ବୀରଗାଥା କାର୍ଯ୍ୟକ୍ରମରେ ଓଡ଼ିଆ ଝିଅ: ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଭିଭାଷଣକୁ ଉପସ୍ଥାପନ କଲେ ବର୍ଣ୍ଣାଳି ସାହୁ

କନକ ବ୍ୟୁରୋ: ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ଝିଅଙ୍କ ପ୍ରଶଂସା । ପ୍ରତିରକ୍ଷା ମନ୍ତ୍ରାଳୟ ଓ ଶିକ୍ଷା ମମନ୍ତ୍ରାଳୟ ପକ୍ଷରୁ ବୀରଗାଥା ୩ ପଏଂଟ ଜିରୋ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଭାଷଣ ଦେଲେ ଓଡ଼ିଆ ଝିଅ ବର୍ଣ୍ଣାଳୀ ସାହୁ । ସବୁଠୁ ବଡ଼ କଥା ହେଲା ପ୍ରତିରକ୍ଷାମନ୍ତ୍ରୀଙ୍କ ତରଫରୁ ବର୍ଣ୍ଣାଳୀ ଭାଷଣ ଦେଇଥିଲେ । ଲେଖାହୋଇଥିବା ଭାଷଣକୁ ପଢ଼ିଥିଲେ ବର୍ଣ୍ଣାଳୀ । ତାଙ୍କର ଭାଷଣ ଓ ଶୈଳୀକୁ କରତାଳି ଦେଇ ପ୍ରଶଂସା କରିଥିଲେ ପ୍ରତିରକ୍ଷାମନ୍ତ୍ରୀ । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେବାବାହିନୀର ଅଧିକାରୀ ଉପସ୍ଥିତି ଥିଲେ ।

The post ବୀରଗାଥା କାର୍ଯ୍ୟକ୍ରମରେ ଓଡ଼ିଆ ଝିଅ: ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଭିଭାଷଣକୁ ଉପସ୍ଥାପନ କଲେ ବର୍ଣ୍ଣାଳି ସାହୁ first appeared on Kanak News.

from Kanak News
via <a href="https://ifttt.com/?

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ଜିଏସଟି ଅଧିକାରୀ: ଠିକାଦାରଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାଉରକେଲାରେ ଜିଏସଟି ସୁପରିଟେଣ୍ଡେଣ୍ଟ ଅମରକାନ୍ତ

କନକ ବ୍ୟୁରୋ: ଲାଂଚ ନେବା ବେଳେ ଧରାପଡ଼ିଲେ ଜିଏସଟି ଅଧିକାରୀ । ରାଉରକେଲାରେ ଜିଏସଟି ଅଧିକାରୀ ଲାଂଚ ନେବା ବେଳେ ଧରିଲା ସିବିଆଇ । ଜିଏସଟି ସୁପରିଟେଣ୍ଡେଂଟ ଅମରକାନ୍ତ ଜଣେ ଠିକାଦାରଙ୍କ ଠାରୁ ୩୦ହଜାର ଟଙ୍କା ଲାଂଜ ନେଉଥିବା ବେଳେ ଧରାପଡ଼ିଛନ୍ତି । ସିଭିଲ ଟାଉନରେ ଥିବା ଜିଏସଟି କାର୍ଯ୍ୟାଳୟରେ ଟଙ୍କା ନେଉଥିବା ବେଳେ ଜିଏସଟି ସୁପରିଟେଣ୍ଡେଂଟ ଧରାପଡ଼ିଛନ୍ତି । ସିଭିଲ ଟାଉନ କାର୍ଯ୍ୟାଳୟରେ ଜିଏସଟି ସୁପରିଟେଣ୍ଡେଂଟଙ୍କୁ ଜେରା କରୁଛି ସିବିଆଇ ।

The post ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ଜିଏସଟି ଅଧିକାରୀ: ଠିକାଦାରଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାଉରକେଲାରେ ଜିଏସଟି ସୁପରିଟେଣ୍ଡେଣ୍ଟ ଅମରକାନ୍ତ first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାସ୍ଥ୍ୟା ବୀମା କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ । କୌଣସି ବି ହସ୍ପିଟାଲରେ କରିପାରିବେ କ୍ୟାସଲେସ୍ ଚିକିତ୍ସା

କନକ ବ୍ୟୁରୋ : ସ୍ୱାସ୍ଥ୍ୟବୀମା ଧାରକ ମାନଙ୍କ ସୁବିଧାକୁ ନଜରରେ ରଖି ଜିଆଇସି ବା ଜେନେରାଲ ଇନସୁରାନ୍ସ କାଉନ୍ସିଲ ଏବେ ଯୁଗାନ୍ତକାରୀ ପଦକ୍ଷେପ ଆଣିଛି । ବର୍ତମାନ ପଲିସି ଧାରକ ମାନଙ୍କୁ ଦେଶ ବ୍ୟାପି ଯେକୌଣସି ହସ୍ପିଟାଲରେ ମଧ୍ୟ କ୍ୟସଲେସ ଚିକିତ୍ସା କରାଇ ପାରିବେ । ଏଥି ପାଇଁ ଉକ୍ତ ହସ୍ପିଟାଲକୁ କମ୍ପାନୀ ଅନ୍ତର୍ଗତ ତାଲିକାରେ ରହିବା ବାଧ୍ୟତାମୂଳକ ନୁହେଁ ।

