ବକ୍ସିଂରୁ ଅବସର ଚର୍ଚ୍ଚାକୁ ଖଣ୍ଡନ କଲେ ମେରୀକମ୍ । କହିଲେ, ପ୍ରକାଶିତ ଖବରରେ ନାହିଁ ସତ୍ୟତା

କନକ ବ୍ୟୁରୋ : ଅବସର ନେଇନାହାନ୍ତି କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମେରୀକମ୍ । ଏନେଇ ନିଜେ ମେରୀକମ୍ ସ୍ପଷ୍ଟ କରିଛନ୍ତି । ଅବସର ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେ ଖଣ୍ଡନ କରିଛନ୍ତି । ଖବରରେ କୌଣସି ସତ୍ୟତା ନାହିଁ । ଯେବେ ଅବସର ନେବେ ଗଣମାଧ୍ୟମ ସାମ୍ନାକୁ ଆସି ସେ ନିଜେ ଘୋଷଣା କରିବେ ବୋଲି କହିଛନ୍ତି । ଖେଳରେ ଏବେ ବି ସଫଳତା ପାଇବାର ଇଚ୍ଛା ରହିଛି, ହେଲେ ଅଲିମ୍ପିକ୍ସର ବୟସ ସୀମା ଆଗକୁ ଯିବାକୁ ସୁଯୋଗ ଦେଉନାହିଁ ବୋଲି କହିଛନ୍ତି ମେରୀକମ୍ ।

ବର୍ତମାନ ସେ ଫିଟନେସ୍ ଉପରେ ଗୁରୁତ୍ୱ ଦେଉଛନ୍ତି, ଅବସର ନେଲେ ଅବଗତ କରାଇବେ ବୋଲି ମେରୀକମ୍ କହିଛନ୍ତି । ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ୫୧ କେଜି ବର୍ଗରେ କାଂସ୍ୟ ପଦକ ଜିତି ମହିଳା ବକ୍ସିଂରେ ଅଲିମ୍ପିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ବକ୍ସର ହେଉଛନ୍ତି ମେରୀକମ୍ । ଅଲିମ୍ପିକ୍ସରେ ପଦକ ଜିତିବା ପୂର୍ବରୁ ସେ ୫ ଥର ବିଶ୍ୱ ବିଜେତା ହୋଇସାରିଥିଲେ । ୬ ଥରର ବିଶ୍ୱ ବିଜେତା ମେରୀ କମ୍ ଶେଷ ଥର ପାଇଁ ୨୦୨୧ରେ ସର୍ବୋଚ୍ଚ ସ୍ତରରେ ପଦକ ଜିତିଥିଲେ । ଏସିଆନ୍ ଚାମ୍ପିୟନସିପରେ ସେ ରୌପ୍ୟ ପଦକ ଜିତିଥିଲେ । ସେ ୮ଟି ବିଶ୍ୱ ଚାମ୍ପିୟନସିପ୍ ପଦକ, ୭ଟି ଏସୀୟ ଚାମ୍ପିୟନସିପ୍ ପଦକ, ୨ଟି ଏସୀୟ କ୍ରୀଡ଼ା ପଦକ ଏବଂ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

The post ବକ୍ସିଂରୁ ଅବସର ଚର୍ଚ୍ଚାକୁ ଖଣ୍ଡନ କଲେ ମେରୀକମ୍ । କହିଲେ, ପ୍ରକାଶିତ ଖବରରେ ନାହିଁ ସତ୍ୟତା first appeared on Kanak News.

from Kanak News
via <a href="https://ifttt.com/?

ରାଜନୈତିକ ପ୍ରତିପକ୍ଷ ଦଳକୁ ଘେରିବାର ନୂଆ ଉପାୟ । ବିଜେଡି- ବିଜେପି ବାହାଘର କାର୍ଡ ଛାପି ବାଣ୍ଟିଛି କଂଗ୍ରେସ ।

