ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ: ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପଶୁ-ପକ୍ଷୀ

କନକ ବ୍ୟୁରୋ: ଆନ୍ଦୋଳନର ପ୍ରାଣୀ ଚିକିତ୍ସକ, ଚିକିତ୍ସା ନପାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପଶୁପକ୍ଷୀ । ୪ଦଫା ଦାବିରେ ରାଜ୍ୟର ପ୍ରାଣୀ ଚିକିତ୍ସକ ସମୁହ ଛୁଟିରେ ଯାଇଥିବା ବେଳେ କେଉଁଠି ଗର୍ଭବତୀ ହରିଣୀର ମୃତ୍ୟୁ ହୋଇଛି ତ କେଉଁଠି ବାଛୁରୀର ମୃତ୍ୟୁ ହୋଇଛି । ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ପଶୁ ଚିକିତ୍ସା ପ୍ରଭାବିତ ହୋଇଛି ।

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଂଚଳରେ ପାହାଡ଼ ଉପରୁ ଚାଲି ଆସିଥିଲା ଅସୁସ୍ଥ ହରିଣୀ । ଯାହାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ଗୁଂଠାଗୁଡ଼ା ଗ୍ରାମବାସୀ । ଗର୍ଭବତୀ ଥିବା ଜଣାପଡିବା ପରେ ଚିକିତ୍ସା ପାଇଁ ତାକୁ ପଶୁ ଡାକ୍ତରଖାନାକୁ ନେଇଥିଲେ ବନ କର୍ମଚାରୀ । ହେଲେ ଡାକ୍ତରଖାନାରେ ନଥିଲେ ପ୍ରାଣୀ ଚିକିତ୍ସକ । ଚିକିତ୍ସା ନପାଇଁ ଚାଲିଗଲା ହରିଣୀର ଜୀବନ ।

କଟକରେ ବି ଏକା ଅବସ୍ଥା । କେଉଁଠି ଆହତ ବାଛୁରୀ ଚିକିତ୍ସା ନପାଇ ମୃତ୍ୟୁ ବରଣ କରିଛି ତ କେଉଁଠି ପାଗଳା କୁକୁର ଛେଳିକୁ କାମୁଡ଼ି ଦେଇଛି, ହେଲେ ଚିକିତ୍ସା କରିବାକୁ କେହି ନାହାନ୍ତି । ବକ୍ସିବଜାର ଓ ନୂଆପଡ଼ାରେ ଥିବା ଦୁଇଟି ପ୍ରାଣୀ ଚିକିତ୍ସାଳୟ ବନ୍ଦ ହୋଇଯାଇଛି, ଠିଆ ହୋଇ ରହିଛି ପ୍ରାଣୀ ଆମ୍ବୁଲାନ୍ସ । କାନ୍ଥରେ ପୋଷ୍ଟର ମାରି ଛୁଟିରେ ଯାଇଛନ୍ତି ଡାକ୍ତର । ୪ ଦଫା ଦାବି ନେଇ ସମୂହ ଛୁଟିରେ ଅଛନ୍ତି ରାଜ୍ୟର ପ୍ରାଣୀ ଚିକିତ୍ସକ । ସେମାନଙ୍କ ଆନ୍ଦୋଳନ ଯୋଗୁଁ ଠପ ହୋଇଯାଇଛି ଅସୁସ୍ଥ ପଶୁ ପକ୍ଷୀଙ୍କ ଚିକତ୍ସା ।

ବାଲେଶ୍ୱର ଜିଲ୍ଲାରେ ବି ଏକା ଅବସ୍ଥା । ପ୍ରାଣି ଚିକିତ୍ସକ ଛୁଟିରେ । ଏପଟେ ଗାଈଗୋରୁ ଫାଟୁଆ ରୋଗରେ ପଡ଼ି ହନ୍ତସନ୍ତ ହେଉଛନ୍ତି, ହେଲେ ଚିକିତ୍ସା ପାରୁନାହିଁ । ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ପଶୁ ଚିକତ୍ସା ପ୍ରଭାବିତ ହୋଇଛି । ଜାନୁଆରୀ ୧୮ରୁ ସମୂହ ଛୁଟିରେ ଯାଇଛନ୍ତି ଡାକ୍ତର । ନିରୀହ ପ୍ରାଣୀ ପାଟି ଫିଟାଇ ପାରୁନଥିବାରୁ ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି ।

The post ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ: ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପଶୁ-ପକ୍ଷୀ first appeared on Kanak News.

from Kanak News
via <a href="https://ifttt.com/?

