ଦୀର୍ଘ ୭୦ ବର୍ଷ ପରେ ଏହି କଟ୍ଟର ମୁସଲିମ ଦେଶରେ ବିକ୍ରି ହେବାକୁ ଯାଉଛି ମଦ

ବର୍ତ୍ତମାନ ଅର୍ଥନୀତି ପାଇଁ ପର୍ଯ୍ୟଟନ ଏବଂ ବ୍ୟବସାୟକୁ ଏକ ନୂତନ ବିକଳ୍ପ ଭାବରେ ମୁସଲମାନ ଦେଶମାନେ ନିଜକୁ ପ୍ରସ୍ତୁତ କରିବାକୁ ଆରମ୍ଭ କରିଦେଲେଣି । ଧୀରେ ଧୀରେ ସେମାନେ ଅନୁଭବ କରୁଛନ୍ତି ଯେ ମଦ ମଧ୍ୟ ଉଭୟ ପର୍ଯ୍ୟଟନ ଏବଂ ବ୍ୟବସାୟ ପାଇଁ  ସହାୟକ ହେଇପାରେ । ଏହି କ୍ରମରେ ରାଜଧାନୀ ରିୟାଦରେ ସାଉଦି ଆରବ ଏହାର ପ୍ରଥମ ମଦ ଦୋକାନ ଖୋଲିବାକୁ ଯାଉଛି । ‘ଭିଜନ୍ 2030’ ନାମକ ଏକ ବ୍ୟାପକ ଯୋଜନାର ଏହା ମଧ୍ୟ ଏକ ଅଂଶବିଶେଷ ।

ରାଜଧାନୀ ରିୟାଦରେ ପ୍ରଥମ ଥର ପାଇଁ ସାଉଦି ଆରବ ଏକ ମଦ ଦୋକାନ ଖୋଲିବାକୁ ପ୍ରସ୍ତୁତ ହେଉଛି । ଏହା କେବଳ ଅଣ-ମୁସଲମାନ କୂଟନୀତିଜ୍ଞଙ୍କ ପାଇଁ ଉପଲବ୍ଧ ହେବ । ଗ୍ରାହକଙ୍କୁ ଏକ ମୋବାଇଲ୍ ଆପ୍ ମାଧ୍ୟମରେ ପଞ୍ଜିକରଣ କରିବାକୁ ପଡିବ ବୋଲି ଡକ୍ୟୁମେଣ୍ଟରେ ଦର୍ଶାଯାଇଛି । ଏଥିପାଇଁ ସେମାନଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ ଏକ କ୍ଲିୟରାନ୍ସ କୋଡ୍ ପାଇବା ଆବଶ୍ୟକ ଏବଂ ଏହି ମଦ ଆମ ଭାରତର ଆର୍ମି ଲୋକମାନଙ୍କ ପରି ମାସିକ କୋଟା ଅନୁସାରେ ମିଳିବ । କୋଟା ଠାରୁ ଅଧିକ ଆପଣ କିଣିପାରିବେ ନାହିଁ ।

ଏହି ପଦକ୍ଷେପ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ପର୍ଯ୍ୟଟନ ତଥା ବ୍ୟବସାୟ ପାଇଁ ‘ଭିଜନ 2030’ ନାମକ ନିଆ ଯାଇଥିବା ଏକ ଯୋଜନାର ଅଂଶବିଶେଷ ।  କଟ୍ଟର ମୁସଲିମ ଦେଶ ଗୁଡିକୁ ବ୍ୟବସାୟ ଏବଂ ପର୍ଯ୍ୟଟନ ପାଇଁ ଉନ୍ମୁକ୍ତ କରିବାପାଇଁ ଏହା ଏକ ପଦକ୍ଷେପ ବୋଲି କୁହାଯାଉଛି ।