କନକ ବ୍ୟୁରୋ : କଂଗ୍ରେସ କରିବ ବାହାଘର । ବିଜେଡି-ବିଜେପି ଭିତରେ ପକାଇବ ହାତଗଣ୍ଠି । ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ଚର୍ଚ୍ଚା ଭିତରେ କଟାକ୍ଷ କରି, ଏମିତି ଏକ ନିଆରା ରଣନୀତି ଆପଣାଇବାକୁ ଯୋଜନା କରିଛି କଂଗ୍ରେସ । ଯୋଜନା ଅନୁସାରେ କଂଗ୍ରେସ ଭବନରେ ପ୍ରତୀକାତ୍ମକ ଭାବେ ଧୂମଧାମରେ ବିଜେଡି ଓ ବିଜେପିର ବାହାଘର ହେବ । ଏଥିରେ ବିଜେଡି ବର ହେବ ଓ ବିଜେପି କନିଆ ହେବ । ସାହାନାଇ ବାଜିବ । ଜନତା ସାଜିବେ ଅତିଥି । ଭୋଜିଭାତର ବି ଆୟୋଜନ କରାଯିବ ।

୨୦୧୯ ପରଠାରୁ ରାଜ୍ୟରେ କ୍ଷମତାରେ ଥିବା ବିଜେଡି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରି ଆସିଛି । ଯେତେବେଳେ ବିରୋଧୀ କେନ୍ଦ୍ର ସରକାରକୁ ଅଡୁଆରେ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି, ସେତେବେଳେ ବିଜେଡି, ପାଖରେ ଛିଡା ହୋଇଛି । କେବଳ ଏତିକି ନୁହେଁ ଉଭୟ ଦଳର ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି । ଯାହାକୁ ନେଇ ଦୁଇ ଦଳର ନେତା, କର୍ମୀଙ୍କଠାରୁ ଆରମ୍ଭ କରି ଜନତା, ସମସ୍ତେ ଦ୍ୱନ୍ଦ୍ୱରେ ପଡିଛନ୍ତି । ଆଉ ଏହାକୁ ନେଇ ବିରୋଧୀ କଂଗ୍ରେସ ବିଜେଡି-ବିଜେପିକୁ ଘେରି ଆସିଛି । ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ଥିବା ଅଭିଯୋଗ କରି ଆସିଛି । ହେଲେ, କଂଗ୍ରେସର ଅଭିଯୋଗକୁ ବିଜେଡି- ବିଜେପି ଖଣ୍ଡନ କରିଛନ୍ତି । ଏହା ଭିତିହୀନ ବୋଲି କହିଛନ୍ତି ।

The post ରାଜନୈତିକ ପ୍ରତିପକ୍ଷ ଦଳକୁ ଘେରିବାର ନୂଆ ଉପାୟ । ବିଜେଡି- ବିଜେପି ବାହାଘର କାର୍ଡ ଛାପି ବାଣ୍ଟିଛି କଂଗ୍ରେସ । first appeared on Kanak News.

from Kanak News
via <a href="https://ifttt.com/?

ରାୟଗଡ଼ାରେ ଟ୍ରାଏଲ ରନ୍ ବେଳେ ଅଘଟଣ । ଟ୍ରେନ ମାଡ଼ିଯିବାରୁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଟ୍ରେନର ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ୍ । ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିଲା । ଏହି ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରେଳ ନିରାପତା କମିଶନର ବ୍ରିଜେଶ କୁମାର ଲାଇନ୍ ଅନୁଧ୍ୟାନ କରି ଫେରିବାର କିଛି ଘଣ୍ଟା ପରେ ଅଘଟଣ ଘଟିଥିବା ସୂଚନା ମିଳିଛି ।

ରେଳ ଚଳାଚଳକୁ ସୁଗମ କରିବା ପାଇଁ ରାୟଗଡ଼ାରୁ ସିଙ୍ଗପୁର ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ୍ କାମ ଚାଲିଛି । ରାତିରେ ଏହି ଲାଇନର ରାୟଗଡ଼-ଜେକେପୁର ମଧ୍ୟରେ ଟ୍ରାଏଲ ରନ୍ କରାଯାଉଥିଲା । ଟ୍ରାକରେ କିଛି ଲୋକ ବସିଥିଲେ କିମ୍ବା କାମ କରିବା ସମୟରେ ଟ୍ରେନ୍ ମାଡି ଯାଇଥିଲା ବୋଲି କୁହାଯାଉଛି । ମୃତକ ଚାନ୍ଦିଲି ଥାନା ଦେବଦଳା ଗାଁର ବୋଲି ଜଣାପଡ଼ିଛି । ଜିଆରପି ଘଟଣାର ତଦନ୍ତ ଆରମ୍ଭ କରିଛି ।

The post ରାୟଗଡ଼ାରେ ଟ୍ରାଏଲ ରନ୍ ବେଳେ ଅଘଟଣ । ଟ୍ରେନ ମାଡ଼ିଯିବାରୁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