ନିଜର ସବୁକିଛି ଦାନ କରିଦେଲେ ବର୍ଷିଆନ୍ ଡାକ୍ତର ନାରାୟଣୀ ପଣ୍ଡା: ଛାତ୍ରୀ ନିବାସ ପାଇଁ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ଦେଇଦେଲେ ନାରାୟଣୀ

କନକ ବ୍ୟୁରୋ: ଦାନ ଆକାରରେ ନିଜର ସର୍ବସ୍ୱ ଦାନ କରିଦେଇଛନ୍ତି ସମ୍ବଲପୁରର ଡାକ୍ତର ନାରାୟଣୀ ପଣ୍ଡା । ସରକାରୀ ମହାବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସୁଥିବା ଛାତ୍ରୀଙ୍କ ସୁବିଧା ପାଇଁ ଏହି ମହତ କାର୍ଯ୍ୟ କରିଛନ୍ତି । ୪ ମାସ ପୂର୍ବରୁ ଏହି ଘର ହଷ୍ଟେଲ ଭାବେ ବ୍ୟବହାର ହେଉଛି । ତଥାପି ଏଥିପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି ।

କଥା ଛଳରେ ଏକଥା ସମସ୍ତେ କୁହନ୍ତି, ସମସ୍ତ ଜାଣନ୍ତି । ହେଲେ ଅତିକମ ଲୋକ ଅଛନ୍ତି ଯେଉଁମାନେ କଥାଟିକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି । ଏମିତି ଜଣେ ମହିୟସୀ ମହିଳା ହେଉଛନ୍ତି ସମ୍ବଲପୁର ଡାକ୍ତର ନାରାୟଣୀ ପଣ୍ଡା । ଦାନ ଆକାରରେ ନିଜୟ ସର୍ବସ୍ୱ ଦାନ କରି ଦେଇଛନ୍ତି ନାରାୟଣୀ ମ୍ୟାଡମ୍ ।

ଶେଷ ସନ୍ତକ ଭାବେ ଥିବା ସମ୍ବଲପୁର ଭୁତାପଡ଼ାରେ ଥିବା ୬ ଡେସିମିଲ୍ ଜାଗାରେ ନିର୍ମିତ ୨ ମହଲା ଘରକୁ ଦାନ ଆକାରରେ ଦେଇଛନ୍ତି । ସମ୍ବଲପୁର ସହରରକୁ ପାଠ ପଢ଼ି ଆସୁଥିବା ଛାତ୍ରୀମାନଙ୍କର ସୁବିଧା ପାଇଁ ନିଜ ବାସଗୃହକୁ ସରକାରୀ ମହିଳା ମହାବିଦ୍ୟାଳୟକୁ ପ୍ରଦାନ କରିଛନ୍ତି ।

ନାରାୟୀଣୀ ପଣ୍ଡାଙ୍କ ଘର ଏବେ ହଷ୍ଟେଲ ଭାବେ ବ୍ୟବହାର ହୋଇ ଆସୁଛି । ଯଦିଓ ୪ ମାସ ପୂର୍ବରୁ ଏହି ଘର ହଷ୍ଟେଲ ଭାବେ ବ୍ୟବହାର ହେଉଛି । ତଥାପି ଏଥିପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି । ଏହା ପୂର୍ବରୁ ଗଙ୍ଗାଧର ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ୩୦ ଲକ୍ଷ, ସରକାରୀ ମହିଳା ମହାବିଦ୍ୟାଳୟର ବିକାଶ ପାଇଁ ୨୦ ଲକ୍ଷ, ସୁବାଷ ବୋଷ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୫ ଲକ୍ଷ ଟଙ୍କା ଦାନ ଆକାରରେ ପ୍ରଦାନ କରି ଦେଇଥିଲେ ।

The post ନିଜର ସବୁକିଛି ଦାନ କରିଦେଲେ ବର୍ଷିଆନ୍ ଡାକ୍ତର ନାରାୟଣୀ ପଣ୍ଡା: ଛାତ୍ରୀ ନିବାସ ପାଇଁ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ଦେଇଦେଲେ ନାରାୟଣୀ first appeared on Kanak News.

from Kanak News
via <a href="https://ifttt.com/?

ସଜେଇ ହେଉଛି ସମଲେଶ୍ୱରୀ ପୀଠ: ସମଲେଇ ପ୍ରକଳ୍ପର ପାଇଁ ଚଳଚଂଚଳ ସମ୍ବଲପୁର

କନକ ବ୍ୟୁରୋ: ସଜେଇ ହେଉଛି ସମଲେଶ୍ୱରୀ ପୀଠ । ଦିନକ ପରେ ସମଲେଇ ପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ପରିକ୍ରମା ପ୍ରକଳ୍ପ ପରେ ଏହା ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି । ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧାକୁ ଦିଆଯାଇଛି ଗୁରୁତ୍ୱ ।