ଆଗରୁ ବୀମା ଧାରକ ଯଦି କମ୍ପାନୀ ତାଲିକା ବାହାରେ କିଛି ହସ୍ପିଟାଲରେ ଚିକିତ୍ସା କରାଉଥିଲେ ତେବେ ପରେ ସେହି ପଇସା ଫେରସ୍ତ ମିଳୁଥିଲା । ଏମିତିରେ ଯଦି ବ୍ୟକ୍ତି ପାଖରେ ପଇସା ଅଛି ତେବେ ହିଁ ଯାଇ ସେ ଚିକିତ୍ସା କରାଇ ପାରୁଥିଲା ନଚେତ ହଠାତ ଦରକାର ପଡିଲେ ସ୍ୱଳ୍ପ ସଂଚୟକାରୀ ବ୍ୟକ୍ତିଟିଏ ପାଇଁ ଏହା ସମ୍ଭବ ହେଉ ନଥିଲା । ଲୋକ ମାନଙ୍କ ଏହି ଅସୁବିଧାକୁ ଆଖିରେ ନୁଆ ନିୟମ ଅଣା ଯାଇଛି ।

କେମିତି ରହିଛି ନୂଆ ନିୟମ
କ୍ୟାଶଲେସ ଏଭ୍ରିହୋଇଆର ନାମକ ନୂଆ ଯୋଜନା ଅନୁଯାୟୀ ବୀମା ଧାରକ ଯେକୌଣସି ଚିକିତ୍ସାଳୟରେ କ୍ୟାଶଲେସ ଚିକିତ୍ସା କରାଇ ପାରିବେ । ଏ ନେଇ କୌଣସି ବୀମା କମ୍ପାନୀ ମନା କରି ପାରିବେ ନାହିଁ । ହେଲେ ଏ ସୁବିଧା ନେବା ପାଇଁ ବୀମା ଧାରକଙ୍କୁ କିଛି କଥା ଧ୍ୟାନରେ ରଖିବାକୁ ହେବ ।

-କମ୍ପାନୀ ତାଲିକା ବାହରେ ଥିବା ହସ୍ପିଟାଲରେ ଚିକିତ୍ସା କରାଇବାକୁ ହେଲେ ୪୮ ଘଣ୍ଟା ପୁର୍ବରୁ ବୀମା କମ୍ପାନୀକୁ ଏ ନେଇ ଖବର ଦେବାକୁ ହେବ ।
-ଯଦି ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା କରାଇବାକୁ ପଡେ ତେବେ ଚିକିତ୍ସା ଆରମ୍ଭ ହେବାର ୪୮ ଘଣ୍ଟା ଭିତରେ କମ୍ପାନୀକୁ ଏ ନେଇ ଅବଗତ କରିବାକୁ ହେବ ।
– ଚିକିତ୍ସାର ସବୁ ସୁବିଧା କମ୍ପାନୀର ପଲିସି ଆଧାରରେ ହିଁ ହେବ ।
– ୧୫ରୁ ଅଧିକ ଶଯ୍ୟା ବିଶିଷ୍ଟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ପଂଜିକୃତ ହସ୍ପିଟାଲରେ ହିଁ ଏହି ଚିକିତ୍ସା କରା ଯାଇ ପାରିବ ।

The post ସ୍ୱାସ୍ଥ୍ୟା ବୀମା କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ । କୌଣସି ବି ହସ୍ପିଟାଲରେ କରିପାରିବେ କ୍ୟାସଲେସ୍ ଚିକିତ୍ସା first appeared on Kanak News.

from Kanak News
via <a href="https://ifttt.com/?

୭୦ ବର୍ଷ ଧରି ସାଉଦି ଆରବରେ କାହିଁକି ବନ୍ଦ ଥିଲା ମଦ ବିକ୍ରି ?

ଦୀର୍ଘ ୭୦ ବର୍ଷ ପରେ ଇସଲାମର ଗଡ଼ ବୋଲି କୁହାଯାଉଥିବା ସାଉଦି ଆରବରେ ଏବେ ମଦ ଦୋକାନ ଖୋଲିବାକୁ ଯାଉଛି । ଏ ବାବଦରେ ସାଉଦି ଆରବ କହିଛି ଯେ କେବଳ ଅଣ-ମୁସଲମାନ ଗୋଷ୍ଠୀ ପାଇଁ ରିୟାଦରେ ମଦ ଦୋକାନ ଖୋଲିବ । ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ୭୦ ବର୍ଷ ପୂର୍ବେ ସାଉଦି ଆରବରେ ମଦ ନିଷେଧ କାହିଁକି ହେଇଥିଲା ?  ଏଠାରେ ଏଥିପାଇଁ କ’ଣ ଦଣ୍ଡ ଦିଆଯାଉଛି ଏବଂ ଏବେ  ମଦ ଦୋକାନ କାହିଁକି ଖୋଲୁଛି ?

୭୦ ବର୍ଷ ପରେ ଇସଲାମର ଗଡ଼ ସାଉଦି ଆରବରେ ଏବେ ମଦ ଦୋକାନ ଖୋଲିବାକୁ ଯାଉଛି । ସାଉଦି ଆରବ କହିଛି ଯେ ଏହା କେବଳ ଅଣ-ମୁସଲମାନ କୂଟନୈତିକ ଗୋଷ୍ଠୀ ପାଇଁ ଉଦ୍ଧିଷ୍ଟ ହେବ । ଏହାର ଗ୍ରାହକ କେବଳ କୂଟନୈତିକ କର୍ମଚାରୀଙ୍କ ମଧ୍ୟରେ ସୀମିତ ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ କୂଟନୈତିକ କର୍ମଚାରୀଙ୍କ ପାଇଁ ସିଲ୍ ପ୍ୟାକେଜରେ ମଦ ଆମଦାନୀ କରାଯାଉଥିଲା । ଯାହାକୁ କୂଟନୈତିକ ପାଉଚ୍ ବୋଲି କୁହାଯାଏ । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ନୂଆ ଷ୍ଟୋର ରିୟାଦର କୂଟନୈତିକ କ୍ୱାର୍ଟରରେ ରହିବ । ଯେଉଁଠାରେ କୂଟନୀତିଜ୍ଞ ମାନଙ୍କ କ୍ୱାର୍ଟର ଅଛି ।

ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ୭୦ ବର୍ଷ ପୂର୍ବେ ସାଉଦି ଆରବରେ ମଦ କାହିଁକି ନିଷେଧ କରାଯାଇଥିଲା । ଏଥିପାଇଁ କ’ଣ କଣ ଦଣ୍ଡର ବ୍ୟବସ୍ତା ଥିଲା ? ଏବଂ ଏବେ କଣ ପାଇଁ ମଦ ଦୋକାନ କାହିଁକି ଖୋଲୁଛି ?

୭୦ ବର୍ଷ ପୂର୍ବେ କାହିଁକି ମଦ ଉପରେ ପ୍ରତିବନ୍ଧ ଲଗାଯାଇଥିଲା ।

ଇସଲାମରେ ମଦ୍ୟପାନକୁ ହାରାମ ବୋଲି ଘୋଷଣା କରାଯାଇଛି । ସାଉଦି ଆରବ ସେହି ଅଳ୍ପ କେତେକ ଇସଲାମ ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ ଏହାକୁ ନିଷେଧ କରାଯାଇଛି । ଏଥି ମଧ୍ୟରେ ଗଲ୍ଫ ଦେଶ କୁଏତ ଏବଂ ୟୁଏଇର ଶାରଜାହା ଅନ୍ତର୍ଭୁକ୍ତ । ୧୯୫୨  ମସିହାରେ ସାଉଦିରେ ମଦ୍ୟପାନ ନିଷେଧ କରାଯାଇଥିଲା । ଏହା ପଛରେ ଏକ କାରଣ ମଧ୍ୟ ଥିଲା ।

ସାଉଦି ଆରବର ତତ୍କାଳୀନ ରାଜା ତଥା ପ୍ରତିଷ୍ଠାତା ସମ୍ରାଟ ଅବଦୁଲ୍ ଅଜିଜ୍ ମଦ୍ୟପାନ ଉପରେ ସେତେବେଳେ ପ୍ରତିବନ୍ଧ ଲଗାଇଥିଲେ ଯେତେବେଳେ  ତାଙ୍କ ପୁଅ ପ୍ରିନ୍ସ ମିସାରୀ ମଦ୍ୟପାନ କରି ଜେଦ୍ଦାରେ  ଜଣେ  ବ୍ରିଟିଶ କୂଟନୀତିଜ୍ଞ ସିରିଲ ଓସମାନଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ପ୍ରିନ୍ସ ମିସାରୀ ଗୋଟେ ପାର୍ଟିରେ  ମଦ ପିଇ ନିଶାରେ ଚୂର ହେଇ ଆହୁରି ମଦ ପିଇବାକୁ ମାଗିଥିଲେ । କୌଣସି କାରଣ ବଶତଃ ତାଙ୍କୁ ଆଉ ମଦ ଦିଆ ଯାଇନଥିଲା । ଏହାକୁ ନେଇ ସେ ପାର୍ଟିରେ ତୁମୁଳକାଣ୍ଡ କରିଥିଲେ ଏବଂ ରାଗିଯାଇ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ । ଏହି ଗୁଳି ବ୍ରିଟିଶ କୂଟନୀତିଜ୍ଞ ସିରିଲ ଓସମାନଙ୍କ ଦେହରେ ବାଜିଥିଲା ଏବଂ ସେ ଘଟଣାସ୍ଥଳରେ ମୃତ୍ଯୁବରଣ କରିଥିଲେ ।  ଏହି ଘଟଣାର ମାତ୍ର ଗୋଟିଏ ବର୍ଷ ପରେ ସମ୍ରାଟ ଅବଦୁଲ୍ ଅଜିଜ୍ ମଦ ଉପରେ ନିଷେଧାଦେଶ ଜାରି କରିଥିଲେ ।  ଏହି ମାମଲାରେସେ ପ୍ରିନ୍ସ ମିସାରୀକୁ ମଧ୍ୟ ଦୋଷୀ ଘୋଷଣା କରାଯାଇଥିଲା ।

ସମୟ ସହିତ ସାଉଦି ଆରବ ପରିବାରର ଆଦର୍ଶ ବହୁତ ଇସଲାମ ମୌଲବାଦ ଆଡକୁ ଢଳିଥିଲା । ଗତ କିଛି ବର୍ଷ ମଧ୍ୟରେ ସାଉଦି ଆରବ ଏପରି କିଛି ପଦକ୍ଷେପ ନେଇଛି ଯାହା ସାରା ବିଶ୍ୱରେ ନିଜର ଭାବମୂର୍ତ୍ତିକୁ ବଦଳାଇପାରିଛି । ଏବେ ନେଉଥିବା ଅଧିକାଂଶ ନିଷ୍ପତ୍ତି ତାଙ୍କର ଅର୍ଥବ୍ୟବସ୍ଥାକୁ ମଧ୍ୟ ଉତ୍ସାହିତ କରୁଛି । ଏଭଳି ନିଷ୍ପତି ନେବାର କାରଣ  ହେଉଛି ବର୍ତ୍ତମାନ ସାଉଦି ନିଜର ତୈଳ ଅର୍ଥନୀତିର ନିର୍ଭରଶୀଳତାକୁ ହ୍ରାସ କରି ପର୍ଯ୍ୟଟନ ଓ ଶିଳ୍ପ ଆଡକୁ ନେବାକୁ ଚେଷ୍ଟା କରୁଛି । ଏଥିପାଇଁ ଏହିସବୁ ମୌଳିକ ସିଦ୍ଧାନ୍ତକୁ ସେ ବଦଳେଇ ବିଶ୍ୱକୁ ନିଜ ଆଡକୁ ଅକୃଷ୍ଠ କରିବାକୁ ଚେଷ୍ଟା କରୁଛି ।

ମଦ ଦୋକାନ କାହିଁକି ଖୋଲିବାକୁ ପଡିଲା ?