ଗଞ୍ଜାମ ଖଲ୍ଲିକୋଟରେ ଆତଙ୍କରାଜ । ବାଲୁଙ୍କେଶ୍ୱରପୁର ଗାଁରେ ରାତି ଅଧରେ ବୁଲିଲା ଖଣ୍ଡା

କନକ ବ୍ୟୁରୋ : ଗାଁରେ ବୁଲିଲା ଖଣ୍ଡା । ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଯୁବକ । ଗଂଜାମ ଖଲ୍ଲିକୋଟ୍ ଥାନା ବାଲୁଙ୍କେଶ୍ୱରପୁର ଗାଁରେ ୫ରୁ ୬ ଜଣ ଯୁବକ ଆତଙ୍କ ଖେଳାଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାତି ଅଧରେ ସାହି ଭିତରେ ଖଣ୍ଡା ବୁଲାଇଛନ୍ତି । କିଛି ସମୟ ପର୍ଯ୍ୟନ୍ତ ଯୁବକମାନେ ଖଣ୍ଡା ବୁଲାଇ ଆତଙ୍କରାଜ ଚଳାଇଥିଲେ । ଏହା ସହ ଘର ଉପରକୁ ପଥରମାଡ଼ ମଧ୍ୟ କରିଥିଲେ ।

କିଛି ଦିନ ତଳେ ଖଲିକୋଟ ବାଲୁଙ୍କେଶ୍ୱରପୁର ଗାଁରେ କ୍ରିକେଟ ଖେଳକୁ ନେଇ ଗାଁର ବୁଲୁ ଗୌଡ଼ ଓ ରାଜା ପ୍ରଧାନଙ୍କ ଭିତରେ ତିକ୍ତତା ଲାଗି ରହିଥିଲା । ଗତକାଲି ବୁଲୁ ଗୌଡ଼ କିଛି ଯୁବକଙ୍କୁ ଧରି ରାଜା ପ୍ରଧାନଙ୍କ ଘର ନିକଟକୁ ରାଜାକୁ ଆକ୍ରମଣ କରିବା ପାଇଁ ଖଣ୍ଡା ଧରି ଯାଇଥିଲେ । ଖଣ୍ଡା ଧରି କିଛି ଯୁବକ ଆସୁଥିବା ଦେଖି ରାଜା ଘର ଭିତରକୁ ପଳାଇ ଯାଇଥିଲେ । ଏହାକୁ ନେଇ ଦୁଇ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

The post ଗଞ୍ଜାମ ଖଲ୍ଲିକୋଟରେ ଆତଙ୍କରାଜ । ବାଲୁଙ୍କେଶ୍ୱରପୁର ଗାଁରେ ରାତି ଅଧରେ ବୁଲିଲା ଖଣ୍ଡା first appeared on Kanak News.

from Kanak News
via <a href="https://ifttt.com/?

ଘାସ ତିଆରି ପୋଷାକ ପିନ୍ଧୁଛନ୍ତି ମାଓବାଦୀ । ଯବାନଙ୍କ ଉପରେ ଆକ୍ରମଣ ପାଇଁ ବଦଳାଇଲେ ଚାଲ୍ । ମୁଣ୍ଡରୁ ପାଦ ଯାଏଁ ଘୋଡ଼ାଇ ରଖୁଛି ପୋଷାକ

କନକ ବ୍ୟୁରୋ : ଏଣିକି ଜଙ୍ଗଲ ଭିତରେ ମାଓବାଦୀଙ୍କୁ ଠାବ କରିବା ଯବାନ ଓ ପୋଲିସକୁ କଷ୍ଟକର ହେବ । କାରଣ ମାଓବାଦୀମାନେ ତାଙ୍କ ପୋଷାକ ବଦଳାଇଥିବା ଜଣାପଡିଛି । ବିଭିନ୍ନ ସ୍ଥାନରେ ହିଂସା ଘଟାଇବା ପୂର୍ବରୁ ଧରା ପଡି ଯାଉଛନ୍ତି ମାଓବାଦୀ । ଆଉ ଏହାକୁ ଲକ୍ଷ୍ୟ କରି ନୂଆ ପୋଷାକ ପିନ୍ଧିବାକୁ ଚାଲ କରିଛନ୍ତି ।