ରୂପାନ୍ତରିତ ହେଉଛି ମା ସମଲେଶ୍ୱରୀଙ୍କ ପୀଠ । ସବୁଠି ଲାଗଛି ରୂପାନ୍ତରଣର ରଙ୍ଗ ।ପ୍ରସ୍ତୁତ ହେଉଛି ୪ଟି ଦ୍ୱାର । ଆଉ ଦିନ ପରେ ହେବ ମା ସମଳେଇ ପ୍ରକଳ୍ପର ଲୋକାର୍ପଣ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସମଲେଶ୍ୱରୀ ପୀଠରେ ରହଛିି ସମ୍ବଲପୁରୀ ପଶାପାଲିର ଛୁଙ୍କା ପଶାପାଲିରେ ଚିତ୍ରିତ ହୋଇଛି ମା ସମଲେଇଙ୍କ ପୀଠର ନବନିର୍ମିତ କୋଠାର ଚିତ୍ର । ଶୁକ୍ରବାରଦିନ ଅଧିବାସ ଓ କଳସ ଯାତ୍ରା ହେବ । ଶନିବାର ଲୋକାର୍ପଣ ଦିନ ହେବ ସ୍ୱତନ୍ତ୍ର ପୂଜାବିଧି । ଯଜ୍ଞ ଓ ଚଣ୍ଡୀପାଠ ହେବ । ଏଥିପାଇଁ ପ୍ରସ୍ତୁତ ହୋଇଛି ୪ଟି ଯଜ୍ଞ ଶାଳ । ମନ୍ଦିର ପରିସରରେ ମୁଖ୍ୟ ଯଜ୍ଞମଣ୍ଡପ ହୋଇଛି । ହୋମଯଜ୍ଞ ୨୭ରୁ ୩୧ ଯାଏଁ ଚାଲିବ ।

ସମଲେଇ ମନ୍ଦିରର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧା ପାଇଁ ସମଲେଇ ପ୍ରକଳ୍ପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।
ମା’ସମଲେଇ ପ୍ରକଳ୍ପ
-ପ୍ରକଳ୍ପ ପାଇଁ ୨ ଶହ କୋଟି ଖର୍ଚ୍ଚ
-୪୦ ଏକର ଜମିରେ ମନ୍ଦିରର ବିକାଶ
-ଧାଡି ପରିଚଳାନା ବ୍ୟବସ୍ଥା, ଭୋଗମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମଗୃହ
-ମନ୍ଦିରର ୪ ପାଶ୍ୱର୍ରେ ଐତିହ୍ୟ ଦ୍ୱାର
-ଭକ୍ତ ପୂର୍ବଦ୍ୱାର ଦେଇ ପ୍ରବେଶ କରିବେ ଓ ଅନ୍ୟ ୩ ଦ୍ୱାର ଦେଇ ବାହାରକୁ ବାହାରିବେ
-ଗୋପାଳଜୀଉ ମଠର ସଂରକ୍ଷଣ
-ମନ୍ଦିର ପରିକ୍ରମା ପାଇଁ ୧ କିଲୋମିଟରର ପରିକ୍ରମା ପଥ
-ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀ ନିବାସ ଓ ଅନ୍ୟାନ୍ୟ ବ୍ୟବସ୍ଥା
-ସେବାୟତ ପରିବାର ପାଇଁ ବାସଗୃହ
-ମହାନଦୀରେ ପ୍ରତିଦିନ ମହାନଦୀ ଆଳତୀ ବ୍ୟବସ୍ଥା
-ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଦୀପ ଗୃହ,ଜଳିପାରିବ ୬୦୦୦ ଦୀପ
ମା ସମଲେଶ୍ୱରୀଙ୍କ ମନ୍ଦିର ପରିସରର ଭବ୍ୟ ରୂପାନ୍ତରଣରେ ଭକ୍ତଙ୍କ ଦିବ୍ୟ ଅନୁଭବ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ।

The post ସଜେଇ ହେଉଛି ସମଲେଶ୍ୱରୀ ପୀଠ: ସମଲେଇ ପ୍ରକଳ୍ପର ପାଇଁ ଚଳଚଂଚଳ ସମ୍ବଲପୁର first appeared on Kanak News.

from Kanak News
via <a href="https://ifttt.com/?

ପାଣିରେ ପଡିଲା ସରକାରୀ ସ୍ୱପ୍ନ । ଆନ୍ଧ୍ର ଯାଉଛନ୍ତି ବଣ୍ଡା ମଣିଷ

କନକ ବ୍ୟୁରୋ : ଘାଟି ମଣିଷଙ୍କ ରୋଜଗାରର ସ୍ୱପ୍ନ ଭାଙ୍ଗି ଯାଇଛି । ରୋଜଗାରର ମାଧ୍ୟମ ବନ୍ଦ ହେବାରୁ ଆନ୍ଧ୍ର ମୁହାଁ ହୋଇଛନ୍ତି ବଣ୍ଡା ଦାଦନ । ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ପାହାଡରୁ ଆସିଛି ଦାଦନ ବନିବାର ସାଂଘାତିକ ସତ । ୮ ବର୍ଷ ତଳେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଠାରେ କୋଟି କୋଟି ଟଙ୍କାର ମାଲ୍ୟବନ୍ତ କାଜୁ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ସରକାର । ବଣ୍ଡା ପାହାଡରୁ କାଜୁ ଆସିବା ପରେ ଏଠାରେ ପ୍ରକ୍ରିୟାକରଣ କରି ବାହାରେ ବିକ୍ରି କରାଯାଉଥିଲା । ଏହାଦ୍ୱାରା ଶହଶହ ବଣ୍ଡା ଯୁବକ ଯୁବତୀ ରୋଜଗାର ପାଉଥିଲେ । ହେଲେ ଏବେ ସେହି କାଜୁ ଯୁନିଟ୍ ବନ୍ଦ ରହିଛି । ବର୍ଷ ବର୍ଷ ଧରି ପ୍ରକ୍ରିୟାକରଣ କେନ୍ଦ୍ରରେ ତାଲା ଝୁଲୁଥିବା ବେଳେ ପାହାଡି ମଣିଷ ଦାଦନ ସାଜୁଥିବା ଅଭିଯୋଗ ହୋଇଛି ।

