ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ: ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ୍ । ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିଲା । ଏହି ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରେଳ ନିରାପତା କମିଶନର ବ୍ରିଜେଶ କୁମାର ଲାଇନ୍ ଅନୁଧ୍ୟାନ କରି ଫେରିବାର କିଛି ଘଂଟା ପରେ ଅଘଟଣ ଘଟିଥିବା ସୂଚନା ମିଳିଛି ।

ରେଳ ଧାରଣା ଉପରେ ପଡି ରହିଛି ଦୁଇଟି ମୃତଦେହ । ଆଉ ଗୋଟିଏ ମୃତଦେହକୁ କୋଟିଏ ଟଙ୍କା ନଦେଲେ ଛାଡିବାକୁ ନାରାଜ ପରିବାର ଓ ଗ୍ରାମବାସୀ । ଅଭିଯୋଗ ହେଉଛି, ବିନା ଘୋଷଣାରେ ଟ୍ରେନ ଟ୍ରାକ ଦେଇ ସ୍ପିଡ୍ ମେକର ଟ୍ରାଏଲ ଇଞ୍ଜିନ ଆସିଥିଲା । ଏତିକିବେଳେ ଟ୍ରାକରେ ବସିଥିବା ଦୁଇଜଣଙ୍କ ଉପରେ ମାଡି ଯିବାରୁ ମୃତ୍ୟୁ ହେଲା । ମୃତକ ହେଲେ ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଦେବଦଲଗୁଡା ଗାଁର କାଂଶିିରାଓ ପୁଲାକା ଏବଂ ଶିବା କାଡ୍ରାକା । ଘଟଣାକୁ ନେଇ ପ୍ରବଳ ଉତେଜନା ପ୍ରକାଶ ପାଇଛି । ମୃତଦେହ ଉଠାଇବାକୁ ଦେଇ ନାହାନ୍ତି ଉତ୍ୟକ୍ତ ଗ୍ରାମବାସୀ ।

ରାୟଗଡା-ଜେକେପୁର ମଧ୍ୟରେ ତୃତୀୟ ରେଳଲାଇନ ନିର୍ମାଣ ପରେ ଗତକାଲି ଟ୍ରାଏଲରନ୍ ବେଳେ ଘଟିଛି ଏହି ଅଘଟଣ । କୁହାଯାଉଛି ରେଳ ନିରାପତା କମିଶନର ବ୍ରିଜେଶ କୁମାର ବୁଧବାର ସକାଳେ ଏହି ରେଳ ଲାଇନର ଅନୁଧ୍ୟାନ କରି ଫେରିବାର କିଛିଘଂଟା ମଧ୍ୟରେ ଅଘଟଣ ହୋଇଥିଲା । ରେଳ ଧାରଣାର ଉଭୟ ପଟରେ ସ୍ଥାନୀୟ ଲୋକଙ୍କ ଜମି ରହିଛି । ତେଣୁ ଚାଷ ଜମିକୁ ଯାଇ ଉଭୟ ରେଳ ଧାରଣାରେ ବସିରହିଥିଲେ । ନୂଆ ରେଳ ଲାଇନରେ ଟ୍ରେନ ଆସିବା ନେଇ କୌଣସି ସୂଚନା ନଥିଲା । ତେଣୁ ଏହି ଅଘଟଣ ପାଇଁ ରେଳବାଇକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ ।

ଦୀର୍ଘସମୟ ଧରି ମୃତଦେହ ରଖି ଆନ୍ଦୋଳନ ପରେ ବୁଝାସୁଝା କରିଥିଲା ପ୍ରଶାସନ । ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ ପାଇଁ ପ୍ରତିଶ୍ରୁତି ପରେ ହଟିଛି ଆନ୍ଦୋଳନ । ରେଳବାଇ ପକ୍ଷରୁ ୩ଲକ୍ଷ ଓ ରେଡକ୍ରସ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଜରିଆରେ ୧ ଲକ୍ଷ ଟଙ୍କା ଅନୁକମ୍ପା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।

The post ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ: ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

ବୀରତ୍ୱ ଓ ସେବା ପାଇଁ ୧୧୩୨ଜଣଙ୍କୁ କରାଯିବ ସମ୍ମାନିତ । ଗଣତନ୍ତ୍ର ଦିବସ ର୍ପୂବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାଁ ଘୋଷଣା