ଏହି ପୋଷାକଟି ଲମ୍ବାଘାସରେ ତିଆରି ହୋଇଛି । ଜଙ୍ଗଲ ଭିତରେ ବଢୁଥିବା ଏହି ଲମ୍ବା ଘାସକୁ ପୋଷାକ କରି ପିନ୍ଧୁଛନ୍ତି ମାଓବାଦୀ । ଛତିଶଗଡ ବିଜାପୁର ଅଞ୍ଚଳରେ ମାଓବାଦୀ ଏହିପରି ପୋଷାକ ପିନ୍ଧୁଥିବା ଦେଖିବାକୁ ମିଳିଛି । ଯାହାକୁ ସାଧାରଣତଃ ଖାଲି ଆଖିରେ ଦେଖିଲେ ଜଣାପଡିବ ନାହିଁ । କାରଣ ଯେକେହି ଦେଖିଲେ ସଂପୃକ୍ତ ମାଓବାଦୀ ଘାସ ବୁଦାର ଭ୍ରମ ସୃଷ୍ଟି କରିବ । ଯାହା ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାରେ ମାଓବାଦୀଙ୍କୁ ସହଜ କରିବ ବୋଲି କୁହାଯାଉଛି ।

The post ଘାସ ତିଆରି ପୋଷାକ ପିନ୍ଧୁଛନ୍ତି ମାଓବାଦୀ । ଯବାନଙ୍କ ଉପରେ ଆକ୍ରମଣ ପାଇଁ ବଦଳାଇଲେ ଚାଲ୍ । ମୁଣ୍ଡରୁ ପାଦ ଯାଏଁ ଘୋଡ଼ାଇ ରଖୁଛି ପୋଷାକ first appeared on Kanak News.

from Kanak News
via <a href="https://ifttt.com/?

ଶନିବାର ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ । ଲୋକାର୍ପଣ ଦିନ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

କନକ ବ୍ୟୁରୋ : ଶନିବାର ସମଲେଇ ପ୍ରକଳ୍ପର ଲୋକାର୍ପଣ ହେବ । ଏଥିପାଇଁ ସମଲେଇ ପ୍ରକଳ୍ପ ଲୋକାର୍ପଣ ଦିନ ବନ୍ଦ ରହିବ ଶିକ୍ଷାନୁଷ୍ଠାନ । ରାଜ୍ୟର ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚତୁର୍ଥ ଶନିବାର ଥିବାରୁ ସେହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଛି ।

ତେଣୁ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା’ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ ପ୍ରଦାନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଲୋକାର୍ପଣ ଉତ୍ସବ ପାଇଁ ଯଜ୍ଞ ଓ ଚଣ୍ଡିପାଠ କରାଯିବ । ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରୁ ବ୍ରାହ୍ମଣମାନେ ଏହି କାର୍ଯ୍ୟରେ ଯୋଗଦେବେ ।

The post ଶନିବାର ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ । ଲୋକାର୍ପଣ ଦିନ ବନ୍ଦ ରହିବ ଶିକ୍ଷାନୁଷ୍ଠାନ first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ହାଇଦ୍ରାବାଦରେ ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳା । କୋହଲି, ରାହାଣେ ଓ ପୂଜାରାଙ୍କ ବିନା ପଡିଆକୁ ଓହ୍ଲାଇବ ଭାରତ

କନକ ବ୍ୟୁରୋ : ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ଶୃଙ୍ଖଳା । ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଥର ପାଇଁ ବିରାଟ କୋହଲି, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ବିନା ଭାରତୀୟ ଦଳ ଖେଳିବାକୁ ଯାଉଛି ।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍ ମ୍ୟାକଲମଙ୍କ ପ୍ରଶିକ୍ଷଣରେ ପୂର୍ବଅପେକ୍ଷା ଇଂଲଣ୍ଡ ଦଳ ମଜବୁତ ହୋଇଛି ବୋଲି କୁହାଯାଉଛି । ବିଶେଷକରି ଦଳରେ ଆକ୍ରମଣାତ୍ମକ ବୋଲିଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛି । ତେଣୁ ଏଭଳି ସ୍ଥିତିରେ ଇଂଲଣ୍ଡର ବୋଲରଙ୍କୁ ଭାରତୀୟ ବ୍ୟାର୍ଟ କିପରି ସାମ୍ନା କରୁଛନ୍ତି, ତାହା ଆଉ କିଛି ସମୟ ପରେ ଜଣାପଡିବି । ସକାଳ ୯ଟା ୩୦ରେ ଆରମ୍ଭ ହେବ ଏହି ମ୍ୟାଚ । ଅନ୍ୟପଟେ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବଙ୍କ ଘରୋଇ ମ୍ୟାଚରେ ଚମତକାର ରେକର୍ଡ ରହିଛି । ଏମାନଙ୍କ ମଧ୍ୟରୁ ଅଶ୍ୱିନ ସବୁଠୁ ଆଗରେ ରହିଆସୁଛନ୍ତି । ଏପରି ସ୍ଥିତିରେ ଅକ୍ଷର ନା କୁଲଦୀପ କିଏ ହେବେ ତୃତୀୟ ସ୍ପିନର ରହିଛି ଅସ୍ପଷ୍ଟ ।