କାଜୁ ୟୁନିଟ୍ର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବାରମ୍ବାର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜଣାଇଛନ୍ତି ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ । ରକ୍ଷଣାବେକ୍ଷଣା ଅଭାବରୁ ତାହା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଜଣାଇଛନ୍ତି । ବଣ୍ଡାଙ୍କ ପ୍ରତିନିଧିତ୍ୱ କରୁଥିବା ରାଜନେତାଙ୍କ କଥାକୁ ପ୍ରଶାସନ ଖାତିର କରୁନଥିବା ଅଭିଯୋଗ ହୋଇଛି । ଏହାକୁ ଦୃଢ ନିନ୍ଦା କରିଛନ୍ତି ମାଲକାନଗିରିର ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା ।

ଆଦିମ ଜନଜାତିଙ୍କ ବିକାଶ ପାଇଁ ବିଡିଏ, ଓପିଲିପି ଏବଂ ଆଇଟିଡିଏ ପ୍ରକଳ୍ପ ଅଧିନରେ ବିଭିନ୍ନ ସେଚ୍ଛାସେବୀ ସଂସ୍ଥା କାମ କରୁଛି । ହେଲେ ବିକାଶର ଓଲଟା ଚିତ୍ର ଘାଟି ଅଂଚଳରେ ଦେଖିବାକୁ ମିଳୁଛି ।

The post ପାଣିରେ ପଡିଲା ସରକାରୀ ସ୍ୱପ୍ନ । ଆନ୍ଧ୍ର ଯାଉଛନ୍ତି ବଣ୍ଡା ମଣିଷ first appeared on Kanak News.

from Kanak News
via <a href="https://ifttt.com/?

୪୦ ବର୍ଷ ଧରି ପାହାଡରୁ ଲୁଟ୍ । ଇଓଡବ୍ଲ୍ୟ ଚଢଉ ପରେ ବି ବଦଳିନି ସ୍ଥିତି, କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି

କନକ ବ୍ୟୁରୋ : ଯାଜପୁର ଧର୍ମଶାଳା ତହସିଲ ଅଧିନରେ ଥିବା ଜାବରା ପାହାଡ । ତିନି କିଲୋମିଟର ବ୍ୟାପି ଏହି କଳାପାହାଡର କେତୋଟି ସଇରାତକୁ ରାଜସ୍ୱ ବିଭାଗ ଦୀର୍ଘ ମିଆଦି ସୂତ୍ରରେ ଲିଜ୍ ଦେଇଥିଲା । ଏବଂ ଲିଜଧାରୀ ମନଇଛା କଳାପଥର ଉତୋଳନ କରି ପାହାଡକୁ ଶ୍ରୀହିନ କରିଦେଇଛନ୍ତି । ଲିଜ ଏରିଆ ବାହାରୁ ମଧ୍ୟ ଉତୋଳନ କରାଯାଇଛି । ପ୍ରତିଦିନ ଟ୍ରାକ୍ଟର ଓ ଟ୍ରକରେ ଶହଶହ ଟ୍ରିପ କଳାପଥର ସ୍ଥାନୀୟ କ୍ରସରକୁ ଚୋରାଚାଲାଣ ହେଉଛି । ଏ ଖବର ଗଣମାଧ୍ୟମରେ ପ୍ରସାରଣ ପରେ ପ୍ରଶାସନ ଡ୍ରୋନ ସର୍ଭେ କରି ଦୁଇ ଲିଜଧାରୀଙ୍କୁ ପ୍ରାୟ ୧୫ କୋଟି ଟଙ୍କାର ଜରିମାନା କରିଛି । ଜରିମାନା ଅର୍ଥ ଆଦାୟ ହୋଇନଥିବା ବେଳେ ସମ୍ପୃକ୍ତ ଲିଜଧାରି ଏବେ ବି ଖଣି ଖନନ କରୁଥିବା ଅଭିଯୋଗ ହୋଇଛି ।