କନକ ବ୍ୟୁରୋ : ଦେଶ ପାଳନ କରିବାକୁ ଯାଉଛି ୭୫ତମ ଗଣତନ୍ତ୍ର ଦିବସ । ଏହା ପୂର୍ବରୁ ଜାତୀୟ ସାହାସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଚଳିତଥର ବିଭିନ୍ନ କ୍ଷେତ୍ରରେ ସାହସିକତା ଏବଂ ଉ ସେବା ପ୍ରଦର୍ଶନ ପାଇଁ ୧୧୩୨ଜଣ କର୍ମଚାରୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ଜଣ ଜଣ ସୁରକ୍ଷା କର୍ମୀଙ୍କୁ ରାଷ୍ଟ୍ରପତି ସାହସିକତା ପୁରସ୍କାର ଏବଂ ୨୭୫ଜଣ କର୍ମଚାରୀଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରାଯିବ । ଏହା ବ୍ୟତତୀ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧୦୨ଜଣ ଓ ସମ୍ମାନଜନକ କାର୍ଯ୍ୟ ପାଇଁ ୭୫୩ଜଣଙ୍କୁ କର୍ମୀଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି । ଏମାନଙ୍କ ମଧ୍ୟରୁ ପୋଲିସ ସେବା ପାଇଁ ସର୍ବାଧିକ ୬୬୭ଜଣ, ଅଗ୍ନିଶମ ସେବା ପାଇଁ ୩୨ଜଣ , ସିଭିଲ ଡିଫେନ୍ସ ଏବଂ ସୁଧାର ସେବା ପାଇଁ ୨୭ଜଣ ଲେଖାଏଁ କର୍ମଚାରୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ।…

୨୭୫ଜଣଙ୍କୁ ସାହାସିକତା ପୁରସ୍କାରରେ ସମ୍ମାନିତ କରାଯିବାକୁ ଥିବା ବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ୭୨ଜଣଙ୍କୁ ଜମ୍ମୁ କାଶ୍ମୀରରେ ପୁଲିସ ସେବା ପାଇଁ ସାହାସିକତା ପୁରସ୍କାର ଦିଆଯିବ । ସେହିପରି ଛତିଶଗଡ଼ରୁ ୨୬ଜଣ, ଝାଡ଼ଖଣ୍ଡରୁ ୨୩ଜଣ, ଓଡିଶାରୁ ୧୫ଜଣ, ଦିଲ୍ଲୀରୁ ୧୮ଜଣ, ସିଆରପିଏଫର ୬୫ଜଣ ଏବଂ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୨୧ଜଣଙ୍କୁ ମେଡାଲ ପ୍ରଦାନ କରାଯିବ । ଓଡିଶାରୁ ବିଭିନ୍ନ କ୍ଷେତ୍ରରେ ୨୮ଜଣଙ୍କୁ ମେଡାଲ ପ୍ରଦାନ କରାଯିବା । ଏମଧ୍ୟରୁ ୧୫ଜଣ ସାହସିକତା, ୧୧ଜଣ ବିଶିଷ୍ଟ ସେବା ଏବଂ ଦୁଇ ଜଣ ରାଷ୍ଟ୍ରପତି ମେଡାଲରେ ପୁରସ୍କୃତ ହେବେ ।

The post ବୀରତ୍ୱ ଓ ସେବା ପାଇଁ ୧୧୩୨ଜଣଙ୍କୁ କରାଯିବ ସମ୍ମାନିତ । ଗଣତନ୍ତ୍ର ଦିବସ ର୍ପୂବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାଁ ଘୋଷଣା first appeared on Kanak News.

from Kanak News
via <a href="https://ifttt.com/?

ବିରୋଧୀ ମେଣ୍ଟ ଉପରେ ସମସ୍ୟାର କଳାବାଦଲ । ହାତ ଛାଡୁଛନ୍ତି ମମତା, ନୀତିଶଙ୍କ ଉପରେ ଭରସା ନାହିଁ !

କନକ ବ୍ୟୁରୋ : ନିର୍ବାଚନ ଦିନ ପାଖଉଛି , ବିରୋଧୀ ମେଂଟ ଇଣ୍ଡିଆ ମୁଣ୍ଡରେ ସମସ୍ୟାର କଳାବାଦଲ ବଢ଼ୁଛି । ବୁଧବାର ତୃଣମୁଳ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଲୋକସଭା ଆସନରେ ଏକାକୀ ଲଢ଼ିବା ନେଇ ଘୋଷଣା କରିବା ପରେ ମେଂଟର ସ୍ଥିରତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ସେପଟେ କାହିଁକି ଜଣକଙ୍କ ପରେ ଜଣେ ଦଳ ଏକାକୀ ଲଢ଼ିବାକୁ ନିଷ୍ପତି ନେଉଛନ୍ତି ତାକୁ ନେଇ ବଢ଼ୁଛି ତର୍କବିତର୍କ । ରାଜନୈତିକ ବିଶେଷଜ୍ଞଙ୍କ ମତରେ, ବଡ ଦଳଭାବେ କଂଗ୍ରେସ ଦାବି ଓ ଆଶା ମଧ୍ୟ ଅଧିକ ରଖୁଛି । କଂଗ୍ରେସ ଅଧିକ ଆସନ ଦାବିକୁ ନେଇ ଆଂଚଳିକ ଦଳଗୁଡିକଙ୍କ ଭିତରେ ଆଶଙ୍କା ସୃଷ୍ଟି ହୋଇଛି । ଯଦି କମ ହେବ ଆସନ ତେବେ ବିଜୟ ସମ୍ଭାବନା କମିବା ଆଶଙ୍କା ପ୍ରକାଶ କରି ଆଂଚଳିକ ଦଳଗୁଡିକ ନିଜ ଜିଦରେ ଅଟଳ ରହୁଛନ୍ତି ।