ସାଉଦିରେ ମଦ ବିକ୍ରିକୁ ଏକ ପରୀକ୍ଷଣ ମଧ୍ୟ କୁହାଯାଇପାରେ, ଯାହା ଦେଶର ଅର୍ଥନୀତିକୁ ସିଧାସଳଖ ବୃଦ୍ଧି କରିବ ବୋଲି ବିଶ୍ଵାସ କରୁଛି ।  ତେବେ ଏଠାରେ ଥିବା ଅଧିକାରୀମାନେ କହିଛନ୍ତି ଯେ ଏହି ପଦକ୍ଷେପ ମଦର କଳାବଜାରକୁ ରୋକିବାରେ ସହାୟକ ହେବ । ଖୁବ ଶୀଘ୍ର ମଦ ଦୋକାନ ଖୋଲିବ ବୋଲି ସୂତ୍ରରୁ ପ୍ରକାଶ ।

ମଦ ଏତେ ସହଜରେ ଉପଲବ୍ଧ ହେବ ନାହିଁ । ନିୟମ କଣ ରହିଛି ?

ଯଦିଓ ଏହି ଘୋଷଣା କରାଯାଇଛି କିନ୍ତୁ ଦୋକାନ ଖୋଲିବା ପରେ ମଦ ଏତେ ସହଜରେ ଉପଲବ୍ଧ ହେବ ନାହିଁ ।  ଏଥିପାଇଁ କୂଟନୀତିଜ୍ଞଙ୍କୁ ପ୍ରଥମେ ପଞ୍ଜିକରଣ କରିବାକୁ ପଡିବ। ତେବେ ସରକାରଙ୍କ ଅନୁମତି ପରେ ଯାଇ  ମଦ ଉପଲବ୍ଧ ହେବ । ୨୧ ବର୍ଷରୁ କମ୍ ପିଲାଙ୍କୁ  ଦୋକାନରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଜଣଙ୍କ ପାଇଁ କେତେ ମଦ ଉପଲବ୍ଧ ହେବ ତାହାର ଏକ ସୀମା ମଧ୍ୟ ରହିବ । ରିପୋର୍ଟ ଅନୁଯାୟୀ, କୂଟନୀତିଜ୍ଞମାନେ ପ୍ରତି ମାସରେ ୨୪୦ ପଏଣ୍ଟ ମଦ ପାଇପାରିବେ । ଗୋଟିଏ ଲିଟର ମଦରେ ତିନି ପଏଣ୍ଟ ଏବଂ ଗୋଟିଏ ଲିଟର ବିୟରରେ ଗୋଟିଏ ପଏଣ୍ଟ ବୋଲି ହିସାବ କରାଯିବ ।

ମଦ୍ୟପାନ ଏବଂ ମଦ ରଖିବା ପାଇଁ ସାଉଦିରେ ଦଣ୍ଡ କ’ଣ ରହିଛି ?

ଅନେକ ଇସଲାମ ଦେଶରେ ମଦ୍ୟପାନ ନିଷେଧ, ତେଣୁ ସାଉଦିରେ ମଧ୍ୟ ଏହାକୁ ରଖିବା ଏବଂ ପିଇବା ପାଇଁ ଦଣ୍ଡ ଅଛି । ଜୋରିମାନା, ଜେଲ, ସର୍ବସାଧାରଣରେ ଚାବୁକ ମାଡ଼ ଭଳି ବ୍ୟବସ୍ତା ଅଛି  ଏବଂ ବିଦେଶୀ ମାନଙ୍କ ପାଇଁ ସେମାନଙ୍କୁ ଜୋରଜବରଦସ୍ତ ତାଙ୍କ ଦେଶକୁ ପଠାଇଦେବାର ମଧ୍ୟ ନିୟମ ରହିଛି । ତେବେ ଏବେ ଏହା ଆଲୋଚନା ହୋଇଛି ଯେ ସାଉଦି ଏହି ସମ୍ବନ୍ଧୀୟ ନିୟମରେ କିଛି କୋହଳ କରିପାରନ୍ତି । ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଯଦିଓ ଏଠାରେ ମଦ ନିଷେଧାଦେଶ ରହିଛି, ତଥାପି ଏଠାରେ କଳାବଜାରରେ ବ୍ୟାପକ ମାତ୍ରାରେ ମଦ ବିକ୍ରି ହେଉଛି ।

 

The post ୭୦ ବର୍ଷ ଧରି ସାଉଦି ଆରବରେ କାହିଁକି ବନ୍ଦ ଥିଲା ମଦ ବିକ୍ରି ? first appeared on Kanak News.

from Kanak News
via <a href="https://ifttt.com/?