ଇସଲାମରେ ମଦ୍ୟପାନ ନିଷେଧ ।

ତୈଳ ପରେ ପରବର୍ତ୍ତୀ ଅର୍ଥନୀତି ଗଠନ ପାଇଁ ଏହି ‘ଭିଜନ 2030’ ନାମକ ବ୍ୟାପକ ଯୋଜନାଗୁଡିକରେ ପର୍ଯ୍ୟଟନ ଏବଂ ବ୍ୟବସାୟକୁ ଏକ ଅଂଶ ବୋଲି ଗଣାଯାଉଛି ।  ଡକ୍ୟୁମେଣ୍ଟରେ କୁହାଯାଇଛି ଯେ ନୂତନ ଷ୍ଟୋର ରିୟାଦର ଏକ କୂଟନୈତିକ କ୍ୱାର୍ଟରରେ ରହିବ ଯେଉଁଠାରେ ଦୂତାବାସ ଏବଂ କୂଟନୀତିଜ୍ଞମାନେ ରହୁଛନ୍ତି । ଅନ୍ୟ ଅଣ-ମୁସଲମାନ ପ୍ରବାସୀମାନେ ଏହି ସୁବିଧା ପାଇବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସାଉଦି ଆରବରେ ଲକ୍ଷ ଲକ୍ଷ ବିଦେଶୀ ବାସ କରନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏସିଆ ଏବଂ ଇଜିପ୍ଟର ମୁସଲମାନ ଶ୍ରମିକ। ଯୋଜନାଗୁଡିକ ସହିତ ପରିଚିତ ଏକ ସୂତ୍ରରୁ ପ୍ରକାଶ ଯେ ଆସନ୍ତା ସପ୍ତାହରେ ଏହି ଷ୍ଟୋର ଖୋଲିବାକୁ ଯାଉଛି ।

ମଦ୍ୟପାନ ବିରୋଧରେ ସାଉଡି ଆରବରେ କଡ଼ା ନିୟମ

ସାଉଦି ଆରବରେ ମଦ୍ୟପାନ କରିବା ବିରୋଧରେ କଡା ନିୟମ ରହିଛି । ପୂର୍ବରୁ ଏଥିପାଇଁ ଶହେ ଥର ଚାବୁକ ମାଡ଼ ଓ ଜୋରିମାନା କିମ୍ବା ଜେଲ ଯିବାକୁ ପଡୁଥିଲା ଏବଂ ପ୍ରବାସୀ ହୋଇଥିଲେ ସେମାନଙ୍କୁ ଦେଶ ଛାଡିବାକୁ ପଡୁଥିଲା । ନୂତନ ଆଇନ ଅନୁସାରେ ଅନୁଯାୟୀ ଚାବୁକ ମାଡ଼କୁ ବଦଳାଇ ଏହାକୁ ଜେଲ ଦଣ୍ଡରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ମଦ କେବଳ କୂଟନୀତିଜ୍ଞ କିମ୍ବା କଳାବଜାରରେ ଉପଲବ୍ଧ ହେଉଥିଲା ।

କଠୋର ନିୟମରେ କୋହଳ

ସାଂପ୍ରତିକ ବର୍ଷଗୁଡିକରେ ସାଉଦି ଆରବ କଠୋର ନିୟମକୁ ଟିକେ କୋହଳ କରିଛି । ଯେପରିକି ସର୍ବସାଧାରଣ ସ୍ଥାନରେ ପୁରୁଷ ଓ ମହିଳାଙ୍କୁ ଅଲଗା ରହିବା ଏବଂ ମହିଳାମାନେ ନିଜକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କଳା ପୋଷାକ ପିନ୍ଧିବା ପରି । ଶାସନ କ୍ଷମତାର ଡୋରି ମଜବୁତ ହେଲାପରେ ରାଜକୁମାର ମହମ୍ମଦ ଏହି ନିୟମ ଗୁଡିକୁ ଟିକେ କୋହଳ କରିଛନ୍ତି । ଯଥା ଅଣ-ଧର୍ମ ପର୍ଯ୍ୟଟନ, ସଙ୍ଗୀତ ସମାରୋହ ତଥା ମହିଳାମାନଙ୍କୁ ଗାଡି ଚଳାଇବାକୁ ଅନୁମତି ଦେବା ।

