifttt.com/?

ଘୋଷଣା ହେଲା ପଦ୍ମ ପୁରସ୍କାର । ୧୩୨ ଜଣ ପାଇବେ ପଦ୍ମ ସମ୍ମାନ । ୧୭ ଜଣଙ୍କୁ ପଦ୍ମ ଭୂଷଣ, ୧୧୦ ଜଣଙ୍କୁ ମିଳିବ ପଦ୍ମଶ୍ରୀ ଓ ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ ଉପାଧି ।

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଦକ୍ଷିଣ ଭାରତୀୟ ଅଭିନେତା ଚିରଞ୍ଜୀବୀ, ବିଜୟନ୍ତିମାଳା ବାଳି, ବିଦେଶ୍ୱର ପାଠକ, ପଦ୍ମ ଶୁଭ୍ରମଣ୍ୟମଙ୍କୁ ଦେଶର ଦ୍ୱିତୀୟ ବଡ ବେସାମରିକ ପଦ୍ମ ବିଭୂଷଣ ଉପାଧି ମିଳିବ । ୫ ଜଣଙ୍କୁ ପଦ୍ମ ବିଭୂଷଣ ଉପାଧି ମିଳିଥିବା ବେଳେ ୧୭ ଜଣଙ୍କ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କ ପଦ୍ମଶ୍ରୀ ଉପାଧି ମିଳିବ ।

ତେବେ ପଦ୍ମଶୀ ପୁରସ୍କାର ତାଲିକାରେ ଓଡ଼ିଶାର ୪ ଜଣ ମନୋନିତ ହୋଇଛନ୍ତି । ପଦ୍ମଶୀ ପାଇଥିବା ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ଅଛନ୍ତି ମହିଳା ମାହୁନ୍ତ ଆସମର ପାର୍ବର୍ତୀ ବରୁଆ, ଛତିଶଗଡର ଆଦିବାସୀ କର୍ମୀ ଯାଗେଶ୍ୱର ଯାଦବ ଓ ଝାଡଖଣ୍ଡର ମହିଳା ପରିବେଶବିତ୍ ଚାମି ମୁର୍ମୁ ପ୍ରମୁଖ ସାମିଲ ଅଛନ୍ତି । ମଣିଷ ଓ ହାତୀଙ୍କ ମଧ୍ୟରେ ଚାଲିଥିବା ଲଢେଇକୁ କମ କରିବା ପାଇଁ ପାର୍ବତୀ ବରୁଆ ରାଜ୍ୟ ସରକାରଙ୍କ ସହାୟତା କରିଛନ୍ତି । ଏହାଛଡା ଜଙ୍ଗଲୀ ହାତୀଙ୍କୁ କିଭଳି ଧରାଯାଇପାରିବ ଓ ସେମାନଙ୍କ ସମସ୍ୟାକ ସମାଧାନ କରାଯାଇପାରିବ । ନିଜ ପିତାଙ୍କ ଠାରୁ ସେ ଏହି କୌଶଳ ଶିଖିଥିଲେ । ସେହିଭଳି ୬୭ ବର୍ଷିୟ ଯାଗେଶ୍ୱର ଯାଦବ ଆଦିବାସୀଙ୍କ ଉତଥାନ ପାଇଁ କାମ କରିଛନ୍ତି । ଏକ ଆଶ୍ରମ ପ୍ରତିଷ୍ଠା କରି ସେ ଆଦିବାସୀଙ୍କ ମଧ୍ୟରେ ନିରରକ୍ଷତା ଦୂର କରିବାକୁ ଉଦ୍ୟମ କରିଛନ୍ତି । କରୋନା ସମୟରେ ଟୀକାକରଣରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ତେବେ ପଦ୍ମ ଉପାଧି ପାଇଥିବା ସମସ୍ତ ପ୍ରତିଭାଙ୍କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

The post ଘୋଷଣା ହେଲା ପଦ୍ମ ପୁରସ୍କାର । ୧୩୨ ଜଣ ପାଇବେ ପଦ୍ମ ସମ୍ମାନ । ୧୭ ଜଣଙ୍କୁ ପଦ୍ମ ଭୂଷଣ, ୧୧୦ ଜଣଙ୍କୁ ମିଳିବ ପଦ୍ମଶ୍ରୀ ଓ ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ ଉପାଧି । first appeared on Kanak News.

from Kanak News
via <a href="https://ifttt.com/?

ଗଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ରାମ ମନ୍ଦିର ସମେତ ଦେଶର ସଫଳତା ବଖାଣିଲେ ଦ୍ରୌପଦୀ ମୁର୍ମୁ ।

କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ନିଜ ସମ୍ବୋଧନ କହିଛନ୍ତି ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ରହିଛି ବଡ଼ ଭୂମିକା । ଆଜିର ଭାରତ ଆତ୍ମବିଶ୍ୱାସ ସହ ବଢ଼ୁଛି । ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ । ମିଶନ ଆଦିତ୍ୟ ଏଲୱାନ, ମିଶନ ଚନ୍ଦ୍ରଯାନ ପରି ମହାକାଶରେ ସଫଳତା ଦେଶର ଆତ୍ମବିଶ୍ୱାସକୁ ବଢ଼ାଉଛି । ଏଥିସହ ଜି ୨୦ ସମ୍ମିଳନୀ, ରାମମନ୍ଦିର ନିର୍ମାଣ ଦେଶର ବଡ ଉପଲବ୍ଧି ଓ ସଫଳତା ବୋଲି କହିଛନ୍ତି ରାଷ୍ଟ୍ରପତି । ଦେଶକୁ ନୂଆ ଉଚ୍ଚରେ ନେବାରେ ଆମକୁ ସୁଯୋଗ ମିଳିଛି । ବିକଶିତ ଭାରତ ଗଢ଼ିବା ଦେଶବାସୀଙ୍କ ଦାୟିତ୍ୱ । ନ୍ୟାୟିକ ପ୍ରକିୟା ଉପରେ ଦେଶବାସୀଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି । ଏଥିସହ ଆଗାମୀ ଅଲମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ।

The post ଗଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ରାମ ମନ୍ଦିର ସମେତ ଦେଶର ସଫଳତା ବଖାଣିଲେ ଦ୍ରୌପଦୀ ମୁର୍ମୁ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ଥିମ୍ ରହିଛି ‘ରୂପାନ୍ତରଣ ପଥେ ଓଡ଼ିଶା’ ।

କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ନୂଆ ଦିଲ୍ଲୀର କର୍ତ୍ତବ୍ୟ ପଥ ଓ ଭୁବନେଶ୍ୱରରେ ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢ । ରାଜ୍ୟ ସରକାରଙ୍କ ୧୨ ଟି ବିଭାଗ ଏବଂ ଗୋଟିଏ ନଗମ ପକ୍ଷରୁ ମୋଟ ୧୩ ଟି ମେଢ ଗଡିବା ନେଇ ସ୍ଥିତ ହୋଇଛି । ଏଥର ଦିଲ୍ଲୀରେ ବି ଦେଖିବାକୁ ମିଳିବ ଓଡ଼ିଶାର ମେଢ ।

The post ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ଥିମ୍ ରହିଛି ‘ରୂପାନ୍ତରଣ ପଥେ ଓଡ଼ିଶା’ । first appeared on Kanak News.

from Kanak News
via <a href="https://ifttt.com/?

ଘୋଷଣା ହେଲା ପଦ୍ମଶ୍ରୀ ପୁରସ୍କାର । ବରଗଡର ଭାଗବତ ପ୍ରଧାନଙ୍କୁ ମିଳିବ ପଦ୍ମଶ୍ରୀ, ଜାଣନ୍ତୁ ତାଲିକାରେ ରହିଛି ଆଉ କେଉଁମାନଙ୍କ ନାମ

କନକ ବ୍ୟୁରୋ : ୨୦୨୪ ପାଇଁ ସରକାର ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଛନ୍ତି । ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଜିଲ୍ଲାର ଭଜନ ଗାୟକ ଗୋପୀନାଥ ସ୍ୱାଇଁ । ବରଗଡର ଲୋକନୃତ୍ୟର ବିଶିଷ୍ଠ କଳାକାର ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ମିଳିବ ।

ଅନ୍ୟପଟେ ଦକ୍ଷିଣ ଆଣ୍ଡମାନରେ ଜୈବିକ ପଦ୍ଧତିରେ ଚାଷ ପାଇଁ କେ, ଚେଲ୍ଲାମ୍ମାଲଙ୍କୁ ପଦ୍ମଶ୍ରୀ ମିଳିବ । ପଶ୍ଚିମବଙ୍ଗ ପୁରୁଲିଆର ଗାଚ୍ ଦାଦୁଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ମିଳିବ । ପାରମ୍ପାରିକ ଧାନ ବିହନ ଉପରେ ଗବେଷଣା କରୁଥିବା କେଶରଗଡର ସତ୍ୟନାରାୟଣ ବଲେରୀଙ୍କୁ ମିଳିବ ପଦ୍ମଶ୍ରୀ । ସେହିଭଳି ଦିବ୍ୟାଙ୍ଗ ପାଇଁ କାମ କରୁଥିବା ସିରସାର ଗୁରୁସିଂଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ ।

The post ଘୋଷଣା ହେଲା ପଦ୍ମଶ୍ରୀ ପୁରସ୍କାର । ବରଗଡର ଭାଗବତ ପ୍ରଧାନଙ୍କୁ ମିଳିବ ପଦ୍ମଶ୍ରୀ, ଜାଣନ୍ତୁ ତାଲିକାରେ ରହିଛି ଆଉ କେଉଁମାନଙ୍କ ନାମ first appeared on Kanak News.

from Kanak News
via <a href="https://ifttt.com/?

ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ମତଦାନ ପାଇଁ ଶପଥ ପାଠ । ଭୋଟରକୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ନିଆରା ପ୍ରୟାସ

କନକ ବ୍ୟୁରୋ : ମୋ ଭୋଟ ମୋ ଅଧିକାର । ବିଡିଓ କରାଇଲେ ବାବୁଙ୍କୁ ଶପଥ ପାଠ । ନିର୍ବାନରେ ଯେପରି କୈାଣସି ଭୋଟର ମତଦାନରୁ ବାଦ ଯିବେ ନାହିଁ ସେଇ ଦିଗରେ ସଚେତନତା ପାଇଁ ଆଜି ସାରା ଦେଶରେ ପାଳିତ ହେଉଛି ଜାତୀୟ ଭୋଟର ଦିବସ । ଭୋଟରଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଇଛି । ଏହି ଅବସରରେ କଟକ ନିଆଳି ବ୍ଲକ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ସବୁ ବାବୁମାନଙ୍କ ସହ ମହିଳା ଯୁବକ ଓ ବୁଦ୍ଧିଜୀବୀମାନଙ୍କୁ ଶପଥପାଠ କରାଇଛନ୍ତି ନିଆଳି ବିଡିଓ ଉଲ୍ଲାସ ଚନ୍ଦ୍ର ସେଠୀ ।

The post ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ମତଦାନ ପାଇଁ ଶପଥ ପାଠ । ଭୋଟରକୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ନିଆରା ପ୍ରୟାସ first appeared on Kanak News.

from Kanak News
via <a href="https://ifttt.com/?

ଭଡାଟିଆଙ୍କୁ ତାଲା ପକାଇ ଘରେ କଳାକନା ବୁଲାଇ ଦେଲେ ଲୁଟେରା । ଗେଟ୍, କବାଟ ଓ ଆଲମିରା ତାଲା ତାଡି ଲୁଟି ନେଲେ ୧୦ ଭରି ସୁନା ଓ ନଦର ୫୦ ହଜାର ଟଙ୍କା

କନକ ବ୍ୟୁରୋ : ଭଡାଟିଆଙ୍କୁ ଚାବି ପକାଇ ବିଶ୍ୱ ତାରିଣୀ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନ ଛେନାପଦି କେନାଲ ନିକଟରେ ଅଧ୍ୟକ୍ଷା ଉଷାରାଣୀ ଦାସଙ୍କ ଘର । ସେ କିଛି ଦିନ ହେଲା ଭୁବନେଶ୍ୱର ଯାଇଥିଲେ । ଘର ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ ମାନେ ତାଙ୍କ ଘରେ ପଶିଥିଲେ । ଘରର ମୁଖ୍ୟ ଫାଟକ, କବାଟ ଓ ଆଲମିରା ତାଲା ଭାଙ୍ଗି ୧୦ ଭରିରୁ ଉଦ୍ଧ୍ୱର୍ ସୁନା ଓ ରୂପା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏପରିକି ଦୁର୍ବୃତ ମାନେ ତାଙ୍କ ତଳ ଘରେ ଭଡ଼ାରେ ରହୁଥିବା ଭଡ଼ାଟିଆଙ୍କୁ ତାଲା ପକାଇ ଏହି ଲୁଟ୍ କରିଥିବା ଜଣାପଡ଼ିଛି । ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ପରେ ଫରେନସିକ୍ ସ୍କ୍ୱାର୍ଡ଼ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି ।

The post ଭଡାଟିଆଙ୍କୁ ତାଲା ପକାଇ ଘରେ କଳାକନା ବୁଲାଇ ଦେଲେ ଲୁଟେରା । ଗେଟ୍, କବାଟ ଓ ଆଲମିରା ତାଲା ତାଡି ଲୁଟି ନେଲେ ୧୦ ଭରି ସୁନା ଓ ନଦର ୫୦ ହଜାର ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାରେ ସକ୍ରିୟ ଜାମତରା ଗ୍ୟାଙ୍ଗ: ୪ଜଣଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ୍