ଜାବରା ପାହାଡରେ ୧୪୪ ଧାରା ଜାରି ରହିିଥିଲେ ମଧ୍ୟ ପଥର ଉତୋଳନ ଓ ଚୋରା ଚାଲାଣ ଜାରି ରହିଛି । ଫଳରେ ଆରୁହା, ଯୋଗରଡା, ମୁରାରିପୁର, ନାନପୁର, ବାଟିଜଙ୍ଗା, ଜାବରାତଳି ଗାଁର ଲୋକ ସମସ୍ୟା ଭୋଗୁଛନ୍ତି । ବେଆଇନ୍ କମ୍ପ୍ରେସର ବ୍ୟବହାର କରି ବ୍ଲାଷ୍ଟିଂ କରାଯାଉଥିବାରୁ ଘରଦ୍ୱାର ଦୋହଲି ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମାମଲାର ଗମ୍ଭୀରତାକୁ ଆଖି ଆଗରେ ରଖି ଲୋକାୟୁକ୍ତ ଇଓଡବ୍ଲ୍ୟୁକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୨୦୨୨ ସେପ୍ଟେମ୍ବର ମାସରେ ଇଓଡବ୍ଲ୍ୟୁ ଜାବରା ପାହାଡରେ ତଦନ୍ତ କରିଥିଲେ । ହେଲେ ବର୍ତମାନର ସ୍ଥିତିକୁ ଦେଖିଲେ କର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି । ଜରିମାନା ହୋଇଥିବା ଲିଜଧାରୀମାନେ ଆଇନର ଉର୍ଦ୍ଦରେ କି? ହାଇକୋର୍ଟରେ ଜରିମାନା ବିରୁଦ୍ଧରେ ରହିତାଦେଶ ଆଣି ରାଜସ୍ୱ ଫାଙ୍କି ଦେବେ ନାହିଁ ତ ଲିଜଧାରୀ? ଇଓଡବ୍ଲ୍ୟୁ ସରଜମିନ ତଦନ୍ତ ପରେ ବି ସ୍ଥାନୀୟ ପ୍ରଶାସନ ତତ୍ପର ହେଉନାହିଁ କାହିଁକି?

ସେପଟେ ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର କହିଛନ୍ତି, ସ୍ଥାନୀୟ ଜନତା ସହଯୋଗ କଲେ ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବା ।
ଧର୍ମଶାଳା ତହସିଲର ଏହି ଜାବରା ପାହାଡରୁ କଳାପଥର ଲୁଟ ରୋକିବାରେ ପ୍ରଶାସନ ଅଧିକ ତତ୍ପରତା ଦେଖାଇଲେ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କିକୁ ରୋକାଯାଇପାରିବ ।

The post ୪୦ ବର୍ଷ ଧରି ପାହାଡରୁ ଲୁଟ୍ । ଇଓଡବ୍ଲ୍ୟ ଚଢଉ ପରେ ବି ବଦଳିନି ସ୍ଥିତି, କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀର ଅମ୍ବିକା ଏଗ୍ରୋ ଇଣ୍ଡଷ୍ଟ୍ରି ସାମ୍ନାରେ କପା ବୋଝେଇ ଗାଡି ରଖି ଅପେକ୍ଷା କରୁଛନ୍ତି ଚାଷୀ । ହେଲେ କିଣିବାକୁ ଆସିନାହାନ୍ତି ଅଧିକାରୀ

କନକ ବ୍ୟୁରୋ : ଅମଳ ଧଳା ସୁନା ବିକ୍ରି ପାଇଁ ହଟହଟା ଚାଷୀ । କଳାହାଣ୍ଡିର କପା ସବୁଠୁ ବ୍ୟୟବହୁଳ ଓ ଉଚ୍ଚମାନର ବୋଲି କୁହାଯାଏ । ଏବେ ସେହି ଉନ୍ନତମାନର କପା ବିକିବାକୁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି ଚାଷୀ । ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ, ଦୁଇ ଦିନ ହେଲା କପାକ୍ରୟ କେନ୍ଦ୍ରରେ ଭୋକ ଉପାସରେ ପଡି ରହିଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଅମଳ କପା ବିକ୍ରି ପାଇଁ ଗାଡିରେ ଲଦା ହୋଇ ମଣ୍ଡିରେ ପହଂଚିଛି । ହେଲେ କପା ନିଗମର ଅଧିକାରୀଙ୍କ ଦେଖା ନଥିବା ବେଳେ କପା ବସ୍ତା ଗାଡିରେ ଲଦା ହୋଇ ମିଲ୍ ଆଗରେ ଠିଆ ହୋଇଛି । ଅଦିନିଆ ବର୍ଷାରେ ଭିଜିଯାଇଛି ଚାଷୀଙ୍କ ପରିଶ୍ରମର ମୂଲ । କପା ମଣ୍ଡିକୁ ନେଇ ଚାଷୀ ପରିବହନ ବାବଦରେ ଶହଶହ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଧରାଛୁଆଁ ମିଳୁନଥିବା ଅଭିଯୋଗ ହୋଇଛି ।

କଳାହାଣ୍ଡି ଜିଲ୍ଲାରେ ଅଧିକାଂଶ ଚାଷୀ କପା ଚାଷ କରିଥିବା ବେଳେ ମଣ୍ଡି ଅବ୍ୟବସ୍ଥା ଓ ଆଦ୍ରତା ଆଳରେ କଟନୀଛଚନୀ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି ।

The post ବଲାଙ୍ଗୀର ଅମ୍ବିକା ଏଗ୍ରୋ ଇଣ୍ଡଷ୍ଟ୍ରି ସାମ୍ନାରେ କପା ବୋଝେଇ ଗାଡି ରଖି ଅପେକ୍ଷା କରୁଛନ୍ତି ଚାଷୀ । ହେଲେ କିଣିବାକୁ ଆସିନାହାନ୍ତି ଅଧିକାରୀ first appeared on Kanak News.

from Kanak News
via <a href="https://ifttt.com/?