The post ଆଜିଠୁ ହାଇଦ୍ରାବାଦରେ ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳା । କୋହଲି, ରାହାଣେ ଓ ପୂଜାରାଙ୍କ ବିନା ପଡିଆକୁ ଓହ୍ଲାଇବ ଭାରତ first appeared on Kanak News.

from Kanak News
via <a href="https://ifttt.com/?

କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମେରିକମ୍ ନେଲେ ଅବସର । ନିଜ ବୟସ ସୀମାକୁ ମୁଖ୍ୟ କାରଣ ଦର୍ଶାଇ ନେଇଛନ୍ତି ଅବସର

କନକ ବ୍ୟୁରୋ : କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମେରିକମ୍ ନେଲେ ଅବସର । ନିଜ ବୟସ ସୀମାକୁ ମୁଖ୍ୟ କାରଣ ଦର୍ଶାଇ ବକ୍ସିଂରୁ ଅବସର ନେବାକୁ ଘୋଷଣା କରିଛନ୍ତି । ୪୧ ବର୍ଷୀୟ ମେରି କମ୍ କହିଛନ୍ତି ଯେ ବୟସ ସୀମା କାରଣରୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । କିନ୍ତୁ ଏବେ ବି ତାଙ୍କ ପାଖରେ ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାର ମନୋବଳ ରହିଛି ବୋଲି ସେ କହିଛନ୍ତି ।

୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ୫୧ କେଜି ବର୍ଗରେ କାଂସ୍ୟ ପଦକ ଜିତି ମହିଳା ବକ୍ସିଂରେ ଅଲିମ୍ପିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ବକ୍ସର ହୋଇଥିଲେ ମେରି କମ୍ । ଅଲିମ୍ପିକ୍ସରେ ପଦକ ଜିତିବା ପୂର୍ବରୁ ସେ ୫ ଥର ବିଶ୍ୱ ବିଜେତା ହୋଇସାରିଥିଲେ । ୬ ଥରର ବିଶ୍ୱ ବିଜେତା ମେରି କମ୍ ଶେଷ ଥର ପାଇଁ ସର୍ବୋଚ୍ଚ ସ୍ତରରେ ପଦକ ଜିତିଥିଲେ ୨୦୨୧ରେ । ଏସିଆନ୍ ଚାମ୍ପିୟନସିପରେ ରୌପ୍ୟ ପଦକ ସେ ଜିତିଥିଲେ । ମେରି ୮ଟି ବିଶ୍ୱ ଚାମ୍ପିୟନଶିପ୍ ପଦକ, ୭ଟି ଏସୀୟ ଚାମ୍ପିୟନଶିପ୍ ପଦକ, ୨ଟି ଏସୀୟ କ୍ରୀଡ଼ା ପଦକ ଏବଂ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

The post କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମେରିକମ୍ ନେଲେ ଅବସର । ନିଜ ବୟସ ସୀମାକୁ ମୁଖ୍ୟ କାରଣ ଦର୍ଶାଇ ନେଇଛନ୍ତି ଅବସର first appeared on Kanak News.

from Kanak News
via <a href="https://ifttt.com/?

୮୦ ଡଲାର ତଳେ ଅଶୋଧିତ ତୈଳ ଦର । କେବେ ଖାଉଟିଙ୍କ ପକେଟ ଉପରେ କମିବ ବୋଝ?