ପଶ୍ଚିମବଙ୍ଗରେ କଂଗ୍ରେସ ୧୦ରୁ ୧୨ ଆସନ ଦାବି କରିଥିଲା କିନ୍ତୁ ମମତା କେବଳ ୨ଟି ଆସନ ଦେବାକୁ ରାଜି ହୋଇଥିଲେ । ପରେ ଏକାକୀ ଲଢ଼ିବାକୁ ଟିଏମସି ଘୋଷଣା କରିଛି । ପଂଜାବରେ ମଧ୍ୟ ଆପ ଏକାକୀ ଲଢ଼ିବାକୁ ଘୋଷଣା କରିଛି ।

ମମତାଙ୍କ ଘୋଷଣା ଉପରେ ମେଂଟର ଦଳମାନଙ୍କ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।

କଂଗ୍ରେସ କହିଛି ଟିଏମସି ବିନା ମେଂଟ ଅସମ୍ଭବ । ମେଂଟର ମଜଭୁତ ଅଂଶ ଅଟେ ଟିଏମସି । ଆଲୋଚନାରେ ସମସ୍ୟାର ସମାଧାନ କରାଯିବ ଜରୁରୀ ।

ସିପିିଏମ ନେତା ମହମ୍ମଦ ସଲୀମ କହିଛନ୍ତି ୨୦୨୪ ନିର୍ବାଚନ ମୋଦୀ ବନାମ ମମତା ଚାହୁଁଛନ୍ତି ଉଭୟ ବିଜେପି ଓ ଟିଏମସି

ଆପ କହିଛି କଂଗ୍ରେସ ବିବାଦୀୟ ବୟାନଠୁ ଦୂରେଇ ରହିବା ଜରୁରୀ । ସମସ୍ତଙ୍କୁ ଏକାଠି ମିଶି ଲଢ଼ିବା ଉଚିତ ।

ଶିବସେନା ଉଦ୍ଧବ ଗୋଷ୍ଠୀ କହିଛି ମମତା ବାନାର୍ଜୀ ବାଘ ପରି ଲଢ଼ୁଛନ୍ତି । ଏକାକୀ ଲଢ଼ିବା ନିଷ୍ପତ୍ତି ମମତାଙ୍କ ନିର୍ବାଚନୀ ରଣନୀତି ଅଟେ । ପଶ୍ଚିମବଙ୍ଗ ଲଢେଇ ଏକ ପ୍ରମୁଖ ଲଢେଇ ଅଟେ ।

ଏନସିପି କହିଛି ମମତାଙ୍କ ନିଷ୍ପତ୍ତି ସମ୍ମାନର ସହ ଗ୍ରହଣ କରୁଛି ଦଳ । ମେଂଟରେ ମମତାଙ୍କ ନିଷ୍ପତ୍ତିର ବଡ଼ ପ୍ରଭାବ ପଡିବନି । ମେଂଟ ମଧ୍ୟରେ ଦଳୀୟ କନ୍ଦଳ ନାହିଁ ।

ଆରଜେଡି କହିଛି ଟିଏମସି ଇଣ୍ଡିଆ ମେଂଟର ପ୍ରମୁଖ ଅଂଶ ଅଟେ । ବର୍ତମାନ ଧର୍ଯ୍ୟ ଓ ଅପେକ୍ଷାର ଆବଶ୍ୟକତା ରହିଛି । ବିଜେପି ବିରୋଧରେ ମେଂଟ ଏକାଠି ଲଢ଼ିବ

ଇଣ୍ଡିଆ ମେଂଟରେ ଥିବା ଆଂଚଳିକ ଦଳଗୁଡିକ କହୁଛନ୍ତି, ସମସ୍ତ ଆଂଚଳିକ ଦଳଗୁଡିକଙ୍କୁ ନିଜର ଫଇସଲା ନେବାକୁ ଅଧିକାର ରହିଛି । ଗତ ନିର୍ବାଚନର ଫଳାଫଳା ଆଧାରରେ ଆସନ ଭାଗବଂଟା କରାଯିବ ଉଚିତ । କଂଗ୍ରେସ ଏହାକୁ ଗୁରୁତର ସହ ଗ୍ରହଣ କରୁନି । କଂଗ୍ରେସ ବଡ ଦଳ ହେବା ସତ୍ୱେ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ନେଇପାରୁନି ।

ତେବେ ଏଠି ଗୋଟେ ପ୍ରଶ୍ନ ଉଠୁଛି ସମୟ ଥାଉ ଥାଉ ଯଦି କଂଗ୍ରେସ କୌଣସି ଉଚିତ ପଦକ୍ଷେପ ନଉଠାଏ । ସମସ୍ତ ସହଯୋଗୀ ଦଳଗୁଡିକଙ୍କ ସହ ମନି ମିଶାଇ ନିର୍ବାଚନ ନଲଢେ ତେବେ ବିଜେପି ବିରୋଧରେ ଯେଉଁ ରଣନୀତି ପ୍ରସ୍ତୁତ ହୋଇଛି ତା ଫେଲ ମାରିବା ଏକପ୍ରକାର ନିଶ୍ଚିତ ।