ଅନ୍ଧାରରେ ସୁନେତ୍ର ଯୋଜନା । ଚଷମା ପାଇଁ ୬ ମାସର ଅପେକ୍ଷା

କନକ ବ୍ୟୁରୋ : ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସୁନେତ୍ର ଯୋଜନା ଖୋର୍ଦ୍ଧାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଛାଡନ୍ତୁ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଖି ପରୀକ୍ଷାର ୬ ମାସ ପରେ ମିଳୁଛି ପାୱାର ଚଷମା! ସେତେବେଳେକୁ ରୋଗୀଙ୍କ ଆଖିର ପାୱାର ପରିବର୍ତନ ହୋଇଯାଉଛି । ଏମିତି ସୁଫଳ ଦେଉଥିବା ଯୋଜନା କାହା ପାଇଁ ବୋଲି ଅଭିଯୋଗ କରିଛନ୍ତି ରୋଗୀ ଓ ଖୋର୍ଦ୍ଧାବାସୀ । ଅନେକ ସମୟରେ ଅଭାବୀ ରୋଗୀଟିଏ ଅଧିକ ଖର୍ଚ୍ଚାନ୍ତ ହୋଇ ବାହାରୁ ଚଷମା କିଣିବାକୁ ବାଧ୍ୟ ହେଉଛନ୍ତି ।

ରାଜ୍ୟର ସମସ୍ତ ଡାକ୍ତରଖାନାରେ ରୋଗୀଙ୍କ ଆବଶ୍ୟକତା ଅନୁସାରେ ଚଷମା ଯୋଗାଇବା ପାଇଁ ତାମିଲନାଡୁର ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ତେଣୁ ରୋଗୀଙ୍କ ପାଖରେ ଚଷମା ପହଂଚିବାରେ ବିଳମ୍ବ ହେଉଛି । ଏହି ପ୍ରସଙ୍ଗରେ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଓଡିଶାରେ ଚଷମା ପ୍ରସ୍ତୁତ କରି ରୋଗୀଙ୍କ ଆଖି ପରୀକ୍ଷୀ ପରେ ତୁରନ୍ତ ଦିଆଯାଉ ।

ସେପଟେ ଏ ସଂପର୍କରେ ପ୍ରତିକ୍ରିୟା ଦେଉନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଚକ୍ଷୁ ବିଭାଗର ମୁଖ୍ୟ ।

The post ଅନ୍ଧାରରେ ସୁନେତ୍ର ଯୋଜନା । ଚଷମା ପାଇଁ ୬ ମାସର ଅପେକ୍ଷା first appeared on Kanak News.

from Kanak News
via <a href="https://ifttt.com/?

ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ମୋଦୀ: ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ହେବେ ସାମିଲ

କନକ ବ୍ୟୁରୋ: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେବ୍ର୍ରୁଆରୀ ୩ତାରିଖରେ ମୋଦୀଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାସହ ମୋଦୀ ସମ୍ବଲପୁରରେ ସବୁଠାରୁ ବଡ଼ ଦଳୀୟ ସମାବେଶ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଂଚି ତ୍ରିପାଠୀ । ଯେମିତି ସମାବେଶ ଓଡ଼ିଶାରେ ପୂର୍ବରୁ କେବେ ହୋଇନଥିବେ ସେମିତି ସମାବେଶ ହେବ ବୋଲି ଦଳ କହିଛି । ସମାବେଶ କରି ପଶ୍ଚିମ ଓଡ଼ିଶାରୁ ନିର୍ବାଚନୀ ବିଗୁଲ ବଜାଇପାରନ୍ତି ମୋଦୀ । ରାଜ୍ୟ ବିଜେପିରେ ନୂଆ ଉତ୍ସାହ ଭରିଦେବେ ମୋଦୀ । ଆଗାମୀ ଦିନରେ ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ନୀତିନ ଗଡ଼କରି ଓ ରାଜନାଥ ସିଂ ଓଡ଼ିଶା ଆସିବେ ।

The post ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ମୋଦୀ: ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ହେବେ ସାମିଲ first appeared on Kanak News.

from Kanak News
via <a href="https://ifttt.com/?