କନକ ବ୍ୟୁରୋ: ଆଖି ପିଛୁଳାକେ ଆକାଉଂଟକୁ ଖାଲି କରି ଦେଉଥିବା ଜାମତରା ଗ୍ୟାଙ୍ଗ କଥା ଆପଣମାନେ ଶୁଣିଥିବେ । କିନ୍ତୁ ସେହି ଜାମତରା ଗ୍ୟାଙ୍ଗର ସଦସ୍ୟ ଦେଖିବାକୁ କେମିତି? ସେମାନେ କେମିତି ଲୋକଙ୍କୁ ଚୁନା ଲଗାନ୍ତି? କେଉଁଠୁ ରହି ନେଟୱାର୍କ ଚଳାନ୍ତି? ତାହା ହୁଏତ ଆପଣ ଜାଣିନଥିବେ । ହେଲେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଓଡିଶାରେ ବି ସେହି ଜାମତରା ଗ୍ୟାଙ୍ଗ ସକ୍ରିୟ ରହିଥିଲା । ଆଉ ଲୋକଙ୍କୁ ଲୁଟିବାରେ ମୁଖ୍ୟ ଭୂମିକା ତୁଲାଉଥିଲେ ।

ଜାମତରା ଗ୍ୟାଙ୍ଗକୁ ନେଇ ଆପଣ ୱେବସିରିଜରେ କାହାଣୀ ଦେଖିଥିବେ । କିନ୍ତୁ ଆପଣ ଜାମତରା ଗ୍ୟାଙ୍ଗର ପ୍ରକୃତ ଲୁଟେରାଙ୍କୁ ଦେଖି ନଥିବେ । ମୁହଁରେ ମୁଖା ପିନ୍ଧା ଯାଇଥିବା ଏହି ଚାରି ଜଣଙ୍କୁ ଦେଖନ୍ତୁ । ଏମାନେ ହେଉଛନ୍ତି ଜାମତରା ଗ୍ୟାଙ୍ଗର ସଦସ୍ୟ । ସବୁଠାରୁ ବଡ କଥା ହେଉଛି, ଏମାନଙ୍କ ଘର କେନ୍ଦୁଝର ଜିଲ୍ଲା ଘସିପୁରା ଅଂଚଳରେ । ଆଉ ଘସିପୁରା ଅଂଚଳରେ ରହି ଜାମତରା ଗ୍ୟାଙ୍ଗ ପାଇଁ କାମ କରୁଥିଲେ । ଏବଂ ସହଜ ଉପାୟରେ ଟଙ୍କା ରୋଜଗାର କରୁଥିଲେ । ପୋଲିସର ସୂଚନା ଅନୁସାରେ,

– ନିରୀହ ଗରିବ ଲୋକଙ୍କ ଆଇଡି ନେଇ ଏମାନେ ସିମ୍ କିଣୁଥିଲେ
– ଆକ୍ଟିଭେଟେଟ୍ ସିମ୍କୁ ଝାଡଖଣ୍ଡ ପଠାଇ କ୍ରାଇମ୍ କରୁଥିଲେ
– ବର୍ଷକରେ ୪ ହଜାରରୁ ଅଧିକ ସିମ୍ ଓଡ଼ିଶାରୁ ଆକ୍ଟିଭ୍ କରିଛନ୍ତି
– ଏମାନଙ୍କୁ ଗୋଟିଏ ସିମ୍ ପିଛା ୪ହଜାର ଟଙ୍କା ମିଳୁଥିଲା

ଜାମତରା ଗ୍ୟାଙ୍ଗର ଏକ ଟିମ୍, ଓଡିଶାର କେନ୍ଦୁଝରରେ ସକ୍ରିୟ ଥିବା ମହାରାଷ୍ଟ୍ରରେ ଅଭିଯୋଗ ହୋଇଥିଲା । ଆଉ ଅଭିଯୋଗ ଆସିବା ପରେ କେନ୍ଦୁଝର ପୋଲିସ ତନାଘନା ଆରମ୍ଭ କରିଥିଲା । ଏହା ପରେ ଓଡିଶାରେ ସକ୍ରିୟ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ, ୫୩୮ଟି ସିମ୍, ୧୮ଟି ମୋବାଇଲ, ୫ଟି ବାୟୋମେଟ୍ରିକ୍ ସ୍କାନର, ୨୫ଟି ଏଟିଏମ୍, ୨୫ଟି ଆଇଡି କାର୍ଡ, ଗୋଟିଏ ଲାପ୍ଟପ୍, ୭ଟି ପାସ୍ବୁକ୍, ୫ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି । ଏମାନଙ୍କ ନାଁରେ ସାରା ଦେଶରେ ୩ ହଜାରରୁ ଅଧିକ ମାମଲା ରହିଛି । ତେବେ ଜାମତରା ଗ୍ୟାଙ୍ଗରେ ଓଡିଶାରୁ କେବଳ ଏହି ୪ଜଣ ଥିଲେ ନା ଆଉ କିଛି ଦୁବୃର୍ତ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ହେବାର ଆବଶ୍ୟକତା ରହିଛି ।

The post ଓଡ଼ିଶାରେ ସକ୍ରିୟ ଜାମତରା ଗ୍ୟାଙ୍ଗ: ୪ଜଣଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ୍ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started