The post ବିରୋଧୀ ମେଣ୍ଟ ଉପରେ ସମସ୍ୟାର କଳାବାଦଲ । ହାତ ଛାଡୁଛନ୍ତି ମମତା, ନୀତିଶଙ୍କ ଉପରେ ଭରସା ନାହିଁ ! first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ରାମମନ୍ଦିର ଉପରେ ଦାନ ବର୍ଷା । ଦର୍ଶନର ପ୍ରଥମ ଦିନରେ ଦାନ ହୁଣ୍ଡିରୁ ମିଳିଲା ୩କୋଟି ୧୬ଲକ୍ଷ ଟଙ୍କା

କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିର ଉପରେ ଭକ୍ତଙ୍କ ଦାନବର୍ଷା । ମନ ଖୋଲା ଦର୍ଶନ ସାଙ୍ଗକୁ ଭକ୍ତ କରିଛନ୍ତି ହୃଦୟ ଖୋଲା ଦାନ । ପ୍ରାଣପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ପାଇଁ ରାମଦରବାର ଖୋଲାଯିବା ପରେ ଅଯୋଧ୍ୟାକୁ ଛୁଟି ଆସିଥିଲେ ଲକ୍ଷାଧିକ ସଂଖ୍ୟକ ଭକ୍ତ । ବାଳକରାମଙ୍କ ଦର୍ଶନ ସହ ଶ୍ରଦ୍ଧାଳୁ ରେକର୍ଡସ୍ତରରେ କରିଛନ୍ତି ଦାନ । ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ୪୦ଟି ଦାନ ହୁଣ୍ଡି ବ୍ୟବସ୍ଥା କରାଯାଇଥିଲା ।

ରାମମନ୍ଦିର ଉପରେ ଦାନବର୍ଷା
-ବାଳକ ରାମଙ୍କ ଦର୍ଶନ କରି ପ୍ରଥମ ଦିନରେ ଶ୍ରଦ୍ଧାଳୁ ୩କୋଟି ୧୭ଲକ୍ଷ ଟଙ୍କା ଦାନ କରିଛନ୍ତି
-ଦେଶ ବିଦେଶରେ ଥିବା ଶ୍ରଦ୍ଧାଳୁ ଅନଲାଇନ ଦାନ କରିଛନ୍ତି
-ନଗଦ ଟଙ୍କା, ଅନଲାଇନ ଟ୍ରାନଞ୍ଜକ୍ସନ, ସୁନା ଅଳଙ୍କାର ଭେଟି ମିଳିଛି
-ମୋଟ ୩କୋଟି ୧୭ଲକ୍ଷ ଟଙ୍କା ଦାନ କେବଳ ପ୍ରଥମ ଦିନରୁ ମିଳିଛି ।

ଯଦି ନଜର ପକାଇବା ଦେଶର ବିଶିଷ୍ଠ ବ୍ୟକ୍ତିଙ୍କ ଦାନ ଉପରେ ତେବେ…..
-ମୋରାରୀ ବାପୁ ଅଯୋଧ୍ୟା ରାମମନ୍ଦିର ପାଇଁ ୧୬କୋଟି ଟଙ୍କା ଦାନ କରିଥିବା ଜଣାପଡିଛି ।
-ମୁକେଶ ଅମ୍ବାନୀ ଓ ଝିଅ ଇଶା ଅମ୍ବାନୀ ମୋଟ ୧୦କୋଟି ଟଙ୍କା ଦାନ କରିଛନ୍ତି ।
-ସୁରଟର ବ୍ୟବସାୟୀ ଦିଲ୍ଲୀପ କୁମାର ଲାଖୀ ୧୦୧ କେଜି ସୁନା ଦେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୬୮କୋଟି ଟଙ୍କା ରହିଛି ।
-ସୁରଟର ହୀରା ବ୍ୟବସାୟୀ ମୁକେଶ ପଟେଲ ୧୧କୋଟି ଟଙ୍କା ମୂଲ୍ୟର ସୁନା ଓ ହୀରା ଖଚିତ ମୁକୁଟ ପ୍ରଦାନ କରିଛନ୍ତି
-ପାଟନା ମହାବୀର ମନ୍ଦିର ପକ୍ଷରୁ ୧୦କୋଟି ଟଙ୍କା ଓ ସୁନାର ଧନୁ, ତୀର ଦିଆଯାଇଛି