ଢେଙ୍କାନାଳ କାମାକ୍ଷାନଗରରେ ଆଦିବାସୀଙ୍କ ଆନ୍ଦୋଳନ: ଧନୁତୀର ଓ ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଳାଇଲେ ଆନ୍ଦୋଳନକାରୀ

କନକ ବ୍ୟୁରୋ: ହାତରେ ଧନୁତୀର, ରାସ୍ତାକୁ ଓହ୍ଳାଇଲେ ଆଦିବାସୀ । ମହିଳାଙ୍କୁ ଅବକାରୀ ବିଭାଗ କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଳାଇଛନ୍ତି ଆଦିବାସୀ । ରାଲିରେ ଆସି କାମାକ୍ଷାନଗର ଏସଡିପିଓ ଅଫିସ ଘୋରାଉ କରିଛନ୍ତି । ମଦ ଚଢ଼ାଉ ବେଳେ ଆଦିବାସୀ ମହିଳାଙ୍କୁ ଅସଦାଚରଣକୁ ନେଇ ପୂର୍ବରୁ କଙ୍କଡାହାଡ଼ ଥାନା ଘେରାଉ କରିଥିଲେ ଆଦିବାସୀ ସଂଗଠନ । କିନ୍ତୁ କୌଣସି ପଦକ୍ଷେପ ନହେବାରୁ ଆଜି କାମାକ୍ଷାନଗର ଏସଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଛନ୍ତି । ଦୁର୍ବ୍ୟବହାର କରିଥିବା ଅବକାରି କର୍ମଚାରୀଙ୍କୁ ଗିରଫ କରିବା ସହ ମହିଳାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଗତ ୧୦ ତାରିଖରେ ବାଲିକୂମା ଗାଁରେ ଚଢାଉ ବେଳେ ଗାଁର ଶ୍ରୀମତି ଟୁଡୁଙ୍କୁ ଅବକାରି ବିଭାଗ ମାଡ଼ ମାରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଶ୍ରୀମତି ଟୁଡ଼ୁଙ୍କ ଘରେ କେହି ନଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ କରିଛି ସଂଗଠନ । ମଝିପାର୍ଗନା ମହଲ, ଆଦିବାସି ମିଳିତ ସଂଘର୍ଷ ମଂଚ, ଆଦିବାସୀ ମୁକ୍ତି ସଂଗଠନ, ଆଦିବାସୀ ଚେତନା ସଂଗଠନ ଭଳି ୪ଟି ସଂଗଠନର ଶତାଧିକ ମହିଳା ଓ ପୁରୁଷ ଜିରିଡାମାଳିରୁ ରାଲିଲେ ବାହାରି ଏସଡିପିଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ପୋଲିସ ଆଦିବାସୀଙ୍କୁ ବୁଝାଇବାକୁ ଉଦ୍ୟମ ଜାରି ରଖିଛି ।

The post ଢେଙ୍କାନାଳ କାମାକ୍ଷାନଗରରେ ଆଦିବାସୀଙ୍କ ଆନ୍ଦୋଳନ: ଧନୁତୀର ଓ ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଳାଇଲେ ଆନ୍ଦୋଳନକାରୀ first appeared on Kanak News.

from Kanak News
via <a href="https://ifttt.com/?

ଅଟୋରେ ଗଙ୍ଗା ସ୍ନାନ କରିବାକୁ ଯାଉଥିଲେ ଶ୍ରଦ୍ଧାଳୁ  । ମାଡିଗଲା ଟ୍ରକ, ୧୨ ମୃତ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଶାହାଜାହାଁପୁର ଠାରେ ଏକ  ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୨ଜଣଙ୍କର ମୃତ୍ୟୁ ହୋଇଛି । ଶହାଜାହାଁପୁର ମଦନାପୁର ନିକଟ ଦମଗଡାରୁ ଗଙ୍ଗା ସ୍ନାନ କରିବାକୁ କିଛି ଶ୍ରଦ୍ଧାଳୁ ଅଟୋ ସହାୟାତରେ ଯାଉଥିବା ବେଳେ ହଠାତ ଅଟୋ ଉପରେ ଏକ ଟ୍ରକ୍ ମାଡି ଯାଇଥିଲା । ଏଥିରେ ଅଟୋରେ ଥିବା ୧୨ ଜଣ ଶ୍ରଦ୍ଧାଳୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ବାବଦରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

କୁହାଯାଉଛି କି, ଅଟୋରେ ଡ୍ରାଇଭରଙ୍କ ସମେତ  ୧୨ ଜଣ ଯାତ୍ରୀ ଥିଲେ । ଘଟଣା ସ୍ଥଳରେ ସମସ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଶବଗୁଡିକୁ ବ୍ୟବଛେଦ କରିବାକୁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ।

ସୂଚନା ମୁତାବକ ଦମଗଡା ଗାଁର କିଛି ଲୋକ ଗଙ୍ଗା ସ୍ନାନ କରିବାକୁ ଫରୁଖାବାଦ ନିକଟ ପଞ୍ଚାଲ ଘାଟକୁ ଯାଉଥିଲେ । ଓହ୍ଲାଗଞ୍ଜ ଗାଁ ସୁଗସୁଗୀ ନିକଟ ରାଜପଥରେ ସାମ୍ନାପଟୁ ଏକ ଟ୍ରକ୍ ଆସି ଅଟୋ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ।

The post ଅଟୋରେ ଗଙ୍ଗା ସ୍ନାନ କରିବାକୁ ଯାଉଥିଲେ ଶ୍ରଦ୍ଧାଳୁ  । ମାଡିଗଲା ଟ୍ରକ, ୧୨ ମୃତ first appeared on Kanak News.

from Kanak News
via <a href="https://ifttt.com/?