ଭିଜନ 2030 ରେ  ସ୍ଥାନୀୟ ଶିଳ୍ପ ଏବଂ ଲଜିଷ୍ଟିକ୍ ସେଣ୍ଟରଗୁଡିକର ବିକାଶ ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ଯାହା ସ୍ଥାନୀୟ  ସାଉଦି ନାଗରିକଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।

 

 

The post ଦୀର୍ଘ ୭୦ ବର୍ଷ ପରେ ଏହି କଟ୍ଟର ମୁସଲିମ ଦେଶରେ ବିକ୍ରି ହେବାକୁ ଯାଉଛି  ମଦ first appeared on Kanak News.

from Kanak News
via <a href="https://ifttt.com/?

ଓଜେଇଇ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ: ମେ’ ୬ରୁ ଓଜେଇଇ ପରୀକ୍ଷା

କନକ ବ୍ୟୁରୋ: ଓଜେଇଇ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । ମେ’ ୬ରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ । ମେ’ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା ହେବ । ଏଥିପାଇଁ ଆଜିଠାରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଚାଲିବ ।

The post ଓଜେଇଇ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ: ମେ’ ୬ରୁ ଓଜେଇଇ ପରୀକ୍ଷା first appeared on Kanak News.

from Kanak News
via <a href="https://ifttt.com/?

ଡାକ୍ତରାଣୀଙ୍କ ଅନନ୍ୟ ଦାନ: ସମ୍ବଲପୁର ମହିଳା ମହାବିଦ୍ୟାଳୟକୁ ନିଜ ଘର ଦାନ କରିଦେଲେ ନାରାୟଣୀ ପଣ୍ଡା

କନକ ବ୍ୟୁରୋ: ଡାକ୍ତରାଣୀଙ୍କ ଅନନ୍ୟ ଦାନ । ସମ୍ବଲପୁର ସହର ଜଣାଶୁଣା ଡାକ୍ତର ତଥା ସମାଜସେବୀ ଭାବରେ ପରିଚିତ ଡାକ୍ତର ନାରାୟଣୀ ପଣ୍ଡା । ଏବେ ପୁଣି ଥରେ ଦାନ ଦେଇ ଚର୍ଚ୍ଚାରେ ରହିଛନ୍ତି । ନିଜ ବାସଗୃହକୁ ସରକାରୀ ମହିଳା ମହାବିଦ୍ୟାଳୟକୁ ଦାନ କରିଦେଇଛନ୍ତି ନାରାୟଣୀ ପଣ୍ଡା । ଏବେ ତାଙ୍କ ଗୃହ ଉପର ମହଲା ଛାତ୍ରୀ ନିବାସ ଭାବରେ ବ୍ୟବହାର କରାଯିବ । ତାଙ୍କ ଅନ୍ତେ ପୁରା ଘରକୁ ଛାତ୍ରୀମାନେ ବ୍ୟବହାର କରିବେ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ପୂର୍ବରୁ ନିଜେ ପାଠ ପଢ଼ିଥିବା ଜିଏମ ବିଶ୍ୱବିଦ୍ୟାଳୟ ସମେତ ବହୁ ଶିକ୍ଷାନୁଷ୍ଠାନକୁ ଲକ୍ଷ ଲକ୍ଷ ଟଙ୍କା ଅନେକ ଥର ଦାନ ଦେଇ ସାରିଛନ୍ତି ଡାକ୍ତର ନାରାୟଣୀ । ଆଉ ଏବେ ନିଜ ଘର ଦାନ କରି ଚର୍ଚ୍ଚାରେ ରହିଛନ୍ତି ।

The post ଡାକ୍ତରାଣୀଙ୍କ ଅନନ୍ୟ ଦାନ: ସମ୍ବଲପୁର ମହିଳା ମହାବିଦ୍ୟାଳୟକୁ ନିଜ ଘର ଦାନ କରିଦେଲେ ନାରାୟଣୀ ପଣ୍ଡା first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି: ଏଥର ଘରେ ରହି ଭୋଟ ଦେବେ ଦିବ୍ୟାଙ୍ଗ, ବୟସ୍କ ଓ ଅସୁସ୍ଥ ଭୋଟର