ବାପା ଚଳାଉଛନ୍ତି ମେଡିକାଲ ଷ୍ଟୋର । ଝିଅ ହେବାକୁ ଯାଉଛନ୍ତି ଉପ ଜିଲ୍ଲାପାଳ

କନକ ବ୍ୟୁରୋ : ଏକ ସାଧାରଣ ପରିବାରରୁ ଆସି ସୁନିଷ୍ଠା ଆଜି ଉପ ଜିଲ୍ଲାପାଳ ହେବାକୁ ଯାଉଛନ୍ତି । ସୁନିଷ୍ଠାଙ୍କ ବାପା ଜଣେ ସାଧାରଣ ମେଡିକାଲ ଷ୍ଟୋର ଚଳାଉଥିବା ବ୍ୟକ୍ତି । ହେଲେ ନିଜ ପରିଶ୍ରମ ବଳରେ ସୁନିଷ୍ଠା ରାଜ୍ୟ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ନିଜ ଅଂଚଳ ତଥା ପରିବାର ପାଇଁ ଗୌରବ ଆଣିଛନ୍ତି । ଉତ୍ତରପ୍ରଦେଶ କେଶରଗଂଜ ଥାନା ଅନ୍ତର୍ଗତ ଗୁଥିୟା ଗ୍ରାମରେ ରହୁଥିବା କୁଁଅରେ ବିଜୟନ୍ତ ସିଂଙ୍କ ଘରକୁ ଏବେ ଶୁଭେଚ୍ଛାରେ ସୁଅ ଛୁଟୁଛି । ଝିଅର ସଫଳତାରେ ପୁôରା ପରିବାରରେ ଆନନ୍ଦର ଲହରି ଖେଳି ଯାଇଛି ।

ଏହି ଔଷଧ ବ୍ୟବସାୟରୁ ଯାହା ଆୟ ହୁଏ ସେଥିରେ ତିନି ପୁଅ ଝିଅ ଓ ବାପା ମା’ ଚଳିଯାନ୍ତି । ତିିନି ଝିଅ ଭିତରେ ବଡ ଝିଅ ସୌମ୍ୟା ଶିକ୍ଷକତା କରୁଥିବା ବେଳେ ସାନ ପୁଅର ପଢା ସରିନାହିିଁ । ଇତି ମଧ୍ୟରେ ସର୍ବ କନିଷ୍ଠ ଝିଅ ସୁନିଷ୍ଠାଙ୍କ ସଫଳତା ପରିବାର ପାଇଁ ବଡ ଖୁସି ଆଣି ଦେଇଛି । ପରିସ୍ଥିତି ଯାହା ବି ହେଉ ବିଜୟନ୍ତ ପିଲା ମାନଙ୍କ ପଢାରେ କେବେ କିଛି ହେଳା କରି ନାହାନ୍ତି । କାରଣ ସେ ଶିକ୍ଷାର ମହତ୍ୱ ବୁଝନ୍ତି । ପରିବାରର ସହଯୋଗ ତଥା କଠିନ ପରିଶ୍ରମ ପାଇଁ ଆଜି ସୁନିଷ୍ଠା ଏହି ସଫଳତା ପାଇ ପାରିଛନ୍ତି ବୋଲି କୁହନ୍ତି ।

ସୁନିଷ୍ଠାଙ୍କ ଶିକ୍ଷା ଉଭୟ ସ୍କୁଲ ଓ ପ୍ରାରମ୍ଭିକ କଲେଜ ସ୍ତରରେ ହିନ୍ଦି ଭାଷାରେ ହୋଇଥିବା ବେଳେ ଲକ୍ଷ୍ନୌ କ୍ରିଷ୍ଟିୟାନ କଲେଜରେ ସେ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି । ଆରମ୍ଭରୁ ମେଧାବୀ ଛାତ୍ରୀ ଭାବେ ଜଣାଶୁଣା ସୁନିଷ୍ଠା ସାନ ବେଳୁ ହିଁ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ ରଖିଥିଲେ । ଏବେ ନିଜ ପ୍ରଚେଷ୍ଟା ମାଧ୍ୟମରେ ସେ ନିଜ ସ୍ୱପ୍ନ ପୁରଣ କରିବା ସହ ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି । ଉତ୍ତର ପ୍ରଦେଶ ପିସିଏସ୍ ପରୀକ୍ଷାରେ ସୁନିଷ୍ଠା ୧୬ ତମ ରାଙ୍କ ହାସଲ କରି ଉପ ଜିଲ୍ଲାପାଳ ହେବାକୁ ଯାଉଛନ୍ତି ।

The post ବାପା ଚଳାଉଛନ୍ତି ମେଡିକାଲ ଷ୍ଟୋର । ଝିଅ ହେବାକୁ ଯାଉଛନ୍ତି ଉପ ଜିଲ୍ଲାପାଳ first appeared on Kanak News.