ବିିହାର ପରେ କର୍ଣ୍ଣାଟକ କ୍ଷମତା କେନ୍ଦ୍ରରେ ହଲଚଲ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପିରେ ସାମିଲ

କନକ ବ୍ୟୁରୋ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ବୁଧବାର ଦିନ ପୁଣିଥରେ ବିଜେପିରେ ସାମିଲ ହୋଇଛନ୍ତି । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଶେଟ୍ଟାର ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରୂପା, ମିଡିଆ ବିଭାଗର ମୁଖ୍ୟ ପ୍ରବକ୍ତା ଅନିଲ ବେଲୁନୀ ପ୍ରମୁଖ ଉପସ୍ଥିତ ଥିଲେ ।

ହୁବଲୀ ଧାରବାଡ ମଧ୍ୟ ଆସନରୁ ୬ ଥର ବିଧାୟକ ହୋଇଥିବା ୬୭ ବର୍ଷିୟ ଶେଟ୍ଟାର ଗତ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ପ୍ରାର୍ଥୀ କରୁନାହିଁ ବୋଲି ସ୍ପଷ୍ଟ ହେବା ପରେ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ।

କଂଗ୍ରେସରେ ସାମିଲ ହେବା ପରେ ସେ ବିଜେପି ଉପରେ ଅନେକ ଅଭିଯୋଗ ଆଣିଥିଲେ । ସେ କହିଥିଲେ କି, ଦୀର୍ଘଦିନ ଧରି ସେ ବିଜେପିରେ କାମ କରୁଥିଲେ ବି ବିଜେପି ତାଙ୍କୁ ଟିକେଟ୍ ନଦେଇ ଅପମାନିତ କରିଛି । ଏହାସହ ବିଜେପି କିଛି ସିମୀତ ଲୋକଙ୍କ ନିୟନ୍ତ୍ରଣରେ ଚାଲୁଛି ବୋଲି ସେ ଅଭିଯୋଗ କରିଥିଲେ । କଂଗ୍ରେସରେ ଯୋଗ ଦେବା ପରେ ଶେଟ୍ଟାରଙ୍କୁ ଦଳ ହୁବଲୀ ଧାରବାଡ ମଧ୍ୟ ଆସନରୁ ପ୍ରାର୍ଥୀ କରିଥିଲା । ହେଲେ ସେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ ।

The post ବିିହାର ପରେ କର୍ଣ୍ଣାଟକ କ୍ଷମତା କେନ୍ଦ୍ରରେ ହଲଚଲ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପିରେ ସାମିଲ first appeared on Kanak News.

from Kanak News
via <a href="https://ifttt.com/?

ବିହାରରେ ଭାଙ୍ଗିବ କି ଆରଜେଡି-ଜେଡିୟୁ ମେଣ୍ଟ? ପୁଣି ବିଜେପି ସହ ମେଣ୍ଟ କରିବେ କି ନୀତିଶ?

କନକ ବ୍ୟୁରୋ: ବିହାରରେ ଭାଙ୍ଗିଯିବ କି ମହାମେଣ୍ଟ ସରକାର? ମୁଖ୍ୟମନ୍ତ୍ରୀ ଆସନରୁ ହଟିବେ କି ନୀତିଶ କୁମାର? ବଦଳୁଥିବା ସମୟ ସହ ବିହାର ରାଜନୀତି ମଧ୍ୟ ଏବେ କଡ ଲେଉଟାଇବା ଆରମ୍ଭ କରିଛି । ଆଉ କୁହାଯାଉଛି ଖୁବଶୀଘ୍ର ବିହାରରେ କିଛି ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏପରିକି ନୀତିଶ କୁମାର ଆରଜେଡି ସହ ସମ୍ପର୍କ ଭାଙ୍ଗି ବିଜେପି ସହ ପୁଣି ଥରେ ମେଣ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ୍ ମିଡିଆରେ ନୀତିଶଙ୍କୁ ଟାର୍ଗେଟ କରି ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ପରେ ବିହାର ରାଜନୀତିରେ ଏବେ ସବୁକିଛି ଠିକ୍ ଚାଲିନଥିବା ସ୍ପଷ୍ଟ ହେଇଯାଇଛି । କୁହାଯାଉଛି ଆରଜେଡି ସହ ସମ୍ପର୍କ ଛିନ୍ନ କରି ନୀତିଶ ପଦ୍ମ ସହ ପୁଣି ମେଣ୍ଟ କରିପାରନ୍ତି । ଅନ୍ୟପଟେ ବିଜେପିର କହିବା କଥା, ନୀତିଶଙ୍କୁ ସେ ସେତେବେଳେ ସାଙ୍ଗରେ ନେବେ, ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନୀତିଶ କୁମାର ଯଦି ମୁଖ୍ୟମନ୍ତ୍ରୀ ପଦ ଛାଡି ବିଜେପି ସହ ମେଣ୍ଟ କରିବେ, ତେବେ ଯାଇ ବିଜେପି ନୀତିଶଙ୍କୁ ଗ୍ରହଣ କରିପାରେ । ଏପରି ସ୍ଥଳେ ମେଣ୍ଟ ସରକାରରେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ବାଛିବ । ଯଦି ସେପରି ନହୁଏ ତେବେ ବିଧାନସଭା ଭାଙ୍ଗିବା ହିଁ ଏକମାତ୍ର ବିକଳ୍ପ ରହିବ । ଏପରି ହେଲେ, ବିହାରରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ଦେଖିବାକୁ ମିଳିପାରେ ।

ସୂଚନାଯୋଗ୍ୟ ଯେ, ବିହାରରେ ଏବେ ମହାମେଣ୍ଟ ସରକାର ଭେଣ୍ଟିଲେଟରରେ ଥିବା ଭଳି ମନେ ହେଉଛି । ବୁଧବାର ନୀତିଶ କୁମାର ଲାଲୁ ଯାଦବଙ୍କ ନାଁ ନନେଇ ପରିବାରବାଦକୁ ଟାର୍ଗେଟ କରଥିଲେ । ଏହାପରେ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ମଧ୍ୟ ସମାନ ଢଙ୍ଗରେ ନୀତିଶ କୁମାରଙ୍କୁ ତେରେଛା ତୀର ମାରିଥିଲେ । ଯାହାପରେ ବିହାରରେ ଜେଡିୟୁ-ଆରଜେଡି ମେଣ୍ଟରେ ଫାଟ ସୃଷ୍ଟି ହେଇଥିବା କଥା ପକ୍କା ହେଇଯାଇଥିଲା ।