କନକ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ଘରେ ରହି ଭୋଟ୍ ଦେବେ ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟର । ୮୦ ବର୍ଷରୁ ଅଧିକ ବୟସ୍କ, ୪୦ ବର୍ଷରୁ କମ୍ ବୟସ୍କ ଦିବ୍ୟାଙ୍ଗ ଓ ଅସୁସ୍ଥ ହୋଇ ଘରେ ରହିଥିଲେ, ସେମାନଙ୍କ ପାଇଁ ହୋମ୍ ଭୋଟିଂର ବ୍ୟବସ୍ଥା କରାଯାଇଛି । ଏହା ସହ ପୁଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷୀରୁ ସ୍ୱତନ୍ତ୍ର ଭୋଟିଂ କେନ୍ଦ୍ର କରାଯିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି । ସମସ୍ତ ଜିଲ୍ଲାରେ ଇଭିଏମ୍ ପହଂଚିବା ସହ ଟେଷ୍ଟିଂ ସରିଛି । ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାମ ସରିଛି । ଏବେ ତୃତୀୟ ପର୍ଯ୍ୟାୟ କାମ ଚାଲିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

The post ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି: ଏଥର ଘରେ ରହି ଭୋଟ ଦେବେ ଦିବ୍ୟାଙ୍ଗ, ବୟସ୍କ ଓ ଅସୁସ୍ଥ ଭୋଟର first appeared on Kanak News.

from Kanak News
via <a href="https://ifttt.com/?

ଭାରତ ବିରୋଧୀ ମୁଇଜୁଙ୍କୁ ନିଜ ଦେଶରେ ଘେରିଲେ ବିରୋଧୀ ।   ମାଲଦ୍ୱୀପର ମୁଖ୍ୟ ବିରୋଧୀ ଦଳ କାହିଁକି ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଉଛନ୍ତି ?

 

କିଛିଦିନ ପୂର୍ବେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାଲଦ୍ୱୀପ ମନ୍ତ୍ରୀମାନେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ।  ଏହା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବୃଦ୍ଧି ପାଇଥିଲା । ଏବେ ଭାରତକୁ ନେଇ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୋଙ୍କ ଆଭିମୁଖ୍ୟକୁ  ନେଇ ପ୍ରଶ୍ନ ଉଠିଛି । ମୁଇଜୁ ଚୀନ୍ ସମର୍ଥକ ବୋଲି ଜଣାଶୁଣା ।

ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।

ଏହି ସମୟରେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଦେଶ ଭିତରେ ବିରୋଧର ସମ୍ମୁଖୀନ ହେଉଛନ୍ତି । ଭାରତ ଉପରେ ତାଙ୍କର ଆଭିମୁଖ୍ୟକୁ ନେଇ ବିରୋଧୀ ଦଳ ଚିନ୍ତା ପ୍ରକଟ କରିବା ଆରମ୍ଭ  କରିଛନ୍ତି। ଏଥି ସହିତ ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (MDP) ଏବଂ ଡେମୋକ୍ରାଟ୍ ମାନେ ଭାରତକୁ ସେମାନଙ୍କର ସର୍ବ ପୁରାତନ ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି ।