ସୂଚନା ଅନୁସାରେ ଦାନର ତାଲିକା ବେଶ ଲମ୍ବା ରହିଛି । ମୋଟ ୩୨ଶହ କୋଟି ଦାନ ମିଳିଥିବା କୁହାଯାଉଛି । ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ଦେଶ ବିଦେଶରୁ ଦାନ ଭିତରେ ଖାଦ୍ୟ ସାମଗ୍ରୀ ମଧ୍ୟ ଭାରିମାତ୍ରାରେ ମିଳୁଛି । ସେପଟେ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିବା ଅନେକ ସିନେ ତାରକା ମଧ୍ୟ ଅଯୋଧ୍ୟାକୁ ମଧ୍ୟ ମୁକ୍ତ ହସ୍ତରେ ଦାନ କରିଛନ୍ତି । ସୂଚନା ଅନୁସାରେ ଅଭିନେତା ପୱନ କଲ୍ୟାଣ ୩୦କୋଟି ଟଙ୍କା ଦାନ କରିଥିବାବେଳେ ବାଳକ ରାମଙ୍କ ପାଇଁ ମୁକେଶ ଖନ୍ନା ଦେଇଛନ୍ତି ଏକ ଲକ୍ଷ ଟଙ୍କା ଦାନ । ସେହିପରି ଅକ୍ଷୟ କୁମାର ଓ ଅନୁପମ ଖେର ମଧ୍ୟ ଅଯୋଧ୍ୟାକୁ ଦାନ କରିଛନ୍ତି ।ଯାହାର ବିବରଣୀ ମିଳିନି । ଏବେ ସୁଦ୍ଧା ମନ୍ଦିର ନିର୍ମାଣ ପାଇଁ ଦେଶ ବିଦେଶରୁ ରାମମନ୍ଦିରକୁ ୩୨ଶହ କୋଟି ଦାନ ମିଳିଥିବା କୁହାଯାଉଛି ।।

The post ଅଯୋଧ୍ୟା ରାମମନ୍ଦିର ଉପରେ ଦାନ ବର୍ଷା । ଦର୍ଶନର ପ୍ରଥମ ଦିନରେ ଦାନ ହୁଣ୍ଡିରୁ ମିଳିଲା ୩କୋଟି ୧୬ଲକ୍ଷ ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

ଦର୍ଶକଙ୍କ ମନ ଜିତିଲେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋଣଙ୍କ ଅଭିନୟ । ରିଲିଜର ପ୍ରଥମ ଦିନରେ ଫାଇଟରକୁ ମିଳିଲା ଭଲ ପ୍ରତିକ୍ରିୟା

କନକ ବ୍ୟୁରୋ : ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ସିନେମା ଫାଇଟର । ଆକ୍ସନରେ ଭରପୂର ସିନେମାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ରିଲିଜର ପ୍ରଥମ ଦିନରେ ଫାଇଟରକୁ ମିଳିଛି ଅପେକ୍ଷାକୃତ ଅଧିକ ଭଲ ପ୍ରତିକ୍ରିୟା । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କିଭଳି ଭାରତୀୟ ସେନା ପାକିସ୍ତାନଠୁ ପ୍ରତିଶୋଧ ନେଉଛନ୍ତି ଏହାକୁ ନେଇ ପର୍ଯ୍ୟବେସିତ ହୋଇଛି ଫିଲ୍ମ ଫାଇଟରର କାହାଣୀ । ସିନେମାର କାହାଣୀ ଯେତିକି ବଳିଷ୍ଟ ରହିଛି ତାଠୁ ଅଧିକ ଧ୍ୟାନ ଆକର୍ଷଣ କରୁଛି ବଲିଉଡ ହାଟଥ୍ରୋବ ହ୍ରିତିକ ରୋଶନ ଓ ଡିମ୍ପଲ ଗର୍ଲ ଦିପୀକା ପାଦୁକୋନଙ୍କ ନୂଆ ଯୋଡି । ଲୋକପ୍ରିୟ କଳାକାର ଦୁହିଁଙ୍କୁ ଏକାଠି ଦେଖିବାକୁ ଦର୍ଶକ ବେଶ ଦିନ ଅପେକ୍ଷା କରିବା ପରେ ଏବେ ତାହା ପୂରା ହୋଇଛି । । ଅନ୍ୟପଟେ ଅନୀଲ କପୁରଙ୍କ ପ୍ରମୁଖ ଭୂମିକାରେ ଅଭିନୟ ରହିଛି । ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଫାଇଟର ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବା ନେଇ ଟିମ ଆଶାୟୀ ରହିଛି ।

The post ଦର୍ଶକଙ୍କ ମନ ଜିତିଲେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋଣଙ୍କ ଅଭିନୟ । ରିଲିଜର ପ୍ରଥମ ଦିନରେ ଫାଇଟରକୁ ମିଳିଲା ଭଲ ପ୍ରତିକ୍ରିୟା first appeared on Kanak News.

from Kanak News
via <a href="https://ifttt.com/?