ଏହାପୂର୍ବରୁ ବିଜେପି ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ କହିଥିଲେ ଯେ, ନୀତିଶ କୁମାର ଯାହା ସହ ରୁହନ୍ତି, ତା ବିରୋଧରେ ହିଁ ଷଡଯନ୍ତ୍ର କରନ୍ତି । ନୀତିଶ କୁମାର କେବଳ ନିଜ ପାଇଁ ହିଁ ଜିଅନ୍ତି । ପରିବାରବାଦ ବିଷୟରେ ଜାଣି ମଧ୍ୟ ସେ ଲାଲୁଙ୍କ ସହ ରହିଛନ୍ତି । ତାଙ୍କର ଏହା ହେଉଛି ଦୋଗଲାପଣ । ନୀତିଶ କୁମାରଙ୍କର ନିଜସ୍ୱ କୌଣସି ରାଜନୈତିକ ଚରିତ୍ର ଏବଂ ବିଚାରଧାରା ନାହିଁ ବୋଲି ସେ କହିଛନ୍ତି ।

The post ବିହାରରେ ଭାଙ୍ଗିବ କି ଆରଜେଡି-ଜେଡିୟୁ ମେଣ୍ଟ? ପୁଣି ବିଜେପି ସହ ମେଣ୍ଟ କରିବେ କି ନୀତିଶ? first appeared on Kanak News.

from Kanak News
via <a href="https://ifttt.com/?

ସରିଗଲା କି ରାହାଣେ ଆଉ ପୂଜାରାଙ୍କ ଟେଷ୍ଟ କ୍ୟାରିୟର? ବଡ ବୟାନ ଦେଲେ କ୍ୟାପଟେନ୍ ରୋହିତ ଶର୍ମା

କନକ ବ୍ୟୁରୋ: ଆରମ୍ଭ ହେଇସାରିଛି ଭାରତ ଆଉ ଇଂଲଣ୍ଡ ଟେଷ୍ଟ ସିରିଜ୍ । ଗୁରୁବାରଠୁ ଏ ସିରିଜ ହାଇଦ୍ରାବାଦରୁ ଆରମ୍ଭ ହେଇଥିବାବେଳେ, ଦୁଇ ଦଳ ଏବେ ପଡିଆ ମଝିରେ କ୍ରିକେଟର ଯୁଦ୍ଧ ଲଢୁଛନ୍ତି । ହେଲେ ଏହାରି ଭିତରେ ଭାରତୀୟ ଟିମକୁ ନେଇ ଯେଉଁ ଖବର ଆସିଛି, ତାହା କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ଗୁଡିଏ ପ୍ରଶ୍ନ ସୃଷ୍ଟି କରିଛି ।

ସତରେ କଣ ଶେଷ ହେଇଗଲା କି ରାହାଣେ ଆଉ ଚିତେଶ୍ୱର ପୂଜାରାଙ୍କ ଟେଷ୍ଟ କ୍ୟାରିୟର? ଆଉ କଣ ଧଳା ଜର୍ସିରେ ନଜର ଆସିବେନି ଏହି ଦୁଇ ସିନିୟର ଖେଳାଳି? ଏ ପ୍ରଶ୍ନ ଉଠିବାର କାରଣ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଏହି ଦୁଇ ପ୍ଲେୟାରଙ୍କୁ ମୌକା ହିଁ ମିଳିନି । ତାଙ୍କ ବଦଳରେ ଟିମ୍ ମ୍ୟାନେଜମେଣ୍ଟ ଯୁବ ଖେଳାଳିଙ୍କ ଉପରେ ଫୋକସ୍ କରିଥିବାବେଳେ, ଦଳରୁ ବାହାରେ ରହିଛନ୍ତି ଚିତେଶ୍ୱର ପୂଜାରା ଆଉ ଆଜିଙ୍କା ରାହାଣେ ।

ଅନ୍ୟପଟେ ବିରାଟ କୋହଲି ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିରୋଧରେ ପ୍ରଥମ ଦୁଇଟି ଟେଷ୍ଟ ନଖେଳିବାକୁ ଅନୁରୋଧ କରିଥିଲେ । ସେତେବେଳେ ଚର୍ଚ୍ଚା ହେଉଥିଲା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳକୁ ଫେରିପାରନ୍ତି, ଚିତେଶ୍ୱର ପୂଜାରା ନଚେତ୍ ଆଜିଙ୍କା ରାହାଣେ । ହେଲେ ସବୁ ଚର୍ଚ୍ଚାକୁ ମିଛ ପ୍ରମାଣିତ କରି, ଟିମ୍ ମ୍ୟାନେଜମେଣ୍ଟ କୋହଲିଙ୍କ ବଦଳରେ ରଜତ ପଟିଦାରଙ୍କୁ ସୁଯୋଗ ଦେଇଥିଲା । ଯାହା ପରେ ଏ ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟରକୁ ନେଇ ଏବେ ଚର୍ଚ୍ଚା ବଢିବା ଆରମ୍ଭ ହେଇଛି ।