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ପହଂଚିଲା ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା । କେମିତି ରହିବ ମମତାଙ୍କ ଆଚରଣ

କନକ ବ୍ୟୁରୋ : କଂଗ୍ରେସ ଦଳର ପୂର୍ବ ପ୍ରମୁଖ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି । କୁଚ ବିହାରରୁ ପଶ୍ଚିମବଙ୍ଗକୁ ଆସିବା ପରେ ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ପାଇଁ ତାଙ୍କ ରଣନୀତି କ’ଣ ରହିବ ବୋଲି ଇସାରା ଦେଇଛନ୍ତି । ରାହୁଲ ଗାନ୍ଧୀ କୁଚ ବିହାରରେ ଦେଇଥିବା ଏକ ଅଭିଭାଷଣରେ କହିଛନ୍ତି ଯେ ଦେଶରେ ଅନେକ ଅନ୍ୟାୟ ଘଟୁଛି, ସେଥିପାଇଁ ସେ ତାଙ୍କ ଭାରତ ଯୋଡୋ ଅନ୍ଦୋଳନ ଯାତ୍ରାରେ ନ୍ୟାୟ ଶବ୍ଦ ବ୍ୟବହାର କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି କି, ଏହି ଅନ୍ୟାୟ ବିରୋଧରେ ଇଣ୍ଡିଆ ମେଣ୍ଟ ବହୁତ ଶିଘ୍ର ମିଳିତ ଆନ୍ଦୋଳନ ଆରମ୍ଭ କରିବା ପାଇଁ ଯାଉଛି ।

ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ବହୁତ ମହତ୍ୱପୂର୍ଣ୍ଣ । ଗୋଟେ ଦିନ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ଇଣ୍ଡିଆ ମେଣ୍ଟର ଅନ୍ୟତମ ଗୁତୁତ୍ୱପୂର୍ଣ୍ଣ ପ୍ରମୁଖ ଦଳ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ କହିଥିଲେ କି ଟିଏମସି ବେଙ୍ଗଲ ଲୋକସଭା ନିର୍ବାଚନରରେ ଏକାକୀ ପ୍ରାର୍ଥୀ ଦେବ । ମମତା ବାନାର୍ଜୀଙ୍କ ଏହି ମନ୍ତବ୍ୟର ଠିକ ଗୋଟେ ଦିନ ପରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ପଶ୍ଚିମବଙ୍ଗରେ ପହଂଚିଥିଲା । ଏହା ଇଣ୍ଡିଆ ମେଣ୍ଟକୁ ଆହୁରି ଦୃଢ କରିବ ବୋଲି ଜଣାପଡୁଛି ।

ଇଣ୍ଡିଆ ମେଣ୍ଟର ଦୁଇ ସହେଯାଗୀ କଂଗ୍ରେସ ଏବଂ ତୃଣମୂଲ କଂଗ୍ରେସ ମଧ୍ୟରେ ପଶ୍ଚିମବଙ୍ଗର ଆସନ ବୁଝାମଣାକୁ ନେଇ କୌଣସି ଯୁକ୍ତିତର୍କ ହୋଇନାହିଁ । ଏହିଭଳି ପରିସ୍ଥିତିରେ ଇଣ୍ଡିଆ ମେଣ୍ଟ ଭାର ବହନ କରିବାକୁ ପଡିପାରେ । କିନ୍ତୁ ରାହୁଲ ଗାନ୍ଧୀ ଯେଉଁ ଭଳି ଭାବରେ ପଶ୍ଚିମବଙ୍ଗରେ ପ୍ରବେଶ କରିବା ପରେ ଇଣ୍ଡିଆ ମେଣ୍ଟର ଏକତା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି । ଏହାର ଅନେକ ରାଜନୈତିକ ପ୍ରଭାବ ମଧ୍ୟ ଅନୁସନ୍ଧାନ କରାଯାଉଛି ।

ଭାରତ ଯୋଡୋ ଯାତ୍ରା ପରେ ଏବେ ରାହୁଲ ଗାନ୍ଧୀ ଜାନୁଆରୀ ୧୪ରୁ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ୬୬ ଦିନ ପାଇଁ ହେବ ଓ ୧୫ ଟି ରାଜ୍ୟ ଦେଇ ୬୭୦୦ କିଲୋମିଟରରୁ ଅଧିକ ଅତିକ୍ରମ କରିବ ଏବଂ ମୁମ୍ବାଇରେ ଯାଇ ଶେଷ ହେବ । ଏହି ଯାତ୍ରା ପଶ୍ଚିମବଙ୍ଗରେ ୫୨୩ କିଲୋମିଟରର ଦୂରତା ଅତିକ୍ରମ କରିଛି । ଏବଂ ରାହୁଲ ଗାନ୍ଧୀ ୫ ଦିନ ପଶ୍ଚିମବଙ୍ଗରେ ରହିବେ ଓ ଏହି ସମୟରେ ସେ ରାଜ୍ୟର ୭ ଟି ଜିଲ୍ଲାରେ ରାଲି କରିବେ ।

The post ପଶ୍ଚିମବଙ୍ଗରେ ପହଂଚିଲା ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା । କେମିତି ରହିବ ମମତାଙ୍କ ଆଚରଣ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started