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ । ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଥିବା କହିଲେ ରାଷ୍ଟ୍ରପତି

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ନିଜ ସମ୍ବୋଧନ କହିଛନ୍ତି ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ରହିଛି ବଡ଼ ଭୂମିକା । ଆଜିର ଭାରତ ଆତ୍ମବିଶ୍ୱାସ ସହ ବଢ଼ୁଛି । ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ । ମିଶନ ଆଦିତ୍ୟ ଏଲୱାନ, ମିଶନ ଚନ୍ଦ୍ରଯାନ ପରି ମହାକାଶରେ ସଫଳତା ଦେଶର ଆତ୍ମବିଶ୍ୱାସକୁ ବଢ଼ାଉଛି । ଏଥିସହ ଜି ୨୦ ସମ୍ମିଳନୀ, ରାମମନ୍ଦିର ନିର୍ମାଣ ଦେଶର ବଡ ଉପଲବ୍ଧି ଓ ସଫଳତା ବୋଲି କହିଛନ୍ତି ରାଷ୍ଟ୍ରପତି । ଦେଶକୁ ନୂଆ ଉର୍ଜାରେ ନେବାରେ ଆମକୁ ସୁଯୋଗ ମିଳିଛି । ବିକଶିତ ଭାରତ ଗଢ଼ିବା ଦେଶବାସୀଙ୍କ ଦାୟିତ୍ୱ । ନ୍ୟାୟିକ ପ୍ରକିୟା ଉପରେ ଦେଶବାସୀଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି । ଏଥିସହ ଆଗାମୀ ଅଲମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ।

The post ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ । ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଥିବା କହିଲେ ରାଷ୍ଟ୍ରପତି first appeared on Kanak News.

from Kanak News
via <a href="https://ifttt.com/?

ସବୁ କାର୍ଯ୍ୟକ୍ରମ ବାତିଲ କରି ନୀତୀଶ ଡାକିଲେ ବୈଠକ । ଆରଜେଡି ସହ ବିବାଦ ପରେ ଇଣ୍ଡିଆ ମେଂଟରୁ ଜେଡିୟୁ ଓହରିବା ନେଇ ବଢ଼ିଲା ଚର୍ଚ୍ଚା

କନକ ବ୍ୟୁରୋ : ବିହାର ରାଜନୀତିରେ ବଡ଼ ହଲଚଲ । ସବୁ କାର୍ଯ୍ୟକ୍ରମ ବାତିଲ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୁଛନ୍ତି ବୈଠକ । ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ଦଳୀୟ ନେତାଙ୍କ ସହ ନୀତୀଶ ରୁଦ୍ଧଦ୍ୱାର ବୈଠକ କରୁଛନ୍ତି । ବୈଠକ ପଛର କାରଣ ଆରଜେଡି ଓ ଜେଡିୟୁ ଭିତର ବିବାଦ ବୋଲି କୁହାଯାଉଛି । ଏକଥାର ମଧ୍ୟ ଚର୍ଚ୍ଚା ହେଉଛି କି ନୀତୀଶ ବିଧାନସଭା ଭଙ୍ଗ ପାଇଁ ସୁପାରିଶ ମଧ୍ୟ କରିପାରନ୍ତି । ସେପଟେ ଆରଜେଡି ଶିବିରରେ ହଇଚଇ ଦେଖାଦେଇଛି । ବୁଧବାର ଏକ କାର୍ଯ୍ୟକ୍ରମରେ ନୀତୀଶ ପରୋକ୍ଷରେ ଆରଜେଡିକୁ ଟାର୍ଗେଟ କରିଥିଲେ । ବିନା ନା ନେଇ ବଂଶବାଦ ପ୍ରସଙ୍ଗ ଉଠାଇଥିଲେ । ଏହା ପରେ ଉଭୟ ଦଳ ମଧ୍ୟରେ ଯେଉଁ ବିବାଦ ଓ ତିକ୍ତତା ଥିଲା ତାହା ବଢ଼ିବାରେ ଲାଗିଛି । ସେପଟେ ବିହାର ରାଜନୀତିରେ କ’ଣ ଚାଲିଛି ତା ଉପରେ ନଜର ରଖିଛି ବିଜେପି । ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମଧ୍ୟରେ ବସିଥିବା ବୈଠକରେ ବିହାର ରାଜନୀତି ଘଟଣାକ୍ରମ ଉପରେ ଚର୍ଚ୍ଚା କରାଯାଇଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ନାଁ ଭାରତ ରତ୍ନ ପାଇଁ ଘୋଷଣା କରାଯିବା ପରେ ବିବାଦ ବଢ଼ିଥିଲା । ସେପଟେ ମୋଦୀଙ୍କୁ ନୀତୀଶଙ୍କ ପ୍ରଶଂସାକୁ ଆରଜେଡି ହଜମ କରିପାରିନି ।