ମ୍ୟାଚ୍ ପୂର୍ବରୁ ହେଇଥିବା ପ୍ରେସ୍ କନଫରେସନ୍ସରେ କ୍ୟାପଟେନ୍ ରୋହିତ ଶର୍ମା କହିଛନ୍ତି, ଆମେ ସିନିୟର ଖେଳାଳିଙ୍କୁ ଦଳକୁ ଆଣିବାକୁ ଚିନ୍ତା କରୁଥିଲୁ । ହେଲେ ସେତେବେଳେ ଯୁବ ଖେଳାଳିଙ୍କ କଥା ବି ଚିନ୍ତା କଲୁ । ସିନିୟର ଖେଳାଳିଙ୍କୁ ଦଳଠୁ ଦୂରେଇ ରଖିବା ନିଶ୍ଚୟ ସହଜ ନଥିଲା । କିନ୍ତୁ ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିବା ଦରକାର ବୋଲି ରୋହିତ କହିଥିଲେ । ଏଥିସହ ରୋହିତ ଆହୁରି ମଧ୍ୟ କହିଛନ୍ତି ଯେ, କାହା ପାଇଁ ବି ଟିମ୍ ଇଣ୍ଡିଆର ଦ୍ୱାର ବନ୍ଦ ହେଇନି । ଫିଟ୍ ରହିବା ସହ ରନ୍ କଲେ ଖେଳାଳିମାନଙ୍କୁ ପୁଣି ଦଳରେ ମୌକା ମିଳିବ ।

ଭାରତୀୟ ଟେଷ୍ଟ ଟିମରେ ଏବେ ଚାଲିଛି ନବକଳେବର । ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ସହ ପୁରୁଣା ଖେଳାଳିଙ୍କୁ ଦଳଠୁ ଦୂରରେ ରଖାଯାଉଛି । ଶେଷ ଥର ପାଇଁ ରାହାଣେ ୨୦୨୩ରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ଟେଷ୍ଟ ମ୍ୟାଚ୍ ଖେଳିଥିବାବେଳେ, ପୂଜାରା ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପରଠୁ ଦଳରେ ସ୍ଥାନ ପାଇନାହାଁନ୍ତି । ତେଣୁ ଆଗାମୀ ଦିନରେ ଏହି ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର କଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

The post ସରିଗଲା କି ରାହାଣେ ଆଉ ପୂଜାରାଙ୍କ ଟେଷ୍ଟ କ୍ୟାରିୟର? ବଡ ବୟାନ ଦେଲେ କ୍ୟାପଟେନ୍ ରୋହିତ ଶର୍ମା first appeared on Kanak News.

from Kanak News
via <a href="https://ifttt.com/?

ଦିନେ କିଣୁଥିଲା ଏବେ ବିକିବ: ରୁଷକୁ ‘ବ୍ରହ୍ମୋସ ମିସାଇଲ’ ବିକ୍ରି କରିପାରେ ଭାରତ

କନକ ବ୍ୟୁରୋ: ରୁଷକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିକିବ ଭାରତ । ଏବେ ଏହିପରି ଚର୍ଚ୍ଚା ବଢ଼ିଛି । ରୁଷ୍ ଏବେ ୟୁକ୍ରେନ ସହ ପ୍ରାୟ ଦୁଇବର୍ଷ ହେଲା ଯୁଦ୍ଧ ଲଢ଼ୁଛି । ଏହାପାଖରେ ଥିବା କ୍ଷେପଣାସ୍ତ୍ର ସରସରି ଆସିଲାଣି । ତେଣୁ ରୁଷକୁ ମଧ୍ୟ କ୍ଷେପଣାସ୍ତ୍ରର ଆବଶ୍ୟକତ ରହିଛି । ବ୍ରହ୍ମୋସ୍ ଏରୋସ୍ପେଶର ସିଇଓ ଅତୁଲ ଦିନକର ରାଣେ ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ବ୍ରହ୍ମୋସ୍ ବିକ୍ରି ପାଇଁ ରୁଷ ଏକ ସମ୍ଭାବ୍ୟ ବଜାର । ଯଦି ରୁଷ୍ ପାଖରେ ଏବେ ବ୍ରହ୍ମୋସ୍ ଥାନ୍ତା,ଏହା ଖୁବ୍ ସହାୟକ ହୋଇଥାନ୍ତି । ଆଗକୁ ବ୍ରହ୍ମୋସ୍ ପାଇଁ ରୁଷ୍ ପାଖରୁ ଅର୍ଡର ଆସିପାରେ ବୋଲି ମଧ୍ୟ ବ୍ରହ୍ମୋସ୍ ଏରୋସ୍ପେଶ୍ ସିଇଓ କହିଛନ୍ତି । ତେବେ ଏଥିପାଇଁ ଉଭୟ ପକ୍ଷ ମଧରେ ଆଲୋଚନା ହୋଇଛି କି ନାହିଁ, ସେ ନେଇ କିଛି କହି ନାହାନ୍ତି । ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ଭାରତ ଓ ରୁଷ୍ ମିଶି ତିଆରି କରିଛନ୍ତି । ଏଥିପାଇଁ ଉଭୟ ଦେଶର ପ୍ରଯୁକ୍ତି ମଧ୍ୟ ଲାଗିଛି । ଏବେ ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ରୁଷକୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ କଡ଼ା ସମାଲୋଚନା କରୁଛନ୍ତି । ହେଲେ ଭାରତ ତାର ମିତ୍ର ରାଷ୍ଟ୍ରକୁ ସମାଲୋଚନା କରି ନାହିଁ, ବରଂ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଛି ।

The post ଦିନେ କିଣୁଥିଲା ଏବେ ବିକିବ: ରୁଷକୁ ‘ବ୍ରହ୍ମୋସ ମିସାଇଲ’ ବିକ୍ରି କରିପାରେ ଭାରତ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started