ବାସ୍ତବରେ ମାଲଦ୍ୱୀପର ତିନି ଜଣ  ମନ୍ତ୍ରୀ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଉତ୍ତେଜନା ବୃଦ୍ଧି ପାଇବା ପରେ ମୁଇଜୁ ସରକାର ପୁଣି ଥରେ  ଭାରତକୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ଏହା ବ୍ୟତୀତ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦାୟିତ୍ବ ଗ୍ରହଣ କରିବା ପରେ ଚୀନ୍‌କୁ ଏହାର ପ୍ରଥମ ବନ୍ଦର କରିବାକୁ ନିଷ୍ପତ୍ତି ନେଇଥିବାରୁ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ତିକ୍ତତା ବେଶି ବୃଦ୍ଧି ପାଇଛି । ମାଲଦ୍ୱୀପର ବୈଦେଶିକ ନୀତି ସମ୍ପର୍କରେ ଉଭୟ ବିରୋଧୀ ଦଳ କହିଛନ୍ତି ଯେ ବର୍ତ୍ତମାନର ସରକାର ଭାରତ ବିରୋଧୀ ଆଭିମୁଖ୍ୟ ରଖିଛନ୍ତି । ଉଭୟ ଦଳ ବିଶ୍ୱାସ କରନ୍ତି ଯେ ଦେଶର ସର୍ବ ପୁରାତନ ସହଯୋଗୀଙ୍କୁ ଅଲଗା କରିବା ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ କ୍ଷତିକାରକ । ଉଭୟ ଦଳ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ ମାଲଦ୍ୱୀପବାସୀଙ୍କ କଲ୍ୟାଣ ପାଇଁ ଦେଶର ସରକାର ସମସ୍ତ ଅଂଶୀଦାରଙ୍କ ସହ ମିଳିମିଶି କାର୍ଯ୍ୟ କରିବା ଉଚିତ । ଯେହେତୁ ମାଲଦ୍ୱୀପ ପାରମ୍ପାରିକ ଭାବ ଭାରତର ପୁରୁଣା ସହଯୋଗୀ ଅଟେ । ମାଲଦ୍ୱୀପ ପାଇଁ ଭାରତ ମହାସାଗରରେ ସ୍ଥିରତା ଏବଂ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ।  ଉଭୟ ବିରୋଧୀ ଦଳ ସରକାରୀ ୱେବସାଇଟ୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେମାନଙ୍କର ମିଳିତ ବିବୃତ୍ତି ପୋଷ୍ଟ କରିଛନ୍ତି ।  ଏଥିସହ ସରକାର ଗଣମାଧ୍ୟମକୁ ସେନ୍ସର କରିବା ଏବଂ ସାମ୍ବାଦିକ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବାକୁ  ଉଦ୍ୟମକୁ ବିରୋଧୀମାନେ ନିନ୍ଦା କରିଛନ୍ତି ।

୭୦  ଜଣ ଭାରତୀୟ ସୈନିକ ମାଲଦ୍ୱୀପରେ ଅଛନ୍ତି

ମାଲଦ୍ୱୀପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧୪ ରେ ଭାରତ ଏବଂ ମାଲଦ୍ୱୀପ ଭାରତୀୟ ସାମରିକ କର୍ମଚାରୀଙ୍କ ପ୍ରତ୍ୟାହାରକୁ ତ୍ୱରାନ୍ୱିତ କରିବାକୁ ଏକ ଚୁକ୍ତି କରିଥିଲେ । ସମ୍ପ୍ରତି ରାଷ୍ଟ୍ରପତି ନିର୍ବାଚନ ସମୟରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦଳ ଦେଇଥିବା ପ୍ରତିଶୃତି ମଧ୍ୟରେ ଭାରତୀୟ ସୈନ୍ୟ ପ୍ରତ୍ୟାହାର ଏକ ପ୍ରମୁଖ ପ୍ରତିଶୃତି ଥିଲା । ବର୍ତ୍ତମାନ, ଡର୍ନିଅର୍ ୨୨୮ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଏବଂ ଦୁଇଟି HAL ଧ୍ରୁଭ ହେଲିକପ୍ଟର ସହିତ ମାଲଦ୍ୱୀପରେ ପ୍ରାୟ ୭୦ ଜଣ ଭାରତୀୟ ସୈନିକ  ନିୟୋଜିତ ଅଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବାର କିଛି ସମୟ ପରେ ମୁଇଜୁ ଆନୁଷ୍ଠାନିକ ଭାବେ ଭାରତ ସରକାରଙ୍କୁ ନିଜର ସାମରିକ କର୍ମଚାରୀ ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ ।

 

The post ଭାରତ ବିରୋଧୀ ମୁଇଜୁଙ୍କୁ ନିଜ ଦେଶରେ ଘେରିଲେ ବିରୋଧୀ ।   ମାଲଦ୍ୱୀପର ମୁଖ୍ୟ ବିରୋଧୀ ଦଳ କାହିଁକି ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଉଛନ୍ତି ? first appeared on Kanak News.

from Kanak News
via <a href="https://ifttt.com/?