କନକ ବ୍ୟୁରୋ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର କ୍ରମାଗତ ଭାବେ କମି ଚାଲିଛି । ଏବେ ବ୍ୟାରେଲ ପିଛା ୮୦ ଡଲାର ତଳେ ରହିଛି । ଏବେ ଦେଶର ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀଗୁଡ଼ିକ ପେଟ୍ରୋଲ ଉପରେ ଲିଟର ପିଛା ୧୧ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ଲାଭ କରୁଛନ୍ତି । ହେଲେ କେବେ ଖାଉଟିଙ୍କ ପକେଟ ଉପରେ ବୋଝ କମିବ ତାକୁ ଅପେକ୍ଷା କରିଛନ୍ତି ଦେଶବାସୀ ।

ଆଗକୁ ନିର୍ବାଚନ ରହିଥିବାରୁ ତେଲ ଦର କମିବ ବୋଲି ଆଶା କରାଯାଉଛି । ଦେଶର ସର୍ବବୃହତ ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ୨୦୨୩-୨୪ ଆର୍ôଥକ ବର୍ଷର ପ୍ରଥମ ୯ ମାସରେ ରେକର୍ଡ ଲାଭ (୩୪ ହଜାର ୭୮୧ କୋଟି ଟଙ୍କା ହାସଲ କରିଛି । ୨୦୨୨ ଏପ୍ରିଲ ୭ ପରେ ସରକାରୀ ତୈଳ କଂପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତନ କରିନାହାନ୍ତି । ୨୦୨୨ ଆରମ୍ଭରେ ୟୁକ୍ରେନ ବିବାଦ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବହୁତ ଅସ୍ଥିର ଥିଲା । କିନ୍ତୁ ସେହିବର୍ଷ ଜୁଲାଇରେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୧୧୪ ଡଲାରକୁ ବୃଦ୍ଧି ପାଇଥିଲା । ତେବେ ସେବେଠାରୁ ଦର କ୍ରମାଗତ ଭାବେ କମ୍ ରହିଛି ।

The post ୮୦ ଡଲାର ତଳେ ଅଶୋଧିତ ତୈଳ ଦର । କେବେ ଖାଉଟିଙ୍କ ପକେଟ ଉପରେ କମିବ ବୋଝ? first appeared on Kanak News.

from Kanak News
via <a href="https://ifttt.com/?

ରୁଷ ପରିବହନ ବିମାନକୁ କ୍ଷେପଣାସ୍ତ୍ର ମାଡ । ଦୁର୍ଘଟଣା ପଛରେ ୟୁକ୍ରେନ ସେନା ବୋଲି ଦାବି କଲା ଋଷ

କନକ ବ୍ୟୁରୋ : କେମିତି ଦୁର୍ଘଟଣାଗ୍ରସ୍ତ ହେଲା ଋଷର ପରିବହନ ବିମାନ । କ୍ଷେପଣାସ୍ତ୍ର ମାଡ କରି କିଏ ଖସାଇଲା ବିମାନ ଏହାକୁ ନେଇ ବଢିଛି ବିତର୍କ । ୟୁକ୍ରେନ ସୀମାରେ ଘଟିଥିବା ଏହି ଦୁର୍ଘଟଣା ପଛରେ ୟୁକ୍ରେନ ସେନା ରହିଛି ବୋଲି ଋଷ ଦାବି କରୁଛି ।

ଅନ୍ୟପଟେ ଆରୋପକୁ ପ୍ରତ୍ୟାଖ୍ୟାନ କରି ଓଲଟା ଋଷ ଉପରେ ଦୋଷ ଲଦିଛି କ୍ରେମଲିନ । ରୁଷ-ୟୁକ୍ରେନ ସୀମା ବେଲଗୋରୋଡରେ ବିମାନଟି ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୬୫ ଜଣ ୟୁକ୍ରେନର ଯୁଦ୍ଧବନ୍ଦୀ ଥିଲେ । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଯୁଦ୍ଧବନ୍ଦୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୭୪ଜଣଙ୍କ ମୃତ୍ୟୁ ହୋଇଛି । ମସ୍କୋ ସମୟ ପୂର୍ବାହ୍ନ ୧୧ଟା ସମୟରେ ଗତକାଲି ଏହି ଦୁର୍ଘଟଣା ଘଟିଛି । ରୁଷ ବାୟୁସେନା ପକ୍ଷରୁ ଦୁର୍ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

The post ରୁଷ ପରିବହନ ବିମାନକୁ କ୍ଷେପଣାସ୍ତ୍ର ମାଡ । ଦୁର୍ଘଟଣା ପଛରେ ୟୁକ୍ରେନ ସେନା ବୋଲି ଦାବି କଲା ଋଷ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started