ସେପଟେ ସେପଟେ ଚର୍ଚ୍ଚା ବଢ଼ାଇଛି ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ । ରୋହିଣି ନିଜ ସୋସିଆଲ ମିଡିଆ ଆକାଉଁଟ ଏକ୍ସରେ ୩ଟି ପୋଷ୍ଟ କରିଥିଲେ । ଯାହା ଜେଡିୟୁକୁ ଇଙ୍ଗିତ କରିଥିଲା ବୋଲି ଚର୍ଚ୍ଚା ହେଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଟାର୍ଗେଟ କରି ରୋହିଣୀ କରିଥିବା ପୋଷ୍ଟକୁ ନେଇ ଚର୍ଚ୍ଚା ହେବା ପରେ ତୁରନ୍ତ ଏହାକୁ ସେ ଡିଲେଟ କରିଥିଲେ । ରୋହିଣୀ ଲେଖିଥିଲେ କିଛି ଲୋକ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଅନ୍ୟ ଲୋକଙ୍କ ଉପରେ କାଦୁଅ ଫୋପାଡନ୍ତି । ଘଟଣାକୁ ନେଇ ଆରଜେଡିଠୁ ଜେଡିୟୁ ଜବାବ ମାଗିବା ପରେ ରୋହିଣୀ ପୋଷ୍ଟ ଡିଲେଟ କରିଥିବା କୁହାଯାଉଛି । ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନୀତୀଶଙ୍କ ଉପରେ ଲାଲୁ ଚାପ ପକାଉଥିବା ଖବର ବେଶ କିଛି ଦିନ ହେବ ବିହାର ରାଜନୀତିରେ ଜୋର ଧରିଛି । ଯାହା ପରଠୁ ଉଭୟ ଦଳ ମଧ୍ୟରେ କିଛି ଠିକ ନଥିବା କୁହାଯାଉଛି । ପୂର୍ବରୁ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ ଟୁଇଟ କରି ନୀତୀଶ ଓ ତେଜସ୍ୱୀଙ୍କ ମଧ୍ୟରେ କିଛି ଠିକ ନଥିବା କହିଥିଲେ । ଜେଡିୟୁ ଓ ଆରଜେଡି ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବାବେଳେ ରୋହିଣୀଙ୍କ ପୋଷ୍ଟକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

 

The post ସବୁ କାର୍ଯ୍ୟକ୍ରମ ବାତିଲ କରି ନୀତୀଶ ଡାକିଲେ ବୈଠକ । ଆରଜେଡି ସହ ବିବାଦ ପରେ ଇଣ୍ଡିଆ ମେଂଟରୁ ଜେଡିୟୁ ଓହରିବା ନେଇ ବଢ଼ିଲା ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ଭାରତ ଯୋଡ଼ ନ୍ୟାୟଯାତ୍ରାର ଏଣ୍ଟ୍ରି । କଂଗ୍ରେସକୁ ମିଳିଲାନି ସ୍ୱାଗତ, ଟିଏମସି କଲା ବିରୋଧ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଏଟ୍ରିିଂ । ଗୁରୁବାର ପ୍ରଥମେ କୁଚ୍ଚ ବିହାରରେ ପହଁଚିଥିଲା କଂଗ୍ରେସର ରାଲି । ତେବେ କଂଗ୍ରେସର ନ୍ୟାୟଯାତ୍ରାକୁ ପଶ୍ଚିମବଙ୍ଗରେ ଟିଏମସି ସ୍ୱାଗତ କରିନି । ଏପରିକି ଟିଏମସି କର୍ମୀ ପଦଯାତ୍ରାକୁ ବିରୋଧ ମଧ୍ୟ କରିଥିଲେ । ସେପଟେ ପଶ୍ଚିମବଙ୍ଗ ମାଟିରେ ଛିଡା ହୋଇ ଟିଏମସିକୁ ବାର୍ତା ଦେଇଥିଲେ ରାହୁଲ । କଂଗ୍ରେସ ସାଂସଦ କହିଥିଲେ ଦେଶରେ ଅନ୍ୟାୟ ଚାଲିଛି ତେଣୁ କଂଗ୍ରେସ ନ୍ୟାୟ ଯାତ୍ରା ଆରମ୍ଭ କରିଛି । ଟିଏମସିକୁ ଚ୍ୟାଲେଂଜ ଦେବାକୁ ନୁହେଁ ବଂର ଏକାଠି ଛିଡା ହେବାକୁ ଆସିଛି । ତେବେ ରାହୁଲଙ୍କ ବାର୍ତାର ବିଭିନ୍ନ ଦୃଷ୍ଟିକୋଣରୁ ଦେଖାଯାଉଛି ।

ସେପଟେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାମିଲ ହେବେନି ବୋଲି ସୁତ୍ରରୁ ଜଣାପଡିଛି । ଜାନୁଆରୀ ୨୯ରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ବିହାରରେ ପହଁଚିବ ତେବେ କଂଗ୍ରେସଠୁ ଦୂରେଇ ରହି ନୀତୀଶ ଯାତ୍ରାରେ ସାମିଲ ହେବେନି ବୋଲି ଜଣାପଡିଛି ।ଜେଡିୟୁ କହିଛି ଜାନୁୟାରୀ ୨୯ରେ ପାଟନାରେ ନୀତୀଶଙ୍କ ଜରୁରୀ ବୈଠକ ଅଛି ତେଣୁ ସେ ଭାରତ ଯୋଡ ନ୍ୟାୟଯାତ୍ରାରେ ସାମିଲ ହେବେନି ।

The post ପଶ୍ଚିମବଙ୍ଗରେ ଭାରତ ଯୋଡ଼ ନ୍ୟାୟଯାତ୍ରାର ଏଣ୍ଟ୍ରି । କଂଗ୍ରେସକୁ ମିଳିଲାନି ସ୍ୱାଗତ, ଟିଏମସି କଲା ବିରୋଧ first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ଥାନରେ ପହଁଚିଲେ ଫ୍ରାନ୍ସ ରାଷ୍ଟ୍ରପତି । ଜୟପୁରରେ ମୋଦୀ-ମାକ୍ରନ କଲେ ରୋଡ ଶୋ