ନୂଆ ଭୋଟରଙ୍କୁ ସଚେତନ ପାଇଁ ନୂଆ ଉଦ୍ୟମ । ନମୋ ନବ ମତଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

କନକ ବ୍ୟୁରୋ : ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଆୟୋଜିତ ହେଉଛି ‘ନମୋ ନବ ମତଦାତା ସମ୍ମିଳନୀ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଭିଡିଓ କନଫରେନ୍ସରେ ଯୋଡି ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାର ୨୫୦ଟି ସ୍ଥାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି ।

ନୂଆ କରି ମତଦାନ ଦେବାକୁ ଯାଉଥିବା ଯୁବ ଭୋଟରଙ୍କ ପାଇଁ ଏପରି କାର୍ଯ୍ୟକ୍ରମ କରାଯାଉଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ସାମିଲ ହୋଇଛନ୍ତି । ନୂତନ ମତଦାତା ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୪୭ ବିକଶିତ ଭାରତ ଗଠନର ନେତୃତ୍ୱ ନେବେ ବର୍ତମାନର ନୂଆ ଭୋଟର

The post ନୂଆ ଭୋଟରଙ୍କୁ ସଚେତନ ପାଇଁ ନୂଆ ଉଦ୍ୟମ । ନମୋ ନବ ମତଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ first appeared on Kanak News.

from Kanak News
via <a href="https://ifttt.com/?

ସାଧାରଣତନ୍ତ୍ର ଦିବସ ଅବସରରେ ୧୧ଶହ ୩୨ ଜଣ ପାଇବେ ସେବା ପଦକ । ବୀରତ୍ୱ ଓ ସେବା ପାଇଁ ସମ୍ମାନୀତ ହେବେ ପୋଲିସ, ଫାୟାର ସର୍ଭିସ, ହୋମଗାର୍ଡ, ସିଭିଲ ଡିଫେନ୍ସ କର୍ମଚାରୀ, ଓଡ଼ିଶାରୁ ୧୫

କନକ ବ୍ୟୁରୋ : ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସାରା ଦେଶର ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ବେସାମରିକ ପ୍ରତିରକ୍ଷା ଓ ସଂଶୋଧନ ସେବାର ମୋଟ ୧୧୩୨ ଜଣ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ପଦକ ପ୍ରଦାନ କରାଯିବ । ୨ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ଓ ୨୭୫ ଜଣଙ୍କୁ ସାହସିକତା ପାଇଁ ପଦକ ପ୍ରଦାନ କରାଯିବ ।

୨୭୭ ସାହସିକତା ପୁରସ୍କାର ମଧ୍ୟରୁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳରୁ ରହିଛନ୍ତି ୧୧୯ ଜଣ । ଜମ୍ମୁ-କଶ୍ମୀରରୁ ୧୩୩ ଜଣ ଏବଂ ଅନ୍ୟାନ୍ୟ ଅଂଚଳର ୨୫ ଜଣ ଯବାନଙ୍କୁ ସେମାନଙ୍କ ସାହସିକତା ପାଇଁ ପୁରସ୍କୃତ କରାଯିବ । ଜମ୍ମୁ-କଶ୍ମୀର ପୁଲିସର ୭୨ ଜଣ, ମହାରାଷ୍ଟ୍ରର ୧୮ ଜଣ, ଛତିଶଗଡ଼ର ୨୬ ଜଣ ଯବାନ ଅଛନ୍ତି । ସେହିପରି ଝାଡ଼ଖଣ୍ଡର ୨୩ ଜଣ, ଦିଲ୍ଲୀର ୮ ଜଣ ଯବାନ, ସିଆରପିଏଫର ୬୫ ଜଣ ଯବାନ, ଏସଏସବିର ୨୧ ଜଣ ଏବଂ ଅନ୍ୟ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଅବଶିଷ୍ଟ ଯବାନଙ୍କୁ ସମ୍ମାନିତ ପ୍ରଦାନ କରାଯିବ । ସାହସିକତା ଓ ସେବା ପାଇଁ ଓଡ଼ିଶାରୁ ୧୫ ଜଣଙ୍କୁ ଏହି ପଦକରେ ସମ୍ମାନିତ କରାଯିବ ।

The post ସାଧାରଣତନ୍ତ୍ର ଦିବସ ଅବସରରେ ୧୧ଶହ ୩୨ ଜଣ ପାଇବେ ସେବା ପଦକ । ବୀରତ୍ୱ ଓ ସେବା ପାଇଁ ସମ୍ମାନୀତ ହେବେ ପୋଲିସ, ଫାୟାର ସର୍ଭିସ, ହୋମଗାର୍ଡ, ସିଭିଲ ଡିଫେନ୍ସ କର୍ମଚାରୀ, ଓଡ଼ିଶାରୁ ୧୫ first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦୁଝର ପୋଲିସକୁ ବଡ଼ ସଫଳତା । ଜମତାରା ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : କେନ୍ଦୁଝର ପୋଲିସକୁ ବଡ଼ ସଫଳତା । କେନ୍ଦୁଝର ପୋଲିସ ହାତରେ ସାଇବର ଠକ ଜମତାରା ଗ୍ୟାଙ୍ଗର ସଦସ୍ୟ । ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଓଡ଼ିଶାରେ ସକ୍ରିୟ ଥିଲେ ଜମତାରା ଗ୍ୟାଙ୍ଗ । ଜମତାରା ଗ୍ୟାଙ୍ଗର ସଦସ୍ୟ ଓଡ଼ିଶାର୪ ଜଣଙ୍କୁ ନେଟୱର୍କରେ ରଖିଥିଲେ ।

ଗୋଟିଏ ସିମ୍ ପିଛା ଦେଉଥିଲେ ୪ ହାଜର ଟଙ୍କା । ବର୍ଷକରେ ୪ ହଜାରରୁ ଅଧିକ ସିମ୍ ଓଡ଼ିଶାରୁ ଆକ୍ଟିଭ୍ ହୋଇଛି । ନୀରିହ ଗରିବ ଲୋକଙ୍କୁ ଆଇଡି ନେଇ ଏମାନେ ସିମ୍ କିଣୁଥିଲେ । ଆକ୍ଟିଭେଟେଟ୍ ସିମକୁ ଝାଡଖଣ୍ଡ ପଠାଇ କ୍ରାଇମ୍ କରୁଥିଲେ । ମହାରାଷ୍ଟ୍ରରୁ ଅଭିଯୋଗ ଆସିବା ପରେ କେନ୍ଦୁଝର ପୋଲିସ ତନାଘନା ଆରମ୍ଭ କରିଥିଲା । ଗିରଫ ଅଭିଯୁକ୍ତଙ୍କଠାରୁ ୪ ଶହରୁ ୫ ଶହ ସିମ୍ ଜବତ କରାଯାଇଛି । ବିଶେଷ କରି ଜିଓ ଏବଂ ଏୟାରଟେଲ୍ ନମ୍ବରରୁ ଠକେଇ କରୁଥିବା ଜଣାପଡ଼ିଛି ।

The post କେନ୍ଦୁଝର ପୋଲିସକୁ ବଡ଼ ସଫଳତା । ଜମତାରା ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ first appeared on Kanak News.

from Kanak News
via <a href="https://ifttt.com/?

ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବେ

କନକ ବ୍ୟୁରୋ : ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ । ଆସନ୍ତାକାଲି ଭାରତ ପାଳିବ ୭୫ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମାକ୍ରୋନ । କିନ୍ତୁ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବା ପୂର୍ବରୁ ରାଷ୍ଟ୍ରପତି ମାକ୍ରୋନ୍ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାଜସ୍ଥାନ ଜୟପୁରର ଐତିହାସିକ ଆମେର ଦୁର୍ଗ ପରିଦର୍ଶନ କରିବେ ।
ଆମେର ଦୁର୍ଗ ଷୋଡ଼ଶ ଶତାବ୍ଦୀରୁ ସ୍ଥାପିତ ହୋଇଛି । ଯାହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳଭାବେ ଘୋଷଣା କରିଛି । ଇମାନୁଏଲ ମାକ୍ରୋନ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପିଙ୍କ ସିଟି ଦେଖିବା ପାଇଁ ଚାଲି ଚାଲି ତ୍ରିପୋଲିଆ ଗେଟ୍ ଯିବେ । ଇମାନୁଏଲ ମାକ୍ରୋନ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରୋଡ୍ ସୋ କରିବେ । ଏହା ପରେ ଦୁହେଁ ରାମବାଗରେ ପହଞ୍ଚିବେ । ଏଥିସହିତ ଦୁହେଁ ଏକାଠି ରାତ୍ରୀ ଭୋଜନ ମଧ୍ୟ କରିବେ । ଏହାପରେ ଦୁହେଁ ଏକାଠି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏହି ପ୍ରତିନିଧି ଦଳରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଅନେକ ମନ୍ତ୍ରୀ ରହିବେ ।

The post ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବେ first appeared on Kanak News.

from Kanak News
via <a href="https://ifttt.com/?

ଅଦିନିଆ ବର୍ଷାରେ ଭିଜିଲା ଧାନ । ଚିନ୍ତାରେ ଚାଷୀ

କନକ ବ୍ୟୁରୋ : ଅଦିନିଆ ବର୍ଷାରେ ଭିଜିଲା ଧାନ । ଭିଜା ଧାନକୁ କିପରି ବିକ୍ରି କରିବ ତାକୁ ନେଇ ଚିନ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ଡରେ ଅଦିନିଆ ବର୍ଷା ତଥା ମେଘୁଆ ପାଗ ଯୋଗୁଁ ମଣ୍ଡି ଗୁଡିକରେ ପଡିଥିବା ଧାନ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଚାଷୀମାନେ ପୂର୍ବରୁ ଏହା ଆଶଙ୍କା କରି କିଣିବାକୁ ଦାବି କରିଥିଲେ । ହେଲେ ଟୋକନ ଓ ଟାର୍ଗେଟ ସମସ୍ୟା ତଥା ସରକାରୀ ଆନ୍ତରିକତା ଅଭାବ ଯୋଗୁଁ ଶତାଧିକ ଚାଷୀ ଏହି କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ଚାଷୀମାନେ କହିଛନ୍ତି ।

ଚଳିତ ଖରିଫ ଋତୁରେ ଅଣ ଜଳସେଚିତ ପଦ୍ମପୁର ଉପଖଣ୍ଡରେ ବିପୁଳ ଧାନ ଉତ୍ପାଦନ ହୋଇଥିବା ବେଳେ ଧାନ କିଣାରେ ବିଳମ୍ବ ଯୋଗୁଁ ଅନେକ ଚାଷୀ ଅଭାବୀ ବିକ୍ରି କରିଦେଇଥିଲେ । ଯେଉଁ ଚାଷୀମାନେ ଧାନ ମଣ୍ଡିରେ ରଖି ଏ ପର୍ଯ୍ୟନ୍ତ ବିକ୍ରି କରି ନାହାନ୍ତି ଏହି ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ପାଣିରେ ତିନ୍ତି ଯାଇଛି । ପୁଣି ଗଜା ମାରିବା ପରିସ୍ଥିତି ହେବା ସହିତ ଧାନର ମାନ ମଧ୍ୟ ନଷ୍ଟ ହେବ ବୋଲି ଚାଷୀ ଆଶଙ୍କା କରିଛନ୍ତି । ବହୁ ସ୍ଥାନରେ ମଣ୍ଡି ଭିତିଭୂମି ଠିକ ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ପଦ୍ମପୁର ଉପଖଣ୍ଡର ଅନେକ ଉପାନ୍ତ ଅଂଚଳ ମଣ୍ଡିରେ ହଜାର ହଜାର ଧାନ ପଡି ରହିଛି ।

The post ଅଦିନିଆ ବର୍ଷାରେ ଭିଜିଲା ଧାନ । ଚିନ୍ତାରେ ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started