କନକ ବ୍ୟୁରୋ : ଭାରତରେ ପହଁଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ରାଜସ୍ଥାନ ଜୟପୁରରେ ପହଁଚିବାପରେ ମାକ୍ରନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଓ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ । ରାଜସ୍ଥାନର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲି ଦେଖିବା ସହ ସ୍ଥାନୀୟ ବ୍ୟବସାୟୀଙ୍କୁ ସାମଗ୍ରୀ କିଣିଥିଲେ । ଆସନ୍ତାକାଲି ୭୫ତମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ।

ରାଜସ୍ଥାନ ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ରୋଡ ଶୋ । ଜୟପୁର ହାୱାମହଲରୁ ଉଭୟ ରାଷ୍ଟ୍ରନେତା ରୋଡ ଶୋ କରିଛନ୍ତି । ମୋଦୀ ଓ ମାକ୍ରନଙ୍କୁ ଦେଖିବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ଭାରତର ରହଣୀ ସମୟରେ ଭାରତ ଓ ଫ୍ରାନ୍ସ ରାଷ୍ଟ୍ରମୁଖ୍ୟ ବୈଠକ କରିବା ସହ ଦ୍ୱିପାକ୍ଷୀକ ବୁଝାମଣା ସ୍ୱ।।କ୍ଷର ହେବ । ଭାରତ-ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପକ; ଗତ କିଛି ବର୍ଷ ହେବ ବେଶ ମଜଭୁତ ହୋଇଛି । ରାଫେଲ ଯୁଦ୍ଧ ବିମାନ କିଣିବା ପରେ ଭାରତ ରାଫେଲ ମେରାଇନ ବିମାନ ଓ ସ୍କର୍ପିଓନ ଶ୍ରେଣୀର ୩ ସବମେରାଇନ କ୍ରୟକୁ ନେଇ ଆଲୋଜଚନା କରିପାରେ ।

The post ରାଜସ୍ଥାନରେ ପହଁଚିଲେ ଫ୍ରାନ୍ସ ରାଷ୍ଟ୍ରପତି । ଜୟପୁରରେ ମୋଦୀ-ମାକ୍ରନ କଲେ ରୋଡ ଶୋ first appeared on Kanak News.

from Kanak News
via <a href="https://ifttt.com/?

ଆଇସିସି ଦିନିକିଆ କ୍ରିକେଟର ଅଫ ଦ ଇୟର ୨୦୨୩ ହେଲେ ବିରାଟ କୋହଲି । ୨୦୧୨, ୧୭, ୧୮ ପରେ ଚତୁର୍ଥ ଥର ପାଇଁ କୋହଲୀଙ୍କୁ ମିଳିଲା ସମ୍ମାନ

କନକ ବ୍ୟୁରୋ : ଆଇସିସି ଦିନିକିଆ ଫର୍ମାଟରେ ୨୦୨୩ ବର୍ଷ ପାଇଁ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ହାତେଇଲେ ଭାରତୀୟ ବିରାଟ କୋହଲି । କ୍ୟାରିୟରରେ ଚତୁର୍ଥଥର ପାଇଁ ଏହି ପୁରସ୍କାର ହାତେଇବା ସହ ଏବି ଡିଭିଲିୟର୍ସଙ୍କୁ ପଛାରେ ପକାଇଛନ୍ତି କିଙ୍ଗ୍ କୋହଲି । ଏହା ପୂର୍ବରୁ ବର୍ଷ ୨୦୧୨, ୨୦୧୭ ଏବଂ ୨୦୧୮ରେ ଦିନିକିଆ ଫର୍ମାଟରେ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପାଇଥିଲେ କୋହଲି । ରେସରେ ଭାରତୀୟ ବୋଲର ମହମ୍ମଦ ସାମି ଏବଂ ଓପନର ଶୁଭମନ ଗିଲଙ୍କୁ ପଛରେ ପକାଇଛି କୋହଲି ଏହି ପୁରସ୍କାର ହାତେଇବାରେ ସଫଳ ହୋଇଛନ୍ତି । ୨୦୨୩ବର୍ଷରେ ଦିନିକିଆ ଫର୍ମାଟରେ କୋହଲି ୨୪ଟି ମ୍ୟାଚ ଖେଳି ୧୩୭୩ ରନ୍ ସଂଗ୍ରହ କରିଥିଲେ ।

The post ଆଇସିସି ଦିନିକିଆ କ୍ରିକେଟର ଅଫ ଦ ଇୟର ୨୦୨୩ ହେଲେ ବିରାଟ କୋହଲି । ୨୦୧୨, ୧୭, ୧୮ ପରେ ଚତୁର୍ଥ ଥର ପାଇଁ କୋହଲୀଙ୍କୁ ମିଳିଲା ସମ୍ମାନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started